ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଭିଟାମିନ୍ ବି ଗ୍ରୁପ୍ର ଅଭାବଜନିତ ରୋଗସମୂହ
ସେଆର କରନ୍ତୁ

ଭିଟାମିନ୍ ବି ଗ୍ରୁପ୍ର ଅଭାବଜନିତ ରୋଗସମୂହ

ଭିଟାମିନ୍ ବି ଗ୍ରୁପ୍ର ଅଭାବରେ ହେଉଥିବା ରୋଗସମୂହ ସମ୍ବନ୍ଧରେସୂଚନା ।

କାଉପାଟିଆ ରୋଗ ବା ପାଟିର କଡ଼ ଘା'

ଉଭୟ ଉପର ଏବଂ ତଳ ଓଠର କଡରେ ଧଳା/ଗୋରା ଦେଖାଦେଇ ଘା'ହୁଏ । ପାଟି  ମେଲାକଲେ କଷ୍ଟ ଲାଗେ । ଏହା ସାଧାରଣତଃ ପିଲାମାନଙ୍କଠାରେ ଅଧିକ ଦେଖାଦେଇଥାଏ । ରୋଗର ପ୍ରଭାବରେ ରୋଗୀର ବିଶେଷ  କ୍ଷତି ହେଉନଥିବାରୁ ଲୋକେ ଏଥିପାଇଁ ଯତ୍ନବାନ୍ ହୋଇନଥାନ୍ତି ।

  • ଜିଭ ଧରିବା : ଏଥିରେ ଜିଭ ଓ ପାଟି ଲାଲ ପଡେ, ଖାଇଲେ ପୋଡାଜଳା ହୁଏ । ଜିଭର ଅଗ୍ରଭାଗରୁ ଆରମ୍ଭ ହୋଇ ତଣ୍ଟି ଆଡକୁ ମଧ୍ୟ ସଂକ୍ରମଣ ବ୍ୟାପିଥାଏ । ସାଧାରଣତଃ ଗର୍ଭବତୀମାନେ ଏହାକୁ ଅଧିକ ଭୋଗିଥାନ୍ତି ।
  • ଓଠ ଫାଟିବା : ଓଠ ଫାଟିବା ସହିତ ଏହା ଲାଲ ପଡିଥାଏ । ଏପରିକି ଓଠ ଫାଟିଥିବା ବ୍ୟକ୍ତିର ବେଳେବେଳେ କ୍ଷୁଧାହାନୀ  ଦେଖାଦେଇଥାଏ ।

ମନେରଖନ୍ତୁ :

  • ଉପରୋକ୍ତ ଅସୁସ୍ଥତା ଗୁଡିକ ରିବୋଫ୍ଲାବିନ୍ ର ଅଭାବ ହେତୁ ହୋଇଥାଏ ।
  • ଭିଟାମିନ୍ ‘ବି’ ର ଏକ ଉପାଦାନ ହେଉଛି ରିବୋଫ୍ଲାବିନ୍

ଉପଚାର

  • ଭିଟାମିନ୍ ‘ବି’ ଥିବା ଖାଦ୍ୟ ପ୍ରଚୁର ପରିମାଣରେ ଖାଆନ୍ତୁ ।
  • ଉପରୋକ୍ତ ଅସୁସ୍ଥତା ଭୋଗୁଥିବା ରୋଗୀ ବି-କମ୍ପ୍ଳେକ୍ସ  ବଟିକା ଖାଆନ୍ତୁ ।(ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ )
  • କ୍ଷୀରରେ  ଅଧିକ ପରିମାଣର ରିବୋଫ୍ଲାବିନ୍ ଥାଏ ।

ମନେରଖନ୍ତୁ :

ଔଷଧ  ପ୍ରୟୋଗ କରିବା ପୂର୍ବରୁ ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଗୋଷ୍ଠୀରେ ଶିକ୍ଷାଦାନ, ବିଭିନ୍ନ ଡାଲିଜାତୀୟ  ଖାଦ୍ୟ  ଖାଇବା ପାଇଁ ପରାମର୍ଶ ଦେବା ଉଚିତ । ପୂର୍ବ ବର୍ଣ୍ଣନା ଅନୁଯାୟୀ ଯଥେଷ୍ଟ ପରିମାଣ ଭିଟାମିନ୍ – ବି ଥିବା ଖାଦ୍ୟ ଖାଆନ୍ତୁ ।

ବେରିବେରି ରୋଗ (ଥାୟାମିନ୍ ଅଭାବ)

ଭିଟାମିନ୍  ‘ବି’ରେ ଥିବା ଏକ ଉପାଦାନ ଥାୟାମିନ୍ ର ଅଭାବରେ ଏହି ରୋଗ ହୋଇଥାଏ ।

ଚିହ୍ନ ଓ ଲକ୍ଷଣ

  • ଖୁବ୍ ଧୀରେ ଧୀରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ ।
  • କ୍ଷୁଧାହାନି, ଦୁର୍ବଳତା, ନିମ୍ନାଙ୍ଗ ( ବିଶେଷ କରି ଗୋଡ )  ଭାରି ଲାଗିବା, ଅଳ୍ପ କାମରେ ହାଲିଆ ଲାଗିବା ଇତ୍ୟାଦି ଲକ୍ଷଣ ରୋଗର ପ୍ରାରମ୍ଭରେ ପ୍ରକାଶ ପାଇଥାଏ ।
  • ଘୋଳାବିନ୍ଧା, ଫୋଡି ହେଲାଭଳି ଏବଂ ଗୋଡତଳ ବଧିରା ଲାଗେ । ଗୋଡକୁ ସ୍ପର୍ଶକଲେ କିଛି ଜାଣିହୁଏ ନାହିଁ ।

ଏହି ରୋଗ ଅନେକ ପ୍ରକାରର ହୋଇଥିଲେ ହେଁ ମୁଖ୍ୟତଃ ତିନୋଟି ପ୍ରକାରରେ ଏହାକୁ ଭାଗ କରାଯାଇଥାଏ । ଯଥା : ଓୟେଟ୍ ବେରିବେରି, ଡ୍ରାଏ ବେରିବେରି ଏବଂ ଇନ୍ଫାଣ୍ଟ୍ ବେରିବେରି ।

  • ଓୟେଟ୍ ବେରିବେରିରେ ଶରୀରରେ ଶରୀରରେ ଜଳୀୟ ଅଂଶ ଅଧିକ ହେବା ସାଙ୍ଗକୁ ହୃଦ୍କ୍ରିୟାଜନିତ ଅନେକ ଅସୁବିଧା ଦେଖାଦିଏ । ଏପରିକି ହୃଦ୍କ୍ରିୟା ବନ୍ଦ ହୋଇଯିବାର ସମ୍ଭାବନା ଥାଏ ।
  • ଡ୍ରାଏ ବେରିବେରିରେ ସ୍ନାୟୁବିକ ଦୁର୍ବଳତା ଦେଖାଯାଏ । ଏଥିରେ ରୋଗୀକୁ ଦୁର୍ବଳ ଲାଗେ ଏବଂ ଶେଷକୁ ଶଯ୍ୟାଶାୟୀ ହୋଇଥାଏ ।
  • ଇନ୍ଫାଣ୍ଟାଇଲ୍ ବେରିବେରିରେ ମଧ୍ୟ ଶିଶୁ ଦୁର୍ବଳ ହୋଇଯାଏ । ୨ ରୁ ୪ ମାସ ବୟସର ଶିଶୁଙ୍କ ଠାରେ ଏହା ଦେଖାଯିବାର ସମ୍ଭାବନା ଥାଏ । ଯେଉଁ ମା’ର କ୍ଷୀରରେ ଥାୟାମିନ୍ ର ବିଶେଷ ଅଭାବ ଥାଏ ସେହି ମା’ର  ଶିଶୁକୁ ଏହିରୋଗ ହେବାର ସମ୍ଭାବନା ଥାଏ ।

କାରଣ

  • ଥାୟାବିନ୍ ନଥିବା ଖାଦ୍ୟ ଖାଇବା ଦ୍ଵାରା ।
  • ଯେଉଁ ଲୋକମାନେ ଚାଉଳକୁ ଅଧିକ ଚିକ୍କଣ କରି ଖାଆନ୍ତି, ସେମାନେ ଥାୟାବିନ୍ ପାଇନଥାନ୍ତି । କାରଣ ଚାଉଳର ଉପର ଚୋପାରେ ଥାୟାବିନ୍ ଥାଏ । ଚୋପା ଛଡାଇ ଚାଉଳକୁ ଚିକ୍କଣ କରିବା ଦ୍ଵାରା ଏହି ଚାଲିଯାଇଥାଏ । ତେଣୁ ଉଷୁନା ଚାଉଳ ଖାଇବା ଉଚିତ । ଯେଉଁ ପଦ୍ଧତି ଦେଇ ଉଷୁନା ଚାଉଳ ପ୍ରସ୍ତୁତ ହୁଏ ତଦ୍ଵାରା ଚାଉଳକୁ ଥାୟାବିନ୍ ଯାଇନଥାଏ ଏବଂ ଉଷୁନା ଚାଉଳ ଖାଉଥିବା ଲୋକେ ସାଧାରଣତଃ ଥାୟାବିନ୍ ଅଭାବ ଜନିତ ରୋଗରେ ପଡିନଥାନ୍ତି ।

ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା

ଆବଶ୍ୟକସ୍ଥଳେ ରୋଗୀକୁ ଇଞ୍ଜେକ୍ସନ୍ ଦିଆଯାଇଥାଏ । ଏହା ସାଙ୍ଗକୁ ଅନ୍ୟାନ୍ୟ ଔଷଧ ମଧ୍ୟ ଦିଆଯାଇଥାଏ । ପ୍ରତିଷେଧକ ସ୍ୱରୂପ ଉଷୁନା ଚାଉଳର ଭାତ ଖାଇବା, ଚାଉଳକୁ ଅଧିକ ଚିକ୍କଣ ନକରିବା, ଅଧିକ ପରିମାଣରେ ଡାଲିଜାତୀୟ ଖାଦ୍ୟ ଖାଇବା ଏବଂ ଭିଟାମିନ୍ ‘ବି’ଯୁକ୍ତ ସମସ୍ତ ଖାଦ୍ୟ ଖାଇବା ।

ଆଧାର - ଓଡ଼ିଶା ଭଲ୍ୟୁଣ୍ଟାରୀ ହେଲ୍ଥ  ଆମୋସିଏସନ୍

3.55555555556
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top