ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଭ୍ରୂଣର ହୃତ୍ ସ୍ପନ୍ଦନ
ସେଆର କରନ୍ତୁ

ଭ୍ରୂଣର ହୃତ୍ ସ୍ପନ୍ଦନ

ମଶିଷ କ୍ଷେତ୍ରରେ ଗର୍ଭ ସଞ୍ଚାରର ୧୬ ଦିନରେ ଭ୍ରୂଣର ହୃତପିଣ୍ଡ ସ୍ପନ୍ଦନ ହୁଏ ।

ଶିଶୁର ହୃତ୍ ସ୍ପନ୍ଦନ ଆରମ୍ଭ

ଗର୍ଭସଞ୍ଚାର ହେବାର ୧୬ ଦିନ ପରେ ମଣିଷ ଭ୍ରୂଣର ହୃତସ୍ପନ୍ଦନ  ଆରମ୍ଭ ହୁଏ । ମୂଷାଙ୍କ ଉପରେ ପରକ୍ଷାକରି ଗବେଷକ ମାନେ କହିଛନ୍ତି ଯେ, ଏହି ନିଷ୍କର୍ଷ ହୃଦରୋଗ ନିରାକରଣ କରିବା ସହାୟକ ହୋଇପାରେ । ବ୍ରିଟେନ୍ ସ୍ଥିତ  ଅକ୍ଶଫୋର୍ଡ ୟୁନିଭର୍ସିଟିର ଗବେଷକମାନେ ମୁସାର ହୃତପିଣ୍ଡର ବିକାଶ ନିରୀକ୍ଷଣ କରି ଦେଖିବାକୁ ପାଇଲେ ଯେ, ହୃତପିଣ୍ଡ ବିକାଶର ପ୍ରଥମାବସ୍ଥାରେ ଏହା ସଂକୁଚିତ ଓ ପ୍ରସାରିତ ହେଉଛି । ମୂଷାଙ୍କ କ୍ଷେତ୍ରରେ ଗର୍ଭାସଞ୍ଚାରର ସାଢେ ସାତଦିନରେ ହୃତପିଣ୍ଡ ସ୍ପନ୍ଦନ ଆରମ୍ଭ ହୁଏ । ସେହିଭଳି ମଶିଷ କ୍ଷେତ୍ରରେ  ଗର୍ଭ ସଞ୍ଚାରର ୧୬ ଦିନରେ ଭ୍ରୂଣର ହୃତପିଣ୍ଡ ସ୍ପନ୍ଦନ ହୁଏ ।ସେହିଭଳି  ମଣିଷ କ୍ଷେତ୍ରରେ ଗର୍ଭ ସଞ୍ଚାରର ୧୬ ଦିନରେ ଭ୍ରୁଣର  ହୃତ ପିଣ୍ଡ ସ୍ପନ୍ଦନ ହୁଏ । ପୂର୍ବରୁ ବିଶ୍ଵାସ କରାଯାଉଥିଲା, ହୃତପିଣ୍ଡ ଏକ ରେଖୀୟ ଟ୍ୟୁବ୍ ଭଳି ଦେଖାଯିବା ପରେ ଯାଇ ଏହା  ସଂକୁଚିତ ଓ ପ୍ରସାରିତ ହୁଏ । କିନ୍ତୁ ଗବେଷକମାନେ  ଏହି ମତ ଦେବାପରେ ପୂର୍ବରୁ ଥିବା ଧାରଣା ବଦଳିଯାଇଛି ।

ଗବେଷଣା ତଥ୍ୟ

ପ୍ରତି ୧୮୦ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣଙ୍କଠାରେ ହୃତପିଣ୍ଡର ଅସ୍ଵାଭାବିକ ଗଠନ ଜନିତ ରୋଗ ଦେଖାଦେଇଥାଏ । ଏଥିପାଇଁ ବ୍ରିଟେନରେ ପ୍ରତିବର୍ଷ ୪ ହଜାର ଶିଶୁ ଅଥବା ପ୍ରତିଦିନ ୧୨ ଶିଶୁ ଏଭଳି ରୋଗରେ ପୀଡିତ ହୋଇଥାଆନ୍ତି । ଗର୍ଭାଶୟରେ ଭ୍ରୁଣର ହୃତପିଣ୍ଡ କିପରି ଗଠିତ ହୁଏ ଅନୁଧ୍ୟାନ କରିବା ପରେ ହୃତପିଣ୍ଡର ଅସ୍ଵାଭାବିକ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେମାନେ ଦିନେ ସକ୍ଷମ ହେବେ ବୋଲି ଆଶାପ୍ରକାଶ କରିଛନ୍ତି  । ଉକ୍ତ ଗବେଷକ ଦଳ ମୂଷା ଭ୍ରୁଣ ମଧ୍ୟରେ ଥିବା କ୍ୟାଲସିୟମ୍ ମଲିକ୍ୟୁଲ୍ସରେ ଫ୍ଲୋରେସେଣ୍ଟ ମାର୍କର ଦେଇ ଦେଖିବାକୁ ପାଇଲେ ଯେ, କେଉଁ ସମୟରେ କ୍ୟାଲସିୟମ୍ ହୃତପିଣ୍ଡର ମାଂସପେଶୀୟ କୋଷିକାକୁ ସଂକୁଚିତ କରାଏ ଏବଂ ଏହାପରେ ପୂରା ସଂକୁଚିତ ହୋଇ ସ୍ପନ୍ଦନ ସୃଷ୍ଟିକରେ । ସ୍ପଦନ ଆରମ୍ବ ହୃତପିଣ୍ଡ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ । ଏହାଦ୍ଵାରା ପ୍ରଥମାବସ୍ଥାରୁ ହୃତପିଣ୍ଡର  ବିକାଶ ହୋଇପାରିବ । ଏନସିଏକ୍ସୱାନ୍  କୁହାଯାଉଥିବା ଏକ ପ୍ରୋଟିନ୍ କ୍ୟାଲସିୟମ୍ ସିଗନାଲ୍ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନେଇଥାଏ । ଏହି ସିଗନାଳ ହୃତପିଣ୍ଡର ସ୍ପଦନ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ହୃତପିଣ୍ଡ ହେଉଛି ପ୍ରଥମ ଅଙ୍ଗ ଯାହା ଗର୍ଭସଞ୍ଚାର ପରେ ପରେ ସୃଷ୍ଟିହୁଏ । ଏବଂ ବଢୁଥିବା ଭୁଣକୁ ଅମ୍ଳ\ଜାନ ଓ ନ୍ୟୁଟ୍ରିଏଣ୍ଟ ଯୋଗାଇବାରେ ସହାୟକ ହୁଏ । ଏହି ନିଷ୍କର୍ଷ ଦ୍ଵାରା ସ୍ତନ୍ୟପାୟୀ ପ୍ରଜାତିର ପ୍ରାଣୀଙ୍କଠାରେ ହୃତପିଣ୍ଡର ବିକାଶକୁ ଭଳବିଏଚଏଏବିଇ ଅନୁଧ୍ୟାନ କରାଯାଇପାରିବ ବୋଲି ଗବେଷକମାକନେ ମତ ଦେଇଛନ୍ତି  ।

ଆଧାର: ସମାଜ

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top