অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମା’ କ୍ଷୀର ଦ୍ୱାରା ଶିଶୁକୁ ନିମୋନିଆରୁ ରକ୍ଷା

ମା’ କ୍ଷୀର ଦ୍ୱାରା ଶିଶୁକୁ ନିମୋନିଆରୁ ରକ୍ଷା

ମା’ କ୍ଷୀର ଅମୃତ

କୁହାଯାଏ ମା’ କ୍ଷୀର ଅମୃତ ସମାନ । ଏହା ନବଜାତ ଶିଶୁକୁ କରିଥାଏ ବଳିଷ୍ଠ । ଆଉ ସମସ୍ତ ରୋଗକୁ ପ୍ରତିହତ କରେ ମା’ କ୍ଷୀର । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ମା’କ୍ଷୀର ଖାଇବା ଦ୍ୱାରା ନବଜାତକକୁ ନିମୋନିଆ ହେବାର ରିକ୍ସ କମ୍ ଥାଏ । ଗବେଷକମାନେ ୯୬୦ ଜଣ ପିଲା (୪ବର୍ଷରୁ-୧୨ବର୍ଷ ମଧ୍ୟରେ ) ଙ୍କୁ ନେଇ ଏକ ଅନୁଧ୍ୟାନ କରିଥିଲେ ,ଯେଉଁମାନେ କି ନିତି ନିମୋନିଆ ଔଷଧ ବ୍ୟବହାର କରୁଛନ୍ତି ।

ବିଭିନ୍ନ ରୋଗରୁ ରକ୍ଷା

ମା’କ୍ଷୀର ଯେ, କେବଳ ଶିଶୁର ବିକାଶ କରିଥାଏ ତା’ ନୁହେଁ ବରଂ ଏହା ଶିଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ନିକଟରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି ଯେ, ମା’ କ୍ଷୀର ଶିଶୁଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ। ଗବେଷଣା ଅନୁସାରେ, ମା’ କ୍ଷୀରରେ ଥିବା ଏକ ଉପାଦାନ ନବଜାତ ଶିଶୁଙ୍କୁ କ୍ଷତିକାରକ ବ୍ୟାକ୍ଟେରିଆ କବଳରୁ ରକ୍ଷା କରିଥାଏ। ଗର୍ଭବତୀ ମହିଳାଙ୍କ ଠାରେ ଦେଖାଦେଉଥିବା ଏକ ପ୍ରକାର ବ୍ୟାକ୍ଟେରିଆ ନବଜାତ ଶିଶୁ ମାନଙ୍କ ଠାରେ ସଂକ୍ରମଣ ସୃଷ୍ଟି କରିଥାଏ । ଏହାଦ୍ୱାରା ନବଜାତଙ୍କ ମଧ୍ୟରେ ନିମୋନିଆ ଭଳି ଗୁରୁତର ରୋଗ ହେବାର ସମ୍ଭାବନା ଦେଖାଦେଇଥାଏ । ଏହି ସଂକ୍ରମଣ ବଢିବା କାରଣରୁ ଅନେକ ଶିଶୁଙ୍କର ମୃତ୍ୟୁ ହେବାର ଆଶଙ୍କା ଦେଖା ଦେଇଥାଏ । କାରଣ ନବଜାତ ଶିଶୁଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ବିକଶିତ ହୋଇ ନ ଥାଏ ।

ଆମେରିକା ୱଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଷ୍ଟିଭନ ଟାଉନସେଣ୍ଡଙ୍କ କହିବା ମୁତାବକ, ମା’ କ୍ଷୀରରେ ମିଳୁଥିବା କାର୍ବୋହାଇଡ୍ରେଟ୍ ଆଣ୍ଟିବ୍ୟାକ୍ଟେରିଆ ଭଳି କାମ କରିଥାଏ । ଅନ୍ୟ ଆଣ୍ଟିବାୟୋଟିକରେ ଥିବା ଟକ୍ସିନ ଭଳି ଉପାଦାନ ମା’ କ୍ଷୀରରେ ନ ଥାଏ । ଫଳରେ ଏହା ନବଜାତ ଶିଶୁଙ୍କୁ କେତେକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି ଟାଉନସେଣ୍ଡ କହିଛନ୍ତି ।

ଏଣୁ ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ କିଛି ମା’ ସେମାନଙ୍କର ଶିଶୁକୁ ନିଜର କ୍ଷୀର ଦେବାରେ ଅବହେଳା କରନ୍ତି । ଫଳରେ ଶିଶୁକୁ ବିଭିନ୍ନ ରୋଗରେ ପଡିଥାନ୍ତି । ଶିଶୁର ମାନସିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ମା’ କ୍ଷୀରରୁ ଶିସୁ ସବୁ ଆଇଡିଆଲ୍ ନ୍ୟୁଟ୍ରିସନ ପାଇଥାଏ । ଆଉ ଏଥିରେ ଭିଟାମିନ୍ , ପ୍ରୋଟିନ ଓ ଫ୍ୟାଟର ଏକ ସମତୁଲ ମିଶ୍ରଣ ଥାଏ । ଯାହା ଶୁଶିଟିଏ ପାଇଁ ନିହାତି ଜରୁରୀ ହୋଇଥାଏ । ଆଉ ଶିଶୁର ଅଭିବୃଦ୍ଧିରେ ସହାୟକ ହୋଇଥାଏ । ଯେଉଁ ନବଜାତ ଶିଶୁ ପ୍ରଥମ ୬ମାସ ମା’କ୍ଷୀର ପାଇଥାଏ ସେ ଶ୍ୱାସ ସମ୍ବନ୍ଧୀୟ ରୋଗ ଓ ତରଳଝାଡା ଆଦି ହୋଇନଥାଏ । ସେହି ଶିଶୁ ଅଧିକାଂଶ ସମୟ ଡାକ୍ତରଙ୍କ ପାଖକୁ ଯାଇନଥାଏ ।

ଶିଶୁକୁ କ୍ଷୀର ଦେବା ଦ୍ୱାରା ମା’ ଶରୀରର ଏକ୍ସଟ୍ରା କ୍ୟାଲୋରୀ କମିଥାଏ । ଏହା ମଧ୍ୟ ପ୍ରେଗନାନ୍ସି ୱେଟ୍ କୁ ଦୃତଭାବେ କମାଇବାରେ ସାହାଯ୍ୟ କରିଥାଏ । ଏହା ହରମୋନି ଅକ୍ସିଟୋସିନ୍ କୁ ରିଲିଜ କରାଇଥାଏ ଏବଂ ଏହା ମା’ର ଓଭାରିଆନ୍ କ୍ୟାନସର ଓ ବ୍ରେଷ୍ଟକ୍ୟାନସରର ଆଶଙ୍କାକୁ ଦୂର କରିଥାଏ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 1/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate