ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ମା’ ଙ୍କ ସ୍ଵର ଶିଶୁ ମସ୍ତିସ୍କକୁ ସକ୍ରିୟ କରାଏ
ସେଆର କରନ୍ତୁ

ମା’ ଙ୍କ ସ୍ଵର ଶିଶୁ ମସ୍ତିସ୍କକୁ ସକ୍ରିୟ କରାଏ

ମା ଙ୍କ ସ୍ଵର ଶୁଣିବା ପରେ ଶିଶୁଙ୍କ ମସ୍ତିସ୍କର ଏକ ବଡ ଭାଗ ସକ୍ରିୟ ହୋଇଥାଏ

ଉପକ୍ରମ

ମା ଙ୍କ ସ୍ଵର ଶୁଣିବା ପରେ ଶିଶୁଙ୍କ ମସ୍ତିସ୍କର ଏକ ବଡ ଭାଗ ସକ୍ରିୟ ହୋଇଥାଏ । ଅନ୍ୟ ସ୍ଵରଗୁଡିକ ଅପେକ୍ଷା ପିଲାଙ୍କ ନିଜ ମା’ ଙ୍କ ସ୍ଵର ଅଧିକ କ୍ରିଯାଶୀଳ କରାଇଥାଏ । ମସ୍ତିସ୍କର ଏହି ପ୍ରତିକ୍ରିୟା ଶିଶୁର ସାମାଜିକ ଯୋଗାଯୋଗ ଦକ୍ଷତା ସମ୍ପର୍କରେ ପୂର୍ବାନୁମାନ କରେ ବୋଲି ଜଣେ ଭାରତୀୟ ଗବେଷକଙ୍କ ନେତୃତ୍ଵରେ ହୋଇଥିବା ଏକ ସଦ୍ୟ ଅଧ୍ୟୟନରୁ ଜଣାପଡିଛି । ମା’ ଙ୍କ  ସ୍ଵର ଶୁଣିବା ପରେ ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ମସ୍ତିସ୍କର କେତେକ ଭାଗ ଶ୍ରବଣ ସମ୍ପର୍କିତ ଦକ୍ଷତାକୁ ବୃଦ୍ଧି କରାଇଥାଏ । ଭାବ ପ୍ରବଣତା ସାମାଜିକ କାର୍ଯ୍ୟାବଳି ଓ ମୁହଁ ଚିହ୍ନଟ କରିବା ଭଳି ସାମର୍ଥ୍ୟ ସୃଷ୍ଟି କରିଥାଏ ।

ବୈଜ୍ଞାନିକଙ୍କ ମତ

ମାଙ୍କ ସ୍ଵର ଶୁଣିବା ଦ୍ଵାରା ସାମାଜିକ, ଭାଷାଗତ ଓ ଭାବା ବେଗର ପ୍ରକ୍ରିୟା ଶିଖିହୁଏ ବୋଲି ଆମେରିକାସ୍ଥିତ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଦାନିଏଲ୍ ଆବ୍ରାମସ୍ କହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି  ମସ୍ତିସ୍କ କିଭଳି ଭାବେ ସ୍ଵର ଉତ୍ସରୁ ଏଗୁଡ଼ିକୁ ସଂଗଠିତ ସେ ସମ୍ପର୍କରେ ବୈଞାନିକମାନଙ୍କୁ ବହୁ କମ୍ ଜଣାଅଛି । ଅନେକ ଦଶନ୍ଧି ଧରି ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ଶିଶୁମାନେ ସେମାନଙ୍କ ନିଜ ମା’ ଙ୍କ ସ୍ଵର ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି । ଏହା ପଛରେ ଥିବା କାରଣ ପରିଭାଷିତ ହୋଇ ନାହିଁ ବୋଲି ଗବେଷକ ଦଳର ନେତୃତ୍ଵ ନେଇଥିବା ବିନୋଦ ମେନନ୍ କହିଛନ୍ତି ।

ଆଧାର

ଦୈନିକ ଧରିତ୍ରୀ

3.2
Rajesh Kumar Das May 20, 2016 02:53 PM

ବହୁତ ଜରୁରୀ ବାର୍ତ୍ତା ମା ମାନଙ୍କ ପାଇଁ । ଶିଶୁଙ୍କ ଯତ୍ନ ମା ହାତରେ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top