ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ମିଶନ ଇନ୍ଦ୍ରଧନୁଷ
ସେଆର କରନ୍ତୁ

ମିଶନ ଇନ୍ଦ୍ରଧନୁଷ

ସାତଟି ମୁଖ୍ୟ ରଙ୍ଗପରି ପିଲାମାନଙ୍କ ଠାରେ ବେଶୀ ଦେଖାଯାଉଥିବା ଭୁତାଣୁ ଜନିତ ରୋଗ ହେଉଛି ଡିପଥେରିଆ, ପୋଲିଓ, ଟିବି, ହୁପିଂ କାଶ, ଟିଟାନସ, ହେପାଟାଇଟିସ -ବି ଏବଂ ମିଳିମିଳା । ଏଠାରେ ଟିକ ବିଷୟରେ ସୁଚୋନ ଦିଆଯାଇଛି

ଉପକ୍ରମ

ସାତଟି ଟିକା ଦ୍ଵାରା ନିବାରଣୀୟ ଶିଶୁରୋଗ ଡିପଥେରିଆ, ପୋଲିଓ, ଟିବି, ହୁପିଂ କାଶ, ଟିଟାନସ, ହେପାଟାଇଟିସ -ବି ଏବଂ ମିଳିମିଳାରୁ ସମସ୍ତ ପିଲାଙ୍କୁ ରକ୍ଷା କରିବା ପାଇଁ ଏକ ସମ୍ପୁର୍ଣ୍ଣ ଟିକାକରଣ ଅଭିଯାନ । କେନ୍ଦ୍ର ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏବଂ ମଦନ ମୋହନ ମାଲବ୍ୟଙ୍କ ଜନ୍ମ ବାର୍ଷିକୀ ଅବସରରେ (ସୁଶାସନ ଦିବସ) ୨୦୧୪ମସିହା ୨୫ ଡିସେମ୍ବରରେ ଜଗତ ପ୍ରକାଶ ନଡ୍‌ଡାଙ୍କ ଦ୍ଵାରା ଉଦ୍‌ଘାଟନ ଏବଂ ନୂଆଦିଲ୍ଲୀଠାରେ ୨୩ ମାର୍ଚ୍ଚ ୨୦୧୫ରେ ଶୁଭାରମ୍ଭ ହୋଇଥିବା ଏକ ପ୍ରଚାର ପ୍ରସାର ଅଭିଯାନ

ସାତଟି ମୁଖ୍ୟ ରଙ୍ଗପରି ପିଲାମାନଙ୍କ ଠାରେ ବେଶୀ ଦେଖାଯାଉଥିବା ଭୁତାଣୁ ଜନିତ ରୋଗ ହେଉଛି ଡିପଥେରିଆ, ପୋଲିଓ, ଟିବି, ହୁପିଂ କାଶ, ଟିଟାନସ, ହେପାଟାଇଟିସ -ବି ଏବଂ ମିଳିମିଳା ।

ପରିସଂଖ୍ୟାନ ଏବଂ ଲକ୍ଷ୍ୟ

୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ଟିକାକରଣ ୬୧% ରୁ ୬୫% କୁ ବୃଦ୍ଧି ପାଇଛି ଯାହା ପ୍ରତିବର୍ଷ ୧ ପ୍ରତିଶତ ସୂଚାଉଛି । ଏହାକୁ ବାର୍ଷିକ ୫% ପର୍ଯ୍ୟନ୍ତ ବୃଦ୍ଧି କରି ୨୦୨୦ ସୁଦ୍ଧା ସମସ୍ତ ଶିଶୁଙ୍କୁ ଟିକା ଦେଇ, ଟିକାକରଣକୁ ଗତିଶୀଳ କରିବା ପାଇଁ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକାରୀ କରାଯାଉଛି । ଉତ୍ତରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ପରି ୪ଟି ରାଜ୍ୟରେ ୮୨ଟି ଟିକାକରଣ ହୋଇନଥିବା ଏବଂ ଆଂଶିକ ଟିକାକରଣ ହୋଇଥିବା ଜିଲ୍ଲା କୁ ମୂଖ୍ୟ ଧ୍ୟାନ ଦିଆଯାଉଛି । ପୋଲିଓ ଅଭିଯାନ ସଫଳତା ମାର୍ଗରେ ଏହି ଅଭିଯାନକୁ ଆଗେଇନେଇ ସଫଳ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦୧ଟି ଜିଲ୍ଲା ଅନ୍ତର୍ଭୁକ୍ତ ହେବ ଏବଂ ୨୦୧୫ ମସିହାରେ ୨୯୭ ଟି ଜିଲ୍ଲାକୁ ଦ୍ଵିତୀୟ ପର୍ଯ୍ୟାୟରେ ଲକ୍ଷ୍ୟଭୁକ୍ତ କରାଯିବ । ମନ୍ତ୍ରଣାଳୟ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO), ୟୁନିସେଫ (UNICEF), ରୋଟାରୀ ଇଣ୍ଟରନାସନାଲ ଏବଂ ଅନ୍ୟ ଦାନପାଉଥିବା ଅନ୍ୟ ସହଯୋଗୀଙ୍କ ତରଫରୁ ବୈଷୟିକ ସହାୟତା ପାଇବ ।

ଓଡ଼ିଶାରେ ମିଶନ ଇନ୍ଦ୍ରଧନୁଷ ଯୋଜନା

ଦୁର୍ଗମ ବା ଅପହଞ୍ଚ ଅଞ୍ଚଳରେ ଆଦୌ ଟୀକା ନେଇନଥିବା ପିଲାଙ୍କୁ ଚିହ୍ନଟ କରି ସ୍ଵାସ୍ଥ୍ୟ ବିଭାଗ ଟୀକା ଦେବ । ଏଥିପାଇଁ ଆସନ୍ତା ଏପ୍ରିଲ ୭ରୁ ' ମିଶନ ଇନ୍ଦ୍ରଧନୁଷ' ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବୌଦ୍ଧ, ଗଜପତି, ଗଞ୍ଜାମ, ନବରଙ୍ଗପୁର, ଖୋର୍ଧା, କୋରାପୁଟ, ମାଲକାନାଗିରି, ନୁଆପଡ଼ା, ରାୟଗଡ଼ା, କନ୍ଧମାଳ ଭଳି ୧୦ଟି ଜିଲ୍ଲାର ଏଥିଲାଗି ଚିହ୍ନଟ ହୋଇଛି । ଟିକାକରଣ ମାଧ୍ୟମରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସେମାନଙ୍କୁ ସୁସ୍ଥସବଳ କରିବା ଲାଗି ଏଭଳି ଅଭିଯାନ ଆବଶ୍ୟକତା ରହିଛି । ଏଥିନିମନ୍ତେ ପ୍ରତି ଜିଲ୍ଲା ପାଇଁ ଜଣେ ଲେଖାଏଁ ନୋଡଲ ଅଫିସରଙ୍କୁ ଦାୟିତ୍ଵ ଦିଆଯିବ ଯେଉଁସବୁ ଅଞ୍ଚଳରେ ମିଳିମିଳା ଆଦି ବିଭିନ୍ନ ପ୍ରକାର ରୋଗରେ ଶିଶୁମାନେ ବହୁଳ ଭାବେ ଆକ୍ରାନ୍ତ ହୋଇଥିବେ, ଏଏନଏମ ୩ମାସରୁ ଅଧିକ ସମୟ ଛୁଟିରେ ଥିବେ କିମ୍ବା ଏହି ପଦବୀ ଖାଲି ରହିଥିବ, ଲଗାତାର ତିନିଥର ସେ ଅଞ୍ଚଳରେ ଟୀକାକରଣ କରାଯାଇନଥିବ ବା ଟୀକାକରଣ ହାର କମ୍ ରହିଥିବ, ସେସବୁ ସ୍ଥାନକୁ ଚିହ୍ନଟ କରି ସ୍ଵାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ଟୀକାକରଣ କରିବ । ଦୁଇବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।

ପୋଲିଓ ଟିକା

ପୋଲିଓ ଟିକା ପୋଲିଓମାୟେଲାଇଟିସ (ପୋଲିଓ) ରୋଗ ପ୍ରତିରୋଧ ନିମନ୍ତେ ଉଦ୍ଦିଷ୍ଟ । ଏହାର ଏକ ପ୍ରକାର ଟିକା ନିଷ୍କ୍ରିୟ ପୋଲିଓ ଭୁତାଣୁ ବ୍ୟବ‌ହାର କରେ ଓ ଇଞ୍ଜେକସନ ଆକାରରେ ଦିଆଯାଏ , ଅନ୍ୟଟି ଦୁର୍ବଳ ଭୁତାଣୁ ବ୍ୟବ‌ହାର କରେ ଓ ପାଟିରେ ଖାଇବାକୁ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ପିଲାଙ୍କୁ ଏହି ଟିକା ଦେବାକୁ ସୁପାରିସ କରେ । ପୃଥିବୀର ଅଧିକାଂଶ ସ୍ଥାନରୁ ଏହି ଦୁଇ ପ୍ରକାର ଟିକା ପୋଲିଓ ରୋଗ ନିର୍ମୂଳ କରିଦେଇଛି, ଓ ରୋଗୀ ସଂଖ୍ୟା ପ୍ରତି ବର୍ଷ କମିଯାଇ ସନ ୧୯୮୮ରେ ହୋଇଥିବା ୩୫୦,୦୦୦ରୁ କମିଯାଇ ସନ ୨୦୧୪ରେ ୩୫୯ ହୋଇଛି ।

ନିଷ୍କ୍ରିୟ ଟିକା ଅତ୍ୟନ୍ତ ନିରାପଦ । ଇଞ୍ଜେକସନ୍ ଦେବା ସ୍ଥାନ ସାମାନ୍ୟ ଲାଲ ଦେଖାଯାଏ ଓ କଷ୍ଟ ଅନୁଭବ ହୁଏ । ମୁଖ ପୋଲିଓ ଟିକା ନେଇ ଏକ ନିୟୁତ ଡୋଜରେ ୩ ଜଣକୁ ପାରାଲିଟିକ ପୋଲିଓମାୟେଲାଇଟିସ ହୁଏ । ଗର୍ଭାବସ୍ଥାରେ ଓ ସୁସ୍ଥ ଏଚ‌ଆଇଭି/ଏଆଇଡିଏସ ଲୋକଙ୍କ ନିମନ୍ତେ ମଧ୍ୟ ଦୁଇଟିଯାକ ଟିକା ସାଧାରଣତଃ ନିରାପଦ ।

ପ୍ରଥମ ପୋଲିଓ ଟିକା ନିଷ୍କ୍ରିୟ ଥିଲା । ଏହା ସନ ୧୯୫୫ରେ ଜୋନାସ୍ ସଲ୍‌କ୍ ପ୍ରସ୍ତୁତ କରିଥିଲେ ଓ ୧୯୫୫ରେ ବ୍ୟବ‌ହୃତ ହେଲା । ପାଟି ପୋଲିଓ ଟିକା ଆଲ୍‌ବର୍ଟ ସାବିନ ପ୍ରସ୍ତୁତ କରିଥିଲେ ଓ ବ୍ୟବସାୟିକ ଭିତ୍ତିରେ ପ୍ରଥମେ ସନ ୧୯୬୧ରେ ବ୍ୟବ‌ହୃତ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ୦.୨୫ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ନିଷ୍କ୍ରିୟ ଟିକାର ମୂଲ୍ୟ ୨୫ ରୁ ୫୦ ଡଲାର ।

ଟିଟାନସ୍ ଟିକା

ଟିଟାନସ୍ ଟିକା ବା ଟିଟାନସ୍ ଭାକ୍‌ସିସନ ବା ଟିଟାନସ୍ ଟକ୍‌ସଏଡ (TT) ଏକ ପ୍ରକାର ଟିକା ଯାହା ଟିଟାନସ୍ ରୋଗର ପ୍ରତିଷେଧ ନିମନ୍ତେ ଦିଆଯାଏ । ଶିଶୁ ଅବସ୍ଥରେ ୫ ମାତ୍ରା ବା ଡୋଜ ଦିଆଯାଏ ଓ ତାପରେ ପ୍ରତି ଦଶ ବର୍ଷରେ ଥରେ ଦିଆଯାଏ । ତିନି ଡୋଜ ପରେ ପ୍ରାୟ ସମସ୍ତେ ଇମ୍ମ୍ୟୁନ ହୋଇଯାଆନ୍ତି । ନିୟମିତ ଟିକା ନେଉ ନଥିଲେ ଖଣ୍ଡିଆ/ଆଘାତ ହେବାର ୪୮ ଘଣ୍ଟା ମଧ୍ୟରେ ଅଧିକ ଏକ ଡୋଜ ଟିକା ଦିଆଯାଏ । ସମ୍ପୁର୍ଣ୍ଣ ଇମ୍ମ୍ୟୁନାଇଜେସନ ନ ହୋଇଥିଲେ ସଙ୍କଟାପନ୍ନ କେଶରେ ଟିଟାନସ୍ ଆଣ୍ଟିଟକ୍‌ସିନ ଦିଆଯାଏ । ଗର୍ଭିଣୀ ମହିଳାଙ୍କର ଟିକା ନେବା ନିଶ୍ଚିତ କରିବା କଥା, ନ ହୋଇଥିଲେ ଟିକା ନେଲେ ନିଓନାଟାଲ ଟିଟାନସ୍ ପ୍ରତିରୋଧ ହୁଏ ।

ଗର୍ଭାବସ୍ଥାରେ ବା ଏଚଆଇଭି/ଏଡ୍‌ସ୍ ଥିଲେ ମଧ୍ୟ ଏହି ଟିକା ସମ୍ପୁର୍ଣ୍ଣ ନିରାପଦ । ଟିକା ନେବା ପରେ ୨୫ ରୁ ୮୫ % ଲୋକଙ୍କର ଇଞ୍ଜେକସନ ନେବା ସ୍ଥାନରେ ଲାଲ ପଡ଼ିଯାଏ ଓ କଷ୍ଟ ହୁଏ । ଜ୍ୱର, ଥକ୍କା ଲାଗିବା, ସାମାନ୍ୟ ପେଶୀ ଯନ୍ତ୍ରଣା ୧ % ଲୋକଙ୍କର ହୁଏ । ଅତ୍ୟଧିକ ଆଲର୍ଜି ପ୍ରତିକ୍ରିୟା ହୁଏ ଲକ୍ଷେରେ ଜଣକୁ । କେତେଗୁଡ଼ିଏ ମିଶ୍ରିତ ଟିକା ମିଳେ: ଡିଟିଏପି ଓ ଟିଡିଏପି (DTaP and Tdap) ଯେଉଁଥିରେ ଡିଫଥେରିଆ, ଟିଟାନସ୍, ଓ ପର୍ଟୁସିସ୍ ଟିକା; ଡିଟ ଓ ଟିଡି ଯେଉଁଥିରେ ଡିଫଥେରିଆ ଓ ଟିଟାନସ୍ ଟିକା ଦିଆଯାଏ । ଡିଟିଏପି ଓ ଡିଟି ଟିକା ୭ ବର୍ଷ ବୟସରୁ କମ ପିଲାଙ୍କୁ ଦିଆଯାଏ ଓ ଟିଡିଏପି ଓ ଟିଡି ୭ ବା ତଦୁର୍ଦ୍ଧ୍ୱ ବୟସରେ ଦିଆଯାଏ । ଇଂରାଜୀରେ ଛୋଟ ଡି(d) ଓ ଛୋଟ ପି(p) ଅଳ୍ପ ଶକ୍ତିର ଡିଫଥେରିଆ ଓ ପର୍ଟୁସିସ୍ ଟିକାକୁ ବୁଝାର ।

ଟିଟାନସ୍ ଟିକା ସନ ୧୯୨୭ରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଆମେରିକାରେ ସନ ୧୯୪୦ରେ ଉପଲବ୍‌ଧ ହେଲା । ଏହି ଟିକା ଦେବା ଫଳରେ ଟିଟାନସ୍ ରୋଗ ୯୫ % କମିଗଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୦.୧୭ ରୁ ୦.୬୫ ଆମେରିକିୟ ଡଲାର ଥିଲା । ଆମେରିକାର ଏହାର ମୂଲ୍ୟ ୨୫ ରୁ ୫୦ ଡଲାର ।

ମିଳିମିଳା

ମିଳିମିଳା, ଏକ ଅତୀବ ସଂକ୍ରାମକ ରୋଗ ଯାହା ମିଳିମିଳା ଭୁତାଣୁଦ୍ୱାରା ହୁଏ । ପ୍ରାରମ୍ଭିକ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର (ଅଧିକାଂଶ ସମୟରେ ୪୦୦ସେ.ରୁ ଅଧିକ), କାଶ, ନାକରୁ ପାଣି ବୋହିବା ଓ ଆଖି ଲାଲ ଦେଖାଯାଏ ।ଏହି ଲକ୍ଷଣ ସମୂହ ଆରମ୍ଭ ହେବାର ୨ ଦିନ ପରେ ପାଟିର ଭିତର ପାଖରେ ଧଳା ଦାଗ ଦେଖାଯାଏ ଯାହାକୁ କପଲିକ ଦାଗ/Koplik's spots କୁହାଯାଏ । ସାଧାରଣତଃ ଗୋଟିଏ ଚେପଟା ଲାଲ ଦାଗ (ରାସ) ମୁହଁରେ ଆରମ୍ଭ ହୁଏ ଓ ୩ ରୁ ୫ ଦିନ ମଧ୍ୟରେ ସାରା ଦେହକୁ ମାଡ଼ିଯାଏ ।ଗୋଟିଏ ରୋଗୀ ସଂସ୍ପର୍ଶରେ ଆସିବାର ୧୦ ରୁ ୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ ରୁ ୧୦ ପର୍ଯ୍ୟନ୍ତ ରହେ । ପ୍ରାୟ ୩୦ % କେଶ ଜଟିଳ ହୁଏ ଓ ତରଳ ଝାଡ଼ା, ଅନ୍ଧତ୍ୱ, ମସ୍ତିଷ୍କ ପ୍ରଦାହ ଓ ନିମୋନିଆ ଆଦି ହୁଏ । ରୁବେଲା ବା ଜର୍ମାନ ମିଳିମିଳା ଓ ରୋଜିଓଲା ଦୁଇଟି ଭିନ୍ନ ରୋଗ ।

ମିଳିମିଳା ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ବ୍ୟାପେ । ଲାଳ ଓ ନାକରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଧ୍ୟ ବ୍ୟାପେ । ଏହି ରୋଗ ପ୍ରତି ଇମ୍ମ୍ୟୁନିଟି ନ ଥିବା ପ୍ରତି ୧୦ ଜଣରେ ୯ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ରାସ ବା ଚର୍ମ ଲକ୍ଷଣ ପ୍ରକାଶ ପାଇବାର ୪ ଦିନ ପୂର୍ବରୁ ଓ ୪ ଦିନ ପର ପର୍ଯ୍ୟନ୍ତ ରୋଗୀ ସଂକ୍ରମଣକ୍ଷମ ରହେ । ଲୋକମାନେ ସାଧାରଣତଃ ଥରେ ଏହି ରୋଗ ଭୋଗନ୍ତି । ଜନ ସ୍ୱାସ୍ଥ୍ୟ ପ୍ରଚେଷ୍ଟାରେ କୌଣସି ରୋଗୀକୁ ମିଳିମିଳା ସନ୍ଦେହ କଲେ ତାହାର ଭୁତାଣୁ ପରୀକ୍ଷା କରାଯାଏ ।

ମିଳିମିଳା ପ୍ରତିଷେଧ ନିମନ୍ତେ ମିଳିମିଳା ଟିକା ଅତି ଫଳପ୍ରଦ । ଟିକାକରଣଦ୍ୱାରା ସନ ୨୦୦୦ ରୁ ୨୦୧୩ ମଧ୍ୟରେ ମିଳିମିଳା ଜନିତ ମୃତ୍ୟୁ ହାର ୭୫ % କମିଛି ଓ ସାରା ପୃଥିବୀରେ ୮୫ % ପିଲାଙ୍କୁ ଟିକା ଦିଆହୋଇଛି । ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ସାହାଯ୍ୟକାରୀ ଯତ୍ନ କଲେ ଫଳାଫଳ ଉନ୍ନତ ହୁଏ । ପାଟି ଜଳ‌ଯୋଜନ ନିମନ୍ତେ ସାମାନ୍ୟ ମିଠା ଓ ଲୁଣିଆ ତରଳ ପଦାର୍ଥ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦିଆଯାଏ, ଜ୍ୱର ନିୟନ୍ତ୍ରଣ ନିମନ୍ତେ ଔଷଧ ଦିଆଯାଏ । ନିମୋନିଆ ଭଳି ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଇପାରେ । ବିକାଶଶୀଳ ଦେଶରେ ଭିଟାମିନ ଏ ଦିଆଯାଏ ।

ଏହି ରୋଗ ବାର୍ଷିକ ୨୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ, ଅଧିକ ଭାବେ ଆଫ୍ରିକା ଓ ଏସିଆ ମହାଦେଶରେ । ଟିକା ପ୍ରତିଷେଧକ ଥିବା ରୋଗ ଭିତରେ ସର୍ବାଧିକ ମୃତ୍ୟୁ ଏହି ରୋଗ ଯୋଗୁ ହୁଏ । ସନ ୧୯୯୦ରେ ୫୪୫,୦୦୦ ମୃତ୍ୟୁ ଏହି ରୋଗ ଯୋଗୁ ହୋଇଥିବା ବେଳେ ସନ ୨୦୧୩ରେ ୮୬,୦୦୦ ମୃତ୍ୟୁ ହୋଇଥିଲା । ସନ ୧୯୮୦ ରେ ବାର୍ଷିକ ୨.୬ ନିୟୁତ ମୃତ୍ୟୁ ହେଉଥିଲା । ଅଧିକାଂଶ ସଂକ୍ରମିତ ଓ ମୃତ ରୋଗୀ ୫ ବର୍ଷ ବୟସରୁ କମ । ସଂକ୍ରମିତ ଲୋକଙ୍କ ମଧ୍ୟରୁ ୦.୨ % ଲୋକଙ୍କ ମୃତ୍ୟ ସଙ୍କଟ ଥାଏ, କିନ୍ତୁ କୁପୋଷଣ ଥିଲେ ୧୦ % ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ । ଅନ୍ୟ ପଶୁମାନଙ୍କୁ ଏହି ରୋଗ ହେବା ବିଶ୍ୱାସ କରାଯାଏ ନାହିଁ ।

ଉତ୍ସ : "Polio vaccines: WHO position paper, January 2014."
"Tetanus vaccine: WHO position paper"

3.8
Afreen Zafar Apr 11, 2016 04:37 PM

ଟୀକା ନ ନେଇ ରହିଯାଇ ଥିବା ଶିଶୁଙ୍କୁ ପାଇଁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଏକ ସଫଳ ଯୋଜନା ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top