ସେଆର କରନ୍ତୁ

ରକ୍ତହୀନତା

ପୋଷଣ ହେତୁ ବା ଖାଦ୍ୟସାର ଅଭାବରୁ ହେଉଥିବା ରକ୍ତହୀନତା ଏକ ସାଧାରଣକଥା । ସମ୍ବନ୍ଧୀୟ ସୂଚନା ।

ଖାଦ୍ୟସାର ଅଭାବରୁ ହେଉଥିବା ରକ୍ତହୀନତା

ପୋଷଣ ହେତୁ ବା ଖାଦ୍ୟସାର ଅଭାବରୁ ହେଉଥିବା ରକ୍ତହୀନତା ଏକ ସାଧାରଣକଥା । ରକ୍ତରେ ଥିବା ହିମୋଗ୍ଲୋବିନ୍ର  ପରିମାଣ ଆବଶ୍ୟକତାରୁ କମ୍ ରହିଲେ ରକ୍ତହୀନତା ଦେଖାଦିଏ । ତେବେ ମୁଖ୍ୟତଃ ରକ୍ତରେ ଲୌହସାର ଅଭାବ ଏବଂ ଗୌଣତଃ  ଫୋଲେଟ୍ କିମ୍ବା ଭିଟାମିନ୍ ବି-୧୨ର ଅଭାବ ରକ୍ତରେ ହିମୋଗ୍ଲୋବିନ୍ର ପରିମାଣକୁ କମାଇ ରକ୍ତହୀନତା ସୃଷ୍ଟି କରିଥାଏ।

ଆମ ଦେଶରେ ଏହା ଏକ ବଡ ସମସ୍ୟା । ଅଧିକାଂଶ ଭାବେ ମହିଳା ଏବଂ ଶିଶୁ ଏହି ରୋଗରେ ପଡ଼ିଥାନ୍ତି ।

କାରଣ

  • କ୍ରମାଗତ ରକ୍ତସ୍ରାବ ହେତୁ ଶରୀରରେ ଲୌହଅଂଶର ପରିମାଣ କମିଯାଏ । ଉଦାହରଣ ସ୍ୱରୂପ: ଋତୁସ୍ରାବ, କ୍ଷତ ବା ଘା’, ଅଧିକ ପରିମାଣରେ କିମ୍ବା ଦୀର୍ଘଦିନ ଧରି ଆସ୍ପିରିନ୍ ଜାତୀୟ ଔଷଧ ଖାଇ ପାକସ୍ଥଳୀରେ ଘା’ ହେବା ଏବଂ ରକ୍ତ ହୀନତା ଏବଂ ରକ୍ତସ୍ରାବ ଜନିତ ବିଭିନ୍ନ ରୋଗ ।
  • ଖାଉଥିବା ଖାଦ୍ୟରେ ଯଥେଷ୍ଟ ପରିମାଣରେ ଲୌହସାର ନ ରହିବା ( ପୂର୍ବରୁ ଲୌହସାରଯୁକ୍ତ ଖାଦ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ।) ଆମେ ଖାଉଥିବା ଖାଦ୍ୟରେ ସେହି ସବୁ ଖାଦ୍ୟର ଉପାଦାନ ନଥିଲେ ରକ୍ତହୀନତା ଦେଖାଦିଏ ।
  • ଖାଦ୍ୟରେ ଥିବା ଲୌହସାର ଶରୀରକୁ ଯାଇ ନପାରିବା ହେତୁ ମଧ୍ୟ ରକ୍ତହୀନତା ଦେଖାଦିଏ । ଆମ ଶରୀରର କ୍ଷୁଦ୍ରାନ୍ତ୍ରରୁ ଖାଦ୍ୟରେ ଥିବା ଲୌହସାର ଶରୀର ମଧ୍ୟକୁ ଯାଇଥାଏ । କ୍ଷୁଦ୍ରାନ୍ତ୍ରରେ  କୌଣସି ତ୍ରୁଟି ବା  ରୋଗ ହେତୁ ଲୌହସାର ଶରୀରକୁ ଯାଇ ପାରିନଥାଏ ।
  • ଶରୀରରେ କୃମି ସଂକ୍ରମଣ ହେତୁ ମଧ୍ୟ ଏହି ରୋଗ ଦେଖାଦିଏ । ବିଶେଷକରି ଅଙ୍କୁଶ କୃମି ବା ହୁକ୍ ୱର୍ମ୍ ।

ପ୍ରତିକାର ବ୍ୟବସ୍ଥା

  • ଗର୍ଭବତୀ ମହିଳା, ପ୍ରସୂତୀ ମହିଳା ଏବଂ ପିଲାମାନଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ବଟିକା ଖାଇବା ପାଇଁ ପ୍ରୋତ୍ସାହନ ଦେବା। ଏହା ଭାରତ ତଥା ଓଡିଶା ସରକାରଙ୍କ ଏକ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ।
  • ଅଧିକ ପରିମାଣର ଲୌହସାର ବିଶିଷ୍ଟ ଖାଦ୍ୟ ଖାଇବା ।
  • ଭିଟାମିନ୍ ‘ବି’ ଏବଂ ଭିଟାମିନ୍ ‘ସି’ ଥିବା ଖାଦ୍ୟ ଖାଇବା (ଭିଟାମିନ୍ ‘ସି’ ଖାଦ୍ୟର ଲୌହ ଅଂଶକୁ ଶରୀରକୁ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । )
  • କୃମି ସଂକ୍ରମଣର ଚିକିତ୍ସା ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଏ ସଂକ୍ରାନ୍ତୀୟ ଉପଦେଶ ଗ୍ରହଣ କରିବା ।
  • ଗଣଶିକ୍ଷା ଦେବା  ।
  • ଆମେ ଖାଉଥିବା ସାଧାରଣ ଖାଦ୍ୟ ଉପାଦାନରେ ଯଥା : ଲୁଣରେ ବିଜ୍ଞାନସମ୍ମତ ଭାବେ ଲୌହଅଂଶ ମିଶାଇ (ଆଇରନ୍ଫରଟ୍ଫିକସନ୍) ତାହାକୁ ଖାଦ୍ୟରେ ବ୍ୟବହାର କରିବା ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top