অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରକ୍ତହୀନତା (ଆନିମିୟା)

ରକ୍ତ କ'ଣ ?

ରକ୍ତ, ଶରୀରରେ ଥିବା ପ୍ଲାଜମା ଏବଂ କନିକାରୁ ପ୍ରସ୍ତୁତ ହୋଇଥାଏ । କଣିକା ମୁଖ୍ୟତଃ ଦୁଇ ପ୍ରକାରର ଅଟେ : ଲୋହିତ ରକ୍ତକାଣିକ(RBC) ଏବଂ ଶ୍ଵେତ ରକ୍ତକାଣିକ(WBC) ।

ଲୋହିତ ରକ୍ତ କାଣିକରେ ହିମୋଗ୍ଲୋବିନ  ନାମକ ଏକ ପଦାର୍ଥ ଥାଏ, ଯିଏ କି ମୁଖ୍ୟତଃ ଲୌହସାର ଏବଂ ପ୍ରୋଟିନ୍ (ପୁଷ୍ଟିକର) ରେ ତିଆରି ହୋଇଥାଏ । ହିମୋଗ୍ଲୋବିନ  ରକ୍ତକୁ ଲାଲିମା ଦେଇଥାଏ ଏବଂ ଅନେକ ମହାତ୍ତ୍ୟପୂର୍ଣ୍ଣ  କାର୍ଯ୍ୟ କରିଥାଏ । ଏହା ଶରୀରର ସମସ୍ତ କୋଷିକାକୁ ଅମ୍ଳଜାନ ପହଞ୍ଚାଇଥାଏ, ଫଳରେ ଶରୀର ଫୁର୍ତ୍ତି ଓ ସତେଜ ରହେ । ଶରୀରରେ ହିମୋଗ୍ଲୋବିନ ପ୍ରସ୍ତୁତିରେ ବାଧା ଉପୁଜିଲେ ରକ୍ତହୀନତା ରୋଗ ଆରମ୍ଭ ହୋଇଥାଏ ।

ରକ୍ତରେ ଥିବା ଲୌହସାର (ଆଇରନ୍) ସାଧାରଣତଃ ରକ୍ତକୁ ଲାଲ ଓ ମଜବୁତ କରି ଶରୀରକୁ ନିରୋଗ, ସତେଜ ଏବଂ ଶକ୍ତିଶାଳୀ କରାଇଥାଏ । ଯଦି ତୁମର ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଆଇରନ୍ ନଥାଏ ତେବେ ରକ୍ତ ହଳଦିଆ ବା ଶେଥା ପଡିଯାଏ ଏବଂ ଶରୀରରେ ରକ୍ତର ପରିମାଣ କମିଯାଏ ।

ରକ୍ତହୀନତା (ଆନିମିଆ) ର ମୁଖ୍ୟ ଲକ୍ଷଣ

ଆଖି, ନଖ ଏବଂ ଜିଭର ଲାଲିମା କମିଯାଏ (ରଙ୍ଗ ହଳଦିଆ /ଶେଥା ପଡିଯାଏ )ଫଳରେ ତୁମେ ନିସ୍ତେଜ ଦେଖାଯାଏ ।

  • ଧଇଁ ସଇଁ ହେବା
  • ଛୋଟ ଛୋଟ କାମ ଯଥା: ଖେଳିବା, ଶିଡି ଚଢିବା ଇତ୍ୟାଦି କଲେ ଧଇଁ ସଇଁ ହୋଇଯିବା ।

  • ହାଲିଆ ଲାଗିବା
  • ହାଲିଆ ଲାଗିବା ଯୋଗୁଁ ତୁମେ ସାଙ୍ଗ ମାନଙ୍କ ସହିତ ଖେଳିପାରିବ ନାହିଁ ଏବଂ ଛୋଟ ଛୋଟ ଘରକାମ କରିବା ବେଳକୁ ତୁମକୁ ଶକ୍ତିହୀନ ଲାଗିବ ।

  • ଭୋକ କମ ଲାଗିବା
  • ଏହି ଅବସ୍ଥାରେ ଭୋକ କମ ଲାଗେ ଓ ତୁମକୁ ଅଳ୍ପ ଖାଦ୍ୟ ଖାଇବାକୁ ଇଛା ହୁଏ ।

  • ପାଠପଢାରେ ଧ୍ୟାନ ନ ରହିବା
  • ଶ୍ରେଣୀରେ ଓ ଘରେ ପାଠ ପଢାରେ ମନ ନ ଲାଗିବା ଦ୍ଵାରା ତୁମେ ପଢାଲେଖାରେ ଅନ୍ୟମାନଙ୍କ ଠାରୁ ପଛରେ ପଡିଯାଇପାର ।

  • ବାରମ୍ବାର ରୋଗରେ ପୀଡିତ ହେବା
  • ବାରମ୍ବାର ହେହ ଖରାପ ହେବା ଦ୍ଵାରା ତୁମେ ବିଦ୍ୟାଳୟରେ ପ୍ରାୟ ଅନୁପସ୍ଥିତ ରୁହ ।

ରକ୍ତହୀନତାର ଶିକାର

ପ୍ରାକ୍ ବିଦ୍ୟାଳୟକୁ ଯାଉଥିବା ଶିଶୁ, କିଶୋରୀ ବାଳିକା ଓ ଗର୍ଭବତୀ ମହିଳା ମାନଙ୍କର ଶାରୀରିକ ବିକାଶ ପାଇଁ ବହୁତ ପରିମାଣ ଲୌହସାର (ଆଇରନ୍) ର ଆବଶ୍ୟକତା ପଡିଥାଏ, ଯାହାକି ସେମାନଙ୍କୁ ସେମାନଙ୍କର ଦୈନିକ ଭୋଜନରୁ ଯଥେଷ୍ଟ ପରିମାଣରେ ମିଳେ ନାହିଁ । ଏଥିଯୋଗୁଁ ଏମାନେ ସମସ୍ତେ ବହୁତ ସହଜରେ ରକ୍ତହୀନତା ରୋଗରେ ଶିକାର ହୋଇଥାନ୍ତି ।

ରକ୍ତକୁ କିଏ ଶକ୍ତିଶାଳୀ କରାଏ ?

  • ତୁମର ରକ୍ତକୁ ଶକ୍ତିଶାଳୀ କରିବାରେ ଆଇରନ୍ ଓ ଫଲିକ୍ଏସିଡରେ ମୁଖ୍ୟ ଭୂମିକା ଅଛି ।
  • ଏପରି ଦେଖାଯାଏ ଯେ,ମହିଳାମାନଙ୍କର ଜୀବନ ଚକ୍ରରେ ପୌଷ୍ଟିକତାର ଆବଶ୍ୟକତା ସବୁବେଳେ ଥାଏ, କିନ୍ତୁ ଏବେ (କିଶୋରୀ ଅବସ୍ଥାରେ )ଶରୀରରେ ପୌଷ୍ଟିକତାରଆବଶ୍ୟକତା ବଢିଯାଏ ,କାରଣ ଏହି ଅବସ୍ଥାରେ ଶାରୀରିକ ବିକାଶର ଅଧିକ ଅଭିବୃଦ୍ଧି ଘଟିଥାଏ । ମାସିକ ଋତୁସ୍ରାବ ହେତୁ ମଧ୍ୟ ରକ୍ତହୀନତାର ସମ୍ଭାବନା ଥାଏ ।
  • ଏହିଆବଶ୍ୟକତା ପୂରଣ କରିବାକୁ ହେଲେ ଲୌହଜାତୀୟ ଓ ପୁଷ୍ଟିକର ଖାଦ୍ୟ ନିୟମିତ ରୂପେ ଅଧିକ ମାତ୍ରାରେ ଖାଇବାକୁ ହେବ ।

ଖାଦ୍ୟରେ ପରିବର୍ତ୍ତନ

ତୁମକୁ ଆଇରନ୍ ପାଇବା ପାଇଁ ନିଜର ଦୈନିକ ଖାଦ୍ୟରେ ନିମ୍ନଲିଖିତ ପରିବର୍ତ୍ତନ ଆଣିବାକୁ ହେବ ।

ଶାକାହାରୀ

ସବୁଜ ପନିପରିବା, କଣ୍ଟା ଲେଉଟିଆ,କୋଶଳା,ବଥୁଆ,ପୋଇ,ପାଳଙ୍ଗ ଶାଗ,ଧଳାଖଡା ଶାଗ,ନାଲିଖଡା ଶାଗ,ଶୁଖିଲା ମଟର ଖାଇବା ଉଚିତ । ଶାଗରେ ମଧ୍ୟ ଭିଟାମିନ -ଏ, ବି -୧୨,ଫଳିକ୍ ଏସିଡ୍ ଓ ଅନ୍ୟାନ୍ୟ ପୌଷ୍ଟିକତା ରହିଥାଏ । ଏହା ବ୍ୟତୀତ ବିଭିନ୍ନ ପ୍ରକାର ଡାଲି,ଶସ୍ୟ ଯଥା :- ଚାଉଳ, ଗହମ, ବାଜରା, ବାର୍ଲି, ଯଅ, ମକା, ମାଣ୍ଡିଆ, ସୋୟାବିନ୍, ବାଲିଭଜା ଚଣା, ଗୁଡ, ଖଜୁରୀ, ଚିନାବାଦାମ ଇତ୍ୟାଦି ଖାଇବା ଉଚିତ ।

ମାଂସାହାରୀ

ଛେଳିମାଂସ, ମାଛ, ଶୁଖୁଆ, କଲିଜା, ଅଣ୍ଡା, ଚିଙ୍ଗୁଡି ଇତ୍ୟାଦି ଖାଦ୍ୟ ଯଥା ସମ୍ଭବ ଖାଇବା ଆବଶ୍ୟକ ।

ଫଳ

  • ଭିଟାମିନ 'ସି' (ଖାଦ୍ୟପ୍ରାଣ -'ଗ') ପ୍ରଚୁର ପରିମାଣରେ ଥିବା ଫଳ ଯଥା:- ପିଜୁଳୀ,ମୌସମ୍ବୀ,କମଳା,ଅଁଳା, ଅମୃତଭଣ୍ଡା ତଥା ଲେମ୍ବୁର ରସ ଏକ ଚାମଚ ଲେଖାଏଁ ଖାଦ୍ୟ ସହିତ ଖାଇଲେ ଲୌହସାର (ଆଇରନ୍)ର ଅଭାବ ପୂରଣ କରିବା ସହିତ ଆମର ରକ୍ତକୁ ଶକ୍ତିଶାଳୀ କରାଏ ।
  • ଏହି ଖାଦ୍ୟ ପଦାର୍ଥ ବ୍ୟତୀତ,ଲୌହସାର ଯୁକ୍ତ ଅଟା ଏବଂ ସେଥିରୁ ତିଆରି ଖାଦ୍ୟ ପଦାର୍ଥ ଓ ଆୟୋଡିନ୍ ଲୁଣର ବ୍ୟବହାର କରିବା ଉଚିତ୍ ।
  • ଭିଟାମିନ 'ସି'(ଖାଦ୍ୟପ୍ରାଣ 'ଗ')ରେ ଭରପୁର ସଜନା ଛୁଇଁ,ଧଳାଖଡା,ନାଲିଖଡା,ଗଜାମୁଗ/ବୁଟ ଇତ୍ୟାଦି ପ୍ରତିଦିନ ଖାଇବା ଦରକାର ।

ଖାଦ୍ୟରେ ଲୌହସାର (ଆଇରନ୍) ବଢେଇବାର ଉପାୟ

  • ଡାଲି ଜାତୀୟ ଶସ୍ୟକୁ ଗଜା କରାଇଲେ ସେଥିରେ ଥିବା ତତ୍ତ୍ଵ ଶରୀରରେ ଆଇରନ୍ ପ୍ରସ୍ତୁତିରେ ବାଧା ଆଣୁଥିବା ପଦାର୍ଥକୁ କମାଇ ଦେବା ସହିତ ଭିଟାମିନ 'ସି'ର ମାତ୍ରାକୁ ବଢାଇଦିଏ ।
  • ଖାଦ୍ୟ ଖାଇବାର୧ଘଣ୍ଟା ପୂର୍ବରୁ ବା ପରେ ଚା',ପିଇବା ଅନୁଚିତ୍ । ଚା' ଆପଣଙ୍କର ଖାଦ୍ୟରୁ ମିଳୁଥିବା ଲୌହସାର (ଆଇରନ୍)ର ମାତ୍ରାକୁ କମାଇଦିଏ।

ଶରୀରରେ ଲୌହସାର (ଆଇରନ୍) ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଉପାୟ

  • ରକ୍ତହୀନତାରୁ ରକ୍ଷାପାଇବା ପାଇଁ ଏହା ଏକ ସରଳ ଉପାୟ ଅଟେ । ତୁମକୁ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ଆଇରନ୍ ବଟିକା ଏକ ବର୍ଷ ପର୍ଯ୍ୟନ୍ତ ଖାଇବାକୁ ହେବ । ଏହି ବଟିକା ତୁମ ଗ୍ରାମର ଅଙ୍ଗନୱାଡି କର୍ମୀ କିମ୍ବା ବିଦ୍ୟାଳୟରେ ଥିବା ଶିକ୍ଷୟତ୍ରୀ ଦେବେ । ତୁମକୁ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ବଟିକା ଖାଇବାକୁ ମିଳିବ ।
  • ପ୍ରତି ଆଇରନ୍ ବଟିକାରେ ୧୦୦ ମିଲିଗ୍ରାମ ଆଇରନ୍ (ଫେରସ୍ ସଲଫେଟ)ଓ ୦.୫ ମିଲିଗ୍ରାମ ଫଲିକ୍ ଏସିଡ୍ ଥାଏ ।
  • ସପ୍ତାହକୁ ଥରେ ଆଇରନ୍ ବଟିକା ଖାଇବା ଦ୍ଵାରା ଶରୀର ଉପରେ ପ୍ରାୟ କୌଣସି ପ୍ରଭାବ ପଡେ ନାହିଁ । ଏଥିପାଇଁ ମାନସିକ ସ୍ତରରେ ତୁମେ ତୁମର ଅଙ୍ଗନୱାଡି କର୍ମୀ/ ଶିକ୍ଷୟତ୍ରୀଙ୍କୁ ପୂର୍ଣ୍ଣ ସହଯୋଗ କରି ଦିଆଯାଇଥିବା ଆଇରନ୍ ବଟିକା ନିୟମିତ ଭାବେ ଖାଇବା ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ।
  • ଯଦି ତୁମେ ଉପରେ ଦିଆଯାଇଥିବା ନିର୍ଦ୍ଦେଶ ଗୁଡିକ ଠିକ୍ ରୂପେ ପାଳନ କର ତାହା ହେଲେ ନିଶ୍ଚିତ ଭାବରେ ସତେଜ ଦେଖାଯିବ ଓ ସୁସ୍ଥ ରହିବ । ତେବେ ଯାଇଁ ତୁମେ ଖେଳରେ ଭାଗ ନେଇପାରିବ, ଯେକୌଣସି କାର୍ଯ୍ୟରେ ତୁମର ଆଗ୍ରହ ଆସିବ, ମନ ଲଗାଇ ପାଠ ପଢିପାରିବ । ଅନ୍ୟମାନଙ୍କ ଭଳି ସବୁବେଳେ ଫୂର୍ତ୍ତି ଓ ସତେଜ ରହିବ ।

ରକ୍ତହୀନତାରୁ ରକ୍ଷା ପାଇବା ନିମନ୍ତେ କିଛି ଜରୁରୀ ଉପାୟ

  1. ଶରୀରରେ କୃମି ହେବାର ସମ୍ଭାବନା ବହୁତ ଥାଏ ଏବଂ ଏହି କାରଣରୁ ଶରୀରରେ ରକ୍ତ ପରିମାଣ କମିଯାଏ ଯାହାକି ରକ୍ତହୀନତାର ସ୍ଥିତିକୁ ବଢାଇଦିଏ । ରକ୍ତହୀନତା ଦୂର କରିବାପାଇଁ ଆଇରନ୍ ଯୁକ୍ତ ଖାଦ୍ୟ ଖାଇବା ସହିତ ଆମକୁ ନିୟମିତ ରୂପେ ଶରୀରର କୃମି ନଷ୍ଟ କରିବା ପାଇଁ କୃମି-ନାଶକ ଔଷଧ ବ୍ୟବହାର କରିବାକୁ ହେବ ।
  2. ପାଦର ତଳଭାଗ ଦେଇ କୃମି ଆମ ଶରୀରରେ ପ୍ରବେଶ କରେ । ସେଥିପାଇଁ ଯେତେଦୂର ସମ୍ଭବ କିଶୋରୀ ବାଳିକାମାନେ ପାଦରେ ଜୋତା ବ୍ୟବହାର କରିବା ଉଚିତ୍ । ଖାଲିପାଦରେ ଚାଲିବା ଅଭ୍ୟାସ ଛାଡିଦେବା ଦରକାର ।
  3. କେତେକ ସ୍ଥାନରେ ମ୍ୟାଲେରିଆ ରୋଗ ଦେଖିବାକୁ ମିଳେ । ମ୍ୟାଲେରିଆର ଜୀବାଣୁ ମଧ୍ୟ ରକ୍ତହୀନତା ରୋଗକୁ ବଢାଇବାରେ ସାହାଯ୍ୟ କରେ । ତେଣୁ ଏଭଳି କ୍ଷେତ୍ରରେ ରକ୍ତହୀନତା ରୋଗର ଚିକିତ୍ସା କରିବା ସମୟରେ ମ୍ୟାଲେରିଆ ରୋଗର  ଚିକିତ୍ସା ଏବଂ ଏହା ନହେବା ପାଇଁ ଧ୍ୟାନ ଦେବା ଆବଶ୍ୟକ ।
  4. ରକ୍ତହୀନତାରୁ ରକ୍ଷାପାଇବା ପାଇଁ ଆଇରନ୍ ବ୍ୟତୀତ ଅନ୍ୟ ସୂକ୍ଷ୍ମ ପୋଷକ –ତତ୍ତ୍ଵ ଯଥା:-ଫଲିକ୍ ଏସିଡ୍ ,ଭିଟାମିନ୍ ’ସି’,ଭିଟାମିନ୍ ’ବି-୧୨’, ଭିଟାମିନ୍ ‘ଏ’, ଜିଂକ୍ ଇତ୍ୟାଦି ମଧ୍ୟ ଶରୀରକୁ ବହୁତ ସାହାଯ୍ୟ କରିଥାଏ ।
  5. ରକ୍ତହୀନତାରୁ ରକ୍ଷାପାଇବା ଉପାୟ

    • ପ୍ରତିଦିନ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍ ।
    • ଋତୁ ଅନୁସାରେ ତଟକା ଫଳ ଓ ପନିପରିବା ସବୁଦିନ ଖାଇବା ଦରକାର ।
    • ଖାଇବା ସହ କିମ୍ବା ଖାଇବା ପରେ ଚା’ପିଇବା ଅନୁଚିତ୍ ।
    • ଖାଲି ପାଦରେ ଚାଲିବା ଅନୁଚିତ୍ ।
    • ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ଉଚିତ୍ ।
    • କୃମି-ନାଶକ ଔଷଧ ମଝିରେ ମଝିରେ ଖାଇବା ଉଚିତ୍ ।
    • ବାହାରେ ଖୋଲା ଯାଗାରେ ମଳତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା ଉଚିତ୍ ।

ଆଧାର - "ୟୁନିସେଫ"

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate