ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଶିକ୍ଷିତା ମା’ଙ୍କ ଶିଶୁ କମ୍ ମ୍ୟାଲେରିଆ ଆକ୍ରାନ୍ତ
ସେଆର କରନ୍ତୁ

ଶିକ୍ଷିତା ମା’ଙ୍କ ଶିଶୁ କମ୍ ମ୍ୟାଲେରିଆ ଆକ୍ରାନ୍ତ

ମାରାତ୍ମକ ମ୍ୟାଲେରିଆ ନିରାକରଣରେ ମାତୃ ଶିକ୍ଷା ଓ ସଚେତନତା ଫଳପ୍ରଦ ହୋଇପାରେ ।

ମାତୃ ଶିକ୍ଷା ଓ ସଚେତନତା

ମାରାତ୍ମକ ମ୍ୟାଲେରିଆ ନିରାକରଣରେ ମାତୃ ଶିକ୍ଷା ଓ ସଚେତନତା ଫଳପ୍ରଦ ହୋଇପାରେ । କାନାଡାସ୍ଥିତ ଆଲବେର୍ଟା ୟୁନିଭର୍ସିଟିର ଗବେଷକମାନେ ଦୁଇମାସରୁ ପାଞ୍ଚବର୍ଷ ବୟସ ମଧ୍ୟରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ୬୪୭ ଶିଶୁଙ୍କୁ ପରୀକ୍ଷା କରିଥଲେ । ସେମାନେ ପିଲାମାନଙ୍କ ମାତା କିମ୍ବା ଅଭିଭାବକଙ୍କୁ ମ୍ୟାଲେରିଆ ସମ୍ପର୍କତ ବିଭିନ୍ନ ପ୍ରଶ୍ନ ପଚାରିଥଲେ । ସେମାନଙ୍କ ସାମାଜିକ ସ୍ଥିତି, ମାତୃଶିକ୍ଷା, ଶୋଇବା ସମୟରେ ମଶାରି ବ୍ୟବହାର, ମ୍ୟାଲେରିଆ ଜନିତ ଜ୍ଵର ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଥଲା । ଗବେଷକମାନେ ଦେଖବାକୁ ପାଇଲେ ଯେ, ଯେଉଁ ଅଂଶଗ୍ରହଣକାରୀ ମାତା ଶିକ୍ଷିତା ସେମାନଙ୍କ ପିଲାମାନେ ମ୍ୟାଲେରିଆ ସଂକ୍ରମିତ ହେବା ଆଶଙ୍କା ଖୁବ୍ କମ୍ । ମ୍ୟାଲେରିଆ ନିରାକରଣରେ ଜଣେ ଶିକ୍ଷିତା ମାଆର ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ରହିଛି । ଏପରି କି ମା’ର ଭୂମିକା ମ୍ୟାଲେରିଆ ନିରୋଧା ଟିକାଦାନ ସହ ସମାନ କିମ୍ବା ତା'ଠାରୁ ଅଧିକ ସାମର୍ଥ୍ୟ ରଖେ ବୋଲି ଆଲବେର୍ଟା ୟୁନିଭର୍ସିଟିର ସହଯୋଗୀ ପ୍ରଫେସର ମାଇକେଲ୍ ହକସ ପ୍ରକାଶ କରିଛନ୍ତି ।

ଗବେଷଣା

ଗବେଷକମାନେ ଦେଖିବାକୁ  ପାଇଛନ୍ତି ଯେ, ୬୪୭ଜଣ ପିଲାଙ୍କ ମଧ୍ୟରୁ ୧୨୩ ଜଣଙ୍କଠାରେ ମ୍ୟାଲେରିଆ ପଜିଟିଭ୍ ଥବା ଜଣାଯାଇଥଲା । ଅଶିକ୍ଷିତା ମା'ଙ୍କ ପିଲାଙ୍କ ମଧରୁ ୩୦ ପ୍ରତିଶତ ମ୍ୟାଲେରିଆରେ ଆକ୍ରାନ୍ତ ଥଲେ । ମା'ମାନେ ଯଦି ପ୍ରାଥମିକ ଶିକ୍ଷା ପାଇଥାଆନ୍ତେ ତେବେ ଏହି ହାର ୧୭ ପ୍ରତିଶତକୁ ଖସି ଆସିଥାଆନ୍ତା । ମା'ମାନେ ଯଦି ପ୍ରାଥମିକ ସ୍କୁଲ୍ ଶେଷ କରି ଆଉ ଅଧିକ ପଢ଼ିଥାଆନ୍ତେ ତେବେ ଏହି ହାର ୧୫ ପ୍ରତିଶତକୁ ଖସି ଆସିଥାଆନ୍ତା ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ଆଲବେର୍ଟା ୟୁନିଭର୍ସିଟିର ଜଣେ ମେଡିକାଲ ଛାତ୍ର କ୍ୟାରି ମା' କହନ୍ତି, ଶିଶୁକୁ ମ୍ୟାଲେରିଆଠାରୁ ଦୂରେଇ ରଖିବା ଲାଗି ଯେଉଁ ସରଳ ସଚେତନତା ଆବଶ୍ୟକ ତାହା ଜାଣିବା ଲାଗି ଜଣେ ମା'ର ଅଧିକ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ । ମଶାରି ଟାଙ୍ଗି ଶୋଇବା ଏବଂ ଶିଶୁକୁ ଜ୍ଵର ହେଲେ କିମ୍ବା ଲାଗି ରହିଲେ ପରୀକ୍ଷା ନିରୀକ୍ଷା କରାଇବା ଗୁରୁତ୍ଵପୂର୍ଣ୍ଣ । ଏହା ସାଦାସିଧା କଥା ଯେ, ସ୍ଵାସ୍ଥ୍ୟ ଓ ସ୍ଵାସ୍ଥ୍ୟରକ୍ଷା ସମ୍ପର୍କିତ ସରଳ ପଦ୍ଧତି ବିଷୟରେ ଜଣେ ସ୍ଵଳ୍ପ ଶିକ୍ଷିତା ମା’ଙ୍କୁ ସହଜରେ ବୁଝାଯାଇ ପାରିବ । ଯେଉଁ ପିଲାମାନଙ୍କ ମା'ମାନେ ପ୍ରାଥମିକ ସ୍ତରରୁ ଅଧିକ ପାଠ ପଢ଼ିଥାଆନ୍ତି ସେମାନଙ୍କ ପିଲାମାନଙ୍କଠାରେ ମ୍ୟାଲେରିଆ ହାର ୫୩ ପ୍ରତିଶତ ହ୍ରାସ ପାଇଥାଏ । ତେଣୁ ମ୍ୟାଲେରିଆ ନିରୋଧୀ ଟିକାଦାନ ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରାଯାଉଥିବା  ବେଳେ ମା'କୁ ଶିକ୍ଷିତ କରାଇବା ଦ୍ଵାରା ମ୍ୟାଲେରିଆ ନିକାରଣରେ ଏହାର ଗଭୀର ପ୍ରଭାବ ପଡିବ ବୋଲି ଗବେଷକ ହକସ ପ୍ରକାଶ କରିଛନ୍ତି ।

ଆଧାର ସ୍ୱାସ୍ଥ୍ୟ ବିଭାଗ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top