ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଶିଶୁ ଜୀବନ ସୁରକ୍ଷା
ସେଆର କରନ୍ତୁ

ଶିଶୁ ଜୀବନ ସୁରକ୍ଷା

ଶିଶୁ ଜୀବନ ସୁରକ୍ଷା ସମ୍ବନ୍ଧିତ ତଥ୍ୟ ।

ନବଜାତ ଶିଶୁ

  • ପ୍ରତ୍ୟେକ ନବଜାତ ଶିଶୁର ପଞ୍ଜୀକରଣ କରାନ୍ତୁ।
  • ଜନ୍ମ ହେବା ପରେ ନବଜାତ ଶିଶୁକୁ ସ୍ୱାସ୍ଥ୍ୟକର୍ମୀ / ଡାକ୍ତରଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା କରିବା ତଥା ନିୟମିତ ବ୍ୟବଧାନରେ ବୟସ ଅନୁଯାୟୀ ଖାଦ୍ୟ ଓ ଭିଟାମିନ୍ ଦେବା ଆବଶ୍ୟକ ।
  • ଜନ୍ମରୁ ଛଅ ମାସ ପର୍ଯ୍ୟନ୍ତ ମା’ କ୍ଷୀର ହିଁ  ହେଉଛି ପ୍ରତ୍ୟେକ ଶିଶୁ ପାଇଁ ଉପଯୁକ୍ତ ଖାଦ୍ୟ ଓ ପାନୀୟ ।  ମା’କ୍ଷୀର ଦୁଇ ବର୍ଷ ପର୍ଯ୍ୟନ୍ତ ଖୁଆଯାଇ ପାରେ ।
  • ଧନୁଷ୍ଟଙ୍କାର, ପୋଲିଓ ଓ କଣୃଅଳତି (ଡ଼ିପ୍ ଥେରିୟା) ଲହରିଆକାଶ (ହୁପିଂକଫ), ମିଳିମିଳା ଓ ଯକ୍ଷ୍ମା ବା ଟି.ବି. ରୋଗ ଶିଶୁମାନଙ୍କ ପାଇଁ ମାରାତ୍ମକ । ଏହି ରୋଗ ଗୁଡିକର ଫଳପ୍ରଦ ପ୍ରତିଷେଧକ ଟୀକା ରହିଛି ଏବଂ ବିନା ମୂଲ୍ୟରେ ଡାକ୍ତରଖାନାରେ ଯୋଗାଇ ଦିଆଯାଉଛି । ଶିଶୁମାନଙ୍କ ପାଇଁ ଏହା ରକ୍ଷା କବଚ ।

ଟୀକାଦାନର ସମୟ ନିର୍ଘଣ୍ଟ

ଏକ ମାସ ୧୫ ଦିନ ପରେ

ବିସିଜି, ଡିପିଟିର ପ୍ରଥମ ଟୀକା. ଓ ପୋଲିଓର ପ୍ରଥମ ପାନ

ଦୁଇ ମାସ ୧୫ ଦିନ ପରେ

ବିସିଜି, ଡିପିଟିର ଦ୍ଵିତୀୟ ଟୀକା. ଓ ପୋଲିଓର ଦ୍ଵିତୀୟ ପାନ

ତିନି ମାସ ୧୫ ଦିନ ପରେ

ବିସିଜି, ଡିପିଟିର ତୃତୀୟ ଟୀକା. ଓ ପୋଲିଓର ତୃତୀୟ  ପାନ

ନ ମାସ ପରେ

ମିଳିମିଳା ଟୀକା ପ୍ରଥମ ଥର

୧୬ ମାସରୁ ୨୪ ମାସ ମଧ୍ୟରେ

ଡିପିଟି ଓ ପୋଲିଓର ବୁଷ୍ଟର ଟୀକା / ପାନ

  • ଶିଶୁକୁ ଯତ୍ନ ଓ ଆଦର କରିବା ତା’ ର ମାନସିକ ଓ ଶାରୀରିକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ।
  • ଶିଶୁଟି ଉଚିତ୍ ସମୟରେ ଓ ଉଚିତ୍ ବ୍ୟବଧାନରେ ସବୁଯାକ ଟୀକା ପାଇଥିଲେ ମଧ୍ୟ ସ୍ଵତନ୍ତ୍ର ପଲ୍ସ  ପୋଲିଓ ଅଭିଯାନ ସମୟରେ ପ୍ରତେକ ଶିଶୁକୁ ୫ ବର୍ଷ ହେବା ପର୍ଯ୍ୟନ୍ତ ୧ ମାସ ବ୍ୟବଧାନରେ ୨ ଥର ଦୁଇ ବୁନ୍ଦା ପୋଲିଓ ଖୁଆଇବାକୁ ଭୁଲନ୍ତୁ ନାହଁ ।

ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ

  • ଶିଶୁର (୦-୬ ବର୍ଷ ) ପୃଷ୍ଟି ଓ ସ୍ଵାସ୍ଥ୍ୟର ଉନ୍ନତି ଆଣିବା ।
  • ଶାରୀରିକ, ସାମାଜିକ ଓ ମାନସିକ ବିକାଶର ଭିତ୍ତିପ୍ରସ୍ତର  ସ୍ଥାପନ କରିବା ।
  • ଶିଶୁର ମୃତ୍ୟୁହାର, ପୃଷ୍ଟିହୀନତା ଓ ବିଦ୍ୟାଳୟ ବର୍ଜନ ହାର ହ୍ରାସ କରିବା ।
  • ଉପଯୁକ୍ତ ପୃଷ୍ଟି ଓ ସ୍ଵାସ୍ଥ୍ୟର ଯତ୍ନ ନେବା ପାଇଁ ମା’ ମାନଙ୍କୁ ସକ୍ରିୟ କରିବା ।
  • ଶିଶୁର ଯତ୍ନ ସହିତ ଆର୍ଥିକ ଅନଟନ ତଥା ଅନୁନ୍ନତ ଅଞ୍ଚଳ ଏବଂ ସହର ବସ୍ତିରେ ରହୁଥିବା ମା’ ମାନଙ୍କୁ ସକ୍ରିୟ କରିବା ।
  • ଶିଶୁର ଯତ୍ନ ସହିତ ଆର୍ଥିକ ଅନଟନ ତଥା  ଅନୁନ୍ନତ ଅଞ୍ଚଳ ଏବଂ ସହର ବସ୍ତିରେ ରହୁଥିବା ମା’ ମାନଙ୍କୁ ଏହି ସେବା ଯୋଗାଇ ଦିଆଯାଇଥାଏ ।

ଶିଶୁଙ୍କୁ  ଯୋଗାଇ ଦିଆଯାଉଥିବା ସେବା

  • ପୁଷ୍ଟିଦାୟକ ଖାଦ୍ୟ
  • ସାର୍ବଜନୀକ ଟୀକାକରଣ
  • ସ୍ୱାସ୍ଥ୍ୟ ପରୀକ୍ଷା
  • ପରାମର୍ଶ ସେବା
  • ପୃଷ୍ଟି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା
  • ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ

ଗର୍ଭବତୀ ଓ ପ୍ରସ୍ତୁତି ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା

  • ଗର୍ଭବତୀ ମହିଳାଙ୍କୁ ଧନୁଷ୍ଟଙ୍କାରରୁ ରକ୍ଷା ପାଇବା ପାଇଁ ଟୀକାଦାନ
  • ପୃଷ୍ଟି ଦାୟକ ଖାଦ୍ୟ ତଥା ପୃଷ୍ଟି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ।

ଏହି ଯୋଜନା ଦ୍ଵାରା ଶିଶୁମାନେ (୩ -୬ ବର୍ଷ) ଅଙ୍ଗନୱାଡି ଆସିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ଓ ବିଦ୍ୟାଳୟରେ ସେମାନଙ୍କ ଅନୁପସ୍ଥିତି ହାର ହ୍ରାସ ପାଇଥାଏ । ଦରିଦ୍ର ପରିବାରର ଗର୍ଭବତୀ, ପ୍ରସୂତି ଓ ଜନ୍ମରୁ ୬ ବର୍ଷ ଶିଶୁ ଓ କିଶୋରୀ ବାଳିକା (୧୧ -୧୮ ବର୍ଷ ) କୁ ୩୦୦ ଦିନ ଖାଦ୍ୟ ଯୋଗାଇ ଦିଆଯାଇଥାଏ । ଶିଶୁର ୧ ବର୍ଷ , ୨ ବର୍ଷ ଓ ୩ ବର୍ଷ ମଧ୍ୟରେ ବିଶେଷ ଗୁରୁତ୍ଵ ସହିତ ପୃଷ୍ଟିହୀନ ଶିଶୁଙ୍କର ବିଶେଷ ଗୁରୁତ୍ଵ ସହିତ ପୃଷ୍ଟିହୀନ ଶିଶୁଙ୍କର ବିଶେଷ ଯତ୍ନ ନିଆଯାଏ । ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଦ୍ଵାରା ମା’ ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ  ।

ଆଧାର - ଜୀବନ ଦର୍ପଣ ( ଅଶୋକ କୁମାର ପଟ୍ଟନାୟକ )

2.95454545455
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top