ସେଆର କରନ୍ତୁ

ଶିଶୁ ଯତ୍ନ

ନବଜାତ ଶିଶୁ ର ଯତ୍ନ

ନବଜାତ ଶିଶୁ

  1. ଶିଶୁକୁ ଉଷୁମ ରଖନ୍ତୁ ।
  2. ନବଜାତ ଶିଶୁକୁ ଜନ୍ମର 1 ଘଣ୍ଟା ଭିତରେ ସ୍ତନ୍ୟପାନ କରାନ୍ତୁ ।
  3. 7 ମାଡ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦିଅନ୍ତୁ ।
  4. ପ୍ରଥମ 7 ଦିନ ପର୍ଯ୍ୟନ୍ତ ଶିଶୁକୁ ଗାଧୋଇ ଦିଅନ୍ତୁ ନାହିଁ ।
  5. ନାହିକୁ ଶୁଖିଲା ରଖନ୍ତୁ ।
  6. ଅସୁସ୍ଥ ଲୋକଠାରୁ ନବଜାତ ଶିଶୁକୁ ଦୂରେଇ ରଖନ୍ତୁ ।
  7. ଶିଶୁର ଜମ୍ନ ପରେ ତାକୁ ଓଜନ କରାନ୍ତୁ ।
  8. ଯଦି ଶିଶୁର ଓଜନ ୨.୫ କିଲୋଗ୍ରାମରୁ କମ୍ ହୋଇଥାଏ ତେବେ ତା’ର ଅଧିକ ଯତ୍ନ ନିଅନ୍ତୁ

ନିମ୍ନଲିଖିତ ବିପଦ ଲକ୍ଷଣ ଦେଖାବେଲେ ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କ ସହିତ ଯୋଗାଯୋଗ କରନ୍ତୁ ।

  1. ଶିଶୁ ଯଦି ମା’ କ୍ଷୀର ଟାଣୁଆ ନଥିବ କିମ୍ବା ଖାଉ ନଥିବ ।
  2. ଶିଶୁ ଯଦି ନ କାନ୍ଦେ / ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରେ ।
  3. ଯଦି ପାଦ ଓ ହାତ ପାପୁଲି ହଳଦିଆ ହୋଇଯାଏ ।
  4. ଶିଶୁଜ୍ଵର ହୋଇଥିଲେ ।
  5. ଝାଡାରେ ରକ୍ତ ପଡିଥାଏ ।
  6. ବାତ ମାରୁଥାଏ କିମ୍ବା କିଛି ଜମ୍ନଗତ ଦୋଷ ଥାଏ ।
  7. ଯଦି ଶିଶୁ ନିସ୍ତେଜ କିମ୍ବା ଅଚେତ ହେଲା ପରି ଲାଗୁଥାଏ ।

0-୬ ମାସ

  1. ଶିଶୁ ଜମ୍ନ ପରେ ସଙ୍ଗେ ସଙ୍ଗେ ସ୍ତନ୍ୟପାନ ଆରମ୍ଭ କରନ୍ତୁ ।
  2. କଷକ୍ଷୀର ନିଶ୍ଚିୟ ପିଆନ୍ତୁ ।
  3. ଜନ୍ମରୁ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାନ୍ତୁ ଅନ୍ୟ କୌଣସି ତରଳ ଖାଦ୍ୟ ଏପରିକି ପାଣି ମଧ୍ୟ ପିଆନ୍ତୁ ନାହିଁ
  4. ଶିଶୁ ଯେତେଥର ସ୍ତନ୍ୟପାନ କରିବାକୁ ଚାହୁଁଛି ତାକୁ ଦିଅନ୍ତୁ ।

0-୩ ମାସ

ଆପଣ କ’ଣ କରିପାରିବେ

  1. ଶିଶୁଆଡକୁ ଚାହିଁ ହସନ୍ତୁ, ଶିଶୁର ଆଖିକୁ ଚାହାଁନ୍ତୁ ଓ ତା’ ସହିତ କଥାବାର୍ତ୍ତା କରନ୍ତୁ ।
  2. ଶିଶୁ ଦେଖିବା ଶିଶୁବା, ଅନୁଭବ କରିବା ଏବଂ ଏକଡ ସେକଡ ହେବା ପାଇଁ ତାକୁ ସୁବିଧା କରନ୍ତୁ ।

ଶିଶୁ କ’ଣ କରିପାରିବ

  1. 3 ମାସ ବେଳକୁ ଅଧିକାଂଶ ଶିଶୁ କଥା ସୂନୀ ହସନ୍ତି
  2. ରିବନ ଦେଖି ଧରିବାକୁ ହାତ ବଢନ୍ତି ।
  3. ସବ୍ଧ କରିବା ଆରମ୍ଭ କରନ୍ତି ।

୩-୬ ମାସ

ଆପଣ କ’ଣ କରିପାରିବେ>

  1. ଶିଶୁକୁ ଆକର୍ଷଣୀୟ ରଙ୍ଗର ବସ୍ତୁ ଦେଖନ୍ତୁ ଯାହାକୁ ଦେଖି ସେ ଧରିବା ପାଇଁ ଚେଷ୍ଟା କରିବ ।
  2. ଶିଶୁସହିତ କଥାବାର୍ତ୍ତା ହୁଅନ୍ତୁ ଏବଂ ତାକୁ ଉତ୍ତର ଦିଅନ୍ତୁ । ଶବ୍ଦ ଏବଂ ଭାବଭଙ୍ଗାରେ ଶିଶୁ ସହିତ କଥାବାର୍ତ୍ତା କରନ୍ତୁ ।

ଶିଶୁ କ’ଣ କରିପାରିବ

  1. ୬ ମାସ ବେଳକୁ ଅଧିକାଂଶ ଶିଶୁ କୋଳରେ ସିଧା ବସାଇଲେମୁଣ୍ଡ ସ୍ଥିର କରି  ବସନ୍ତି ।
  2. ଶବ୍ଦ ଶୁଣିଲେ ମୁଣ୍ଡ ବୁଲାନ୍ତି ।
  3. ଜିନିଷ ଗୁଡିକୁ ଧରିବା ପାଇଁ ହାତ ବଢାନ୍ତି ।

୬-୧୨ ମାସ

ଆପଣ କ’ଣ କରିପାରିବେ

  1. ଶିଶୁକୁ ଆକର୍ଷଣୀୟ ରଙ୍ଗର ବସ୍ତୁ ଦେଖାନ୍ତୁ ଯାହାକୁ ଦେଖି ସେ ଧରିବା ପାଇଁ ଚେଷ୍ଟା କରିବ ।
  2. ଶିଶୁ ସହିତ କଥାବାର୍ତ୍ତା ହୁଅନ୍ତୁ ଏବଂ ତାକୁ ଉତ୍ତର ଦିଅନ୍ତୁ । ଶବ୍ଦ ଏବଂ ଭାବଭଙ୍ଗୀରେ ଶିଶୁ ସହିତ କଥାବାର୍ତ୍ତା କରନ୍ତୁ ।

ଶିଶୁ କ’ଣ କରିପାରିବ

  1. ୬ ମାସ ବେଳକୁ ଅଧିକାଂଶ ଶିଶୁ କୋଳରେ ସିଧା ବସାଇଲେ ମୁଣ୍ଡ ସ୍ଥିର କରି ବସନ୍ତି ।
  2. ଶବ୍ଦ ଶୁଣିଲେ ମୁଣ୍ଡ ବୁଲାନ୍ତି ।
  3. ଜିନିଷ ଗୁଡିକୁ ଧରିବା ପାଇଁ  ହାତ ବଢାନ୍ତି ।

୬-୧୨ ମାସ

ଆପଣ କ’ଣ କରିପାରିବେ

  1. ଶିଶୁକୁ ୬ ମାସ ପରେ ଅଳ୍ପ ମାତ୍ରାରେ ନରମ ଶସ୍ୟଜାତୀୟ ଖାଦ୍ୟ, ଡାଲି, ସବୁଜ ପନିପରିବା ଓ ଫଳକୁ ଚକଟିକରି ଖାଇବାକୁ ଦେବା ଆରମ୍ଭ କରନ୍ତୁ ।
  2. ଆସ୍ତେ ଆସ୍ତେ ଖାଦ୍ୟ ପରିମାଣ ବଢନ୍ତୁ ଅଧିକ ଥର ଖାଦ୍ୟ ଦେବା ସହିତ କ୍ରମଶଃ ବହଳିଆ ଖାଦ୍ୟ ଦିଅନ୍ତୁ ।
  3. ଶିଶୁକୁ ଭୋକ ହେବାର ଲକ୍ଷଣ ଜାଣି ତାକୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ଦିଅନ୍ତୁ ।
  4. ଶିଶୁକୁ ଦିନରେ ୪-୫ ଥର ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ସ୍ତନ୍ୟପାନ ମଧ୍ୟ କରାନ୍ତୁ ।
  5. ଆପଣଙ୍କ ଶିଶୁକୁ ସଫା ଏବଂ ସୁରକ୍ଷିତ ତଥ୍ୟ ଶବ୍ଦ ହେଲା ଭଳି ଜିନିଷମାନ / ବସ୍ତୁ ଧରିବାକୁ ଦିଅନ୍ତୁ ।
  6. ଶିଶୁ ସହିତ ଆଖି ବନ୍ଦ କରି ଖେଳ ଖେଳନ୍ତୁ । ଶିଶୁକୁ ଜିନିଷ / ବସ୍ତୁ ଏବଂ ଲୋକମାନଙ୍କର ନାମ କୁହନ୍ତୁ ।

ଶିଶୁ  କ’ଣ କରିପାରିବ

  1. ଅଧିକାଂଶ ଶିଶୁ ୯ ମାସ ବେଳକୁ ଲେଉଟିକି ଉଠି ବସନ୍ତି ।
  2. ଆଙ୍ଗୁଠି ଦ୍ଵାରା ଛୋଟ ଛୋଟ ଜିନିଷ ଧରି ଉଠାନ୍ତି ।
  3. ବିନା ସାହାଯ୍ୟରେ ତଳେ ବସନ୍ତି ।
  4. ଅଧିକାଂଶ ଶିଶୁ ୧ ବର୍ଷ ହେଲେ ବିନା ସାହାଯ୍ୟରେ ଭଲ ଭାବରେ ଠିଆ ହୋଇ ପାରନ୍ତି ।
  5. ହାତ ହଲାଇପାରନ୍ତି ।
  6. ବାପା, ମା’ କହିପାରନ୍ତି ।

୧ ବର୍ଷରୁ ୨ ବର୍ଷ

ଆପଣ କ’ଣ କରିପାରିବେ

  1. ସିସୁକୁ ବିଭିନ୍ନ ପ୍ରକାର ଖାଦ୍ୟ ସହିତ ଘରୋଇ ଖାଦ୍ୟ ଯଥା ଭାତ, ରୁଟି, ସବୁଜ ପନିପରିବା ଯଥା ଶାଗ, କମଳା ଓ ହଳଦିଆ ରଂଗର ଫଳ, ଡାଲି ଏବଂ ଏବଂ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଅନ୍ତୁ ।
  2. ଶିଶୁକୁ ଦିନରେ ୫ ଥର ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ।
  3. ଶିଶୁକୁ ଅଲଗା ପାତ୍ରରେ ଖାଇବାକୁ ଦିଅନ୍ତୁ ଏବଂ ସେ କେତେ ପରିମାଣର ଖାଦ୍ୟ ଖାଉଛି ଲକ୍ଷ ରଖନ୍ତୁ ।
  4. ଶିଶୁ ଖାଇବା ସମୟରେ ତା’ ନିକଟରେ ବସନ୍ତୁ ଏବଂ ଚେଷ୍ଟା କରନ୍ତୁ ଯେପରି ଦେଇଥିବା ସମସ୍ତ ଖାଦ୍ୟ ସେସ କରେ ।
  5. ଶିଶୁ ୨ ବର୍ଷ କିମ୍ବା ତା’ ଠାରୁ ଅଧିକ ପର୍ଯ୍ୟନ୍ତ ମା’ କ୍ଷୀର ଦିଅନ୍ତୁ ।
  6. ଶିଶୁକୁ କିଛି ଜିନିଷ ଦିଅନ୍ତୁ ଯାହାକୁ ସେ ଏକାଠି କରି ରଖିବ, ସେସବୁକୁ ଉଠାଇ ଗୋଟିଏ ପାତ୍ରରେ ରଖିବ ଏବଂ ପୁଣି ଥରେ ପାତ୍ରରୁ କାଢି ତଳେ ସେଗୁଡିକୁ ରଖିବ ।
  7. ଶିଶୁ ସହଜ ଏବଂ ସରଲ ପ୍ରଶ୍ନ ପଚାରନ୍ତୁ ତା’ର କଥା କହିବାର ପ୍ରୟୋସକୁ ଅନୁଭବ କରି ତାକୁ ଉତ୍ତର ଦିଅନ୍ତୁ ।

ଶିଶୁ କ’ଣ କରିପାରିବ

  1. ସାଧାରଣତଃ ବହୁତ ଶିଶୁ ଦେଢବର୍ଷ ବେଳକୁ ନିଜର ଇଛା / ଆବଶ୍ୟକତାକୁ ପ୍ରକାଶ କରିପାରନ୍ତି ।
  2. ଗୋଡି କପ ଭିତରେ ପକାଇ ପାରନ୍ତି ।
  3. ଭଲ ଭାବରେ ଚାଲିପାରନ୍ତି ।
  4. ୨ ବର୍ଷ ବେଳକୁ ଅଧିକାଂଶ ଶିଶୁ ଅନ୍ୟର ସାହାଯ୍ୟରେ ଗୋଟିଏ ଗୋଡରେ ଠିଆ ହୋଇପାରନ୍ତି ।
  5. ଗୋଟିଏ ଶବ୍ଦ କହିବାର ପ୍ରୟାସକୁ ଅନୁଭବ କରି ତାକୁ ଉତ୍ତର ଦିଅନ୍ତୁ ।

ଶିଶୁ କ’ଣ କରିପାରିବ

  1. ସାଧାରଣତଃ ବହୁତ ଶିଶୁ ଦେଢବର୍ଷ ବେଳକୁ ନିଜର ଇଛା / ଅବଶ୍ୟକତାକୁ ପ୍ରକାଶ କରିପାରନ୍ତି ।
  2. ଗୋଡି କପ୍ ଭିତରେ ପକାଇ ପାରନ୍ତି ।
  3. ଭଲ ଭାବରେ ଚାଲିପାରନ୍ତି ।
  4. ୨ ବର୍ଷ ବେଳକୁ ଅଧିକାଂଶ ଶିଶୁ ଅନ୍ୟର ସାହାଯ୍ୟରେ ଗୋଟିଏ ଗୋଡରେ ଠିଆ ହୋଇପାରନ୍ତି । ଗୋଟିଏ ଶବ୍ଦ କହି ପାରନ୍ତି ।
  5. ଘରର ଅନ୍ୟାନ୍ୟ କାର୍ଯ୍ୟକୁ ଅନୁକରଣ କରିପାରନ୍ତି ।

୨ ରୁ ୩ ବର୍ଷ

ଆପଣ କ’ଣ କରିପାରିବେ

  1. ଦିନରେ ପାଞ୍ଚଥର ପର୍ଯ୍ୟନ୍ତ ଶିଶୁକୁ ଘରୋଇ ଖାଦ୍ଯ ଦିଅନ୍ତୁ ।
  2. ଶିଶୁ ନିଜେ ନିଜ ହାତରେ ଖାଇବାରେ ତାକୁ ସାହାଜ୍ଯ କରନ୍ତୁ ।
  3. ସେ କେତେ ଖାଉଛି ତାକୁ ସାହାଯ୍ୟ କରନ୍ତୁ ।
  4. ଖାଇବା ପୂର୍ବରୁ ଶିଶୁ ହାତରେ ସାବୁନ ଲଗାଇ ଭଲ ଭାବରେ ହାତକୁ ସଫା କରନ୍ତି ।
  5. ବସ୍ତୁଗୁଡିକ ଗଣିବାରେ ଏବଂ ସେଥିରେ ଥିବା ପାର୍ଥକ୍ୟ ବିଷୟରେ ଶିଶୁ ଜାଣିବା ପାଇଁ ତାକୁ ସାହାଯ୍ୟ କରନ୍ତୁ ।
  6. ଶିଶୁ ପାଇଁ ସାଧାରଣ ଖେଳଣା ତିଆରି କରନ୍ତୁ ।
  7. କଥାବାର୍ତ୍ତା କରିବା ପାଇଁ ଶିଶୁକୁ ଉତ୍ସାହିତ କରନ୍ତୁ ଏବଂ ଶିଶୁର ପ୍ରଶ୍ନର ଉତ୍ତର ଦିଅନ୍ତୁ ଶିଶୁକୁ ଗପ କୁହନ୍ତୁ ଗୀତ ଶୁଣାନ୍ତୁ ଏବଂ ଖେଳ ଶିଖନ୍ତୁ ।
  8. ଖାଦ୍ଯ ରାଖିବା ପରିଶିବା ଏବଂ ଖାଇବା ପୂର୍ବରୁ କିମ୍ବା ଶୌଚ ହେବା ପରେ ସାବୁନ କିମ୍ବା ପାଉଁଶରେ ହାତ ପରିଷ୍କାର କରି ଧୁଅନ୍ତୁ ।
  9. ପାନୀୟ ଜଳ,ନଳକୂପ କିମ୍ବା ସୁରକ୍ଷିତ ଜଳ ସ୍ରୋତ ଉତ୍ସରୁ ହିଁ ପାଣି ଆଣି ବ୍ୟବହାର କରିବା ଉଚିତ ପାନୀୟ ଜଳକୁ ସର୍ବଦା ଘୋଡାଇ କରି ଉଚ୍ଚ ସ୍ଥାନରେ ରଖନ୍ତୁ ଏବଂ ପାଣି କାଢିବା ସମୟରେ ହାତ ଡଙ୍କିର ବ୍ୟବହାର କରନ୍ତୁ ।

10. ଶିଶୁମାଳକୁ ଅତି ସାବଧାନ ସହକାରେ ଏକାଠି କରି ତାକୁ ଶୌଚାଲୟରେ କିମ୍ବା ବାହାରେ ଅନ୍ୟ କୌଣସି ସ୍ଥାନରେ ସୁରକ୍ଷିତ ଉପାୟରେ ନଷ୍ଟ କରିଦିଅନ୍ତୁ । ଶିଶୁକୁ ସଫାସୁତୁରା କରି ସାରିବା ପରେ ନିଜର ହାତକୁ ସାବୁନରେ ଧୁଅନ୍ତୁ ।

ଶିଶୁ କ’ଣ କରିପାରିବ

  1. ଶିଶୁକୁ ଖୁଆଇବା ତା’ ସହିତ ଖେଳିବା ଏବଂ କଥାବାର୍ତ୍ତା ହେବା ଦ୍ଵାରା ଶାରୀରିକ ବୃଦ୍ଧିଓ ବିକାଶ ଭଲ ଭାବେ ହୋଇଥାଏ ।
  2. ଶିଶୁର ବିକାଶ ଯଦି ଧୀର ହୁଏ ତେବେ ତାକୁ’ ଅଧିକ ଖାଦ୍ୟ ତାହା ସହିତ ଅଧିକ କଥାର୍ତ୍ତା କରନ୍ତୁ, ଏବଂ ଖେଳାନ୍ତୁ । ଏହାପରେ ଯଦି ତା’ର ବିକାଶ ଆଶାନୁରୂପକ ବୁହଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରମନ୍ତୁ ।
  3. ଶିଶୁ ଅସୁସ୍ଥ ଥିବା ସମୟରେ ମଧ୍ୟ ସ୍ତନ୍ୟପାନ ଜାରି ରଖନ୍ତୁ ।
  4. ଅସୁସ୍ଥତା ପରେ ଶିଶୁକୁ ଅଧିକ ମାତ୍ରାରେ ଖାଇବାକୁ ଦିଅନ୍ତୁ ।
  5. ପରିବାର ପାଇଁ ସର୍ବଦା ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରନ୍ତୁ ।
  6. ଅସୁସ୍ଥତା ସମୟରେ ମଧ୍ୟ ଶିଶୁର ସ୍ତନ୍ୟାପାନ ଜାରି ରଖନ୍ତୁ ।
  7. ଅସୁସ୍ଥାପରେ ଶିଶୁକୁ ଅଧିକ ମାତ୍ରାରେ ଖାଇବାକୁ ଦିଅନ୍ତୁ ।

ସଂଗୃହିତ :ଡା. ବନୋଜ କୁମାର ରାୟ,  ଶିଶୁଶଲ୍ୟ ବିଭାଗ, ଶିଶୁଭବନ, କଟକ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top