ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଶିଶୁଙ୍କ କାନପଚା ରୋଗ
ସେଆର କରନ୍ତୁ

ଶିଶୁଙ୍କ କାନପଚା ରୋଗ

ବାୟୁମଣ୍ଡଳରେ ଧୂଳିକଣାର ପ୍ରଭାବ ରହୁଥୁବାରୁ ଶୀତର ପ୍ରକୋପ ଶିଶୁଙ୍କ କାନପଚା ରୋଗର ମୁଖ୍ୟ ବାହକ ହୋଇପାରେ ।

ବାୟୁମଣ୍ଡଳ ପ୍ରଭାବ

ବାୟୁମଣ୍ଡଳରେ ଧୂଳିକଣାର ପ୍ରଭାବ ରହୁଥୁବାରୁ ଶୀତର ପ୍ରକୋପ ଶିଶୁଙ୍କ କାନପଚା ରୋଗର ମୁଖ୍ୟ ବାହକ ହୋଇପାରେ । ଅବଶ୍ୟ ଶିଶୁଙ୍କ କାନପଚା ରୋଗ ଏକ ସାଧାରଣା, ରୋଗ ହୋଇଥିବାରୁ ଏହାକୁ ନେଇ ଅଭିଭାବକ ବିଶେଷ ଭାବରେ ଚିନ୍ତିତ ହେବା ଅନାବଶ୍ୟକ । ପ୍ରାୟତଃ ପାଞ୍ଚବର୍ଷରୁ କମ୍  ବୟସର ଶିଶୁଙ୍କ କ୍ଷେତ୍ରରେ ଏହା ଅଧିକ ଭାବରେ ଦେଖାଯାଏ । ସେଥିପାଇଁ ଆବଶ୍ୟକ ସତର୍କତା ଲୋଡ଼ା ।

ଶରୀରରେ କାନ ହେଉଛି ଅନ୍ୟତମ ଅତ୍ୟାବଶ୍ୟକ ଇନ୍ଦ୍ରିୟ । କେବଳ ଶ୍ରବଣ ଶକ୍ତି ପାଇଁ ନୁହେଁ, ଶାରୀରିକ ଭାରସାମ୍ୟରେ ସନ୍ତୁଳନ ରଖିବାରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ତେବେ ଖାମ୍ ଖଆଲ ଭାବରେ ଏହାର ଚିକିତ୍ସା କଲେ ପରବର୍ତ୍ତୀ ସମୟରେ ଶିଶୁଟି ସାରା ଜୀବନ ପାଇଁ ଶ୍ରବଣଶକ୍ତି ହରାଇବାର ସମ୍ଭାବନାକୁ ଏଡ଼ାଇଯାଇ ନପାରେ । କାରଣ ଛୋଟ ପିଲାର ଶ୍ରବଣଶକ୍ତି ହିଁ ତା’ର ବୌଦ୍ଧିକ ବିକାଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଛୋଟ ପିଲାମାନେ ପ୍ରାଥମିକ ଅବସ୍ଥାରେ ଖନି ଖନି କଣ୍ଠରେ କଥାବାର୍ତା ଆରମ୍ଭ କରୁଥୁଲେ ମଧ୍ୟ ଶ୍ରବଣ ଶକ୍ତି ସେମାନଙ୍କ ଶାରୀରିକ ବିକାଶରେ ଯଥେଷ୍ଟ ଅବଦାନ ରଖୁଥାଏ ।

ଶିଶୁଙ୍କ କାନପଚା ରୋଗ

ପ୍ରାୟତଃ ଦେଖାଯାଏ ଛୋଟ ପିଲାଙ୍କ କର୍ଣ୍ଣନଳୀ ମଧ୍ୟରେ କୌଣସି କାରଣ ବଶତଃ ସଂକ୍ରମଣ ଘଟିଲେ କାନରୁ ପ୍ରାଥମିକ ଅବସ୍ଥାରେ ପାଣିଆ ପୂଜ ଏବଂ ପରବର୍ତୀ ସମୟରେ ଗାଢ଼ ପୂଜ ନିର୍ଗତ ହୋଇଥାଏ । ଯାହାକୁ ସାଧାରଣରେ କାନପଚା ରୋଗ କୁହାଯାଏ । ସ୍ଵାସ୍ଥ୍ୟଗତ ଦୃଷ୍ଟିକୋଣରୁ ଦେଖାଯାଇଥାଏ, ବଡ଼ ଲୋକଙ୍କ ଠାରୁ ଛୋଟ ପିଲାଙ୍କ କାନର ଗଠନ ଶୈଳୀ ଭିନ୍ନ ଧରଣର ହୋଇଥୁବାରୁ ଏବଂ ସେମାନଙ୍କର ଶରୀର ପ୍ରତିରୋଧକ ଶକ୍ତି ଯଥେଷ୍ଟ କମ୍। ଥୁବାରୁ ସ୍ଵାଭାବିକ ଭାବରେ ପିଲାଙ୍କ କାନ   ପାଚିଥାଏ । ଜୀବାଣୁ ବା ଭୂତାଣୁମାନେ କର୍ଣ୍ଣନଳୀ ସଂକ୍ରମଣର ମୁଖ୍ୟବାହକ । ଅନେକ କ୍ଷେତ୍ରରେ ଦେଖାଯାଏ ସଚେତନତା ଅଭାବରୁ ପ୍ରାୟତଃ ପିଲାଙ୍କ କାନ ଭିତରେ ଅଭିଭାବକମାନେ କୌଣସି ଚଢ଼େଇର ପର, କାଠି, ଡଟ ପେନ, ଡାଙ୍ଗ, ଦିଆସିଲ କାଠି ଏପରିକି ହାତର ଆଙ୍ଗୁଳି ନେଇ ସଫା କରିବା ଭିତରେ ଅଜାଣତ ଛୋଟିଆ କ୍ଷତଟି ସୃଷ୍ଟି ହୋଇ ସଂକ୍ରାମକ ରୂପ ନେଇଥାଏ । ସେହିପରି ନିୟମିତ ଭାବରେ କାନରୁ ଠିକ ଭାବରେ ମଇଳା ସଫା କରା ନଗଲେ ତାହା କାନ ପଟିବାର ଅନ୍ୟତମ କାରଣ ହୋଇଥାଏ । ବିଶେଷକରି ଶୀତଦିନରେ ବାୟୁମଣ୍ଡଳରେ ଧୂଳିକଣାର ଭାଗ ଅଧୁକ ରହୁଥୁବାରୁ ଏହି ଋତୁରେ କାନପଚାରୋଗ ବିଶେଷତଃ ଯନ୍ତ୍ରଣାଦାୟକ ହୋଇଥାଏ । ଅନେକ ସମୟରେ ଦେଖାଯାଏ। ପିଲାଙ୍କୁ ବୋଡଲରେ କ୍ଷୀର ପିଆଇଲା ବେଳେ କିମ୍ବା ମା’ ଶୋଇକରି ପିଲାକୁ କ୍ଷୀର ଖୁଆଇଲାବେଳେ ଅଜଣାତ ଭାବରେ ବୋତଲାକ୍ଷୀର ବା ମା'କ୍ଷୀର ଧାର ଧାର ହୋଇ ଶିଶୁର କାନ ଭିତରେ ପଶିଥାଏ । ପରବର୍ତୀ ସମୟରେ କ୍ଷୀର ଖାଇସାରିଲା ପରେ ପିଲାଟି ଶୋଇଯାଇଥୁବାରୁ ତରଳ ପଦାର୍ଥଟି ଦୀର୍ଘ ସମୟ ପାଇଁ କାନ ଭିତରେ ରହି ଏହା ଦୂଷିତ କରିଥାଏ । ପିଲାଙ୍କ ସ୍ଵାଭାବିକ ଥଣ୍ଡା ବା ଶ୍ଵାସରୋଗ ଥୁଲେ ଦୀର୍ଘଦିନ ଧରି କାଶ ବା ଛିଙ୍କ ଲାଗିରହିଲେ । ଏହା ମଧ୍ୟ ପରୋକ୍ଷରେ କାନରେଗ ପାଇଁ ବାଟ ଦେଖାଇଥାଏ । ପିଲାଙ୍କୁ ଗାଧୋଇଦେବା ସମୟରେ ଅଭିଭାବକମାନେ ବିଶେଷ ଭାବରେ ସତର୍କ ନହେଉଥୁବାରୁ ପିଲାଙ୍କ କାନ ଭିତରେ ପାଣି ପଶିଯାଏ । ଯାହାକି କାନ ପାଚିବାର ଅନ୍ୟତମ ମୁଖ୍ୟ କାରଣ । ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧୁସିତ ଆଞ୍ଚଳରେ ଦେଖାଯାଇଥାଏ ଯେ, ପିଲାଙ୍କୁ ବେଳେ ବେଳେ ସ୍ଥାନୀୟ ପୋଖରୀ, ନଦୀ ବା ଝରଣାରେ ବୁଡ଼ ପକାଇ କେହି କେହି ଗାଧୋଇ ଦେଇଥାନ୍ତି । ଏହା ସ୍ଵାଭାବିକ ଭାବରେ କାନ ପାଇଁ ଭୟଙ୍କର ବିପଦ ଆଣିଥାଏ । ପିଲାଙ୍କ ଲମ୍ବା ଲମ୍ବା ଚୁଟି ରହିଲେ କେବଳ ଗାଧୋଇବା ପାଣି ବା ବର୍ଷାପାଣି ନୁହେଁ। ଏପରିକି ଦେହର ଝାଳ ଚୁଟିବାଟେ କାନ ଭିତରକୁ ପଶିଥାଏ ଯାହାକି ମଧ୍ୟ କାନ ପଚାଇଥାଏ । କାନ ପାଚିଲେ ପିଲାଙ୍କ ଦେହରେ ସ୍ଵାଭାବିକ ଭାବରେ ତାପମାତ୍ର ବଢ଼ିଥାଏ । ଅସହ୍ୟ କାନଯନ୍ତ୍ରଣାରେ ପିଲାଟି କାନ୍ଦିଥାଏ ଏବଂ ପାଚିଥୁବା କାନକୁ ଟାଣି ଧରିଲେ ତାକୁ ତତକାଳ ଅବଶ୍ୟ ଉପଶମ ଲାଗେ, କିନ୍ତୁ ଏହା ଠିକ  ନୁହେଁ । କେତେକ ସ୍ଥାନରେ ପିଲାଙ୍କ ଏକାସାଙ୍ଗରେ ଦୁଇଟି କାନ ପାଚିବାର ମଧ୍ୟ ଦେଖାଯାଏ । ଏହା ପିଲାଟି ପାଇଁ ବଡ଼ ଯନ୍ତ୍ରଣା ଦାୟକ ହୋଇଥାଏ । କାନ ପାଚିବା ଏକ ଗୁରୁତର ରୋଗ ନୁହେଁ, କିନ୍ତୁ ଏ କ୍ଷେତ୍ରରେ ଚିକିତ୍ସା ଯେତେ ବଡ଼କଥା ନୁହେଁ ସଚେତନ ହେବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ପିଲାଙ୍କୁ କୌଣସି ପରିସ୍ଥିତିରେ ପାଣିରେ ବୁଡ଼ାଇ ଗାଧୋଇବା ପଦ୍ଧତି ଅବଲମ୍ବନ କରନ୍ତୁ ନାହିଁ । କେବେ ଯଦି ମୁଣ୍ଡବି ଧୋଇଥାନ୍ତି ତେବେ କାନ ଭିତରେ ଯେପରି ପାଣି ନ ପଶେ ସେଥୁପାଇଁ ସତର୍କ ରୁହନ୍ତୁ । ଶୀତଦିନେ ଧୂଳିକଣାର ପ୍ରକୋପ ରହୁଥୁବାରୁ ପିଲାଙ୍କୁ ଖରାପଡ଼ିଲାପରେ ବାହାରକୁ ଛାଡ଼ନ୍ତୁ । କୌଣସି ପରିସ୍ଥିତିରେ ପିଲାଙ୍କ କାନ ସଫା ରଖୁବା ପାଇଁ ଡାଙ୍ଗ, କାଠି ବା ଅନ୍ୟ କୌଣସି ଜିନିଷ ନ ପୁରାଇ ବିଶୋଧୁତ ତୁଳା ଦ୍ଵାରା ନିର୍ଦ୍ଦିଷ୍ଟ ଭାବରେ ରହିଥୁବା କାନସଫା କାଠି ଦ୍ଵାରା କାନସଫା କରିପାରିବେ । ଶ୍ରେଣୀରେ ବା ବାହାରେ ପିଲାମାନେ କୌଣସି କାଠି ପୁରାଇ କାନ ନ କୂଣ୍ଡେଇବା ଅଭ୍ୟାସ ପିଲାବେଳୁ ହିଁ ତାକୁ ଶିଖାନ୍ତୁ । ପରବର୍ତୀ ସମୟରେ ଏହା ଖୁବ ଭଲ ଅଭ୍ୟାସରେ ପରିଣତ ହେବ । ନିଜକୁ ନିଜେ ଚିକିତ୍ସକ ଭାବିକାନରେ କୌଣସି ତେଲ ପକାନ୍ତୁ ନାହିଁ । ଯାହାବିହେଲେ କର୍ଣ୍ଣ ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ନ୍ତୁ । ପିଲାଙ୍କ ବଡ଼ଚୁଟି ରଖନ୍ତୁ ନାହିଁ । ଛୋଟ ପିଲାଙ୍କୁ କ୍ଷୀର ଖୋଇଲାବେଳେ ମା'ମାନେ ଯତ୍ନବାନ ହୁଅନ୍ତୁ ଯେପରି ତା'ର କାନରେ କ୍ଷୀରଟି ନପଶେ । ପିଲାଙ୍କୁ ମାଡ଼ ମାରିଲାବେଳେ କାନରେ ଯେପରି କୌଣସି ଆଘାତ ନ ହୁଏ ସେଥୁପ୍ରତି ସଚେତନ ରୁହନ୍ତୁ । କାନରୁ ପାଣି ବୋହିବା ମାତ୍ରେ ତୁରନ୍ତ ବିଶୋଧୂତ ତୁଳାରେ ସଫା କରନ୍ତୁ ।

ଆଧାର

ଡାକ୍ତର ଜ୍ୟୋତିରଞ୍ଜନ, ଚମ୍ପତରାୟ ଶିଶୁଭବନ, କଟକ, ମୋବାଇଲ : ୯୪୩୭୧୨୪ ୦୭୪

3.6
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top