ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଶିଶୁଙ୍କ ଗ୍ୟାସ୍ ସମସ୍ୟା ଓ ପ୍ରତିକାର
ସେଆର କରନ୍ତୁ

ଶିଶୁଙ୍କ ଗ୍ୟାସ୍ ସମସ୍ୟା ଓ ପ୍ରତିକାର

ଶିଶୁଙ୍କ ଗ୍ୟାସ୍ ସମସ୍ୟା କାରଣ ଓ ପ୍ରତିକାର ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଗ୍ୟାସ୍ ସମସ୍ୟା

ଗ୍ୟାସ୍ ହେବା ସାଧାରଣ କଥା । ହେଲେ ଶିଶୁଙ୍କ କ୍ଷେତ୍ରରେ ଏହା ଶୀଘ୍ର ଜଣାପଡିନଥାଏ । ଯନ୍ତ୍ରଣା ହେବାଦ୍ଵାରା ଶିଶୁ କାନ୍ଦିଥାଏ ।  ପିଲାଟି କାହିଁକି କାନ୍ଦୁଛି ଜାଣିନପାରି ଅବିଭାବକମାନେ ବ୍ୟସ୍ତ ହୁଅନ୍ତି । ତେବେ ଏବେ ଜାଣିବା ଶିଶୁଙ୍କୁ କିପରି ଗ୍ୟାସ ହୁଏ ଓ କିପରି ଦୂରେଇ ରଖିହେବ ....

କାରଣ

ମା'ଠାରୁ ସ୍ତନ୍ୟପାନ କଲା ସମୟରେ ହେଉ କି ବୋତଲରୁ ତରଳ ପଦାର୍ଥ ଖାଇବା ସମୟରେ ହେଉ,  ଅଥବା ଶିଶୁଙ୍କୁ ଚୁଚୁମିବାକୁ ଦିଆଯାଉଥିବା ଜିନିଷ କ୍ଷେତ୍ରରେ ସେମାନେ ଯଥେଷ୍ଟ ପବନ ପାଟିବାଟେ ଢୋକି ଦିଅନ୍ତି । ତେଣୁ ସେମାନେ ଅଧିକ ଥର ବାୟୁ ଛାଡନ୍ତି ।

ଏହି କାରଣରୁ ଅନେକ ସମୟରେ ସେମାନଙ୍କ ପେଟ ଫାମ୍ପିବା ଭଳି ଦେଖାଯାଏ, ସେମାନେ ଅଶ୍ଵସ୍ତିକର ମନେ କରନ୍ତି । ଯଦି ସେଭଳି କିଛି ସମସ୍ୟା ଦେଖାଦିଏ ତେବେ ସେ ପୂର୍ବଭଳି ସ୍ଵାଭାବିକ ଆଚରଣ କରିବ ନାହିଁ । କେବେ ବାୟୁ ଯିବା ପରେ ସେ ଆରାମବୋଧ କରିବ ବୋଲି ଶିଶୁ ରୋଗ ବିଶେଷଜ୍ଞ କୁହନ୍ତି ।

ପ୍ରତିକାର

ଶିଶୁମାନଙ୍କର ପାଚନ ନଳୀର କ୍ରମବିକାଶ ସହିତ ତାହାର ଗ୍ୟାସ୍ ବା ବାୟୁ ସମସ୍ୟା ହ୍ରାସପାଇବା ଆରମ୍ଭ କରେ । ତେବେ ଶିଶୁଟିକୁ ସ୍ତନ୍ୟପାନ କରାଇବା ଅଥବା ବୋତଲରୁ ଖାଦ୍ୟ ଖୁଆଇବା ସମୟରେ କେତେକ ବିଷୟ ପ୍ରତି ଦୃଷ୍ଟିଦେଲେ ଗ୍ୟାସ୍ ସମସ୍ୟାକୁ ଲାଘବ କରାଯାଇପାରିବ ।

  • ସ୍ତନ୍ୟପାନ କିମ୍ବା ବୋତଲରୁ ପିଆଇବା ସମୟରେ ଶିଶୁର ମୁଣ୍ଡ ଯେଭଳି ତାହାର ପାକସ୍ଥଳୀଠାରୁ ଉଚ୍ଚରେ ରହିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଏହାଦ୍ଵାରା ଦୁଗ୍ଧ ଶିଶୁର ପାକସ୍ଥଳୀ ତଳଭାଗକୁ ଯିବ ଏବଂ ବାୟୁ ଉପରକୁ ଉଠିଆସିବ । ତାହା ହାକୁଟି ଆକାରରେ ବାହାରିଯିବ ।
  • ସେହିଭଳି ବୋତଳର ନିପଲ୍କୁ ଧରି ସାମାନ୍ୟ ଚିପି ଦିଅନ୍ତୁ, ଯାହାଦ୍ଵାରା ତା ଭିତରେ ଆଉ ବାୟୁ ଫୋଟକା ରହିବ ନାହିଁ । ତାହାସହିତ ତାକୁ ବୋତଲରୁ ଖୁଆଇବା ସମୟରେ ଶିଶୁଙ୍କ ପାଇଁ ମିଳୁଥିବା ତକିଆ ବ୍ୟବହାର କରନ୍ତୁ । ଏହାଦ୍ଵାରା ଶିଶୁର ମୁଣ୍ଡ ସାମାନ୍ୟ ଉଚ୍ଚରେ ରହିବ । ଖାଇବା ପରେ ଶିଶୁକୁ ଚିତ୍କରି ଶୁଆଇଦିଅନ୍ତୁ । ତା'ର ଗୋଡକୁ ଧରି ଆଗ ପଛ କରନ୍ତୁ, ଯେମିତି କି ସୋଇକେଲ୍ ଚଳାଉଛି । ତାକୁ ଉଷୁମ ସ୍ନାନ କରାଇଲେ ମଧ୍ୟ ସେ ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇବ ।
  • ଏସବୁ ସହିତ ଶିଶୁର ଯଦି ଗ୍ୟାସ୍ ସମସ୍ୟା ରହୁଛି ତେବେ ଡାକ୍ତରଙ୍କ ସହିତ ତାହାର ଖାଦ୍ୟ ସମ୍ପର୍କରେ ଆଲୋଚନା କରନ୍ତୁ । କାରଣ ବେଳେବେଳେ ଶିଶୁଟି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ପରେ ଅଧିକ ଗ୍ୟାସ୍ ସମସ୍ୟା ସମ୍ମୁଖୀନ ହୁଏ । ଏପରିକି ଶିଶୁଟି ଅନେକ ଖାଦ୍ୟକୁ ହଜମ କରିପାରେ ନାହିଁ । ଯଦି ସ୍ତନ୍ୟପାନ କରାଉଥିବା ମା' କିଛି ଖାଦ୍ୟ ଖାଏ ତେବେ ତାହାର ଉପାଦାନ ମା' କ୍ଷୀର ସହିତ ମିଶି ଶିଶୁ ନିକଟରେ ପହଞ୍ଚେ ଏବଂ ତାହା ଶିଶୁ ପାଇଁ ସହଜରେ ହଜମ ହୁଏ ନାହିଁ । ଏଭଳି କ୍ଷେତ୍ରରେ ମା'କୁ ମଧ୍ୟ ତାଙ୍କର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ହେବ । ଅଧିକାଂଶ ସମୟରେ ଶିଶୁଙ୍କ କ୍ଷେତ୍ରରେ ଦେଖାଦେଉଥିବା ଗ୍ୟାସ୍ ସମସ୍ୟା ଆରୋଗ୍ୟସାଧ୍ୟ, କିନ୍ତୁ କିଛି ବିରଳ ଘଟଣାରେ ଏହା ଶିଶୁର ପାଚନ କ୍ରିୟାରେ ଗୁରୁତର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଥାଏ ।
  • ଶିଶୁର ଯଦି ବାୟୁ ଯାଉନାହିଁ,ଝାଡାରେ ରକ୍ତ ପଡୁଛି ଅଥବା ବାନ୍ତି ହେଉଛି  ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ପରୀକ୍ଷା ନିରୀକ୍ଷା କରାନ୍ତୁ । ଶୀଘ୍ର ଚିକିତ୍ସା ଦ୍ଵାରା ଏହାର ନିରାକରଣ କରାଯାଇପାରିବ ।

ଆଧାର - ପ୍ରମେୟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top