ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଶିଶୁଙ୍କ ଦନ୍ତର ଯତ୍ନ
ସେଆର କରନ୍ତୁ

ଶିଶୁଙ୍କ ଦନ୍ତର ଯତ୍ନ

ଶିଶୁଙ୍କ ଦାନ୍ତର ଯତ୍ନ ବିଷୟରେ ଜଣାନ୍ତୁ

ଶିଶୁଙ୍କ ଦନ୍ତର ଯତ୍ନ

କୋମଳମତି ଶିଶୁଙ୍କ ଦାନ୍ତ ପ୍ରତି ସମସ୍ତଙ୍କ ସୌନ୍ଦର୍ଯ୍ୟଭରା ଭାବନା ରହିଥାଏ । କାରଣ କୁହାଯାଏ ଶିଶୁହସିଲେ  ଦୁନିଆ ହସେ । ତେବେ ପିଲାଙ୍କ ଦାନ୍ତ ପ୍ରତି ଅନେକ ବାପା, ମାଆ ଅବହେଳା କରିଥାନ୍ତି ଯାହାର ପରବର୍ତୀ କ୍ଷତିକାରକ ସ୍ଥିତି ଦେଖୁବାକୁ ମିଳିଲେ ବି କିଛି କରାଯାଇ ପାରେନି । ପିଲାଙ୍କ ଦାତ ସମସ୍ୟା ଏତେ ମାରାତୁକ ନୁହେଁ, କିନ୍ତୁ ପିତାମାତାଙ୍କ ସଚେତନତାର ଅଭାବ ପାଇଁ ପିଲାଟି ଏହି ଦାନ୍ତକୁ ନେଇ ସାରା ଜୀବନ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାଏ ।

ଗର୍ଭାବସ୍ଥାରେ ଶିଶୁ ଦାତର ଯତ୍ନ

ପେଟରେ ଥୁବାବେଳେ ସାଧାରଣତଃ ୫/୬ ସପ୍ତାହ ପରେ ଶିଶୁର ଦାନ୍ତର ବିକାଶ ହୋଇଥାଏ । ଦାନ୍ତ ଏବଂ ହାଡ଼ର ବିକାଶ ସଠିକ ଭାବେ ହେବା ପାଇଁ ଏହି ସ ମୟରେ ଯଥେଷ୍ଟ ପରିମାଣରେ କ୍ୟାଲସିୟମ, ଫସଫରସ, ଭିଟାମିନ ଏବଂ ମିନେରାଲର ଆବଶ୍ୟକତା ପଡ଼ିଥାଏ । ଶିଶୁର ଦାନ୍ତର ବିକାଶ ପାଇଁ କ୍ୟାଲସିୟମ ମା’ ର ଖାଦ୍ୟରୁ ଆସିଥାଏ । ତେଣୁ ଏହି ଅବସ୍ମାରେ ପୁଷ୍ଟିସାର, ଶ୍ଵେତସାର ଯୁକ୍ତ ଖାଦ୍ୟ, ଫଳ ଏବଂ ପନିପରିବା ଖାଇବା ଏକାନ୍ତ ଆବଶ୍ୟକ । ଫୋରାଇଡ ଅନ୍ୟ ଏକ ଆବଶ୍ୟକୀୟ ପାନୀୟ ଯାହା ଶିଶୁର ଦାନ୍ତକୁ ମଜଭୁତ ଏବଂ ଶକ୍ତ କରିଥାଏ । ଏଥୁସହିତ ଦାନ୍ତକୁ କ୍ୟାଭିଟିଜ ଠାରୁ ଦୂରରେ ରଖେ ।

ଜନ୍ମ ହେବା ପରେ

ଛୁଆ ଜନ୍ମ ହେବା ପରେ ତାର ବିକାଶ ଧୀରେ ଧୀରେ ହୋଇଥାଏ । ହାଡ଼ର ବିକାଶ ହେବା ସଙ୍ଗେ ସଙ୍ଗେ ଶିଶୁର ଦାନ୍ତର ମଧ୍ୟ ବିକାଶ ହୋଇଥାଏ । ପ୍ରଥମେ ଦାନ୍ତର ବିକାଶ ଆରମ୍ଭ ହୋଇଥାଏ । ସାମ୍ନାକୁ ଦୁଇ ଦାନ୍ତରୁ ଯାହାକୁ ଆମେ କ୍ଷୀର ଦାନ୍ତ ବୋଲି କହିଥାଉ । ମା’ କ୍ଷୀର ଶିଶୁ ଶରୀରର ବିଭିନ୍ନ ଅଂଶର ବିକାଶ ପାଇଁ ନିତାନ୍ତ ଆବଶ୍ୟକ । ସେହିପରି ଶିଶୁ ଦାନ୍ତର ବିକାଶରେ ମଧ ମା’ କ୍ଷୀର ନିହାତି ଆବଶ୍ୟକ । କାରଣ ଏଥୁରେ ଯଥେଷ୍ଟ ପରିମାଣରେ ଫ୍ଲୋରାଇଡ ଏବଂ କ୍ୟାଲସିୟମ ଥାଏ ।

ପିଲାକୁ କ୍ଷୀର ପିଆଇବା ପରେ ତାର ଦାନ୍ତର ମାଢ଼ିକୁ ତୁଳା କିମ୍ବା କପଡ଼ାରେ ପୋଛି ସଫା କରିଦିଅନ୍ତୁ। ପିଲାକୁ ବୋଡଲରେ କ୍ଷୀର ପିଇବାକୁ ଦେଉଥୁଲେ ମଧ୍ୟ କ୍ଷୀର ପିଇ ସାରିବା ପରେ ସଙ୍ଗେ ସଙ୍ଗେ ମାଢ଼ିକୁ କପଡ଼ାରେ ପୋଛି ସଫା କରିଦିଅନ୍ତୁ । ଆପଣଙ୍କ ପିଲା ଶୋଇବା ସମୟରେ ଯଦି ପାଟିରେ ବୋତଲ ରଖୁ ଶୋଇବାକୁ ପସନ୍ଦ କରୁଛି, ତେବେ ସେହି ବୋଡଲରେ କ୍ଷୀର ବଦଳରେ ପାଣି ଦିଅନ୍ତୁ । କାରଣ କ୍ଷୀରରେ ମିଠା ଅଂଶ ରହୁଥୁବାରୁ ଏହା ଶିଶୁର ମାଢ଼ିରେ କ୍ୟାଭିଟିଜ ସୃଷ୍ଟି କରିବାର ସମ୍ଭାବନା ଥାଏ ।

ଦୁଗ୍ଧ ଦାତର ଯତ୍ନ

ଛଆ ସାତ ମାସ ପରେ ଶିଶୁର ଦୁଗ୍ଧ ଦାନ୍ତ ଉତ୍ପନ୍ନ ହୋଇଥାଏ । ତାପରେ ୨୦ ମାସ ପର୍ଯ୍ୟନ୍ତ ପଲାର ଦାନ୍ତ ଉଠିବା ସମୟ ଚାଲେ । ଏହି ସମୟରେ କିଭଳି ଦାନ୍ତର ଯତ୍ନ ନେବେ, କ’ଣ କରିବେ ଏବଂ କ'ଣ ନକରିବେ ଆସନ୍ତୁ ଜାଣିବା । ପ୍ରଥମେ ଦୁଗ୍ଧ ଦାନ୍ତ ଉଠିବା ପରେ ହାଲକା ଏବଂ କୋମଳ ବ୍ରଶା ଦ୍ଵାରା ଦାନ୍ତକୁ ସଫା କରନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ପେଷ୍ଟ ଦ୍ଵାରା ଧୀରେ ଧୀରେ ଦାନ୍ତ ସଫା କରନ୍ତୁ । ଏହାଦ୍ଵାରା ପିଲାର ପାଟିରୁ ଗନ୍ଧ ବାହାରିବନି । ଦାନ୍ତ ଦିନକୁ ଦିନ ଦୁଇଥର ସକାଳ ଏବଂ ସନ୍ଧ୍ୟାରେ ସଫା କରିବା ଅଭ୍ୟାସ ପିଲାକୁ ଶିଖାନ୍ତୁ । ଖାଇସାରିବେ ପରେ ଭଲ ଭାବରେ କୂଳି କରି ପାଟି ସଫା କରିବା ମଧ୍ୟ ଶିଖାନ୍ତୁ । ଫଳରେ ଏହା ପିଲାର ଏକ ଅଭ୍ୟାସରେ ପରିଣତ ହୋଇଯିବ । ପିଲା ଦାନ୍ତର ସୁରକ୍ଷା ପାଇଁ ସବୁଜ ପନିପରିବା, ଫଳ, କ୍ଷୀର ଏବଂ ଲହୁଣି ଖାଇବାକୁ କୁହନ୍ତୁ। ପିଲାକୁ ସବୁବେଳେ ଯଥେଷ୍ଟ ପରିମାଣରେ ପାଣି ପିଇବାକୁ ଦିଅନ୍ତୁ । ମାସକୁ କିମ୍ବା ବର୍ଷକୁ ଥରେ ଶିଶୁର ଦାନ୍ତ ଏବଂ ମାଢ଼ି ଡାକ୍ତରଙ୍କ ପାଖରେ ପରୀକ୍ଷା କରାନ୍ତୁ । ଯଦି ଶିଶୁର ଦାନ୍ତରେ ଧଳା, କଳା କିମ୍ବା ବ୍ରାଉନ ରଙ୍ଗର ଦାଗ ଦେଖାଯାଏ ଶୀଘ୍ର ଯାଇ ଦାନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଶିଶୁକୁ ବର୍ଷ ହେଲା ପରେ ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇ ଦାନ୍ତ ଦେଖାନ୍ତୁ ।

କ'ଣ କରିବେ ନାହିଁ

ଶିଶୁକୁ ପିଲାବେଳେ ଯେତେ ସମ୍ଭବ କମ୍ ଚିନି ଥୁବା ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ଜଙ୍କ ଫୁଡରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ। ଶିଶୁକୁ ପିଲାବେଳେ କେବେହେଲେ ଦାନ୍ତ ଡାକ୍ତର ପାଖକୁ ନେଇଯିବି, ଇଞ୍ଜେକସନ ଲଗାହେବ କହି ଡରାନ୍ତୁ ନାହିଁ । ଏହାଦ୍ଵାରା ପିଲାର ମନରେ ସବୁଦିନ ପାଇଁ ଭୟ ବସା ବାନ୍ଧିବ । ଯେତେବେଳେ ନିହାତି ଦାନ୍ତ ଡାକ୍ତର ପାଖକୁ ଯିବାର ଥୁବ ପିଲାଟି ସେତେବେଳେ ମନା କରିଦେବ । ତେଣୁ ଏଭଳି କରନ୍ତୁ ନାହିଁ।

ଆଧାର :ଡାକ୍ତର ଶୁଭ୍ରାପ୍ରିୟଦର୍ଶିନୀ ପୃଷ୍ଟି , ଦାନ୍ତରୋଗ ବିଶେଷଜ୍ଞ ପାଣି କୋଇଲି, ଯାଜପୁର, ମୋବାଇଲ : ୮୮୯୫୫୭୬୦୭୩

 

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top