ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଶିଶୁର ବିକାଶ କିପରି ହୁଏ
ସେଆର କରନ୍ତୁ

ଶିଶୁର ବିକାଶ କିପରି ହୁଏ

ବିଭିନ୍ନ ମାସରେ ଶିଶୁର ବିକାଶ କିପରି ହୁଏ ଏଠାରେ ବର୍ଣ୍ଣନା କରାଯାଇଛି

ଏକମାସ ବୟସ ପର୍ଯ୍ୟନ୍ତ

ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର ଯେ – ସେ

  • ନିଜ ଗାଲ ଓ ମୁହଁକୁ ସ୍ପର୍ଶ କରୁଥିବା ହାତ ଆଡକୁ ମୁଣ୍ଡ ବୁଲାଇବ ।
  • ନିଜର ଦୁଇ ହାତ ନିଜ ମୁହଁ ଆଡକୁ ଆଣୁଥିବା ।
  • ପରିଚିତ ସ୍ଵର ଆସୁଥିବା ଆଡକୁ ବୁଲିବା ।
  • ସ୍ତନ୍ୟପାନ କରିବା ଓ ତାଙ୍କୁ ଦୁଇ ହାତରେ ଛୁଇଁବାକୁ ଲାଗିବ ।

ବାପା, ମା’ ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ

  • ଶିଶୁଜନ୍ମର ଏକ ଘଣ୍ଟ ମଧ୍ୟରେ ନିଜ ଦେହରେ ଲଗାଇ ଧରିବା ଓ ମା’ ତାକୁ ସ୍ତନ୍ୟପାନ କରାଇବ ।
  • ଶିଶୁକୁ ଧରିବା ସମୟରେ ତାର ମୁଣ୍ଡର ତଳେ ଭରା ଦେବ ।
  • ଶିଶୁକୁ ମାଲିସ୍ କରିବା ।
  • ଆପଣ ଯେତେ ହାଲିଆ କିମ୍ବା ବ୍ୟସ୍ତ ଥିଲେ ମଧ୍ୟ ଶିଶୁକୁ ସର୍ବଦା ସ୍ନେହରେ ଧରିବେ ।
  • ଶିଶୁ ସହିତ ଅଧିକ କଥାବାର୍ତ୍ତା କରିବା, ତାକୁ କାହାଣୀ ଓ ଗୀତା ଶୁଣାଇବ ।
  • ଶିଉସ ଯେତେବେଳେ ୭ ସପ୍ତାହର ହୋଇଯିବ, ତାକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନେଇଯିବ ।

ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟା ଲକ୍ଷଣ

  • ଶିଶୁ ମାଆ କ୍ଷୀର ଶୋଷିବାରେ ଅସୁବିଧା ଭୋଗୁଥିବା କିମ୍ବା ଶୋଷିବାକୁ ଇଚ୍ଛା କରୁନଥିବ ।
  • ଶିଶୁ ହାତ ଓ ଗୋଡ କମ୍ ହଲାଉଥିବା । ଶିଶୁ ଜୋର ଶବ୍ଦ କିମ୍ବା ତୀବ୍ର ଆଲୋକ ଦେଖିଲେ କମ୍ ପ୍ରତକ୍ରିୟା କିମ୍ବା ଆଦୌ ପ୍ରତିକ୍ରିୟା ପ୍ରକାଶ କରୁଥିବ ।
  • ଶିଶୁ ବହୁତ ସମୟ ପର୍ଯ୍ୟନ୍ତ କାନ୍ଦୁଥିବା ଏବଂ ତା କାନ୍ଦିବାର କାରଣ ଜଣାପଡୁନଥିବ ।
  • ଶିଶୁ ବାନ୍ତି ଓ ପତଳା ଝାଡା ହେଉଥିବ, ଯେଉଁଥିରେ କି ତା’ର ଶରୀରରୁ ପାଣି ଅଂଶ କମିଯାଇପାରେ ।

ଛଅ ମାସ ବୟସପର୍ଯ୍ୟନ୍ତ

ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର

  • ପେଟରେ ଭରା ଦେଇ ଶୋଇଲା ବଲେ ମୁଣ୍ଡ ଓ ଛାତି ଉପରକୁ ଉଠାଉଥିବା ।
  • ଝୁଲି ରହିବା ଜିନିଷକୁ ଧରିବାକୁ ଚେଷ୍ଟା କରୁଥିବ ।
  • ଜିନିଷ ଧରି ହଲାଇବ ।
  • ଦୁଇ ପଟକୁ କଡ ଲେଉଟାଇବା ।
  • ଭରା ଦେଇ ବସିବାକୁ ଚେଷ୍ଟା କରିବ ।
  • ହାତ ଓ ମୁହଁରେ ଜିନିଷକୁ ଛାଟିବାକୁ ଲାଗିବ ।
  • ଶବ୍ଦ ଓ ଚେହେରାର ହାବଭାବର ନକଲ କରିବ ।
  • ନିଜ ନାମ ଶୁଣି ଏବଂ ପରିଚିତ ଚେହେରା ଦେଖି ପ୍ରତିକ୍ରିୟା ପ୍ରକାଶ କରିବ ।

ବାପା, ମା’ ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ

  • ଶିଶୁକୁ ସଫା ସୁତୁରା ମସିଣା ଉପରେ ଶୁଆଇବ ଯେପରିକି ସେ ଠିକ୍ ଭାବେ ବୁକି ପାରିବ ଓ ଜିନିଷ ପର୍ଯ୍ୟନ୍ତ ପହଞ୍ଚିପାରିବା ।
  • ଶିଶୁକୁ ଏପରି ଧରିବା, ଯେମିତିକି ସେ ତା’ର ଚାରିପାଖକୁ ଦେଖାପାରିବ ।
  • ଶିଶୁ ଦିନ ରାତି ଯେତେବେଳେ ଚାହିଁବ, ମା’ ତାକୁ ସ୍ତନ୍ୟପାନ କରାଇପାରିବ ଏବଂ ଖାଦ୍ୟ ଦେବା ଆରମ୍ଭ କରିଦେବା । (୬-୮ ମାସର ଶିଶୁକୁ ଦିନରେ ଦୁଇଥର ଓ ୮-୧୨ ମାସ ଶିଶୁକୁ ଦିନରେ ୩-୪ ଥର ଖୁଆଇବ ) ।
  • ଶିଶୁ ସହିତ ଯେତେ ସମୟ ପର୍ଯ୍ୟନ୍ତ କଥା ବାର୍ତ୍ତା କରି ପାରିବ, ତାକୁ କାହାଣୀ ଓ ଗୀତା ଶୁଣାଇବ ।

ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟାର ଲକ୍ଷଣ

  • ଶିଶୁ ହାତ ଏବଂ ପାଦ ଚଳାଇବାରେ ଅସୁବିଧା ।
  • ଶିଶୁ ବାରମ୍ଭାର ମୁଣ୍ଡ ହଲାଇଲେ (ଏହି କାନର ସଂକ୍ରମଣର ଲକ୍ଷଣ, ଯାହାର ଚିକିତ୍ସା ନକଲେ ଶିଶୁ ବଧିର ହୋଇଯାଇପାରେ ) ।
  • ଶିଶୁ ଶବ୍ଦ, ପରିଚିତ ଚେହେରା ବା ସ୍ତନକୁ ଦେଖିବା ପରେ ସାଧାରଣ କିମ୍ବା ଆଦୌ ପ୍ରତିକ୍ରିୟା ପ୍ରକାଶ ନକରିବା ।
  • ଶିଶୁ ମା’ କ୍ଷୀର କିମ୍ବା ଅନ୍ୟ ଖାଦ୍ୟ ଖାଇବା ପାଇଁ ମନା କରିବା ।

ବାର ମାସ ବୟସ ପର୍ଯ୍ୟନ୍ତ

ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର ଯେ – ସେ

  • ବିନା ସାହାଯ୍ୟରେ ବସିବାକୁ ଲାଗିବ ।
  • ହାତ ଏବଂ ଗଣ୍ଠିର ବଳ ଆସିବ ଏବଂ ଠିଆ ହେବ ।
  • କୌଣସି ସାହାରା ଧରି ଚାଲିବାକୁ ଲାଗିବ ।
  • ଶବ୍ଦ ଏବଂ ସ୍ଵରକୁ ଅନୁକରଣ କରି ସେପରି କରିବାକୁ ଚେଷ୍ଟା କରିବ ।
  • ଖେଳକୁଦ ଓ ତାଳି ବଜାଇବାରେ ଖୁସି ହେଉଥିବ ।
  • ଅନ୍ୟର ଧ୍ୟାନକୁ ଆକର୍ଷଣ କରିବାକୁ ସ୍ଵର ଏବଂ ହାବଭାବ ଦୋହରାଇବ ।
  • ଆଙ୍ଗୁଠିଗୁଡିକରେ କିମ୍ବା ଗୋଟିଏ ଆଙ୍ଗୁଠିରେ ଜିନିଷ ଉଠାଇବ ।
  • ଚାମୁଚ ଓ କପ୍ ଇତ୍ୟାଦି ଧରିବ ଏବଂ ନିଜେ ଖାଇବାକୁ ଚେଷ୍ଟା କରିବ ।

ବାପା, ମା’ ଓ ଯତ୍ନ ନାଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ

  • ଶିଶୁ ସହିତ ବାରମ୍ବାର କଥାବାର୍ତ୍ତା କରିବା ଓ ଖେଳିବା ।
  • ଜିନିଷ ଆଡକୁ ଦେଖାଇ, ସେଗୁଡିକର ନାମ କହିବ ।
  • ଶିଶୁ ଖାଦ୍ୟ ଖୁଆଇବା ସମୟ ରେ ତାକୁ ପରିବାରର ସମସ୍ତ ସଦସ୍ୟଙ୍କ ସହିତ କଥାବାର୍ତ୍ତା କରିବାକୁ ପ୍ରୋତ୍ସାହିତ କରିବ ।
  • ଶିଶୁ ବିକାଶ ଯଦି ଧିମା ହୋଇ ଯାଉଥାଏ, ତାହା ହେଲେ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ଶିଶୁକୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ତା ସହିତ ବହୁତ କଥାବାର୍ତ୍ତା କରିବ ।
  • ଶିଶୁ ଅନେକ ସମୟ ପର୍ଯ୍ୟନ୍ତ ଗୋଟିଏ ଅବସ୍ଥାରେ ଛାଡିବ ନାହିଁ ।
  • ଶିଶୁର ଆଖି ପାଖ ସ୍ଥାନ ସୁରକ୍ଷିତ ରଖିବା ଉଚିତ୍ , ଯାହା ଫଳରେ ଦୁର୍ଘଟଣା ଘଟିବ ନାହିଁ ।
  • ମାଆ ତାର ଶିଶୁକୁ ନିଜ କ୍ଷୀର ପିଆଇବ ଏବଂ ତାହାକୁ ଘର ତିଆରି ଖାଦ୍ୟ ପେଟ ଭର୍ତ୍ତି ଖାଇବାକୁ ଦେବ ।
  • ଶିଶୁକୁ ଚାମୁଚ ବା କପ୍ ରେ ଖାଇବା ଦରକାର ।
  • ଶିଶୁକୁ ରୋଗରୁ ରକ୍ଷା କରିବା ପାଇଁ ସମସ୍ତ ଟୀକା ଓ ଭିଟାମିନ୍ - ଏର ସମସ୍ତ ମାତ୍ରା ଦେବା ଦରକାର ।
  • ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟାର ଲକ୍ଷଣ

    • ଶିଶୁ କୌଣସି ଶବ୍ଦ ଉଚ୍ଚାରଣ ଣ କାଲେ କିମ୍ବା ଡାକିଲେ ମଧ୍ୟ କୌଣସି ଉତ୍ତର ନ ଦେଲେ ।
    • ଶିଶୁ ଦୋଳାୟମାନ ବସ୍ତୁ ଆଡକୁ ଣ ଦେଖିଲେ ।
    • ଶିଶୁକୁ ଭୋକ ଣ କରିବା କିମ୍ବା ଖାଇବା ପିଇବାକୁ ମନା କରିବା ।

    ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ

    ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର ଯେ – ସେ

    • ଚାଲିବା, ଚଢିବା ଏବଂ ଦୌଡିବାକୁ ଲାଗିବା ।
    • ଜିନିଷ ଏବଂ ଫଟୋର ନାମ ଶୁଣିବା ମାତ୍ରାଜେ, ତା ଆଡକୁ ହାତ ଦେଖାଇବ (ଯଥା - ନାକ, ଆଖି ) ।
    • କେତେକ ଶବ୍ଦ ଏହା ସାଂଗରେ କହିବାକୁ ଲାଗିବ (ପ୍ରାୟ ୧୫ ମାସରୁ ) ।
    • ସହଜ କଥା ଓ ଠାର ପାଳନ କରିବାକୁ ଲାଗିବ ।
    • ପେନସିଲ୍ କିମ୍ବା ରଙ୍ଗ ଦେଲେ ଖେଳିବାକୁ ଚେଷ୍ଟା କରିବ ।
    • ଛୋଟ ଛୋଟ କାହାଣୀ ଓ ଗୀତରେ ପ୍ରତିକ୍ରିୟା ପ୍ରକାଶ କରିବ ।
    • ଅନ୍ୟର ନକଲ କରିବାକୁ ଲାଗିବ । ନିଜେ ନିଜେ ଖାଇବାକୁ ଲାଗିବ ।

    ବାପା, ମା' ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ

    • ଶିଶୁକୁ କିଛି ପଢି ବା ଗାଈ ଶୁଣାଇବା ଏବଂ ତା ସହିତ ଖେଳା ଖେଳି କରିବ ।
    • ଶିଶୁକୁ ବିପଦପୂର୍ଣ୍ଣ ବସ୍ତୁଠାରୁ ଦୂରେଇ ରହିବା ଶିଖାଇବ ।
    • ଶିଶୁ ସହିତ ପରିଷ୍କାର କଥାବାର୍ତ୍ତା କରିବ, କ୍ଷନେଇ କରି କହିବା ଅନୁଚିତ୍ ।
    • ମାଆ ଶିଶୁକୁ ନିଜ କ୍ଷୀର ପିଆଇବ ଏବଂ ଘରେ ତିଆରି ଖାଦ୍ୟ ପେଟ ଭର୍ତ୍ତି ଖୁଆଇବ ।
    • ଶିଶୁକୁ ଖାଇବା ପାଇଁ ଉତ୍ସାହିତ କରାଇବ, ଜବରଦସ୍ତ କରିବା ନାହିଁ । ଶିଶୁ ପାଇଁ ସହଜ ନିୟମ ପ୍ରଣୟନ କରିବା ଏବଂ ଦୀର୍ଘାୟୁ ହେବାପାଇଁ କାମନା କରିବ ।
    • ଶିଶୁର ସଫଳତାର ପ୍ରଶଂସା କରିବା ।

    ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟା ଲକ୍ଷଣ

    • ଶିଶୁ ଅନ୍ୟକୁ ଦେଖି କୌଣସି ପ୍ରତିକ୍ରିୟା ଣ କରିବା
    • ଶିଶୁ ଚାଲିବା ସମୟରେ ସନ୍ତୁଲନ ରଖିବାରେ କଷ୍ଟ ଅନୁଭବ କରିବା ( ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଇବା ଦରକାର ) ।
    • ଶିଶୁର କୌଣସି କ୍ଷତି ହେଲେ ଓ ତା ବ୍ୟବହାରରେ କିଛି ପରିବର୍ତ୍ତନ ଆସିଲେ ( ବିଶେଷ କରି ଯଦି ଅନ୍ୟ ଲୋକ ଶିଶୁର ଦେଖାଶୁଣା କରନ୍ତି ) ।
    • ଶିଶୁକୁ ଭୋକ ଣ ଲାଗିବା ।

    ତିନି ବର୍ଷ ବୟସ ପର୍ଯ୍ୟନ୍ତ

    ଶିଶୁ ଏପରି ସୁସ୍ଥ ସବଳ ହେବା ଦରକାର ଯେ - ସେ

    • ସହଜରେ ଚଲାବୁଲା କରିବା, ଦୌଡିବା, ପଢିବା ଏବଂ ଡିଆଁଡେଇଁ କରିବ ।
    • ସାମାନ୍ୟଜିନିଷ ଓ ଫଟୋ ଆଡକୁ ଠାରି ସେଗୁଡିକୁ ଚିହ୍ନିବା ଓ ନାମ କହିବ ।
    • ଦୁଇ ବା ତିନୋଟି ଶବ୍ଦର ବାକ୍ୟ କହିବ ।
    • ନିଜ ନାମ ଓ ବୟସ କହିବ ।
    • ରଂଗର ନାମ କହିବ ।
    • ଗଣନା ବୁଝିବା ।
    • ଖେଳରେ କାଳ୍ପନିକ ଜିନିଷର ବ୍ୟବହାର କରିବା ଶିଖିବା ।
    • ନିଜେ ନିଜେ ଖାଇବା ।
    • ସ୍ନେହ ଦେଖାଇବା ।
    • ବହିକୁ ପିଲାଙ୍କ ସାମନାରେ ରଖି ପଢିବା, ଫଟୋ ବିଷୟରେ କଥାବାର୍ତ୍ତା କରିବା ।

    ବାପା, ମା' ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ

    • ଶିଶୁକୁ କାହାଣୀ ଶୁଣାଇବା ଏବଂ କବିତା ତଥା ଗୀତ ଶିଖାଇବା ।
    • ଶିଶୁକୁ ଅଲଗା ପାତ୍ର କିମ୍ବା ଥାଳିରେ ଖାଇବାକୁ ଦେବା ।
    • ଶିଶୁକୁ ଖାଇବା ପାଇଁ ଉତ୍ସାହିତ କରିବା । ସେ ଖାଇବାରେ ଯେତେ ସମୟ ଲଗାଇବେ ବି ସେତେ ସମୟ ଦେବା ଉଚିତ୍ ।
    • ଶିଶୁକୁ ପୋଷାକ ପିନ୍ଧିବା, ନିଜ ହାତ ଧୋଇବା ଓ ଶୌଚାଳୟ ବ୍ୟବହାର କରିବାରେ ସାହାଯ୍ୟ କରିବା ।
    • ଶିଶୁ ଖେଳ କୁଦରେ ରୁଚି ଣ ରଖିଲେ ।
    • ବାରମ୍ଭାର ପଡିଗଲେ ।

    ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟାର ଲକ୍ଷଣ

    • ଛୋଟ ଛୋଟ ଜିନିଷରୁ ମୁକୁଳି ନ ପାରିଲେ ।
    • ସହଜ କଥା ଓ ଠାର ମଧ୍ୟ ନ ବୁଝିଲେ ।
    • କେତେକ ଶବ୍ଦ ଏକ ସଂଗରେ କହି ନ ପାରିଲେ ।
    • ଖାଇବା ପିଇବାରେ ସାଧାରଣ କିମ୍ବା ଆଦୌ ରୁଚି ନ ରଖିଲେ ।

    ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ

    • ପୁରାପୁରି ନିଜକୁ ସମ୍ଭାଳି ଚାଲିବ ।
    • ଭିନ୍ନ ଭିନ୍ନ ଶବ୍ଦ ମିଶାଇ ବାକ୍ୟ କହିବ । ଫରକ୍ ବୁଝିପାରିବ ( ଯେମିତି ମୋଟା ଏବଂ ପତଳା, ଲମ୍ବା ଓ ଛୋଟ ।
    • ଅନ୍ୟ ପିଲାଙ୍କ ସହିତ ଖେଳିବ ।
    • ଅନ୍ୟର ବିନା ସାହାଯ୍ୟରେ ପୋଷାକ ପିନ୍ଧିବ ।
    • ସରଲ ପ୍ରଶ୍ନର ଉତ୍ତର ଦେବ ।
    • ପାଞ୍ଚରୁ ଦେଶ ପର୍ଯ୍ୟନ୍ତ ଜିନିଷ ଗଣି ପାରିବ ।
    • ନିଜ ହାତ ନିଜେ ଧୋଇବ ।

    ବାପା, ମା’ ଓ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ

    • ପିଲାଙ୍କର କଥା ଶୁଣିବା ।
    • ପିଲାମାନଙ୍କ ସହିତ ଯେତେ ସମ୍ଭବ ଅଧିକ କଥାବାର୍ତ୍ତା କରିବ ।
    • ଯଦି ପିଲା ଖନେଇବ, ତେବେ ତାକୁ ଆହୁରି ଧିରେ ଧିରେ କହିବା ପାଇଁ ପରାମର୍ଶ ଦେବା ।
    • ତାହୁ ପରିହାସ କରିବ ନାହିଁ ।
    • ଶିଶୁକୁ କାହାଣୀ ପଢି ଶୁଣାଇବା ଉଚିତ୍ ।
    • ଶିଶୁକୁ ଖେଳିବା ଓ ନୂଆ କଥା ଶିଖିବା ପାଇଁ ଉତ୍ସାହିତ କରିବା ଦରକାର ।

    ଶୀଘ୍ର ଧ୍ୟାନ ଦେବା ଭଳି ସମସ୍ୟାର ଲକ୍ଷଣ

    • ଶିଶୁ କିପରି ଖେଳୁଛି, ତାହା ଦେଖିବା ଦରକାର । ଯଦି ସେ ଉରୁଛି, ରାଗ କିମ୍ବା ମାର ପିଟ୍ କରୁଛି ତେବେ ଏହା କିଛି ଭାବନାତ୍ମକ ସମସ୍ୟା କିମ୍ବା ତାର ଶୋଷଣର ଲକ୍ଷଣ ହୋଇଥାଇପାରେ ।

    ଆଧାର : ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ

    3.28571428571
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top