ସେଆର କରନ୍ତୁ

ଅପପୁଷ୍ଟି

ଅପପୁଷ୍ଟି ଦ୍ଵାରା ଶିଶୁ ରୋଗାକ୍ରାନ୍ତ ହୁଏ ବା ମୃତ୍ୟୁମୁଖରେ ପଡେ ତା ନୁହେଁ ବରଂ ଶିଶୁର ଅନେକ ଅଦୃଶ୍ୟ କ୍ଷତି ହୋଇଥାଏ ।

ଅପପୁଷ୍ଟି ଦ୍ଵାରା ଶିଶୁ ରୋଗାକ୍ରାନ୍ତ ହୁଏ ବା ମୃତ୍ୟୁମୁଖରେ ପଡେ ତା ନୁହେଁ  ବରଂ ଶିଶୁର ଅନେକ ଅଦୃଶ୍ୟ କ୍ଷତି ହୋଇଥାଏ   ।

ଅପପୁଷ୍ଟି ଶିଶୁଟି

  • ଷ୍ଟଣ୍ଟିଙ୍ଗ : ବୟସ ଅନୁଯାୟୀ ଉଚ୍ଚତା ନବଢିବା   ।
  • ୱେଷ୍ଟିଙ୍ଗ  : ଉଚ୍ଚତା ଓ ବୟସ ଅନୁଯାୟୀ ଓଜନ ନ ବଢିବା   ।
  • କମ ଓଜନ : ବୟସ ଅନୁପାତରେ କମ ଓଜନ ।
  • ୨,୫୦୦ ଗ୍ରାମରୁ କମ ଓଜନରେ ଶିଶୁଟି ଜନ୍ମ ନେବା   ।

ଅପପୁଷ୍ଟି ଶିଶୁ ଠାରେ ଦେଖାଦେଲେ ତାହା କେବଳ ତାର ସ୍ୱାସ୍ଥ୍ୟ ଉପରେ ସମସ୍ୟା ସୃଷ୍ଟି କରେନାହିଁ ବରଂ ତାର ବିକାଶ ଏବଂ ପରିବାରର ଆର୍ଥିକ ପରିସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଏ   ।

ସ୍ୱାସ୍ଥ୍ୟ  : ମୃତ୍ୟୁର ଆଶଙ୍କା ବଢିଯାଏ କିମ୍ବା ମୃତ୍ୟୁ ହୁଏ   ।  ଶିଶୁର ବୟସ ଅନୁପାତରେ ଉଚ୍ଚତା , ଓଜନ ବଢେ ନାହିଁ   ।

ବିକାଶ  : କଥା କହିବାରେ ବିଳମ୍ବ କିମ୍ବା ପାଟି  ଲାଗି ବା ଶାରୀରିକ ଶକ୍ତି କମର ଆଶଙ୍କା , ସ୍କୁଲରେ ନିମ୍ନମାନର ପ୍ରଦର୍ଶନ , ପାଠପଢା ଓ ସ୍ମରଣ ଶକ୍ତି କମିଯିବାର ଆଶଙ୍କା   ।

ଆର୍ଥିକ ପରିସ୍ଥିତି  : ରୋଗାକ୍ରାନ୍ତ ଶିଶୁ ର ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବା ଦ୍ଵାରା ପରିବାର ଉପରେ ଆର୍ଥିକ ବୋଝ ପଡେ   ।  ରୋଗାକ୍ରାନ୍ତ ଶିଶୁଟିର ଭବିଷ୍ୟତରେ କାର୍ଯ୍ୟ ଦକ୍ଷତା କମିଯାଏ ତେଣୁ ସେ ଯାହା ରୋଜଗାର କରିବା କଥା କରିପାରେ ନାହିଁ   ।

ଶିଶୁଟି ପାଇଁ ଅପପୁଷ୍ଟି ଜନ୍ମ ପୂର୍ବରୁ ମା ଗର୍ଭରୁ ଆରମ୍ଭ ହୋଇଥାଏ   । ମା ଗର୍ଭରୁ ଦ୍ଵିତୀୟ ଜନ୍ମଦିନ ଅର୍ଥାତ ଶିଶୁଟି ୨ ବର୍ଷର ହେବା ପର୍ଯ୍ୟନ୍ତ ସମୟ ହେଉଛି ବହୁତ ଗୁରୁତ୍ଵପୂର୍ଣ୍ଣ   ।  ଏହି ସମୟ ମଧ୍ୟରେ ଯଦି ଶିଶୁଟି ଅପପୁଷ୍ଟି ରେ ଆକ୍ରାନ୍ତ ହୁଏ ତେବେ ତାର ସମସ୍ତ ଜୀବନ ଏହା ଦ୍ଵାରା ପ୍ରଭାବିତ ହୁଏ   ।

ଷ୍ଟଣ୍ଟିଙ୍ଗ (ଗେଡାପଣ)

ଜୀବନର ପ୍ରଥମ ହଜାର ଦିନ ( ଗର୍ଭରେ ୨୭୦ ଦିନ + ୦୨ବର୍ଷ ୭୩୦ ଦିନ ) ଯଦି ପୋଷଣ ଅଭାବ ରହେ ତେବେ ଷ୍ଟଣ୍ଟିଙ୍ଗ ବା ଗେଡା ହେବାର ଆଶଙ୍କା ସୃଷ୍ଟି ହୁଏ   । ଶିଶୁର ବୟସ ଅନୁଯାୟୀ ଉଚ୍ଚତା ବଢେନାହିଁ   । 
ଲଗାତାର ଭାବେ ଉପଯୁକ୍ତ ପୁଷ୍ଟି ପାଇବାରୁ ବର୍ଜିତ ହେବାର ସାମୁଦ୍ରିକ ପ୍ରଭାବ ହେତୁ ଶିଶୁମାନଙ୍କର ଆବଶ୍ୟକୀୟ ବୃଦ୍ଧି ଓ ବିକାଶ ହେବାରେ ବାଧା ଉପୁଜିଥାଏ  ।  ଗେଡା ହୋଇଯିବା ଶିଶୁ ଅଭିବୃଦ୍ଧି ଏବଂ ବିକାଶର ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା   ।  ଗେଡା ହୋଇଯିବା ବା ଉଚ୍ଚତା କମିଯିବା କେବଳ ଶାରୀରିକ ଉଚ୍ଚତା ଦୃଷ୍ଟିରୁ ବିଚାର କରାଯାଇ ନଥାଏ ବରଂ ପୁଷ୍ଟିହୀନତା ଯୋଗୁଁ ଗେଡା ହେବା ସହିତ ମାନସିକ କ୍ଷମତା ମଧ୍ୟ ବଢିନଥାଏ ଯାହା ପରବର୍ତ୍ତୀ ଜୀବନକୁ ଏକ ନ୍ୟୁନ ଅଭିବୃଦ୍ଧି ମୁକ୍ତ ଜୀବନ ରୂପେ ପରିଚୟ ଦେଇଥାଏ    ।

ପୃଥିବୀରେ ଥିବା ସମୁଦାୟ ଗେଡା ଶିଶୁଙ୍କ ମଧ୍ୟରେ ୩୧.୨% ଶିଶୁ କେବଳ ଭାରତରେ ଅଛନ୍ତି, ଯାହାକି ସର୍ବାଧିକ ଏନ.ଏଫ.ଏଚ.ଏସ -୩ ର ଅନୁଧ୍ୟାନ ଅନୁସାରେ ଭାରତରେ ୪୮ % ଗେଡା ଶିଶୁ ରହିଥିବା ବେଳେ ଓଡିଶାରେ ଏହାର ପରିମାଣ ୪୪% ରହିଛି   । ବିଗତ ଦଶବର୍ଷ ମଧ୍ୟରେ ଶିଶୁ ପୁଷ୍ଟିସ୍ଥିତିରେ ଓଡିଶା ବିକାଶ କରିଛି   । ପାଞ୍ଚବର୍ଷ ବୟସ ତଳକୁ ଥିବା  ଶିଶୁଙ୍କ ମଧ୍ୟରେ ଷ୍ଟଣ୍ଟିଙ୍ଗ ହାର ୨୦୦୫-୦୬ ରେ ୪୫ ପ୍ରତିଶତ ଥିବା ବେଳେ ଏହା ୨୦୧୩-୧୪ ରେ ୩୮ ପ୍ରତିଶତକୁ ହ୍ରାସ ପାଇଥିଲା   ।  କିନ୍ତୁ କେତେ ଆଦିବାସୀ ଅଧୁଷିତ ଇଲାକାରେ ଷ୍ଟଣ୍ଟିଙ୍ଗ/ଗେଡା ପଣ ସମସ୍ୟା ଗୁରୁତର ରହିଛି   ।  ୫ ବର୍ଷ ତଳରୁ ୪୬ ପ୍ରତିଶତ ରୁ ଅଧିକ ଶିଶୁ ଗେଡାପଣ ସମସ୍ୟାରେ ଆକ୍ରାନ୍ତ ।  ଏସବୁ ଅଞ୍ଚଳରେ , ଦାରିଦ୍ର୍ୟ , ଖାଦ୍ୟାଭାବ ,  ଗର୍ଭାବସ୍ଥାର ସମୟ ପୂର୍ବରୁ ,  ଗର୍ଭାବସ୍ଥା ସମୟ ଏବଂ ପରେ ମା ର ଅପପୁଷ୍ଟି , ପ୍ରଥମ ୨ ବର୍ଷ ମଧ୍ୟରେ ଶିଶୁକୁ ସଠିକ ପରିପୂରକ ଖାଦ୍ୟ ନ ମିଳିବା ,  ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳର ଅଭାବ ଇତ୍ୟାଦି   ଶିଶୁ ଅପପୁଷ୍ଟି ହେବାର ମୁଖ୍ୟ କାରଣ   ।  ଏହା ଛଡା କେତେକ ପାରମ୍ପରିକ ଅଭ୍ୟାସ ଯେପରି ପ୍ରସବ ପରେ ପରେ ମା ଓ ଶିଶୁକୁ ଗାଧୋଇଦେବା ମା’ର ପ୍ରଥମ କଷକ୍ଷୀର ନଖୁଆଇ ଅନ୍ୟ କିଛି ଦେବା, ଘରେ ପ୍ରସବ କରାଇବା ଇତ୍ୟାଦି ଆଦିବାସୀ ଅଞ୍ଚଳରେ ଶିଶୁ ଅପପୁଷ୍ଟି ପାଇଁ ଦାୟୀ   ।

ଓଡିଶାର ସ୍ଥିତି

ଷ୍ଟଣ୍ଟିଙ୍ଗ ବା ଗେଡାପଣକୁ ରୋକିବା ପାଇଁ ଯାହା କରାଯିବା କଥା ସେଥିରେ ଓଡିଶା ଉନ୍ନତି କରିଛି  । ଯେପରି ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା କ୍ଷେତ୍ରରେ NFHS  (National Family Health Services )ସର୍ଭେ ଅନୁଯାୟୀ ୨୦୦୫-୦୬ ରେ ୫୫% ଦର୍ଶାଯାଇଥିବା ବେଳେ RSOC ୨୦୧୩-୧୪ ସର୍ଭେରେ ଏହା ୭୩% ବୋଲି ଉଲ୍ଲେଖ ଅଛି   । ପ୍ରଥମ ୬ ମାସ କେବଳ ସ୍ତନ୍ୟପାନ କ୍ଷେତ୍ରରେ ମଧ୍ୟ ୨୦୦୫-୦୬ ରେ ୫୧% ଥିବାବେଳେ ୨୦୧୩-୧୪ ରେ ଏହା ୬୯% ବୃଦ୍ଧି ପାଇଛି   ।

ଉଚିତ ସମୟରେ ଶିଶୁକୁ ସ୍ତନ୍ୟପାନ ସହିତ ପରିପୂରକ ଖାଦ୍ୟ ଦେବା କ୍ଷେତ୍ରରେ ଓଡିଶା ପଛର ରହିଛି   । ୬ ମାସ ପରେ ଶିଶୁ ଅଧିକ ଶକ୍ତି ଆବଶ୍ୟକ କରେ , ତେଣୁ ତାର ବୃଦ୍ଧି ପାଇଁ ଉପଯୁକ୍ତ ପରିମାଣର ପୁଷ୍ଟି ଅତ୍ୟନ୍ତ ଆବଶ୍ୟକ   ।  କେବଳ ୫୬ ପ୍ରତିଶତ ଶିଶୁ ( ୬-୮ ମାସ) ମଧ୍ୟରେ ପରିପୂରକ ଖାଦ୍ୟ ଆରମ୍ଭ କରିଥାନ୍ତି । ୬-୨୩ ମାସ ମଧ୍ୟରେ ୪୨ ପ୍ରତିଶତ ଶିଶୁଙ୍କ ପାଇଁ      ଯେତିକି ଖାଦ୍ୟ ଆବଶ୍ୟକ ତା ଠାରୁ କମ ମିଳିଥାଏ ।

ରାଜ୍ୟରେ ଶିଶୁଙ୍କ ଖାଦ୍ୟ ବ୍ୟବସ୍ଥା ଏବେବି ଶୋଚନୀୟ ଅବସ୍ଥାରେ ରହିଛି । ବଢନ୍ତା ଶିଶୁଙ୍କୁ ସ୍ତନ୍ୟପାନ ସହିତ ଯେଉଁ ସବୁ ଭିଟାମିନ, ମିନେରାଲ ଆବଶ୍ୟକ ତା ମିଳୁନଥିବାରୁ ଶିଶୁର ବୟସ ଅନୁପାତରେ ଉଚ୍ଚତା, ଓଜନ ଓ ଦକ୍ଷତା ଇତ୍ୟାଦିରେ ପଛରେ ରହିଯାଉଛି ।

ଓଡ଼ିଶାର ମହିଳା ଓ କିଶୋରୀ ବାଳିକା ମାନଙ୍କ ପୁଷ୍ଟି ସ୍ଥିତି ହେଉଛି ଷ୍ଟଣ୍ଟିଙ୍ଗର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାରଣ । ୧୫-୧୮ବର୍ଷ ବୟସ ମଧ୍ୟରେ ଆଧାର ଅଧିକ ଅର୍ଥାତ ୫୨ ପ୍ରତିଶତ ବାଳିକା ଅପପୁଷ୍ଟି ଦ୍ଵାରା ଆକ୍ରାନ୍ତ । ସେମାନଙ୍କ BMI (Body Mass Index) ୧୮.୫ ରୁ କମ। ୧୮-୫୯ ବର୍ଷ ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରୁ ୭୮% ମହିଳା ରକ୍ତହୀନତା ଭୋଗୁଛନ୍ତି । ୨୦-୨୪ବର୍ଷ ମଧ୍ୟରେ ଥିବା ମହିଳା ମାନଙ୍କ ମଧ୍ୟରୁ  ୩୩% ବୟସ ପୂର୍ବରୁ ଅର୍ଥାତ ୧୮ ବର୍ଷ ପୂର୍ବରୁ ବିବାହ କରନ୍ତି ।

ଏହାଛଡା ୭୮ ପ୍ରତିଶତ ପରିବାର ବାହାରେ ଶୌଚ କରିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ।

ଷ୍ଟଣ୍ଟିଙ୍ଗ କମାଇବାକୁ କଣ କରାଯାଇପାରେ ?

ଆମେ ୧୦ଟି ପଦକ୍ଷେପ ଉପରେ ଗୁରୁତ୍ଵ ଦେଲେ, ଶିଶୁ ଅପପୁଷ୍ଟି ଓ ଷ୍ଟଣ୍ଟିଙ୍ଗର ଆଶଙ୍କାକୁ ଦୂରେଇ ଦେଇହେବ  ।

  1. ୧୮ ବର୍ଷ ପୂର୍ବରୁ ଝିଅର ବିବାହ ଯେପରି ନହୁଏ ସେଥିପାଇଁ ସଚେତନତା ଆଣିବା ସହ ୨ଟି ଛୁଆଙ୍କ ମଧ୍ୟରେ ଉଚ୍ଚତ ବ୍ୟବଧାନ ପାଇଁ ପରିବାର ନିୟୋଜନ ବ୍ୟବସ୍ଥା ଆପଣେଇ ବା ପାଇଁ ଦମ୍ପତ୍ତିଙ୍କୁ ଉତ୍ସାହିତ କରିବା ।
  2. ପର୍ଯ୍ୟନ୍ତ ପରିମାଣର ପୁଷ୍ଟିଯୁକ୍ତ ଖାଦ୍ୟ ମହିଳାଙ୍କୁ ଗର୍ଭଧାରଣର ପୂର୍ବରୁ, ଗର୍ଭଧାରଣ ସମୟରେ ଏବଂ ପ୍ରସବ ପରେ  ଯୋଗାଇ ଦିଆଯିବା ଆବଶ୍ୟକ ।
  3. ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ  ।
  4. ଶିଶୁକୁ ୬ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ।
  5. ୬ମାସ ପରେ  ଉପଯୁକ୍ତ ଅନୁପୂରକ ଖାଦ୍ୟ ଅଭ୍ୟାସ ଆରମ୍ଭ ।
  6. ୬ମାସରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁକୁ   ଉପଯୁକ୍ତ ଗୁଣବଭା, ଉଚିତ ପରିମାଣ, ଖାଦ୍ୟ ଦେବାର ଅବଧି ଓ ସ୍ଵଚ୍ଛତା  ଉପରେ ଧ୍ୟାନ ଦିଆଯିବା ଦରକାର ।
  7. ଶିଶୁକୁ ପ୍ରତିଷେଧକ ଟୀକା ଦେବା ସହ ଭିଟାମିନ “ଏ”  ଦ୍ରବଣ ଓ କୃମିନାଶକ ଔଷଧ ଦେବା ଉଚିତ ।
  8. ଅସୁସ୍ଥତା ସମୟରେ ଏବଂ ପରେ ଶିଶୁ ଉପଯୁକ୍ତ ମାତ୍ରାର ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ ।
  9. ଅତିଶୟ ଦୁର୍ବଳ ଶିଶୁଙ୍କୁ ଥେରାପେଟିକ ଖାଦ୍ୟ ଦେବା ।
  10. ଶିଶୁର ପରିଷ୍କାର ପରିକୃନ୍ନତା ସହ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ ।

ଏହି ୧୦ଟି କାରଣ ଉପରେ ଧ୍ୟାନ ଦିଆଗଲେ ଶିଶୁ ଅପପୁଷ୍ଟିକୁ ଅନେକ ପରିମାଣରେ ରୋକାଯାଇ ପାରିବ।

ଦଶଟି ଜରୁରୀ  ପଦକ୍ଷେପ

  1. ୧୮ବର୍ଷ ପରେ  ଝିଅର ବିବାହ :
  2. ୧୦ ରୁ ୧୯ ବର୍ଷ ହେଉଛି କିଶୋରୀ ସମୟ । ଏହି ବୟସରେ ଯଦି କିଶୋରୀଟି ବିବାହ କରିଦିଆଯାଏ ତାହେଲେ ତା ଶରୀର ଗର୍ଭଧାରଣ ପାଇଁ ଉପଯୁକ୍ତ ହୋଇନଥାଏ । ଶାରୀରିକ ଓ ମାନସିକ ଭାବରେ ଝିଅଟି ଶିଶୁ ଜନ୍ମ ଓ ଶିଶୁ ଯତ୍ନ ପାଇଁ ଉପଯୁକ୍ତ ହୋଇନଥାଏ । ୧୮ ପୂର୍ବରୁ ଯଦି ଝିଅଟିର ବିବାହ କରିଦିଆଯାଏ ତେବେ ସେ କମ ଓଜନ, ଦୁର୍ବଳ ଶିଶୁ ଜନ୍ମ ଦେବାର ଆଶଙ୍କା ଅଧିକ ଥାଏ ।

  3. ଗର୍ଭାବସ୍ଥା ପୂର୍ବରୁ, ଗର୍ଭାବସ୍ଥା ସମୟରେ ଏବଂ ପରେ ମହିଳାଟିର ଯତ୍ନ :
  4. ଗର୍ଭାବସ୍ଥା ପୂର୍ବରୁ ଅର୍ଥାତ କିଶୋରୀ ଅବସ୍ଥାରେ ଝିଅଟିର ଯତ୍ନ ନେବା ନିହାତି ଆବଶ୍ୟକ । ଓଡ଼ିଶାରେ ଅଧାରୁ ଅଧିକ ଅର୍ଥାତ ୫୨% କିଶୋରୀ ବାଳିକା ପୁଷ୍ଟିହୀନତାର ଶିକାର ଅଟନ୍ତି । ପୁଷ୍ଟିହୀନତାର ଶିକାର କିଶୋରୀ ବାଳିକାଟି ଭବିଷ୍ୟତରେ ମା ହେଲେ  ତାର ଛୁଆ ପୁଷ୍ଟିହୀନର ହେବାର ଅଧିକ ଆଶଙ୍କା ଥାଏ । ଗର୍ଭାବସ୍ଥା ସମୟରେ ମହିଳାଟି ଅଧିକ ଯତ୍ନ ଦରକାର କରେ । ଉତ୍ତମ ପୁଷ୍ଟିରେ ସଠିକ ମାତ୍ରାର ଖାଦ୍ୟ ଖାଇବା ସହ ଆଇରନ, ଫଲିକ ଏସିଡ, କ୍ୟାଲସିୟମ ଏବଂ ଆୟୋଡିନ ଇତ୍ୟାଦି ଗର୍ଭାବସ୍ଥାରେ ଜରୁରୀ । ଗର୍ଭ ସମୟରେ ଡାକ୍ତରୀ ପରୀକ୍ଷା ସହ ପରାମର୍ଶ ନେବା ଏବଂ ପ୍ରସବ ଡାକ୍ତର ଖାନାରେ କରାଇଲେ ମା ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ଭଲ ରହେ । ପ୍ରସବ ପରେ ମା ନିଜର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବା ସହ ଖାଦ୍ୟ, ବିଶ୍ରାମ ଉପରେ ଧ୍ୟାନ ଦେବା ଉଚିତ୍ ।

  5. ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ :
  6. ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟ ପାନ କରାଇଲେ ଓ ଶିଶୁ ୨ଜଣ ଉପକାର ମିଳେ । ମା ର ପ୍ରଥମ କଷ କ୍ଷୀର ହେଉଛି ଶିଶୁର ପ୍ରଥମ ଟୀକା । ଏହା ଶିଶୁକୁ ସଂକ୍ରମଣରୁ ରକ୍ଷା କରିବା ସହ ଶରୀର ଉତ୍ତାପକୁ ବ୍ୟବସ୍ଥିତ କରେ ତେଣୁ ଶିଶୁ ମୃତ୍ୟୁର ଆଶଙ୍କା କମିଯାଏ ।

  7. ୬ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର :
  8. ୬ ମାସ ପର୍ଯ୍ୟନ୍ତ ଶିଶୁ ପାଇଁ ମା କ୍ଷୀର ହେଉଛି   ସମ୍ପୂର୍ଣ୍ଣ ଆହାର  । ଏହି ସମୟରେ ଶିଶୁ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ଉପାଦାନ ମା କ୍ଷୀରରେ ଭରପୁର ମାତ୍ରାରେ ଥାଏ । ଏହି ସମୟରେ ଅନ୍ୟ କୌଣସି ଖାଦ୍ୟର ଆବଶ୍ୟକ ପଡିନଥାଏ, ପାଣି ନୁହେଁ । ୬ ମାସ କେବଳ ମା କ୍ଷୀର ପାନ କରିବା ଦ୍ଵାରା ଶିଶୁକୁ ଅସୁସ୍ଥତାରୁ ରକ୍ଷା କରେ ।

  9. ପରିପୂରକ ଖାଦ୍ୟର ଆରମ୍ଭ :
  10. ୬ ମାସ ପରେ ଶିଶୁର ବୃଦ୍ଧି ଅତି ଶୀଘ୍ର ଘଟିଥାଏ । ଶିଶୁ ଅଧିକ ଶକ୍ତି ପାଇଁ ଅଧିକ ଖାଦ୍ୟ ଆବଶ୍ୟକ କରେ । ବଢୁଥିବା ଶିଶୁର ପୁଷ୍ଟିସାଧନ ପାଇଁ ଯେଉଁ ଖାଦ୍ୟ ମା କ୍ଷୀର ସହିତ ଦିଆଯାଏ ତାହାକୁ ପରିପୂରକ ଖାଦ୍ୟ କୁହାଯାଏ । ଚୂଡାକ୍ଷୀର, ଦଲିଆ, ସୁଜିକ୍ଷୀରି, ଛତୁଆ ଇତ୍ୟାଦି ଖାଦ୍ୟରେ ଅଳ୍ପ ଘିଅ ବା ତେଲ ମିଶାଇ ଶିଶୁକୁ ଦିଆଗଲେ ତାକୁ ଉପଯୁକ୍ତ ପୋଷଣ ମିଳିପାରିବ ।

  11. ଉପଯୁକ୍ତ ପରିମାଣ ସଠିକ ଖାଦ୍ୟ ଦେବା :
  12. ସମୟାନୁସାରେ ଖାଦ୍ୟରେ ପରିମାଣ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ଦେବା ଉଚିତ୍ । ପରିପୂରକ ଖାଦ୍ୟର ଅଭ୍ୟାସକୁ ଧୀରେ ଧୀରେ ବଢାଇ ଶିଶୁ ୧ ବର୍ଷର ହେବା ବେଳକୁ ଏକ ବୟସ୍କ ଲୋକ ଅଧା ଖାଦ୍ୟ ଖାଉଥିବା ଦରକାର । ଭାତ,ଡାଲି,ପନିପରିବା,କ୍ଷୀର,ଫଳ,ଆମିଷ ଖାଦ୍ୟ ୬-୮ ମାସ ଶିଶୁକୁ ଦିନରେ ୨ଥର ଏବଂ ୯-୨୩ ମାସ ଶିଶୁକୁ ୩-୪ ଥର ଦେବା ଉଚିତ୍ ।

  13. ନିୟମିତ ଟୀକାକରଣ, ଭିଟାମିନ – ଏ ଦ୍ରବଣ ଦେବା :
  14. ଶିଶୁ ପାଇଁ ମା କ୍ଷୀର, ଖାଦ୍ୟ ପରି ପ୍ରତିଷେଧକ ଟୀକା ମଧ୍ୟ ଜରୁରୀ ଅଟେ । ଶିଶୁ ଜନ୍ମ ପରେ ଜନ୍ମ ପୋଲିଓ ସହ  BCG ଟୀକା, ତିନୋଟି  DPT ପୋଲିଓ,ମିଳିମିଳା ଟୀକା ସହ ଭିଟାମିନ ଏ ଦ୍ରବଣ ଓ କୃମିନାଶକ ଔଷଧ ଶିଶୁକୁ ଦିଆଯିବା ଆବଶ୍ୟକ ।

  15. ଅସୁସ୍ଥତା ସମୟରେ ଏବଂ ପରେ ଶିଶୁକୁ ପର୍ଯ୍ୟାପ୍ତ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ :
  16. ସାଧାରଣତଃରେ ଧାରଣା ଥାଏ ଯେ ଶିଶୁ ଅସୁସ୍ଥ ହେଲେ ତାକୁ କମ ଖାଦ୍ୟଦେବା । ଏ ଧାରଣା ଭୁଲ । ଏହି ସମୟରେ ହଜମ ଶକ୍ତି କର୍ମ ଯାଇଥିବାକୁ ଅଳ୍ପ ଅଳ୍ପ ମାତ୍ରାରେ ଅଧିକଥର ଖାଦ୍ୟ ଦିଆଯିବା ଆବଶ୍ୟକ । ଯଦି ଶିଶୁଟି ମା’କ୍ଷୀର ଖାଉଥାଏ ତେବେ ମା’କ୍ଷୀର ଚାଲୁ ରହିବ ।

  17. SAM (Severe Acute Malnutrition)
  18. ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ଯତ୍ନ ।

    ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ସ୍ଵତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ NRC ବା ପୁଷ୍ଟି ପୁର୍ନବାସ କେନ୍ଦ୍ର ଖୋଲା ଯାଇଛି । ଯେଉଁଠାରେ ଏପରି ଶିଶୁଙ୍କୁ ଚିକିତ୍ସା କରାଯାଇଥାଏ ଏବଂ ଥେରାପେଟିକ ଡାଏଟ ଯୋଗାଇ ଦିଆଯାଏ । ଏହି ଥେରାପେଟିକ ଖାଦ୍ୟକୁ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଶିଶୁକୁ ଦିଆଯାଏ ।

  19. ସ୍ଵଚ୍ଛ ପରିମଳ ବ୍ୟବସ୍ଥା ସହ ବିଶୁଦ୍ଧ ପାନୀୟ ଜଳ :
  20. ଶିଶୁ ଅପପୁଷ୍ଟି ପାଇଁ ସ୍ଵଚ୍ଛତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ । ମା ଓ ଶିଶୁ ଉଭୟଙ୍କର ସ୍ଵଚ୍ଛତା ଉପରେ ଧ୍ୟାନ ଦିଆଯିବା ଜରୁରୀ । ହାତଧୂଆ ଅଭ୍ୟାସ ଏକ ଉତ୍ତମ ଓ ଫଳପ୍ରଦ ପ୍ରକ୍ରିୟା  ଅଟେ । ଏହାଦ୍ୱାରା ଅଣୁଜୀବ ସଂକ୍ରମଣକୁ ରୋକାଯାଇ ପାରିବ  । ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ।

ଏହି ୧୦ଟି ବ୍ୟବସ୍ଥା ଗ୍ରହଣ କରାଗଲେ ଶିଶୁକୁ ଅପପୁଷ୍ଟି, ଗେଡାପଣରୁ ରକ୍ଷା କରାଯିବା ସହ ଶାରୀରିକ ଓ ମାନସିକ ଭାବରେ ଶିଶୁର ବୃଦ୍ଧି ହୋଇପାରିବ ।

ଲେଖା ଏବଂ ପ୍ରାପ୍ତି  – ପୋର୍ଟାଲ ତିମ

3.19230769231
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top