অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ଏବଂ ପିଲାଙ୍କର ଖାଦ୍ୟାଭ୍ୟାସ (ଆଇ. ୱାଇ.ସି. ଏଫ୍)

ଉପକ୍ରମ

ଶିଶୁ କନଭେନସନ ଅନୁସାରେ ପ୍ରତ୍ୟେକ ଶିଶୁ ଓ ପିଲା ଉତ୍ତମ ଖାଦ୍ୟ ପାଇବାର ଅଧିକାର ଅଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ଶତକଡା ୪୫.୦୦ ପିଲାଙ୍କ ମୃତ୍ୟୁ ଅପପୁଷ୍ଟି ଯୋଗୁଁ ହୋଇଥାଏ, ଯାହାକୁ ସହଜରେ, ଶିଶୁ ଓ ପିଲାଙ୍କର ଉତ୍ତମ ଖାଦ୍ୟାଭାସ ଦ୍ଵାରା ପ୍ରତିରୋଧ କରାଯାଇପାରିବ । ପାଞ୍ଚ ବର୍ଷରୁ କମ ବୟସର ପିଲାମାନଙ୍କର ରୋଗ ବିଶ୍ଵ ସ୍ତରରେ ସମସତ ରୋଗର ପ୍ରାୟ ଏକ ତୃତୀୟା°ଶ ରୁ ଅଧିକ; ଯାହା ପୁଷ୍ଟିହୀନତା ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ । ଶିଶୁ ସୁରକ୍ଷାରେ, ପିଲାମାନଙ୍କ ଅଭିବୃଦ୍ଧି ଓ ବିକାଶରେ ଉନ୍ନତି ପାଇଁ ଶିଶୁ ଓ ପିଲାଙ୍କର ଖାଦ୍ୟାଭାସ ଏକ ପ୍ରମୁଖ ଦିଗ ଅଟେ । ପିଲାଙ୍କର ପ୍ରଥମ ଦୁଇବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ସମୟରେ ଉପଯୁକ୍ତ ପୁଷ୍ଟି ପିଲାମାନଙ୍କର ଅସୁସ୍ଥତା ମୃତ୍ୟୁ ହାରକୁ ହ୍ରାସ କରିଥାଏ । ପୁରାତନ ରୋଗର ବିପଦକୁ କମ କରିଥାଏ ଏବଂ ସାମଗ୍ରୀକ ଭାବରେ ପିଲାର ବିକାଶରେ ସାହାଯ୍ୟ କରିଥାଏ । ଯେଉଁ ଅଞ୍ଚଳରେ ଅସୁସ୍ଥତା ଓ କୁପୋଷଣ ଅଧିକ, ସେହି ଅଞ୍ଚଳରେ ଶିଶୁ ଜନ୍ମରୁ ୩୬ ମାସ ପର୍ଯ୍ୟନ୍ତ ସମୟଟି ଅଧିକ ଗୁରୁତ୍ୱପୂର୍ଣ୍ଣ; କାରଣ ଏହି ସମୟରେ ପ୍ରକୃଷ୍ଣ ଯତ୍ନ ଶିଶୁ/ପିଲାର ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ । ସେହିପରି ସଂପ୍ରତି ଲାନସେଟ ସିରିଜ ଦ୍ଵାରା ପ୍ରସ୍ତୁତ ଶିଶୁ ବିକାଶ ରିପୋର୍ଟ ଏହା ପ୍ରତିପାଦନ କରେ ଯେ ଚାରୋଟି ଫଳପ୍ରଦ । ଶିଶୁ ବିକାଶ କାଯ୍ୟକ୍ରମ ମଧ୍ୟରେ ଶିଶୁ ଗେଡା ହେବା ସମସ୍ୟା ( ବୟସ ଅନୁସାରେ କମ ଉଚ୍ଚତା ) ଏବଂ ଓ ଲୌହାଭାବ ଚିହ୍ନଟର ସମାଧାନ  ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିସହିତ ଆୟୋଡିନ ଅଭାବର ସମାଧାନ ମଧ୍ୟ ଆବଶ୍ୟକ । ଏଣୁ ଷ୍ଟଟିଙ୍ଗ ଓ ଲୌହ ଅଭାବକୁ ହ୍ରାସ କରି ଏବଂ ଶିଶୁ ଓ ପିଲାଙ୍କର ଖାଦ୍ୟାଭ୍ୟସକୁ ପ୍ରୋତ୍ସାହିତ କରାଗଲେ ଶିଶୁର ବିକାଶରେ ଆଖିଦୃଶିଆ ସଫଳତା ମିଳିପାରିବ ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁ.ଏଚ.ଓ.) ଏବଂ ୟୁନିସେଫର ସୁପାରିଶ

  • ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା
  • ଜନ୍ମର ପ୍ରଥମ ଛଅମାସ ଶିଶୁକୁ କେବଳ ସ୍ତନ୍ୟପାନ କରାଇବା ଏବଂ
  • ଶିଶୁକୁ ଛଅମାସ ହୋଇଗଲେ ସ୍ତନ୍ୟପାନ ସହିତ ପୋଷଣ ଯୁକ୍ତ ଅନୁପୂରକ ଖାଦ୍ୟ ଦୁଇବର୍ଷ ବା ଅଧିକଦିନଯାଏଁ ଦେବା
  • କିନ୍ତୁ  ଅଧୁକାଂଶ ପିଲା ସଠିକ ପୋଷଣଯୁକ୍ତ ଖାଦ୍ୟ ପାଇନଥାନ୍ତି । ଏଣୁ ଏହି ମଡ୍ୟୁଲର ଉଦ୍ଦେଶ୍ୟ ହେଉଛି ଦୁଇବର୍ଷରୁ କମ ବୟସର ପିଲାମାନଙ୍କର ଖାଦ୍ୟାଭ୍ୟସକୁ ଗୁରୁତ୍ଵ ଦେବା ଯାହା ଦ୍ଵାରା (ଡବ୍ଲୁ.ଏଚ.ଓ. ର ଏବଂ  ନୂତନ ଅଭିବୃଦ୍ଧି ମାନକ ଅନୁସାରେ ଓଡିଶାରେ ପିଲାମାନଙ୍କର ଅଭିବୃଦ୍ଧିହୋଇପାରିବ ଏବଂ ଦୀର୍ଘସ୍ଥାୟୀ ଗେଡ଼ା ହେବା ସମସ୍ୟାକୁ ରୋକାଯାଇ ପାରିବ ।

ଶୈଖିକ ଉଦ୍ଦେଶ୍ୟ

  • ଶିଶୁ ସୁରକ୍ଷାରେ ଶିଶୁ ଓ ପିଲାମାନଙ୍କର ଖାଦ୍ୟାଭ୍ୟାସକୁ ବୁଝିବା
  • ଦୁଇବର୍ଷରୁ କମ ବୟସର ପିଲାମାନଙ୍କର ଅତ୍ୟୁତମ ଖାଦ୍ୟାଭ୍ୟସ ଜାଣିବା
  • ବିଶେଷ କ୍ଷେତ୍ରରେ
    1. ସ୍ଵତ୍ତ ଓଜନ ଶିଶୁ,
    2. ଜରୁରୀକାଳୀନ ପରିସ୍ଥିତିରେ ଖାଦ୍ୟ
    3. ଏଚ.ଆଇ.ଭି. ଆକ୍ରାନ୍ତ ଶିଶୁର ଖାଦ୍ୟ ପ୍ରତି ସଚେତନ ରହି ଖାଦ୍ୟ ଖୁଆଇବା ।
  • ଶିଶୁ ଓ ପିଲାମାନଙ୍କର ଖାଦ୍ୟଭ୍ୟାସ ବିଭିନ୍ନ ପଦ୍ଧତି ବାବଦରେ ମା ମାନଙ୍କୁ ଗୋଷ୍ଠୀ ଓ ଅନୁଷ୍ଠାନ ସ୍ତରରେ ପରମର୍ଶ ଦେବା
  • ଏହାର ସଫଳ ରୂପାୟନ ପାଇଁ ପରିବାର ଓ ଗୋଷ୍ଠୀର ସହୟତା ବିଷୟରେ ଜାଣିବା
  • ଶିଶୁ ଓ ବଢନ୍ତା ପିଲାଙ୍କ ଖାଦ୍ୟଭ୍ୟାସରେ ଉନ୍ନତି ନିମନ୍ତେ ସାମାଜିକ ସହାୟତା ଓ ପରିଚାଳନା ପାଇଁ ଜନ ଓକିଲାତି କରିବାବ

ପ୍ରଶିକ୍ଷଣ କିଏ ନେବେ

ଏହି ପ୍ରଶିକ୍ଷଣ ମଡ୍ୟୁଲ ଓଡିଶାର ଅଙ୍ଗନୱାଡି କର୍ମୀ ଓ ଆଇ.ସି.ଡି.ଏସ୍ ସୁପର ଭାଇଜରଙ୍କ ପାଇଁ ଉଦ୍ଦିଷ୍ଟ ଯାହା ଶିଶୁ ସୁରକ୍ଷାରେ ଶିଶୁ ଓ ପିଲାମାନଙ୍କର ଖାଦ୍ୟାଭ୍ୟାସର ଗୁରୁତ୍ଵ

କେବଳ ସ୍ତନ୍ୟପାନ ଓ ଅନୁପୂରକ ଖାଦ୍ୟର ଏକକ କାର୍ଯ୍ୟକ୍ରମ ଶିଶୁ ମୃତ୍ୟୁହାର ୧୯% ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ (ଲାନସେଟ ଚାଇଲଡ. ସରଭାଇଭାଲ ସିରିଜ ୨୦୦୩) । ଏହି ଉଭୟ କାର୍ଯ୍ୟକ୍ରମ ରୂପାୟନ କରିବା ବହୁତ ସହଜ ଓ ସରଳ । ସ୍ତନ୍ୟପାନ ଓ ଅନୁପୂରକ ଖାଦ୍ୟ ଆଇ.ୱାଇ. ସି.ଏଫ.ର ଦୁଇଟି ଉପାଦାନ ଅଟେ । ପ୍ରାୟ ସମସ୍ତ ମା ସେମାନଙ୍କ ପିଲାମାନଙ୍କୁ ସ୍ତନ୍ୟପାନ କରିବାରେ ଦକ୍ଷତା ଅଛି । ଏଥି ସହିତ ନିଜ ଅଞ୍ଚଳରେ ଉପଲବ୍ଧ ଖାଦ୍ୟସାମଗ୍ରୀ ବ୍ୟବହାର କରି ପିଲାମାନଙ୍କୁ ଅନୁପୂରକ ଖାଦ୍ୟ ମଧ୍ୟ ଦେଇପାରିବେ । ଏଣୁ ଶିଶୁ ଓ ପିଲାମାନଙ୍କର ଖାଦ୍ୟାଭ୍ୟସର ଏକ ବିସ୍ତୁତ ବିବରଣୀ ଦ୍ଵାରା ସେମାନଙ୍କର ବ୍ୟବହାରିକ ଅଭ୍ୟସରେ ଏବଂ ଗୋଷ୍ଠୀ ପ୍ରବୃତ୍ତିରେ ପରିବର୍ତ୍ତନ ଆବଶ୍ୟକତା ଅଛି । ଶିଶୁର ଜନ୍ମର ପ୍ରଥମ ଛଅମାସ କେବଳ ସ୍ତନ୍ୟପାନ ନ ହେବା ଦ୍ଵାରା ୧୪ ନିୟୁତ ଶିଶୁଙ୍କର ମୃତ୍ୟୁ ହୋଇଥାଏ ଏବଂ ପାଞ୍ଚ ବର୍ଷରୁ କମ ବୟସର ପିଲାମାନଙ୍କର ରୋଗର ବୋଝ ୧୦% ବୃଦ୍ଧି ପାଇଥାଏ (ଲାନ ସେଟ ୨୦୦୯)

ଓଡିଶା ପରିପ୍ରେକ୍ଷୀରେ ଆଇ.ୱାଇ. ସି.ଏଫ.ର ଗୁରୁତ୍ଵ

ଓଡିଶାରେ ପୁଷ୍ଟିହୀନତାର ଏକ ମୁଖ୍ୟ ସମସ୍ୟା ଅଟେ । ‘ଏନ. ଏଫ.ଏଚ.ଏସ-୩' ଅନୁସାରେ ୩ ବର୍ଷରୁ କମ ବୟସର ଶତକଡା ୪୦% ଶିଶୁ କୁପୋଷଣରେ (ବୟସ ଅନୁସାରେ ଓଜନ) ଆକ୍ରାନ୍ତ । ସେହିପରି ୪୪.୦୦ % ଷ୍ଟଣ୍ଟେଡ ( ବୟସ ତୁଳନାରେ କମ ଉଚ୍ଚତା) ଏବଂ ୨୪.00% ୱେଷ୍ଟେଡ ( ଉଚ୍ଚତା ଅନୁସାରେ ପତଳା ) । ରାଜ୍ୟରେ ୨୦.୬% ଶିଶୁ ସ୍ୱଳ୍ପ ଓଜନର ହୋଇ ଜନ୍ମ ନେଇଥାନ୍ତି । ଏହା ମଧ୍ୟ ଦେଖାଯାଏ ଯେ କେବଳ ୩୦.୩% ପିଲା ଠିକ୍ ତିନୋଟି ସଠିକ ଖାଦ୍ୟାଭ୍ୟସ ଗ୍ରହଣ କରିଥାନ୍ତି । ସେହିପରି କେବଳ ୨୪.୮% ଶିଶୁ କେବଳ ସ୍ତନ୍ୟପାନ କରିଥାଆନ୍ତି । ଏହାର ପଳାଫଳ ଶିଶୁ ମାନଙ୍କର କୁପୋଷଣକୁ ପ୍ରତିଫଳିତ କରିଥାଏ ।

ଶିଶୁ ଓ ପିଲାଙ୍କ ଖାଦ୍ୟଭ୍ୟାସର ସଜ୍ଞା

ଏହା କେତୋଟି ଜଣାଶୁଣା ଏବଂ ସାଧାରଣ ସୁପାରିଶ ସମାହାର ଯାହା ଶିଶୁ ଓ ଦୁଇବର୍ଷରୁ କମ ବୟସର ପିଲାଙ୍କ ପାଇଁ ଉପଯୁକ୍ତ ଖାଦ୍ୟର ବ୍ୟବସ୍ଥା ଅଟେ |

ଶିଶୁ ଓ ପିଲାଙ୍କ ଅତ୍ୟୁତମ  ଖାଦ୍ୟଭ୍ୟାସ

  1. ଶିଶୁ ମାନଙ୍କର ସଅଳ ସ୍ତନ୍ୟପାନ, ଜନ୍ମର ତୁରନ୍ତ ପରେ ବିଶେଷକରି ଜନ୍ମର ଏକଘଣ୍ଟା ମଧ୍ୟରେ
  2. ଶିଶୁର ପ୍ରଥମ ଛଅମାସ ବା ୧୮୦ ଦିନ କେବଳ ସ୍ତନ୍ୟପାନ (କିଛି ବି ବାହାର ଖାଦ୍ୟ ନୁହେଁ। ଏପରିକି ଫଳ) କିନ୍ତୁ । ଓ.ଆର.ଏସ୍., ଜୀବସାର, ସିରପ, ଖଣିଜ ଲବଣ ଓ ଔଷଧ ଆବଶ୍ୟକ  ସମୟରେ ଦିଆଯାଇପାରେ ।
  3. ଠିକ ସମୟରେ ଅନୁପୂରଣ ଖାଦ୍ୟ (କଠିନ, ଅର୍ଦ୍ଦ କଠିନ ବା ନରମ ଖାଦ୍ୟ) ଜନ୍ମର ଛଅମାସ ବା ୧୮୦ ଦିନ ପରେ ଦେବା। )
  4. ସ୍ତନ୍ୟପାନ । ୨ ବର୍ଷ ବା ତାହା ଠାରୁ ଅଧିକ  ଦିନ ପର୍ଯ୍ୟନ୍ତ ଚାଲୁ ରଖିବା
  5. ୬-୨୩ ମାସରେ ବୟସ ଅନୁସାରେ  ଅନୁପୂରଣ ଖାଦ୍ୟ । ଏହି ବୟସରେ ସ୍ତନ୍ୟପାନ ସହିତ ଅନୁପୂରଣ ଖାଦ୍ୟ ଖାଇବା ଆବଶ୍ୟକ ଯଥା
  • ଶସ୍ୟଜାତୀୟ ଖାଦ୍ୟ, ମୂଳ, କୋଳି,
  • ଦୁଗ୍ଧଜାତ ଦ୍ରବ୍ୟ
  • ମାଂସ, ମାଛ ଓ କୁକୁଡା ମାଂସ
  • ଅଣ୍ଡା
  • ଜୀବସାର ‘ଏ’ ଭରପୁର ଫଳ ଓ ପନିପରିବା
  • ଅନ୍ୟାନ୍ୟ ଫଳ ଓ ପନିପରିବା । ଅତିକମରେ ଦିନକୁ ଯେତିକି ଥର ଖୁଆଇବା ଦରକାର ତାହା ମାନନ୍ତୁ । ଯେପରିକି ସ୍ତନ୍ୟପାନ ସହିତ ୬-୮ ମାସରେ ଦିନକୁ ୨ ଥର, ୯-୨୩ ମାସରେ ଦିନକୁ ତିନିଥର ଏବଂ ୪ ଥର ଯଦି ଶିଶୁ ସ୍ତନ୍ୟପାନ କରୁନଥାଏ ।

ଅସୁସ୍ଥତା ସମୟରେ ଏବଂ ଏହା ପରେ ପରେ ଶିଶୁକୁ ବୁଝେଇ ସୁଝେଇ କଥାବାର୍ତା କରି ଖୁଆନ୍ତୁ  ।

ଆଇ. ୱାଇ. ସି.ଏଫର ବିଭିନ୍ନ ଉପାଦାନ

ଏଥିରେ ସ୍ତନ୍ୟପାନ, ଅନୁପୂରକ  ଖାଦ୍ୟ ଓ ଶିଶୁ ସ୍ତନ୍ୟପାନ, ବିଶେଷକରି ଏଚ.ଆଇ.ଭି.ରେ ଆକ୍ରାନ୍ତ ଶିଶୁମାନଙ୍କର ସ୍ତନ୍ୟପାନ ଏବଂ ଜରୁରୀ ପରିସ୍ଥିତିରେ ସ୍ତନ୍ୟପାନ ଅନ୍ତର୍ଗତ । ଏହା ମଧ୍ୟ ସଂକ୍ଷେପରେ ମାତୃ ପୁଷ୍ଟିର ଅନ୍ତର୍ଗତ ।

ସ୍ତନ୍ୟପାନ

ପର୍ଯ୍ୟାପ୍ତ ସ୍ତନ୍ୟପାନ ନିମନ୍ତେ ଚାରୋଟି ମୁଖ୍ୟ ଅଭ୍ୟାସ ।

  1. ଶିଶୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା । ପ୍ରତ୍ୟେକ ଶିଶୁର ସେ ସାଧାରଣ ପ୍ରସବ ବା ଅସ୍ତ୍ରାପଚାର ଦ୍ଵାରା ଜନ୍ମ ହୁଅନ୍ତୁ, ସମସ୍ତଙ୍କୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା ଆବଶ୍ୟକ । ସଅଳ ସ୍ତନ୍ୟପାନର ଉପକାରିତା ଗୁଡିକ ହେଲା :-
  • ଜନ୍ମର ଏକ ଘଣ୍ଟା ପରେ ଶିଶୁ ସ୍ତନ୍ୟପାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାଏ ।
  • ମା ସହିତ ଲାଗି ରହିବା ଦ୍ଵାରା ଶିଶୁ ଶରୀରର ଉତ୍ତାପ ଠିକରେ ରୁହେ । ସଂକ୍ରମଣର ବିପଦ ହ୍ରାସ ପାଇଥାଏ ।
  • ଦୀର୍ଘଦିନ ବା କମ ଦିନ ସ୍ତନ୍ୟପାନକୁ ସ୍ଥିର ନିଶ୍ଚିତ କରିଥାଏ (ସମ୍ପୁର୍ଣ୍ଣ ଅବଧୂ ) ।
  • ପ୍ରସବପର ରକ୍ତସ୍ରାବ କମ ହୁଏ ।
  • ମା ଓ ଶିଶୁ ମଧ୍ୟରେ ଏକ ପ୍ରଗାଢ଼ ଆବେଗିକ ସମ୍ପର୍କ ଆରମ୍ଭ  ହୁଏ ।
  • ଜନ୍ମର ପ୍ରଥମ ଛଅମାସ କୋଲୋଷ୍ଟ୍ରମ୍ ସହିତ କେବଳ ସ୍ତନ୍ୟପାନ: “ ଶିଶୁ ଜନ୍ମର ପ୍ରଥମ ୨/୩

    ଦିନରେ ମା କ୍ଷୀର ସେତେ ପରିମାଣର ବାହାରେ ନାହିଁ କିନ୍ତୁ ଗାଢ ହଳଦିଆ ରଙ୍ଗର କ୍ଷୀର ଯାହାକୁ କୋଲେଷ୍ଟ୍ରେମ କୁହାଯାଏ ତାହା ବାହାରିଥାଏ । ଏହାର ପରିମାଣ କମ ହେଲେ ମଧ୍ୟ ଏହା ଶିଶୁ ଆବଶ୍ୟକତାକୁ ପୂରଣ କରିପାରେ ।” କୋଲୋଷ୍ଟ୍ରମର ଉପକାରିତା

    1. ରୋଗ ପ୍ରତିରୋଧ ଶକ୍ତିରେ ଭରପୁର, ଏକ ଶିଶୁକୁ ରୋଗ ସଂକ୍ରମଣକୁ ରକ୍ଷା କରେ, ଏହା ଶିଶୁର ପ୍ରଥମ ଟୀକା ସଦୃଶ
    2. ଶିଶୁ ତାହାର ପ୍ରଥମ ଝାଡା (ମିକୋନିୟମ) କରିବାରେ ସଫଳ ହୁଏ । ଏହା କାମଳ ରୋଗର ଭୟାବହତାକୁ ହ୍ରାସ କରିଥାଏ।
    3. ଅନ୍ତନାଡିର ବିକାଶକୁ ସଂପୂର୍ଣ୍ଣ କରିଥାଏ
    4. ଏହା ଜୀବସାର 'ଏ' ଓ 'କେ'ରେ ଭରପୁର

    ଶିଶୁ ପ୍ରଥମ ଛଅମାସ କେବଳ ସ୍ତନ୍ୟପାନ କରିବା ଆବଶ୍ୟକ । ସେ ବାହାର ଖାଦ୍ୟ ଯଥା ପାଣି, ଫଳରସ , ମହୁ, ଜନ୍ମଘୁଟି, ଗ୍ରାଇପ ୱାଟର ଗ୍ଳୁକୋଜ୍ ଇତ୍ୟାଦି ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଶିଶୁ ସଂକ୍ରମଣରେ ପଡିପାରେ । ଛଅ ମାସ ମଧ୍ୟରେ ମା' କ୍ଷୀର ବ୍ୟତୀତ ଅନ୍ୟ କିଛିକି ଶିଶୁକୁ ଖାଦ୍ୟଭାବେ ଦେବାକୁ କୌଣସି ପ୍ରକାରେ ଉତ୍ସାହିତ କରିବା ଉଚିତ ନୁହେଁ ।

    ଶିଶୁ ସ୍ତନ୍ୟପାନ କରିବା ଦ୍ଵାରା କ'ଣ ଲାଭ ମିଳେ

    ୬-୨୩ ମାସ ପିଲାଙ୍କ ପାଇଁ ସ୍ତନ୍ୟପାନ, ପୁଷ୍ଟି ଓ ଶକ୍ତିର ଏକ ଗୁରୁତ୍ଵପୁଣ୍ଡି ଉସ୍ତ ଅଟେ । ମା’ କ୍ଷୀରରୁ ୬-୧୨ ମାସ ପିଲାଙ୍କପାଇଁ ଶକ୍ତି ଆବଶ୍ୟକତା ପୂରଣରେ ଅଧା ବା ତାହାଠାରୁ ଅଧିକ ଶକ୍ତି ମିଳିଥାଏ ଏବଂ ୧୨ - ୨୪ ମାସ ପିଲା ସ୍ତନ୍ୟପାନ ଦ୍ଵାରା ଏକ ତୃତୀୟା°ଶ ଶକ୍ତି । ମା କ୍ଷୀରରୁ ପାଇଥାନ୍ତି । ଅସୁସ୍ଥତା ସମୟରେ ମଧ ମା କ୍ଷୀର, ଶକ୍ତି ଓ ପୋଷଣର ଏକ ଗୁରୁତ୍ଵପୂର୍ଣ୍ଣ ଉତ୍ସ ଅଟେ |:-

    ସମସ୍ତ ପୋଷଣ ଉପୟୁକ୍ତ ଅନୁପାତରେ ଥାଏ ଯାହା ପିଲାର ପୂର୍ଣ୍ଣ ଶାରୀରିକ ବୃଦ୍ଧି ଓ ବିକାଶରେ ସାହାଯ୍ୟ କରିଥାଏ ।

    1. ସହଜରେ ହଜମ କରିହୁଏ
    2. ଯେହେତୁ ଏହା ମା ଠାରୁ ଶିଶୁକୁ ସିଧାସଳଖ ଯାଇଥାଏ, ଏଣୁ ଏହା ଜୀବାଣୁ ମୁକ୍ତ ଅଟେ
    3. ଏହା ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ ଯାହାଫଳରେ ସନ୍ନିପାତ, ତରଳ ଝାଡା ଇତ୍ୟାଦି ସଂକ୍ରମଣ ପିଲାଙ୍କୁ ହୋଇନଥାଏ
    4. କ୍ଷୀରର ଉତ୍ତାପ ସଠିକ ଥାଏ
    5. ପିଲାଙ୍କୁ ଅଧିକ ବୃଦ୍ଧିଆ କରିଥାଏ।
    6. ଆଜମା ଓ ଆଲର୍ଜିରୁ ପିଲାଙ୍କୁ ଦୂରେଇ ରଖେ
    7. ମୋଟା ହେବା, ରକ୍ତଚାପ, ହୃଦରୋଗ ଓ ମଧୁମେହ ରୋଗରୁ ରକ୍ଷା କରିଥାଏ
    8. କର୍କଟ ରୋଗ ସମ୍ଭାବନାକୁ ହ୍ରାସ କରିଥାଏ।

    10. . ମା ଓ ପିଲାଙ୍କ ମଧିରେ ଏକ ଉତ୍ତମ ଆବେଗିକ ସମ୍ପର୍କ ସୃଷ୍ଟି ହୋଇଥାଏ

    ସ୍ତନ୍ୟପାନ କରାଇବାରେ ମା' ର ଲାଭ

    1. ସ୍ତନ୍ୟପାନ ଦ୍ଵାରା ମା’ର ମୋଟାପା ହୋଇନଥାଏ । ବ୍ୟାୟାମ ଓ ଚର୍ବି ଜାତୀୟ ଖାଦ୍ୟ ବର୍ଜନ କରି ସ୍ତନ୍ୟପାନ କରାଇବା ଦ୍ଵାରା ଶରୀରର ପୂର୍ବସ୍ଥିତି ଫେରି ଆସେ । ।
    2. ସ୍ତନ ଗର୍ଭାଶୟ କର୍କଟ ରୋଗର ବିପଦ ହ୍ରାସ କରିଥାଏ
    3. ପରବର୍ତୀ ଗର୍ଭଧାରଣକୁ ଡେରି କରିଥାଏ, କିନ୍ତୁ ମା ଏହାକୁ ଗର୍ଭଧାରଣ ନହେବାର ସମ୍ପୁର୍ଣ୍ଣ ପଦ୍ଧତି ଭାବିବା ଠିକ ନୁହେଁ ।
    4. ପ୍ରସବର ୬ ମାସ ପରେ ପୁନର୍ବାର ଗର୍ଭଧାରଣ ନ ହେବା ପାଇଁ ମା ଡାକ୍ତରଙ୍କର ପରାମର୍ଶ କରିବା ଆବଶ୍ୟକ  ।
      1. ପ୍ରସବ ପରେ ଗର୍ଭଫ୍ଲ ସହଜରେ ବାହାରି ଆସେ ।
      2. ପ୍ରସବ ପୂର୍ବରୁ ଗର୍ଭାଶୟର ସଂକୋଚନ ଓ ପ୍ରସାରଣ ଠିକରେ ହୋଇଥାଏ ।
      3. ପ୍ରସବ ପର ରକ୍ତସ୍ରାବ ଅଧୁକା ହୋଇନଥାଏ ।
      4. ସ୍ତନ୍ୟପାନ କରାଇବା ସହଜ, ଏଥିପାଇଁ  ସେପରି ବିଶେଷ ପ୍ରସ୍ତୁତି ଦରକାର ହୋଇନଥାଏ ।
      5. ମାସିକଧର୍ମ ବନ୍ଦ ପରେ ଅଷ୍ଟିଓପୋରୋସିସ୍ ରୋଗରୁ ରକ୍ଷା କରିଥାଏ ।

    10. ଟଙ୍କା ଖର୍ଚ୍ଚ କରିବାକୁ ପଡିନଥାଏ, ସ୍ତନ୍ୟପାନ କରୁଥିବା ଶିଶୁ ବହୁତ କମ ଅସୁସ୍ଥ ହୁଏ, ଏହା ଦ୍ଵାରା ପରିବାର ଅଯଥା ଖର୍ଜାନ୍ତ ହେବାରୁ ରକ୍ଷା ପାଇଥାଏ

    11. ସ୍ତନ୍ୟପାନ ନ କରାଇବା ଦ୍ଵାରା, ଗାଈ କ୍ଷୀରର (ଅନ୍ୟ ପଶୁଙ୍କ କ୍ଷୀର) ଆବଶ୍ୟକ ପଡେ ଯାହାଦ୍ଵାର ପରିବେଶ ମଧ୍ୟ  ପ୍ରଦୂଷିତ ହୋଇଥାଏ, ଏଣୁ ସ୍ତନ୍ୟପାନ ପରିବେଶକୁ ମଧ୍ୟ ଉତ୍ତମ ରଖିଥାଏ ।

    ଦ୍ରଷ୍ଟବ୍ୟ : ସ୍ତନ୍ୟପାନ କେବଳ ମା ଓ ଶିଶୁଙ୍କ ପାଇଁ ଲାଭଦାୟକ ହୋଇନଥାଏ। ବରଂ ଏହା ସମାଜ ଓ ଜାତି (ଦେଶ)ର ବିକାଶରେ ପ୍ରଭୁତ ସାହାଯ୍ୟ କରିଥାଏ ।

    ଶିଶୁ କେବେ ଓ କେତେଦିନ ପର୍ଯ୍ୟନ୍ତ ମା କ୍ଷୀର ଖାଇବା ଉଚିତ ?

    - ଦିନରାତି ମିଶାଇ ଶିଶୁ ଜନ୍ମର ପ୍ରଥମ ୭ ଦିନ, ୮-୧୦ ଥର କ୍ଷୀର ପାନ କରିବା ଆବଶ୍ୟକ

    - ଶିଶୁ ଦିନକୁ ( ୨୪ ଘଣ୍ଟା ମଧ୍ୟରେ) ୬ ଥର ପରିସ୍ରା କରିବା ଉଚିତ

    - ଶିଶୁ ଆବଶ୍ୟକତା ଅନୁସାରେ କ୍ଷୀର ପାନ କରିବା ଆବଶ୍ୟକ

    ମା ଯେତେ ଅଧିକ ସମୟ ଗୋଟିଏ ସ୍ତନରୁ କ୍ଷୀର ଦେଇପାରିବ ଭଲ କାରଣ ଏହାଦ୍ଵାରା ପ୍ରଥମ କ୍ଷୀରରେ ପାଣି ଓ ସର୍କରା ଅଧିକ ପରିମାଣରେ ଥାଏ (ଆଗକ୍ଷୀର) ପରବର୍ତୀ ସମୟରେ ସେହି ସ୍ତନରୁ କ୍ଷୀର ପାନ କରାଇବା ଦ୍ଵାରା ଶିଶୁ ଅଧିକ  ପରିମାଣର ଚର୍ବିଭରପୁର ଖାଦ୍ୟ ପାଇଥାଏ (ପଛକ୍ଷୀର) ।

    ସ୍ତନ୍ୟପାନର ସ୍ଥିତି

    ଶିଶୁର ସ୍ଥିତି

    ଶିଶୁ ମା' ସହିତ ଲାଗିରହିବା ପଦ୍ଧତି

    ୧, ସମ୍ପୁର୍ଣ୍ଣ ଭାବରେ ମା ସ୍ତନର ଭୂଣ୍ଡି ସହିତ ଭୁଣ୍ଡିର ଚାରିପାଖ ଗୋଲେଇ (ଆରେଓଲା) ଶିଶୁର ପାଟି ମଧ୍ୟରେ ରହିବା ଆବଶ୍ୟକ

    1. ଶିଶୁର ପାଟି ପୂରା ଖୋଲା ରହିବା ଆବଶ୍ୟକ
    2. ଶିଶୁର ତଳଓ୦ ବାହାରକୁ ଦେଖାଯିବା ଆବଶ୍ୟକ
    3. ଶିଶୁର ଥୋଡି ବା 'ଥୋମଣି ସ୍ତନରେ ଲାଗିରହିଥିବା ଆବଶ୍ୟକ

    ଶିଶୁ ସ୍ଥିତି

    1. ମା' ଆଡକୁ ବୁଲି ରହିବା ଆବଶ୍ୟକ
    2. ମା' ଦେହ ସହିତ ଦେହ ଲାଗିରହିବା ଆବଶ୍ୟକ
    3. ମୁଣ୍ଡ ଓ ଶରୀର ଗୋଟିଏ ପଟକୁ ଓ ଠିକ ସ୍ଥିତିରେ (ଏକ ସରଳ ରଖାରେ) ରହିବ
    4. ମା' ଶିଶୁର ବେକ, ପିଠି ଓ ପିଚାକୁ ଭଲଭାବରେ ଧରିରଖିବା

    ମା' ର ସ୍ଥିତି

    1. ମା' ପିଠି ପାଖା ଭଲଭାବରେ ଭରା ଦେଇ ବସିବା
    2. ସ୍ତନକୁ ନିଜ ହାତରେ ଭଲଭାବରେ ଇଂରାଜି *ସି' ଭଳି ଧରିବା
    3. ଶିଶୁ। ପାଟିଖୋଲିବାବେଳେ ସ୍ତନର ଭୁଣ୍ଡିକୁ ଶିଶୁପାଟିରେ ଦେବା
    4. କ୍ଷୀର ଖୁଆଇବା ସମୟରେ ଶିଶୁ ସହିତ କଥାବାର୍ଭାର ଭାଷା କହିବା (Interactive feeding)

    ସ୍ତନ୍ୟପାନ ସମୟ ଚୋର ସାଧାରଣା ସମସ୍ୟ

    ସ୍ତନ କୁଣ୍ଡିରେ ଘା' ହେବା ଓ ଭୁଣ୍ଡି ଫାଟିଯିବାର କାରଣ କଣ ? ଏହାର ପ୍ରତିକାର କଣ ?

    • ପୂର୍ବ ଚିତ୍ର ଅନୁଯାୟୀ ଯଦି ଶିଶୁ କ୍ଷୀର ପିଇବା ବେଳେ ଅବସ୍ଥିତି ଠିକ ନହୁଏ, ଏହା ଦ୍ଵାରା ଏହି ସମସ୍ୟା ହୋଇପାରେ ଏହାର ପ୍ରତିକାର ହେଲା ଶିଶୁକୁ ଠିକରେ ଧରି ସ୍ତନ୍ୟପାନ କରାଇବା ଆବଶ୍ୟକ । ଏଥିସହିତ ମଧ୍ୟ  ମା କ୍ଷୀର ସ୍ତନରୁ ପଛକ୍ଷୀର (Hind milk) ବାହାର କରି, ସ୍ତନ ଭୁଣ୍ଡିରେ ଲଗାଇବା ଉଚିତ ଏବଂ ଖୋଲାରେ କିଛି ସମୟ ଛାତି ଦେବା ଆବଶ୍ୟକ ।
    • ସ୍ତନ ଭୁଣ୍ଡିକୁ ବାରମ୍ବାର ସାବୁନ ଓ ପାଣିରେ ଧୋଇବା ଦ୍ଵାରା ଏହା ଶୁଖିଯାଏ  ଏବଂ ଭିତରକୁ ପଶିଯାଇଥାଏ । ଗାଧୋଇବାବେଳେ ସ୍ତନକୁ ସଫା କରିବା ଯଥେଷ୍ଟ ଅଟେ |
    • ଯଦିର ଶିଶୁର ମୁହଁକୁ ସ୍ତନରୁ ହଠାତ କାଢ଼ି ଦିଆଯାଏ ତେବେ ମଧ୍ୟ ଏହି ସମସ୍ୟା ହୋଇଥାଏ । ଯଦି ଶିଶୁର ପାଟି ସ୍ତନରୁ ବାହାର କରିବାର ଅଛି ତେବେ ମା ନିଜର କାଣି ଆଙ୍ଗୁଠି ଶିଶୁ। ପାଟିରେ ଦେଇ ଶିଶୁ ପାଟିକୁ ଆସ୍ତେ କରି କାଢ଼ିପାରିବେ ।

    ଯଦି ମା' ର ସ୍ତନ କଠିନ ଲାଗେ ଓ କାଖରୁ ସ୍ତନଯାଏଁ ଦରଜ ହୁଏ, ତେବେ କଣ କରିବେ ଓ ଏହାର କାରଣ କ'ଣ ?

    • ପ୍ରସବର ୩-୫ ଦିନ ପରେ ମା ସ୍ତନରେ କ୍ଷୀର ହୋଇଥାଏ । ଶିଶୁ ଅତ୍ୟଧିକ  କ୍ଷୀର ପାନ କରିବା ଦ୍ଵାରା ବା ଶିଶୁସ୍ତନ୍ୟପାନ କଲାବେଳେ ସ୍ତନରୁ କ୍ଷୀରଖାଳି ନ ହେଲେ, ଅବସ୍ଥିତି ଠିକରେ ନ ରହିଲେ । ଏପରି ହୋଇପାରେ, ଯାହାଦ୍ଵାରା ସ୍ତନ ଭାରି ଲାଗେ, କଠିନ ଜଣାପଡେ ଏବଂ ଯନ୍ତ୍ରଣା ହୁଏ

    ସ୍ତନରେ ଯନ୍ତ୍ରଣା ହୋଇ କାଖଠାରୁ ସ୍ତନ ପର୍ଯ୍ୟନ୍ତ ଟାଣି ହୋଇ ଯନ୍ତ୍ରଣା |

    ଯଦି ଶିଶୁ ଅଧିକ ସମୟ ଶୋଇପଡ଼ିଛି ଏବଂ ସ୍ତନ୍ୟପାନ କରିନାହିଁ ସେଥିପାଇଁ ମଧ୍ୟସ୍ତନ  ଟାଣି ହୋଇ ଦରଜ ଓ ଯନ୍ତ୍ରଣା, ଜୋହାଇପାଚୋର |

    ଠିକରେ ସ୍ତନରୁ କ୍ଷୀର କଢ଼ାଗଲେ ସ୍ତନର ଫୁଲାକୁ ରୋକାଯାଇପାରିବ, ଏଣୁ ପ୍ରତ୍ୟେକ ମା' ସ୍ତନରୁ କିପରି କ୍ଷୀର କାଢ଼ିବେ, ତାହାର ସଠିକ ଉପାୟ ଜାଣିବା ଆବଶ୍ୟକ

    ସ୍ତନରେ ଫୁଲା ଦ୍ଵାରା ଯନ୍ତ୍ରଣା ଅଧିକ ହୁଏ, ସ୍ତନ ଲାଲ ଦେଖାଯିବା ସହିତ ଜ୍ଵର ହୁଏ ( ମାଷ୍ଟାଇଟିସ୍) । ଅବହେଳା କରାଗଲେ ସ୍ତନରେ ବଥା,ହୋଇଥାଏ ।

    ମା' ର ଅସୁସୂତା ସମୟରେ ସ୍ତନ୍ୟପାନ ବନ୍ଦ କରିଦେବା ଉଚିତ କି ?

    ମା' କୁ ଥଣ୍ଡା, କାଶ, ଜ୍ଵର, ତରଳଝାଡା ବା ଅନ୍ୟାନ୍ୟ ସାଧାରଣ ଅସୁସ୍ଥତା ବା ସଂକ୍ରମଣ ହୋଇଥିଲେ ସ୍ତନ୍ୟପାନ ବନ୍ଦକରିବାର କିଛି ଆବଶ୍ୟକତା ନାହିଁ

    ଯେହେତୁ ମା’ ଓ ଶିଶୁ ଏକ ପରିବେଶରେ ଖୁବ ନିବିଡ ଭାବରେ ରହନ୍ତି, ମାକୁ ସଂକ୍ରମଣ ହେଲେ ପିଲା ମଧ୍ୟ ସଂକ୍ରମିତ  ହୋଇଥାଏ ।

    ଶିଶୁର ଅସୁସ୍ଥତା କମ ସମୟପାଇଁ ହୋଇପାରେ କାରଣ ମା' କ୍ଷୀରରେ ଥିବା ଆଣ୍ଟିବଡି (ପ୍ରତି ପିଣ୍ଡ) ଶିଶୁ କ୍ଷୀରପାନ ଦ୍ଵାରା ପାଇଥାଏ ଯାହା ଶିଶୁକୁ ସଂକ୍ରମଣରୁ ରକ୍ଷା କରିଥାଏ

    ୩. ଅନୁପୂରକ ଖାଦ୍ୟ

    ଶିଶୁକୁ  ୬ମାସ ବା ୧୮୦ ଦିନ ହୋଇଗଲେ ଶିଶୁକୁ ସ୍ତନ୍ୟପାନ ସହିତ ଅନୁପୂରକ  ଖାଦ୍ୟ ୨ ବର୍ଷ ପର୍ଯ୍ୟନ୍ତ ଦିଆଯିବା ଆବଶ୍ୟକ । ମା କ୍ଷୀରରୁ ଶିଶୁ ଯେତିକ ପୋଷଣ ପାଇଥାଏ, ଶିଶୁ ୬ ମାସ ହୋଇଗଲେ ଏହା ପର୍ଯ୍ୟାପ୍ତ ହୋଇନଥାଏ । ଶିଶୁର ପୋଷଣସ୍ଥିତି ଠିକ ରଖିବା ପାଇଁ ଶିଶୁକୁ ଅନୂପୁରକ ଖାଦ୍ୟ ଦିଆଯବା ଆବଶ୍ୟକ । ଶିଶୁ ମଧ୍ୟ ଏହି ବୟସରେ ଅନ୍ୟାନ୍ୟ ଖାଦ୍ୟ ଖାଇବା ପାଇଁ ସମର୍ଥ ହୋଇଥାଏ । ଯଦି ଶିଶୁକୁ ୬ମାସ ହୋଇଗଲା ପରେ ମଧ୍ୟ ନିୟମ ଅନୁସାରେ ଅନୂପୁରକ ଖାଦ୍ୟ ଦିଆନଯାଏ ତେବେ ଶିଶୁର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ ।

    ସ୍ତନ୍ୟପାନ କରୁଥିବା ଶିଶୁପାଇଁ ଅନୂପୁରକ ଖାଦ୍ୟର ନିର୍ଦ୍ଦେଶାବଳୀ

    1. 1. ୬ମାସ ଯାଏଁ କେବଳ ମା କ୍ଷୀର ଏବଂ ୬ମାସ ପରେ ଶିଶୁକୁ ଅନୁପୂରକ ଖାଦ୍ୟ ଦେବା ବିଭିନ୍ନ ଖାଦ୍ୟର ଉପଯୁକ୍ତ ସମିଶ୍ରଣ ନିୟମିତ ଦେବା

    ଠିକ୍ ସମୟ ଓ ବ୍ୟବଧାନରେ ଦେବା

    ଦୁଇବର୍ଷ ବା ତଦୂର୍ଦ୍ଦି ସ୍ତନ୍ୟପାନ ଚାଲୁ ରଖିବା

    ଶିଶୁ ଚାହିଦା ମୁତାବକ ଦେବା

    ଅନୁପୂରକ ଖାଦ୍ୟର ସଠିକ ପ୍ରସ୍ତୁତି ଏବଂ ସାଇତି ରଖିବା

    ଅନୁପୂରକ ଖାଦ୍ୟରେ ଆବଶ୍ୟକୀୟ ଶକ୍ତି ଭରପୁର ହୋଇ ଉଚିତ ପରିମାଣର ଖାଦ୍ୟ ଦେବା ।

    ଆବଶ୍ୟକ ପରିମାଣର ପୋଷଣଯୁକ୍ତ ଖାଦ୍ୟ

    ମା’ ଏବଂ ଶିଶୁ ଆବଶ୍ୟକ ପରିମାଣର ଜୀବସାର ଓ ଖଣିଜ ଲବଣ ଖାଇବା ଅସୁସ୍ଥତା ସମୟରେ ଏବଂ ଅସୁସ୍ଥତା ପରେ ଅଧିକ ଖାଇବା (ଯଥା- ତରଳ ଝାଡ଼ା)

    ଉପଯୁକ୍ତ ଅନୁପୂରକ ଖାଦ୍ୟ ହେଉଛି :-

    ସମୟାନୁସାରେ

    ଅନୁପୂରକ ଖାଦ୍ୟ ଶିଶୁକୁ ୬ମାସ ପରେ ଦିଆଯାଏ । ଏହି ସମୟରେ ଶିଶୁର ଶକ୍ତି ଓ ପୋଷଣ ଅଧିକ ଦରକାର ହୋଇଥାଏ, ଯାହା ମା' କ୍ଷୀରରୁ ମିଳି ନଥାଏ

    ଠିକ୍ ପରିମାଣର

    • ବଢ଼ନ୍ତା ପିଲାର ପୁଷ୍ଟି ଆବଶ୍ୟକତା ପୂରଣରେ ଖାଦ୍ୟରୁ ଶକ୍ତି, ପୁଷ୍ଟିସାର ଓ ଅଣୁସାର ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ
    • ଶିଶୁକୁ ଦୁଇବର୍ଷ ବା ତାଠାରୁ ଅଧିକ ସ୍ତନ୍ୟପାନ କରାଇବା ଆବଶ୍ୟକ
    • ଶିଶୁ ୬ ମାସର ହୋଇଗଲେ ସ୍ତନ୍ୟପାନ ସହିତ ବାହାର ଖାଦ୍ୟ ଅଳ୍ପ ପରିମାଣର ଦେବା ଏବଂ ବୟସ ଅନୁସାରେ ଖାଦ୍ୟର ପରିମାଣ ବଢ଼ାଇବା
    • ସମୟାନୁସାରେ ଖାଦ୍ୟର ପରିମାଣ ଏବଂ ବିଭିନ୍ନ ପ୍ରକାର ଖାଦ୍ୟଦେବା
    • ଶସ୍ୟ ଜାତୀୟ ଖାଦ୍ୟ (ଭାତ), ଡାଲିଜାତୀୟ ( ଡାଲି), ଛୁଇଁ ଜାତୀୟ (ସଜନା ଛୁଇଁ), ମୂଳାଜାତୀୟ (ଆଳୁ) ଏବଂ କ୍ରମଶଃ ଅନ୍ୟ ଶ୍ରେଣୀ ଖାଦ୍ୟ ଯଥା- କ୍ଷୀର ଜାତୀୟ, ଫଳ ଏବଂ ପନିପରିବା ଇତ୍ୟାଦି ଶିଶୁକୁ ୧୨ ମାସ ପୂରିଗଲେ ଦେବା ଦରକାର
    • ଖାଦ୍ୟ ଅନେକ ଥର ଦେବା :- ୬-୮ ମାସ ଶିଶୁକୁ ଦିନକୁ ଦୁଇଥର, ୯-୨୩ ମାସ ଶିଶୁକୁ ୩-୪ ଥର ଓ ଏଥିସହିତ ଶିଶୁ ଚାହିଁଲେ। ଅଧିକ ଖାଦ୍ୟ (୧-୨ଥର ଅଧିକ) ଦିଆଯାଇପାରେ ।

    ବୟସ ( ମାସ ହିସାବରେ)

    ସ୍ତନ୍ୟପାନରୁ ମିଳୁଥିବା କ୍ୟାଲୋରୀ ଖାଦ୍ୟଜ ଶକ୍ତି)

    ଅନୁପୂରକ ଖାଦ୍ୟରୁ ମିଳୁଥିବା କ୍ୟାଲୋରୀ ( ଖାଦ୍ୟଜ ଶକ୍ତି)

    ଅନୁପୂରକ ଖାଦ୍ୟ କେତେଥର ଦେବା ଦରକାର

    ପରିମାଣ

    ୬-୯

    ୭୦

    ୩୦

    ୨-୩ ଥର ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ଆସ୍ତେ ଆସ୍ତେ ଦେବା ।

    ୨-୩ ଚମଚରୁ ଆରମ୍ଭକରି ଅଧା ଗିନା ପ୍ରତି ଭୋଜନରେ

    ୯-୧୨

    ୫୦

    ୫୦

    ୩-୫ ଥର ମଝିରେ ମଝିରେ ଥରେ କୋଠରୀରେ କୁହାଯାଇଥିବା  ଇପାରେ ଅନୁସାରେ ଦିଅନ୍ତୁ । ଯେକୌଣସି ଦୁଇଭୋଜନ ମଝିରେ ଅଧିକ ଥରଟିଏ ଦିଅନ୍ତୁ । ଥରକରେ ସେ ଯେପରି  ଅଧାରୁ  ଅଧିକ ଆବଶ୍ୟକୀୟ କ୍ୟାଲୋରୀର ଖାଦ୍ୟ ପାଇବ ।

    ୩ରୁ ୪ ଗିନା ପୂରା ଖାଦ୍ୟ

    ୧୨-୨୪

    ୩୦

    ୭୦

    ୫ଥର ବା ଅଧିକ ଅବୋଙ୍ଗ ମଝିରେ ମଝିରେ ଦୁଇଥର

    ଶିଶୁର ଆବଶ୍ୟକତାକୁ ନେଇ ଏକ ଗିନାରୁ ଅଧିକଦେବା ।

     

    P

    ନିରାପଦ

    ଖାଦ୍ୟ ସ୍ଵାସ୍ଥ୍ୟପଦ ଭାବରେ ପ୍ରସ୍ତୁତ ହେବା ଓ ପରିଷ୍କାର ହାତ ଓ ବାସନରେ ଦିଆଯବା ଉଚିତ । ବୋତଲ ବ୍ୟବହାର ନିରାପଦ ନୁହେଁ । ଖାଦ୍ୟ ରଖିବା ପାଇଁ ଓ ଦେବା ନେବା ପାଇଁ ସମସ୍ତ ସ୍ଵାସ୍ଥ୍ୟ ରକ୍ଷା ଓ ପରିମଳ ଅଭ୍ୟସ ମାନିବା

    ଦରକାର |

    ଠିକ୍‌ରେ ଖୁଆଇବା

    • ପିଲାର ଭୋକ ଅନୁସାରେ ପେଟ ପୂରିବା ଭଳି ଖାଦ୍ୟ ଦେବା ଏବଂ ଉତ୍ତମ ଜଙ୍ଗରେ ଯେତେଥର ଆବଶ୍ୟକ ଖାଦ୍ୟ ଦେବା । ଅଙ୍ଗୁଳି ଓ ଚାମଚରେ ଖୁଆଇବା। ବୟସ ଅନୁଯାୟୀ ଖାଦ୍ୟ ଦେବା, ଶିଶୁ, ନିଜେ ମା ଖାଇବାକୁ ଉତ୍ସାହିତ କରିବା ।
    • ଶିଶୁକୁ ମା ଖୁଆଇବା ଓ ବଡ ପିଲାମାନଙ୍କୁ ଖାଇବାରେ ସାହାଜ୍ଯ କରିବା ଉଚିତ୍ ।
    • ଖାଦ୍ୟ ଅଳ୍ପ ଅଳ୍ପ ଓ ଧିରେ ଧିରେ ଖୁଆଇବା ଆବଶ୍ୟକ, କିନ୍ତୁ ବାଧ୍ୟ କରିବା ଅନୁଚିତ । ପିଲାର ଆଖିରେ ଆଖି ମିଶା କଥା କହି, ସ୍ନେହର ସହିତ ଖୁଆଇବା ଉଚିତ୍ । ଆବଶ୍ୟକ, ଅନୁସାରେ ଅନୁପୂରକ ଖାଦ୍ୟ ଦେବା ଓ ଅସୁସ୍ଥତା ସମୟରେ ପିଲାକୁ ଅଧିକ ନରମ ଖାଦ୍ୟ ଦେବା ( ସ୍ତନ୍ୟପାନ ସହିତ) ଆବଶ୍ୟକ ।

    ସ୍ୱଳ୍ପ ଓଜନ ଶିଶୁର ଖାଦ୍ୟ

    ସାଧାରଣ ଶିଶୁର ଖାଦ୍ୟ ସ୍ୱଳ୍ପ ଓଜନ ଶିଶୁର (ଜନ୍ମ ବେଳେ ୨୫୦୦ ଗ୍ରାମରୁ କମ ଓଜନ) ଖାଦ୍ୟ ସହିତ ସମାନ ନୁହେଁ । ସମୟ ପୂର୍ବରୁ ଜନ୍ମିତ ଶିଶୁ ଅଧିକ କ୍ୟାଲୋରୀ ଓ ପୁଷ୍ଟି ଦରକାର କରିଥାନ୍ତି । ସେହିପରି ୧୮୦୦ ଗ୍ରାମରୁ କମ ଓଜନର ଶିଶୁ ମା' କ୍ଷୀର ପିଇବାରେ ସମର୍ଥ ହୋଇନଥାନ୍ତି। ଏହି ଶିଶୁଙ୍କ ପାଇଁ ଅଧିକ ଯତ୍ନ ଓ ତଦାରଖା ଆବଶ୍ୟକ ହୋଇଥାଏ  ।

    ଖାଦ୍ୟ ଖୁଆଇବା ପ୍ରଣାଳୀ

    ସ୍ଵଳ୍ପ ଓଜନ ଶିଶୁ ପ୍ରାୟ ୩୬ ସପ୍ତାହ ପୂର୍ବରୁ ଜନ୍ମ ହୋଇଥାନ୍ତି ଏମାନଙ୍କର ସାଧାରଣ ଶିଶୁଙ୍କତୁଳନାରେକିଛିଟା ତୃଟି ପରିଲକ୍ଷିତ ହୋଇଥାଏ ଯାହା ସେମାନଙ୍କୁ ମା' କ୍ଷୀର ଖାଇବାରେ ଅସୁବିଧାରେ ପକାଇଥାଏ ସେଗୁଡିକ ହେଲା :

    • ଭଲଭାବରେ ସ୍ତନରୁ କ୍ଷୀର ଶୋଷି ପାରନ୍ତି ନାହିଁ

    ସ୍ତନରୁ କ୍ଷୀର ବାହାରିବା କ୍ଷଣି ଶିଶୁ ତାହା ଢୋକି ପାରେ ନାହିଁ

    କ୍ଷୀର ବେଢ଼ାକିବା ଓ ନିଶ୍ଵାସ ନେବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ।

    ଏହି ସବୁ କାରଣ ପାଇଁ ବିଶେଷ କରି ସ୍ୱଳ୍ପ ଓଜନ ଶିଶୁ । ଯେଉଁମାନଙ୍କର ଜନ୍ମ ସମୟରେ ଓଜନ ୧୨୫୦ ଗ୍ରାମରୁ କମ । ସେମାନେ ମା’ କ୍ଷୀର ସହଜରେ ଖାଇ ପାରନ୍ତି ନାହିଁ ଏବଂ ସେମାନଙ୍କୁ ମା' ସ୍ତନରୁ କ୍ଷୀର କାଢ଼ି ପିଆଇବାକୁ ପଡିଥାଏ ।

    ଜନ୍ମପରେ ସମସ୍ତ ସ୍ୱଳ୍ପ  ଓଜନ ଶିଶୁ ଧିରେ ଧିରେ ସ୍ତନରୁ କ୍ଷୀର ଶୋଷିପାରିବାରେ ସକ୍ଷମ ହୁଅନ୍ତି ସେହି ସମୟ ପର୍ଯ୍ୟନ୍ତ ସେମାନଙ୍କୁ ବିକଳ୍ପ ପଦ୍ଧତିରେ କ୍ଷୀର କାଢ଼ି ପିଆଇବାକୁ ପଡିଥାଏ । କ୍ଷୀର ପାତ୍ରରେ କାଢ଼ି ଓ ପାଟିରେ ନଳୀ ଦେଇ କ୍ଷୀର ଖୁଆଇବାକୁ ଦିଆଯାଏ କିମ୍ବା ଚାମଚ, କପ ଓ ଶାମୁକାରେ ଦିଆଯାଏ ।

    ପ୍ରତ୍ୟେକ ଶିଶୁ କ୍ଷୀର ଠିକରେ ଖାଉଛନ୍ତି କି ନାହିଁ ଜାଣିବା ପାଇଁ ସେମାନଙ୍କୁ କ୍ଷୀର ପିଆଇବା ସମୟରେ ଅନୁଧ୍ୟାନ କରିବାକୁ ପଡିଥାଏ । ଶିଶୁଙ୍କର କ୍ଷୀର ଖାଇବାର ସାମର୍ଥ୍ୟକୁ ନେଇ ଜଣେ, କ୍ଷୀର ଖୁଆଇବା ସଠିକ ପ୍ରଣାଳୀ ବାବଦରେ ନିଷ୍ପତ୍ତି ନେଇପାରିବେ । ତେଣୁ ଉପରୋକ୍ତ କେଉଁ ଉପକରଣ ମାଧମରେ ଖୁଆଇବେ । ତାହାର ନିଷ୍ପତ୍ତି ନେଇ ପାରିବେ ।

    ଯେଉଁ ଶିଶୁ ୧୫୦୦ ଗ୍ରାମରୁ କମ୍ ଏବଂ କିଛି ମାତ୍ରାରେ ସମର୍ଥ କେବଳ ସେମାନଙ୍କୁ ସ୍ତନରୁ କ୍ଷୀର କାଢ଼ି ପିଇବାକୁ ଦିଆଯାଇପାରିବ । ଆଉ କେତେକ କ୍ଷୀର ପିଇବା ପାଇଁ ଓ ଅରୋଗ୍ୟାଷ୍ଟିକ୍ ନଳୀର ସାହାଯ୍ୟ ନେଇଥାନ୍ତି । କେବଳ ସ୍ତନରୁ କ୍ଷୀର କାଢ଼ି ଚାମଚ ବା ନଳୀ ସାହାଯ୍ୟରେ ଶିଶୁକୁ ପିଆଯାଇପାରିବ । ଯେଉଁ ଶିଶୁ ଇନ ଟ୍ରାଗାଷ୍ଟିକ ନଳୀ ମାଧ୍ୟମରେ କ୍ଷୀର ପିଅନ୍ତି ସେମାନଙ୍କୁ ଦିନକୁ ଥରେ ବା ଦୁଇଥର ଗିନା ଓ ଚାମଚ ବ୍ୟବହାର କରି କ୍ଷୀର ଦିଆଯାଇପାରିବ ।

    ମା' ମଧ୍ୟ ଶିଶୁ ଯେପରି ସ୍ତନରୁ କ୍ଷୀର ଶୋଷି ପିଇପାରିବ, ତାହା ଚେଷ୍ଟା କରିବା ଉଚିତ । ଏହାକଲେ ସ୍ତନରୁ କ୍ଷୀର ଝରିଥାଏ ।

    ୧୫୦୦ ରୁ ୨୦୦୦ ଗ୍ରାମର ଶିଶୁ ସାଧାରଣରେ କ୍ଷୀର ଶୋଷି ପିଇବାରେ ସମର୍ଥ ହୋଇଥାନ୍ତି ଆଉ କେତେକ କ୍ଷେତ୍ରରେ ଶିଶୁ ଶାମୁକା ମାଧ୍ୟମ ଆବଶ୍ୟକ କରିଥାନ୍ତି । ଏ କ୍ଷେତ୍ରରେ ମା ମାନଙ୍କୁ ପ୍ରଶିକ୍ଷଣ ନେବାକୁ ପଡିଥାଏ । ମା' ବା ଯତ୍ନକାରୀ କିପରି ପିଆଉଛନ୍ତି ତାହା ମଧ୍ୟ ତଦାରଖ କରିବାକୁ ପଡ଼ିଥାଏ ।

    ୨୦୦୦ ଗ୍ରାମ ଓଜନରୁ ଉର୍ଦ୍ଧ୍ଵ ଶିଶୁ ନିଜେ କ୍ଷୀର ଶୋଷି ପିଇବାରେ ସମର୍ଥ ଅଟନ୍ତି । ମା' ପିଲାଜନ୍ମ ପରେ ନିଜକୁ ପ୍ରସ୍ତୁତ କରି ଶିଶୁକୁ କ୍ଷୀର ପିଆଇ ପାରିବ । ଶିଶୁ ଠିକରେ ସ୍ତନ୍ୟପାନ କରୁଛି କି ନାହିଁ ନିୟମିତ ଓଜନ ନେଇ ଜାଣିହେବ ।

    କଣ ଖୁଆଇବେ ?

    ସ୍ଵଳ୍ପ ଓଜନ ଶିଶୁ ଯିଏ ସ୍ତନରୁ କ୍ଷୀର ଶୋଷି ପିଇ ପାରନ୍ତି ନାହିଁ ସେମାନଙ୍କ ସ୍ତନରୁ କ୍ଷୀର କାଢ଼ି ପିଇବାକୁ ଦିଆଯାଏ । ଯେଉଁ ମା' ଅସୁସ୍ଥ ବା ବାହାରେ କାର୍ଯ୍ୟ କରିବାକୁ ଯାଆନ୍ତି ସେମାନେ ସ୍ତନରୁ କ୍ଷୀର କାଢ଼ି ଓରୋଗ୍ୟାଷ୍ଟ୍ରିକ୍ ନଳୀ, ଚାମଚ ବା ଶାମୁକାରେ ଶିଶୁ ପିଇବା ପାଇଁ ବ୍ୟବସ୍ଥା କରିପାରିବେ ।

    ସୋପାନ ୧ - ମା' ନିଜେ ସହଜ ଅନୁଭବ କରିବାକୁ ସାହାଯ୍ୟ କରିବା

    • ପିଠି ଘଷିବା
    • ଯଦି ସ୍ତନରେ ଫୁଲା ପଡିଥାଏ। ସ୍ତନର ଉପରପଟୁ ଆସ୍ତେ ଆସ୍ତେ ଘଷିବ
    • ଉଷୁମ ପାଣିରେ ସ୍ତନକୁ ଧୋଇବା ବା ନେବା
    • ଶିଶୁକୁ କୋଳରେ ଧରି ଶିଶୁ ବିଷୟରେ ଭଲକଥା ଭାବି ଶିଶୁର ଛବି ଦେଖୁ ନିଜକୁ ସହଜ କରିପାରିବେ (NICU transferred cases)

    ସୋପାନ, ୨ - କ୍ଷୀର କାଢ଼ିବା ପୂର୍ବରୁ ସ୍ତନକୁ ଧିରେ ଧିରେ ଘଷିବା

    1. ଗୋଟିଏ। ଓଦା ଉଷୁମ କପଡା ନେଇ ସ୍ତନ ଉପରେ ପାଞ୍ଚ ମିନିଟ ରଖିବା ।
    2. ୨ଟି ଆଙ୍ଗୁଠି ସାହାଯ୍ୟରେ ସ୍ତନକୁ ଗୋଲାକାର ଭାବରେ ଘଷିବା, ସ୍ତନରେ ଧିରେ ଧିରେ ଚାପ ଦେବା ସ୍ତନରୁ ଭୁଣ୍ଡି ଆଡକୁ ଧିରେ ଧିରେ ଘଷିବା ।
    3. ପ୍ରତି ସ୍ତନରୁ କ୍ଷୀର କାଢ଼ିବା ପାଇଁ ୫ - ୧୦ ମିନିଟ ସ୍ତନକୁ ଧିରେ ଧିରେ ଘଷିବା

    ସୋପାନ ୩ : ସ୍ତନରୁ କ୍ଷୀର କାଢ଼ିବା

    1. ମା' ନିଜର ହାତ ଭଲକରି ଧୋଇ ପରିଷ୍କାର କରିବା ଆବଶ୍ୟକ
    2. ସେ ସ୍ଵଛନ୍ଦରେ ବସି ବା ଛିଡା ହୋଇ ସ୍ତନ ପାଖରେ ପାତ୍ର ଧରି ରଖିବା
    3. ଶିଶୁର ଫଟୋ ବା ଶିଶୁକୁ ଦେଖିବା
    4. ଭୁଣ୍ଡି ଉପରେ ଓ ଚାରିପାଖ କଳା ଦାଗ ଉପରେ ବୁଢ଼ା ଆଙ୍ଗୁଠି ରଖି ଓ ବିଶି ଆଙ୍ଗୁଠି ଭୁଣ୍ଡି ତଳେ ରଖିବା ସୋପାନ ୪
    5. ଦୁଇ ଆଙ୍ଗୁଠି ବ୍ୟବହାର କରି ସ୍ତନରେ ଧିରେ ଧିରେ ଚାପ ଦେବା, ଭୃଣ୍ଡି ଚାରିପାଖରେ ଏପରି କରିବା ଦରକାର । ବହୁତ ଦୂରରୁ ଚାପ ଦେଲେ କ୍ଷୀର ନଳୀ ବନ୍ଦ ହୋଇଯିବାର ଆଶଙ୍କା ଥାଏ ।
    6. ସ୍ତନଭୃଣ୍ଡିକୁ ଲାଗିଥିବା କଳା ଗୋଲେଇ ପଛକୁ ଥିବା ସ୍ତନ ଅଂଶକୁ ତାଙ୍କ ଆଙ୍ଗୁଠି ଏବଂ ବୁଢ଼ା ଆଙ୍ଗୁଠିରେ ଚିପନ୍ତ । (ଚିତ୍ରରେ ଥିବା ଭଳି)
    7. ଚାପ ଦେବା ଏବଂ ଛାଡିବା ଜାରି ରଖିବା । ଜୋରରେ ଚାପ ଦେବା ଅନୁଚିତ
    8. ପ୍ରଥମେ କିଛି ବି କ୍ଷୀର ବାହାରି ନଥାଏ କିନ୍ତୁ କିଛି ସମୟ ଏପରି ଚାପ ଦେବା ଓ ଛାଡ଼ିବା ଦ୍ଵାରା ପରେ କ୍ଷୀର ବାହାରିଥାଏ ।
    9. କଳାଦାଗ ବା ଏରୋଲା। ଚାରିପଟୁ ଚାପ ଦେବା ଦ୍ଵାରା କ୍ଷୀର ବାହାରିଥାଏ ।
    10. ସ୍ତନର ଚର୍ମକୁ ଘଷିବା ଅନୁଚିତ । ଆଙ୍ଗୁଠି ଚାଳନା ସଠିକ ହେବା ଆବଶ୍ୟକ (ଆଙ୍ଗୁଠିକୁ ସ୍ତନ ଚାରିପଟେ ଗୋଲେଇ କରି ଚାପିବା)
    11. ଚିତ୍ର ଦେଖି  ଜାଣନ୍ତୁ, କିପରି ବୁଢ଼ା ଆଙ୍ଗୁଠି ଏବଂ ଅନ୍ୟ ଆଙ୍ଗୁଠି ଗୁଡ଼ିକୁ ସ୍ତନରେ ବୁଲାଇ କ୍ଷୀରଥିବା ସ୍ଥାନକୁ ଚିପି କ୍ଷୀର ବାହାର କରାଯାଉଛି ।

      ଭୁଣ୍ଡିକୁ ଚାପିବା ଅନୁଚିତ । ଭୁଣ୍ଡି ଟାଣିଲେ ବା ଚାପ ଦେଲେ କ୍ଷୀର ବାହାରି ନଥାଏ । ଶିଶୁ ଯେପରି ସ୍ତନରୁ କ୍ଷୀର କଢନ୍ତୁ ।

      କ୍ଷୀର ଶୋଷେ । ସେହିପରି କରାଯିବା ଉଚିତ ।

    12. ଗୋଟିଏ ସ୍ତନରୁ ୩-୫ ମିନିଟ କ୍ଷୀର କାଢ଼ି ସାରିବା ପରେ ଅନ୍ୟ

       

      ସ୍ତନରୁ କ୍ଷୀର କଢ଼ାଯାଇପାରିବ । ଏହାପରେ ପୁଣିଥରେ ପୂର୍ବ ସ୍ତନରୁ କାଢ଼ନ୍ତୁ । ଏହିପରି ଥରକ ପରେ ଥରେ ସ୍ତନ ବଦଳାଇ କ୍ଷୀର କାଢ଼ନ୍ତୁ ।

    13. ସ୍ତନରୁ କ୍ଷୀର କାଢ଼ିବା ପାଇଁ ୨୦-୩୦ ମିନିଟ ସମୟ ଲାଗି ଥାଏ । ବିଶେଷକରି ପ୍ରଥମ କିଛି ଦିନ, ଶୀଘ୍ର ଶୀଘ୍ର ସ୍ତନରୁ କ୍ଷୀର କାଢ଼ିବା ଆଦୌ ଉଚିତ ନୁହେଁ ।

    14. କଙ୍ଗାରୁ ମା ଯତ୍ନ (କେ.ଏମ୍.ସି) : kangaroo Mother care

      କେ.ଏମ.ସି ଯତ୍ନ ଅଳ୍ପ ଓଜନ ଶିଶୁଙ୍କ ପାଇଁ ଏକ ସହଜ, ସରଳ, ବିସ୍ତୁତ ଏବଂ ସ୍ୱଳ୍ପ ଖର୍ଚ୍ଚ ପଦ୍ଧତି ଅଟେ । ଏହାର କେତୋଟି ଭାଗ ଅଛି ।

      କଙ୍ଗାରୁ ସ୍ଥିତି (ମା ଓ ଶିଶୁଙ୍କ ଦେହ ଲାଗିରହିବା) ଶିଶୁ ମା’ ର ଦୁଇ ସ୍ତନ ମଧ୍ୟରେ ରୁହେ।ଏଥିପାଇଁ ଏକ ବିଶେଷ ଥଳୀ ବ୍ୟବହାର କରାଯାଏ । ଶିଶୁ ମଧ ମୁଣ୍ଡରେ ଟୋପି ପିନ୍ଧିପାରିବ । ମା' ଏପରି ପୋଷାକ ପିନ୍ଧିବା ଆବଶ୍ୟକ, ଯେପରି ତାଙ୍କ ନିଜର ଓ ଶିଶୁର ଦେହ ଲାଗି ରହିଥିବ । ପ୍ରସବ ପରେ ଏହି ପଦ୍ଧତି ଯେତେ ଶୀଘ୍ର ସମ୍ଭବ ଆରମ୍ଭ ହେବା ଆବଶ୍ୟକ । ଏହି ଲାଗି ରହିବା, ଦିନକୁ ୨୪ ଘଣ୍ଟା ଆବଶ୍ୟକ ।

      କଙ୍ଗାରୁ ପୋଷଣ (ସଅଳ ଓ କେବଳ ସ୍ତନ୍ୟପାନ) : ଏହା ଦ୍ଵାରା ଶିଶୁ ଯେତେବେଳେ ଚାହେଁ ସେତେବେଳେ ମା’ ସ୍ତନରୁ କ୍ଷୀର ପିଇପାରିବ । ମା' ମଧ୍ୟ ଆବଶ୍ୟକ ସମୟରେ କ୍ଷୀର ସ୍ତନରୁ କାଢ଼ି ଶିଶୁକୁ ପିଆଇପାରିବ ।

      କଙ୍ଗାରୁ ଯତ୍ନ ସହାୟତା : ଏଥିପାଇଁ ମା’ଙ୍କୁ ସବୁପ୍ରକାର ସାହାଯ୍ୟ ଯଥା ଚିକିତ୍ସାଗତ, ଭୌତିକ, ଶାରୀରିକ, ଆବେଶିକ , ଓ ମନସ୍ତାତ୍ତ୍ୱିକ ସାହାଯ୍ୟ ଦିଆଯିବା ଆବଶ୍ୟକ । ମା’ଙ୍କୁ ଶାରୀରିକ ସାହାଯ୍ୟ କରିବାରେ ଶିଶୁର ପିତା ବା ପରିବାରର ଅନ୍ୟାନ୍ୟ ସଦସ୍ୟ ଏହିସବୁ କରିପାରିବେ । ପରିବାର ମାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବା ଆବଶ୍ୟକ ।

      ଘରେ ନିଆଯିବା ଯତ୍ନ : ୨୦୦୦ ରୁ ୨୫୦୦ ଗ୍ରାମ ଓଜନ ବା ୩-୪ ସପ୍ତାହ ପୂର୍ବରୁ ଜନ୍ମିତ ଶିଶୁକୁ ଏହି ଯତ୍ନ ଘରେ ଦିଆଯାଇପାରିବ ।

      ଏନ.ଆଇ. ସି.ୟୁ. : ୧୫ ୦ ୦ ଗ୍ରାମରୁ କମ ଓଜନ ଶିଶୁକୁ ଅନ.ଆଇ. ସି.ୟୁ. ରଖି ଯତ୍ନ ନିଆଯାଇପାରିବ ।

      ଶିଶୁକୁ ଏସ.ଏନ.ସି.ୟରୁ ଛଡ଼ାଗଲା ପରେ (Discharge) ତାର ଘରୋଇ ଯତ୍ନର ଉପକରଣ ସ୍ତନ୍ୟପାନ ସଫଳ ହୁଏ

      • ଶିଶୁ ଶରୀର ଉତ୍ତାପ ଠିକ ରହିବାରେ ସାହାଯ୍ୟ କରେ (ଯେପରିକି ଇନକ୍ୟୁବେରରେ)
      • ଶିଶୁ ଶାନ୍ତ ଭାବରେ ଆବଶ୍ୟକ ସମୟ ପର୍ଯ୍ୟନ୍ତ ଶୋଇପାରେ । – ଓଜନ ବୃଦ୍ଧି ହୋଇଥାଏ
      • ମା ଓ ପିଲା ସମ୍ପର୍କ ନିବିଡ ହୁଏ
      • ମାତୃତ୍ଵ ଚାପ କମ ହୁଏ ଓ ମାର ଆତ୍ ବିଶ୍ଵାସ ବଢ଼ିଥାଏ
      • ସଂକ୍ରମଣ ହୁଏ ନାହିଁ
      • ଖର୍ଚ୍ଚ କମ ହୋଇଥାଏ

      ୪. ପିଲା ଆବଶ୍ୟକତା ଅନୁସାରେ ଖାଦ୍ୟ

      ଜରୁରୀ ପରିସ୍ଥିତିରେ ଆଇ.ୱାଇ.ସି.ଏଫ୍

      ଜରୁରୀ ପରିସ୍ଥିତି କଣ

      ଦ୍ଵନ୍ଦ, ଦୁବିର୍ପିକ, ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ଯଥା ଭୂମିକମ୍ପ, ବନ୍ୟା, ବାତ୍ୟା ପରିସ୍ଥିତି କାରଣରୁ ପରିବାରକୁ, ରୋଗ, କୁପୋଷଣ ଏବଂ ହିଂସାର ସମ୍ମୁଖୁନ ହେବାକୁ ପଡିଥାଏ । ଏହି ସମୟରେ ମା ଓ ପିଲା ବେଶୀ ହଇରାଣ ହୋଇଥାନ୍ତି । ଓଡିଶାରେ ଏପରି ପରିସ୍ଥିତି ସଦା ସର୍ବଦା ଦେଖାଯାଏ ଯାହା ଗୋଷ୍ଠୀରେ ଲୋକମାନଙ୍କୁ ବିଭିନ୍ନ ଅସୁବିଧାରେ ପକାଇଥାଏ । ଏହି ସମୟରେ ଜଲଉତ୍ସ ଦୁଷିତ ହୋଇଥାଏ । ସ୍ଵାସୁସ୍ଥ୍ୟରକ୍ଷା ସମ୍ଭବ ହୋଇନଥାଏ । ଯେହେତୁ ପାଞ୍ଚବର୍ଷରୁ କମ ବୟସର ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ସେତେଟା ବିକଶିତ ହୋଇ ନଥାଏ, ସେମାନେ ରୋଗ ସଂକ୍ରମଣର ଅଧିକ ଶିକାର ହୋଇଥାନ୍ତି । ଯାହା ପ୍ରକାରନ୍ତରେ ପିଲାଙ୍କୁ କୁପୋଷଣରେ ପକାଇଥାଏ ଓ ପିଲା ମୃତ୍ୟୁ ଘଟିଥାଏ । ଏଥିପାଇଁ ଜନ୍ମରୁ ୫ ବର୍ଷ ବୟସ ପିଲାମାନଙ୍କ ପାଇଁ ଖାଦ୍ୟ ଓ ଖାଦ୍ୟାଭାଷ ଏକାନ୍ତ ଆବଶ୍ୟକ । ଏହି ସମୟରେ ସ୍ଵାସୁଖ୍ୟ ସେବା ମିଳିନଥାଏ, ଖାଦ୍ୟ ମିଳିନଥା, ପିଇବା ପାଣି ମିଳିନଥାଏ । ବିଶେଷକରି ଜନଗହଳି ପୂର୍ଣ୍ଣ ଓ ଦୁର୍ବଳ ପରିମଳ ଅଞ୍ଚଳରେ । ଓଡିଶା ଏବେ ଏବେ ଫାଇଲିନର ଶିକାର ହୋଇଛି, ଯେଉଁଥୁ ପାଇଁ କି ଅନେକ ଲୋକ ବାସହରା ହୋଇଛନ୍ତି । ଏଗୁଡ଼ିକ ସବୁ ଜରୁରୀ ପରିସ୍ଥିତି ।

      ଜରୁରୀ ପରିସ୍ଥିତିରେ ସ୍ତନ୍ୟପାନ କାହିଁକି

      • ଏହା ଏକ ନିରାପଦ ଏବଂ ଜୀବନ ଦାୟିନୀ ପଦ୍ଧତି ଯାହା ଶିଶୁମାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଥାଏ ।
      • ଜରୁରୀ ପରିସ୍ଥିତିରେ ସ୍ତନ୍ୟପାନ ନକରାଇ ଅନ୍ୟାନ୍ୟ ଖାଦ୍ୟ ଦିଆଯାଇଥାଏ ଯାହା ବିପଦକୁ ବଢ଼ାଇ ଦିଏ ।
      • ତରଳଝାଡା ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିୟମିତ ସ୍ତନ୍ୟପାନ ବହୁତ ଜରୁରୀ

      ଜରୁରୀ ପରିସ୍ତିତିରେ ସ୍ତନ୍ୟପାନ ବାବଦରେ ଭ୍ରାତଧ ରଣା

      • ମାନସିକ ଚାପ ଦ୍ଵାରା ସ୍ତନରୁ କ୍ଷୀର ଶୁଝାଯାଏ
      • ତରଳଝାଡାରେ ଆକ୍ରାନ୍ତ ଶିଶୁ ପାଣି ବା ଚା’ ଆବଶ୍ୟକ କରିଥାନ୍ତି
      • ଥରେ ସ୍ତନ୍ୟପାନ ବନ୍ଦ କରିଦେଲେ ପୁନର୍ବାର ସମ୍ଭବ ନୁହେଁ
      • ମା, ଯେଉଁମାନେ ଖାଇବାକୁ ପାଆନ୍ତି ନାହିଁ ସେମାନେ ସ୍ତନ୍ୟପାନ କରାଇପାରିବେ ନାହିଁ
      • ଜରୁରୀ ପରିସ୍ଥିତିରେ ସ୍ତନ୍ୟପାନର ବିକଳ୍ପ ବ୍ୟବହାର କରାଯାଏ
      • ଜରୁରୀ ପରିସ୍ଥିତିରେ ମିଳୁଥିବା ଶିଶୁଖାଦ୍ୟ ଅନୁଦାନ ବା ସ୍ତନ୍ୟପାନ ବିକଳ୍ପ ମାଧ୍ୟମ, ସ୍ତନ୍ୟପାନ ଅଭ୍ୟାସକୁ ବିପଦପୂର୍ଣ୍ଣ କରିଥାଏ ଏବଂ ବିଭିନ୍ନ ରୋଗ ସଂକ୍ରମଣର କାରଣ ହୋଇଥାଏ
      • ଜରୁରୀ ପରିସ୍ଥିତିରେ ଆଇ.ୱାଇ.ସି.ଏଫ୍ କୁପୋଷଣ ବିପଦ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
      • ନିରାପଦ, ଯଥେଷ୍ଟ ଓ ଉପଯୁକ୍ତ ଅନୁପୂରକ ଖାଦ୍ୟ କୁପୋଷଣକୁ ପ୍ରତିରୋଧ କରିଥାଏ ଏବଂ ପିଲା ମୃତ୍ୟୁର କାରଣା ହୋଇନଥାଏ   I

      ଜରୁରୀ ପରିସ୍ଥିତିରେ କିପରି ସ୍ତନ୍ୟପାନ ବିକଳ୍ପ ଓ ଡବାକ୍ଷୀର ପ୍ରଭାବ ବିସ୍ତାର କରେ ?

      କେତେକ କାରଣ ହେଲା

      • ବିଭଲ ବୋଲି ଜଣାପଡ଼ୁଥିବା, ଠିକ ସୂଚନା ନ ଥିବା ଏବଂ ଚାହୁଁ ନଥିବା ଅନୁଦାନ ।
      • ଭଲ ବୋଲି ଜଣାପଡ଼ୁଥିବା, ସେବା ସଂସ୍ଥା, ସରକାରୀ କିମ୍ବା ଗଣମାଧ୍ୟମରୁ ମିଳିଥିବା ଅନୁଦାନ ଯାହା ବିଷୟରେ ଭଲରେ ବୁଝାଯାଇ ନଥାଏ କିନ୍ତୁ । ଲୋତକ ଏହାକୁ ରଖି କୃତଜ୍ଞତା ଜଣାନ୍ତି ।
      • ଏଠାରେ ସୁଚାଇ ଦେଉଛୁ, ଯେ, ଆଇ. ସି.ଡି.ଏସ୍. ସୁପରଭାଜର ମାନେ ଉପରୋକ୍ତ ଅଭ୍ୟସ ବାବଦରେ ସଚେତନ ରହି ।
      • ସରକାରୀ, ମେଡିଆ ଓ ବିଭିନ୍ନ ମାନବ ଅଧିକାର ଅନୁଷ୍ଠାନ ଦ୍ଵାରା
      • ଖାଦ୍ୟ କମ୍ପାନୀମାନେ ସେମାନଙ୍କର ସ୍ଥାନୀୟ ବଜାରରେ ପ୍ରବେଶ କରି ପ୍ରଭାବ ବିସ୍ତାର ପାଇଁ

      ଜରୁରୀ ପରିସ୍ଥିତିରେ ଆଇ.ସି.ଡି.ଏସ୍. ସୁପରଭାଇଜର ଓ ଅଙ୍ଗନୱାଡିକର୍ମୀଙ୍କ ଭୂମିକା

      • ଜରୁରୀ ପରିସ୍ଥିତିରେ ଆବଶ୍ୟକ ସ୍ଵାସ୍ଥ୍ୟ ଓ ପୋଷଣ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ ମା’ଙ୍କ ପାଇଁ ଉପଲବ୍ଧ ହେବା ଆବଶ୍ୟକ  ।
      • ଡବାକ୍ଷୀର ଯାହା ଅନୁଦାନ ଭାବରେ ମିଳିଥାଏ, ଏହାକୁ ବ୍ୟବହାର କରାଯିବା ଉଚିତ ନୁହେଁ; ତେଣୁ ଏହାକୁ ସାଧାରଣ ଯୋଗାଣ ସାମଗ୍ରୀରେ ବଣ୍ଟାଯିବା ଉଚିତ ନୁହେଁ । ଯଦି କୌଣସି ବିଶେଷ ନିୟମ ଅନୁମୋଦିତ ହୋଇ ଆସିଛି, ତେବେ ବଣ୍ଟା ଯାଇପାରେ ।
      • ଅନୁଦାନରେ ମିଳିଥିବା କ୍ଷୀର ଖୁଆଇବା ପାଇଁ ବୋତଲ ଏବଂ ନିପଲ ବ୍ୟବହାର ବର୍ଜନ କରିବା ଉଚିତ
      • ଜରୁରୀ ପରିସ୍ଥିତିରେ ଜନ୍ମିତ ଶିଶୁ ଜନ୍ମର ୬ ମାସ, ୧୮୦ ଦିନ ଯାଏଁ କେବଳ ସ୍ତନ୍ୟପାନ କରିବା ଆବଶ୍ୟକ
      • ଯେଉଁ ଶିଶୁମାନଙ୍କର ମା, ପାଖରେ ନଥାନ୍ତି ସେମାନଙ୍କୁ ସଠିକ ଖାଦ୍ୟ ଖୁଆଇବା କିମ୍ବା ସ୍ତନ୍ୟପାନ କରାଇବାର ସମସ୍ତ ସାମ୍ଭାବ୍ୟ ତଥା ବିକଳ୍ପ ବ୍ୟବସ୍ଥାର ଆୟୋଜନ I
      • ଅନୁପୂରକ ଖାଦ୍ୟ ପ୍ରସ୍ତୁତି କରି ପିଲାଙ୍କୁ ଦିଆଯିବା ଆବଶ୍ୟକ ଏବଂ ଏହାକୁ ସ୍ଵାସ୍ଥ୍ୟପ୍ରଦ ଭାବେ ନିୟମ ଅନୁସାରେ ଦେବା ଦରକାର ।
      • ବିଶ୍ଵଦ୍ଧ ପାନୀୟ ଜଳ ଉପଲବ୍ଧ  ହେବା  ଆବଶ୍ୟକ

      ଏଚ.ଆଇ.ଭି. ଆକ୍ରାନ୍ତ  ଶିଶୁମାନଙ୍କର ସ୍ତନ୍ୟପାନ

      ଏଚ.ଆଇ.ଭି. ଆକ୍ରାନ୍ତ ମା'ମାନଙ୍କ ପାଇଁ ଖୁଆଇବା ବ୍ୟବସ୍ଥା

      ଏଚ.ଆଇ.ଭି. ସଂକ୍ରମିତ ମା' ଗର୍ଭ ସମୟରେ, ପ୍ରସବ ସମୟରେ ଏବଂ ସ୍ତନ୍ୟପାନ ଦ୍ଵାରା ଶିଶୁକୁ ଏଚ.ଆଇ.ଭି. ସଂକ୍ରମିତ କରିଥାନ୍ତି । ଗର୍ଭ ଓ ପ୍ରସବ ସମୟରେ ଉଭୟ ସଂକ୍ରମଣର ବିପଦ ପ୍ରାୟ ୨୦% ହୋଇଥାଏ । ପ୍ରସବ ସମୟରେ ବିପଦ ଅଧିକ ଥାଏ । ସ୍ତନ୍ୟପାନ ଦ୍ଵାରା ସଂକ୍ରମଣର ବିପଦ ୧୫% ହୋଇଥାଏ ।

       

      ୧. ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସମସ୍ତ ଦେଶକୁ ନିଜନିଜ ନିର୍ଦେଶାବଳୀ ପ୍ରସ୍ତୁତି ପାଇଁ କହିଛନ୍ତି ଯାହା ଦ୍ଵାରା ଗୋଟିଏ ଦେଶ ଏଚ.ଆଇ.ଭି. ସଂକ୍ରମିତ ମା’ମାନେ ସେମାନଙ୍କର ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବ କି ନାହିଁ ଦର୍ଶାଯାଇଛି । ସେହିପରି ସଂକ୍ରମିତ ମା’ ଏଚ.ଆଇ.ଭି. ନେଇ ପାରିବେ ନାହିଁ ତାହା ମଧ୍ୟ ଦର୍ଶାଯାଇଥାଏ । ତେଣୁ ସ୍ତନ୍ୟପାନ କରାଇବା ଏବଂ ଏ.ଆର. ଭି. ଚିକିତ୍ସାରେ ରହିବା ଇଚ୍ଛାଧିକ ଥାଏ ।

      ୨. ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ଯେଉଁ ମା’ ଏଚ.ଆଇ.ଭି. ସଂକ୍ରମିତ, ଏ.ଆର. ଭି. ଚିକିତ୍ସା ଗ୍ରହଣ କରିପାରିବେ । ଏହା ଦ୍ଵାରା ମା' ଠାରୁ ଶିଶୁକୁ ସଂକ୍ରମଣ, ବିଶେଷକରି ସ୍ତନ୍ୟପାନ ସମୟରେ ରୋକାଯାଇପାରିବ ।

      ୩. ଯେଉଁ ମା’ ଏଚ.ଆଇ.ଭି. ସଂକ୍ରମିତା ନୁହଁନ୍ତି ବା ଯେଉଁମାନଙ୍କର ସ୍ଥିତି ଜଣାପଡ଼ିନାହିଁ କିମ୍ବା ଏଚ.ଆଇ.ଭି. ସଂକ୍ରମିତା ମା’ଙ୍କର ଶିଶୁ ଯେଉଁମାନେ ମଧ୍ୟ ସଂକ୍ରମିତ; ଏପରି କ୍ଷେତ୍ରରେ ଜନ୍ମରୁ ଛଅ ମାସ ଯାଏଁ ଶିଶୁକୁ କେବଳ ସ୍ତନ୍ୟପାନ କରାଇବା ଏବଂ ୭ ମାସ ଆରମ୍ଭରୁ ମା’ କ୍ଷୀର ସହିତ । ୨ ବର୍ଷ ପୂରିବା ଯାଏଁ ଶିଶୁକୁ ଅନୁପୂରକ ଖାଦ୍ୟ ଦେବା ଦରକାର ।

      ୪. ଏଚ.ଆଇ.ଭି. ସଂକ୍ରମିତ ମା, ଯିଏ ଏ.ଆର. ଭି. ଚିକିସ୍ଥା ଗ୍ରହଣକରିଥାନ୍ତି, (ଯେଉଁଠି ଶିଶୁର ଏଚ.ଆଇ.ଭି. ସ୍ଥିତି) ସେମାନେ ମଧ୍ୟ ଶିଶୁଙ୍କୁ ୬ ମାସ କେବଳ ସ୍ତନ୍ୟପାନ କରାଇପାରିବେ ଏବଂ ପରେ ଅନୁପୂରକ ଖାଦ୍ୟ ସହିତ ସ୍ତନ୍ୟପାନ । ୨ ବର୍ଷ ପର୍ଯ୍ୟନ୍ତ ଚାଲୁ ରଖିପାରିବେ ।

      ୫. ସ୍ତନ୍ୟପାନ ବନ୍ଦ କରିବା ପରେ ମଧ୍ୟ ଏକ ସପ୍ତାହ ପର୍ଯ୍ୟନ୍ତ ମା ଓ ଶିଶୁ ଯିଏ ଏ.ଆର. ଭି. ଚିକିତ୍ସାଧିକ, ତ୍ରପ ଚାଲୁରଖିବା ଆବଶ୍ୟକ ।

      ୬. ଏକ ମାସ ସ୍ତନ୍ୟପାନ କରାଇ ବନ୍ଦ କରିଦେବା । ଏହାପରେ ମା' ଓ ଶିଶୁ ଉଭୟ ଶିଶୁ ଯେକି ଏ.ଆର. ଭି. ଚିକିତ୍ସାରେ ରହିଛନ୍ତି; ସେମାନଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ତ୍ରଗ ଦେବା ଦରକାର ।

      ଏଚ୍.ଆଇ.ଭି. କ୍ଷେତ୍ରରେ ବିକତ୍ୱ ଖାଦ୍ୟ

      ଏ. ଏଫ.ଏ.ଏସ୍.ଏସ୍ ଅନୁସାରେ ଚୟନ କରାଯାଇପାରିବ ( ଆଫାସ – AFASS)

      ଏ- ଗ୍ରହଣଯୋଗ୍ୟ A- Accepatable

      ଏଫ୍ – ସମ୍ଭବ F-ନ Feasible

      ଏ- ବ୍ୟୟ ସୀମା ଭିତରେ A- Affordable

      ଏସ୍ – ନିରାପଦ s- Safe

      ଏସ୍ – ଦୀର୍ଘସ୍ଥାୟୀ S – Sustainable

      ୧. ୬ ମାସରୁ କମ ବୟସର ଶିଶୁ : ସ୍ତନରୁ କ୍ଷୀର କାଢ଼ି ସାଧାରଣତଃ ବାହାର ଖାଦ୍ୟ ( ସ୍ତନ୍ୟପାନ ନୁହେଁ)

      ୨. ୬ ମାସରୁ ଉଦ୍ଧି ବୟସର ଶିଶୁ : (୧୨ ମାସ ମଧ୍ୟରେ) : ଗାଈ କ୍ଷୀର, ଫୁଟାଇ ବା ଡବା କ୍ଷୀର

      ଅନ୍ୟାନ୍ୟ ବିକଳ୍ପ

      • ଏଚ. ଆଇ.ଭି ନେଗେଟିଭ ମା’ ଦ୍ଵାରା ସ୍ତନ୍ୟପାନ କରାଇବା
      • କ୍ଷୀର ବ୍ୟାଙ୍କରୁ କ୍ଷୀର ନେଇ ଶିଶୁକୁ ଦେବା

      ବର୍ଜନୀୟ

      • ମିଶ୍ରିତ ଖାଦ୍ୟ, ଏହା ସଂକ୍ରମଣକୁ ବଢାଇଥାଏ
      • ସ୍ତନରେ ଆବୁ ବା ବଥ (ମାଷ୍ଟିଟିସ୍ )
      • ଶିଶୁ ପାଟିରେ ଘା ବା ମା ସ୍ତନ୍ୟରେ କଳା ବାଦାମୀ ଗୋଳେଇବା ଭୁଣ୍ଡିରେ ଘା’ ହୋଇଥିଲେ ( thrush)

      ଏଚ. ଆଇ.ଭି ଚିକିତ୍ସା ଓ ପ୍ରୋଫିଲାକ୍ସିସ

      ମା ଗର୍ଭ ସମୟରେ ଏ.ଜେଡ଼.ଟି ନେଉଥୁଲେ । ଜନ୍ମିତ ଶିଶୁ ଜନ୍ମରୁ ସ୍ତନ୍ୟପାନ ବନ୍ଦ କରିବା ପର୍ଯ୍ୟନ୍ତ ସବୁଦିନ ନେଭିରାପାଇନ ଖାଇବାପାଇଁ ସୁପାରିଶ କରାଯାଉଛି । କିମ୍ବା

      ଯଦି ମା’ ଗର୍ମ ସମୟରେ ତିନୋଟି ଔଷଧ ଚିକିତ୍ସାରେ ରହିଛନ୍ତି; ତେବେ ସ୍ତନ୍ୟପାନ ସମ୍ପୁର୍ଣ୍ଣ ବନ୍ଦ ହେବାର ଏକ ସପ୍ତାହ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଲଗାତାର ଭାବେ ଏହିପରି ତିନୋଟି ଔଷଧ ଚିକିତ୍ସା ଚାଲୁ ରଖନ୍ତୁ ।

      ମା' ମାନଙ୍କୁ ପରାମର୍ଶ

      ଏହା ଲୋକମାନଙ୍କ ସହିତ କାର୍ଯ୍ୟ କରିବାର ଏକ ପ୍ରକ୍ରିୟା ଯାହାଦ୍ଵାରା ଲୋକେ କଣ ଅନୁଭବ କରୁଛନ୍ତି ଜାଣିବା ସହିତ ସେମାନେ ସଠିକ ନିଷ୍ପତ୍ତି ନେବାରେ ସେମାନଙ୍କୁ ସାହାଯ୍ୟ କରିବା

      ଶୁଣିବା ଏବଂ ଶିଖୁବା କୌଶଳ

      କୌଶଳ ୧ – ଅଣବାଚକ ଯୋଗାଯୋଗ ପାଇଁ ସହାୟକ

      କୌଶଳ ୨ - ପ୍ରଶ୍ନ ପଚାରିବା

      କୌଶଳ ୩. ଏପରି କରିବା ଯାହାଦ୍ଵାରା ପରାମର୍ଶ ଦାତ୍ତାଙ୍କର ଆଗ୍ରହ ଅଛି ବୋଲି ପରାମର୍ଶ ଗ୍ରହିତା ଅନୁଭବ କରି ପାରିବେ,

      କୌଶଳ ୪. ଗ୍ରହିତା। ଯାହା କହୁଛନ୍ତି, ପୁନର୍ବାର ପରାମର୍ଶଦାତା କହିବା କୌଶଳ ୫. ସମାନୁଭୂତି ଦେଖାଇବା

      କୌଶଳ ୬. ବିଚାର ଦେବା ବା ନିଷ୍ପତି ନେବା ଭଳି କଥା ନ କହିବା । ୨୦୦୩ରେ ଇନ୍‌ଫଖ୍ୟାଣ୍ଟ ମିଲ୍ମ, ସବଷ୍ଟିଚ୍ୟୁଟ ଆକ୍ଟ, ୧୯୯୨ ପରିବର୍ତ୍ତନ ହୋଇଥିଲା

      ଏହି ଆଇନ – ଉତ୍ପାଦନ, ଯୋଗାଣ ଓ ବଣ୍ଟନକୁ ନିୟନ୍ତ୍ରଣ କରିଥାଏ । ଏହା ସ୍ତନ୍ୟପାନର ନିରାପତ୍ତା ପାଇଁ ସହାୟକ ହୋଇଥାଏ ଏବଂ ଶିଶୁଖାଦ୍ୟର ସଠିକ ବ୍ୟବହାରକୁ ସ୍ଥିରନିଶ୍ଚିତ କରିଥାଏ । ଏହା ଦେଶରେ ସର୍ବତ୍ର ପ୍ରଚଳିତ ।

      ଶିଶୁ କ୍ଷୀର ବିକଳ୍ପ (IMS) ଆଇନ ଅଧିନରେ ଥିବା ବ୍ୟବସ୍ଥା :-

      ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ, ବିତରକ ବା ଯେକୌଣସି ବ୍ୟକ୍ତି ଏହି ଆଇନ ଉଲଘଂନ କରିପାରିବେ ନାହିଁ । ନିମ୍ନଲିଖିତ କାର୍ଯ୍ୟ ପାଇଁ ଆଇନ ଉଲଘଂନ ଦଣ୍ଡନିୟ ଅପରାଧ ଅଟେ ।

      1. ୨ ବର୍ଷ ବୟସ ପିଲାଙ୍କ ପାଇଁ ଯେକୌଣସି ନାମରେ ଖାଦ୍ୟ ପ୍ରସ୍ତୁତ କରିବା
      2. ଛଅ ମାସ ବୟସ ପୂର୍ବରୁ ପିଲାମାନଙ୍କପାଇଁ ଶିଶୁ ଖାଦ୍ୟ ବ୍ୟବହାରକୁ ପ୍ରୋତ୍ସାହନ ଦେବା ।
      3. ଏହାର ପ୍ରୋତ୍ସାହନ ଯଥା ଟିଭି, ରେଡିଓ, ପତ୍ରିକା, ଇ-ମେଲ, ଏସ୍.ଏମ.ଏସ୍, ପାମ୍ପଲେଟ୍ ଦ୍ଵାରା ବିଜ୍ଞାପନ କରିବା
      4. ଯେକୌଣସି ବ୍ୟକ୍ତିଙ୍କୁ ଖାଦ୍ୟ ଓ ଖାଦ୍ୟର ନମୂନା ବିତରଣ କରିବା
      5. ଯେକୌଣସି ବ୍ୟକ୍ତିଙ୍କୁ ବ୍ୟବହାର କରି, ମା ମାନଙ୍କୁ ପ୍ରଭାବିତ କରିବା
      6. ଉପହାର ମାଧ୍ୟମରେ ଓ ସଂଲଗ୍ନ ଲାଭ ଇତ୍ୟାଦି ରୀତିରେ ଲୋକଙ୍କୁ ପ୍ରବର୍ଭାଇବା ।
      7. ମା’ ବା ପରିବାରକୁ ଶିକ୍ଷଣୀୟ ପୁସ୍ତିକା ବା ସୂଚନା ପ୍ରଦାନ କରିବା । ସେମାନେ ଶିକ୍ଷଣୀୟ ପୁସ୍ତିକା ଡାକ୍ତରଙ୍କୁ ଓ ନର୍ସମାନଙ୍କୁ ଆଇ.ଏମ.ଏସ୍. ଆଇନ ଧାରା ୭ ଅନୁଯାୟୀ ଦେଇପାରିବେ । ଏହି ପୁସ୍ତିକାରେକେବଳ ତଥ୍ୟ ଥିବା ଆବଶ୍ୟକ ଏବଂ ଏହା କମ୍ପାନୀ ଦ୍ଵାରା ଖାଦ୍ୟ ପ୍ରୋତ୍ସାହନ ପାଇଁ ଉଦ୍ଧିଷ୍ଟ ହୋଇନଥିବା
      8. ବ୍ୟକ୍ତି  ଅଧିକ ଲାଭ ପାଇଁ, ଖାଦ୍ୟ ପର୍ଯ୍ୟାକରେ ଶିଶୁ ଚିତ୍ର ଓ ମା ଚିତ୍ର କାଟ୍ରିନ ଥାଇ ବ୍ୟବହାର କରିବା
      9. ଡାକ୍ତରଖାନା, ନସିଂହୋମ, ଔଷଧ ଦୋକାନ ଇତ୍ୟାଦିରେ ପୋଷ୍ଟର ଲଗାଇବା

      10. ସ୍ଵାସ୍ଥ୍ୟକର୍ମୀମାନଙ୍କୁ ବିକ୍ରୟ ପାଇ, ପ୍ରତ୍ୟେକ୍ଷ ବା ପରୋକ୍ଷରେ ପ୍ରରୋଚିତ କରିବା

      11. ଏହି ଖାଦ୍ୟ କିପରି ଖୁଆଇବା, ମା' ମାନଙ୍କୁ ବା ପରିବାରରେ ପ୍ରଦର୍ଶିତ କରାଇବା

      12. . ଡାକ୍ତର, ନର୍ସ ଏବଂ ଅନୁଷ୍ଠାନ ଯଥା ଆଇ. ଏ.ପି, ଆଇ.ଏମ.ଏ, ଏନ. ଏନ. ଏଫ୍ ମାନଙ୍କୁ ନେଇ କର୍ମଶାଳା, ସଭା, ପାଠ୍ୟଚକ୍ର ପାଇଁ ପଇସା ଦେବା, ଏବଂ ପ୍ରତିଯୋଗିତା, କନଫରେନସ, ପାଠପଢ଼ା, ପ୍ରୋଜେକ୍ଟ, ଅନୁଧ୍ୟାନ ପାଇଁ ସହାୟତା ଦେବା ।

      13. ବିକ୍ରି ଅନୁସାରେ କର୍ମଚାରୀଙ୍କ ପାଇଁ କମିସନ ବ୍ୟବସ୍ଥା କରିବା

      ଆଇ.ସି.ଡି.ଏସ୍ କର୍ମକର୍ତ୍ତା କଣ କରିପାରିବେ

      • ସ୍ତନ୍ୟପାନ, ଖାଦ୍ୟପାଇଁ ବ୍ୟବହୃତ ବୋତଲ, ଏବଂ ଶିଶୁ ଖାଦ୍ୟ ବାବଦରେ ସଠିକ ସୂଚନା ମାଗି ପାରିବେ
      • ଶିଶୁ ପାଇଁ ମା’ କ୍ଷୀରର ବିକଳ୍ପ ଖାଦ୍ୟ ବା ଡବାକ୍ଷୀରର ବିପଦଗୁଡ଼ିକୁ ବୁଝାଇବା ।
      • ସ୍ତନ୍ୟପାନ ଉପରେ ଜନସଚେତନା ସୃଷ୍ଟି କରିବା
      • ଆଇନ, ଉଲଘଂନରେ ଉପରିସ୍ଥ କର୍ମକର୍ଭାଙ୍କୁ ଜଣାଇବା । ଲୋକମାନେ କେଉଁଠାରେ ଆଇନ ଉଲଘଂନ କଥା ଜଣାଇବେ  ତାହା ଲୋକମାନଙ୍କୁ ବୁଝାଇବା

      ପରିବାର ଓ ଗୋଷ୍ଠୀ ସହାୟତା

      ଯଦିଓ ମା' ଶିଶୁକୁ ସ୍ତନ୍ୟପାନ କରାଇଥାଏ, ତେବେ ଅଧିକାଂଶ ସମୟରେ ଘରର ମୁଖ୍ୟ ଶିଶୁ ଡବା ଖାଦ୍ୟ ଖାଇବାର ନିଷ୍ପଭି ନେଇଥାନ୍ତି । ଏଣୁ ଘରର ମୁଖ୍ୟମାନଙ୍କୁ ସ୍ତନ୍ୟପାନ ବାବଦରେ ପରାମର୍ଶ ଦିଆଯିବା ଆବଶ୍ୟକ ଓ ଏଥିସହିତ ଡବା କ୍ଷୀରର ଅପକାରୀତା ବାବଦରେ ମଧ୍ୟ ସଚେତନ କରାଇବା ଆବଶ୍ୟକ । ଶିଶୁ ଜନ୍ମ ହେବା ପରେ, ମାର କାର୍ଯ୍ୟଭାର ଅଧ୍ୟକ ହୋଇଯିବାର ପ୍ରାୟ କେହି ସହଜରେ ଗ୍ରହଣ କରିପାରନ୍ତି ନାହିଁ । ଏଣୁ ମାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସେପରି କିଛି ବ୍ୟବସ୍ଥାବି ହୁଏନାହିଁ । ଯଦି ଶିଶୁ ଜୋରରେ କାନ୍ଦେ ତେବେ ଘର ଲୋକ ଏହା ଭାବନ୍ତି କ-ଶିଶୁକୁ ମା କ୍ଷୀର ସଠିକ ପରିମାଣର ମିଳୁନାହିଁ ଏବଂ ମା' ପ୍ରକାରନ୍ତରେ ଏକ ପ୍ରକାର ଗାଈ କ୍ଷୀର ବା ଡବା କ୍ଷୀର ଶିଶୁକୁ ଦେବା ପାଇଁ ବାଧ୍ଧ ହୋଇଥାଏ । ଏଣୁ ଘରର ସଦସ୍ୟମାନେ ମା’ ମାନଙ୍କୁ ସ୍ତନ୍ୟପାନ କରାଇବାପାଇଁ ସବୁ ପ୍ରକାର ସାହାଯ୍ୟ, ଉତ୍ସାହ ଓ ଅନୁକୂଳ ପରିବେଶ ଦେବା ଆବଶ୍ୟକ । ପରମ୍ପରା ଅନୁଯାୟୀ ମହିଳା ପ୍ରଥମ ମା' ହେବାବେଳେ ନିଜ ବାପଘରକୁ ଯାଇଥାନ୍ତି । ଏହା ଏକ ସଫଳ ପଦ୍ଧତି, ଏହା ଦ୍ଵାରା ସ୍ତନ୍ୟପାନରେ ବହୁତ ସାହାଯ୍ୟ ମିଳିଥାଏ । ଏହି ସମୟ ଅତିକମରେ ୪ ମାସ ହେବା ଆବଶ୍ୟକ । ଅଧୁକା°ଶ ଗୋଷ୍ଠୀ ଏହା ମାନି ନିଅନ୍ତି କି ପ୍ରସବର ପ୍ରଥମ ୩ ଦିନ କ୍ଷୀର ବାସି ଓ ଏହାକୁ ଫିଙ୍ଗିଦିଆଯବା ଉଚିତ । ଏହି ଅନ୍ଧବିଶ୍ବାସ ଗୋଷ୍ଠୀରୁ ଦୂରେଇଦେବା ଆବଶ୍ୟକ । ପ୍ରଶିକ୍ଷଣ ସମୟରେ ଏହି ପ୍ରକାର କୁସଂସ୍କାର ବା ସାମାଜିକ ପ୍ରଥାକୁ କିପରି ଦୂରେଇ ଦେଇ ହେବ ତାହା ଆଲୋଚନା ମାଧମରେ ସମ୍ଭବ କରିହେବ । କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ ସମୟରେ ଏହି ସୂଚନା ବ୍ୟବହାର କରାଯାଇପାରିବ ।

      ନିମ୍ନରେ କେତେକ ଅତିରିକ୍ତ ବିଷୟ ଆଲୋଚନା ପାଇଁ ଦିଆଗଲା।

      • ଯଦି ମା' ସାମୁହିକ ସ୍ଥାନରେ ଶିଶୁକୁ ସ୍ତନ୍ୟପାନ କରାଏ ତେବେ ପାଖରେ ଥିବା ଲୋକମାନଙ୍କର କି ପ୍ରକାର ପ୍ରତିକ୍ରିୟା ହେବ ?
      • ମା' ସ୍ତନ୍ୟପାନ କରାଇବାବେଳେ ସଂକୋଚ ବୋଧ କରିବ କି ?
      • ଯଦି ମା ୧ ବର୍ଷରୁ ଉଦ୍ଧି ସମୟ ଶିଶୁକୁ ସ୍ତନ୍ୟପାନ କରାଏ ତେବେ ଗୋଷ୍ଠୀର ପ୍ରତିକ୍ରିୟା କଣ ହେବ ?
      • ସ୍ତନ୍ୟପାନ କରାଉଥିବା ମା’, କାର୍ଯ୍ୟ କ୍ଷେତ୍ରରେ ସ୍ତନ୍ୟପାନ କରାଇବାରେ ବାଛ ବିଚାରର ଶିକାର ହେବେକି ? ସ୍ତନରୁ କ୍ଷୀର କାଢ଼ିବା ଓ ରଖିବା ପାଇଁ କାର୍ଯ୍ୟସ୍ଥଳରେ କି ପ୍ରକାର ସୁବିଧା ଉପଲବ୍ଧ ?
      • ଅଭିଜ୍ଞ ମା' ନୂଆ ମା'ମାନଙ୍କୁ ସଠିକ ସୂଚନା ଓ ସାହାଯ୍ୟ ମାଧ୍ୟମରେ ଉତ୍ସାହିତ କରିପାରିବେ । ଏହାକୁ ମା' ଠାରୁ ମାକୁ ସାହାଯ୍ୟ କୁହାଯାଏ । ଏହି ସାହାଯ୍ୟକାରୀଦଳ ନୂଆ ମା'ମାନଙ୍କୁ ସ୍ତନ୍ୟପାନ କରାଇବାରେ ସାହାଯ୍ୟ କରିପାରିବେ । ନୂଆମା ମାନଙ୍କୁ ସ୍ତନ୍ୟପାନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗର ସମାଧାନରେ ମଧ ସାହାଯ୍ୟ କରାଯାଇପାରିବ ।

      ଉପସଂହାର

      ଏହା ସତ୍ୟସିଦ୍ଧ ଯେ ଶିଶୁ ସୁରକ୍ଷା ଓ ବିକାଶ କାର୍ଯ୍ୟକ୍ରମରେ ଉନ୍ନତ ଶିଶୁ ଖାଦ୍ୟାଭ୍ୟସ ଏକ ପ୍ରମୁଖ ବିଭାଗ ଅଟେ | ବିଭିନ୍ନ ଅଧୟନ ଓ ପ୍ରମାଣ ଏହା ସ୍ପଷ୍ଟ କରେ ଯେ ଶିଶୁ ସୁରକ୍ଷା, ବୃଦ୍ଧି ଓ ବିକାଶରେ ସ୍ତନ୍ୟପାନ ଓ ଅନୁପୂରକ ଖାଦ୍ୟର ଆବଶ୍ୟକତା ବହୁତ ଅଧିକ । ପ୍ରତିଷେଧକ କାର୍ଯ୍ୟକ୍ରମ ଭାବରେ ସ୍ତନ୍ୟପାନ କେତେ ଗୁରୁତ୍ୱପୂର୍ଣ୍ଣ ଓ ପିଲା ମୃତ୍ୟୁହ୍ରାସ କିପରି ଏହା ଦ୍ଵାରା ପ୍ରଭାବିତ ହୋଇଥାଏ, ତାହା ମଧ୍ୟ ସବୁ ସ୍ତରରେ ଗ୍ରହଣୀୟ । ଏହି ସୁବିଧାକୁ ପାଥେୟ କରି ସ୍ତନ୍ୟପାନ ଓ ଅନୁପୂରକ ଖାଦ୍ୟକୁ ଆପଣେଇ ପାରିଲେ । ଏହା ପିଲାଙ୍କର ଶାରୀରିକ ବୃଦ୍ଧି ଓ ବିକାଶ ସହିତ କୁପୋଷଣକୁ ମଧ୍ୟ ସମାଜରୁ ଦୂରେଇ ହେବ । ମା' ଓ ଗୋଷ୍ଠୀରେ ଉପଯୁକ୍ତ ଶିକ୍ଷା, ସୂଚନା ଓ ଜନସଚେତନେତା ମାଧମରେ ସାକାର ତୁକ ପରିବର୍ତ୍ତନ ଅଣାଯାଇପାରିବ ଏବଂ ଆଇ., ୱାସ.ସି.ଏଫ୍. ଶିଶୁ ମୃତ୍ୟୁ ଓ ଷ୍ଟଟିଙ୍ଗ ସମସ୍ୟାକୁ ଦୂରେଇ ଦେବାରେ ସମର୍ଥ ହୋଇପାରିବ ।

      ମୁଖ୍ୟ ବାର୍ଭା

      • ୧୯% ପିଲା ମୃତ୍ୟୁ ହ୍ରାସ କରିବାରେ ଆଇ., ୱାଇ. ସି.ଏଫ୍. ଏକ ଫଳପ୍ରଦ ପ୍ରକ୍ରିୟା ଅଟେ । ଶିଶୁ ଖାଦ୍ୟ, ଶିଶୁ । ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ ।
      • ସ୍ତନ୍ୟପାନ ଯେତେବେଳେ ପିଲାଙ୍କୁ ଅତ୍ରତ୍ଯୁତମ ପୋଷଣ ଯୋଗାଇଥାଏ ଓ ସଂକ୍ରମଣରୁ ରକ୍ଷା କରେ ସେତେବେଳେ ସମୟ ମୁତାବକ ଅନୁପୂରକ ଖାଦ୍ୟ ଗୋଡ଼ା ହେବା ଭଳି ସମସ୍ୟାକୁ ଦୂର କରିବା ସହିତ ଅନ୍ୟାନ୍ୟ ରୋଗ ଦେବାଝକୁ ମଧ୍ୟ କମ କରିଥାଏ ।
      • ଶିଶୁର ସର୍ବୋଚ୍ଚ ବୃଦ୍ଧି, ବିକାଶ ଓ ସ୍ଵାସ୍ଥ୍ୟବାନ ହେବାପାଇଁ ଜନ୍ମରୁ ପ୍ରଥମ ୬ ମାସ କେବଳ ସ୍ତନ୍ୟପାନ କରିବା ଉଚିତ, ଏଥିସହିତ ୬ ମାସ ପରେ ଶିଶୁ ପୋଷଣ ଭରପୁର ଅନୁପୂରକ ଖାଦ୍ୟ ଖାଇପାରିବେ । ଅତିକମରେ ୨ ବର୍ଷ ଓ ଏହାଠାରୁ ଅଧିକ ଦିନ ପର୍ଯ୍ୟ ତ ଶିଶୁ ସ୍ତନ୍ୟପାନ ସହିତ ଅନୁପୂରକ ଖାଦ୍ୟ ଖାଇବା    ଆବଶ୍ୟକ  I
      • ଉପଯୁକ୍ତ ଅନୁପୂରକ ଖାଦ୍ୟ ପାଞ୍ଚ ବର୍ଷ ବୟସରୁ କମ ବୟସ ପିଲାମାନଙ୍କର ମୃତ୍ୟୁ ୬% ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଅସୁସ୍ଥତା ଏବଂ କୁପୋଷଣ ରୋକିବାରେ ଯଥେଷ୍ଟ ଫଳପ୍ରଦ  ହୋଇଥାଏ ।
      • ଜରୁରୀ ପରିସ୍ଥିତିରେ ଆଇ., ୱାଇ. ସି.ଏଫ୍. ଶିଶୁ ସୁରକ୍ଷା ହାର ବୃଦ୍ଧିରେ ସାହାଯ୍ୟ କରିଥାଏ ।
      • ୨୦୧୦ ମସିହାରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ଏଚ.ଆଇ.ଭି. ଓ ଶିଶୁ ଖାଦ୍ୟ ନିର୍ଦେଶାବଳୀ, ଏଚ୍.ଆଇ.ଭି. ସଂକ୍ରମିତ ମା'ମାନଙ୍କୁ ବିନା ସଂକୋଚରେ ଶିଶୁକୁ ସ୍ତନ୍ୟପାନ କରାଇବାରେ ଯଥେଷ୍ଟ ସାହାଯ୍ୟ କରେ ।

ଆଧାର ଓଡିଶା ସରକାର

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate