ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା / ଔଷଧସାହାରାରେ ଜୀବନ
ସେଆର କରନ୍ତୁ

ଔଷଧସାହାରାରେ ଜୀବନ

ପେନକିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗନ କରିକି ଘରୋଇ ଚିକିତ୍ସା ଦ୍ଵାରା ଶରୀର ସୁସ୍ଥ ରାଖୀ ହେବ ।

ଉପକ୍ରମ

“ମଣିଷ ବଞ୍ଚିବା ପାଇଁ ଖାଦ୍ୟ ସହ ଔଷଧ ମଧ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି ପେନକିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ ଶରୀରର କୋଷଗୁଡ଼ିକୁ ରୁଗୁଣ ଦୁର୍ବଳକରି ବ୍ୟାଧି ପ୍ରତିରୋଧକ କ୍ଷମତାକୁ ହ୍ରାସକରେ। ଏହି ଔଷଧ ବ୍ୟତୀତ ଅନ୍ୟ କୌଣସି ପ୍ରାକୃତିକ ଔଷଧ ନାହିଁ ଯାହାକି ଏହାଠୁ ଅତି ଉନ୍ନତ କାର୍ଯ୍ୟ କରିବା ସହ ବ୍ୟାଧି ପ୍ରତିରୋଧ ଶକ୍ତିକୁ ଶରୀରରେ ବୃଦ୍ଧିକରି କୋଷଗୁଡ଼ିକୁ ବଳଶାଳୀ କରିପାରିବ, ମାତ୍ର ବୈଜ୍ଞାନିକ ଭିତ୍ତିରେ ପରୀକ୍ଷା ଆବଶ୍ୟକ।“

ଔଷଧ ବ୍ୟତୀତ ଘରୋଇ ଚିକିତ୍ସା

ମଣିଷ ବଞ୍ଚିବା ପାଇଁ ଖାଦ୍ୟ ସହ ଔଷଧ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ପେନକିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ ଶରୀରର କୋଷଗୁଡ଼ିକୁ ରୁଗ୍ନ ଦୁର୍ବଳ କରି ବ୍ୟାଧି ପ୍ରତିରୋଧକ କ୍ଷମତାକୁ  ହ୍ରାସ କରେ । ଏହି ଔଷଧ ବ୍ୟତୀତ ଅନ୍ୟ କୌଣସି ପ୍ରାକୃତିକ ଔଷଧ ନାହିଁ ଯାହାକି ଏହାଠୁ ଅତି ଉନ୍ନତ କାର୍ଯ୍ୟ କରିବା ସହ ବ୍ୟାଧି ପ୍ରତିରୋଧ ଶକ୍ତିକୁ ଶରୀରରେ ବୃଦ୍ଧିକରି କୋଷ ଗୁଡ଼ିକୁ ବଳଶାଳୀ କରିପାରିବ, ମାତ୍ର ବୈଜ୍ଞାନିକ ଭିତ୍ତିରେ ପରୀକ୍ଷା ଆବଶ୍ୟକ।“

ସୁଖ ପ୍ରସବ ନିମନ୍ତେ ମାଆ ପ୍ରତ୍ୟହ କିଛି ହାଲୁକା ପରିଶ୍ରମ କରିବେ, ସୁଷମ ଖାଦ୍ୟ ଖାଇବେ ଓ ଆୟୁର୍ବେଦ ଚିକିତ୍ସକ  ପରାମର୍ଶାନୁଯାୟୀ ପ୍ରାକୃତିକ ଭେଷଜ ସେବନ କରିବେ । ଏତଦ୍‌ବ୍ୟତୀତ ଶିଶୁ ଜନ୍ମ ପରେ ମାଆକୁ କଟୁ ଘୃତ ମିଶ୍ରିତ ଅନ୍ନ ସେବା କରାଇବା, ସାଧାରଣ କାଶ, ଥଣ୍ଡା ହେଲେ ବାସଙ୍ଗପତ୍ର ସ୍ଵରସ ମହୁ, ତୁଳସୀ ପତ୍ରର ସ୍ଵରସ ମହୁ ସେବନ କରାଇଲେ ଥଣ୍ଡା ସହ ଟନସିଲାଇଟିସ୍ ପାଇଁ ଉପକାରୀ । ପିଲାଙ୍କ ପତଳା ଝାଡ଼ାରେ ଜାଇଫଳ ଘୋରା ମହୁ ଦେଲେ ଆରୋଗ୍ୟ ହୁଏ। ସେହିପରି ବୟସ୍କ ବ୍ୟକ୍ତିଙ୍କ ମ୍ୟାଲେରିଆ ଜ୍ଵରରେ ଗଙ୍ଗଶିଉଳି ପତ୍ର ରସ ମହୁ ସେବନ କଲେ, ଡେଙ୍ଗୁ ରୋଗୀର ପ୍ଲାଟିଲେଟସ କମିଗଲେ ଅମୃତଭଣ୍ଡା ପତ୍ର ରସ ସେବନ କଲେ ଭଲ ହୁଏ । ଏତଦ୍‌ବ୍ୟତୀତ ଗୁଳଞ୍ଚ ସ୍ଵରସ ମଧ୍ୟ ଏଥିରେ ଉତ୍ତମ କାର୍ଯ୍ୟକରେ । ଥଣ୍ଡା ବ୍ୟଥା, ବାତରୋଗ ତଥା ଦେହ ହାତ ସର୍ବାଙ୍ଗ ବ୍ୟଥାରେ ବେଗୁନିଆ, ଭୃସଙ୍ଗ, ଗନ୍ଧାଳି ପତ୍ର ରସ ମାତ୍ରାନୁଯାୟୀ ସେବନ କଲେ ଆରୋଗ୍ୟ ହୁଏ। ଚାଳିଶ ବୟସ ପରେ ଆସ୍ତେ ଆସ୍ତେ ଅସ୍ଥି କ୍ଷୟହେବାକୁ ଲାଗେ ଓ ସ୍ତ୍ରୀ ଲୋକଙ୍କ ହରମୋନ କ୍ଷରଣ ବନ୍ଦ ହେବା ପରେ ଅଷ୍ଟିଓପୋରସିସ୍ ହେବା ଦେଖାଯାଏ । ଏହାକୁ ମୌସୁମୀ, ସନ୍ତରାଇ ରସ ପ୍ରତିରୋଧ କରେ । ଏତଦ୍ ସଙ୍ଗେ ସଙ୍ଗେ ସଜନା ଶାଗ, ମୁଗଗଜା, କ୍ଷୀର, ପାଳଙ୍ଗ ଇତ୍ୟାଦି ଶାଗ ସେବନ କରିବା ସହ ସକାଳ ଓ ସନ୍ଧ୍ୟା ସୂର୍ଯ୍ୟ କିରଣରେ ଅଧଘଣ୍ଟା ବସିଲେ ବା ଭ୍ରମଣ କଲେ ଅସ୍ଥି ଭଗ୍ନ ହୁଏ ନାହିଁ ।

ମଧୁମେହ ଏହା ମଧ୍ୟ ଏକ ନୀରବ ଘାତକ। ଏହା ଭଲନ ହୋଇ ଅନ୍ୟ ରୋଗକୁ ଆମନ୍ତ୍ରଣକରେ ଏଥିରେ ଖାଲି ଏଲୋପ୍ୟାଥକ୍ ଔଷଧ ବ୍ୟବହାର କଲେ ପାୱାର ବଢ଼ି ଚାଲି ଇନସ୍ୟୁଲୀନ ନେବାକୁ ପଡ଼େ, ମାତ୍ର ଯଦି ରୋଗୀ ଏଲୋପ୍ୟାଥିକ୍ ଔଷଧ ସହ ପ୍ରାକୃତିକ ଔଷଧ ସେବନ କରେ ତେବେ ଏହାର ପାୱାର କମି କମି ଚାଲେ । ଏହିପରି ଚର୍ମରୋଗରେ ନିମ୍ବପତ୍ର କ୍ଵାଥରେ ଆକ୍ରାନ୍ତ ସ୍ଥାନ ଧୌତକରି ଗନ୍ଧକ ମଲମ ଲଗାଇବା ସହ ହରିଦ୍ରା ଚୂର୍ଣ୍ଣ ସେବନରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୁଏ, ଯୌନ ରୋଗରେ ତୋପଚିନି ଚୂର୍ଣ୍ଣ ଓ ସ୍ନାୟୁ ଦୌର୍ବଲ୍ୟରେ ଅଶ୍ଵଗନ୍ଧା ଚୂର୍ଣ୍ଣ ଅତିବ ଲାଭକାରୀ। ଏହିପରି ବିଭିନ୍ନ ଜଟିଳ ଅସାଧ୍ୟ ବ୍ୟାଧିରୁ ଚିର ଆରୋଗ୍ୟ ନିମନ୍ତେ ଆୟୁର୍ବେଦରେ ସଫଳ ଉପଚାର ପାଇଁ ସୁନାମ ରହିଅଛି । କେତେକ ପାରମ୍ପରିକ ଚିକିତ୍ସକଙ୍କ ନିକଟରେ ମଧ୍ୟ ଏଲୋପ୍ୟାଥିକରୁ ଫେରି ଆସିଥିବା ରୋଗୀ ଅସ୍ଥିଭଗ୍ନ ହୋଇଥିବାବେଳେ ଚେରମୂଳି, ପଟ୍ଟ ଚିକିତ୍ସାରୁ ଆରୋଗ୍ୟ ହେବା ଦେଖାଯାଉ ଅଛି । ଏହି ଦୁର୍ଲଭ ଚିକିତ୍ସା,ଚିକିତ୍ସକ ଗଣ ପ୍ରୋତ୍ସାହନ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ପୁରୁଷାନୁକ୍ରମେ ଲୋପହେବାକୁ ବସିଲାଣି ତେଣୁ । ଏମାନଙ୍କୁ ପ୍ରୋତ୍ସାହିତକରି ଏବଂ । ଏମାନେ ଚିକିତ୍ସା କରୁଥିବା ପ୍ରଣାଳୀକୁ  ବୈଜ୍ଞାନିକ ଭିତ୍ତିରେ ପରୀକ୍ଷା ନିରୀକ୍ଷା କରି ଲୋକଲୋଚନକୁ ଆଣିବା ଉଚିତ। ନଚେତ୍ ଭବିଷ୍ୟତରେ ଖାଦ୍ୟ ସହ ଏଲୋପ୍ୟାଥିକ ଔଷଧ ପଟଳି ବେକରେ ଝୁଲାଇ ଆବାଳ ବୃଦ୍ଧ ବନିତା ସମସ୍ତେ ବୁଲିବେ । ରୋଗ ଓ ରୋଗୀ ସଂଖ୍ୟା ନ କମି କ୍ରମଶଃ ବୃଦ୍ଧି ପାଇବ । ଏଥି ନିମନ୍ତେ ସରକାର ଦୃଷ୍ଟିଦେବା ଆବଶ୍ୟକ ।

ସଂଗୃହିତ - ଆନନ୍ଦ ବଜାର, ବେତନଟୀ,ମୟୁରଭଞ୍ଜ
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top