ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା / କୁକୁର କାମୁଡା ଓ ଅନ୍ୟାନ୍ୟ
ସେଆର କରନ୍ତୁ

କୁକୁର କାମୁଡା ଓ ଅନ୍ୟାନ୍ୟ

କୁକୁର ପାଗଲା ବା ତାକୁ ଜଳାନ୍ତକ ରୋଗ ହୋଇଥିଲେ ସେ ମନୁଷ୍ୟକୁ କାମୁଡିବା ଦ୍ଵାରା ମନୁଷ୍ୟଠାରେ ଏହି ରୋଗ ସୃଷ୍ଟି ହୋଇଥାଏ । ତେଣୁ କୌଣସି କୁକୁର କାମୁଡିଲେ ତାକୁ ନମାରି, ବାନ୍ଧିରଖି ଓ ଅନୁଧ୍ୟାନ କରଯେ ସେ ପାଗଳ ହୋଇଅଛି କି ନାହିଁ ।

କୁକୁର ପାଗଲା ବା ତାକୁ ଜଳାନ୍ତକ ରୋଗ ହୋଇଥିଲେ ସେ ମନୁଷ୍ୟକୁ କାମୁଡିବା ଦ୍ଵାରା ମନୁଷ୍ୟଠାରେ ଏହି ରୋଗ ସୃଷ୍ଟି ହୋଇଥାଏ । ତେଣୁ କୌଣସି କୁକୁର କାମୁଡିଲେ ତାକୁ ନମାରି, ବାନ୍ଧିରଖି ଓ ଅନୁଧ୍ୟାନ କରଯେ ସେ ପାଗଳ ହୋଇଅଛି କି ନାହିଁ । ଏଥିପାଇଁ ତାର ଗତିବିଧି ଓ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ଲକ୍ଷ ରଖ । କୁକୁରକୁ ଜଳାନ୍ତକ ରୋଗ ହୋଇଥିଲେ 10 ଦିନ ମଧ୍ୟରେ ତାର ମୃତ୍ୟୁ ହୋଇଥାଏ । ଏହି ରୋଗ କୌଣସି ଚିକିତ୍ସା ମିଳେ ନାହିଁ । ଜଳାନ୍ତକ ପ୍ରତିଷେଧକ ଟୀକା ଦ୍ଵାରା ଏହାକୁ ପ୍ରତିରୋଧ କରାଯାଇପାରେ । ତେଣୁ କୁକୁର କାମୁଡିଲେ ଏହାକୁ ଅବହେଳା ନକରି ରୋଗ ଦେଖାଯିବା ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିମିତ୍ତ ଆହତ ବ୍ୟକ୍ତିକୁ ଶୀଘ୍ର ଡାକ୍ତରଙ୍କ ପାଖକୁ ପାଠାଇ ଦିଅ ।

ପାଗଳ ବିଲୁଆ, ମାଙ୍କଡ, ଭାଲୁ, ବିଲେଇ ଇତ୍ୟାଦି କାମୁଡିଲେ ମଧ୍ୟ ଜଳାନ୍ତକ ରୋଗ ହୋଇଥାଏ । ଏପରି ସ୍ଥଳ କୁକୁର କାମୁଡାର ଉପଚାର କର ।

ଉପଚାର

  • କ୍ଷତକୁ ସାବୁନ୍ ପାଣିରେ ଭଲ ଭାବରେ ଧୋଇ କ୍ଷତରେ ଲାଗିଥିବା ଲାଳକୁ ପରିଷ୍କାର କର ।
  • କ୍ଷତ ଉପରେ କୌଣସି ଔଷଧ ନଲଗାଇ ଶୁଖିଲା ବ୍ୟାଣ୍ଡେଜ ବାନ୍ଧି ଡାକ୍ତରଖାନାକୁ ପଠାଇ   ଦିଅ ।

ଜୋକ ଓ ଟିଙ୍କ ଲାଗିଥିଲେ

ଜୋକ, ଟିଙ୍କ ଶରୀରରେ ଲାଗି ଶରୀରରୁ ରକ୍ତ ପିଇଥାନ୍ତି । ଏହାକୁ କାଢିବା ପାଇଁ ତାହା ମୁହଁରେ ଲୁଣ ପକାଇଲେ କିମ୍ବା ଫୋର୍ ସେଫ୍ ଦ୍ଵାରା ତାର ମୁଣ୍ଡକୁ ଧରି ଧୀରେ ଧୀରେ ଆଗ ପଛ କାଲେ ଏହା ଲାଗିଥିବା ସ୍ଥାନରୁ ବାହାରକୁ ଖସି ଯାଇଥାଏ । ଏହାକୁ ଜୋରରେ ଭିଦ୍ୟ ବାହାର କାଲେ ଅଧିକ କଷ୍ଟ ହୁଏ ଏବଂ ସହଜରେ ବାହାରେ ନାହିଁ । ଏହା ବାହାରିଯିବା ପରେ କ୍ଷତ ସ୍ଥାନକୁ ସ୍ପିରିଟ୍ ରେ ସଫା କେରିଦିଅ । ବିରୁଡି ମହୁମାଛି ଇତ୍ୟାଦି ମାରିଥିଲେ ସରୁ ଚିମୁଟା କିମ୍ବା ବିଶୋଧିତ ଛୁଞ୍ଚି ଦ୍ଵାରା କ୍ଷତ ସ୍ଥାନରୁ ନାହୁଡକୁ ବାହାର କରିଦିଅ । କ୍ଷତ ସ୍ଥାନରେ ଆମୋନିଆ ବାଇସୋଡା ବା ଖାର ସୋଡାରେ ପାଣି ମିଶାଇ ଲଗାଇଲେ ଯନ୍ତ୍ରଣା ଦୂର ହୁଏ ।

ଆଧାର

ST. JOHN AMBULANCE

Odisha state centre Bhubaneswar

2.92857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top