ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା / କୁକୁର କାମୁଡିଲେ ଘରୋଇ ଉପଚାର
ସେଆର କରନ୍ତୁ

କୁକୁର କାମୁଡିଲେ ଘରୋଇ ଉପଚାର

କୁକୁର କାମୁଡିଲେ ହାଇଡ୍ରୋଫୋବିଆ ଭଳି ମାରାତ୍ମକ ରୋଗ ହୋଇଥାଏ ।

ହାଇଡ୍ରୋଫୋବିଆ

କୁକୁର କାମୁଡିଲେ ହାଇଡ୍ରୋଫୋବିଆ ଭଳି ମାରାତ୍ମକ ରୋଗ ହୋଇଥାଏ । ତେବେ ରାସ୍ତାକଡରେ ବୁଲୁଥିବା କୁକୁରଙ୍କୁ କାବୁରେ ରଖିବା ଆମ ହାତରେ ନାହିଁ । କିନ୍ତୁ ଏମାନେ କାମୁଡିବା ପରେ ଆମେ କଣ କରି ପାରିବା ତାହା ଆମ ହାତରେ ଅଛି । ବେଳେ ବେଳେ ଏମିତି ପରିସ୍ଥିତ ହୋଇଥାଏ ଆମେ ତୁରନ୍ତ ଡାକ୍ତରଖାନାରେ ପହଂଚିପାରେନି । ତେଣୁ ଡାକ୍ତରଖାନା ଯିବା ପୂର୍ବରୁ କିଛି ଘରୋଇ ଉପାୟ ଜରିଆରେ ଏହି ସମ୍ପୂର୍ଣ୍ଣ ଶରୀରକୁ ଇନଫେକସନ୍ ହେବାରୁ ରୋକି ପାରିବା ।

ଘରୋଇ ଉପଚାର

• କୁକୁର କାମୁଡା ପାଇଁ ହେଙ୍ଗୁ ସବୁଠାରୁ ଭଲ ଔଷଧ ପରି କାମ କରିଥାଏ । ତେଣୁ ହେଙ୍ଗୁରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ କୁକୁର କାମୁଡା ସ୍ଥାନରେ ଏକ ଲେପ ପରି ଲଗାନ୍ତୁ । ଏହି ପେଷ୍ଟ ସମସ୍ତ ବିଷକୁ ନଷ୍ଟ କରିଦେଇଥାଏ ।

• କୁକୁର କାମୁଡିବା ପରେ ସର୍ବପ୍ରଥମେ ସେହି ଘାକୁ ସଫା ପାଣିରେ ଧୁଅନ୍ତୁ । ଏହା ଦ୍ୱାରା ବିଷ ଶରୀରରେ ଚଢିନଥାଏ । ଏହା ପରେ ନାଲି ଲଙ୍କା ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ସେହି ସ୍ଥାନରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଇନଫେକସନ୍ ହୋଇନଥାଏ ।

• ସେହିପରି ଗୋଲମରିଚ ମଧ୍ୟ ବିଷକୁ କାଟିଥାଏ । ୧୦ -୧୫ଟି ଗୋଲମରିଚ ୨ ଚାମଚ ଜୀରା ସହ ମିଶାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହି ଗୁଣ୍ଡକୁ ପାଣିରେ ମିଶାଇ ଲେପ କରି କୁକୁର କାମୁଡିଥିବା ସ୍ଥାନରେ ଲଗାନ୍ତୁ ।

• ସମାନ ପରିମାଣର ପିଆଜ ରସ, ଲୁଣ , ମହୁ ଏବଂ ଅଖରୋଟକୁ ମିଶାଇ ଏକ ପେଷ୍ଟ କରି ଘା’ରେ ଲଗାନ୍ତୁ । ଏପରି କଲେ କୁକୁର ବିଷ ସମ୍ପୂର୍ଣ୍ଣ ଶରୀରରେ ଚଢିନଥାଏ ।

ଆଧାର  ଖବର ଓଡିଶା

3.08
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ସତ୍ୟବନ୍ତ ସାହୁ Dec 13, 2017 08:58 PM

ସାର କୁକୁର ବିଲେଇ କାମୁଡିଲେ ଜଣାନ୍ତକ ରୋଗ ହୁଏ କାହିଁକି ? ଜଣାନ୍ତକ ରୋଗ ପାଇଁ ଔଷଧ ବାହାରିଛି କି ସାର ସବୁ କୁକୁର କାମୁଡିଲେ ଜଣାନ୍ତକ ରୋଗ ହୁଏ ନା ପାଗଳା କୁକୁର କାମୁଡିଲେ ହୁଏ ? କୁକୁର ରାପୁଡିଲେ ବି କଣ ଜଣାନ୍ତକ ରୋଗ ହୁଏ? କଣ କଲେ କୁକୁର କାମୁଡିବନି ସାର ଦୟା କରି ଜଣାଇବେ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top