ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା / ଗଳାରେ କିଛି ଅଟକି ଯାଇଥିଲେ ପ୍ରାଥମିକ ଚିକିତ୍ସା
ସେଆର କରନ୍ତୁ

ଗଳାରେ କିଛି ଅଟକି ଯାଇଥିଲେ ପ୍ରାଥମିକ ଚିକିତ୍ସା

ଗଳାରେ କିଛି ଅଟକି ଯାଇଥିଲେ ପ୍ରାଥମିକ ଚିକିତ୍ସା ସୁଚନା

ଉପକ୍ରମ

ଯଦି ଶିଶୁ ବା ଛୋଟ ଛୁଆକୁ କାସ ଲାଗୁଥାଏ ତାହେଲେ ତାକୁ ରୋକାନ୍ତୁ ନାହିଁ । ତାକୁ ଗଳାରେ ଅଟକି ଯାଇଥିବା ଜିନିଷ ବାହାର କରିବା ପାଇଁ ପ୍ରଚେଷ୍ଟା କରିବାକୁ ଦିଅନ୍ତୁ । ଯଦି ସେହି ଜିନିଷ ଜଲଦି ନ ବାହାରୁଛି ତେବେ ଶିଶୁର ମୁହଁରେ ହାତ ପୁରାଇ ତାକୁ ବାହାର କରିବାକୁ ଚେଷ୍ଟା କରନ୍ତୁ ।

ଯଦି ଜିନିଷଟି ଏବେ ବି ଶିଶୁର ଗଳାରେ ଅଟକି ରହିଛି ତେବେ

ଶିଶୁ ଏବଂ ଛୋଟ ଛୁଆମାନଙ୍କ ପାଇଁ

ମୁଣ୍ଡ ଏବଂ ବେକକୁ ସାହାରା ଦିଅନ୍ତୁ, ମୁଣ୍ଡକୁ ଧରି ଶିଶୁର ମୁଖକୁ ପାଦ ତଳକୁ ଝୁଙ୍କାନ୍ତୁ । ଛୋଟ ଛୁଆର କାନ୍ଧର ହାଡ ମଖିରେ ପିଠି ଉପରେ ପାଞ୍ଚ ଥର ବିଧା ମାରନ୍ତୁ । ଛୁଆର ମୁଖକୁ ଉପରକୁ ଉଠାନ୍ତୁ ଏବଂ ଦୁଇ ସ୍ତନାଗ୍ରର ମଧ୍ୟ ଭାଗର ହାଡକୁ ଜୋର କରି ପାଞ୍ଚ ଥର ଦବାନ୍ତୁ । ଯେତେବେଳେ ପର୍ଯ୍ୟନ୍ତ ଗଳାରେ ଅଟକି ରହିଥିବା ଜିନିଷ ନ ବାହାରି ଆସେ ସେ ପର୍ଯ୍ୟନ୍ତ ଦାବି ରଖନ୍ତୁ । ଯଦି ଆପଣ ତାକୁ ବାହାର କରି ପାରୁ ନାହାନ୍ତି ତେବେ ତାକୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀଏନକେ ପାଖକୁ ନେଇଯାଆନ୍ତୁ ।

ବଡ ଶିଶୁମାନଙ୍କ ପାଇଁ

ଛୁଆଟିର ପଛରେ ଠିଆ ହୋଇ ନିଜର ବାହୁକୁ ଛୁଆଟିର ଅଣ୍ଟା ଚାରିପାଖେ ଗୁଡାଇ ରଖନ୍ତୁ । ମୁଠା ତାନ କରନ୍ତୁ ଏବଂ ଅଙ୍ଗୁଳୀକୁ ଛୁଆଟିର ଶରୀରର ନାଭି ଉପରେ ପଞ୍ଜରାର ତଳେ ଦବାନ୍ତୁ । ମୁଠା ଉପରେ ଦ୍ଵିତୀୟ ହାତ ରଖନ୍ତୁ ଏବଂ ଛୁଆର ପେଟର ଭିତର ଓ ଉପର ଆଡକୁ ଚାପ ପ୍ରୟୋଗ କରନ୍ତୁ । ଅଟକି ରହିଥିବା ଜିନିଷ ନବାହାରିବା ପର୍ଯ୍ୟନ୍ତ ଏପରି କରିବା ଜାରି ରଖନ୍ତୁ । ଯଦି ଆପଣ ସେହି ଜିନିଷକୁ ବାହାର କରିପାରୁନାହାନ୍ତି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନେଇଯାଆନ୍ତୁ ।

ଆଧାର :National Rural Health Mission

3.07692307692
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top