অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡେଙ୍ଗୁଜ୍ଵର

ଉପକ୍ରମ

ଡ଼େଙ୍ଗୁଜ୍ଵର ଏକ ପ୍ରକାର ଭୂତାଣୁ ଜନିତ ରୋଗ । ଏହି ଜୀବାଣୁ ଏତେ କ୍ଷୁଦ୍ର ଯେ ସାଧାରଣମାଇକ୍ରୋସ୍କୋପରେ ଦେଖାଯାଏ    ନାହିଁ । ଏହି ଜ୍ଵର ସାଧାରଣ ମଶା ଦ୍ଵାରା ଆହତ ବ୍ୟକ୍ତିରୁ ଭଲ ଲୋକ ଦେହକୁ ବ୍ୟାପେ । ଡ଼େଙ୍ଗୁ ମଶା ସାଧାରଣତଃ ପରିଷ୍କାର ପାଣି   ଯଥା – କୁଲର, ଫ୍ରିଜ, ଫୁଲଦାନୀ ମାନଙ୍କରେ ରହୁଥିବା ପାଣିରେ ଡିମ୍ବ ଦେଇ ତାର ବଂଶ ବୃଦ୍ଧି କରନ୍ତୁ ଏବଂ ଏହି ମଶା ଭଲ ମଣିଷକୁ କାମୁଡିଲେ ଡ଼େଙ୍ଗୁଜ୍ଵର  ହେବାର ସମ୍ଭାବନା ଥାଏ । ତେଣୁ ପ୍ରତି 7 ଦିନରେ ଥରେ କୁଲର ଏବଂ ଫ୍ରେଜ ମାନନ୍କାରେ ଯମୁଥିବା ପାଣିକୁ ବାରମ୍ଭାର ଖଳିକାରି ପରିଷ୍କାର କରିବା ଉଚିତ୍ ।

ଡ଼େଙ୍ଗୁ ଜ୍ଵର ୨ ପ୍ରକାରର ହୋଇପାରେ

  1. ଡ଼େଙ୍ଗୁଜ୍ଵର (Dengue Fever)
  2. ଡ଼େଙ୍ଗୁଜ୍ଵର ହୋଇ ରକ୍ତସ୍ରାବ ହୁଏ (Dengue Hemorrhagic fever) ଡ଼େଙ୍ଗୁଜ୍ଵର ଅପେକ୍ଷା ରକ୍ତସ୍ରାବ ହୋଇ ଡ଼େଙ୍ଗୁଜ୍ଵର ଅଧିକ ସାଘାଂତିକ । ଏହିଜ୍ଵର କବଳରେ ପଡିଥିବା ରୋଗୀର ଅତ୍ୟଧିକ ରକ୍ତସ୍ରାବ ହୁଏ ଏବଂ ସେ ସକ୍ ରେ ମୃତ୍ୟୁ ମୁଖରେ ପଡ଼େ ।

ଲକ୍ଷଣ

  • ଅତ୍ୟଧିକ ଜ୍ଵର ହୁଏ ।
  • ଭୀକ୍ଷଣ ମୁଣ୍ଡ ବିନ୍ଧା ହୁଏ ।
  • ଆଖିର ପଛପାଖରେ ବିନ୍ଧା ହୁଏ ।
  • ମାଂସପେଶୀ ଏବଂ ଖଞ୍ଜାରେ ଯନ୍ତ୍ରଣା ହୁଏ ।
  • ଲୋକ ଲାଗେ ନାହିଁ ଏବଂ ଖାଦ୍ୟର ସ୍ଵାଦ ଜଣାପଡ଼େ ନାହିଁ ।
  • ମିଳିମିଳା ପରି ଦାଗ ଛାତି ଏବଂ ଅଙ୍ଗମାନଙ୍କରେ ଦେଖାଯାଏ ।
  • ବାନ୍ତି ହୁଏ କିମ୍ବା ବାନ୍ତି ଲାଗେ ।

ରକ୍ତସ୍ରାବ ସହିତ ଡ଼େଙ୍ଗୁ ଜ୍ଵର

  • ଅତ୍ୟଧିକ ଜ୍ଵର ହୁଏ ।
  • ଅତ୍ୟଧିକ ମୁଣ୍ଡ ବିନ୍ଧା ହୁଏ ।
  • ଆଖିର ପଚାପାଖରେ ବିନ୍ଧାହୁଏ ।
  • ମାଂସପେଶୀ ଏବଂ ଖଞ୍ଜାରେ ଯନ୍ତ୍ରଣା ହୁଏ ।
  • ଲୋକ ଲାଗେ ନାହିଁ ଏବଂ ଖାଦ୍ୟର ସ୍ଵାଦ ଜଣାଯାଏ ନାହିଁ ।
  • ମିଳିମିଳା ପରି ଦାଗ ଛାତି ଏବଂ ଉର୍ଦ୍ଧ୍ଵ ଅଙ୍ଗରେ ଦେଖାଯାଏ ।
  • ବାନ୍ତି ହୁଏ କିମ୍ବା ବାନ୍ତି ଲାଗେ ।
  • ଆହତ ବ୍ୟକ୍ତିର ଦେହ ଶେତା ଦେଖାଯାଏ ଏବଂ ଆହତ ବ୍ୟକ୍ତିର ଶରୀର ଓଦା ଏବଂ ଥଣ୍ଡା ଲାଗେ ।
  • ନାକ, ମୁହଁ ମାଢିରୁ ରକ୍ତସ୍ରାବ ହୁଏ ଏବଂ ଚର୍ମରେ ରକ୍ତ ଜମାଟ ବାନ୍ଧିଲା ପରି ଦେଖାଯାଏ ।
  • କ୍ରମାଗତ ବାନ୍ତି ହୁଏ କିମ୍ବା ବାନ୍ତି ସହିତ ରକ୍ତ ପଡ଼େ ।
  • ରୋଗୀ ଶୋଇ ରୁହେ ଏବଂ ଅଶ୍ଵସ୍ତି ଅନୁଭବ କରେ, ଅତ୍ୟଧିକ ଶୋଷ ଲାଗେ, ନାଦିର ଗତି ଦୁର୍ବଳ ହୁଏ ଏବଂ ସେ ନିଃଶ୍ଵାସ ଏବଂ ପ୍ରଶ୍ଵାସ ନେବା ସମୟରେ କଷ୍ଟ ଅନୁଭବ କରେ ।

ପ୍ରାଥମିକ ଚିକିତ୍ସା

  • ଜ୍ଵର କମାଇବା ପାଇଁ ରୋଗୀର ଦେହକୁ ଥଣ୍ଡା ପାଣିରେ ଧୋଇଦିଅ ଏବଂ ଆହତ ବ୍ୟକ୍ତି ପାରାସିଟାମଲ୍ ବଟିକା ଦିଅ ।
  • ପାଣି ବା ଲେମ୍ବୁ ସର୍ବତ ପିଇବାକୁ ଦିଅ ।
  • ଡାକ୍ତରଙ୍କ ସହିତା ପରାମର୍ଶ କର ।

ଆଧାର

ST. JOHN AMBULANCE

Odisha state centre, Bhubaneswar

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate