অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଂଶୁଘାତର ପ୍ରତିକାର

ଅଂଶୁଘାତର ପ୍ରତିକାର

ଉପକ୍ରମ

ଦିନକୁ ଦିନ ବଢୁଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ନିଜେ ସୁସ୍ଥ ରହିବା ସହ ଅନ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତୁ । ଅଂଶୁଘାତ ହେଉଛି ଖରାଦିନର ପ୍ରମୁଖ ଶାରୀରିକ ସମସ୍ୟା । ତେବେ ଅଂଶୁଘାତରେ ଅସୁସ୍ଥ ହୋଇପଡିଥିବା ବ୍ୟକ୍ତିକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯିବା ଉଚିତ୍ । ମାତ୍ର ଏହା ପୂର୍ବରୁ ଅଂଶୁଘାତର ପ୍ରାଥମିକ ଚିକିତ୍ସା ବିଷୟରେ ଜାଣି ରଖନ୍ତୁ ।

ପ୍ରାଥମିକ ଚିକିତ୍ସା

  1. ଅଂଶୁଘାତରେ ଅସୁସ୍ଥ ବା ଅଚେତ ହୋଇପଡିଥିବା ବ୍ୟକ୍ତିକୁ ପ୍ରଥମେ ଏକ ଛାଇ ବା ଥଣ୍ଡା ସ୍ଥାନକୁ ନେଇ ଶୁଆଇ ଶୀତଳ ପବନର ବ୍ୟବସ୍ଥା କରିବା ଆବଶ୍ୟକ ।
  2. ରୋଗୀ ଯଦି ମୋଟା ପୋଷାକ ପିନ୍ଧିଥାଏ ତେବେ ସୂତା ତଥା ଆରାମଦାୟକ ପୋଷାକ ପିନ୍ଧାଇଦିଅନ୍ତୁ । ଏହାପରେ ଓଦା କପଡାରେ ବ୍ୟକ୍ତିଙ୍କ ଶରୀରକୁ ଆରାମ ଦେବାକୁ ଚେଷ୍ଟା  କରନ୍ତୁ ।
  3. ବ୍ୟକ୍ତିକୁ କୈାଣସି ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ ନାହିଁ । ରୋଗୀର ପାଦ ଓ ହାତକଲୁ ଏପଟ ସେପଟ କରନ୍ତୁ । ଏହାଦ୍ୱାରା ରକ୍ତ ସଂଚାଳନ ଠିକ ରହିବ ।
  4. ବାରମ୍ବାର ଥଣ୍ଡା ପାଣି ବା ବରଫ ଖଣ୍ଡମାନ ରୋଗୀ ଶରୀରରେ ମାଲିସ୍ କଲେ ତାପମାତ୍ରା ସାଧାରଣ ସ୍ତରକୁ ଆସିଯାଇଥାଏ ।
  5. ବ୍ୟକ୍ତି ଜଣକ ଯଦି ଅଂଶୁଘାତରେ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥାନ୍ତି ବା ପାଣି ପିଇପାରିବା ଅବସ୍ଥାରେ ଥାନ୍ତି ତେବେ ତାଙ୍କୁ ଥଣ୍ଡା ପାଣି ବଦଳରେ ପାଣିରେ ଅଳ୍ପ ପରିମାଣର ଚିନି ଓ ଲୁଣ ମିଶାଇ ମିଇବାକୁ ଦେବେ ।
  6. ମଧୁମେହ , ରକ୍ତଚାପ ତଥ ହୃଦ୍ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଥିବା ବ୍ୟକ୍ତି ଅଂଶୁଘାତ ପ୍ରତି ବିଶେଷ ସର୍ତକତା ଅବଲମ୍ବନ କରିବା ଆବଶ୍ୟକ ।

ଆଧାର-ଓଡିଶା ରିପୋଟର

Last Modified : 12/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate