ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା / ପ୍ରାଥମିକ ଚିକିତ୍ସା ପରାମର୍ଶ
ସେଆର କରନ୍ତୁ

ପ୍ରାଥମିକ ଚିକିତ୍ସା ପରାମର୍ଶ

ବିଭିନ୍ନ ପ୍ରାଥମିକ ଚିକିତ୍ସା ଉପାୟ ବିଶେଷ ସୂଚନା ।

ଉପକ୍ରମ

କୌଣସି ଅଘଟଣ ଘଟିଲେ ଡାକ୍ତରଙ୍କ ପାଖକୁ ଯିବା ଆଗରୁ ପ୍ରାଥମିକ ଚିକିତ୍ସା କରିବା ଆବଶ୍ୟକ । ଅନେକ ସମୟରେ ଦେଖାଯାଏ ଯେ ପ୍ରାଥମିକ ଚିକିତ୍ସାନ କରି ହସ୍ପିଟାଲ ନେବା ବାଟରେ ରୋଗୀର ମୃତ୍ୟୁ ହୁଏ । ତେଣୁ ପ୍ରାଥମିକ ଚିକିତ୍ସା ଦୁର୍ଘଟଣା ଘଟିଥିବା ବ୍ୟକ୍ତି ପାଇଁ ଅତ୍ୟନ୍ତ ଜରୁରୀ ।

ଜଳିଗଲେ ପ୍ରାଥମିକ ଚିକିତ୍ସା

  1. ଯଦି ଶିଶୁର ଲୁଗାରେ ନିଆଁ ଲାଗିଯାଏ, ତେବେ ତାକୁ ଶୀଘ୍ର କମ୍ବଳ କିମ୍ବା ଲୁଗାରେ ଘୋଡାଇ ଦେବ କିମ୍ବା ତାକୁ ଭୂମିରେ ଗଡାଇ ଦେବ, ଯାହା ଫଳରେ ନିଆଁ ଲିଭିଯିବ ।
  2. ପୋଡିଯାଇଥିବା ଅଂଶକୁ ଥଣ୍ଡା ପାଣିରେ ଭଲ ଭାବରେ ଥଣ୍ଡା କରିଦିଅନ୍ତୁ, ଯଦି ଅଧିକାଂଶ ଅଂସ ଜଳି ଯାଇଥାଏ ତେବେ ଶିଶୁକୁ ଥଣ୍ଡା ପାଣି ଭର୍ତ୍ତି ଟବ୍ ବା ସେଶୀନ୍ନ ରେ ରାଖୀ ଦିଅନ୍ତୁ । ଜଳି ଯାଇଥିବା ଅଂଶକୁ ଥଣ୍ଡା ହେବାକୁ ଅଧ ଘଣ୍ଟା ବି ଲାଗିପାରେ ।
  3. ଜଳି ଯାଇଥିବା ଅଂଶକୁ ସଫା ଏବଂ ଶୁଖିଲାସ ରଖିବା ବ୍ୟତୀତ ଢିଲା ପଟିରେ ଢାଙ୍କି ଦିଅନ୍ତୁ । ଯଦି ଜଳି ଯାଇଥିବା ଚିହ୍ନ ବଡ ମୁଦ୍ରାଠାରୁ ଅଧିକ ବଡ କିମ୍ବା ଫୁଲିଯିବ, ତାହାହେଲେ ତାକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନେଇଯିବା ଦରକାର । ଫୋଟକାକୁ ଫଟାଇବା ନାହିଁ କାରଣ, ର୍ହା ଜଳି ଯାଇଥିବା ଅଂଶକୁ ଘୋଡାଇ ରଖେ ।
  4. ଜଳି ଥିବା ଦାଗ ଉପରେ ଲାଗି ରହିଥିବା ଜିନିଷକୁ ବାହାର କରିବା ନାହିଁ । ଜଳନ୍ତା ଅଂଶ ଉପରେ ଥଣ୍ଡା ପାଣି ବ୍ଯତୀତ ଅନ୍ୟ କିଛି ଲଗାଇବା ନାହିଁ ।
  5. ଶିଶୁ ଅଳ୍ପ ଚିନି ଓ ଲୁଣର ମିଶ୍ରଣ କିମ୍ବା ଫଳ ରସ ପିଆଇବ ।

ବିଦ୍ୟୁତ୍ ଲାଗିଲେ ପ୍ରାଥମିକ ଚିକିତ୍ସା

  1. ଯଦି ଶିଶୁକୁ ବିଦ୍ୟୁତ୍ ଝଟକା ଲାଗେ କିମ୍ବା ସେ ଜାଲିଯାଏ,ତେବେ ଶିଶୁକୁ ଛୁଇଁବା ପୂର୍ବରୁ ବିଦ୍ୟୁତ୍ ବନ୍ଦ କରିଦିଅନ୍ତୁ । ଯଦି ଶିଶୁ ଅଚେତ ହୋଇପଡେ, ତେବେ ତାକୁ ଗରମରେ ରଖିବା ଏବଂ ଶୀଘ୍ର ଡାକ୍ତରୀ ସାହାଯ୍ୟ ଦିଅନ୍ତୁ ।
  2. ଯଦି ଶିଶୁକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୁଏ, କିମ୍ବା ସେ ଶ୍ଵାସନିଏ ନାହିଁ, ତେବେ ତାକୁ ପିଠି ପଟିଆ ସିଧା ଶୁଆଇ ତାହାର ମୁଣ୍ଡକୁ ସାମାନ୍ୟ ପଛକୁ ଝୁଙ୍କାଇ ଦିଅନ୍ତୁ । ଶିଶୁର ନାକ ବନ୍ଦ କରି, ତା’ ପାଟିରେ ପବନ ଭର୍ତ୍ତି କରିବ, ଏତେ ଜୋରରେ ପବନ ଭର୍ତ୍ତି କରିବ ଯେ ଶିଶୁର ଛାତି ଫୁଲିଉଠିବ ତିନି ପର୍ଯ୍ୟନ୍ତ ଗାଁ ଏବଂ ପୁଣି ଥର ପବନ ଭର୍ତ୍ତି କର । ଶିଶୁ ନିଶ୍ଵାସ ପ୍ରଶ୍ଵାସ ଆରମ୍ଭ କରିବା ପର୍ଯ୍ୟନ୍ତ ଏପରି କରୁଥିବ ।

ତଳେ ପଡି କିମ୍ବା ରାସ୍ତାରେ ପଡି କ୍ଷତ ହେଲେ ପ୍ରାଥମିକ ଚିକିତ୍ସା

  1. ମୁଣ୍ଡ ଏବଂ ମେରୁଦଣ୍ଡା ବିଶେଷ କରି ବେକ ଆଘାତ ବହୁତ ବିପଦଜନକ ହୋଇଥାଏ । କାହିଁକିନା ଏହି ଆଘାତ ସାରା ଜୀବନ ପାଇଁ ପକ୍ଷାଘାତ କରିପାରେ ବା ଜୀବନ ମଧ୍ୟ ନେଇ ଯାଇପାରେ । ଏପରି ଆଘାତ ଲାଗିଲେ ମୁଣ୍ଡା ଏବଂ ପିଠିକୁ ଅଧିକ ହଲ୍ ଚଲ୍ କରନ୍ତୁ ନାହିଁ ଏବଂ ମେରୁଦଣ୍ଡକୁ ମୋଡନ୍ତୁ ନାହିଁ ।
  2. ଯଦି ଶିଶୁ ହଲି ପାରୁ ନଥାଏ ବା ତାକୁ ଭୀଷଣ କଷ୍ଟ ହେଉଥାଏ ତେବେ ତା’ର ହାଡ ଭାଙ୍ଗି ଯାଇଥିବାର ସମ୍ଭାବନା ଥାଏ ।
  3. ଯଦି ଶିଶୁ ବେହୋସ୍ ହୋଇଯାଇଥାଏ ତେବେ ତା ଶରୀରକୁ ଉକ୍ଷ୍ମ କରି ରଖନ୍ତୁ ଏବଂ ଡାକ୍ତରଙ୍କର ସାହାଯ୍ୟ ନିଅନ୍ତୁ ।
  4. ଭହୁତ ଜୋରରେ ଆଞ୍ଚୁଡି ଏବଂ ମକଚି ହୋଇଯାଇଥିଲେ, ଆଘାତ ଲାଗିଥିବା ଅଂଶକୁ ଥଣ୍ଡା ପାଣିରେ ରଖନ୍ତୁ ବା ତା’ ଉପରେ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ବରଫ ରଖନ୍ତୁ । ସିଧା ବରଫ ସଂସ୍ପର୍ଶରେ ନ ରାଖୀ ପତଳା କନାରେ ଗୁଡାଇ ଚର୍ମ ଉପରେରଖନ୍ତୁ । ବରଫ ବା ପାଣି ବାହାର କରି 15 ମିନିଟ୍ ଅପକ୍ଷା କରନ୍ତୁ ଏବଂ ଦରକାର ପଡିଲେ ଏହି ପ୍ରକ୍ରିୟା ପୁନରାୟ କରନ୍ତୁ । ଥଣ୍ଡା ହେବା ଯୋଗୁଁ କଷ୍ଟ ଫୁଲା ଏବଂ ରାଞ୍ଚୁଡା କମିବାରେ ସାହାଯ୍ୟ ମିଳିଥାଏ ।

କାଟିଲେ ବା ଖଣ୍ଡିଆ ହୋଇଗଲେ ପ୍ରାଥମିକ ଚିକିତ୍ସା

ସାଧାରଣ ଭାବେ କଟିଗଲେ, ଚମଡା ଛାଡିଗଲେ ଏବଂ ଖଣ୍ଡିଆ ହେଲେ : -

  1. ବହୁତ ସଫା ବା ଫୁଟାଇ ଥଣ୍ଡା କରାଯାଇଥିବା ପଣି ଓ ସବୁନ୍ ଦ୍ଵାରା କ୍ଷତକୁ ଧୁଅନ୍ତୁ ।
  2. କ୍ଷତର ପାର୍ଶ୍ଵବର୍ତ୍ତୀ ଚର୍ମକୁ ଶୁଷ୍କ ରଖନ୍ତୁ
  3. ଚରମାକୁ ସଫା ଲୁଗାରେ ଘୋଡାଇ ରାଖୀ ତା’ ଉପରେ ପଟି ବାନ୍ଧନ୍ତୁ,

ଗମ୍ଭୀର ଭାବେ କଟିଗଲେ ବା କ୍ଷତ

  1. ଯଦି କାଚ ଖଣ୍ଡ ବା କେଉଁ ଅନ୍ୟ ସାମଗ୍ରୀ କ୍ଷତ ମଧ୍ୟରେ ରାହିଜାଇଥାଏ ତେବେ ତାହାକୁ ବାହାର କରନ୍ତୁ ନାହିଁ । ହୋଇପାରେ ଏହା ରକ୍ତ ଶ୍ରବକୁ ବନ୍ଦ କରି ରଖିଛି ଏବଂ ତାକୁ ବାହାର କରିଦେଲେ କ୍ଷତର ଅବସ୍ଥା ଖରାପ ହୋଇଯିବ । ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।
  2. ଯଦି ଶିଶୁ ଶରୀରରୁ ବହୁତ ରକ୍ତ ସ୍ରାବ ହେଉଥାଏ ତେବେ କ୍ଷତ ହୋଇଥିବା ସ୍ଥାନକୁ ତାର ଛାତି ଠାରୁ ଉପରକୁ ଉଠାଇ ରଖନ୍ତୁ ଏବଂ ସଫା କନାକୁ ବ୍ୟବହାର କରି ସେହି କ୍ଷତକୁ ଛାପି ରଖନ୍ତୁ । ରକ୍ତ ରହିବା ବନ୍ଦ ହେବା ପର୍ଯ୍ୟନ୍ତ ଛାପି ରଖନ୍ତୁ ।
  3. କ୍ଷତ ଉପରେ କୌଣସି ପତ୍ର ଅଥବା ଗୋବର ଆଦି ଲଗାନ୍ତୁ ନାହିଁ କାହିଁକି ନା ସେଥିଲାଗି କ୍ଷତ ବଢି ଯାଇପାରେ । କ୍ଷତ ଉପରେ ପଟି ବାନ୍ଧି ଦିଅନ୍ତୁ । ପଟିଟିକୁ ଖୁବ୍ ଜୋରରେ ଚାପଦେଇ ବାନ୍ଧିନ୍ତୁ ନାହି, ଯେମିତିକି ପବନ ଯିବା ଆସିବା କରିପାରିବ ।
  4. ଶିଶୁକୁ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଯାଆନ୍ତୁ ବା ଡାକ୍ତରଙ୍କର ସାହାଯ୍ୟ ତୁରନ୍ତ ଉପଲବ୍ଧ କରାନ୍ତୁ । ଶିଶୁକୁ ଟିଟାନସ୍ ଇଞ୍ଜେକସନ୍ ନେବାର ଦରକାର ଅଛି କି ନାହିଁ ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରନ୍ତୁ ।

ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହେବା, ବା ବୁଡି ଯାଇଥିଲେ ପ୍ରାଥମିକ ଚିକିତ୍ସା

  1. ଯଦି ଆପଣଙ୍କୁ ଲାଗୁଛି କି ଶିଶୁର ମୁଣ୍ଡା ବା ବେକରେ ଆଘାତ ଲାଗିଛି ତେବେ ଶିଶୁର ମୁଣ୍ଡକୁ ହଲାନ୍ତୁ ନାହିଁ। ମୁଣ୍ଡକୁ ହଳଚଳ ନକରି ଏହି ସବୁ କଥାକୁ ପାଳନ କରନ୍ତୁ।
  2. ଯଦି ଶିଶୁକୁ ନିଶ୍ଵାସ ନେବାରେ ଅସୁବିଧା ହେଉଥାଏ ଅଥବା ସେ ନିଶ୍ଵାସ ନେଉନାହିଁ ତେବେ ଶିଶୁକୁ ପିଠି ପଟିଆ ଶୁଆଇ ତାହାର ମୁଣ୍ଡକୁ ହାଲ୍କା ଭାବରେ ପଛକୁ ଝୁଙ୍କାନ୍ତୁ । ଶିଶୁର ନାକ ବନ୍ଦ କରି ତାର ମୁଖ ମଧ୍ୟ ଦେଇ ଖୁବ୍ ଜୋରରେ ଫୁଙ୍କନ୍ତୁ । ଏତେ ଜୋରରେ ଫୁଙ୍କନ୍ତୁ କି ଯେମିତି ଶିଶୁର ଛାତି ଫୁଲିଇବାକୁ ଲାଗିବା। ତିନି ପର୍ଯ୍ୟନ୍ତ ଗଣିବା ପରେ ପୁଣି ଠାରେ ଫୁଙ୍କନ୍ତୁ। ଯେତେବେଳ ପର୍ଯ୍ୟନ୍ତ ଶିଶୁ ପୁଣିଥରେ ନିଜର ନିଶ୍ଵାସ ନ ନେଇଛି ସେତେବେଳେ ପର୍ଯ୍ୟନ୍ତ ଏପରି କରିବା ଚାଲୁ ରଖନ୍ତୁ ।
  3. ଯଦି ଶିଶୁର ନିଶ୍ଵାସ ଚାଲୁଛି କିନ୍ତୁ ସେ ବେହୋସ୍ ଅଛି ତେବେ ଶିଶୁକୁ କଡ ଲେଉଟାଇ ଦିଅନ୍ତୁ ଯେପରିକି ଜିଭ ଲାଗି ତାର ଶ୍ଵାସ ନ ଅଟକିଯାଏ ।

ବିଷ ପାଇଁ ପ୍ରାଥମିକ ଚିକିତ୍ସା

  1. ଯଦି ଶିଶୁ ବିଷ ପିଇ ଦେଇଛି ତେବେ ତାକୁ ବାନ୍ତି କରାନ୍ତୁ ନାହିଁ । ଏଥିରେ ଶିଶୁର ସ୍ୱାସ୍ଥ୍ୟ ଖରାପ ହୋଇଯାଇପାରେ ।
  2. ଯଦି ଶିଶୁର ଚରମ ବା ଲୁଗା ଉପରେ ବିଷ ପଡିଯାଏ ତେବେ ତାର ଲୁଗା ବାହାର କରି ତାର ଚରମ ଉପରେ ବହୁତ ପାଣି ଢାଳନ୍ତୁ । ଚର୍ମକୁ ଭଲ ଭାବରେ ବହୁଥର ସବୁନ୍ ରେ ଧୁଅନ୍ତୁ ।
  3. ଯଦି ବିଷ ଶିଶୁର ଆଖିରେ ପଡିଥାଏ ତେବେ ଅତି କମ୍ ରେ ଦଶ ମିନିଟ୍ ପର୍ଯ୍ୟନ୍ତ ତାର ଆଖିକୁ ସଫା ପାଣି ଛାଟି ଚାଳନ୍ତୁ ।
  4. ଶିଶୁକୁ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ବା ହସପିଟାଲ ନେଇ ଯାଆନ୍ତୁ । ଯଦି ସମ୍ଭବ ହୁଏ ତେବେ ନିଜ ସାଂଗରେ ଉକ୍ତ ବିଷ ବା ଔଷଧର ନମୁନା ବା ତାହାର ଖୋଳ / ଡବା ମଧ୍ୟ ନେଇ ଯାଆନ୍ତୁ ଶିଶୁ ଶାନ୍ତ ରଖନ୍ତୁ ଏବଂ ଯେତେଦୂର ସମ୍ଭବ ତାକୁ ହଳଚଳ ହେବାରୁ ରୋକନ୍ତୁ ।

ସାପ କାମୁଡ଼ିଲେ କ’ଣ କରିବେ ?

ଆମ ଦେଶରେ ପାଖାପାଖି ୨୩୫ ପ୍ରଜାତିର ସାପ ଦେଖିବାକୁ ମିଳନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ ଏଚ୍ ଓ)ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଆମ ଦେଶରେ ପ୍ରତିବର୍ଷ ପ୍ରାୟ ୧୦ ହଜାର ଲୋକ ସାପ କାମୁଡ଼ାରେ ଅକାଳ ମୃତ୍ୟୁବରଣ କରନ୍ତି । ସାପ କାମୁଡ଼ିବା ମାତ୍ରେ ଝଡ଼ାଫୁଙ୍କା ଓ ଅନ୍ଧବିଶ୍ୱାସ ଠୁଁ ଦୂରେଇ ସମୟ ବିଳମ୍ବ ନକରି ସଙ୍ଗେସଙ୍ଗେ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ହସପିଟାଲକୁ ଯିବା ଜରୁରୀ । ସବୁ ବିଷାକ୍ତ ସାପଙ୍କଠାରେ ଅଧିକ କିମ୍ବା କମ୍ ମାତ୍ରାରେ ନ୍ୟୁରୋଟକ୍ସିନ୍ ଓ ହିମୋଟକ୍ସି ବିଷ ଥାଏ । ପ୍ରାୟତଃ ସାପ ମଣିଷର ହାତ କିମ୍ବା ଗୋଡ଼କୁ ଚୋଟ ମାରିଥାଏ । ସାପ କାମୁଡ଼ିଲେ କିଛି ଲକ୍ଷଣ ଦେଖାଯାଏ ।

ଲକ୍ଷଣ

ନିଦ ଆସିବା, ନିଶ୍ୱାସ ନେବାରେ କଷ୍ଟ ହେବା, ହଠାତ୍ ଜୋର୍ ମୁଣ୍ଡ ବିନ୍ଧିବା, ଆଖି ଲାଲ ପଡ଼ିଯିବା, ଶରୀର ଶୂନ୍ୟ ହୋଇଯିବା, ଛାତିରେ ପୋଡାଜଳା ହେବା, ଶରୀର ଥଣ୍ଡା ପଡ଼ିଯିବା, ଶରୀରରେ ରକ୍ତ ସଞ୍ଚାଳନ ମନ୍ଥର ହୋଇଯିବା, ବାନ୍ତି ଆସିବା ଇତ୍ୟାଦି ଲକ୍ଷଣ ସାପ କମୁଡ଼ିଲେ ଦେଖାଯାଏ । ତେବେ ସାପ କାମୁଡ଼ିଲେ ତୁରନ୍ତ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼େ ସେ ବିଷୟରେ ଜାଣି ରଖିଲେ ଜଣଙ୍କ ଜୀବନ ବଞ୍ଚାଯାଇପାରିବ ।

  1. ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଶାନ୍ତ ରଖିବା ଆବଶ୍ୟକ। ଭୟଭୀତ କରିବା ଉଚିତ୍ ନୁହେଁ । କାରଣ ସାପ କାମୁଡ଼ା ଭୟରେ ଅନେକଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଏ। ତୁରନ୍ତ ସାପ କାମୁଡ଼ିଥିବା ସ୍ଥାନଠୁଁ ୫ ଇଞ୍ଚ ଛାଡ଼ି ଉପର ଓ ତଳ ଭାଗରେ କପଡ଼ା କିମ୍ବା କୌଣସି ରଶି ବାନ୍ଧିଦେବା ଉଚିତ୍ । ଫଳରେ ବିଷ ଶରୀରରେ ଅନ୍ୟତ୍ର ଯିବନାହିଁ ।
  2. ବାନ୍ଧିବା ପରେ ସାପ କାମୁଡ଼ିଥିବା ସ୍ଥାନରୁ ରକ୍ତ ବାହାର କରିବାକୁ ଚେଷ୍ଟା କରନ୍ତୁ ।
  3. ଇଞ୍ଜେକ୍ସନ ମାଧ୍ୟମରେ ମଧ୍ୟ ଦୂଷିତ ରକ୍ତ ବାହାର କରାଯାଇପାରିବ । ବିନା ଛୁଞ୍ଜିଥିବା ସିରିଞ୍ଜରେ ଦୂଷିତ ରକ୍ତ ୨-୩ ଥର ଟାଣି ବାହାର କରିଦିଅନ୍ତୁ । ଦୂଷିତ ରକ୍ତ ବାହାରିବା ପରେ ବାନ୍ଧିଥିବା ସ୍ଥାନକୁ ଖୋଲି ତୁରନ୍ତ ହସପିଟାଲ ନେଇଯିବା ଉଚିତ୍ ।
  4. ସାପ କାମୁଡ଼ିଥିବା ସ୍ଥାନକୁ ଥଣ୍ଡା ପାଣି କିମ୍ବା ଲେମ୍ବୁ ପାଣିରେ ଧୋଇଲେ ସଂକ୍ରମଣ ହେବନାହିଁ ।
  5. ସାପ କମୁଡ଼ିଥିବା ବ୍ୟକ୍ତିଙ୍କୁ ଶୋଇବାକୁ ଦିଅନ୍ତୁ ନାହିଁ, କ୍ଷୀରରେ ଘିଅ ମିଶାଇ ପିଇବାକୁ ଦିଅନ୍ତୁ ।

ସଂଗୃହିତ : ଦିପ୍ତିରଞ୍ଜନ ବେହେରା

ଆଧାର - ନ୍ୟାସନାଲ ହେଲଥ ମିଶନ

2.82142857143
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top