ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା / ପ୍ରାଥମିକ ଚିକିତ୍ସା ବା ସହାୟତାର କାର୍ଯ୍ୟ ପ୍ରଣାଳୀ
ସେଆର କରନ୍ତୁ

ପ୍ରାଥମିକ ଚିକିତ୍ସା ବା ସହାୟତାର କାର୍ଯ୍ୟ ପ୍ରଣାଳୀ

ପ୍ରାଥମିକ ଚିକିତ୍ସା ବା ସହାୟତା ପ୍ରଦାନର ଉଦ୍ଦେଶ୍ୟ

ଉପକ୍ରମ

ଦୁର୍ଘଟଣାରେ ଆହତ କିମ୍ବା ଅସୁସ୍ଥ ହୋଇ ପଡିଥିବା ବ୍ୟକ୍ତିଙ୍କୁ ଡାକ୍ତରୀ ଚିକିତ୍ସା ମିଳିବା ପୂର୍ବରୁ ତତ୍ କ୍ଷଣାତ୍ ବିଜ୍ଞାନ ସମ୍ମତ ପ୍ରଣାଳୀରେ ଆବଶ୍ୟକୀୟ ସହାୟତା ପ୍ରଦାନ ସହିତ ପରବର୍ତ୍ତୀ ଡାକ୍ତରୀ ଚିକିତ୍ସା ଗ୍ରହଣ ନିମିତ୍ତ ଉପଯୋଗୀ କରାଇବା ବ୍ୟବସ୍ଥାକୁ ପ୍ରାଥମିକ ଚିକିତ୍ସା ବା ସହାୟତା ପ୍ରଦାନର ଉଦ୍ଦେଶ୍ୟ –

  1. ରୋଗୀ ବା ଆହତଙ୍କ ଜୀବନ ରକ୍ଷା ହେବା ।
  2. ଅବସ୍ଥାରେ ଉନ୍ନତି ଆସିବା ।
  3. ଅଧିକ କ୍ଷତିକୁ ପ୍ରତିରୋଧ କରିବା ।
  4. ଯଥା ସମ୍ଭବ କାଳ ବିଳମ୍ବ ନକରି ଆମ୍ବୁଲାନ୍ସ ଗାଡି କିମ୍ବା ନିକଟରେ ମିଳୁଥିବା ଅପେକ୍ଷାକୃତ ଦ୍ରୁତଗାମୀ ଯାନ ସାହାଯ୍ୟରେ ଆହତ ବ୍ୟକ୍ତିକୁ ଆରାମଦାୟକ ଅବସ୍ଥାରରେ ଡାକ୍ତରଙ୍କ ନିକଟରେ କିମ୍ବା ଡାକ୍ତରଖାନାରେ ପହଞ୍ଚାଇବା ।

ପ୍ରାଥମିକ ସହାୟତା ବ୍ୟବସ୍ଥା ବା ଫାଷ୍ଟଏଡ୍ କାର୍ଯ୍ୟ ପ୍ରଣାଳୀକୁ ଶିଷ୍ୟ କରିବାକୁ ହୁଏ । ଏହି ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତିକୁ ପ୍ରାଥମିକ ସହାୟକ ବା ଫାଷ୍ଟଏଡ୍ ର କୁହାଯାଏ । ସେ ସର୍ବଦା ମନେରଖିବା ଉଚିତ୍ ଯେ, ସେ ଡାକ୍ତର ନୁହଁନ୍ତି ଏବଂ ଆହତ ବ୍ୟକ୍ତିକୁ ସହାୟତା ପ୍ରଦାମ ସମୟରେ ଅଧିକ ଉତ୍ସାହିତ ହୋଇ ପ୍ରାଥମିକ ସହାୟତା ସୀମା ବହିର୍ଭୂତ କୌଣସି କାର୍ଯ୍ୟ କରିବା ଚେଷ୍ଟା କରିବା ନାହିଁ କିମ୍ବା କୌଣସି ବ୍ୟକ୍ତିଙ୍କୁ ଆବଶ୍ୟକୀୟ ପ୍ରାଥମିକ ସହାୟତା ପ୍ରଦାନ କରି ଆହତ ବ୍ୟକ୍ତିଙ୍କର ଅବସ୍ଥାର ସବିଶେଷ ବିବରଣୀ ସହ ତାଙ୍କ ଡାକ୍ତରଙ୍କ ପାଖରେ ପହଞ୍ଚାଇବେ ଏବଂ ଆହତ ବ୍ୟକ୍ତିଙ୍କର ସମ୍ପର୍କୀୟମାନଙ୍କୁ ଉକ୍ତ ଖବର ଜଣାଇଦେବା ପରେ ପ୍ରାଥମିକ ସହାୟକଙ୍କର କାର୍ଯ୍ୟ ସମାପ୍ତ ହୋଇଥାଏ ।

ପ୍ରାଥମିକ ଚିକିତ୍ସା ବା ସହାୟକଙ୍କର ଦାୟିତ୍ଵ

  1. କାର୍ଯ୍ୟ କ୍ଷେତ୍ରରେ ନିଜକୁ ବିପଦ ମୁକ୍ତ କାର୍ଯ୍ୟ ସମ୍ପାଦନ କରିବେ ।
  2. ଆହତ ବ୍ୟକ୍ତିଙ୍କର ଅନାସ୍ଥାକୁ ନିର୍ଣ୍ଣୟ କରିବେ ।
  3. ଆବଶ୍ୟକତା ଅନୁଯାୟୀ ଯଥାଶୀଘ୍ର ଆଧୁନିକ ବିଜ୍ଞାନ ସମ୍ମତ ବ୍ୟବସ୍ଥାରେ ସହାୟାତା ପ୍ରଦାନ କରିବା ।
  4. ଉପୟୁକ୍ତ ପ୍ରାଥମିକ ସହାୟାତା ପ୍ରାଦାନ ପରେ, ଆହତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପାଖରେ କିମ୍ବା ଡାକ୍ତରଖାନାରେ ପହଞ୍ଚାଇବାର ବ୍ୟବସ୍ଥା କରିବେ । ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ସହାୟତା ପ୍ରଦାନ ସମୟରେ ତିନୋଟି ଜରୁରୀ ଅବସ୍ଥା ପ୍ରତିବିଶେଖ ଧ୍ୟାନ ଦେବାକୁ ହୁଏ ।
    1. ଆହତ ବ୍ୟକ୍ତିଙ୍କର ଶ୍ଵାସକ୍ରିୟା ଓ ହୃତପିଣ୍ଡ କ୍ରିୟା ଠିକ୍ ଭାବରେ ହେଉଅଛି କି ନାହିଁ ଦେଖିବାକୁ ହୁଏ । ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଲେ ଆବଶ୍ୟକତା ଅନୁଯାୟୀ କୃତ୍ରିମ ଶ୍ଵାସକ୍ରିୟା କିମ୍ବା ତାହା ସହିତ ବାହ୍ୟ ହୃଦ୍ ମର୍ଦ୍ଦନ ଦ୍ଵାରା ସମ୍ପୃକ୍ତ କାର୍ଯ୍ୟକୁ ଚାଲୁ କରିବାକୁ ହୁଏ ।
    2. ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ କିମ୍ବା ହୋଇଥିଲେ ।
    3. ଆହତ ବ୍ୟକ୍ତି ସକ ଅବସ୍ଥାରେ ରହିଥିଲେ ।

DRABC

ଜରୁରୀକାଳୀନ ଅବସ୍ଥାରେ ପ୍ରଥମେ ଆହତ ବ୍ୟକ୍ତିର ଜୀବନ ରକ୍ଷା ପ୍ରଧାନ କର୍ତ୍ତବ୍ୟ ହୋଇଥାଏ । ଏଥିପାଇଁ DRABC ର କ୍ରମିକ ଶୃଙ୍ଖଳାରେ କର୍ଜୟା କରିବାକୁ ହୁଏ । ଏହି ଶୃଙ୍ଖଳାର କାର୍ଯ୍ୟ ନିମ୍ନରେ ପ୍ରାଦାନ କରାଗଲା –

  • D: Danger (ବିପଦ): ଆହତଙ୍କୁ ପ୍ରାଥମିକ ସହାୟତା ପ୍ରାଦାନ କରିବାକୁ ଯିବା ସମୟରେ ନିଜର ସୁରକ୍ଷା ପ୍ରତି ଦୃଷ୍ଟି ରାଖୀ ତତ୍ ପରେ ଆହତ ବ୍ୟକ୍ତିଙ୍କର ସୁରକ୍ଷା ପ୍ରତି ବ୍ୟାବସ୍ଥା ଗ୍ରହଣ କରିବା । ଆହତ ବ୍ୟକ୍ତିଙ୍କର ନିକଟରେ ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବା ଜିନିଷଗୁଡିକୁ ତାଙ୍କଠାରୁ ଦୂରେଇ ଦିଆ କିମ୍ବା ତାହା ହେଉନଥିଲେ ଆହତ ବ୍ୟକ୍ତିକୁ ଯତ୍ନର ସହିତ ଅପେକ୍ଷାକୃତ ନିରାପଦ ସ୍ଥାନକୁ ନେଇଯାଆ ।
  • R. Response (ପ୍ରତିକ୍ରିୟା): ଆହତ ବ୍ୟକ୍ତିଙ୍କର ମସ୍ତିଷ୍କର ସକ୍ରିଯତା ବା ସତେଚନାକୁ ତାଙ୍କର ପ୍ରତିକ୍ରିୟା ଦ୍ଵାରା ନିର୍ଣ୍ଣୟ କରାଯାଏ । ସେଥିପାଇଁ ଆହତ ବ୍ୟକ୍ତିକୁ କିଛି ସରଳ ନିର୍ଦ୍ଦେଶ ପ୍ରଦାନ କରି ଏବଂ ତାହାର ପ୍ରତିକ୍ରିୟା ଲକ୍ଷ୍ୟ କର । ଏହା ଫଳପ୍ରଦ ହେଉନଥିଲେ ତାଙ୍କର ପାଖରେ ତୁମ ନାମ କ’ଣ ଆଖି ଖୋଲ, ଯୋରରେ ଡାକିବା, ଧୀରେ ଧୀରେ ହଲେଇ ଦେବା ଦ୍ଵାରା ଯଦି ବ୍ୟକ୍ତି କୌଣସି ପ୍ରତିକ୍ରିୟା ପ୍ରାକାଶ ନାକରେ ତେବେ ସେ ଅଚେତ ଅଛି ।
  • A: Airway (ବାୟୁପଥ) : ବାୟୁଅପଠା ବା ଶ୍ଵାସନଳୀ ଖୋଲାରହି ତନ୍ମଧ୍ୟରେ ବାୟୁ ଯେପରି ଫୁସ୍ ଫୁସ୍ କୁ ଯାତାୟାତ କରିପାରିବା ସେଥିପ୍ରତି ବ୍ୟବସ୍ଥା କରିବାକୁ ହୁଏ । ଅଚେତ୍ ଅବସ୍ଥାରେ ଜିଭା ସ୍ଵାଭାବିକ ମାଂସପେଶିର ଟୋନ ହରାଇ ଶୀଥଲ ହୋଇ ପଛପାଖକୁ ଖସିପଡେ ଏବଂ ଶ୍ଵାସନଳୀର ପଥକୁ ଅବରୁଦ୍ଧ କରିଦିଏ । ଏହା ସହିତ ପାଟିର ଲାଲ ବାହାରକୁ ଆସି ନପାରି ତଣ୍ଟିରେ ଜମି ରୁହେ । ଫଳରେ ଶ୍ଵାସରୁଦ୍ଧ ହୋଇ ଉକ୍ତ ବ୍ୟକ୍ତିଙ୍କର ଅଚେତ ଅବସ୍ଥାରେ ମୃତ୍ୟୁ ହୋଇଥାଏ । ସେଥିପାଇଁ ତଳମାଢି ଏବଂ ଉପରମାଢି ମଧ୍ୟ ସ୍ଥଳରେ ଦୁଇଆଙ୍ଗୁଳି ସାହାଯ୍ୟରେ ଦୁଇପାଖରୁ ଚାପିଦେଇ, ପାଟିକୁ ଖୋଲ କରି, ପାଟି ଭିତରେ ଥିବା କଫ, ଲାଳ, କୃତ୍ରିମ ଦାନ୍ତ ଇତ୍ୟାଦିକୁ ନିଜର ଆଙ୍ଗୁଳିରେ କଣା ଗୁଡାଇ ପରିଷ୍କାର କରିଦିଆ । ଏହା ସହିତ ନିଜର ଗୋଟିଏ ହାତ ଆହତ ବ୍ୟକ୍ତିଙ୍କର କପାଳରେ ରଖି ପଛକୁ ମୁଣ୍ଡ ଝୁଙ୍କାଇ ରଖି ଏବଂ ଅନ୍ୟ ହାତର ହୂୟ ଆଙ୍ଗୁଳି ଦ୍ଵାରା ତାଙ୍କର ଚିବୁକକୁ ଟେକିଧର । ଏହାକୁ ହେଡ (Head) ଏବଂ ଚିନଲିଫ୍ଟ (Chin lift) କୁହାଯାଏ । ଏହା ଦ୍ଵାରା ଶ୍ଵାସନଳୀ ଖୋଲା ହୋଇରହି ଅଚେତ ବ୍ୟକ୍ତିଙ୍କର ଶ୍ଵାସକ୍ରିୟା ସ୍ଵାଭାବିକ ଭାବେ ଚାଲିଥାଏ । ବାୟୁପଥ ଅବରୁଦ୍ଧ ଦ୍ଵାରା ଶ୍ଵାସକ୍ରିୟା ବନ୍ଦ ହୋଇ ରହିଥିଲେ ବାୟୁପଥ ଖୋଲାଯିବା ସଂଗେ ସଂଗେ ସାଧାରଣତଃ ଶ୍ଵାସକ୍ରିୟା ପୁନଶ୍ଚ ସ୍ଵତଃ କାର୍ଯ୍ୟକରିବା ଆରମ୍ଭ କରିଥାଏ ।
  • B: Breathing (ଶ୍ଵାସକ୍ରିୟା) : ବାୟୁପଥ ଖୋଲ ରହିବା ପରେ ଶ୍ଵାସକ୍ରିୟା ହେଉଆଛି କି ନାହିଁ ନିର୍ଣ୍ଣୟ କରିବା ହୁଏ । ଏଥିପାଇଁ ଦେଖ ସୁନା ଏବଂ ଅନୁଭବ ( look, listen & feel ) ବ୍ୟବସ୍ଥା ବ୍ୟବହାର କରାଯାଏ । ଆହତ ବ୍ୟକ୍ତି ନିକଟରେ ଆଣ୍ଠାଇ ବସି ତାହାର ନାକ ପାଖରେ ନିଜର ଗାଳକୁ ରକ୍ଷା, ଆହତ ବ୍ୟକ୍ତିଙ୍କର ଶ୍ଵାସକ୍ରିୟା ଚାଲୁଥିଲେ ନିଜ ଗାଳରେ ବାୟୁର ସ୍ପର୍ଶ ଅନୁଭାବ କରିହେବ । ଶ୍ଵାସକ୍ରିୟାର ଶବ୍ଦ ମଧ୍ୟ କାନରେ ସୂନୀ ହେବା ଏବଂ ଦୃଷ୍ଟି ଛାତି ଉପରେ ରଖିବା ଛାତିର ଉଠିବା ପଡିବା ଦେଖିବା , ଏହିଭଳି ଭାବେ ୧୦ ସେକେଣ୍ଡ ଅନୁଧ୍ୟାନ କରି ଶ୍ଵାସକ୍ରିୟାର ସଠିକତାକୁ ନିର୍ଣ୍ଣୟ କର । ଶ୍ଵାସକ୍ରିୟାର ଅସ୍ଵାଭାବିକତା କ୍ଷେତ୍ରରେ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର ।
  • C: Circulation (ରକ୍ତ ସଞ୍ଚାଳନ): ହୃତପିଣ୍ଡ କ୍ରିୟା ବନ୍ଦ ହୋଇଗଲେ ଶରୀରରେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ । ହୃତପିଣ୍ଡର କାର୍ଯ୍ୟକୁ ନାଡି ବା ପଲସ ଦ୍ଵାରା ନିର୍ଣ୍ଣୟ କରାଯାଏ । ଏଥିପାଇଁ କାରୋଟିଡ ଧମନୀ ନାଡୀର ଅନୁଧ୍ୟାନ ଅଧିକ ନିର୍ଭରଯୋଗ୍ୟ ହୋଇଥାଏ । ଦୁଇ ଆଙ୍ଗଲିର ଟିପ ବେକଳ ସମ୍ମୁଖରେ ଥିବା ହାଡ ଉପରେ ରଖିବା କଡକୁ ଖସାଇ ଆଣିଲେ କାରୋଟିଡ ଧମନୀର ସ୍ପନ୍ଦନ ଅନୁଭବ କରିହୁଏ । କିନ୍ତୁ, ଶିଶୁମାନଙ୍କ କ୍ଷେତ୍ରରେ ବାହୁରେ ଥିବା ବ୍ରାକିଆଲଧମନୀର ନାଡି ଅନୁଧ୍ୟାନ କରିବାକୁ ସୁବିଧାଜନକ ହୁଏ ।

କୌଣସି ସମୟରେ ଦୁଇପାଖରେ କାରୋଟିଡ ଧମନୀର ସ୍ପନ୍ଦନ ଏକ ସମୟରେ ଅନୁଭବ କରିବାକୁ ଚେଷ୍ଟା କରାଯାଏ ନାହିଁ, କରାଣ ଏକ ସଙ୍ଗେ ଦୁଇ ପାର୍ଶ୍ଵର କାରୋଟିଡ ଧମନୀ ଉପରେ ଚାପ ଅଧିକ ହୋଇଗଲେ ତାହା ମଧ୍ୟରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୁଏ ଏବଂ ମସ୍ତିଷ୍କକୁ ସଞ୍ଚାଳନ ହ୍ରାସ ହୋଇଯାଏ । ଏହା ଦ୍ଵାରା ଚେତନାହାନୀ ଅବସ୍ଥା ମଧ୍ୟ ସୃଷ୍ଟି ହୋଇପାରେ । ହୃତପିଣ୍ଡ କ୍ରିୟା ବନ୍ଦ ହେବା ରକ୍ତ ସଞ୍ଚାଳନ ହୋଇ ପାରୁନଥିଲେ କାର୍ଡିଓ ପଲମୋନାରି ରିସସିଟେସନ୍ ବା ସଂକ୍ଷେପରେ କୁହାଯାଏ କ୍ରିୟାକୁ CPR ବ୍ୟାବସ୍ଥା ବ୍ୟବହାର ଦ୍ଵାରା ଆହତ ବ୍ୟକ୍ତିଙ୍କ ହୃତପିଣ୍ଡ କ୍ରିୟା ଏବଂ ଫୁସ୍ ଫୁସ୍ କ୍ରିୟାକୁ ପୁନଃ କାର୍ଯ୍ୟକାରୀ କରାଇବାକୁ ଚେଷ୍ଟା କର ।

ପ୍ରାଥମିକ ସହାୟତାର ପରିସର

  1. ରୋଗ ନିର୍ଣ୍ଣୟ : ଆହତ ବା ଅସୁସ୍ଥା ବ୍ୟକ୍ତିଙ୍କୁ ପରୀକ୍ଷା କରି ତାଙ୍କର ଶାରୀରିକ ଅବସ୍ଥା ଏବଂ ଅସୁବିଧାକୁ ନିର୍ଣ୍ଣୟ କରିବା ।
  2. ଚିକିତ୍ସା : ଏହା ପ୍ରକୃତରେ ପ୍ରାଥମିକ ସହାୟତା ହୋଇଥାଏ । ଆହତ ବ୍ୟକ୍ତିଙ୍କର ଅବସ୍ଥା ନିର୍ଣ୍ଣୟ ହେବାପରେ ତାଙ୍କ ପାଇଁ ଆବଶ୍ୟକ ହେଉଥିବା ବ୍ୟବସ୍ଥାକୁ ସହାୟତା ମଧ୍ୟରେ ପ୍ରଦାନ କରାଯାଏ । ଡାକ୍ତରଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁ ରଖାଯାଏ ।
  3. ଅପସାରଣ : ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ସହାୟତା ପ୍ରଦାନ ପରେ ଅବସ୍ଥା ଅନୁଯାୟୀ ତାଙ୍କୁ ଘରକୁ କିମ୍ବା ଡାକ୍ତରଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରାଯାଏ ।

ରୋଗ ନିର୍ଣ୍ଣୟ

ଏହା ତିନୋଟି ପର୍ଯ୍ୟାୟ ମଧ୍ୟରେ କରାଯାଏ । ଏଥିରେ ଇତିହାସ ବା ହିଷ୍ଟ୍ରୋରି (History) ମଧ୍ୟରେ ଆହତ ବ୍ୟକ୍ତିଙ୍କର ଦୁର୍ଘଟଣା ଏବଂ ଅବସ୍ଥା ସମ୍ବନ୍ଧୀୟ ବିବରଣୀ ଗ୍ରହଣ କରାଯାଏ । ଲକ୍ଷଣ ବା ସିମ୍ପଟମ୍ (Symptom) ଦ୍ଵାରା ଆହତ ବ୍ୟକ୍ତି ପ୍ରକାଶ କରୁଥିବା ଅସୁସ୍ଥାତା ଜନିତ ଅନୁଭବକୁ ଗ୍ରହଣ କରାଯାଏ । ଚିହ୍ନ ବା ସାଇନ (Sign) ଦ୍ଵାରା ଆହତ ବ୍ୟକ୍ତିଙ୍କ ଶରୀରରେ ସୃଷ୍ଟି ହେଇଥିବା ଅସ୍ଵାଭାବିକତାକୁ ଗ୍ରହଣ କରାଯାଏ । ଏ ସମସ୍ତର ସମୀକରଣ ଏବଂ ସମୀକ୍ଷା ଦ୍ଵାରା ଆହତ ବ୍ୟକ୍ତିଙ୍କର ଶରୀରରେ ସୃଷ୍ଟି ହୋଇଥିବା ଅସ୍ଵାଭାବିକତାଙ୍କୁ ଗ୍ରହଣ କରାଯାଏ । ଏ ସମସ୍ତର ସମୀକରଣ ଏବଂ ସମୀକ୍ଷା ଦ୍ଵାରା ଆହତ ବ୍ୟକ୍ତିଙ୍କର ପ୍ରକୃତ ଅବସ୍ଥା ନିରୂପଣ କରିବା ସରଲା ହୁଏ ।

ଇତିହାସ (History) : ଆହତ ବ୍ୟକ୍ତି ସଚେଟ ଥିଲେ ତାଙ୍କ ଠାରୁ କିମ୍ବା ଅଚେତ୍ ଥିଲେ ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଦୁର୍ଘଟଣା ସମ୍ଭନ୍ଧୀୟ ତଥା ଗ୍ରହଣ କରାଯାଏ । ଯଥା – ଦୁର୍ଘଟଣା କେଉଁଭଳି, କେତେବେଳେ ଘଟିଲା, ଆହତ ବ୍ୟକ୍ତିଙ୍କର ପୂର୍ବର ଅସୁସ୍ଥତା ବା ରୋଗ ସମ୍ଭନ୍ଧୀୟ ତଥା ଇତ୍ୟାଦିକୁ ସଂକ୍ଷେପରେ ଏବଂ ଶ୍ରୀଘ ସଂଗ୍ରହ କରିବାକୁ ହୁଏ । ଲକ୍ଷଣ : ଆହତ କିମ୍ବା ଅସୁସ୍ଥ ବ୍ୟକ୍ତି ଅସୁବିଧା ସମ୍ବନ୍ଧରେ ଯେଉଁ ଅନୁଭବ ପ୍ରାକାଶ କରନ୍ତୁ ଯଥା – (୧) କଷ୍ଟ ବା ଯନ୍ତ୍ରଣା । (୨) ସ୍ଵାଭାବିକ ଚାଲାଣରେ ବାଧା । (୩) ଶରୀରର ଅସ୍ଵାଭାବିକ ଅନୁଭବ – ଥଣ୍ଡା ଲାଗିବା ଗରମ ଲାଗିବା, ଶୋଷ କରିବା, ଦୁର୍ବଳ ଲାଗିବା, ଚେତନା ହରାଇବା ଭଳି ଲାଗିବା ବାନ୍ତି ଦେଖାଇବା, ମୁଣ୍ଡ ବୁଲାଇବା ଭ୍ରମ ହେବା ଏବଂ ସ୍ମରଣ ଶକ୍ତି ହରାଇବା ଇତ୍ୟାଦି । ଚିହ୍ନ : ଆହତ ବ୍ୟକ୍ତିଙ୍କ ଶରୀରରେ ଅସୁସ୍ଥତା ଯୋଗୁଁ ଦେଖାଯାଉଥିବା ଅସ୍ଵାଭାବିକତାମାନ । ଯଥା – ଶରୀର ଫୁଲିଯିବା, ଶରୀରରୁ ରକ୍ତ ସ୍ରାବ ହେବା, ପୋଡା ଘା ଚିହ୍ନ ହାଡଭଙ୍ଗୀ ଯୋଗୁଁ ଅସ୍ଵାଭାବିକ ଚାଳନ କିମ୍ବା ବିକୃତ ଇତ୍ୟାଦି ଯାହା ପ୍ରାଥମିକ ସହାୟକ ଅନୁଧ୍ୟାନ କରିଥାଆନ୍ତି । ଆହତ ବ୍ୟକ୍ତିଙ୍କ ପ୍ରକୃତ ଅବସ୍ଥା ନିରୂପଣ ହେବାପରେ ଆବଶ୍ୟକ ହେଉଥିବା ବ୍ୟବସ୍ଥା ପ୍ରାଥମିକ ସହାୟକଙ୍କ ଦ୍ଵାରା ପ୍ରଦାନ କରାଯାଏ । ପ୍ରାଥମିକ ସହାୟକ ଶିକ୍ଷା କରିଥିବା କୌଶଳ ଏବଂ ଅଭିଜ୍ଞତା ପରୀକ୍ଷାର ଏହା ପ୍ରକୃତ ସମୟ ହୋଇଥାଏ । ଏହି କାର୍ଯ୍ୟ ସମୟରେ ପ୍ରାଥମିକ ସହାୟତାର ଉଦ୍ଦେଶ୍ୟ ତଥା – ସଚେତନ ରହିବା । କାର୍ଯ୍ୟ କ୍ଷେତ୍ରରେ ସହାୟକ ଅଧର୍ଯ୍ୟ ନହୂୟ ସ୍ଥିର ଚିତ୍ତରେ ନିଜ କାର୍ଯ୍ୟର ସଫଳତା ପ୍ରତି ହୃଢ ବିଶ୍ଵାସ ରାଖୀ ଶୃଙ୍ଖଳିତ ଭାବେ ସହାୟତା ପ୍ରଦାନ ଯଥାଶ୍ରିଘ୍ର ସମ୍ପାଦନ କରିବେ । ଆବଶ୍ୟାକତା ଅନୁଯାୟୀ ଏହି କାର୍ଯ୍ୟ ଡାକ୍ତରଙ୍କ ପହଞ୍ଚିବା ପର୍ଯ୍ୟନ୍ତ ଚାଲୁ ରଖିବେ । ଅପସାରଣ – ଅବସ୍ଥା ଅନୁଯାୟୀ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା, ଡାକ୍ତରଙ୍କ କ୍ଲିନିକ୍ କିମ୍ବା ତାଙ୍କ ଘରକୁ ପଠାଇବା ନିମିତ୍ତ ଉପଯୁକ୍ତ ପରିବହନ ବ୍ୟବସ୍ଥାର ସାହାଜ୍ଯ ନେବା ।

  1. ଦୁର୍ଘଟଣା ଖବର ପାଇବା ମାତ୍ରେ ଯଥାଶୀଘ୍ର ଉକ୍ତ ସ୍ଥାନକୁ ଯାଇ ଆହତ ବ୍ୟକ୍ତିଙ୍କର ଜୀବନ ରକ୍ଷା କରିବାରେ ସାହାଯ୍ୟ ପ୍ରଦାନ କରିବେ ।
  2. ଦୁର୍ଘଟଣା ସ୍ଥାନକୁ ନିରୀକ୍ଷଣ କରି ସେହିଠାରେ ପଡିରହିଥିବା ବାଢାଉତ୍ପନ୍ନ କାରକ ପଦାର୍ଥ ବା ପରିସ୍ଥିତି ଯଥା – ଛିଣ୍ଡି ପଡିଥିବା ବିତ୍ୟୁତ୍ ତାର, ଭାଙ୍ଗି ପଡିଥିବା ପାଚେରୀ କିମ୍ବା କାନ୍ଥ, ଜଳୁଥିବା ନିଆଁ, ଚାଲୁଥିବା ଯନ୍ତ୍ର, ବିଷାକ୍ତ ଗ୍ୟାସ ରହିଥିବା କୋଠରି ଇତ୍ୟାଦିର ବିପଦ ଠାରୁ ଆହତ ବ୍ୟକ୍ତିଙ୍କୁ ଅପସାରିତ କରିବେ ଏବଂ ଏହି ସମୟରେ ସର୍ବଦା ନିଜ ପ୍ରତି ଉପୁଜିବାର ସମ୍ଭାବନା ଥିବା ବିପଦ ପ୍ରତି ସମ୍ପୁର୍ଣ୍ଣ ସତର୍କତା ଅବଲମ୍ବନ କରିବେ ।
  3. ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ସମୟରେ ନିମ୍ନ ବିଷୟ ପ୍ରତି ଧ୍ୟାନ ଦେବା ।
    1. ପ୍ରଥମ ଆହତ ବ୍ୟକ୍ତିଙ୍କୁ ଶ୍ଵାସକ୍ରିୟା ଦେଖିବା ସେଥିରେ ଅସ୍ଵାଭାବିକତା ରହିବା ଅବସ୍ଥା ଅନୁଯାୟୀ କୃତିମା ଶ୍ଵାସକ୍ରିୟା ଦେଖିବା, ସେଥିରେ ଅସ୍ଵାଭାବିକତା ରହିଥିଲେ ଅବସ୍ଥା ଅନୁଯାୟୀ କୃତିମା ଶ୍ଵାସକ୍ରିୟ ପ୍ରଦାନ କରିବେ ।
    2. ଆହତ ବ୍ୟକ୍ତିଙ୍କର ଶରୀରରେ ରକ୍ତସ୍ରାବ ହେଉଥିଲେ ତାଙ୍କୁ ବନ୍ଦ କରିବା ନିମିତ୍ତ ଚେଷ୍ଟା କରିବା । ହୃତପିଣ୍ଡ କ୍ରିୟା ଏବଂ ରକ୍ତ ସଞ୍ଚାଳନ ଠିକ ଭାବେ ହେଉଅଛି କି ନାହିଁ ଶେଠୀ ପ୍ରତି ଦ୍ରୁଷ୍ଟି ରଖିବେ ।
    3. ଆହତ ବ୍ୟକ୍ତି ସକ୍ (Shock) ଅବସ୍ଥାରେ ଥିଲେ ସଂଗେ ସଂଗେ ଉପୟୁକ୍ତ ସହାୟତା ପ୍ରଦାନ କରିବେ ।
    4. ଶ୍ଵାସକ୍ରିୟା ବନ୍ଦ, ଶ୍ଵାସରୁଦ୍ଧ, ରକ୍ତସ୍ରାବ ଏବଂ ସକ୍ ଅବସ୍ଥାକୁ ଅଗ୍ରାଧିକାର ଭିତ୍ତିରେସହାୟତା ପ୍ରଦାନର ବ୍ୟବସ୍ଥା କରିବେ । ତତ୍ ପରେ ଅନ୍ୟ ପ୍ରକାର ଆଘାତ ଜନିତ କ୍ଷତିକୁ ସହାୟତା ପ୍ରଦାନ କରିବେ ।
  4. ପ୍ରାଥମିକ ଚିକିତ୍ସା ଉପଯୋଗୀ ଉପକରଣ ପାଖରେ ଥିଲେ ତାହାକୁ ସାଙ୍ଗରେ ନେବେ ଏବଂ ଆବଶ୍ୟକତା ଅନୁଯାୟୀ ତାହା ବ୍ୟବହାର କରିବେ । ଉପଯୁକ୍ତ ଉପକରଣ ଅଭାବରେ ଉକ୍ତ ସ୍ଥାନରେ ମିଳୁଥିବା ବସ୍ତୁକୁ ବିକଳ୍ପ ବ୍ୟବସ୍ଥା ଦ୍ଵାରା ଯାହା ଉପଲବ୍ଧ ହେବ ତାକୁ ବ୍ୟବହାର କରିବେ । ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ସମୟରେ ଅଯଥା ହଲଚଲ କରିବେ ନାହିଁ । କିନ୍ତୁ, ଆହତ ବ୍ୟକ୍ତିଙ୍କର ମୁଣ୍ଡାଠାରୁ ପାଦ ପର୍ଯ୍ୟନ୍ତ ସମସ୍ତ ଅଙ୍ଗକୁ ଅନୁଧ୍ୟାନ କରି ଅସ୍ଵାଭାବିକତାକୁ ନିରୂପଣ କରିବେ । ଶରୀରରେ ଏକ ପାଖକୁ ବିପରୀତ ପାଖ ସହିତ ତୁଳନା କରି ଅସ୍ଵାଭାବିକତା ନିରୂପଣ କରିବା ସରଲା ହୋଇଥାଏ ।
  5. ଭାଦ୍ର ବ୍ୟବହାର ଦ୍ଵାରା ଜମିଥିବା ଭିଡକୁ ଭାଙ୍ଗି ଦେବା । ଏହାଦ୍ଵାରା ପରିପାର୍ଶ୍ଵ ଖୋଲାରହି ଆହତ ବ୍ୟକ୍ତିଙ୍କୁ ସତେଜ ବାୟୁ ମିଳିପାରିବ । ସହାୟତା ପ୍ରଦାନ ସମୟରେ, ଆବସଯାକ ହେଲେ ନିକଟରେ ଉପସ୍ଥିତ ଥିବା କୌଣସି ଚତୁର ବ୍ୟକ୍ତିଙ୍କର ସାହାଯ୍ୟ ନିଆଯାଇପାରେ ।
    ପାଗକୁ ଦୃଷ୍ଟିରରେ ରାଖୀ ଖରା, ବର୍ଷ ଶୀତ ବା ଥଣ୍ଡା ପବନ ଇତ୍ୟାଦିର ପ୍ରତିକୂଳ ପରିସ୍ଥିତିରୁ ଆହତ ବ୍ୟକ୍ତିଙ୍କୁ ଅପସାରିତ କରି ଅପେକ୍ଷାକୃତ ନିରାପଦ ତଥା ଅନୁକୂଳ ପରିବେଶର ଆଶ୍ରାୟସ୍ଥଳୀଙ୍କୁ ନେବାକୁ ବ୍ୟବସ୍ଥା କରିବେ ।
  6. ଆହତ ବ୍ୟକ୍ତିଙ୍କୁ ସାନ୍ତ୍ଵନା ଏବଂ ଭରଷା ପ୍ରଦାନ କାଲେ ସହାୟତା ପ୍ରଦାନରେ ତାଙ୍କର ସହଯୋଗ ମିଳିଥାଏ ଏବଂ ତାହା ଉପଶମକୁ ତ୍ଵରାନ୍ୱିତ କରାଏ ।
  7. ଶଙ୍ଖଳା ଅନୁଯାୟୀ କାର୍ଯ୍ୟ କଲେ କ୍ଷତି ଏବଂ ନଷ୍ଟ ଲାଘବ ହୁଏ । ଦକ୍ଷତା ବିହୀନ ଅଣ ଉପଯୁକ୍ତ ଅଯଥା ସହାୟତା ପ୍ରଦାନର ଚେଷ୍ଟା ଅବସ୍ଥାକୁ ଅଧିକ ଗୁରୁତର କରିଦେବାର ସମ୍ଭାବନା ରହିଥାଏ ।
  8. ଆହତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଙ୍କ ନିକଟକୁ ନେବାର ବ୍ୟବସ୍ଥା କରିବେ ଏବଂ ତାଙ୍କର ଅବସ୍ଥା ସମ୍ବନ୍ଧୀୟ ସୂଚନା ସମ୍ପର୍କୀୟମାନଙ୍କୁ ଜଣାଇଦେବେ ।
  9. ଆହତ ବ୍ୟକ୍ତିଙ୍କ ଆବଶ୍ୟାକତା ଅନୁଯାୟୀ ଉପୟୁକ୍ତ ସହାୟତା ପ୍ରଦାନ କରିବେ ଏବଂ ଅନାବଶ୍ୟକ କିମ୍ବା ପ୍ରାଥମିକ ସହାୟତା ସୀମା ବହିର୍ଭୁକ୍ତ କୌଣସି କାର୍ଯ୍ୟ କରିବାକୁ ଚେଷ୍ଟା କରିବା ନାହିଁ । କେବଳ, ପ୍ରାଥମିକ ସହାୟତାର ଉଦ୍ଦେଶ୍ୟ ସାଧନ କରିବା କାର୍ଯ୍ୟ ତଥା ଜୀବନରକ୍ଷା କରିବେ, ଅବସ୍ଥାରେ ଉନ୍ନତି ପାଳନ କରିବା । ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ସହାୟତା ପ୍ରଦାନ ପରେ ପରିବର୍ତ୍ତୀ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ପାଇବା ନିମିତ୍ତ ଡାକ୍ତରଙ୍କ ପାଖରେ କିମ୍ବା ଡାକ୍ତରଖାନାରେ ପହଞ୍ଚାଇ ଦେଇ ନିଜର ଦାୟିତ୍ଵ ଶେଷ କରିବେ ।

ଆଧାର:Odisha state centre, Bhubaneswar – 751001

2.84210526316
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top