অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଷକ୍ରିୟା

ଯେଉଁ ପଦାର୍ଥ କିଞ୍ଚିତ ମାତ୍ରାରେ ଶରୀରରେ ପ୍ରବେଶ କରି ଅସୁସ୍ଥତା ସୃଷ୍ଟି କରେ ଏବଂ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ, ତାହାକୁ ‘ବିଷ’ କୁହାଯାଏ । ଏହା ଆତ୍ମହତ୍ୟା, ହତ୍ୟା ଉଦ୍ୟମରେ କିମ୍ବା ଭୁଲବଶତଃ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ।

ଶରୀର ମଧ୍ୟକୁ ବିଷର ପ୍ରବେଶ ପଥ

  1. ପାଟିବାଟେ (ଖାଦ୍ୟଏବଂ ପାନୀଯ ଭାବେ )
  2. ଶ୍ଵାସକ୍ରିୟା ମଧ୍ୟରେ
  3. ଇଂଜେକସନ୍ ଫୋଡି ହେବା ଦ୍ଵାରା (ଚର୍ମ ବାଟେ )
    1. ପାଟିବାଟେ ପ୍ରବେଶ କରୁଥିବା ବିଷ କ୍ଷୟକାରୀ କିମ୍ବା ଅଣକ୍ଷୟକାରୀ ହୋଇଥାଏ । କ୍ଷୟକାରୀ ବିଷ ମଧ୍ୟରେ ଏସିଡ (Acid) ଏବଂ ଆଲକାଲି (Alkali) ରହିଥାଏ । ଏହା ଯେଉଁ ପଥ ଦେଇ ଗତିକରେ ସେହି ଅଂସ ପୋଡିଯାଏ । ତେଣୁ ଏଭଳି ବିଷ ଦ୍ଵାରା ଓଠ, ପାଟି ଜିଭ, ଗଲା ଖାଦ୍ୟନଳୀ ଏବଂ ପାକସ୍ଥଳୀ ଇତ୍ୟାଦିରେ ପୋଡା ଘା’ ସୃଷ୍ଟି ହୋଇୟହାଏ ଏବଂ ତାହା ଯନ୍ତ୍ରଣା ପ୍ରଦାନ କରିଥାଏ । ଏହି କ୍ଷେତ୍ରରେ ବିଷକୁ ବାହାର କରିବାକୁ ଚେଷ୍ଟା ନକରି ଅଧିକ ପାଣି ପିଇବାକୁ ଦେଇ ତାହାର ଗୁଣକୁ ହ୍ରାସ କରାଇ ଦିଅ ।

      ଅଣକ୍ଷୟକାରୀ ବିଷ ପାଟିବାଟେ ଶରୀରକୁ ଗଲେ ମଧ୍ୟ ପୋଡା ଘା ସୃଷ୍ଟି କରେ ନାହିଁ । ଏହି ଭଳି ବିଷ ମଧ୍ୟରେ ବିଷାକ୍ତ ଛତୁ, ଫିମ୍ପି, ବିଷାକ୍ତକୋଳି, ଧାତବ ବିଷ ଏବଂ ପାଚିଯାଇଥିବା ଖାଦ୍ୟ ପଦାର୍ଥ ରହିଥାଏ । ଏହା ଦ୍ଵାରା ବାନ୍ତି ହୋଇଥାଏ , ପେଟରେ ଯନ୍ତ୍ରଣା ସୃଷ୍ଟି ହୁଏ ଏବଂ ପରେ ପତଳା ଝାଡା ମଧ୍ୟହୁଏ । କେତେକ ବିଷ ସ୍ନାୟବିକ ପ୍ରଣାଳୀକୁ ପ୍ରଭାବିତ କରିଥାଆନ୍ତି । ଯଥା –

      1. ମାଦକ ଦ୍ରବ୍ୟ (ସ୍ପିରିଟ୍, ମିଥାଇଲ ସ୍ପିରିଟ୍। ମଦଇତ୍ୟାଦି ) ଅଧିକ ପରିମାଣରେ ଗ୍ରହଣ କଲେ ।
      2. ନିଦ ଔଷଧ, ଟ୍ରାଙ୍କୁଲାଇଜର, ଯନ୍ତ୍ରଣା ପ୍ରସମନି ଔଷଧ ଇତ୍ୟାଦି ଗ୍ରହଣ କଲେ ।
      3. ବେଲାଡୋନା, ଷ୍ଟ୍ରିଚନିନ, କନିଅର ଫଳ ଇତ୍ୟାଦି ଖାଇଲେ ।
    2. ଶ୍ଵାସକ୍ରିୟା ମଧ୍ୟ ଦେଇ ବିଭିନ୍ନ ବିଷାକ୍ତ ବାଷ୍ପ ଶରୀରକୁ ପ୍ରବେଶ କରିଥାଏ । ଏହା ମଧ୍ୟରେ କୋଇଲା ଧୂଆଁ, ଘରେ ବ୍ୟବହାର ହେଉଥିବା ଷ୍ଟୋଭରଧୂଆଁ, ଜାଳେଣୀ ଗ୍ୟାସ, ମଟର ଗାଡ଼ିରୁ ବାହାରୁଥିବା ଧୂଆଁ ଇତ୍ୟାଦି ରହିଥାଏ । ଏହା ଶ୍ଵାସକ୍ରିୟାରେ ପ୍ରବେଶ କାରୀ ଶ୍ଵାସରୁଦ୍ଧ ଅବସ୍ଥା ସୃଷ୍ଟି କରେ ଏବଂ ଶ୍ଵାସକାର୍ଯ୍ୟ ଅଭାବରେ ଶରୀରକୁ ଅମ୍ଳଜାନ ମିଳିନପାରି ଚେତନହାନୀ ହୋଇଥାଏ ।
    3. ଚର୍ମବାଟେ ଇଞ୍ଜେକ୍ସନ ଫୋଡିଦବା ଦ୍ଵାରା, କାମୁଡିବା ଦ୍ଵାରା ବିଷ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହା କେତେକ ବିଷାକ୍ତ ଔଷଧ, ସାପ ଏବଂ କୀଟଦଂଶନବିଷ ଏବଂ ପାଗଳା କୁକୁଡ଼ା କାମୁଡା ଇତ୍ୟାଦି ଦ୍ଵାରା ହୋଇଥାଏ । ଏହି ବିଷର ପ୍ରକୃତି ଅନୁଯାୟୀ ତାହା ଶରୀରର ଉପରେ ପ୍ରଭାବ ସୃଷ୍ଟି କରିଥାଏ ଏବଂ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ।

ବିସକ୍ରିୟାର ପ୍ରାଥମିକ ସହାୟତା

୧. ବିଷକ୍ରିୟା ଦ୍ଵାରା ଶରୀରର ଗୁରୁତର ଅବସ୍ଥା ସୃଷ୍ଟି ହୋଇଥାଏ , ବିଷରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନାକୁ ପଠାଅ । ତାହା ସହିତ ତାଙ୍କର ନାମ, ବିଷର ନାମ ସହ ସବିଶେଷ ବିବରଣୀ ଡାକ୍ତରଙ୍କୁ ଜଣାଅ ।

୨. ବିଷ ଗ୍ରହଣ କରିବା ବ୍ୟକ୍ତିଙ୍କ ନିକଟରେ କୌଣସି ପ୍ୟାକେଟ୍। ଶିଶି କିମ୍ବା ସନ୍ଦେହ ହେଉଥିବା ବସ୍ତୁ ପଡିଥିଲେ ତାହାକୁ ସଂଗ୍ରହ କର ଏବଂ ବାନ୍ତି, ଖଙ୍କାର ଇତ୍ୟାଦି ମିଳିଲେ ତାହାକୁ ମଧ୍ୟ ସଂଗ୍ରହ କାରୀ ବ୍ୟକ୍ତିଙ୍କ ଡାକ୍ତରଙ୍କ ନିକଟକୁ ପଠାଅ ।

ଆକ୍ରାନ୍ତ ବ୍ୟକ୍ତି ଅଚେତ ଅବସ୍ଥାରେ ଥିଲେ

(କ) ବାନ୍ତି କରାଇବାକୁ ଚେଷ୍ଟାକର ନାହିଁ ।

(ଖ) ବ୍ୟକ୍ତିଙ୍କୁ ଚିତ୍ କରି ଏକ ଦୃଢ ସମତଳ ବିଛଣାରେ ତକିଆ ନଦେଇ ଶୁଆଇ ଦିଅ ଏବଂ ମୁଣ୍ଡରେ ଗୋଟିଏ ପାଖକୁ ବୁଲାଇ ରକ୍ଷା । ଏହା ଦ୍ଵାରା ବାନ୍ତି ହେଲେ ତାହା ଶ୍ଵାସପଥ ମଧ୍ୟକୁ ପ୍ରବେଶ କରିବା ନାହିଁ । ଏହି ଅବସ୍ଥାରେ ମଧ୍ୟ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କରିବା ସହଜ ହୋଇଥାଏ ।

(ଗ) ଅଧିକ ବାନ୍ତି ହେଲେ ବ୍ୟାନତିଙ୍କୁ ରିକଭରି ପୋଜିସନ ବା ଥ୍ରୀ – କ୍ଵାର୍ଟର – ପ୍ରୋନ ଅବସ୍ଥାନରେ ଶୁଆଇ ରଖିବା ଅଧିକ ନିରାପଦ ହୋଇଥାଏ ।

(ଘ) ଶ୍ଵାସକ୍ରିୟା ମନ୍ଥର କିମ୍ବା ବନ୍ଦ ହୋଇଥିଲେ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର ଏବଂ ଡାକ୍ତରଙ୍କ ପାଖାରେ ପହଞ୍ଚିବା ପର୍ଯ୍ୟନ୍ତ ତାହାକୁ ଚାଲୁରଖ ।

ଆକ୍ରାନ୍ତ ବ୍ୟକ୍ତି ସଚେତ ଅବସ୍ଥାରେ ଥିଲେ

(କ) କ୍ଷୟ କାରକ ବା କାରୋସିଭ ବିଷ ବ୍ଯତୀତ ଖାଇଥିବା ଅବୟ ବିସାକ୍ରିୟାରେ ଗଲା ଭିତର କାନ୍ଥକୁ ସଲସଲ କରି କା ଗୋଟିଏ ଗ୍ଲାସ ଉଷ୍ମ ଜଳରେ ୨ ବଡ (ଟେବୁଲ) ଚାମୁଚ ଲୁଣ ମିଶାଇ ପିଇବାକୁ ଦେଇ ବାନ୍ତି କରାଇବାକୁ ଚେଷ୍ଟା କର ।

(ଖ) କ୍ଷୟ କାରକ ବିଷ ଖାଇଥିବା କ୍ଷେତ୍ରରେ ନଜାଣି ବାନ୍ତି କରାଅ ନାହିଁ ।

କରୋସିଭ ବା କ୍ଷୟକାରକ ବିଷ କ୍ରିୟାର ଚିହ୍ନ –

ଓଠ, ପାଟି ଭିତର ଏବଂ ତ୍ଵଚାର ବର୍ଣ୍ଣ ଧୂସର, ଶ୍ଵେତ କିମ୍ବା ହଳଦୀର ଦାଗ ସୃଷ୍ଟି ହୋଇଥିଲେ ବିଷ କ୍ଷୟକାରକ ବା କରୋସିଭ ତଥା ଏସିଡ କିମ୍ବା ଆଲକାଲି ହୋଇଥାଏ ।

କାର୍ଯ୍ୟକ୍ଷେତ୍ର ତଥା ଫ୍ୟାକ୍ଟୋରୀ ଇତ୍ୟାଦିରେ କୌଣସି ବିଷକ୍ତ ପଦାର୍ଥ ବ୍ୟବହାର ହେଉଥିଲେ ତାହାର ନାମ ଏବଂ ତାହା ନିମିତ୍ତ ଆବଶ୍ୟକ ହେଉଥିବା ପ୍ରତିରୋଧକାରୀ ଆଣ୍ଟିଡଟର ନାମର ଏକ ତାଲିକା ସମସ୍ତେ ଦେଖି ପାରୁଥିବା ସ୍ଥାନରେ ଝୁଲାଇ ରଖିବା ଆବଶ୍ୟକ । ଜରୁରୀ ସମୟରେ ଆଣ୍ଟିଡଟକୁ ବ୍ୟବହାର କରିବା ପ୍ରଣାଳୀ ମଧ୍ୟ ସମସ୍ତଙ୍କୁ ଅବଗତ କରାଇବା ଆବଶ୍ୟକ ।

୩. ଖାଦ୍ୟନଳୀ ମଧ୍ୟରେ ବିଷର ଗୁଣୁକ ହ୍ରାସ କରିବା ନିମିତ୍ତ ଅଧିକ ପରିମାଣର ଶୀତଳଜଳ (ବରଫ ସହ) ପିଇବାକୁ ଦିଅ । ଏହା ଦ୍ଵାରା ବିଷ ଦ୍ରବୀଭୁତ ହୋଇଯାଏ ଏବଂ ତାହାର ଗୁଣ ମଧ୍ୟ ହ୍ରାସ ହୋଇଯାଇଥାଏ । ଅଧିକ ଜଳ ପିଇବା ଦ୍ଵାରା ବାନ୍ତି ଦ୍ଵାରା କ୍ଷୟ ହୋଇଥିବା ଜଳୀୟ ଅଂଶ ଶରୀରକୁ ମିଳିଥାଏ । ପଇଡ ପାଣି ମଧ୍ୟ ଏହି କ୍ଷେତ୍ରରେ ଦିଆଯାଇପାରେ ।

୪. ଆରମଦାୟକ ପାନୀୟ ମଧ୍ୟ ଦିଆଯାଇପାରେ । କ୍ଷୀର, ପାଣିରେ ଅଣ୍ଡାର ଫେଣ୍ଟା ମିଶାଇ, ସୁଜ ପାୟସ ମଧ୍ୟ   ଦିଆଯାଇପାରେ ।

ବିଷର

କେଉଁଥିରେ ଥାଏ

ଉପଚାର

ଆର୍ଶନିକ

ମୂଷାମାରା ଔଷଧ ଆଦି

ବାନ୍ତି କରାଇବା ଓ ଅଧିକ ଥଣ୍ଡା ପାଣି ପିଇବାକୁ ଦେବା ।

 

 

ଆସ୍ ପ୍ରିନ୍

ଔଷଧ ବଟିକା

ବାନ୍ତି କରାଇବା, ସୋଡିୟମ ବାଇକାର୍ବୋନେଟ୍ ଏକଚାମଚ ଏକ ଗ୍ଲାସ ପାଣିରେ ମିଶାଇ ପିଇବାକୁ ଦିଅ ଏବଂ ସୁସ୍ଥ ହେବାପରେ ଗରମ କଫି ଚା’ ଦିଆଯାଇପାରେ ।

କାରାବନ୍ ମନୋକ୍ସାଇଡ

କୋଇଲା ଧୂଆଁ, ଜାଳେଣି ଗ୍ୟାସ ଓ ଗାଡିର ଧୂଆଁ

ଶ୍ଵାସକ୍ରିୟା ବନ୍ଦ ହୋଇଥିଲେ କୃତ୍ରିମ ଶ୍ଵାସକ୍ରିୟା କିମ୍ବା ଅମ୍ଳଜାନ ଗ୍ୟାସ ଯୋଗାଇଦିଅ ।

ନିନ୍ଦ ବଟିକା

ଔଷଧ ଦୋକାନ

ବାନ୍ତି କରାଅ, ଦୁଇ ଚାମଚ ମ୍ୟଗ୍ନେସିୟମ ସଲଫେଟ୍ ଏକ ଗ୍ଳାସ ପାଣିରେ ମିଶାଇ ପିଇବାକୁ ଦିଅ । ଆହତ ବ୍ୟକ୍ତିକୁ କଫି, ଚା’ ପିଇବାକୁ ଦିଅ ଓ ଆହତ ବ୍ୟକ୍ତିକୁ ଶୋଇବାକୁ ଦିଅ ନାହିଁ ।

ଅଫିମ ଓ ଅଫିମ ଜାତୀୟ

ଡାକ୍ତରଖାନା ଏବଂ କେତେକ ଔଷଧ ମିକ୍ସଚରରେ

କିଛି ଦାନା ପଟାସିୟମ ପରାମାଙ୍ଗାନେଟ୍ କୁ ଏକ ଗ୍ଲାସ ପାଣିରେ ମିଶାଇ ପିଇବାକୁ ଦିଅ । ଆହତ ବ୍ୟକ୍ତିକୁ ଶୋଇବାକୁ ଦିଅନାହିଁ ।

ପେଟ୍ରୋଲ, ପାରାଫିନ କିରୋସିନ୍

ଘରେ ଗ୍ୟାରେଜ ଏବଂ କାରଖାନାରେ

ଅଧିକ ପରିମାଣରେ ପାଣି, ପଇଡ ପାଣି ପିଇବାକୁ ଦିଅ, ବାନ୍ତି କରାଅ, କିରୋସିନ ତେଲ ବିଷକ୍ରିୟାରେ ତରଳ ପରଫିନ୍ କୁ ବ୍ୟବହାର କାଲେ ପାଣି ଠାରୁ ଆଧିକ ଫଳପ୍ରଦ ହୋଇଥାଏ । ବାନ୍ତି କରାଅ, ଅଧିକ ପାଣି ପିଇବାକୁ ଦିଅ ।

ଫଲିଡଲ

ଅସରପା ମରା ଔଷଧ

ବାନ୍ତି କରାଅ, ଅଧିକ ପାଣି, ପଇଡ ପାଣି ପିଇବାକୁ ଦିଅ, ଶ୍ଵାସକ୍ରିୟା ବନ୍ଦ ଥିଲେ କୃତ୍ରିମ ଶ୍ଵାସକ୍ରିୟା ପ୍ରୟୋଗକର ।

ଚାଷ ଜମିରେ ବ୍ୟବହୃତ ଔଷଧ

ଚାଷ ସମ୍ଭନ୍ଧୀୟ ଔଷଧ ଦୋକାନରେ  ମିଳିବ

ଆହତ ବ୍ୟକ୍ତିର ନାଡୀ କ୍ଷୀଣ ହୁଏ, ଆଖି ଜାଲୁଆ ଦେଖାଯାଏ । ଛାତି ରୁଦ୍ଧ ହେବା ପରି ଲାଗେ, ଝାଳ ବୁହେ ଓ ଶରୀର ନୀଳ ପଡିଯାଏ । ଡାକ୍ତରଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ କୃତ୍ରିମ ଶ୍ଵାସକ୍ରିୟା ପ୍ରୟୋଗ କର ।

କାର୍ବୋଲିକ ଏସିଡ୍ ଫିନାଇଲ ଡେଟଳ ଓ

Lysol

ଡାକ୍ତରଖାନା ଓ ଘର

ବାନ୍ତି କରାଅ ନାହିଁ ।ପାଣି, ପଇଡ ପାଣି ଧୀରେ ଧୀରେ ପିଇବାକୁ ଦିଅ। ୧ଲିଟର ପାଣିରେ ୪ ଚା ଚାମଚ ମ୍ୟାଗେନେସୀୟମ୍ ସଲଫେଟ୍ ମିଶାଇ ପିଇବାକୁ ଦିଅ ।

ପ୍ରସିକ୍ ଏସିଡ୍

ବ୍ୟବହାର ଫଟୋଗ୍ରାଫିକ୍ ଲଲେକ୍ଟ୍ରିକ ଫ୍ଲେଟିଂ, ବାଉଁଶ କଣୀ

ବାନ୍ତି କରାଅ, କୃତ୍ରିମ ଶ୍ଵାସ କ୍ରିୟା ପ୍ରଦାନ କର ।

ସ୍ଟ୍ରିଚନିନ୍

କୀଟନାଶକ ଔଷଧ

ପେଟରେ ସ୍ପାଜମ୍ ନଥିଲେ ଶ୍ଵାସକ୍ରିୟାବନ୍ଦ ହୋଇଥିଲେ କୃତ୍ରିମ ଶ୍ଵାସକ୍ରିୟା

କରାଇବା ।

ଷ୍ଟ୍ରଙ୍ଗ ଏସିଡ୍ (ଅମ୍ଳ)

ଡାକ୍ତରଖାନା, କାରଖାନା, ପରୀକ୍ଷାଗାର ଗ୍ୟାରେଜ୍

ପରିମାଣରେ ପାଣି କିମ୍ବା ପଇଡ ପାଣି ପିଆଇ ଏସିଡ୍ ର ପରିମାଣକୁ ଦୁର୍ବଳ କରାଇବା, ପାଣିରେ ସୋଡା ବାଇକାର୍ବ, ଚକ୍ କିମ୍ବା ମିଲ୍କ ଅଫ୍ ମ୍ୟାଗ୍ ନେସିଆ ମିଶାଇ ପିଇବାକୁ ଦେଲେ ଅଧିକ ଫଳପ୍ରଦ ହୁଏ ।

ତୀବ୍ରକ୍ଷାର

ଡାକ୍ତରଖାନା, କରାଖାନା, ପରୀକ୍ଷାଗାର, ଗ୍ୟାରେଜ ଆମୋନିଆ ଓ ଚୂନ

ବାନ୍ତି କରାଇବା ନାହିଁ, ଅଧିକ ପରିମାଣରେ ପାଣି କିମ୍ବା ପଇଡ ପାଣି ପିଇବାକୁ ଦେବ,  କମଳା ରସ କିମ୍ବା ଲେମ୍ବୁ ରସ ପିଇବାକୁ ଦେଲେ ଅଧିକ ଫଳପ୍ରଦ ହୁଏ ।

ଆଧାର : Odisha state centre Bhubaneswar

Last Modified : 6/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate