ଉପକ୍ରମ
ଆଘାତ ପ୍ରାପ୍ତ କ୍ଷତରୁ ଅଧିକ ରକ୍ତ ସ୍ରାବ ହେଲେ ଶରୀରରେ ରକ୍ତ ଏବଂ ଲାଲ ରକ୍ତ କୋଷରେ ପରିମାଣ ହ୍ରାସ ପାଇ ସଙ୍କଟାପନ୍ନ ଅବସ୍ଥା ସୃଷ୍ଟି କରେ । ତୁରନ୍ତ ଏହାର ପ୍ରତିକାର ହୋଇନପାରିଲେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ରକ୍ତର କୌଣସି ବିକଳ୍ପ ରହି ନଥିବାରୁ ଆହତ ବ୍ୟକ୍ତିର ଜୀବନ ରକ୍ଷା କରିବା ନିମିତ୍ତ ତାଙ୍କର ରକ୍ତ କ୍ଷୟକୁ ଅନ୍ୟ ଜେନ ବ୍ୟକ୍ତିଙ୍କର ରକ୍ତ ଦ୍ଵାରା ଭରଣା କରିବାକୁ ହୁଏ । ଏଥିପାଇଁ ଜଣଙ୍କଠାରୁ ରକ୍ତ ସଂଗ୍ରହ କରି ଆହତ ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ ହୁଏ । ଏହାକୁ ବ୍ଲଡ଼ ଟ୍ରାନ୍ସଫ୍ୟୁଜନ୍ କୁହାଯାଏ । ରକ୍ତଦାନ କରୁଥିବା ବ୍ୟକ୍ତିଙ୍କ ରକ୍ତଦାତା ବା ଡୋନ୍ ର ଏବଂ ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିକୁ ଗ୍ରହୀତା ବା ରିସିପିଆଣ୍ଟ କୁହାଯାଏ ।
ସମସ୍ତ ରକ୍ତ ସମସ୍ତଙ୍କୁ ଦିଆଯାଇପାରେ ନାହିଁ । ରକ୍ତ କେତେକ ଶ୍ରେଣୀ ବା ଗ୍ରୁପ୍ ରେ ବିଭକ୍ତ ହୋଇଥାଏ । ଟ୍ରାନ୍ସଫ୍ୟୁଜନ୍ କାର୍ଯ୍ୟ ନିମିତ୍ତ ରକ୍ତର ABO ଏବଂ Rh ଗ୍ରୁପ୍ ବ୍ୟବହାର କରାଯାଏ । ABO ଗ୍ରୁପ୍ ଅନୁସାରେ ରକ୍ତ A କିମ୍ବା B କିମ୍ବା AB କିମ୍ବା O ଭାବରେ ବିଭକ୍ତ ହୋଇଥାଏ । ସେହିଭଳି Rh ଗ୍ରୁପ୍ ଅନୁଯାୟୀ ଉକ୍ତ ରକ୍ତ ପୁନଶ୍ଚ Rh+ve (Positive) କିମ୍ବା Rh (Negative) ହୋଇଥାଏ । ରକ୍ତର ଆଦାନ ପ୍ରାଦାନ କେବଳ ସମଗ୍ରୁପ୍ ରୋକଙ୍କ ମଧ୍ୟରେ ହୋଇପାରେ । ଟ୍ରାନ୍ସଫ୍ୟୁଜନ୍ ଆହୁରି ନିରାପଦ କରିବା ନିମିତ୍ତ ଡାଟା ଓ ଗ୍ରହୀତାଙ୍କ ରକ୍ତକୁ କ୍ରସ୍ ମ୍ୟାଚିଂ କରାଯାଇ କେବଳ ସୁସଙ୍ଗତ (ମ୍ୟାଚିଂ) ହେଉଥିବା ରକ୍ତକୁ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ (ରିସିପିଆଣ୍ଟ)ପ୍ରଦାନ କରାଯାଏ ।
ରକ୍ତ ଟ୍ରାନ୍ସଫ୍ୟୁଜନ୍ କାର୍ଯ୍ୟ ଡାକ୍ତରଙ୍କ ଦ୍ଵାରା କରାଯାଉଥିଲେ ମଧ୍ୟ ରକ୍ତ ଦାନ, ସଂଗ୍ରହ ଏବଂ ଆୟୋଜନ ଇତ୍ୟାଦି କାର୍ଯ୍ୟରେ ପ୍ରାଥମିକ ସହାୟକଙ୍କ ସହାୟତା ଆବଶ୍ୟକ ହୋଇଥାଏ । ତେଣୁ ସେ ଏହି ସମ୍ବନ୍ଧରେ ଅବଗତ ହୋଇ ରହିବା ଉଚିତ୍ ।
ପିତା ଓ ମାତାଙ୍କ ରକ୍ତ ଗ୍ରୁପ୍ ଅନୁଯାୟୀ ପରିବାରରେ ପିଲାମାନଙ୍କର ରକ୍ତ ଗ୍ରୁପ୍ ନିର୍ଦ୍ଧାରିତ ହୋଇଥାଏ । ତେଣୁ କୌଣସି ବ୍ୟକ୍ତିଙ୍କର ରକ୍ତ ଆବଶ୍ୟକ ହେଉଥିବା କ୍ଷେତ୍ରରେ ତାଙ୍କ ପରିବାରର ସମସ୍ୟଙ୍କ ନିକଟରେ ଉକ୍ତ ଗ୍ରୁପ୍ ମିଳିବାର ଅଧିକ ସମ୍ଭାବନା ରହିଥାଏ ।
ରକ୍ତ ଟ୍ରାନ୍ସଫ୍ୟୁଜନ୍ ରେ ବ୍ୟବହୃତ ରକ୍ତର ଉପଯୁକ୍ତ ପ୍ରକୃତି ରହିବା । ଆବଶ୍ୟକ ହୋଇଥାଏ । ଏହା ସୁସ୍ଥତା ଉପରେ ନିର୍ଭର କରିଥାଏ । ସେଥିପାଇଁ ରକ୍ତଦାନ ପୂର୍ବରୁ ଦାତାଙ୍କର ଯୋଗ୍ୟତାକୁ ବିବେଚାନା କରାଯାଏ ।
ରକ୍ତ ଦାନ ପାଇଁ ଆବଶ୍ୟକ ଯୋଗ୍ୟତା
- ସେ ସ୍ୱାସ୍ଥ୍ୟବାନ ଓ ସୁସ୍ଥା ହୋଇଥିବା ଦରକାର ।
- ବୟସସିମା ୧୮ରୁ ୬୦ ମଧ୍ୟରେ ହୋଇଥିବା ।
- ତାଙ୍କ ଓଜନ ୪୫ କି.ଗ୍ରା. ଠାରୁ କମ୍ ହୋଇନଥିବ ।
- ରକ୍ତରେ ହିମୋଗ୍ଲୋବୀନା ପରିମାଣ ୧୨.୫ ଗ୍ରାମ୍ % କାମ୍ ହୋଇନଥିବ ।
- ଶରୀରର ରକ୍ତଚାପ ୧୧୦/୭୦ ମିଲିମିଟର ମରକ୍ୟୁରିରୁ ୧୭୦/୮୦ ମିଲିମିଟର ମରୁକ୍ୟୁରି ମଧ୍ୟରେ ରହିଥିବା ।
କେତେକ କ୍ଷେତ୍ରରେ ରକ୍ତଦାତାଙ୍କୁ ସାମୟିକ ଭାବେ ଅଯୋଗ ବିବେଚନା କରାଯାଇଥାଏ ।
- ପୁରୁଷମାନେ ୩ ମାସ ମଧ୍ୟରେ ଏବଂ ସ୍ତ୍ରୀ ଲୋକମାନେ ୬ ମାସ ମଧ୍ୟରେ ରକ୍ତଦାନ କରିଥିଲେ ।
- ୧୬ ଘଣ୍ଟା ମଧ୍ୟରେ ମଦ୍ୟପାନ କରିଥିଲେ ।
- ୧ ବର୍ଷ ମଧ୍ୟରେ କାମଳ ରୋଗରେ (Jaundice) ଆକ୍ରାନ୍ତ ହୋଇଥିଲେ ।
- ୧ ବର୍ଷ ମଧ୍ୟରେ ଟାଇଫଏଡ୍ ରୋଗରେ ଆକରଣଟା ହୋଇଥିଲେ ।
- ୬ ମାସ ମଧ୍ୟରେ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ।
କେତେକ କ୍ଷେତ୍ରରେ କୌଣସି ପରିସ୍ଥିତିରେ ମଧ୍ୟ ଟ୍ରାନ୍ସଫ୍ୟୁଜନ୍ ନିମିତ୍ତ ରକ୍ତ ଗ୍ରହଣ କରାଯାଏ ନାହିଁ ଏବଂ ଦାନ ନିମିତ୍ତ ଆଗ୍ରହୀ ବ୍ୟକ୍ତିଙ୍କୁ ଜୀବନ କାଳ ନିମିତ୍ତ ସଂପୂର୍ଣ୍ଣ ଅଯୋଗ୍ୟ ବିବେଚିତ କରାଯାଏ ।
- ହେପାଟାଇଟିସ୍ ‘ବି’ ଏବଂ ‘ସି’ ଦ୍ଵାରା ଆକ୍ରାନ୍ତ ହୋଇଥାଏ ।
- ଏଡ୍ସ ବା ଏଚ୍.ଆଇ.ଭି. ଦ୍ଵାରା ଆକ୍ରାନ୍ତ ହୋଇଥିଲେ ।
- ସିଫିଲସ ଦ୍ଵାରା ଆକ୍ରାନ୍ତ ହୋଇଥିଲେ ।
- ହୃତପିଣ୍ଡ ଏବଂ ଫୁସ୍ ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ ।
- କ୍ୟାନ୍ସର ବା ମାଲିଗ୍ଲାନ୍ସିରେ ପୀଡିତ ହୋଇଥିଲେ ।
- ଅନେକ ଦିନ ଧରି ରହିଥିବା କ୍ରନିକ ରୋଗରେ ପୀଡିତ ହୋଇଥିଲେ । (ସ୍ତ୍ରୀ ଓ ପୁରୁଷ ନିର୍ବିଶେଷରେ ସମସ୍ତ ରକ୍ତ ଦାନ କରିବା ଉଚିତ୍ । କେବଳ ମାତ୍ର ୩୫୦ ମିଲିଲିଟର ରକ୍ତ ସଂଗ୍ରହ କରାଯାଏ । )
ଆଧାର
ST. JOHN AMBULANCE
Odisha state centre Bhubaneswar
ଆତଙ୍କବାଦୀ ଉପରେ ମତ ପ୍ରଦାନ କରନ୍ତୁ l