ସେଆର କରନ୍ତୁ

ସକ୍ ଚିକିତ୍ସା

ସକ୍ ନାମକ ଏକ ଚିକିତ୍ସା କି ଜରୁରୀ ବ୍ୟାବସ୍ଥା ସୃଷ୍ଟି ହୋଇଥାଏ

ବିଭିନ୍ନ କାରଣରୁ ରକ୍ତ ସଞ୍ଚାଳନରେ ବ୍ୟତିକ୍ରମ ହେବା ଦ୍ଵାରା ଶରୀରରେ ମସ୍ତିଷ୍କ ଏବଂ ବୃକକ୍ ଭଳି ଗୁରୁତ୍ଵପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ମିଳି ନପାରିଲେ ସକ୍ ନାମକ ଏକ ଚିକିତ୍ସା ଜରୁରୀ ବ୍ୟାବସ୍ଥା ସୃଷ୍ଟି ହୋଇଥାଏ । ଏହି ଅବସ୍ଥାରେ ଥିବା ଆହତ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ତୁରନ୍ତ ଚିକିତ୍ସା ପ୍ରଦାନ କରାନଗଲେ ତାହାର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

୧. ମାନସିକ ସକ୍ : ଅତ୍ୟଧିକ ମାନସିକ ଆଘାତ ତଥା ଉତ୍ତେଜନା, ଭୟ, ଯନ୍ତ୍ରଣା କିମ୍ବା ଦୁଃସମ୍ବାଦ ପ୍ରଭାବ ଯୋଗୁଁ ମାନସିକ ଭାରସାମ୍ୟ ହରାଇବା ଦ୍ଵାରା ଏହା ସୃଷ୍ଟି ହୋଇଥାଏ । ଏହି ପରିସ୍ଥିତିରେ ଆହତ ବ୍ୟକ୍ତିର ଜୀବନହାନୀ ହେବାର ସମ୍ଭାବନା ହୋଇନଥାଏ, ତେଣୁ କେବଳ ସାନ୍ତ୍ଵନା ଦେବା ବ୍ୟତୀତ ଅନ୍ୟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ ।

୨. ପ୍ରକୃତ ସକ୍ :

କାରଣ:

୧.ଅତ୍ୟଧିକ ରକ୍ତସ୍ରାବ ହୋଇ ଶରୀରରୁ ରକ୍ତ ପରିମାଣ କିମିଯିବା ଦ୍ଵାରା ।

୨. ଶରୀର ପୃଷ୍ଠର ଅଧାରୁ ଅଧିକ ପୋଡିଯିବା, ରକ୍ତରୁ ଜଳୀୟ ଅଂସ ଏବଂ ପ୍ରୋଟିନ୍ କ୍ଷୟ ହେବା ଦ୍ଵାରା ।

୩. ହୃଦ୍ କ୍ରିୟା ଦଣ୍ଡ ହୋଇ ରକ୍ତ ସଂଚାଳନ ନ ହୋଇପାତିବା ଦ୍ଵାରା ।

୪. ପିଟ ମଧ୍ୟରା ଜରୁରୀ ଅବସ୍ଥା ଯଥା ତୀବ୍ର ଯନ୍ତ୍ରଣା, ଅନ୍ତନଳୀ ରୁଦ୍ଧ ଇତ୍ୟାଦି ହୋଇ ଅଧିକ ପରିମାଣର ରକ୍ତ ଉକ୍ତ ସ୍ଥାନରେ ଜମାହୋଇଯାଇ ଶରୀରରେ ସଞ୍ଚାଳିତ ଡ଼ାକ୍ତର ପରିମାଣକୁ କମାଇ ଦେବା ଦ୍ଵାରା ।

୫. ଅଧିକ ଝାଡାବାନ୍ତି ହୋଇ ଦେହର ଜଳୀୟ ଅଂସ କମିଯିବା ଦ୍ଵାରା ।

୬. ରକ୍ତ ଜୀବାଣୁ ପ୍ରବେଶ କରି ସେପ୍ ଟିସେମିଆଛାଡୁଥିବା ଟକ୍ସିନ୍ ର ପ୍ରଭାବରେ ରକ୍ତ ନଳୀ ସଂପ୍ରସାରିତ ହୋଇଯାଇ ରକ୍ତ ଚାପକୁ କମାଇ ଦେବା ଦ୍ଵାରା ।

ଲକ୍ଷଣ :

୧.ଆହତ ବ୍ୟକ୍ତିକୁ ଚେତା ହରାଇବା ଭଳି ଲାଗେ କିମ୍ବା ସେ ଦୁର୍ବଳ ଅନୁଭବ କରେ ।

୨. ଆଖିକୁ ଅନ୍ଧାରୁଆ ଦିଶେ ।

୩. ଆହତ ବ୍ୟକ୍ତି ସିତା ଅନୁଭବ କରେ ଓ ଶରୀର ମଳିନ ପଡିଯାଏ ।

୪. ମୁହଁ ଓ ଓଠ ସେଟା ପଡିଯାଏ ଓ ଶରୀର ନୀଳ ଦେଖାଯାଏ ।

୫. ଶ୍ଵାସକ୍ରିୟାର ଗତି ପ୍ରଥମେ ଥିର ହୁଏ ଓ ପରେ ଅନିୟମିତ ହୁଏ ।

୬. ଅନେକ କ୍ଷେତ୍ରରେ ବାନ୍ତି ଲାଗେ ।

୭. ଆହତ ବ୍ୟକ୍ତି ଅଚେତ ହୁଏ ।

୮. ନାଡୀ ଗତି ବଢିଯାଏ ଓ ସ୍ପନ୍ଦନ   କ୍ଷୀଣ ଥାଏ ।

ଉପଚାର :

୧. ଆହତ ବ୍ୟକ୍ତିକୁ ଆଶ୍ଵାସନା ଦିଅ । (DRABC) ଡି.ଆର.ଏ.ବି.ସି. କ୍ରମରେ ଆବଶ୍ୟକୀୟ ଉପଚାର କର ।

୨. ସକ୍ ର କାରଣ ନିର୍ଣ୍ଣୟ କରି ସେଥିପାଇଁ ଆବଶ୍ୟକ ହେଉଥିବା ଚିକିତ୍ସା ପ୍ରଦାନ କର ।

୩. ଆହତ ବ୍ୟକ୍ତିକୁ ଚାଦର ବା ଚଟାଇ ଉପରେ ଚିତ୍ କରି ଶୁଆଇ ରଖ ।

 

 

୪. ଲୁଗାପଟା ଢିଲା କରିଦିଅ । ଆହତ ବ୍ୟକ୍ତିକୁ କମ୍ବଳ ଦ୍ଵାରା ଘୋଡାଇ ରଖ ଏବଂ ଦୁଇ ଗୋଡକୁ ହୃତପିଣ୍ଡ ସ୍ତର ଠାରୁ ଉପରକୁ ଟେକି ରଖ ।

୫.ଗରମ ଥଌ ବ୍ୟବହାର କରନାହିଁ କିମ୍ବା ଦେହକୁ ଜୋରରେ ଘଷାଘଷି କରନାହିଁ ।

୬. ଆହତ ବ୍ୟକ୍ତିକୁ ଖଡୁଆ କିମ୍ବା ପାନୀଯ ଦିଅ ନାହିଁ ।

୭. ଆହତ ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସା ଦେବା ଅବସ୍ଥାରେ ଯଥାଶୀଘ୍ର ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କର ।

୮. ଆହତ ବ୍ୟକ୍ତିକୁ ଶୁଆଇ ରାଖୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କର ।

 

ବିଦ୍ୟୁତ୍ ଆଘାତ : ଶରୀରର କୌଣସି ଅଂସ ବିଦ୍ୟୁତ୍ ସ୍ରୋତର ସଂସ୍ପର୍ଶରେ ଆସି ପ୍ରବାହ ପଥ ସଂପୂର୍ଣ୍ଣ କାଲେ ଶରୀରର ବିଦ୍ୟୁତ୍ ଆଘାତ ସୃଷ୍ଟି ହୋଇଥାଏ । ସାଧାରଣତଃ ଘରର ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ସଂଯୋଗ, ତ୍ରୁଟିପୂର୍ଣ୍ଣ ସୁଇଚ୍ ଓ ପ୍ଲଗ ଇତ୍ୟାଦିର ସ୍ପର୍ଶରୁ ଏହି ଆଘାତ ହୋଇଥାଏ । ସମୟ ସମୟରେ ଏହା ଅତି ସାଂଘାତିକ ଅବସ୍ଥା ସୃଷ୍ଟି କରିଥାଏ ଏବଂ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ବିଦ୍ୟୁତ୍ ସ୍ରୋତ ଭୂମିରେ ପ୍ରବାହିତ ହେଉଥିଲେ ଉକ୍ତ ସ୍ଥାନର ଭୂମିକୁ ସ୍ପର୍ଶ କାଲେ ବିଦ୍ୟୁତ୍ ସକ୍ ଲାଗିଥାଏ । ଭୂମିଓଦାଥିଲେ ସକ୍ ର ମାତ୍ର ଅଧିକ ହୋଇଥାଏ । ପାଦ ମଧ୍ୟ ଦେଇ ବିଦ୍ୟୁତ୍ ପ୍ରବାହ ସଂପୂର୍ଣ୍ଣହେଲେ କ୍ଷତି ଅପେକ୍ଷାକୃତ କମ୍ ହୋଇଥାଏ, କିନ୍ତୁ ବିଦ୍ୟୁତ୍ ସ୍ରୋତର ପଥ ଛାତି ମଧ୍ୟ ଦେଇ  ଗତିକଲେ ତାହା ହୃତପିଣ୍ଡକୁ ପ୍ରଭାବିତ କରେ ଏବଂ ଅବସ୍ଥା ମାରାତ୍ଜକ ହୋଇଥାଏ ।

୧. ଏହା ଦ୍ଵାରା ହୁତ୍ କ୍ରିୟା ବନ୍ଦ ହୋଇଯାଇଥାଏ ।

୨. ଶ୍ଵାସକେନ୍ଦ୍ର ପ୍ରଭାବିତ ହୋଇ ଶ୍ଵାସକାର୍ଯ୍ୟ କରୁଥିବା ମାଂସପେଶୀକୁ ଅଚଳ କରିଦିଏ ତେଣୁ ଶ୍ଵାସକ୍ରିୟା ବନ୍ଦ ହୋଇଯାଇଥାଏ ।

୩. ଶରୀରର ବିଦ୍ୟୁତ୍ ସ୍ରୋତର ପ୍ରବେଶ ଏବଂ ବହିଷ୍କାର ସ୍ଥାନରେ ଗଭୀର ପୋଡା ସୃଷ୍ଟି ହୋଇଥାଏ । ଏହା ବିଦ୍ୟୁତ୍ ଶକ୍ତିର ମାତ୍ର ଉପରେ ନିର୍ଭର କରେ

ଉପଚାର :

୧. ସତର୍କତା ନନେଇ ବିଦ୍ୟୁତ୍ ସଂଯୋଗ ରହିଥିବା ବ୍ୟକ୍ତିକୁ ଛୁଇଁଲେ ସାହାଯ୍ୟକାରୀ ନିଜେ ସକ୍ ଦ୍ଵାରା ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିଥାନ୍ତି । ସେଥିପାଇଁ ବିଦ୍ୟୁତ୍ସଂଯୋଗ ରହିଥିବା ଆହତ ବ୍ୟକ୍ତିର ପାଖକୁ ଯିବା ପୂର୍ବରୁ ସେହି ସ୍ଥାନର ସୁଇଚ ସଂପୂର୍ଣ୍ଣ ବନ୍ଦ ହେବା ପ୍ରତି ନିଶ୍ଚିତ ହୁଏ । ଆହତ ବ୍ୟକ୍ତିକୁ ଉଦ୍ଧାର କରିବା କାର୍ଯ୍ୟରେ କୌଣସି ଧାତବ ଦ୍ରବ୍ଯ ବ୍ୟବହାର କର ନାହିଁ । ଏଥିପାଇଁ ଶୁଖିଲା କାଠ ବ୍ୟବହାର କରି ରବର ଜୋତା ପିନ୍ଧି କାଗଜ ବଣ୍ଡଳ ଉପରେ ଠିଆହୋଇ କିମ୍ବା ଶୁଖିଲା କାଠ ବା ବାଉଁଶ ଦ୍ଵାରା ବିଦ୍ୟୁତ୍ ପରିବାହୀ ତାରକୁ ଆହତ ବ୍ୟକ୍ତିଙ୍କ ସଂସ୍ପର୍ଶ ବା ପାଖରୁ ଘୁଞ୍ଚାଇ ଦେଇ ତାପରେ ଉପଚାର ପ୍ରଦାନ କର ।

୨. ଡି.ଆର୍.ଏ. ବି. ସି. କ୍ରମ ଅନୁସାରେ ଚିକିତ୍ସା ଆରମ୍ଭ କର ।

୩. ଶ୍ଵାସକ୍ରିୟା ଏବଂ ହୃତପିଣ୍ଡ କ୍ରିୟା ବନ୍ଦ ହୋଇଥାଏ, ସି.ପି.ଆର. ଆରମ୍ଭ କର ।

୪. ସକ୍ ର ଉପଚାର କର ଓ ପୋଡିଯାଇଥିବା ଅଂଶର ଚିକିତ୍ସା କର ।

୫. ଆହତ ବ୍ୟକ୍ତିକୁ ଶୀଘ୍ର ଡାକ୍ତରଖାନାକୁ ପଠାଅ ।

୬. ଆହତ ବ୍ୟକ୍ତି ସୁସ୍ଥ ଅନୁଭବ କାଲେ ମଧ୍ୟ ତାଙ୍କୁ ଡାକ୍ତରଙ୍କଦ୍ଵାରା ପରୀକ୍ଷା କରାଅ କାରଣ ବିଦ୍ୟୁତ୍ ଆଘାତରେ ପ୍ରବାହିତ ଡେରିରେ ହେବା ସମ୍ଭାବନା ହୋଇଥାଏ ।

୭. ସାଧାରଣ ସକ୍ ହୋଇଥିଲେ ଏବଂ ଶ୍ଵାସକ୍ରିୟାଓ ହୃତକ୍ରିୟା ଚାଲୁଥିଲେ ଆହତ ବ୍ୟକ୍ତିକୁ ଶୁଆଇ ରକଲ୍ହି ଗୋଡକୁ ହୃତପିଣ୍ଡଠାରୁ ଉପରକୁ ଉଠାଇ ରଖ ଏବଂ ଆହତ ବ୍ୟକ୍ତିକୁ କମ୍ବଳ କିମ୍ବା ଚଦର ଦ୍ଵାରା ଘୋଡାଇ ରଖ । ଅଯଥା ଶରୀରକୁ ଘଷାଘଷି କର ନାହିଁ । ଆହତ ବ୍ୟକ୍ତିଙ୍କ ସକ୍ ର ଲକ୍ଷଣ ପ୍ରଶମଣ ହେବାପରେ ପିଆଇଆଇ ପାରୁଥିଲେ ଗରମ କ୍ଷୀର ପିଇବାକୁ ଦିଅ ଏବଂ ତାଙ୍କ ଆଶ୍ଵାସନା ଦିଅ । ଆହତ ବ୍ୟକ୍ତିକୁ ଡାକ୍ତରଙ୍କ ପାଖକୁ ପଠାଇବାକୁ ବ୍ୟବସ୍ଥା କର ।

ଆଧାର:Odisha state centre Bhubaneswar

2.76666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top