ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ଆପଣ ଡିପ୍ରେସନର ଶିକାର କି !
ସେଆର କରନ୍ତୁ

ଆପଣ ଡିପ୍ରେସନର ଶିକାର କି !

ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି

ଡିପ୍ରେସନ

ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ସାଧାରଣତଃ ବିଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା । ମାତ୍ର ଏବେ ଏହା ଏକ ପ୍ରକାର ରୋଗରେ ପରିଣତ ହୋଇଯାଇଛି । ବିଷାଦ ଯଦିଓ ଏକ ମାନସିକ ସ୍ଥିତି ହୋଇଥାଇପାରେ ତେବେ ଏହାର କିଛି ଶାରୀରିକ ଲକ୍ଷଣ ମଧ୍ୟ ରହିଛି । ମାନସିକ ଲକ୍ଷଣ ସଙ୍ଗେ ସଙ୍ଗେ ଯଦି ଏହାର ଶାରୀରିକ ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ ତେବେ ଏହାକୁ ଚିହ୍ନଟ କରିବା ସହିତ ଏହାର ଆଂଶୁ ଚିକିତ୍ସା କରାଯାଇ  ପାରିବ ।

ବିଷାଦଗ୍ରସ୍ତ ବ୍ୟକ୍ତି ବିଶେଷ ସାଧାରଣତଃ ଚୁପ୍ ଚାପ୍ , ନୀରାଶ ଏବଂ ନକରାତ୍ମକ ଚିନ୍ତାର ବଶବର୍ତ୍ତୀ ହୋଇଥାନ୍ତି । ମାନସିକ ଦୁଃଶ୍ଚିନ୍ତା ସହ ଆନୁବାଂଶିକତା, ଅଧିକ ପରିଶ୍ରମ, ପାରିବାରିକ ସମସ୍ୟା,ଖରାପ ପରିବେଶ ଏବଂ ଏକୁଟିଆ ରହିବା ଆଦି ବିଷାଦ ବା ଡିପ୍ରେସନର ପ୍ରମୁଖ କାରଣ ଅଟେ ।ଯଦି ଏହାକୁ ଦୀର୍ଘ ସମୟ ଧରି ଅଣଦେଖ କରାଯାଏ । ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଛ’ଟି ମୁଖ୍ୟ ଶାରୀରିକ ଲକ୍ଷଣ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ ପାଇଁ ସହାୟକ ହେବ ।

ଲକ୍ଷଣ

ପିଠିରେ ଯନ୍ତ୍ରଣା

ବିଷାଦ ବା ଡିପ୍ରେସନରେ ଥିବା ଲୋକଙ୍କର ଅଧିକାଂଶ ସମୟରେ ପିଠିରେ ଯନ୍ତ୍ରଣା ହୋଇଥାଏ । ଏହାଦ୍ୱାରା ପିଠିରେ ଥିବା ମାଂସ ପେଶୀ ସଙ୍କୋଚିତ ହେବା ସହ ଅଧିକ ଶକ୍ତ ହୋଇଯାଇ ଥାଏ । ଯାହାଦ୍ୱାରା ଆପଣ ଯନ୍ତ୍ରଣାର ଶିକାର ହୋଇଥାଆନ୍ତି ।

କାନ୍ଧରେ ରକ୍କା ପଶିବା

କାନ୍ଧରେ ବାରମ୍ବାର ରକ୍କା ପଶିବା ବା ପବନ ଅଟକି ଯିବା ମଧ୍ୟ ଆପଣ ବିଷାଦ ବା ଡିପ୍ରେସନର ଅନ୍ୟ ଏକ ଲକ୍ଷଣ । ଏହା ମାଂସପେଶୀ ସଙ୍କୁଚିତ ହେବା କାରଣରୁ ହିଁ ହୋଇଥାଏ । ଅଧିକାଂଶ ସମୟରେ ଡିପ୍ରେସନ ପାଇଁ ଉର୍ଦ୍ଦିଷ୍ଟ ବଟିକା ଖାଇବା ଯୋଗୁଁ ମଧ୍ୟ ହୋଇଥାଏ ।

ଓଜନରେ ବୃଦ୍ଧି ଓ ହ୍ରାସ

ବିଷାଦରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ ହୋଇଥାଏ । ଯାହାଦ୍ୱାରା ଅଧିକାଂଶ ସମୟରେ ବ୍ୟକ୍ତିଙ୍କ ଓଜନ ହଠାତ୍ ବୃଦ୍ଧି ପାଇଯିବା ସହ ହ୍ରାସ ପାଇଯିବାର ସମସ୍ୟା ମଧ୍ୟ ଦେଖାଯାଇଥାଏ ।

ଦୁର୍ବଳତା

ଯଦି ଆପଣ ବିଷାଦରେ ଅଛନ୍ତି ତେବେ ଆପଣଙ୍କ ଅଧିକାଂଶ ସମୟରେ ଦୁର୍ବଳତା ଅନୁଭବ କରିଥାନ୍ତି । କୌଣସି କାମ କରିବାକୁ ମନ ଲାଗି ନଥାଏ କି ଫିଜିକାଲ ଫିଟ୍ ନ ଥିବାର ଆପଣ ଅନୁଭବ କରିଥାନ୍ତି ।

ସ୍କିନ ଆଲର୍ଜି

ଯଦି ଆପଣଙ୍କ ଚର୍ମରେ ବିଭିନ୍ନ ସମସ୍ୟା ଦେଖାଯାଏ ଅର୍ଥାତ୍ ଚର୍ମ କୁଣ୍ଡାଇ ହେବା ,ଦେହ ସାରା ଲାଲ ରଙ୍ଗର ଦାଗ ଦେଖାଯିବା ତଥା ଫଳିଯିବା ଏବଂ ଏଥିସହ ଶରୀରରେ ଜଳାପଡା ହେବା ବିଷାଦର ଲକ୍ଷଣ ହୋଇଥାଏ ।

ଦାନ୍ତଗତ ସମସ୍ୟା

ଦାନ୍ତରେ ବାରମ୍ବାର ସମସ୍ୟା ଦେଖାଯିବା ହେଉଛି ଡିପ୍ରେସନର ମୁଖ୍ୟ ଲକ୍ଷଣ । ଡିପ୍ରେସନ ଯୋଗୁଁ ଦାନ୍ତ ବିନ୍ଧା ହେବା ସହ ଦାନ୍ତ ମୂଳରୁ ରକ୍ତସ୍ରାବ ହୋଇଥାଏ ।

ଆଧାର କନକ ନ୍ୟୁଜ୍

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top