ସେଆର କରନ୍ତୁ

ଆଲାଝିମର ରୋଗ

ଆଲାଝିମର ରୋଗ ଯୋଗୁଁ ପ୍ରଥମେ ସ୍ମରଣ ଓ ଭାବନା ଶକ୍ତି ହ୍ରାସ ପାଇ ପରବର୍ତ୍ତୀ ପର୍ଯ୍ୟାୟରେ ଜଟିଳ ରୂପ ଧାରଣ କରେ ।

ଆଲାଝିମର ରୋଗ

ଜର୍ମାନୀର ମାନସିକ ରୋଗ ବିଶେଷଜ୍ଞ ଓ ପାଥୋଲୋଜିଷ୍ଟ ଆଲୋଇସ୍ ଆଲଖିମରଙ୍କ ନାମରେ ଆଲାଝିମର ରୋଗର ନାମକରଣ ହୋଇଛି । ଏହି ରୋଗ ପ୍ରାୟ ୬୦-୬୫ ବର୍ଷ ପରେ ଆରମ୍ଭ ହୋଇଥାଏ । ଏଥିଯୋଗୁଁ ପ୍ରଥମେ ସ୍ମରଣ ଓ ଭାବନା ଶକ୍ତି ହ୍ରାସ ପାଇ ପରବର୍ତ୍ତୀ ପର୍ଯ୍ୟାୟରେ ଜଟିଳ ରୂପ ଧାରଣ କରେ ।

ଏହି ରୋଗ ଜଟିଳ ରୂପ ଧାରଣ କଲେ, ରୋଗୀ ତା;ର ନୀତିଦିନିଆ କାମ ଯଥା- ଗାଧୋଇବା, ଖାଇବା ଆଦି ଭୁଲିଯାନ୍ତି । କ୍ରମଶଃ କଥାବାର୍ତ୍ତା କରିବା ଓ ପୋଷାକପତ୍ର ପିନ୍ଧିବା ମଧ୍ୟ ଅସୁବିଧା ହୋଇଥାଏ । ଏହି କ୍ଷେତ୍ରରେ ଔଷଧ ବ୍ୟତୀତ ପରିବାର ଲୋକଙ୍କ ଦାୟିତ୍ଵ ମଧ୍ୟ ଅଧିକ ବଢିଯାଏ ।

କାରଣ

ଏଥିଯୋଗୁଁ ମସ୍ତିଷ୍କରେ ଏକ ଜଟିଳ ପ୍ରକ୍ରିୟା ସୃଷ୍ଟି ହୋଇ ସ୍ନାୟୁ ନଷ୍ଟ ହୋଇଥାଏ । ମୁଖ୍ୟତଃ ବଂଶଗତ କାରଣ ଯୋଗୁଁ ଏହା ହୋଇଥାଏ । ମୁଖ୍ୟତଃ ମସ୍ତିଷ୍କରେ କୌଣସି ଆଘାତ ହୋଇଥିଲେ ବା ମାନସିକ ବିଷାଦ ଅଥବା ଉଚ୍ଚ ରକ୍ତଚାପ ଏହି ରୋଗର ସମ୍ଭାବନାକୁ ବଢାଇ ଦିଏ ।

ପ୍ରଭାବ

ଏହି ରୋଗରେ ପ୍ରଥମେ ପ୍ରଥମେ ମାନେ ରଖିବା, ଭାବିବା ଶକ୍ତି କମିଠାଏ । ଆସ୍ତେ ଆସ୍ତେ ଛୋଟ କାମ ଏପରିକି ନୀତିଦିନିଆ କାମକୁ ମଧ୍ୟ ଭୁଲିଯାଇ ସେଇ କାମତିକୁ ଠିକ୍ ଭାବରେ କରିପାରନ୍ତି ନାହିଁ । କ୍ରମଶଃ କଥାବାର୍ତ୍ତା କରିବା ଓ ପୋଷାକପତ୍ର ପିନ୍ଧିବାରେ ମଧ୍ୟ ଅସୁବିଧା ହୋଇଥାଏ ।

ଏହି ରୋଗର ପ୍ରଥମ ପ୍ରଥମେ ମାନେ ରଖିବା, ଭାବିବା ଶକ୍ତି କମିଠାଏ । ଆସ୍ତେ ଆସ୍ତେ ଛୋଟ କାମ ଏପରିକି ନୀତିଦିନିଆ କାମକୁ ମଧ୍ୟ ଭୁଲିଯାଇ ସେଇ କାମତିକୁ ଠିକ୍ ଭାବରେ କରିପାରନ୍ତି ନାହିଁ । କ୍ରମଶଃ କଥାବାର୍ତ୍ତା କରିବା ଓ ପୋଷାକପତ୍ର ପିନ୍ଧିବାରେ ମଧ୍ୟ ଅସୁବିଧା ହୋଇଥାଏ ।

ଏହି ରୋଗର ପ୍ରଥମ ଲକ୍ଷଣ ହେଉଛି ଲୋକଟି ପ୍ରଥମେ ପ୍ରଥମେ ଛୋଟ କାମ ଯଥା- ଟଙ୍କା ପଇସା ଚାବିକେଉଁଠି ରଖିଛି ସେ ସବୁ ଭୁଲିଯା’ନ୍ତି । ଆସ୍ତେ ଆସ୍ତେ ନିକଟରେ ଘଟିଥିବା ଘଟଣାଗୁଡିକୁ ମଧ୍ୟ ରୋଗୀ ଭୁଲିଯାଆନ୍ତି । ତା’ ପରେ କ୍ରମଶଃ ନିଜର ଅନ୍ତରଙ୍ଗ ଲୋକଙ୍କୁ ମଧ୍ୟ ଚିହ୍ନିପାରନ୍ତି ନାହିଁ । ବାରମ୍ବାର ନିଜର ନୀତିଦିନିଆ କାମରେ ବ୍ୟବହାର ହେଉଥିବା ଜିନିଷ ଯଥା – ଘଣ୍ଟା ପାନିଆ ଆଦି କେଉଁଠି ରଖନ୍ତି ତାହା ମାନେ ରହେନାହିଁ । ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରନ୍ତି । ନିଜର ନିତ୍ୟକର୍ମ ଠିକ୍ ଭାବରେ କରିପାରନ୍ତି ନାହିଁ । କେଉଁ କେଉଁ  ଦିନ ଡେରିରେ ମଧ୍ୟ କରନ୍ତି । ଏହା ରୋଗ ବହୁଦିନ ଧରି ହେଲେ ସେ ଆଦୌ ମାନେ ରଖିପାରନ୍ତି ନାହିଁ । ବାଉଳା ହୋଇ ଅବାନ୍ତର କଥା କହିଥାନ୍ତି । ନୂଆ କାମ କିଛି ବୁଝିପାରନ୍ତି ନାହିଁ । ନିଜର ପୋଷାକ ମଧ୍ୟ ନିଜର ପିନ୍ଧିପାରନ୍ତି ନାହିଁ । ଏପରି ଲୋକର ଦାୟିତ୍ଵ ନେବା ବହୁତ କଷ୍ଟ । ସେ ପ୍ରତିଦିନ ଏକ ନୂଆ କଥା କହିବାକୁ ଚେଷ୍ଟା କରିବେ ।

ଚିକିତ୍ସା କୌଣସି ପ୍ରକାର ଔଷଧ ଏହି ରୋଗକୁ ସମ୍ପୁର୍ଣ୍ଣ ଭାବେ ଭଲ କରିପାରିବ ନାହିଁ , ମାତ୍ର ଏହାର ଲକ୍ଷଣ କିଛି ମାତ୍ରାରେ କମ୍ କରିହେବ । ରୋଗର ପ୍ରକ୍ରିୟାକୁ କମାଇ ଦିଆଯାଇପାରିବ । ଔଷଧ ବ୍ଯତୀତ ପରିବାର ଲୋକଙ୍କ ଦାୟିତ୍ଵ ଅଧିକ । ଏପରି ରୋଗୀଙ୍କୁ ବଡ ବଡ ବାକ୍ୟ ନ କହି ଚିତ ଛୋଟ ଶବ୍ଦ; ଯେପରି ସେ ବୁଝିପାରିବେ, ସେପରି କହିବା ଉଚିତ୍ । ତାଙ୍କୁ ଏକ ପିଲା ଭାବି ବ୍ୟବହାର କରିବା ଉଚିତ ନୁହେଁ । ଟିଭି ଓ ରେଡିଓରେ ସାଉଣ୍ଡ କମ୍ ଦେବେ, ଦିନବେଳା ଲାଇଟ୍ ଜଳାଇବେ, ପାଖରେ ଗୋଟିଏ ବଡ ଘଣ୍ଟା ରଖିବେ । କଥା ହେବାବେଳେ ତାଙ୍କର ଯଦି କୌଣସି ଶବ୍ଦ ବା କଥା, ମାନେ ପଡୁନ ଥିବ, ତାହାହେଲେ ତାଙ୍କୁ ମାନେ ପକାଇଦେବା ଉଚିତ୍ । ଗାଧୁଆଘରେ ଯେପରି ସେ ଝୁଣ୍ଟି ନ ପଡିବେ ସେଥିପାଇଁ ଯତ୍ନଶୀଳ ହେବେ ।  ଯେଉଁ ପୋଷାକ ପିନ୍ଧିଲେ ତାଙ୍କୁ ଆରାମ ଲାଗିବ ସେହିପରି ପୋଷାକ ତାଙ୍କ ପାଖରେ ରଖିବେ । ତାଙ୍କୁ ଥରକରେ ବେସୀ ଖାଇବାକୁ ନ ଦେଇ ଅଳ୍ପ ଅଳ୍ପ କରି ଅଧିକ ଥର ଖାଇବାକୁ ଦେଲେ ଭଲ । ଖାଇବା ପାଇଁ ପ୍ଳେଟ ଅପେକ୍ଷା ଗିନା ବା ପାତ୍ରରେ ଦେଲେ ଖାଇବାକୁ ସୁବିଧା ହେବ । ରୋଗୀତି ଯଦି ଛୋଟ ଛୋଟ କାମ କରେ ଟାଙ୍କି ଉତ୍ସାହିତ କରନ୍ତୁ । ସବୁଦିନ ଶାରୀରିକ ପରିଶ୍ରମ ଯଥା – ଚାଲିବା ବଗିଚା କାମ କରିବା ଉଚିତ୍ । ସେ ନିଜକୁ ଯେତେ ସ୍ଵାଧୀନ ମାନେ କରିବେ ସେତେ ଭଲ । ଏହା ରୋଗଆତି ଯେତେବେଳେ ବଢିଯାଏ ସେତେବେଳେ ଆହୁରି ଅସୁବିଧା ହୁଏ । ଏପରିକି ବେଳେବେଳେ ବିଚନାରେ ପରିସ୍ରା କରିଦିଆନ୍ତି ଟେବୁ ଏହି ସମୟରେ ରୋଗୀକୁ ପ୍ରତିତିନି ଚାରି ଘଣ୍ଟାରେ ବାଥାରୁମ୍ ନେବା ଉଚିତ୍ । ପରିସ୍ରା ଲାଗିବାର ଲକ୍ଷଣ ଯଥା- ଅସ୍ଥିର ହେଲେ ବା ନିଜର ଲୁଗା ଟାଣିଲେ ବାଥାରୁମ୍ କୁ ସଙ୍ଗେ ସଙ୍ଗେ ନେଇଯିବେ । ଏହି ରୋଗର ସେସ ଅବସ୍ଥାରେ କେତେକ ଲୋକ କିଛି ଜାଣି ନ ପାରି ରାସ୍ତାରେ ବୁଲନ୍ତି । ତେଣୁ ସେମାନଙ୍କ ପକେଟରେ ଘରର ଠିକଣା ଲେଖିବେ । ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଆଧାର

ଡାକ୍ତର ସମ୍ରାଟ କର

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top