ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / କ୍ରୋଧ ନିୟନ୍ତ୍ରଣ ପାଇଁ ରହିଛି ଅନେକ ଉପାୟ
ସେଆର କରନ୍ତୁ

କ୍ରୋଧ ନିୟନ୍ତ୍ରଣ ପାଇଁ ରହିଛି ଅନେକ ଉପାୟ

କ୍ରୋଧ ନିୟନ୍ତ୍ରଣ ପାଇଁ ରହିଥିବା ଅନେକ ଉପାୟା,ଏହି ସମ୍ପର୍କରେ ଜାଣନ୍ତୁ ।

ଉପକ୍ରମ

ମଣିଷ ମନରେ ଏକ ଆବେଗ ହେଉଛି କ୍ରୋଧ । ସମସ୍ତ ଙ୍କର କିଛି ନା’ କିଛି କ୍ରୋଧ ରହିବା ସ୍ଵାଭାବିକ ।ମାତ୍ରା କ୍ରୋଧ ଆସିବା  ସମୟ ତାହା କିପରି ଆଚରଣ କରୁଛନ୍ତି ତାହା ମୁଖ୍ୟ କଥା । ମଣିଷ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଘଟଣାକ୍ରମରେ ରାଗି ଭୟଙ୍କର ପରିସ୍ଥିତ ସୃଷ୍ଟି ହୋଇଥାଏ । କ୍ରୋଧର ନିୟନ୍ତ୍ରଣ ପାଇଁ ରହିଥିବା ଅନେକ ଉପାୟା ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ଡା.ଙ୍କ କେତେକ ଉପାଦେୟ ତଥା ପ୍ରଦାନ କରିଛନ୍ତି ।

କ୍ରୋଧର କାରଣ

ଡା. କରଙ୍କ କହିବାନୁସାରେ, କ୍ରୋଧ 3 ପ୍ରକାର ପ୍ରଥମତଃ କ୍ରୋଧ ସୃଷ୍ଟି ହେବା କ୍ଷଣି କେତେକ ବ୍ୟକ୍ତି ପାଟିକରିଉଠନ୍ତି, ଯାହା ତତକ୍ଷଣାତ୍ ପ୍ରକଟ ହୋଇଯାଏ । ଦ୍ଵିତୀୟ ପ୍ରକାରଟି ହେଲା, ଗୋଟିଏ ଜାଗାରେ ରାଗିଥିବା ବ୍ୟକ୍ତି ଅନ୍ୟ ଉପରେ ରାଗ ସୁଝାଇଥାନ୍ତି । ଏହାଦ୍ଵାରା କୌଣସି ସମାଧାନ ହୁଏ ନାହିଁ । ବରଂ ନିରୀହ ଲୋକ କ୍ରୋଧର ଶିକାର ହୋଇଥାନ୍ତି । ତୃତୀୟ ପ୍ରକାର ବ୍ୟକ୍ତି କ୍ରୋଧକୁ ନିଜ ଭିତରେ ଚାପି ରଖନ୍ତି । ଫଳରେ ମୁଣ୍ଡ ବିନ୍ଧିବା ଭଳି କେତେକ ରୋଗର କକ୍ଷଣା ପ୍ରକାଶ ପାଏ । କେତେକ ବ୍ୟକ୍ତି ରାଗିଲେ ମାଡ ମାରିବା ବା ଖୁବ୍ ବଡପାଟିରେ ଗାଳି ଦେବାକୁ ପଛନ୍ତି ନାହିଁ । ଆଉ କେତେକ ବ୍ୟକ୍ତି ରାଗିଗଲେ କଥାବାର୍ତ୍ତା ବନ୍ଦ କରିଥାଆନ୍ତି । ଛୋଟ ପିଲାମାନେ ରାଗିବାର ଅନେକ କାରଣ ଥାଏ । ଚିକିତ୍ସକମାନେ ଏଭଳି ରୋଗୀଙ୍କ ଖାଲି ମେଡ଼ିସିନ ଦେଇ ଚିକିତ୍ସା କଲେ ହେବ ନାହିଁ । ସେମାନଙ୍କ ଘରେ ମା’ବାପା ଝଗଡା ଲାଗନ୍ତି ନା’ ନାହିଁ ବା ରାଗିବା ବଂଶଗତ କି ନୁହେଁ ତାହା ବୁଝିବାକୁ ହେବ । ତେବେ କ୍ରୋଧର ପ୍ରଶମନ ପାଇଁ କେତେତି ଦିଗ ପ୍ରତି ଧ୍ୟାନ ଦେବା ଦରକାର । କ୍ରୋଧ ସୃଷ୍ଟିର କାରଣ ଜାଣିବା ପ୍ରଥମେ ଦରକାର । ହାତ ମୁଠା କରିବା, ଦେହରୁ ଝାଳ ବାହାରିବା, ପେଟ ଖରାପ ହେବା, ମୁହଁ ଲାଲ ପଡିଯିବା ଭଳି ନାନା ଲକ୍ଷଣ ପ୍ରକାଶ ପାଇଥାଏ । ଅଳ୍ପ ରାଗିଲେ ଭଲ, ମାତ୍ରା ଅତ୍ୟଧିକ ରାଗିଯିବା ଭଳି ପରିସ୍ଥିତି ସୃଷ୍ଟି ହେଲେ ନିଜକୁ ନିୟନ୍ତ୍ରଣ କରିବା ଉଚିତ୍ ନଚେତ ସେ ସ୍ଥାନ ପରିତ୍ୟାଗ କରିବା ଶ୍ରେୟସ୍କର । ଆହୁରି ମଧ୍ୟ ୧ ରୁ ୧୦ ଯାଏ ଗଣିତା ବା ଜୋର୍ ନିଃଶ୍ଵାସ ନେବା, ମନକୁ ମନ କଥା ହେବା, ଲେଖାଲେଖି କରିବା, ଶାରୀରିକ ପରିଶ୍ରମ କରିବା । ଆଦି ଯୋଗୁଁ ରାଗ ଶାନ୍ତ ହୋଇଥାଏ । ରାଗ ଆସିଲେ ମାନସିକ ଚାପଗ୍ରସ୍ତ ନ ହୋଇ ହସିଲେ ଉପକାର ମିଳେ । ଘରେ ପିଲାମାନେ ରାଗୁଥିଲେ ସେମାନଙ୍କୁ କମ୍ ଦଣ୍ଡ ଦେଲେ ସେମାନଙ୍କ ରାଗ ଶାନ୍ତ ହୁଏ । ମାତ୍ରା ଦଣ୍ଡ ପରିମାଣ ଅଧିକ ହେଲେ ରାଗ  ବଢିଯାଇଥାଏ । ଏହାଦ୍ଵାରା ପିଲାମାନଙ୍କର ବହୁ କ୍ଷତି ହୋଇଥାଏ । ସେଥିପାଇଁ ପିଲାମାନଙ୍କୁ ବିଶେଷ କରି ପାଠପଢା ଚାପ ନ ଦେବା ଉଚିତ୍ ।

ଆଧାର

ଧରିତ୍ରୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top