ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ଜ୍ଞାନ ହିଁ ମନକୁ ନିୟନ୍ତ୍ରଣ କରେ
ସେଆର କରନ୍ତୁ

ଜ୍ଞାନ ହିଁ ମନକୁ ନିୟନ୍ତ୍ରଣ କରେ

ଜ୍ଞାନ ଲାଭ ହେଲେ ଠିକ୍ କ’ଣ ଏବଂ ଭୁଲ କ’ଣ ବୁଝିହୋଇ ସଠିକ୍ ମାନସିକତା ବିକଶିତ ହୋଇଥାଏ । ହ୍ଵନ୍ଦ୍ଵର ପ୍ରଭାବ କମ୍ ହୋଇ ମନ ସ୍ଥିର ତଥା ନିୟନ୍ତ୍ରଣ ହୋଇଥାଏ ।

ମନକୁ ନିୟନ୍ତ୍ରଣ

ମନକୁ ନିୟନ୍ତ୍ରଣ କରି ଜୟକରିବା ନିମନ୍ତେ ଜ୍ଞାନ ଆହରଣ ଆବଶ୍ୟକ । ଜ୍ଞାନ ଲାଭ ହେଲେ ଠିକ୍ କ’ଣ ଏବଂ ଭୁଲ କ’ଣ ବୁଝିହୋଇ ସଠିକ୍ ମାନସିକତା ବିକଶିତ ହୋଇଥାଏ । ହ୍ଵନ୍ଦ୍ଵର ପ୍ରଭାବ କମ୍ ହୋଇ ମନ ସ୍ଥିର ତଥା ନିୟନ୍ତ୍ରଣ ହୋଇଥାଏ । ‘ଯୋଗସୂତ୍ର’ ମନଜୟ ନିମନ୍ତେ ସର୍ବାକୁଷ୍ଟ ସୃଷ୍ଟି ଓ ଏଥିରେ ଥିବା ଅଷ୍ଟାଙ୍ଗ ସାଧନାର ପ୍ରଥମଅଙ୍ଗ ‘ଯମ’ ରେ ସାମାଜିକ ଜୀବନରେ କିଭଳି ଚଳିବାକୁ ହେବ ଏବଂ ଏହାଦ୍ଵାରା ମନ ନିୟନ୍ତ୍ରଣ ହେବ ତାହା ଦର୍ଶାଯାଇଛି । ‘ଯମ’ ରେ ପାଞ୍ଚଟି ଅନୁଶାସନ ରହିଛି । ସେଥିରୁ ପ୍ରଥମଟି ହେଲା ଅହିଂସା । ଅହିଂସା କ୍ରୋଧ ଉପରେ ବିଜୟ ଦ୍ଵାରା ସମ୍ଭବ ହୋଇଥାଏ । ହିଂସା ମନୋବୃତ୍ତି, କ୍ରୋଧ, ଅହଂକାର ସହ ଲୋଭ ଓ ଈର୍ଷା ଭଳି ମାନସିକତାରୁ ସୃଷ୍ଟି ହୋଇଥାଏ ।

ବ୍ୟକ୍ତିଗତ ଓ ସାମାଜିକ ଅସନ୍ତୁଳନ

ହିଂସା ଦ୍ଵାରା ବ୍ୟକ୍ତିଗତ ଓ ସାମାଜିକ ଅସନ୍ତୁଳନ ସୃଷ୍ଟି ହୋଇ ଅନେକ କ୍ଷୟକ୍ଷିତ ହୋଇଥାଏ । ଜୀବହାନି, ଶତ୍ରୁତାଭୟ ଓ ଅଶାନ୍ତି ଆଦି ସୃଷ୍ଟି ହୋଇ ମନ ଅସ୍ଥିର ରହିବା ସହ ନିଜରଓ ଅନ୍ୟମାନଙ୍କ ଜୀବନ ଦୁର୍ବିସହ କରିଥାଏ । ଟିକେ ଚିନ୍ତା କରନ୍ତୁ ଯେ; ଗୋଟିଏ ହିଂସାତ୍ମକ ବ୍ୟକ୍ତି ପାଇଁ ତା’ର ପରିପାର୍ଶ୍ଵ କିପରି ଭୟପୂର୍ଣ୍ଣ ଓ ଖରାପ ହୋଇଥାଏ । କ୍ରୋଧ ହିଂସାର ମୂଳ ମଞ୍ଜି । କ୍ରୋଧ ଏକ ଭୟାନକ ମାନସିକ ବ୍ୟାଧି । ଏହି ବ୍ୟାଧିରୁ ମୁକ୍ତି ନିମନ୍ତେପ୍ରଥମେ କ୍ରୋଧ ଦ୍ଵାରା ଲାଭକ୍ଷତି ବୁଝିବା ସହ ସମସ୍ତଙ୍କୁ ଭଲ ପାଇବାର ଅଭ୍ୟାସ କରିବାକୁ ପଡିବ । ଅନ୍ୟମାନଙ୍କ ଭୁଲ ଆଚରଣକୁ କ୍ଷମା କରିବାର ଅଭ୍ୟାସ କରନ୍ତୁ ଓ ଜବରଦସ୍ତ ସମସ୍ତଙ୍କୁ ଭଲପାଇବାର ଅଭ୍ୟାସ କରନ୍ତୁ । କ୍ରୋଧ ଓ ହିଂସାତ୍ମକ ଆଚରଣ ଦ୍ଵାରା ଅନ୍ୟ ଅପେକ୍ଷା ନିଜର ଅଧିକ କ୍ଷତି ହୋଇଥାଏ । ଅଧିକ ଶତ୍ରୁ ସୃଷ୍ଟି ହେବା ସହ ଅଶାନ୍ତି ଓ ଭୟ ଅଧିକ ବଢିଥାଏ । କୌଣସି ହିଂସାତ୍ମକ ଆଚରଣ କଲେ ସମାଜ ଦ୍ଵାରା ଦଣ୍ଡିତ ହେବାର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ଏହାଦ୍ଵାରା ବ୍ୟକ୍ତିଗତ ସ୍ଵାଧୀନତା ନଷ୍ଟ ହୋଇ ଜୀବନ ବିକଶିତ ହେବା ପରିବର୍ତ୍ତେ ସଂକୁଚିତ ହୋଇଥାଏ; ତେଣୁ ସ୍ଵାଧୀନତା, ଶାନ୍ତି ସୁସ୍ଥତା ମାନ ସମ୍ମାନ ଓ ବିକାଶ ନିମନ୍ତେ ଅହିଂସାରେ ପ୍ରତିଷ୍ଠିତ ହେବାକୁ ପଡିବ ।

ହିଂସାକୁ କମ୍ କରିବା ଅହିଂସା

ଅହିଂସାର ଅର୍ଥ ନୁହେଁ ଯେ ହିଂସା ଆଦୌ ନ କରିବା ବରଂ ହିଂସାକୁ କମ୍ କରିବା ଅହିଂସା । ମନେରଖନ୍ତୁ ଆପଣ ଦୟାପୂର୍ବକ ଗୋଟିଏ ଆତଙ୍କବାଦିକୁ ଣ ମାରି ଛାଡିଦେଲେ; ପରେ ସେହି ଆତଙ୍କବାଦୀ ଅନେକ ଲୋକଙ୍କ ହତ୍ୟାର କାରଣ ହୋଇପାରେ । ଆପଣ ଗୋଟିଏ ଲୋକକୁ ମାରିଥିଲେ ଅନେକ ଲୋକଙ୍କମୃତ୍ୟୁକୁ ରୋକି ପାରିଥାନ୍ତି । ତେଣୁ ଆତଙ୍କବାଦୀକୁ ଛାଡି ଆପଣଅଧିକା ହିଂସା ଆଚରଣ କଲେ । ବାଘ ଯଦି ମଣିଷ ମାରିବ; ତେବେ ସେ ବାଘକୁ ମାରିଦେବା ଅହିଂସା ଏବଂ ରୋଗୀକୁ ଭଲ କରିବା ନିମନ୍ତେ ଅସ୍ତ୍ରାପଚାର କରୁଥିବାବେଳେ ରୋଗୀ ମରିଗଲେ ତାହା ହିଂସା ନୁହେଁ । କେବଳ କ୍ରୋଧଲାଭ ଅହଂକାର ଓ ଈର୍ଷାରୁ ଜନ୍ମ ନେଉଥିବା ହିଂସାର ଦମନ କରାଯିବା ଦରକାର ।

ତେଣୁକରି ଆପଣଙ୍କ ମନରେ କ୍ରୋଧ ଜାଗ୍ରତ ହେଲାମାତ୍ରେ; ତୁରନ୍ତ ଏହାକୁ ଦମନ କରନ୍ତୁ । ନିଜର ବୁଝାନ୍ତୁ ଯେ ଏହା ଆପଣଙ୍କର ନୁଯାର କୌଣସି ଦୁର୍ବଳତା ଯୋଗୁଁ ସୃଷ୍ଟି ହେଉଛି ଏବଂ ଏହା ଦ୍ଵାରା କେବଳ ଆପଣଙ୍କର ହିଁ କ୍ଷତି ହେବ । ଏହିପରି ବାରମ୍ଭାର କରିବା ଦ୍ଵାରା କ୍ରୋଧ ଦମନ ହେବ ।

ଏହାଛଡା ଧ୍ୟାନସ୍ଥ ହୋଇ ମନକୁ ଚିନ୍ତାମୁକ୍ତ ଓ ସ୍ଥିର କରି ହିଂସାର କୁପ୍ରଭାବ ଓ ଅହିଂସାରେ ପ୍ରତିଷ୍ଠିତ ହେଲେ କିଭଳି ଚିରନ୍ତନ ଶାନ୍ତି ମିଳିବ, ସେ ସମ୍ପର୍କରେ ଅନୁଧ୍ୟାନ କରିବା ଆବଶ୍ୟକ ।

ଆଧାର

ସମାଜ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top