ସେଆର କରନ୍ତୁ

ନିଦ ଆସୁ ନ ଥିଲେ

ଅନିଦ୍ରା ଆଜିକାଲିର ଯୁବପିଢିଙ୍କ ଏକ ପ୍ରମୁଖ ସମସ୍ୟା ପାଲଟିଗଲାଣି ।

ଉପକ୍ରମ

ଅନିଦ୍ରା ଆଜିକାଲିର ଯୁବପିଢିଙ୍କ ଏକ ପ୍ରମୁଖ ସମସ୍ୟା ପାଲଟିଗଲାଣି । ତେବେ ଲେଟ୍ ନାଇଟ୍ ପାର୍ଟି, ନିଶାଦ୍ରବ୍ୟ ସେବନ ପାଠପଢା ତଥା କାମର ଚାପ ଅଧିକ ଚିନ୍ତା ଭଳି ବିଭିନ୍ନ ସମସ୍ୟା ହେଉଛି ଏହାର  କାରଣ । ଏହାବ୍ୟତୀତ ମଧ୍ୟରେ ଆହୁରି ଅନେକ କାରଣ ଯୋଗୁଁ ନିଦ୍ରାହୀନତା ସମୟା ଦେଖାଦେଇଥାଏ ଯଶହା ପ୍ରତି ଯୁବପିଢି ଅବଗତ ନ ଥାନ୍ତି ।

ଜାଣିବା କଥା

  1. ଅନେକ ୟୁବିପିଢି ରାତିରେ ନିଦ ଆସିବା ପର୍ଯ୍ୟନ୍ତ ବାରମ୍ବାର ଫୋନ୍ ଚେକ୍ କରିଥାନ୍ତି । ତେବେ କେବଳ ଫୋନ୍ ଦେଖିବା ନୁହେଁ ଶୋଇବା ପୂର୍ବରୁ ଟିଭି ଦେଖିବା କିମ୍ବା କମ୍ପ୍ୟୁଟରରେ କାମ କରିବା ଦ୍ଵାରା ମଧ୍ୟା ଶରୀରରେ ମେଲାଟୋନିନ୍ ସ୍ଲିପ ହରମୋନ୍ ର ସ୍ତର ହ୍ରାସ ପାଇଥାଏ । ଫଳରେ ଶୀଘ୍ର ନିଦ ଆସି ନ ଥାଏ । କେବଳ ସେତିକି ନୁହେଁ ଏହାଦ୍ଵାରା ଶରୀରରେ କାର୍ଟିସୋଲ୍ ହରମୋନ୍ ମଧ୍ୟ ସୃଷ୍ଟି ହୋଇଥାଏ । ଯାହାଦ୍ଵାରକ ସକାଳୁ ଶୀଘ୍ର ନିଦ ଭାଙ୍ଗିଯାଏ । ତେଣୁ ସବୁବେଳେ ରାତିରେ ଶୋଇବା ସ୍ଥାନରେ ଫୋନ୍ କୁ ଦୂରେଇ ରଖନ୍ତୁ ଏବଂ ଶରୀରକୁ ସୁସ୍ଥ ରଖିବା ଲାଗି ଦିନକୁ ଅତି କମ୍ରେ ୭-୮ ଘଣ୍ଟା ଶୁଅନ୍ତୁ ।
  2. ଶୋଇବା ସମୟରେ ଶରୀରର ତାପମାତ୍ରା ପରିବର୍ତ୍ତନ ହେଉଥାଏ , ଏମିତିରେ ଯଦି ଶୋଇବା ଘରର ତାପମାତ୍ରା ମଧ୍ୟା ଅଧିକ ରୁହେ, ତା’ ହେଲେ ଶରୀର ଗରମ ହେବା ଯୋଗୁ ନିଦ ଆସିବାରେ ସମସ୍ୟା ଦେଖାଦେଇଥାଏ ।
  3. ସକାଳେ ବ୍ୟାୟାମ କରିବା ଦ୍ଵାରା ଶରୀର ଓ ମନ ସୁସ୍ଥା ରହିବା ସହିତ କାମ କରିବା ପାଇଁ ଫୁର୍ତ୍ତି ଲାଗିଥାଏ । କିନ୍ତୁ ଅନେକେ ଯୁବପିଢି ପାଠପଢା ଏବଂ ଚାକିରି ଯୋଗୁଁ ସମୟ ଅଭାବରୁ ସନ୍ଧ୍ୟା ସମୟରେ କିମ୍ବା ରାତିରେ ଶୋଇବା ପୂର୍ବରୁ ବ୍ୟାୟାମ କରିଥାନ୍ତି । ଏଭଳି ଅସମୟରେ ବ୍ୟାୟାମ କରିବା ଯୋଗୁ ଶରୀରର ଏନର୍ଜି ଲେଭଲ ବୃଦ୍ଧି ପାଇ ସହଜରେ ନିଦ ଆସି ନ ଥାଏ ।
  4. ରାତିରେ ଅଧିକ ନିଶା ଦ୍ରବ୍ୟ ସେବନ କରିବା ଦ୍ଵାରା ଶୀଘ୍ର ନିଦ ଟ ଆସିଯାଏ କିନ୍ତୁ ବାରମ୍ବାର ନିଦ ମଧ୍ୟା ଭାଙ୍ଗିଯାଏ । ଯଦ୍ୱାରା ଶରୀରକୁ ସଂପୂର୍ଣ୍ଣ ନିଦ୍ରା ମିଳିପାରେ ନାହିଁ । ତେଣୁ ସଂପୂର୍ଣ୍ଣ ନିଦ୍ରା ପାଇଁ ନିଶା ଦ୍ରବ୍ୟ ସେବନଠାରୁ ଦୂରେଇ  ରୁହନ୍ତୁ ।
  5. ଦିନରେ ଅଧିକ ସମୟ ଶୋଇବା ଦ୍ଵାରା ମଧ୍ୟା ରାତିରେ ଶୀଘ୍ର ନିଦ ଆସେ ନାହିଁ । ତେଣୁ ଦିନରେ ଅଧିକ କ୍ଳାନ୍ତି ଅନୁଭୂତ ହେଉଥିଲେ ଘଣ୍ଟା ଘଣ୍ଟା ଧୀର ନ ସୋଇ ୨୦-୩୦ ମିନିଟ୍ ଶୋଇପାରିବେ । ଏହାଦ୍ଵାରା ଦିନରେ ଲାଗୁଥିବା କ୍ଳାନ୍ତି ଦୂର ହେବା ସହିତ ରାତିରେ ନିଦ ଆସିବାରେ ମଧ୍ୟ ବାଧା ସୃଷ୍ଟି ହେବ ନାହିଁ ।
  6. ରାତିରେ ଭୋକରେ ଶୋଇବା ଏପରିକି ଆବଶ୍ୟକତାଠାରୁ କମ୍ ଖାଦ୍ୟ ଖାଇଲେ ମଧ୍ୟା ନିଦ ସଂପୂର୍ଣ୍ଣ ନ ହୋଇ ରାତିରେ ବାରମ୍ବାର ନିଦ ଭାଙ୍ଗିବା ଭଳି ସମସ୍ୟା ଦେଖାଦେଇଥାଏ ।
  7. ସମୟ ଅଭାବରୁ ଅନେକ ଯୁବପିଢି ନିଜ ବେଡ୍ ରୁମ୍ କୁ ଅସଜଡା କରି ରଖିଥାନ୍ତି ହେଲେ ଜାଣିଛନ୍ତି ଏହି ଅସଜଡା ବେଡ୍ ରୁମ୍ ମଧ୍ୟ ଅନିଦ୍ରାର କାରଣ ସାଜିପାରେ । ବେଳେବେଳେ ରାତିରେ ଶୋଇବା ସମୟରେ ରୁମ୍ ରେ ଅସଜଡା ହୋଇ ପଡିଥିବା ଜିନିଷକୁ ଦେଖିଲେ ଚିଡା ଲାଗିଥାଏ । ଫଳରେ ନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ସବୁବେଳେ ନିଜ  ଆଖିପାଖ ପରିବେଶ ଏବଂ ଶୋଇବା ଘରକୁ ସଫାସୁତୁରା ରଖିବା ଚେଷ୍ଟା କରନ୍ତୁ ।
  8. ସାଧାରଣତଃ ରାତି ୧୦ରୁ ସକାଳ ୬ତା ହେଉଛି ସୁନିଦ୍ରାର ସମୟ । ତେଣୁ ରାତି ଡେରିରେ ଶୋଇବା ଯୋଗୁ ଶରୀରରେ ସ୍ଳିପ୍ ସାଇକେଲ ରେ ବାଧା ପ୍ରାପ୍ତ ହୋଇଥାଏ ଏହାଦ୍ଵାରା ଭଲି ନିଦ ନ ହେବା ସହିତ ସକାଳୁ କ୍ଳାନ୍ତି ଅନୁଭବ ହୋଇଥାଏ ।

ଆଧାର

ଧରିତ୍ରୀ

2.89473684211
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top