ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ଫେସ୍ ବୁକ୍ ରୁ ଜାଣିହେବ ମାନସିକ ଅସୁସ୍ଥତା
ସେଆର କରନ୍ତୁ

ଫେସ୍ ବୁକ୍ ରୁ ଜାଣିହେବ ମାନସିକ ଅସୁସ୍ଥତା

ଫେସ୍ ବୁକ୍ ଷ୍ଟାଟସ୍ ‘ଲାଇକ୍ସ’ ଏବଂ ଏପରି କି ଫଟୋ ମାନସିକ ଅସୁସ୍ଥତା ଚିହ୍ନଟ କରିବାରେ ସହାୟତା କରିପାରେ ବୋଲି ଏକ ନୂଆ ଅଧ୍ୟାୟନରେ ଜାଣିବାକୁ ମିଳିଛି ।

ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ

ଫେସ୍ ବୁକ୍ ଷ୍ଟାଟସ୍ ‘ଲାଇକ୍ସ’ ଏବଂ ଏପରି କି ଫଟୋ ମାନସିକ ଅସୁସ୍ଥତା ଚିହ୍ନଟ କରିବାରେ ସହାୟତାକରିପାରେ ବୋଲି ଏକ ନୂଆ ଅଧ୍ୟାୟନରେ ଜାଣିବାକୁ ମିଳିଛି । ବ୍ରିଟେନ୍ ସ୍ଥିତ କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟର ଗବେଷଙ୍କ କହିବାନୁଯାୟୀ ମାନସିକ ଅସୁସ୍ଥତା ଆରମ୍ଭ ହେବାର ଲକ୍ଷଣ ଜାଣିବା ପାଇଁ ବ୍ୟବହାରକାରୀଙ୍କ ସୋସିଆଲ ନେଟ୍ ୱାର୍କିଂ ସାଇଟ୍ କୁ ଉପଯୋଗ କରାଯାଇପାରେ । ଏହି ଅଧ୍ୟୟନର ପ୍ରମୁଖ ଲେଖନ ଡକ୍ଟର ବେକି ଇଙ୍କଷ୍ଟର କହନ୍ତି, “ ଫେସ୍ ବୁକ୍ ବହୁଳ ଭାବରେ ଲୋକପ୍ରିୟତା ହାସଲ କରିଛି । ମାନସିକ ଚାପ କ୍ଷେତ୍ରରେ ସମସ୍ୟା ଜାଣିବା ପାଇଁ ଏହା ଆମକୁ ତଥ୍ୟ ଯୋଗାଇଦେଇପାରେ ଇଙ୍କଷ୍ଟର ଏବଂ ତାଙ୍କର ସାଥୀମାନେ କହନ୍ତି ଯେ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରିବାକୁ ଫେସ୍ ବୁକ୍ ବ୍ୟବହାର କରାଯାଇପାରେ” ।

ଗବେଷକଙ୍କ ମତରେ ଅସୁସ୍ଥାର ସଂକେତ

ଆମେରିକାସ୍ଥିତ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ବିଜନେସ୍ ସ୍କୁଲର ସହ – ଲେଖନ ମାଇକେଲ୍ କୋସିଂସ୍କି କୁହନ୍ତି, ନିଜ ଦ୍ଵାରା ପରିପ୍ରକାଶ ହେଉଥିବା ସୂଚନା ଅପକ୍ଷା ଫେସ୍ ବୁକ୍ ତଥ୍ୟ ଅଧିକ ନିର୍ଭରଶୀଳ । ବ୍ୟବହାରକାରୀଙ୍କ ବିଷୟରେ ଅପଟେଟ୍ ତଥ୍ୟ ଶେୟାର ଏବଂ ଲାଇକ୍ସ ସୁସ୍ଥା ସୂଚନା ଯୋଗାଇଦେଇପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଷ୍ଟାଟସ୍ ଅପଡେଟ୍ ର୍ବେ ବ୍ୟବହୁତ ଭାଷା, ଭାବପ୍ରବଣତା ଏବଂ ବିଷୟବସ୍ତୁକୁ ବିଶ୍ଳେଷଣ କରି ବ୍ୟବହାରକାରୀଙ୍କ ମାନସିକ ଅସୁସ୍ଥାର ପ୍ରାରମ୍ଭିକ ସଂକେତ ଅଥବା ଲକ୍ଷଣ ପାଇବା ସମ୍ଭବ ହୋଇପାରେ ବୋଲି ଗବେଷକ ମାନେ ମତ ଦେଇଛନ୍ତି । ଏପରି କି ଫଟୋ ଗ୍ରାଫ୍ ମଧ୍ୟ ନୂଆ ତଥ୍ୟ ଯୋଗାଇ ଦେଇପାରେ । ଫେସ୍ ବୁକ୍ ହେଉଛି ବିଶ୍ଵର ସର୍ବବୃହତ୍ ଫଟୋ ଆଦାନପ୍ରଦାନ ୱେବ୍ ସାଇଟ୍ । ଦୈନିକ 35 କୋଟି ଫଟୋ ଏଥିରେ ଅପଲୋଡ୍ ହୁଏ । ସ୍ଵୟିଙ୍ଗ କ୍ରିୟ ଚାବି ବିଶ୍ଳେଷଣ ପଦ୍ଧତି ଦ୍ଵାରା ଭାବପ୍ରବଣଗତ ମୁଖମଣ୍ଡଳର ଭାଷାକୁ ବୁଝାଯାଇପାରେ ବୋଲି ଗବେଷକମାନେ କହିଛନ୍ତି ।

ଫେସ୍ ବୁକ୍ ସମ୍ପର୍କ ଜଣକର ଏକଲାପଣ ଦୂରେଇବା ସହିତ ସମାଜଠାରୁ ପୃଥକ୍ ରହୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ସାଥୀ ସୃଷ୍ଟି କରିପାରେ । ଗବେଷକମାନେ ଦର୍ଶାଇଛନ୍ତି ଯେ, ଜେନ ବ୍ୟକ୍ତିର ମଦ୍ୟପାନ ହ୍ରାସ ଏବଂ ମାନସିକ ଚାପ ଭଳି ଲକ୍ଷଣକୁ କମ୍ କରିବା କ୍ଷେତ୍ରରେ ଫେସ୍ ବୁକ୍ ଖୁବ୍ ସହାୟକ ହୋଇଥାଏ । ଏହି ଅଧ୍ୟୟନ ଲାନ୍ ସେଟ୍ ସାଇକି ଆଟ୍ରିରେ ପ୍ରକାଶିତ ହୋଇଛି ।

ଆଧାର

"www.dharitri.com"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top