ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ବିଶ୍ଵ ମାନସିକ ସ୍ୱାସ୍ଥ୍ୟଦିବସର ସଂକଲ୍ପ
ସେଆର କରନ୍ତୁ

ବିଶ୍ଵ ମାନସିକ ସ୍ୱାସ୍ଥ୍ୟଦିବସର ସଂକଲ୍ପ

ମାତ୍ର ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପରେ ହିଁ ବେଶୀ ଧ୍ୟାନ ଦେଇଥାନ୍ତି ।

ଉପକ୍ରମ

ସୁସ୍ଥ ମନିଷଟିଏ କହିଲେ ଉଭୟ ଶାରୀରିକ ସୁସ୍ଥତା ଓ ମାନସିକ ସୁସ୍ଥତାକୁ ବୁଝାଏ । ମାତ୍ର ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପରେ ହିଁ ବେଶୀ ଧ୍ୟାନ ଦେଇଥାନ୍ତି । ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି ।

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ସାଂପ୍ରତିକ ସର୍ବେକ୍ଷଣରୁ ଜଣାପଡିଛି। ଯେ ସାରା ବିଶ୍ଵରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ଵାରା ଆକ୍ରାନ୍ତ । ଭାରତ ବର୍ଷରେ ମାନସିକ ରୋଗୀଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅନୁମାନରୁ ଜଣା ପଢଛ ୨୦୨୦ ମସହା ସୁଦ୍ଧା ଆମ ଦେଶରେ ପ୍ରାୟ ୨୦ ପ୍ରତଶତ ଲୋକ ବିଭିନ୍ନ ମାନସିକ ସମସ୍ୟାର ଶିକାର ହେବେ । ଅଧିକାଂଶ  ମାନସିକ ସମସ୍ୟା ୧୫ ବର୍ଷ ବୟସ ପୂର୍ବରୁ ହିଁ ଆରମ୍ଭ ହୋଇଥାଏ । ମାତ୍ର ବିଡମ୍ବନା ଯେ ଭାରତରେ ମାନସିକ ରୋଗ ବିଶେଷଜ୍ଞଙ୍କର ଘୋର ଅଭାବ ରହିଛି । ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୩ ଜଣ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଉପଲବ୍ଧ ଅଛନ୍ତି ।

ଆମ ଦେଶ ଲୋକମାନଙ୍କ ମଧ୍ୟରେ ଦେଖା ଯାଉଥିବା ପ୍ରମୁଖ ମାନସିକ ରୋଗ ଗୁଡିକ ହେଲା ଅବସାଦ ରୋଗ (ଡିପ୍ରେସନ), ସ୍କିଜୋଫ୍ରେନିଆ, ମାନସିକ ଉଦବେଗ ରୋଗ (ଏଙ୍ଗଜାଇଟି) ଓ ବାଇପୋଲର ରୋଗ ଆଦି । ଏଥି ମଧ୍ୟରୁ ଅବସାଦ ରୋଗ ସର୍ବାଧକ ମାତ୍ରାରେ ଦେଖା ଯାଇଥାଏ । କିନ୍ତୁ ସ୍କିଜୋଫ୍ରେନିଆ ରୋଗ ସବୁଠାରୁ ଗୁରୁତର ମାନସିକ ରୋଗ ଅଟେ । ଏହି ସବୁ ମାନସିକ ରୋଗ ଯୋଗୁଁ ବର୍ତ୍ତମାନ ଆତ୍ମହତ୍ୟାର ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ମାନସିକ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି । ଲୋକମାନେ ଭାବନ୍ତି ମାନସିକ ରୋଗର ଚିକିତ୍ସା ସମ୍ଭବ ନୁହେଁ ଏବଂ ଏହା କେବେ ଭଲ ହୋଇ ପାରିବ ନାହିଁ । ଅନ୍ୟ କେତେକ ଲୋକ ଭାବନ୍ତି ମାନସିକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧ ସେବନ କଲେ ଏହା ଉପରେ ନିର୍ଭରଶୀଳତା ବଢି ଯାଏ, ଏଗୁଡ଼ିକୁ ସାରା ଜୀବନ ଖାଇବାକୁ ପଡେ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ଖରାପ ପ୍ରଭାବ ପଡିଥାଏ । ମାତ୍ର ଏସବୁ ଭୁଲ ଧାରଣା ଅଟେ । କେତେକ ନିର୍ଦ୍ଦିଷ୍ଟ ମାନସିକ ରୋଗ ଛଡା ଅନ୍ୟ କୌଣସି ରୋଗରେ ସାରା ଜୀବନ ଔଷଧ ଖାଇବାକୁ ପଡେ ନାହିଁ । ମାନସିକ ରୋଗୀମାନେ ଆମ ସମାଜରେ ବିଭିନ୍ନ ନିନ୍ଦା ଓ ଅପବାଦର ଶିକାର ହୋଇ ଥାଆନ୍ତି, ଯାହା ଫଳରେ ସେମାନେ ନିଜ ସମସ୍ୟା ସମ୍ବନ୍ଧରେ ଅନ୍ୟମାନଙ୍କୁ ଜଣାଇବା ପାଇଁ ଲଜ୍ଜା ଅନୁଭବ କରି ଥାଆନ୍ତି । ଲୋକ ମାନଙ୍କ ମଧ୍ୟରେ ମାନସିକ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଠିକ ସୂଚନାର ଅଭାବ ରହିଛି, ଯାହାଦ୍ଵାରା ସେମାନେ ଠିକ ସମୟରେ ଡାକ୍ତରଙ୍କର ପରାମର୍ଶ ନିଅନ୍ତି ନାହିଁ । କିଛି ଲୋକ ନିଜର ଅନ୍ଧ ବିଶ୍ଵାସ ଯୋଗୁଁ ଗୁଣିଗାରେଡିରେ ଅଯଥା ସମୟ ନଷ୍ଟ କରନ୍ତି । ଏହାଫଳରେ ରୋଗର ପ୍ରକୋପ ବଢେ ଓ ଡେରିରେ ଚିକିତ୍ସା ଆରମ୍ଭ କଲେ ବେଶୀ ଦିନ ଔଷଧ ଖାଇବାକୁ ପଡେ ଏବଂ ରୋଗ ସଂପୂର୍ଣ୍ଣ ଠିକ ହେବାର ସମ୍ଭାବନା କମି ଯାଏ ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ବିଶ୍ଵ ମାନସିକ ସଂଘର ମିଳିତ ଆନୁକୂଲ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧୦ ତାରିଖରେ ବିଶ୍ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳନ କରାଯାଇଥାଏ । ଏହି ଦିବସ ପାଳନର ପ୍ରମୁଖ ଲକ୍ଷ୍ୟ ହେଲା ବିଭିନ୍ନ ମାନସିକ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା । ଏହାସହିତ ମାନସିକ ରୋଗ ସମ୍ବନ୍ଧରେ ଜନସାଧାରଣଙ୍କୁ ସଠିକ ସୂଚନା ଦେବା ପାଇଁ ବିଭିନ୍ନ ସରକାରୀ, ଘରୋଇ ସଂସ୍ଥା ତଥା ସେଚ୍ଛାସେବୀ ସଂଗଠନମାନଙ୍କୁ ପ୍ରୋତ୍ସାହିତ କରିବା । ସମସ୍ତେ ଜାଣିରଖିବା ଉଚିତ ଯେ ମାନସିକ ରୋଗୀମାନଙ୍କ ପ୍ରତି କୌଣସି ଭେଦଭାବ ଓ ପକ୍ଷପାତିତା ପ୍ରଦର୍ଶନ ନ କରି ସଠିକ ଚିକିତ୍ସା କଲେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ହେବ । ଏହା ସହିତ ଲୋକମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ମଧ୍ୟ ଏହି ଦିବସର ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ ଅଟେ |

ଚଳିତ ବର୍ଷ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସର ଅଭିବ୍ୟକ୍ତି ହେଉଛି "କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ" । ଏହା ଏକ ଗୁରୁତପୂର୍ଣ୍ଣ ବିଷୟ ଅଟେ । ପ୍ରତ୍ୟେକ ବ୍ୟକ୍ତି ଉତ୍ତମ ମାନସିକ ସ୍ଵାସ୍ଥ୍ୟ ପାଇଁ କେତେକ ଉପାୟ ଅବଲମ୍ବନ କରିବା ଉଚିତ । ସର୍ବଦା ସୁସ୍ଥ ଜୀବନ ଶୈଳୀ ଅନୁସରଣ କରନ୍ତୁ । ପ୍ରତିଦିନ ଉପଯୁକ୍ତ ଶାରୀରିକ ପରିଶ୍ରମ ଓ ବ୍ୟାୟମ କରନ୍ତୁ, ସୁଷମ ଓ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । କାରଣ ସୁସ୍ଥ ଶରୀରରେ ହିଁ ସୁସ୍ଥ ମନଟିଏ ରହି ପାରିବ । ସମସ୍ତ ପ୍ରକାରର ନିଶା ଦ୍ରବ୍ୟ, ଉତ୍ତେଜକ ଖାଦ୍ୟ ଓ ପାନୀୟଠାରୁ ଦୂରେଇ ରୁହନ୍ତୁ । ଏସବୁ ପଦାର୍ଥ ଆପଣଙ୍କର ମାନସିକ ସନ୍ତୁଳନକୁ ନଷ୍ଟ କରିଥାଏ । ଜୀବନର ସମସ୍ତ ସମସ୍ୟାକୁ ଧାର୍ଯ୍ୟର ସହିତ ସମାଧାନ କରନ୍ତୁ । ଦରକାର ପଡିଲେ ଅନ୍ୟମାନଙ୍କର ସାହାଯ୍ୟ ନିଅନ୍ତୁ । ନିଜର ନିକଟତର ଲୋକଙ୍କୁ ନିଜ ମନର କଥାକୁ ଜଣାନ୍ତୁ । ବ୍ୟସ୍ତ ଜୀବନରେ କିଛି ସମୟ ବାହାର କରି ଆତ୍ମନିରୀକ୍ଷଣ ଓ ବିଶ୍ଳେଷଣ କରନ୍ତୁ । ଏସବୁ ଉପାୟ ଅବଲମ୍ବନ କରିବା ଦ୍ଵାରା ମନକୁ ସୁସ୍ଥ ଓ ଅବସାଦମୁକ୍ତ ରଖିହେବ ।

ସଂଗୃହିତ :ଡ. ସତ୍ୟକାମ ମହାପାତ୍ର

3.03571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top