ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ମନକୁ କିପରି କରିବେ ନିୟନ୍ତ୍ରଣ
ସେଆର କରନ୍ତୁ

ମନକୁ କିପରି କରିବେ ନିୟନ୍ତ୍ରଣ

ଅନ୍ୟମନସ୍କ ରହିବା ଏକ ପ୍ରକାର ବଦଭ୍ୟାସ । ବେଳେବେଳ ପରିସ୍ଥିତି ଚାପରେ ପଡି ମଧ୍ୟ ଲୋକାମାନେ ଅନ୍ୟମନସ୍କ ରୁହନ୍ତି ।

ଅନ୍ୟମନସ୍କ

ଅନ୍ୟମନସ୍କ ରହିବା ଏକ ପ୍ରକାର ବଦଭ୍ୟାସ । ବେଳେବେଳ ପରିସ୍ଥିତି ଚାପରେ ପଡି ମଧ୍ୟ ଲୋକାମାନେ ଅନ୍ୟମନସ୍କ ରୁହନ୍ତି । ବିଶେଷ କରି ଯୁବାବସ୍ଥାରେ ହିଁ ଲୋକେ ଏହି ପରିସ୍ଥିତିର ଶିକାର ହୁଅନ୍ତି । ଅନ୍ୟମନସ୍କ ହେବା ହେତୁ ପାଠରୁ ଆରମ୍ଭ କରି ଚାକିରୀ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଥାଏ । ତେଣୁ ଆସନ୍ତୁ ଜାଣିବା ମନକୁ କିପରି ନିୟନ୍ତ୍ରଣ କରିବେ ।

ମନକୁ କିପରି ନିୟନ୍ତ୍ରଣ କରିବେ

  1. ଫୋନକୁ ସାଇଲେଣ୍ଟ ମୋଡରେ ରଖନ୍ତୁ- ଆଜିର ଦୈନନ୍ଦିନ ଜୀବନରେ ଲୋକମାନେ ଗୋଟିଏ ଦିନ ମଧ୍ୟ ଫୋନ ବିନା ରହି ପାରୁନାହାନ୍ତି । ବିଜ୍ଞାନ ଓ ଜ୍ଞାନକୌଶଳ ଯେତେ ଅଧିକ ବଢୁଛି ମଣିଶର ଜୀବନ ସେତେ ଅଧିକ ବିଷାଦଗ୍ରସ୍ତ ହେଉଛି । ତେଣୁ ଯେତେବେଳ ଖାଲି ସମୟ ମିଳୁଛି ଫୋନକୁ ସାଇଲେଣ୍ଟ ରଖନ୍ତୁ ।
  2. କିଛି ସମୟ ପାଇଁ ମୌନ ରୁହନ୍ତୁ- ସବୁବେଳେ କିଛି କଥା ନଥାଇ ବକ ବକ ହେବା ବିଜ୍ଞତାର ଚିହ୍ନ ନୁହଁ । ଦିନକରେ କିଛି ସମୟ ବାହର କରି ଯେମିତି ହେଲେ ୧୫/୩୦ ମିନିଟ ମୌନ ରୁହନ୍ତୁ ।
  3. ଧ୍ୟାନରେ ବସନ୍ତୁ- ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଧ୍ୟାନ କରିବା ନିହାତି ଜରୁରୀ । ତେଣୁ ପ୍ରତିଦିନ କିଛି ସମୟ ଧ୍ୟାନରେ ବସନ୍ତୁ ।
  4. କାମ ଠୁଳ କରନ୍ତୁନି- ଅଧିକ କାମ ଠୁଳ କରନ୍ତୁନି । ଯେତିକି କାମ ସୁରୁଖୁରୁରେ କରିପାରବେ ସେତିକି ଦାୟିତ୍ୱ ନିଅନ୍ତୁ । ଅଧିକ କାମ ପ୍ରେସର ଯୋଗୁଁ ଆପଣ ବିଷାଦଗ୍ରସ୍ତ ହେବା ସହ କୌଣସି ବି କାମକୁ ଠିକ ଢଙ୍ଗରେ କରିପାରିବେ ନାହିଁ ।
  5. ଯୋଗାଭ୍ୟାସ କରନ୍ତୁ – ପ୍ରତିଦିନ ଯୋଗାଭ୍ୟାସ ଯୋଗୁଁ ମନ ସ୍ଥିର ହେବା ସହ ଶାନ୍ତ ହୁଏ । କେବଳ ଯେ ମନ ଶାନ୍ତ ହୁଏ ତା’ନୁହଁ ଯୋଗାଭ୍ୟାସ ଯୋଗୁଁ ଆମେ ବିଭିନ୍ନ ରୋଗରୁ ରକ୍ଷା ପାଇଥାଉ ।

ଆଧାର ସମ୍ବାଦ

2.95833333333
ବେଲାରସନ୍ ନାଯୁକ Jul 13, 2018 06:22 PM

ମନ କୁ ନିଜ ହାତରେ ରଖିବା ଉଚିତ୍

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top