ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ମାନସିକ ଅବସାଦ- ସିଜୋଫ୍ରେନିଆ
ସେଆର କରନ୍ତୁ

ମାନସିକ ଅବସାଦ- ସିଜୋଫ୍ରେନିଆ

ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ସାମାଜିକ ବ୍ୟବ‌ହାର ଓ ବାସ୍ତବିକତା ବୁଝିବା ଅକ୍ଷମତା ଭଳି ଲକ୍ଷଣମାନ ଦେଖାଯାଏ ।

ସିଜୋଫ୍ରେନିଆ ଏକ ମାନସିକ ବେମାରୀ

ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ସାମାଜିକ ବ୍ୟବ‌ହାର ଓ ବାସ୍ତବିକତାବୁଝିବା ଅକ୍ଷମତା ଭଳି ଲକ୍ଷଣମାନ ଦେଖାଯାଏ । ଏଥିରେ ସାଧାରଣତଃ Common symptoms include ମିଥ୍ୟା ବିଶ୍ୱାସ, ଅସ୍ପଷ୍ଟ ଚିନ୍ତାଧାରା, ନ କୁହା କଥା ଶୁଣାଯିବା, ସାମାଜିକ ମିଳାମିଶା ଓ ଭାବୁକ ଅଭିବ୍ୟକ୍ତି କମିଯିବା ଓ ପ୍ରେରଣା ଅଭାବ ଆଦି ଲକ୍ଷଣମାନ ଦେଖାଯାଏ । ଅଧିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍କଣ୍ଠା, ଅଧିକ ଅବସାଦ ବେମାରୀ ବା ସବ୍‌ସ୍ଟାନ୍ସ ଡିଜଅର୍ଡ଼ର ଇତ୍ୟାଦି ଦେଖାଯାଏ । ଲକ୍ଷଣମାନ ଧୀରେ ଧୀରେ ଆସେ,ଅଳ୍ପ ବୟସ୍କ ଯୁବାବସ୍ଥାରେ ଆରମ୍ଭ ହୁଏ ଓ ବ‌ହୁତ ଦିନ ପର୍ଯ୍ୟନ୍ତ ରହେ ।

ସିଜୋଫ୍ରେନିଆ ଏକ ଅସାଧାରଣ ମାନସିକ ବ୍ୟାଧି ଯେଉଁଥିରେ ଚିନ୍ତା ଧାରା (Thought process) ବ୍ୟାହତ ହେବା ସହ ଭାବ ପ୍ରବଣତାର(Emotional response) ପ୍ରତିକ୍ରିୟା କମିଯାଏ ।

ରୋଗ ଲକ୍ଷଣ:

ଅନୁଭବ ବିଭ୍ରମ (Hallucination), ମାନସିକ ବିକାର, ଅବାସ୍ତବ ବିଶ୍ଵାସ(Delusion), ଅସଞ୍ଜତ ବାର୍ତ୍ତଳାପ ଓ ଚିନ୍ତାଧାରା । ଏହା ସହ ସମାଜିକ କର୍ତ୍ତବ୍ୟ ଓ କର୍ମକ୍ଷେତ୍ରରେ ମଧ୍ୟ ଅବନତି ହୁଏ । ଏହା ସ୍ଵଳ୍ପ ଯୁବାବସ୍ଥାରେ ଆରମ୍ଭ ହୁଏ । ରୋଗୀର ବ୍ୟବହାର, ଅନୁଭୁତି ଏବଂ ସାମାଜିକ ଆଉ ବ୍ୟକ୍ତିଗତ ଅବସ୍ତାକୁ ସୁଚାରୁ ରୁପେ ଅଧୟନ କଲାପରେ ଏହି ରୋଗକୁ ନିର୍ଣ୍ଣୟ କରାଯାଏ ।

ଜେନେଟିକ୍, ପରିବେଶ, ସ୍ନାୟୁ-ଜୀବବିଜ୍ଞାନ(neurobiology), ମନସ୍ତତ୍ତ୍ଵ, ଓ ସାମାଜିକ ପ୍ରଭାବ ଯୋଗୁ ରୋଗ ହେଉଥିବା ବିଶ୍ଵାସ କରାଯାଏ ଓ କେତେକ ଔଷଧ ଖାଇଲେ ଏହି ରୋଗ ଆରମ୍ଭ ହୁଏ ବା ବଢିଯାଏ । ଏହା ଗୋତିଏ ରୋଗ ବା ଅନେକ ଲକ୍ଷଣର ସମାହାର, ଏ ବିଷୟରେ ମତ ଭେଦ ରହିଛି । ଏହି ନାମଟି ଏକ ଗ୍ରୀକ ଶବ୍ଦରୁ [skhizein  "mind"] ଅଣା ହୋଇଛି ଯାହାର ଆକ୍ଷରିକ ଅର୍ଥ 'ବିଭାଜିତ ମାନସ'(Split mind) କିନ୍ତୁ ଅଧୁନା ଏହି ଅର୍ଥକୁ ଗ୍ରହଣ କରାଯାଉନାହିଁ ଓ ଏହାକୁ ଡିସୋସେଏଟିଭ୍ ଆଇଡେଣ୍ଟିଟି ( dissociative identity disorder) ନାମ ଦିଆଯାଇଛି ।

ଏହି ରୋଗ ନିମନ୍ତେ ଆଣ୍ଟିସାଇକୋଟିକ୍ ଔଷଧ ଦିଆଯାଏ ଯାହା ଡୋପାମିନ୍ ରିସେପ୍ଟର କାର୍ଯ୍ୟକୁ ଦବେଇ ଦିଏ । ମନୋବିଜ୍ଞାନ ଚିକିତ୍ସା ଓ ରୁଚି ଅନୁସାରେ କର୍ମ ସଂସ୍ଥାନ କଲେ ଉପକାର ମିଳେ । ଭୟାନକ ଏବଂ ତିବ୍ର ହାନୀ କାରକ ରୋଗୀମାନାଙ୍କୁ ଇଛା ବିରୁଦ୍ଧରେ ଡାକ୍ତରଖାନାରେ ରହଣି ଆବଶ୍ୟକ ହୁଏ । ଅଧୁନା ଡାକ୍ତରଖାନାରେ ସ୍ଵଳ୍ପ ରହଣି ଓ କାଳାନ୍ତର ରହଣି ଆବଶ୍ୟକ  ହେଉଛି ।

ଏହି ରୋଗରେ ଚିନ୍ତା କରିବାର ଶକ୍ତିରେ (Cognition) ବାଧାପ୍ରାପ୍ତ ହୁଏ । ଧ୍ୟାନ, ସ୍ମରଣ ଶକ୍ତି, ଭାଷା ବୁଝିବା ତଥା ପ୍ରୟୋଗ କରିବା ଶକ୍ତି, ଶିଖିବା, ବୋଧଗମ୍ୟତା, ସମସ୍ୟା ସମାଧାନ ଓ ସିଦ୍ଧାନ୍ତ ଇତ୍ୟାଦିକୁ କଗନିସନ୍ କୁହାଯାଏ । ଏହି ରୋଗୀମାନେ ଅବସାଦଗ୍ରସ୍ତ ଓ ଆଶଙ୍କାକୁଳ ମଧ୍ୟ ହୋଇପାରନ୍ତି । ସାଧାରଣତଃ ଏହି ରୋଗୀମାନେ ସାମାଜିକ ସମସ୍ୟା, କାର୍ଯ୍ୟହୀନତା, ଓ ଗୃହଶୂନ୍ୟତାର ଶିକାର ହୁଅନ୍ତି ।

ଆଧାର, ଓଡିଶା ଟାଇମସ୍

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top