ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ମାନସିକ ଆରଓଜି ଡ଼ିଇଉଆର ପାଇଁ ଓମେଗା – ୩ ଖାଦ୍ୟ
ସେଆର କରନ୍ତୁ

ମାନସିକ ଆରଓଜି ଡ଼ିଇଉଆର ପାଇଁ ଓମେଗା – ୩ ଖାଦ୍ୟ

(ଓମେଗା – ୩ ଫ୍ୟାଟି ଏସିଡ ରହିଥବା ଖାଦ୍ୟ ଯେପରି କି ମାଛ ଏବଂ ପୋଇ ଖାଇବା ଦ୍ଵାରା ମସ୍ତିଷ୍ଠାକୁ ରକ୍ତ ପ୍ରବାହ ବୃଦ୍ଧି ଘଟିଥାଏ ।

ଓମେଗା – ୩ ଖାଦ୍ୟ

ପ୍ରଚୁର ପରମାଣରେ (ଓମେଗା – ୩ ଫ୍ୟାଟି  ଏସିଡ ରହିଥବା ଖାଦ୍ୟ ଯେପରି କି ମାଛ ଏବଂ ପୋଇ ଖାଇବା ଦ୍ଵାରା ମସ୍ତିଷ୍ଠାକୁ ରକ୍ତ ପ୍ରବାହ ବୃଦ୍ଧି ଘଟିଥାଏ । ସ୍ମୃତିଶକ୍ତି ଏବଂ ଜ୍ଞାନ ସହ ଜଡିତ ମସ୍ତିଷ୍ଠ କ୍ଷେତ୍ର ସକ୍ରିୟ ହେବା ଫଳରେ ମାନସିକ ରୋଗ ଆଶଙ୍କା ହ୍ରାସ ପାଇଥାଏ ବୋଲି ଏକ ନୂଆ ଅଧ୍ୟୟନରେ କୁହାଯାଇଛି । ମାନସିକ ରୋଗୀଙ୍କ କ୍ଷେତ୍ରରେ ମସ୍ତିଷ୍କର ସ୍ଥାୟୁ କୋଷିକା ଚାରିପଟେ ଆମିଲଏଡ ପ୍ରୋଟିନ୍ ମାଡ଼ି ରହୁଥବାରୁ ଏହା ରକ୍ତ କୋଷିକାକୁ ନଷ୍ଟ କରେ ଏବଂ ମସ୍ତିଷ୍ଠାକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିଥାଏ । ଏ ସମ୍ପର୍କରେ ଆମେରିକାସ୍ଥିତ ଆମେନ କ୍ଲିନିକ୍ସର ମୁଖ୍ୟ ଗବେଷକ ଡାନିଏଲ୍. ଜି. ଆମେନ୍ କହନ୍ତି, ଏହା ଏକ ଗୁରୁତ୍ଵପୂର୍ଣ୍ଣ ଗବେଷଣା । କାରଣ ଓମେଗା-୩ ଫ୍ୟାଟି ଏସିଡ୍ ମାତ୍ରା ଏବଂ ମସ୍ତିଷ୍ଠାକୁ ରକ୍ତ ପ୍ରବାହ ହ୍ରାସ ମଧ୍ୟରେ ଗଭୀର ସମ୍ପର୍କ ରହୁଛି । ଖାଦ୍ୟରେ ଓମେଗା-୩ ଫ୍ୟାଟି ଏସିଡ୍ ମାତ୍ରା କମ୍ ରହିଲେ ମସ୍ତିଷ୍ଠାକୁ ରକ୍ତ ପ୍ରବାହ କମ୍ ହୋଇଥାଏ । ଫଳରେ ମସ୍ତିଷ୍ଠ ସହ ଜଡ଼ିତ ଜ୍ଞାନ ଲାଭ, ସ୍ମୃତିଶକ୍ତି, ମାନସିକ ଚାପ ଏବଂ ଭୁଲାପଣ ଆଦି ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ର ପ୍ରଭାବିତ ହୋଇଥାଏ ।

ଗବେଷଣା

ଗବେଷକମାନେ ଏଥିପାଇଁ ୧୬୬ଜଣ ଅଂଶଗ୍ରହଣକାରୀଙ୍କ ମସ୍ତିଷ୍ଟର ଫଟୋଚିତ୍ର ବିଶ୍ଳେଷଣ କରିଥଲେ । ସେମାନେ ମସ୍ତିଷ୍କରେ ରକ୍ତ ପ୍ରବାହ ମାପ କରିବା ପାଇଁ ସିଙ୍ଗିଲ୍ ଫୋଟନ୍ ଏମିଶନ୍ କମ୍ପ୍ୟୁଟେଡ୍ ଟମୋଗ୍ରାଫି ବା ‘ସ୍ପେକ୍ଟ' ବ୍ୟବହାର କରିଥଲେ । ଏହି ଗବେଷକ ଦଳ ମସ୍ତିଷ୍ଟର କାର୍ଯ୍ୟ ପ୍ରକ୍ରିୟା ମୂଲ୍ୟାଙ୍କନ କରି ଦେଖିବାକୁ ପାଇଲେ ଯେ, ଓମେଗା-୩ର ମାତ୍ରା ଓ ମସ୍ତିଷ୍ଟର ବିଭିନ୍ନ ଭାବନା ମଧ୍ୟରେ ପାରସ୍ପରିକ ସମ୍ପର୍କ ରହୁଛି । ସେମାନେ ଏଥିପାଇଁ ଏକ ଷ୍ଟାଣ୍ଡାର୍ଡାଇଜଡ ଟେଷ୍ଟ ବ୍ୟାଟେରି ବ୍ୟବହାର କରିଥଲେ ।

ଏ ସମ୍ପର୍କରେ ଆମେରିକାସ୍ଥିତ ସାଉଥ ଡାକୋଟା ୟୁନିଭର୍ସିଟିର ୱିଲିୟମ୍ ଏସ୍. ହାରିସ୍ କହନ୍ତି, “ମାନସିକ ସ୍ଵାସ୍ଥ୍ୟ ଏବଂ ମସ୍ତିଷ୍କର କାର୍ଯ୍ୟଦକ୍ଷତାରେ 'ମାଛ ତେଲ ଫ୍ୟାଟି ଏସିଡ୍ ର  ଭୂମିକା ବିଷୟରେ ଅଧିକ ଗବେଷଣା ଜାରି ରହିଛି । ଓମେଗା-୩ ଫ୍ୟାଟି ଏସିଡ୍ ଥବା ଖାଦ୍ୟ ଆହରଣ

। କଲେ ଏହା ମସ୍ତିଷ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ମାନସିକ ରୋଗକୁ ଏଡାଇ ଦେଇପାରିବ ।"

ଆଧାର ସ୍ୱାସ୍ଥ୍ୟ ବିଭାଗ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top