ସେଆର କରନ୍ତୁ

ମାନସିକ ଉତ୍କଣ୍ଠା

ଅତ୍ୟଧିକ ମାନସିକ ଉତ୍କଣ୍ଠାକୁ ଡାକ୍ତରୀ ଭାଷାରେ ଜେନେରାଲାଇଜଡ୍ ଆଙ୍କଜାଇଟି ଡିଜଅର୍ଡର ବୋଲି କୁହାଯାଏ । ଏହାର ସଂକ୍ଷିପ୍ତ ନାମ ହେଉଛି ଜି.ଏ.ଡି ।

ଉପକ୍ରମ

ଆମ ସମସ୍ତଙ୍କର ମାନସିକ ଉତ୍କଣ୍ଠା ରହିଛି । ସାଧାରଣ ଭାବରେ ଏହା ଆମକୁ ସୁରୁଖୁରୁରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ତେବେ ଆଜିକାଲି ବହୁଲୋକ ଅତ୍ୟଧିକ ଉତ୍କଣ୍ଠା ପ୍ରକାଶ କରିଥାନ୍ତି । ଏହା ଅସ୍ଵାଭାବିକ । ଏହାକୁ ଡାକ୍ତରୀ ଭାଷାରେ ଜେନେରାଲାଇଜଡ୍ ଆଙ୍କଜାଇଟି ଡିଜଅର୍ଡର ବୋଲି କୁହାଯାଏ । ଏହାର ସଂକ୍ଷିପ୍ତ ନାମ ହେଉଛି ଜି.ଏ.ଡି ।

ଜି.ଏ.ଡି

ଜି.ଏ.ଡି ଭୋଗ କରୁଥିବା ରୋଗୀମାନେ ସବୁକଥାରେ ବ୍ୟସ୍ତ । ପଢାପଢି ଘରକାମ ଖେଳକୁଦ, ଚାକିରି ଅର୍ଥଚିନ୍ତା, ଭଙ୍ଗା ଜିନିଷ ସଜଡା, ଭବିଷ୍ୟତରେ ଆଶଙ୍କା, ପ୍ରିୟଲୋକଙ୍କ ଭବିଷ୍ୟତ, ଭବିଷ୍ୟତରେ ପ୍ରିୟଲୋକଙ୍କ ରୋଗଜନିତ ମୃତ୍ୟୁ ପ୍ରାଚୁର୍ଯ୍ୟ ଦାରିଦ୍ର୍ୟ ଆଦି ସବୁଥିରେ ପ୍ରବଳ ଉତ୍କଣ୍ଠା ପ୍ରକାଶ କରିଥାନ୍ତି ।

ଏଭଳି କଥାରେ ସେମାନଙ୍କର ସବୁକଥାକୁ ଭୟ, ହୃତପିଣ୍ଡର ଦ୍ରୁତଗତି, ଯନ୍ତ୍ରଣା ମାଂସପେଶୀର ବିନ୍ଧାବିନ୍ଧି ଯନ୍ତ୍ରଣା, ଦେହ ପୋଡିବା, ଜଳିବା ନିଦ୍ରାହୀନତା ଅସ୍ଥିରତା ଦେହରୁ ପ୍ରବଳ ଝାଳ ବୋହିବା, ମୁଣ୍ଡବିନ୍ଧା, ବାନ୍ତି ହେବା କ୍ଷୁଧାହୀନତା, ପେଟ ଫୁଲିବା, ପେଟ ଯନ୍ତ୍ରଣା ଆଦି ଭଳି ସବୁପ୍ରକାର ରୋଗର ଏକ କିମ୍ବା ଏକାଧିକ ଲକ୍ଷଣ ପ୍ରକାଶ ପାଇଥାଏ । ଏହାକୁ ସାଧାରଣ ଶିକ୍ଷିତ ଲୋକ ମନସ୍ତାତ୍ତ୍ୱିକ କାଣୀ ମଧ୍ୟ ବିଶେଷ ପ୍ରତିକାର କରିପାରନ୍ତି ନାହିଁ । ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଉଥିବାରୁ ସାଧାରଣ ଲୋକ ଏହାକୁ ବିଭିନ୍ନ ପ୍ରକାର ବିଶେଷଜ୍ଞ ଯଥା: ହୃଦରୋଗ, ପେଟରୋଗ, ସ୍ନାୟୁରୋଗ ବିଶେଷଜ୍ଞ ଦେଖାଇ ଭଲ ନହେବାରୁ ବିଷାଦଗ୍ରସ୍ତ ହୋଇପଡନ୍ତି । ଏ ରୋଗ ଏବେ ସୁନାମୀ ଭଳି ମାଡିଚାଲିଛି । ଯେ କୌଣସି ଡାକ୍ତରଖାନାର ବହିର୍ବିଭାଗରେ ଏହିଭଳି ରୋଗୀଙ୍କ ସଂଖ୍ୟା ଶତକଡା ୩୦ ।

ଏଥିରୁ ରକ୍ଷା ପାଇବା କିପରି

  1. ଭଲରେ ବଞ୍ଚିବା କୌଶଳ ଶିକ୍ଷା କରିବା ଆବଶ୍ୟକ । ଏହାକୁ କୁହାଯାଏ କଗ୍ନିଟିଭ ବିହେଭିଅରାଲ ଥେରାପି । ଏଥିରୁ ଖରାପ ଭାବନାକୁ ଭଲ ଭାବନାକୁ ଭଲ ଭାବନା ପରିଣତ କରିବାକୁ ଶିକ୍ଷା ଦିଆଯାଏ । ମନ ତୋହର ନିଜ ଗୁରୁ’ ଏହି ଉକ୍ତିକୁ ବୁଝିବା ଦରକାର ।
  2. ପ୍ରଭାତ ଓ ସାନ୍ଧ୍ୟ ଭ୍ରମଣ, ବ୍ୟାୟାମ, ଜିମ୍ ଯିବା ଆଦି ବହୁପ୍ରକାର ଉତ୍କଣ୍ଠା କମାଇଥାଏ ।
  3. ମଦ, ବିଡି ସିଗାରେଟ୍ ଚା, କଫି, ନିଦ ବଟିକା ଆଦି ଉତ୍କଣ୍ଠା ବଢାଇଥାଏ ।
  4. ଅସ୍ଥିରତା କମାଇବା ତଥା ମଣ ସାନ୍ତ ରଖିବା ପାଇଁ ଯୋଗ ପ୍ରାଣାୟମ ପ୍ରାର୍ଥନା, ନାମ ଜପ ପେଟ ଭିତରକୁ ପ୍ରଶ୍ଵାସ ନେଇ ଛାଡିବା ଆଦି କରିବା ଆବଶ୍ୟକ ।
  5. ଦୈନିକ ଆଠଘଣ୍ଟା ଶୋଇବା ଦରକାର ।
  6. ସଜ ପନିପରିବା ଓ ଫଳ ଆଦି ଅଧିକ ମାତ୍ରାରେ ଖାଇବା ଦରକାର ।

ଆଧାର

ସମାଜ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top