ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ମାନସିକ ରିଟାର୍ଡେସନ
ସେଆର କରନ୍ତୁ

ମାନସିକ ରିଟାର୍ଡେସନ

ମାନସିକ ରିଟାର୍ଡେସନ କଣ ? ଏମଆର ସମ୍ପର୍କିତ ବିବରଣୀ ମାନସିକ ରିଟାର୍ଡେସନର ବର୍ଗ ମୃଦୁ ମାନସିକ ରିଟାର୍ଡେସନ ମଧ୍ୟମ ମାନସିକ ରିଟ୍ରାଡେସନ ସିଭିୟର ମାନସିକ ରିଟାର୍ଡେସନ ପ୍ରଫାଉଣ୍ଡ ମାନସିକ ରିଟାର୍ଡେସନ ମାନସିକ ରିଟାର୍ଡେସନର କାରଣ ମାନସିକ ରିଟାର୍ଡେସନର ଲକ୍ଷଣ

ମାନସିକ ରିଟାର୍ଡେସନ କଣ ?

ଏହାକୁ ଏକ ବୌଦ୍ଧିକ କାମର ସ୍ତର ବୋଲି ସଂଜ୍ଞାକୃତ କରାଯ଼ାଏ. ଯ଼ାହା ( ଇଣ୍ଟେଲିଜେଣ୍ଟ କୋସେଣ୍ଟ ପାଇଁ ମାନକ ପରୀକ୍ଷା ଅନୁସାରେ ମପା ଯ଼ାଏ) ହାରାହାରି ଠାରୁ ଖୁବ କମ ଓ ଦୈନିକ ବଂଚିବା କୌଶଳରେ ଗୁରୁତ୍ବପୂର୍ଣ ସୀମା ରହିଛି (ଆଡାପ୍ଟିଭ ଫଙ୍କସନିଂ)

ଏମଆର ସମ୍ପର୍କିତ ବିବରଣୀ

  • ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ଅନୁସାରେ 1990 ମସିହାରେ ସାଧାରଣ ଜନସଂଖ୍ୟlରେ ମାନସିକ ରିଟାର୍ଡେସନ 2.5ରୁ 3 ପ୍ରତିଶତ ଥିଲା . ମାନସିକ ରିଟାର୍ଡେସନ ପିଲାବେଳକୁ କିଶୋରାବସ୍ଥା 18 ବର୍ଷ ପର୍ଯ୍ୟନ୍ତ ଆରମ୍ଭ ହୁଏ.
  • ପିଲାବେଳ ସାରା ଏହା ରହିଥାଏ. ବୌଦ୍ଧିକ କାମ କରିବା ସ୍ତର ମାନକ ଟେଷ୍ଟ (ବେଶ୍ଚସ୍ଲର ଇଣ୍ଚେଲିଜେନ୍ସ ସ୍କେଲ) ଦ୍ବାରା ସଂଜ୍ଞାକୃତ କରାଯ଼ାଇଥାଏ ଯ଼ାହା ମାନସିକ ବୟସ ( ଇଣ୍ଟେଲିଜେନ୍ସ କୋସେଣ୍ଟ) ଯ଼ାହା ତର୍କର ସାମର୍ଥକୁ ମାପିଥାଏ.ଯ଼ଦି କୌଣସି ବ୍ୟକ୍ତି ରବୌଦ୍ଧିକ କାମ କରିବାର ସ୍ତର ହାରାହାରି ଠାରୁ ଖୁବ କମ ରହିବ ଓ 2 କିମ୍ବା ତଦୁର୍ଧ ଆଡାପ୍ଟିଭ ସ୍କିଲ ସୀମା ମଧ୍ୟ.ରେ ରହିବ ତେବେ ମାନସିକ ରିଟାର୍ଡେସନକୁ ଚିହ୍ଟଟ କରାଯ଼ାଇପାରିବ.
  • ମାନସିକ ରିଟାର୍ଡେସନ ଆଇକ୍ଯୁ ସ୍ତର 70ରୁ 75 ତଳେ ରହିଲେ କୁହାଯ଼ାଏ
  • ଆଡାପ୍ଟିଭ କୌଶଳ ହେଉଛି ସେହି କୌଶଳ ଯ଼ାହା ଦୈନନ୍ଦିନ ଜୀବନରେ ଆବଶ୍ୟକ ପଡିଥାଏ. ଏହି କୌଶଳ ମଧ୍ୟରେ ଭାଷା କହିବା ଓ ବୁଝିବା କହିବା (ସଂଚାର) , ଘରେ ରହିବା କୌଶଳ, ଗୋଷ୍ଠୀ ସମ୍ବଳର ବ୍ୟବହାର, ସ୍ବାସ୍ଥ୍ୟ,ସୁରକ୍ଷା, ନିଜର ଦେଖାଶୁଣା, ସାମାଜିକ କୌଶଳ, ଏବଂ ସାମାଜିକ କୌଶଳ,ସ୍ବଯଂ ନିର୍ଦେଶନ, କାମ କରିବା ଓ ଶିଖିବା କୌଶଳ (ପଢିବା, ଲେଖିବା ଓ ପାଟିଗଣିତ) ଏବଂ କାମ କରିବାର କୌଶଳ
  • ସାଧାରଣ ଭାବେ ମାନସିକ ରିଟାର୍ଡେଡ ପିଲା ମାନେ ଚାଲିବା, କହିବା ଭଳି ମାଇଲ ଖୁଣ୍ଟ ସାଧାରଣ ପିଲାଙ୍କର ଠାରୁ ଖିୁବ ବିଳମ୍ବରେ କରନ୍ତି .
  • ମାନସିକ ରିଟାର୍ଡେସନର ଲକ୍ଷଣ ଜନ୍ମ ପରେ କିମ୍ବା ପିଲାବେଳ ପରେ ଦେଖାଯ଼ାଏ. ସନ୍ଦିଗ୍ଧ ଭିନ୍ନକ୍ଷମତାର କାରଣ ଉପରେ ଏହାର ଆରମ୍ଭ ନିର୍ଭର କରେ .
  • ମୃଦୁ ମାନସିକ ରିଟାର୍ଡେସନର କିଛି ମାମଲାକୁ ପ୍ରାକ ସ୍କୁଲ ପୂର୍ବରୁ ବେଳେ ବେଳେ ଚିହ୍ଟଟ କରାଯ଼ାଇପାରେ ନାହିଁ.
  • ସାମାଜିକ, ସଂଚାର ଏବଂ ପଢା କାମ କୌଶଳ ପାଇଁ ଏହି ପିଲା ମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି
  • ପିଲାମାନେ ଯ଼େଉଁ ମାନଙ୍କର ନିଉରୋଲୋଜିକାଲ ଡିସଅର୍ଡର ବା ରୋଗ ଯ଼େପରି ଏନସେଫାଲାଇଟିସ ବା ମେନିଙ୍ଗଟିସ ରହିଛି,ସେମାନେ କଗ୍ନିଟିଭ ଇମ୍ପେଯାରମେଣ୍ଟ ଏବଂ ଆଡାପ୍ଟିଭ ଡିଫିକଲ୍ଡିଜର ଲକ୍ଷଣ ଦେଖାନ୍ତି .

ମାନସିକ ରିଟାର୍ଡେସନର ବର୍ଗ

ମୃଦୁ ମାନସିକ ରିଟାର୍ଡେସନ

ମାନସିକ ରିଟାରର୍ଡେଡ ଲୋକ ମାନଙ୍କର ସଂଖ୍ୟl ମଧ୍ୟରୁ 85 ପ୍ରତିଶତ ଏହି ବର୍ଗର . ସେମାନଙ୍କର ଆଇକ୍ଯୁ ସ୍କୋର ରେଞ୍ଜ 50ରୁ 75 ପ୍ରତିଶତ ମଧ୍ୟରେ ରହିଥାଏ ଓ ସେମାନେ ପ୍ରାୟତଃ ଷଷ୍ଠ ଗ୍ରେଡ ପର୍ଯ୍ୟନ୍ତ ଏକାଡେମିକ କୌଶଳ ହାସଲ କରିଥାନ୍ତି . ସେମାନେ ପ୍ରାୟତଃ ଆତ୍ମ ନିର୍ଭର ହେବା ସହିତ କିଛି ମାମଲାରେ ସ୍ବାଧୀନ ଭାବେ ଗୋଷ୍ଠୀ ଓ ସାମାଜିକ ସହାୟତାରେ ଜୀବନଯ଼ାପନ କରିଥାନ୍ତି .

ମଧ୍ୟମ ମାନସିକ ରିଟ୍ରାଡେସନ

ମାନସିକ ରିଟଟର୍ଡେଡ ଲୋକ ମାନଙ୍କର ଜନସଂଖ୍ୟl ମଧ୍ୟରୁ 10 ପ୍ରତିଶକ ଏହି ବର୍ଗର ହୋଇଥାନ୍ତି . ଏମାନଙ୍କର ଆଉକ୍ଯୁ ସ୍କୋର 35ରୁ 55 ମଧ୍ୟରେ ହୋଇଥାଏ. ସାମାନ୍ୟ ଦେଖାଶୁଣାରେ ସେମାନେ କାମ କରିବାରେ ସମର୍ଥ ହୋଇଥାନ୍ତି. ସେମାନେ ପିଲା ଦିନରେ ସଂଚାର କୌଶଳ ଶଖିଥାନ୍ତି. ସେମାନେ ନିଜ ଗୋଷ୍ଠୀ ମଧ୍ୟରେ ଓ ଦେଖାଶୁଣା ପରିବେଶ ଯ଼େପରି ଗୋଷ୍ଛୀ ଘରେ ରହିବା ଓ ସଫଳତାର ସହ କାମ କରିବାରେ ସମର୍ଥ ହୋଇଥାନ୍ତି .

ସିଭିର ମାନସିକ ରିଟାର୍ଡେସନ

3ରୁ 4 ପ୍ରତିଶତ ମାନସିକ ରିଟ୍ରାଡେଡ ଜନସଂଖ୍ୟl ମଧ୍ୟରୁ 3ରୁ 4 ପ୍ରତିଶତ ଏହି ଶ୍ରେଣୀର, ଏହି ଶ୍ରେଣୀର ଲୋକ ମାନଙ୍କର ଆଇକ୍ଯୁ ସ୍କୋର 20ରୁ 40 ପର୍ଯ୍ୟନ୍ତ ହୋଇଥାଏ. ଅତି ମୌଳିକ ସ୍ବୟଂଦେଖାଶୁଣା କୌଶଳ ଓ ସଂଚାର କୌଶଳ ସେମାନେ ହାସଲ କରିପାରନ୍ତି. ଅନେକ ସିଭିଯର ମାନସିକ ରିଟାଡ୍ରେଡ ଲୋକ ମାନେ ଗ୍ରୁପ ହୋମରେ ରହିବାରେ ସକ୍ଷମ ହୁଅନ୍ତି.

ପ୍ରଫାଉଣ୍ଡ ମାନସିକ ରିଟାର୍ଡେସନ

ମେଣ୍ଟାଲି ରିଟ୍ରା଼ଡେଡ ଲୋକ ମାନଙ୍କ ମଧ୍ୟରୁ 1ରୁ 2 ପ୍ରତିଶତ ଲୋକ ମାନଙ୍କୁ ପ୍ରଫାଉଣ୍ଡ ମାନସିକ ରିଟାଡ୍ରେଡ ଶ୍ରେଣୀଭୁକ୍ତ କରାଯ଼ାଇପାରେ. ଏମାନଙ୍କର ଆଇକ୍ଯୁ ସ୍କୋର 20ରୁ25 ତଳେ ହୋଇଥାଏ. ସଠିକ ସହଯ଼ୋଗ ଓ ତାଲିମ ଦ୍ବାରା ସେମାନେ ମୌଳିକ ସ୍ବୟଂ ଦେଖାଶୁଣା ଓ ସଂଚାର ଶୈଳୀ ହାସଲ କରି ପାରନ୍ତି . ସେମାନଙ୍କର ରିଟାର୍ଡେସନ ବେଳେ ବେଳେ ନିଉରୋଲଜିକାଲ ଡିସଅର୍ଡର କାରଣରୁ ହୋଇଥାଏ. ଏହି ଶ୍ରେଣୀର ଲୋକ ମାନେ ଉଚ୍ଚସ୍ତରର ଢାଞ୍ଚା ଓ ଦେଖାଶୁଣା ଆବଶ୍ୟକ କରନ୍ତି .

ମାନସିକ ରିଟାର୍ଡେସନର କାରଣ

ପ୍ରିନାଟାଲ କାରଣ ( ଜନ୍ମ ପୂର୍ବର କାରଣ)

  • କ୍ରମୋଜମାଲ ଡିସଅର୍ଡର: ଡନସ ସିଣ୍ଡ୍ରୋମ, ଫ୍ରାଗାଇଲ ଏକ୍ସ ସିଣ୍ଡ୍ରୋମ, ପ୍ରେଡର ବିଲି ସିଣ୍ଡ୍ରୋମ, କ୍ଲିନ ଫେଲ୍ଟର ସିଣ୍ଡ୍ରମ
  • ସିଙ୍ଗଲ ଜିନ ଡିସଅର୍ଡର: ମେଟାବଲିଜମର ଇନ ବର୍ନ ଏରର ଯ଼େପରି ଗାଲାକ୍ଟୋସେମିଆ, ଫିନାଇଲ କେଟୋନ୍ଯୁରିଆ,ହାଇପୋଥରଡିଜମ, ମ୍ଯକୋ ପୋଲିସାକାରିଡୋସ, ଟେ ସାଚସ ଡିଜିଜ
  • ନିଉରୋ କ୍ଯୁଟାନିଯସ ସିଣ୍ଡ୍ରୋମ: ଟ୍ଯୁବରସ, ସ୍କେରୋସିସ ନିଉରୋଫାଇବ୍ରୋମେଟୋସିସ
  • ଡିସମୋର୍ଫିକ ସିଣ୍ଡ୍ରୋମ: ଲୌରେନ୍ସ ମୁନ ବିଡଲ ସିଣ୍ଡ୍ରୋମ
  • ବ୍ରେନ ମାଲଫର୍ମେସନ: ମାଇକ୍ରୋସିଫେଲି, ହାଇଡ୍ରୋସିଫାଲୁସ, ମାଇଲୋ ମେନିଗୋସିଲ

ଆବନର୍ମାଲ ମ୍ୟାଟେରିଆଲ ଏନଭଯର୍ନମେଣ୍ଟାଲ ଇନଫ୍ଲୁଏନ୍ସ

  • ଡେଫିସିଏନସିଜ: ଆଓଡିନ ଡେଫିସିଏନସି, ଫଲିକ ଏସିଡ ଡେଫିସିଏନସି, ବହୁଳ କୁପୋଷଣ
  • ସବଷ୍ଟାନ୍ସ ଯୁଜ: ଆଲକହଲ, ନିକୋଟିନ, କୋକେନ
  • କ୍ଷତିକାରକ ସାମଗ୍ରୀକୁ ଏକ୍ସପୋଜର : ପ୍ଜଦୂଷଣକାରୀ, ଭାରୀ ମେଟାଲ, ଥାଲିଓଡୋମାଇଡ, ଫିନୋଟିନ, ବାରଫାରିନ ସୋଡିଅମ ଆଦି.
  • ମେଟେର୍ନାଲ ଇନଫେକ୍ସନ:ରୁବେଲା, ଟକ୍ସୋପ୍ଲାମୋସିସ, ସାଇଟୋମଗ୍ଲୋଭାଇପସ, ସିଫିଲିସ, ଏଚଆଇଭି
  • ରେଡିଏସନ:ଏବଂ ଆରଏଚ କମ୍ପେଟିବିଲିଟିକୁ ଏକ୍ସପୋଜର
  • ଗର୍ଭାବସ୍ଥାରେ କମ୍ପ୍ଲିକେସନ: ହାଇପରଟେନସନ, ଆଣ୍ଟେ ପାର୍ଟମ, ହେମରେଜ, ପ୍ଲେସେଣ୍ଟାଲ ଡିସଫଙ୍କସନକୁ ପ୍ରୋତ୍ସାହିତ କରିଥିବା ଗର୍ଭାବସ୍ଥା
  • ମେଟେର୍ନାଲ ଡିଜିଜ: ଡାଇବେଚିସ, ହାର୍ଟ ଏବଂ କିଡନି ରୋଗ

ଜନ୍ମ ଦେବା ସମୟରେ

କଷ୍ଟକର ଏବଂବ କମ୍ପ୍ଲିକେଟେଡ ଡେଲିଭରି, ସିଭିୟର ପ୍ରି ମାଚୁରିଟି, ଖୁବ କମ ଜନ୍ମ ଓଜନ, ବାର୍ଥ ଆସଫେକ୍ସିଆ, ବାର୍ଥ ଟ୍ରମାନ

  • ନିଅନାଟାଲ ପିରିଅଡ: ଟ୍ଯୁବରକଲୋସିସ, ହାଇପୋଗ୍ଲାସେମିଆ, ନିଅନାଟାଲ କନଭଲସନ
  • ଇନଫାନସି ଏବଂ ଚାଇଲ୍ଡହୁଡ: ଟ୍ଯୁବରକ୍ଯୁଲୋସିସ ଭଳି ମସ୍ତିଷ୍କ ସଂକ୍ରମଣ , ଜାପାନୀ ଏନସେଫାଲିଟିଜ, ବ୍ଯାକ୍ଟେରିଆଲ ମେନିନଗ୍ଡିଟିଜ, ହେଡ ଟ୍ରମା, କ୍ରନିକ ଲିଡ ଏକ୍ସପୋଜର, ସିଭିଯର ଏବଂ ଲମ୍ବା କୁପୋଷଣ

ମାନସିକ ରିଟାର୍ଡେସନର ଲକ୍ଷଣ

  • ବୌଦ୍ଧିକ ବିକାଶ ମାପକକୁ ହାସଲ କରିବାରେ ବିଫଳ ହେବା
  • ବିକାଶର ବିଭିନ୍ନ ମାଇଲ ଖୁଣ୍ଟ ଯ଼େପରିକି ବସିବା, ଚାଲିବା କହିବା ଆଦି ଠିକ ସମୟରେ ନ କରିବା
  • ପିଲାଳିଆ ବ୍ୟବହାର ରହିବା, ସମ୍ଭତତଃ କହିବା ଶୈଳୀରେ ପ୍ରଦର୍ଶିତ ହେବା, ସାମାଜିକ ନିୟମକୁବ୍ୟବହାର ର ଫଳାଫଳକୁ ନ ବୁଝିବା
  • କଷ୍ଟକର ସମସ୍ୟlର ସମାଧାନ ପାଇଁ ଆଗ୍ରହ ପ୍ରକାଶ ନ କରିବା
  • ଶିଖିବାର ସାମର୍ଥ ଓ ତାର୍କିକ ଆଧାରରେ ଭାବିବାର ସାମର୍ଥ ନ ଥିବା
  • ମନେ ରଖିବାରେ ସମସ୍ୟl ହେବା
  • ବିଦ୍ୟlଳୟର ଶୈକ୍ଷଣିକ ଆବଶ୍ୟକତାକୁ ପୂରା ନ କରିବା

ଉପଚାର

  • ମାନସିକ ରିଟ୍ରାଡେସନର ଚିକିତ୍ସା ଡିସଅର୍ଡରକୁ ଠିକ କରିବାକୁ ଡିଜାଇନ କରାଯ଼ାଇ ନାହିଁ, ବରଂ ଥେରାପିର ଉଦ୍ଦେଶ୍ୟ ସେମାନଙ୍କର ସୁରକ୍ଷା ବିପଦକୁ କମ କରିବା( ଉଦାହରଣ ସ୍ବରୂପ ଘରେ ଓ ବିଦ୍ୟlଳୟରେ ସେମାନଙ୍କର ସୁରକ୍ଷା ପାଇଁ ସହାଯତା) ଏବଂ ସଠିକ ଲାଇଫ ସ୍କିଲର ଶିକ୍ଷା ପ୍ରଦାନ କରିବା. ବ୍ୟକ୍ତି ସାମର୍ଥକୁ ସର୍ବାଧିକ ବିକଶିତ କରିବାର ପ୍ରାଥମିକ ଉଦ୍ଦେଶ୍ୟ ନେଇ ସେମନଙ୍କର ଓ ତାଙ୍କ ପରିବାରର ବିଶେଷ ଆବଶ୍ୟକତାକୁ ଆଖି ଆଗରେ ରଖି ହସ୍ତକ୍ଷେପ ଆବଶ୍ୟକ
  • 40ରୁ 70 ପ୍ରତିଶତ ମାମଲାରେ ହେଉଥିବା ଆଗ୍ରେସନ , ମୁ଼ଡ ଡିସଅର୍ଡର, ନିଜକୁ କ୍ଷତି କରୁଥିବା ପରି ବ୍ୟବହାର ଅନ୍ୟ ବ୍ୟବହାରଗତ ସମସ୍ୟl ଏବଂ କନଭଲସନ ଭଳି କୋ ମୋର୍ଡିବିଟିଜର ଉପଚାର କରିବା ପାଇଁ ମେଡିକେସନର ଆବଶ୍ୟକତା ରହିଛି

ସ୍ରୋତ: Drଡ. ସୁଧା ରାନୀ, ସହାଯକ ପ୍ରାଧ୍ଯାପକ ସାଇକାଟ୍ରି, ଇନଷ୍ଟିଚ୍ଯୁଟ ଅଫ ମେଣ୍ଟାଲ ହେଲ୍ଥ

3.03846153846
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top