ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ମାନସିକ ଶକ୍ତିର ବିକାଶ
ସେଆର କରନ୍ତୁ

ମାନସିକ ଶକ୍ତିର ବିକାଶ

ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମହିଁ ମନ , ବୃଦ୍ଧି ଓ ସଂସ୍କାର ।

ଉପକ୍ରମ

କେତେକ ବ୍ୟକ୍ତି ମନକୁ ଆତ୍ମଠାରୁ ଭିନ୍ନ ବୋଲି ବିଚାର କରନ୍ତି । ଏହା ଠିକ କଥା ନୁହଁ ପ୍ରକୁତରେ ଆତ୍ମାର ସଂକଳ୍ପ ଶକ୍ତିହିଁ ମନ ଅଟେ। ଏହି ସଂକଳ୍ପ କର୍ମରେ ରୂପାନ୍ତର ହେବ କି ନାହିଁ ; ଏହା ବୁଦ୍ଧି ସ୍ତିର କରିଥାଏ । ତେଣୁ ଆତ୍ମାର ନିର୍ଣ୍ଣୟ ଶକ୍ତିକୁ ବୃଦ୍ଧି କୁହାଯାଏ । ଆତ୍ମା କିଭଳି ଆଭିବ୍ୟକ୍ତି ଲାଭ କରିବ ଓ ବୁଦ୍ଧି ଏହାକୁ କରିବାକୁ ଅନୁମତି ଦେବେ ତାହା ତାର ସଂସ୍କାର ଉପରେ ନର୍ଭର କରେ । ମନ ଓ ବୁଦ୍ଧି ଆଧାରର ଆତ୍ମା ଯେଉଁ କର୍ମକରେ ତାହା ସଂସ୍କାରରେ ପରିଣତ ହୁଏ । ମୋଟରେ କହିବାକୁ ଗଲେ, ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମହିଁ ମନ , ବୃଦ୍ଧି ଓ ସଂସ୍କାର । ଏ ଗୁଡିକ ଆତ୍ମାଠାରୁ ଭିନ୍ନ ନୁହନ୍ତି । ଯେଉଁମାନେ ଏ କଥା ପୂର୍ଣ୍ଣରୂପେ ବୁଝିପାରି ନାହାନ୍ତି ସେମାନେହିଁ ଜୀବନର ପ୍ରତ୍ୟକ କ୍ଷେତ୍ରରେ ଅସଫଳ ହୁଅନ୍ତି । କାରଣ ସେମାନେ ଜାଣନ୍ତି ନାହିଁ ଯେ ନିଜ ତୃଟିକୁ ସମାପ୍ତ କରି କିପରି କର୍ମ କଲେ କୁଶଳତା ଆସିପାରିବ ଯେଉଁ ମାନେ ସଫଳତା ପ୍ରାୟସୀ ସେମାଙ୍କୁ ନିଜର ପ୍ରତ୍ୟେକ ତୃଟି କୁ ସୁଧାରିବାକୁ ପଡିବ । ମନକୁ ସନ୍ତୁଳିତ କରି ବିଚାର ଓ କାର୍ଯ୍ୟରେ ସାମଞ୍ଜସ୍ୟ ଆଣିବାକୁ ପଡିବ । ଏହା ହେଲେ ପ୍ରତ୍ୟକ କାର୍ଯ୍ୟରେ ବ୍ୟକ୍ତିର ପୂର୍ଣ୍ଣ ସାମର୍ଥ୍ୟ ପ୍ରକଟ ହେବ ଓ ତାହା ଭବିଷ୍ୟତରେ ଅନ୍ୟମାନକ ପାଇଁ ଉଲ୍ଲେଖଯୋଗ୍ୟ ଆଦର୍ଶ ରୂପେ ବିବେଚିତ ହେବ ।

ଅନେକ ସମୟରେ ଆମ ମନ ଉପରେ ପୂର୍ବାଗ୍ରହ, ,ହଠବାଦ,ରୂଢି ବାଦ ମିଥ୍ୟା ବିଶ୍ଵାସ ,ଇର୍ଷା,ଦ୍ଵେଷ ,ପରଶ୍ରୀକାରତା, ଆଳସ୍ୟ ଭୟ ଭଳି କେତେକ ଦୁର୍ବିକାର ଆକ୍ରମଣ କରିଥାଏ । ଏହାଦ୍ଵାରା ଆମ ମନୋବୃତ୍ତି ପୂର୍ଣ୍ଣରରୂପେ ସେମାନଙ୍କ ଦ୍ଵାରା ଆକ୍ରାନ୍ତ ହୋଇପଡେ । ଯେତେ ସମୟ ପର୍ଯ୍ୟନ୍ତ ଏସବୁ ଉପରେ ଆଧିପତ୍ୟ ବିସ୍ତାର କରିଥାଏ ସେତେବେଳ ପର୍ଯ୍ୟନ୍ତ ସଗୁଡ଼ିକୁ ସେଠାରୁ ବାହାର କରିବା କଠିଣ ହୋଇପଡେ । ଏ ଗୁଡିକ ଆମ ଜୀବନକୁ ଏପରି ପ୍ରଭାବିତ କରିଥାନ୍ତି ଯେ ଏହା ଆମକୁ ସ୍ଵଭାବିକ ମନେ ହୁଏ ଓ କ୍ରମଶଃ ଆମ ଅଭ୍ୟାସରେ ପରିଣତ ହୋଇଯାଏ ଆମର ବିଚାର ଆନୁସାରେ ହିଁ ଆମ ଶରୀରର ସଂରଚନା ହୁଏ । ଯଦି ଆମ ବିଚାର ଆଚାରରେ ସାମଞ୍ଜସ୍ୟ ଓ ଉଚିତ ପରିମାପ ନାହିଁ , ତେବେ ଶରୀର ଅସୁସ୍ଥ ହୋଇପଡେ । ଏହାର ପ୍ରଭାବ ଆମ କାର୍ଯ୍ୟ ଓ ଜୀବନ ଉପରେ ପଡେ । ଏହାକୁ ହୃଦୟ କରି ଯେଉଁ ମାନେ ନିଜ ନିଜ ବିଚାର ପ୍ରବୃତ୍ତି ଚେଷ୍ଟା ଓ କାର୍ଯ୍ୟକୁ ସଂଶୋଧିତ କରିଥାନ୍ତି ସେମାନେ ପ୍ରତେକ୍ୟ କ୍ଷେତ୍ରରେ ସଫଳ ହୁଅନ୍ତି । କେତେକ ଅସାବଧାନତା ବଶତଃ ଏ କଥା ବୁଝି ନ ପାରି ନିଜ ଜୀବନକୁ କୁମାର୍ଗରେ ପରିଚାଳିତ କରନ୍ତି । ଯେଉଁ ମାନେ ନିଜ ଜୀବନକୁ ପ୍ରକୃତ ପଥରେ ପରିଚାଳିତ କରିବାକୁ ଇଛୁକ ପ୍ରଥମେ ନିଜର ବିଚାର ସମୂହକୁ ସଂପୂର୍ଣ୍ଣ ପରିବର୍ତ୍ତନ କରି ଉଦା ହର୍ଶମୟତଥା ରଚନାମାତ୍କ କରିବା ବିଧେୟ। ଯଦି ଜଣେ ସତତ ବିକାଶଶୀଳ ତେବେ ତାର ଶକ୍ତିକ୍ଷୀଣ ହୁଏ ନାହିଁ ବରଂ ଉ ରୋ ର ବୃଦ୍ଧିହୁଏ । ବାସଗୃହକୁ ପରିଷ୍କାର ପରିଛନ୍ନ ରଖିବାପାୟୀ ଯେପରି ପ୍ରତିଦିନ ଝାଡୁ ମରଯାଏ ସେହିପରି ପ୍ରତିଦିନ ମନର ଆବର୍ଜନା ସମୁହକୁ ନିତ୍ୟ ପରିଷ୍କାର କରିବା ଉଚିତ ଏଥିପାଇଁ ନିରନ୍ତର ନୁଆ ନୁଆ ବିଚାର ସଂସାରର ଭିଡ ମଧ୍ୟରେ ସର୍ବଦା ଆଗେଇ ଯିବାର ବିଚାର ପ୍ରଗତିମୂଳକ ବିଚାର ଉନ୍ନତି କରିବାର ବିଚାର ସବୁ ମନରେ ଆଣିବା ଦରକାର । ଏହାଦ୍ଵାରା ମନ ଶାକ୍ତିଶାଳୀ ହେବ ଏବଂ ମାନସିକ ଶକ୍ତି କୁ କ୍ଷୀଣ କରୁଥିବା କ୍ରୀୟା ସ୍ଵୟଂ ସମାପ୍ତ ହୋଇଯିବ ।

ବର୍ଣ୍ଣନା

ଶରୀରର ବିକାଶ ପାଇଁ ଯେପରି ସୁଷମ ଖାଦ୍ୟର ଅବଶ୍ୟକ ମନ ପାଇଁ ମଧ୍ୟ ସେହିପରି ସମୂହର ଆବଶ୍ୟକତା ରହିଛି । ସଂକଳ୍ପ ବା ବିଚାର ହେଉଛି ମନର ଖାଦ୍ୟ ସଦୃଶ । ଦୂଷିତ ବିଚାର ମନକୁ ଆକ୍ରମଣ କଲେ ଉଭୟ ମନ ଓ ଶରୀରର ବିକାଶ କ୍ରିୟା ବାଧା ପ୍ରାପ୍ତ ହୁଏ ମନ ଯଦି ନିତ୍ୟ ନିରନ୍ତର ପ୍ରଗତିର ବିଚାରକ ତେବେ ତା ମଧ୍ୟ ରେ ଅବନତିର ବିଚାର ପ୍ରବେଷକରିବ ନାହିଁ । କେତେକ ଭାଗ୍ୟ ବାଦି ମତ ଦିଅନ୍ତି ଯେ ବାହ୍ୟ ପ୍ରଭାବ ଗୁଡିକୁ ଗ୍ରହଣ କରିବାପାଇଁ ମନ ଅସମର୍ଥ ଏବଂ ଏହାର ବିଶେଷ ପରିବର୍ତନ ସମ୍ଭବ ନୁହେଁ ମନୁଷ୍ୟାତ୍ମାର ମନ ଇହ ବା ପୂର୍ବ ଜନ୍ମ ର କର୍ମ ଆନୁସାରେ ପ୍ରଭାବିତ ହୋଇ ଥାଏ ସତ ; କିନ୍ତୁ ଏହାର ଅର୍ଥ ନୁହେଁ ଯେ ତାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପାପ କର୍ମ ଦେତୁ ମନ ଯଦି କୁସଂସ୍କାର ଗ୍ରସ୍ତ ; ତେବେ ପୁଣ୍ୟକର୍ମ ଦ୍ଵାରା ଏହାକୁ ପରିବର୍ତନ କରାଯାଇ ପାରିବ ନାହିଁ କାହିଁକି ? ଅନେକ ବ୍ୟକ୍ତିକ ମନୋବୃତିରେ ଆମୂଳ ପରିବର୍ତନ ଆସିଥିବା ଦୃଷ୍ଟି ଗୋଚର ହୁଏ । ଜୟପ୍ରକାଶ ନାରାୟଣ ଉଦ୍ୟମରେ ଆନେକ ହୃଦୟ ପରିବର୍ତନ ହୋଇ ପାରିଥିଲା ଓ ସେମାନେ ଆତ୍ମସମର୍ପଣ କରି ଥିଲେ । ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଦ୍ଵାରା ଈଶ୍ଵରୀୟ ଜ୍ଞାନ ଆଧାରରେ ଜେଲ ରେ ଆଜୀବନ ବନ୍ଦୀ ଭାବରେ ଦଣ୍ଡ ଭୋଗୁଥିବା ପ୍ରକ୍ଷାତ ଡାକୁ ପରିବର୍ତ୍ତନ ନ ଘଟିଲା ଓ ସେ ଯୋଗୀ ଜୀବନ ଜାପାନ କଲା ଏଥି ପାଇଁ ସରକାର ତାକୁ ଦଣ୍ଡ ଅନ୍ତର୍ଗତ ସମୟ ସୀମାର ଅନେକ ବର୍ଷ ପୂର୍ବରୁ ମୁକ୍ତ କରି ଦେଇଥିଲେ । ଶାରୀରକ ବ୍ୟାୟାମ ଅଭ୍ୟାସ ଦ୍ଵାରା ଯେପରି ଜଣେ ଦୁର୍ବଳ ବ୍ୟକ୍ତି ମଧ୍ୟ ସବଳ ହୋଇ ପାରେ ସେହିପରି ମନରେ ଉତମ ଓ ଶକ୍ତିଶାଳି ସଂକଳ୍ପ ବା ବିଚାର ପ୍ରବାହର ଅଭ୍ୟାସ ଦ୍ଵାରା ମାନସିକ ଶକ୍ତି ରହିତ ଓ ଦୁର୍ବଳ ବ୍ୟକ୍ତିତ୍ଵର ବ୍ୟକ୍ତି ମଧ୍ୟରେ ଅସାଧାରଣ ପରିବର୍ତନ ହୋଇ ବଳିଷ୍ଠ ବ୍ୟକ୍ତିତ୍ଵ ସଂପନ୍ନ ହୋଇ ପାରୁଥିବା ଦେଖା ଯାଏ ତେଣୁ ଉତ୍ତମ ଜ୍ଞାନ ଓ ଶିକ୍ଷା ପ୍ରାପ୍ତ ହୋଇ ତଥା ନିରନ୍ତର ଅଭ୍ୟାସ ଦ୍ଵାରା ବ୍ୟକ୍ତି ନିଜ ବିଚାରରେ ପରିବର୍ତ୍ତନ ଆଣିପାରେ ।

ଆତ୍ମା ବିଶ୍ଵାସ ଭାବନାରେ ଜାଗୃତି ଦୁୟାରାହିନ ବ୍ଯକ୍ତିର ଦୁର୍ବଳତା ଦୂର ହୁଏ ଓ ତା ମଧରେ ସାହସର ସଂଚାର ହୁଏ ଏଥପାଇଁ ବଳିଷ୍ଠ ବ୍ୟକ୍ତିତୂୟ ସମ୍ପନ୍ନ ସଫଳ ବ୍ୟକ୍ତିତୁୟ ଆଦର୍ଶ ଚିନ୍ତନ କରିବା ଉଚିତ । ଭୟ କାପୁରୁଷତା ଏବଂ ନିଷେଧାତ୍ମକ ବିଚାରପରିବସାହାସ ଶୌର୍ଯ୍ୟ ଆଦି ସକାରାତ୍ମକ ବିଚାର ସମୂହର ସ୍ଥାପନା କଲେ ବ୍ୟକ୍ତି ଏଶ୍ବରୀୟ ଜ୍ଞାନ ଯୋଗର ନିରନ୍ତର ଅଭ୍ୟାସ ଦ୍ଵାରା ପ୍ରବଳ ବ୍ୟକ୍ତିତ୍ଵ ନିର୍ମାଣ କରିବାରେ ସଫଳ ହୁଏ । ଏବଂ କାପୁରୁଷତାହିଁ ବିଫଳତାରହିଁ ମୂଳ କାରଣ । ଯେତେବେଳେ ବ୍ୟକ୍ତି ମଧରେ ସାହସର ଭାବ ପରିପକ୍ଵ ହୋଇଯାଏ ସେତେବେଳେ ସେ ଭୟ ,ନିରଶ,କ୍ରୋଧ,ଲୋଭ ,ଇର୍ଷା।,ଦ୍ୱେଷ,ସନ୍ଦେହ ପରଶ୍ରୀକାତରତା ଆଦି ବିକାରୀ ସଂସ୍କାର ମନରେ ବସା ବାନ୍ଧିରହିଲେ ବ୍ୟକ୍ତି ସହଜରେ ଉପଯୁକ୍ତ କରିପାରେ ନାହି । ଏଭଳି ଚିନ୍ତାଗ୍ରସ୍ତ ମନ ସ୍ତିତିରେ କୌଣସି ମହତ୍ଵ ପୂର୍ଣ ବିଷୟ ଉପରେ ନେବା ଉଚିତ୍ ନୁହେଁ କାରଣ ଏହି ସ୍ତିତିରେ ମାନସିକ ଶକ୍ତି ବିକ୍ଷିପ୍ତ ହୋଇଯାଏ ଓ ଏକାଗ୍ରତା ଆଭାବରୁ ଭୁଲ ହୋଇଥାଏ । ଅନ୍ୟପକ୍ଷରେ ନିର୍ମଳ,ସନ୍ତୁଳିତ ଓ ଶାନ୍ତ ମନରେ ଯେଉଁ ନିୟାଯାଇଥାଏ; ସେଥିରେ ନିଶ୍ଚିତ ରୂପେ ସଫଳତା ମିଳେ । ବ୍ୟକ୍ତି ଯଦି ଯଥାର୍ଥ ପ୍ରଶିକ୍ଷଣଦ୍ଵାରା ମନକୁ ଅଭ୍ୟାସ କରାଏ ,ତେବେ ସେ ନିରାଶ, କ୍ରୋଧ ,ଇର୍ଷା , ଦ୍ୱେଷ, ଆଦି ମାନସିକ ବିକୃତିରୁ ସହଜରେ ନିଷ୍କୃତି ପାଇ ପାରେ । ଏହାଦ୍ଵାରା ତା’ର ସଂକୁଚିତ ମନ ପ୍ରଶସ୍ତ ହୋଇଯାଏ ଓ ଉନ୍ମୁକ୍ତ ମନରେ ଜ୍ଞାନାଲୋକ ସହଜରେ ପ୍ରବେଶ କରେ । ବିଭିନ୍ନ ବ୍ୟକ୍ତିକର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାୟ। ସହରର କୋଳାହଳ ମଧ୍ୟରେ କାମ କରୁଥିବା ବ୍ୟକ୍ତି ଅପେକ୍ଷା ଗ୍ରାମାଳର ଶାନ୍ତ ପରିବେଶରେ ବସବାସ କରୁ ଥିବା ବ୍ୟକ୍ତିର ଆବଶ୍ୟକତା ମଧ୍ୟରେ ପାର୍ଥକ୍ୟ ଥାଏ ।ସେହିପରି ଜଣେ ଯୋଗୀର ମଶସ୍ତିସ୍କ ବିକାଶର ସ୍ୱରୂପ ଜଣେ ଓକିଲ , ଜଣେ ଡାକ୍ତର , ଅଦ୍ୟାପକ ବା ଯନ୍ତ୍ରି ଅପେକ୍ଷ୍ୟା ଭିନ୍ନ ହେବ । ଯିଏ ଯେଉଁ ବୃତିରେ ସେ ସେହି ପ୍ରକାର ବିଚାର ପ୍ରବାହରେ ଅଭ୍ୟସ୍ତ ହୋଇଥାଏ ଏବଂ ତାର ମସ୍ତିସ୍କ ଯେତିକି ଗ୍ରହଣଶୀଳ , ସଂବେଦନଶିଳ,ସୂକ୍ଷ୍ମ ହୋଇଥାଏ ସେ ସେତିକି ତୀବ୍ରତାରେ ନିଜ ମଧ୍ୟରେ ପରିବର୍ତନ ଆଣିବାରେ ସକ୍ଷମ ହୋଇଥାଏ । ବ୍ୟକ୍ତିର ଆବଶ୍ୟକତା ଆନୁସରେ ତାର ମଶସ୍ତିସ୍କ ବିକାଶ ଅନ୍ୟାନ୍ୟ ବୃତିଧାରୀମାନକ ମନଠାରୁ ଭିନ୍ନ ଆଟେ । ବ୍ୟକ୍ତିର ଚିନ୍ତନ ଆନୁସାରେ ତା’ର ମଶସ୍ତିସ୍କ କୋଷିକାର(cell) ବିକାଶ ହୁଏ ।

ମଶସ୍ତିସ୍କବିକାଶ

ମସ୍ତିସ୍କକର ବିକାଶ ପାଇଁ ଜୀବନର ଲକ୍ଷ୍ୟ ସ୍ଥିର ହେବା ଏକାନ୍ତ ଆବଶ୍ୟକ । ଏହା ମାନସିକ ବିକାଶର ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ଈଶ୍ଵରୀୟ ଜ୍ଞାନ ଆନୁସରେ ଚାରିତ୍ରୀକ ବିକାଶ ପାଇଁ ମାନସିକ ବିକାଶ କରିବାହିଁ ଏକମାତ୍ର ଉପାୟ ଯଦି ଜଣେ ଚାହୁଁଥାଏ ଯେ ତାର ବ୍ୟକ୍ତିତ୍ଵ ଲୋକ ପସନ୍ଦ ହେଉ , ତେବେ ସର୍ବପ୍ରଥମେ ତାକୁ ତାର ମନକୁ ଘୃଣା, ଈର୍ଷା , ଦ୍ୱେଷ, ପରଶ୍ରୀକତରତା ଆଦି ବିଚାର ଗୁଡିକୁ ନିଷ୍କାସିତ କରି ତା ସ୍ଥାନରେ ରଚନାତ୍ମକ , କ୍ରିୟାତ୍ମକ , ନିର୍ମାଣଆତ୍ମକ ବିଚାର ସମୂହକୁ ଅବସ୍ଥାପିତ କରିବା ଉଚିତ । ଏହାହିଁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତିର ଚାବିକାଠି । ଆତ୍ମବିଶ୍ଵାସ ହିଁ ସକଳ ଚିନ୍ତାରୁ ମୁକ୍ତି ପ୍ରଦାନ କରେ । ଉପଯୁକ୍ତ ମାର୍ଗଦର୍ଶନ ଆଭାବରେ ମନରେ ଅସଫଳତାର ଆଶଙ୍କା ସୃଷ୍ଟି ହୁଏ । ନିଜ ଜୀବନର ଲକ୍ଷ୍ୟ ବା ଉଦେଶ୍ୟ ଉପରେ ଦୃଢବିଶ୍ଵାସ ଥିଲେ ସଫଳତାର ପଥ ଆପଣାଛାଏଁ ଉନ୍ମୁକ୍ତ ହୋଇଯାଏ ଏଥିପାଇଁ କୁହାଯାଏ ଯେଉଁଠି ଇଛା ଥାୟ ସେଇଠି ଉପାୟ ଆପେ ଆପେ ଆସିଯାଏ । “where there is will there is a way” ଯାହାର ମନରେ ଉଦବେଗଥାଏ ତାର ବିଚାର ଶକ୍ତି ଅତ୍ୟନ୍ତ କ୍ଷୀଣ ଅଟେ । ସେ ସ୍ପଷ୍ଟଭାବେ ଚିନ୍ତନ ମନ୍ଥନ କରିପାରେ ନାହଁ । ତାର ଦୃଷ୍ଠୀକୋଣ ମଧ୍ୟ ସ୍ପଷ୍ଟ ନଥାଏ ତାର ବିଚାର ଓ ସାହସ ପୂର୍ଣ ହୁଏ ନାହିଁ । ମାନସିକ ଚାପ ବା ଚିନ୍ତା ମସ୍ତିସ୍କର ବିଚାର ଶକ୍ତି କୁ ଦୁର୍ବଳ କରିଦିଏ ଏହା ଫଳରେ ବ୍ୟକ୍ତି ସ୍ପଷ୍ଟ ବିଚାର କରିପାରୁନଥିବାରୁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିପାରେ ନାହିଁ । ସେ ନିର୍ଧାରିତ ଲକ୍ଷପ୍ରାପ୍ତି ପାଇଁ ତାର କାର୍ଯ୍ୟଶକ୍ତି କୁ ଠିକ ଭାବରେ ନିୟୋଜନ କରିପାରେନାହି ।

ଚିନ୍ତା,ଚିତା ସମାନ । ତେଣୁ କୁହାଯାଏ “ଚିନ୍ତା ଚିତା ଦ୍ଵୟୋମଧ୍ୟ ଚିନ୍ତାଏବ ଗରୀୟସୀ । ଚିତା ଦହତି ନିର୍ଜୀବ ଚିନ୍ତା ଦହତି ସଂଜୀବ “। ଚିନ୍ତାଗ୍ରସ୍ତ ବ୍ୟକ୍ତି କାହାରିକୁ ପ୍ରସନ୍ନ କରିପାରେ ନାହିଁ । ନିଜେ ମଧ୍ୟ ପ୍ରସନନନ୍ନ ରହିପାରେ ନାହଁ । ଚିନ୍ତବ୍ୟକ୍ତିତ୍ୱର ସମ୍ମୋହନୀ ଶକ୍ତିକୁ ନଷ୍ଟ କରିଦିଏ । ଯିଏ ପ୍ରତିକୂଳ ଅବସ୍ଥାରେ ମଧ୍ୟ ପ୍ରସନ୍ନ ରହିପାରେ ସିଏ ସର୍ବଦା ସମସ୍ତ କାର୍ଯ୍ୟ ରେ ବିଜୟୀ ହୁଏ । ସଫଳତା ତାର ପଦ ଚୁମ୍ବନ କରେ । ଅନ୍ୟଥା ଯିଏ ସାମାନ୍ୟାକଥାରେ ଅଧୈଯ ହୋଇପଡେ ସେ ଜୀବନରେ କଣ ବା କରି ପାରିବ ? କାର୍ଯ୍ୟ କ୍ଷେତ୍ରରେ ସମସ୍ତ କାମ ନିଜ ମନୋନୁକୂଳ ହେଉ ନ ଥିଲେ ସୁଧା ଯିଏ ପ୍ରସନ୍ନତା ତ୍ୟାଗ ନକରି ସାହସର ସହିତ ନିଜ ମାର୍ଗରେ ଦୃଢ ଭାବରେ ଚାଲେ ସେ ଯେକୌସି କାର୍ଯ୍ୟରେ କୃତିତ୍ଵ ହାସଲ କରିପାରେ ।

ବ୍ୟକ୍ତିର ବ୍ୟକ୍ତିତ୍ଵକୁ ପରଖିବା ପାଇଁ ସଂକଟ ଆସିଥାଏ । ଏହିପରି ବିଚାର ଧାରା ଯେଉଁ ମାନଙ୍କର ସମାନେ ସଂକଟ ସମୟରେ ଆହୁରି ଦୃଢ ହେଇପଡନ୍ତି । ଆଉ କେତେକ ବ୍ୟକ୍ତି ଆଛନ୍ତି ସେମାନଙ୍କ ମନରେ ସର୍ବଦା ଭୟ , ଆଶଙ୍କା ,ଦୁଃଖ ଆଦିର ବିଚାର ଚାଲିଥାଏ । ଏପରି ବ୍ୟକ୍ତିର ର ମନ ନିରାଶାଯୁକ୍ତ ହୋଇଥାଏ ଓ ସେ ଭାଗ୍ୟବାଦୀ ହୋଇପଡେ । ଏହା ମୂଢ଼ତା ହିଁ ଆଟେ । ପୁରୁଷାର୍ଥ ବଳରେ ମନୁଷ୍ୟ ନିଜ ଭାଗ୍ୟ ଗଢି ଥାଏ । ଗୋପବନ୍ଦୁ ଭାଷାରେ , “ ମନୁଷ୍ୟ ଜୀବନ ନୁହଇକେବେଳ ବର୍ଷ ମାସ ଦିନ ଦଣ୍ଡ , କର୍ମ ଜିଏ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ “ ନିରାଶାବାଦହିଁ ଅକର୍ମଣ୍ୟତାକୁ ଜନ୍ମ ଦିଏ । ମନୁଷଁ ଦୀନହୀନ, ଦୁଃଖୀ ହେବା ପାଇଁ ଜନ୍ମ ହୋଇ ନାହି । ମନୁଷ୍ୟ ନିଜ ନିଜ ବିଚାରଧାର ଅନୁସାରେ ସୁଖ ବା ଦୁଃଖର ପରିଭାଷା କରିଥାଏ । ଯାହା ଜଣକ ପାଇଁ ଦୁଃଖ ତାହା ଅନ୍ୟ ପାଇଁ ସୁଖ ହୋଇ ପାରେ । ତ୍ୟାଗରେ ସନ୍ୟାସୀ ସୁଖ ପାଏ । ଭୋଗୀ ଭୋଗରେ ସୁଖ ପାଏ । ତେଣୁ ମନୁଷ୍ୟ ଜନ୍ମ ଏଥିପାଇଁ ହୋଇଛି ଯେ ସେ ପ୍ରସନ୍ନ ପ୍ରଫୁଲ୍ଲ ଓ ଆନନ୍ଦମଗନ୍ନ ରହୁ ଏବଂ ସଂସାରରେ ତାହା ପ୍ରସାରଣ କରୁ । ନିଜ ଦୁଃଖ କଷ୍ଟର ଚିତ୍ର ଆନ୍ୟ ସମୁଖରେ ଚିତ୍ରଣ କଲେ ତାର କୁପ୍ରଭାବ ନିଜ ଚରିତ୍ର ଉପରେ ପଡେ । ଏହିପରି ବ୍ୟକ୍ତି ନିଯେ ତ ଖୁସି ହୋଇପାରେ ନାହିଁ ଆନ୍ୟ ମାନକୁ ମଧ୍ୟ ନିଜର ନିରାଶାଜଣକ, କଥାବାର୍ତ୍ତା ଦ୍ଵାରା ଶିଥିଳ କରିପକାଏ ।

ମନର ବିଚାର ଧାରା ମୁଖ ମଣ୍ଡଳରେ ପ୍ରତିବିମ୍ବିତ ହୁଏ । ତେଣୁ ଇଂରାଗିରେ ଏକ ପ୍ରବାଦ ଆଛି- “face is the index of mind.” ପ୍ରସନ୍ନତା ଓ ବୁଦ୍ଧିମ । ମୁଖମଣ୍ଡଳ ସଭ୍ୟତା ଓ ସଂସ୍କୃତିର ଚରମ ସୀମା ଆଟେ ;ଶ୍ରେଷ୍ଠତାର ଶିଖର ଆଟେ । ଦେବୀ ଦେବତାଙ୍କର ମୁଖମଣ୍ଡଳ ଏହିପରି ଦିବ୍ୟ ଆଭାରେ ଉଭାସିତ ଥାଏ । ତେଣୁ ପ୍ରଭାତରେ ନିଦ୍ରା ତ୍ୟାଗ ପରେ ଦେବ ଦର୍ଶନର ପ୍ରଥା ଭାରତୀୟ ସଂସ୍କୃତିର ଏକ ଅଙ୍ଗରୂପେ ପ୍ରଚଳିତ । ଆଭାଯୁକ୍ତ , ଶାନ୍ତ ,ତେଜଶ୍ଵୀ,ବିଚାରଶୀଳ ପ୍ରସନ୍ନତାରେ ମୁଖମଣ୍ଡଳ ଦର୍ଶନକାରୀର ମନକୁ ମଧ୍ୟ ପବିତ୍ର କରିଦିଏ । ସେହିପରି ବ୍ୟକ୍ତି ପରିବାର ତଥା ସମାଜରେ ଅନ୍ୟମାନଙ୍କ ସୁଖ ଓ ପ୍ରସନନ୍ନତା ନଷ୍ଟ କରିବାର କାରଣ ହୁଏ ସେ ନିଜର କଳ୍ପିତ ଦୁଃଖର ବର୍ଣ୍ଣନା ବା ସଂକଳ୍ପର ତରଙ୍ଗ ଦ୍ଵାରା ଆନ୍ୟମାନଙ୍କୁ ମଧ୍ୟ ଦୁଃଖୀ କରାଇଥାଏ । ଅନେକ ବ୍ୟକ୍ତି ଅଛନ୍ତି ବଡ ବଡ ମହତ୍ଵାକାଂକ୍ଷା କରନ୍ତି କିନ୍ତୁ ତାହା ପାଇବାକୁ ପୁରୁଷାର୍ଥ କରନ୍ତି ନାହିଁ । ତା’ର କାରଣ ସେମାନଙ୍କ ଥିବା ଅମଙ୍ଗଳକାରୀ ଭାବନା ହୀନମନ୍ୟତା, ବିଷାଦ, ଅସହାୟ ଭାବନା,ଆତ୍ମବିଶ୍ଵସର ଅଭାବ ଓ ସର୍ବଦା ନିଜର ଦୁଃଖ ଆନ୍ୟମାନଙ୍କ ସମ୍ମଖରେ ପ୍ରକାଶ କରିବାର ଅଭ୍ୟାସ ସେମାନଙ୍କୁ ଦୃଢଭାବରେ ଲକ୍ଷ୍ୟ ପ୍ରାପ୍ତି ପାଇଁ କର୍ମ କରଓବାରେ ପ୍ରେରଣା ଦିଏ ନାହିଁ

କର୍ମ ମଣିଷକୁ କର୍ମ ଶ୍ରେଷ୍ଟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ପାରେ ପୁରୁଷାର୍ଥବଳରେ ସାଧାରଣ ନର ନାରାୟଣ ଓ ନାରୀ ନାରାୟଣୀ ବା ଲକ୍ଷ୍ମୀ ପଦବୀ ପାଇପାରେ । ତେଣୁ କୁହାଯାଏ, “ନର ଐସା କରନି କରେ ଯୋ ନାରାୟଣ ବନ୍ ଯାଏ; ନାରୀ ଐସା କରନି କରେ ଯୋ ଲକ୍ଷ୍ମୀ ବନ୍ ଯାଏ ଏଥିପାଇଁ ଆବଶ୍ୟକ ଦୂଢ ମନୋବଳ । ଯେଉଁ ବ୍ୟକ୍ତି ଦୁର୍ବଳ ବିଚାର ଗୁଡିକର ଦାସତ୍ଵରୁ ମୁକ୍ତ ହୋଇପାରି ନାହିଁ ସେ କେବେହେଲେ ଜୀବନରେ ସଫଳତାର ଚରମସିମା ସ୍ପର୍ଶ କରିପାରିବ ନାହିଁ । ତା ପାଖରେ ଯେତିକି ବିଲକ୍ଷଣ ବୃଦ୍ଧି ତଥା ଯୋଗ୍ୟତା ଥାଉନକାହିଁ କି ସେ ନିଜର ଦୂର୍ବଳ ସଂକଳ୍ପ ବା ବିଚାର ପ୍ରବାହରେ ଭାସିଯାଇ ପ୍ରତ୍ୟକ ବିଷୟରେ ଆକୃତ କାର୍ଯ୍ୟ ହୁଏ । ବ୍ୟକ୍ତିର ଓ ବିଚାର ଶକ୍ତିକୁ କ୍ଷୀଣ କରିପକାଏ । ଭୟ ଓ ଆଶଙ୍କାରେ ଗ୍ରାସିତ ମନ ସବୁବେଳେ ଭୁଲ ନିର୍ଣ୍ଣୟ କରିଥାଏ । କର୍ମରେ କୁଶଳତା ଲାଭ ପାଇଁ ଶକ୍ତି ,ଯଥାର୍ଥ ବୁଝାମଣା, ମାନସିକ ସନ୍ତୁଷ୍ଟି ଆଦିର ଆବଶ୍ୟକତା ହୁଏ । ବିପଦ ବା କୌଣସି ଗୁରୁଦାୟିତ୍ଵ ନିର୍ବାହ ସମୟରେ ମଣିଷର ଧର୍ଯ୍ୟ ଶକ୍ତିହିଁ ତା’ର ସାମନା କରିବାକୁ ସାମର୍ଥ୍ୟ ପ୍ରଦାନ କରେ । ଯେଉଁ ବ୍ୟକ୍ତିର ମାନ ସର୍ବଦା ଶାନ୍ତ ଓ ପ୍ରସନ୍ନ ଥାଏ ଯେତେ ଦୁଃସାଧୟ କାର୍ଯ୍ୟ ହେଉନ କାହିଁକି ସେଥିରେ ସେ ଅବଶ୍ୟ ସଫଳ ହୋଇଥାଏ । ଯେଉଁମାନେ ନିଜ ମନକୁ ବଶୀଭୁତ କରିପାରନ୍ତି ସେମାଙ୍କର କୌଣସି ନିର୍ଣ୍ଣୟ ବ୍ୟର୍ଥ ଯାଏ ନାହହିଁ ।ମଣିଷର ଜନ୍ମ ଇନ୍ଦ୍ରିୟ ସମୂହର ଦାସତ୍ଵ ବା ମନୋଭାବନା ଗୁଡିକର ଗୋଲାମୀକରିବାପାଇଁ ହୋଇନାହିଁ । ଏଗୁଡ଼ିକର ସ୍ଵାମୀ ହେବାରେ । ହିଁ ପୁରୁଷତ୍ଵ ଚରମ ଅଟେ । ଯେଉଁ ବ୍ୟକ୍ତି କର୍ମେନ୍ଦ୍ରିୟ ସମୂହକୁ ନିଜର ଆଜ୍ଞାକାରୀ ଦାସ ଦାସୀ ଭଳି ନିୟନ୍ତ୍ରଣରେରାଖୀ ପାରିଛି ସେନିଜର ସମସ୍ତ ମହତ୍ଵକାଂକ୍ଷା ପୁର୍ତୀ କରିବାକୁ ସକ୍ଷମ ଅଟେ । ସଫଳତା ତାଙ୍କର ସର୍ବଦା ପଦଚୁମ୍ବନ କରିଥାଏ ।

ପ୍ରତ୍ୟକ କାର୍ଯ୍ୟରେ ସଫଳତା ପଛରେ ଥାଏ କର୍ତାର ଆତ୍ମବିଶ୍ଵାସ କୌଣସି ପରିସ୍ଥିତିରେ ମଧ୍ୟ ନିଜ ମଧ୍ୟରୁ ଆତ୍ମବିଶ୍ଵାଶକୁ କ୍ଷୀଣ ହେବାକୁ ଦେବା ଉଚିତ ନୁହଁ । ଏହି ଆତ୍ମ ବିଶ୍ଵାସର ନିରନ୍ତର ବୃଦ୍ଧି ଓ ପୃଷ୍ଟି ର ଅନୁପାତ ଆନୁସରେ ସଫଳତା ନିର୍ଭୟ କରେ । ମନରେ ନିକୁଷ୍ଟ ଭାବନା ଆଣିବା ଉଚିତ ନୁହଁ ମନରେ ସର୍ବଶ୍ରେଷ୍ଟ ହେବାର ଦୃଢ ଭାବରେ ଧରି ରଖିଲେ ତଦନୁରୁପ କର୍ମ ପାଇଁ ମନରେ ଉତ୍ସହ ସୃଷ୍ଟି ହେବ । ଭକ୍ତି ମାର୍ଗରେ ନିକକୁ ଦୀନହୀନ ଅଧମ ଓ ଭଗବାଙ୍କ ଦାସାନୁଦାସ ରୂପେ ଭକ୍ତ ମାନେ ମନେ କରନ୍ତି । ପ୍ରାର୍ଥନାରେ ମଧ୍ୟ ସେହି ଭାବ ପ୍ରକଟ ହୁଏ , "ମେ ମୂରଖ ଖଲ କାମୀ ପାପ ହରୋ ଦେବା ...."। ଏଥିପାଇଁ ଜନ୍ମଜନ୍ମାନ୍ତରରୁ ଭକ୍ତି କରି ଆସୁଥିଲେ ମଧ୍ୟ ସମ୍ପୂର୍ଣ ପାପ ମୁକ୍ତ ହୋଇ ପାରୁ ନାହିଁ । ଜ୍ଞାନ ବିହୀନ ଭକ୍ତି ଅନ୍ଧ ଶ୍ରଦ୍ଧାର ଜନକ ଜ୍ଞାନ ମାର୍ଗରେ ସର୍ବଶ୍ରେଷ୍ଠ ମାନେ କରିବା ସହିତ ନିଜକୁ ମଧ୍ୟ ତାଙ୍କର ଶ୍ରେଷ୍ଠତମ ସନ୍ତାନ ରୂପେ ବିଚାର କରାଯାଏ । ଭକ୍ତି ବିହୀନ ଜ୍ଞାନ ମନରେ ନାସ୍ତିକତା ସୃଷ୍ଟି କରେ । ଜ୍ଞାନ ଶ୍ରେଷ୍ଠ ମାର୍ଗ ପ୍ରଦରଶନ କରେ । ଭକ୍ତି ସେହି ମାର୍ଗରେ ପରିଚାଳିତ ହେବାପାଇଁ ପ୍ରଦାନ କରେ । ଜ୍ଞାନ ଓ ଭକ୍ତିର ସମନୁୟ ବୀନା ଈଶ୍ଵର ପ୍ରାପ୍ତି ସମ୍ଭବ ନୁହଁ । ତେଣୁ ଯଥାର୍ଥ ରେ କୁହାଯାଏ ଜ୍ଞାନ ବିନା ଭକ୍ତି ଆନ୍ଧ ଓ ଭକ୍ତି ବିନା ଜ୍ଞାନ ପଙ୍ଗୁ ଆନେକ ବ୍ୟକ୍ତିକ ପାଖରେ ଯଥାଯୋଗ୍ୟ ଯୋଗ୍ୟତା ଥିଲେ ମଧ୍ୟ ସେମାନେ ସାରା ଜୀବନ ଦୀନହୀନ ଓ ତୁଛ ଜୀବନ ଜାପାନ କରନ୍ତି ସେମାନେ ନିଜ ନିଜ ବିଚାର ସମୂହର ସ୍ଖଳନ ହେତୁ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହୁଅନ୍ତି । ସେମାଙ୍କ ମନରେ ଥିବା ପୂର୍ବାଗ୍ରହ ବା ରୂଢିବାଦିତା ହିଁ ସେମାନଙ୍କୁ କୌଣସି ବିକାଶ ମୂଳକ କାର୍ଯ୍ୟ ରେ ନିରୁଶାହିତ କରେ । ଯେତେବେଳେ କୌଣସି ମହାନ କାର୍ଯ୍ୟ ସମ୍ପନ୍ନ କରିବାର ଦାୟିତ୍ଵ ,ତୁଲାଇବାକୁପଡେ , ସେତେବେଳେସେମାନେ ଆଶଙ୍କାଗ୍ରସ୍ତ ହୋଇ ଆତଙ୍କିତ ହୋଇପଡନ୍ତି । ଏଠାରେ ଏକ ଉଦାହରଣ ପ୍ରଣିଧାନ ଯୋଗ୍ୟ । ଭକ୍ତି ମାର୍ଗରେ ଆନେକ ଭକ୍ତ ଇଶ୍ଵରକ ପ୍ରତ୍ୟଖାତା ପାଇଁ ଜନ୍ମ –ଜନ୍ମାନ୍ତର ରୁ ଆକୁଳ ପ୍ରଥନା କରି ଆସୁଛନ୍ତି କିନ୍ତୁ ଅବତରଣ ପରେ ସେହିମାନେ ଏକଥା ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ପ୍ରକୃତରେ ଏହା ଏକ ସତ୍ୟ ଘଟଣା । କାରଣ ସେମାନେ ପୂର୍ବାଗ୍ରହରୁ ମୁକ୍ତ ହୋଇପାରନ୍ତି ନାହିଁ । ସେମାନଙ୍କ ମନରେ ଈଶ୍ଵରଙ୍କ ପ୍ରତି ଯେଉଁ ଅବଧାରଣ ରହିଛି ତାହା ସମର୍ଥିତ ନ ହେଲେ ସେମାନଙ୍କ ସଂଶୟ ଉତ୍ପନ୍ନ ହୁଏ । ଏପରି ବ୍ୟକ୍ତି ନାସ୍ତିକ କିମ୍ବା ଅନ୍ଧଶ୍ରଦ୍ଧାଯୁକ୍ତ ହୋଇଥାନ୍ତି ।

କାଳ୍ପନିକ ଅସଫଳତାର ବିଚାର ଯେକୌଣସି କାର୍ଯ୍ୟରେ ବ୍ୟକ୍ତିକୁ ଶିଥିଳ କରିପକାଏ । ବ୍ୟକ୍ତିର କାର୍ଯ୍ୟ ବୃତି ତଥା କର୍ମ ସାମର୍ଥ୍ୟ ରେ ଏହି ପ୍ରକାର ସଂଶୟ ଅତ୍ୟଧିକ ବାଧକ ହୁଏ । ଏହି ହିନମାନ୍ୟତା ବ୍ୟକ୍ତିର କାର୍ଯ୍ୟ ଶକ୍ତିକୁ ପଙ୍ଗୁ କରିଦିଏ । ତା’ ମନରେ ଯଦି ଏ କଥା ବସାବାନ୍ଧି ଯାଏ ଯେ ସେ ଅଭାଗା , ତେବେ ତା ନିକଟରେ ସାହସର ଅବଶେଷ ମଧ୍ୟ ରହେନାହିଁ । ଅନ୍ୟ ପକ୍ଷରେ ଯିଏ ଏକଥା ଦୃଢଭାବେ ବୁଝିଥାଏ ଯେ , “ମୁଁ ସ୍ଵୟଂ ହିଁ ମୋ ଭାଗ୍ୟର ନିୟନ୍ତା ,ମୁଁ ବିଶ୍ଵର ସର୍ବଶ୍ରେଷ୍ଟ ଆତ୍ମା , ସଫଳତା ମୋ ହାତ ମୁଠାରେ “,ସେ ଭାଗ୍ୟ କୁ ନିଜର ଅଧୀନ କରିବାରେ ସମର୍ଥ ଅଟେ । ସେ ନିଜ ଜୀବନର ପ୍ରତ୍ୟେକ ଘଟଣାକୁ ନିଜ ଇଛା ଆନୁସାରେ ସନ୍ତୁଳିତ କରିପାରେ ।

ସମସ୍ୟାର ସମାଧାନ

ଇଂରାଜୀରେ ଗୋଟିଏ ପ୍ରବାଦ ଅଛି “you can’t change the problem put you can change your attitude towards the problem” ଅନେକ ଅଛନ୍ତି ସମସ୍ୟା ପଛରେ ଲାଗିଯାନ୍ତିଓ ସଫଳ ନ ହେଲେ ପରିସ୍ଥିତି ଉପରେ ଦୋଷ ଲଦି ଦିଅନ୍ତି । ସେମାନେ ସେହି ପରିସ୍ଥିତିରେ ପରିବର୍ତନ କରିବାର ପ୍ରୟାସ କରନ୍ତି ନାହିଁ । କେତେକ ଲୋକ ସେହି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅତି ଚମତ୍କାର ଭାବେ ସଫଳତା ପ୍ରାପ୍ତ ହୋଇ ଉଦାହରଣଯୋଗ୍ୟ ହୋଇ ପାରନ୍ତି । ସଫଳତା ବା ଅସଫଳତା ମନର ବିଚାର ପ୍ରକିୟା ଉପରେ ନିର୍ଭୟ କରେ । ଯେଉଁମାନେ ମନରେ ଏହା ନିଶ୍ଚିତ କରିଥାନ୍ତି ଯେ ସେମାଙ୍କ ଭାଗ୍ୟରେ ସଫଳତା ନାହିଁ , ସେମନେ ଆଭାଗା ସେମାନଙ୍କ ଜନ୍ମବ୍ୟର୍ଥ । ଏପରି ବ୍ୟକ୍ତିକୁ ସ୍ଵୟଂ ଭଗବାନ ମଧ୍ୟ ସାହାର୍ଯ୍ୟ କରିପାରନ୍ତି ନାହିଁ । କାଳ୍ପନିକ ଅସଫଳତାରେ ଆସଙ୍କିତ ଓ ଚିନ୍ତିତ ବ୍ୟକ୍ତିର ଆବଚେତନ ମନରେ ସେହି ବିଚାର ଗଭୀର ଭାବରେ ମୁଦ୍ରିତ ହୋଇ ରହିଥାଏ । ସେମାନେ ପ୍ରତ୍ୟକ କଥାରେ ନିଜ ଅସଫଳତା ‘ର ଦୋଷ ବାତାବରଣ ଓ ପରିସ୍ଥିତି ଉପରେ ଲାଦି ଦିଅନ୍ତି । ଯେଉଁ ମାନେ ପ୍ରତିକାମକୁ କଠିଣ ବା ଅସମ୍ଭବ ବିଚାର କରନ୍ତି ସେମାନେ କିପରି ବା ସଫଳତା ପ୍ରାପ୍ତ କରିବେ ? ଏପରି ବ୍ୟକ୍ତିକୁ କିଏ ବା ସାହାୟତା କରିପାରିବ ? ତେଣୁ କୌଣସି ସମସ୍ୟା ପ୍ରତି ଯଦି ଜଣକର ଦ୍ରୁଷ୍ଟି କୋଣ ବଦଳିଯାଏ ତେବେ ତାହା ଆଉ ସମସ୍ୟା ହୋଇ ଆଉ ରହିବନାହିଁ । ଏକଥା ଉପରେ ସୂକ୍ଷ୍ମ ଭାବରେ ବିଚାର କରିବା ଆବଶ୍ୟକ ଯେ କେତେକଙ୍କ ପାଖରେ ସମାନ ଯୋଗ୍ୟତା ଓ କାର୍ଯ୍ୟ ଶକ୍ତି ଥାଇ ସୁଧା କାହିଁକି ଜଣେ ପ୍ରତିକୂଳ ପରିସ୍ଥିତିରେ ଉନ୍ନତିର ଚରମସିମା ପର୍ଯ୍ୟନ୍ତ ପହଞ୍ଚି ପାରୁଛି ଏବଂଅନ୍ୟ ଜଣେ ଆଦୌ ସଫଳ ହୋଇ ପାରୁନାହିଁ । ଯେଉଁ ମାନଙ୍କଦୃଷ୍ଟିକୋଣ ସକାରାତ୍ମକ (positive attitude) ସେମାନେ ଯେ କୌଣସି ପରିସ୍ଥିତି ବା ବାତାବରଣରେ ମଧ୍ୟ ନିଶ୍ଚିତ ଭାବରେ ସଫଳ ହୁଅନ୍ତି । ଅନ୍ୟ ପକ୍ଷରେ ଯେଉଁମାନକର ଦୃଷ୍ଟିକୋଣ ନକରାତ୍ମକ (negative attitude) ସେମାନେ ଯେ କୌଣସି ପରିସ୍ଥିତି ବାତାବରଣରେ ନିଶ୍ଚିତ ଭାବରେ ସଫଳ ହୁଅନ୍ତି । ଅନ୍ୟପକ୍ଷରେ ଯେଉଁମାନଙ୍କର ଦୃଷ୍ଟିକୋଣନକାରାତ୍ମକ (Negative attitude) ସେମାନେ କର୍ମ ଆରମ୍ଭ କରିବା ପୂର୍ବରୁ ହିଁ ପରାଜୟ ସ୍ଵୀକାର କରିଥାନ୍ତି । ଏଠାରେ ମନେରଖିବାକୁ ହେବ ଯେ ଆମର ଅସହାୟ ଭାବ ବା ଦିନାବସ୍ଥାର କାରଣ ବାହାରେ ନୁହେଁ , ଆମ ଭିତରେ ସୁପ୍ତ ଭାବରେ ଥାଏ । ଆମର ହୀନମନ୍ୟତା ହିଁ ଆମ ସଫଳତା ଉନ୍ନତିର ବାଧକ ଆଟେ ।

କେତେକଙ୍କ ମନରେ ଆତ୍ମବିଶ୍ଵାସର ଅଭାବ ଥାଏ ପ୍ରକୃତରେ ଜୀବନରେ ଉନ୍ନତି କରି ଦେଖାଇବା ଶକ୍ତି ସେମାନଙ୍କର ନ ଥାଏ । ଉନ୍ନତିର ଚାବିକାଠି ହେଲା ଊଚ ବିଚାର । ନିଜର ଆଶା ,ଆକାକ୍ଷାଙ୍କୁ ମହାନ କରିବା ଉଚିତ । ଶ୍ରେଷ୍ଠତ୍ଵ ପ୍ରାପ୍ତିର ମହତ୍ଵକାକ୍ଷାଙ୍କୁ ମନରେ ଜାଗ୍ରତ କରିବା ଉଚିତ୍ । ଏହିଭଳି ବିଚାରରେ ଯାଦୁଗରୀ ଶକ୍ତି ଭରିରହିଛି । ନିଜ ଇଛାକୁ କେବେହେଲେ ଛୋଟ କରିବା ଉଚିଁତ୍ ନୁହେଁ ଉଚ ଇଛା ,ଉଚ ସଂକଲ୍ପ ବ୍ୟକ୍ତିର ଚରିତ୍ରକୁ ମଧ୍ୟ ମହାନ କରିଦିଏ । ମନକୁ ସଦା ପ୍ରସନ୍ନ ରଖିବା ଦରକାର ।ଜୀବନର ଯେଉଁ ଶ୍ରେଷ୍ଠ ଲକ୍ଷ୍ୟ ପ୍ରାପ୍ତି ପାଇଁ ଆକାକ୍ଷା ଆଛି ତା’ ବ୍ୟତୀତ ମନରେ ଆନ୍ୟ କୌଣସି ବିଚାର ପ୍ରବେଶ କରିବାକୁ ଦେବା ଉଚିତ ନୁହେଁ । ଲକ୍ଷ ଆନୁରୂପ ବ୍ୟବହାର କରିବା ଉଚିତ୍ ଯେ ଜଣେ ନାରାୟଣ ହେବାକୁ ତେବେ ତାଙ୍କୁ ଶ୍ରୀ ନାରାୟଣକଚରିତ୍ର ଅନୁସରଣ କରି ତଦନୁ ରୂପେ ତାଙ୍କ ଗୁଣାବଳିକୁ ନିଜ ଜୀବନର ଆଚରଣ କରିବା ଉଚିତ , ଦୈନ୍ୟ ହୀନମନ୍ୟତା ତ୍ୟାଗ କରିବା ବିଧେୟ । ମନରେ ଏକଥା ନିଶ୍ଚିତ କରିବା ଉଚିତ ଯେ ଜଣେ ନାରୟଣଙ୍କ ପରି ଶ୍ରେଷ୍ଟ ଦେବ ପଦରେ ଅବଶ୍ୟ ଆସୀନହେବାକୁ ଚାହୁଁଛି । ସେହି କଳ୍ପନାକୁ ସାକାର କରିବା ପାଇଁ ଯାହାବି କରିବାକୁ ପଡୁ ସେ ସେଥିରେ କୁଣ୍ଠିତ ହେବା ଅନୁଚିତ ।

ପ୍ରବାଦ ଆଛି ଯେ ମଣିଷ ସାହସର ସହିତ କୌଣସି ଶ୍ରେଷ୍ଠ କାର୍ଯ୍ୟରେ ଗୋଟିଏ ପାଦ ଆଗକୁ ଆଗେଇଲେ ପରମାତ୍ମା ହଜାରେ ପାଦ ଆଗକୁ ବଢେଇ ନିଅନ୍ତି । କାର୍ଯ୍ୟ ଆରମ୍ଭ ପୂର୍ବରୁ ମନରେ ସଂଶୟ ବା ଆଶଙ୍କା ଉତ୍ପନ୍ନ ହେଲେ ଲକ୍ଷ୍ୟ ପ୍ରାପ୍ତି କିପରି ସମ୍ଭବ ହେବ ?ନିଜର ବ୍ୟକ୍ତିତ୍ଵକୁ ପ୍ରଭାବଶାଳୀ କରିବା ଉତଚିତ୍ । ମନରେ କୌଣସି ଦ୍ଵିଧା ରଖିବା ଉଚିତ ନୁହେଁ । କୌଣସି ମହାନ ଲକ୍ଷ୍ୟ ପ୍ରାପ୍ତି ବିନା ଦ୍ଵିଧାରେ କାର୍ଯ୍ୟରମ୍ବ କରିଦେବା ହିଁ ବୁଦ୍ଧିମାନର କାର୍ଯ୍ୟ । ମନରେ କୌଣସି ନକାରାତ୍ମକ ଭାବନା ଉତ୍ପନ୍ନ ହେବାକୁ ନଦେଇ ଏପରି ସଂକଲ୍ପ କରିବା ଉଚିତ ; “ମୁଁ ଏହି କାମରେ ସଫଳତା ପାଇବି । ମୋର ନିଶ୍ଚିତ ରୂପେ ବିଜୟହେବ । “

ପରାଦ ଭଳି ମନଟି ସଦା ଚଳଚଂଚଳ । କେତେବେଳେ କେଉଁ କଥାରେ ସେ ତାହା ପୂର୍ବରୁ ଜାଣିବା ମୁସ୍କିଲ ମନ ଖରାପ କଥାରେ ନିମଜ୍ଜିତ ନ ହେବା ପାଇଁ ତାକୁ ସର୍ବଦା ସଂକଳପ୍ପରେ ବ୍ୟସ୍ତ ରଖିବା ଉଚିତ ନିଜେ ନିଜ ମନକୁ ଉନ୍ନତି ମୂଳକ କାର୍ଯ୍ୟ ରେ କରିବା ଉଚିତ । କୌଣସି ନିରାଶା ଜନକ କଥା ମନରେ ଉତ୍ପନ୍ନ ହେଉଥିଲେ ତାକୁ ସଂଶୋଧନ ପ୍ରସ୍ତାବ ଦେଇ ଶେଷ୍ଠ ମାର୍ଗରେ , କଲ୍ୟାଣକାରୀ କାର୍ଯ୍ୟ ରେ ପରିଚାଳିତ ହେବାକୁ ପ୍ରେରଣା ପ୍ରଦାନ କରିବା ବିଧେୟ । ଅନ୍ୟମାନେ ଆମକୁ ସବୁବେଳେ ନିଜର କରିଥାନ୍ତି ସେମାନେ ଆମର ପରିଚାଳକ , ଆଚାର ବିଚାର ଓ ପ୍ରଗତି ପ୍ରତି ସଜାଗ ଭାବରେ ଦୃଷ୍ଟି ରଖିଥାନ୍ତି । ରଙ୍ଗମଞ୍ଚରେ ଆଭିନୟ କରୁଥିବା ଅଭିନେତା ବା ଆଭିନେତ୍ରୀ କୁ ସମାଲୋଚନା କରନ୍ତି । ଏଥି ପାଇଁ ସମାନେ ମଞ୍ଚରେ ଆଭିନୟ ପ୍ରତି ସତର୍କ ଓ ସଜାଗ ରହିବା ଉଚିତ । ନିଜ ମନରେ ଆସୁଥିବା ଦୀନତା , କ୍ଷୁଦ୍ରତା ,ତୁଚ୍ଛତା ଏବଂ ନିକୃଷ୍ଠ ବିଚାର ସମୂହକୁ ଅସ୍ୱ୍ୟିକାର କରିବା ବିଧେୟ ନିଜ ବ୍ୟକ୍ତିତ୍ଵର ବିକାଶ ଓ ଚାରିତ୍ରୀକ ଉତ୍ଥାନ ପାଇଁ ଏହି ବିଷୟରେ ଦୃଢ ନିଶ୍ଚୟ ହେବା ଉଚିତ୍ ଯେ ସେ ବିଶ୍ଵର ସର୍ବଶ୍ରେଷ୍ଠ ଆତ୍ମ ଅଟେ , ସର୍ବଶକ୍ତିମାନ ପରମପିତା ପର ପରମାଆତ୍ମା ଙ୍କ ସନ୍ତାନ ହିସାବରେ ସେ ତାଙ୍କର ସମସ୍ତ ଇସ୍ଵରୀୟ ଶକ୍ତି,ସାମର୍ଥ୍ୟ ,ସମ୍ପତିର ଉତରାଧିକାରୀ ଆଟେ । ବିଶ୍ଵରେ ଏକ ମହାନ କାର୍ଯ୍ୟ ସମ୍ପନ କରିବାପାଇଁ ତାର ଜନ୍ମ ; ସେ ସୋୟଙ୍ଗ ଦିବ୍ୟ ,ଭଗବାନ ଗୌରବଶାଳୀ ଓ ମହାନ ଆଟେ ଏଭଳିମାନସିକ ଶକ୍ତିରେ ବକଶିତ ବ୍ୟକ୍ତି ଆସମ୍ଭକୁ ସମ୍ଭବ କରିପାରନ୍ତି । ଇତିହାସରେ ତାଙ୍କ ନାମ ଲିବିବଦ୍ଧ ହୁଏ ।

ମାନବଜୀବନର ପ୍ରାପ୍ତି

ମାନବ ଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି ହେଲା ଏକାଧାରାରେ ସୁଖ ଶାନ୍ତି ପବିତ୍ରତା ଓ ସମୃଦ୍ଧି । ସତ୍ୟ ଯୁଗର ପ୍ରଥମ ମହାରାଜନ ଶ୍ରୀ ନାରାୟଣ ହିଁ ପୂର୍ବଜନ୍ମର ପୁରୁଷାର୍ଥର ପ୍ରାରମ୍ଭ ସ୍ଵରୂପଏହା ପ୍ରାପ୍ତ କରିଥିବା ଆମ୍ଭ ମାନଙ୍କ ମଧ୍ୟରେ ସର୍ବ ପ୍ରଥମ ଥିଲେ । ତେଣୁ ମାନମ ଜୀବନର ସରର୍ବୋଚ ଲକ୍ଷ୍ୟ ହେଲା ନାରାୟଣତ୍ଵ ପ୍ରାପ୍ତି ଜୀବନର ଏହି ଆଦର୍ଶ ମହାତ୍ଵାକାଂକ୍ଷାର ପାଇଁ ମନକୁ ବାରମ୍ବାର ନିଶ୍ଚୟ ଓ ବିଶ୍ଵାସ କରାଇବାକୁ ପଡିବ । କେବଳ ଏହା ନୁହେଁ ଜୀବନର କୌଣସି ଲକ୍ଷ୍ୟ ପ୍ରାପ୍ତି ପାଇଁ ନିଜକୁ ଯୋଗ୍ୟବ୍ୟକ୍ତି ରୂପେ ମନେ କରିବା ଉଚିତ । ପୁରୁଷାର୍ଥ ମାର୍ଗରେ ଯେତିକି ବାଧା ବିଘ୍ନ ଆସୁ ତଥାପି ମଧ୍ୟ ନିଜ ସଫଳତା ବିଷୟରେ ସନ୍ଦେହ କରିବା ଆନୁଚିତ । ଯଦି ଜଣେ ନିରନ୍ତର ରଚନାତ୍ମକ ବିଚର ସମୂହର ସ୍ମରଣ କରୁଥାଏ , ବାରମ୍ବାର ନିର୍ଣ୍ଣୟତ୍ମାକ ଭାବନା ସମୂହରେ ପରିପୂର୍ଣ୍ଣ ଥାଏ ,ନିଜର ଲକ୍ଷ୍ୟ ପ୍ରତି ଏକାଗ୍ରତ ଥାଏ ନିଜର ସମସ୍ତ ସାମର୍ଥ୍ୟକୁ ସେଥିପାଇଁକେନ୍ଦ୍ରିତ କରିଥାଏ , ତାହାଲେ ନିଶ୍ଚିତ ଭାବରେ ସେ ଯାହା ଚାହିଁବ ତାହା ପ୍ରାପ୍ତ କରିପାରିବ । ପୂର୍ଣ୍ଣ କୁଶଳତା, ପୂର୍ଣ୍ଣ ସଫଳତା , ପୂର୍ଣ୍ଣ ବିଜୟ ହିଁ ଏକମାତ୍ର ଧେୟ ହେବା ଉଚିତ । ସଂକଳ୍ପ ସମୂହର ଧାରା ପ୍ରବାହ ଶକ୍ତି ଦ୍ଵରା ଜଣେ ତା ପାଇଁ ବାତାବରଣ ପରିସ୍ଥିତି ନିର୍ମାଣ କରେ । ସତ୍ୟତା ବିଶ୍ଵାସନୀୟତା , ସାଧୁତା, ସ୍ନେହ , ପ୍ରେମ, ଦୟା ତଥା କର୍ତବ୍ୟ ସଂପନ୍ନ ବିଚାର ଧାରାରେ ବାରମ୍ବାର ଅଭ୍ୟାସ ଦ୍ଵାରା ଯେକୌଣସିବ୍ୟକ୍ତି ନିଜ ଜୀବନକୁ ସାର୍ଥକ କରିପାରେ । ଭୟ , ସନ୍ଦେହ , ଆଶଙ୍କା , ଅନୁମାନ ଆଦି ମନକୁ ଦୁର୍ବଳ କରିଦିଏ । ତେଣୁଯଦି ଏସବୁ ଭାବନା ମନରେ ସ୍ପର୍ଶ କରେ ତାକୁ ଆସ୍ଵୀକାର କରିଦେବା ଉଚିତ୍ ଭାଗ୍ୟ ଓ ଦୁର୍ଭାଗ୍ୟ ଏହା ମଣିଷ ମନର ମିଥ୍ୟା କଳ୍ପନା ମାତ୍ର । ମଣିଷ ପୁରୁଷାର୍ଥ ବଳରେ ଯାହା ଚାହିଁବ ତାହା ପାଇପାରିବ କାହାରି ଉନ୍ନତି ବା ଅବନତିରେ ଭାଗ୍ୟର କୌଣସି ହାତ ନାହିଁ । ଭାଗ୍ୟବାଦୀ ମାନେ ଜୀବନରେ କେବେ ସଫଳ ହୋଇ ପାରନ୍ତି ନାହିଁ ।

ଯେଉଁ ମାନଙ୍କ ମନ ବୃତି ରଚନାତ୍ମକ ,ନିର୍ମାଣାତ୍ମକ ସକାରାତ୍ମକ ସେମାନେ ସେମାଙ୍କର କ୍ରିୟାତ୍ମିକ ଶକ୍ତିର ବାତାବରଣକୁ ନିଜ ସହିତ ନେଇ ଚଳନ୍ତି ତେଣୁକୌଣସି ପ୍ରକାର ବୀଘ୍ନ ସେମାନଙ୍କ ପ୍ରଗତିରେ ବାଧା ସୃଷ୍ଠୀ କରିପାରେ ନାହିଁ ଏପରି ବ୍ୟକ୍ତି କୁ ସ୍ଵଭାବିକ ଭାବରେ ଅନ୍ୟ ମାନେ ମଧ୍ୟ ଅନୁସରଣ କରନ୍ତି । ଅନେକେ ସମୟରେ ଏପରି କେତେକ ଅପରିଚିତ ବ୍ୟକ୍ତିଙ୍କ ସହିତ ଆମର ସମ୍ବନ୍ଧ ସ୍ଥାପିତ ହୋଇଥାଏ ଓ ଆମେ ସେମାଙ୍କ ପ୍ରତିଭାରେ ପ୍ରଭାବିତ ହୋଇଥାଉ ସେମାନଙ୍କ ପ୍ରଭାବହିଁ ରଚନାତ୍ମକ , ନିର୍ମାଣାଆତ୍ମକ ହୋଇଥାଏ । ସେମାନେ କୌଣସି ମହାନ କାର୍ଯ୍ୟ ସମ୍ପନ୍ନ କରିବାର ଲକ୍ଷ୍ୟ ରଖିଥାନ୍ତି । ତାଙ୍କ ସାନିଧ୍ୟ ପ୍ରାପ୍ତିପରେ ମନେହୁଏ ଏହି ବ୍ୟକ୍ତି ଯେଉଁ କାମ ହାତକୁ ନବ ଅବଶ୍ୟ ସଫଳ ହେବ । ଜନସାଧାରଣ ସେହିପ୍ରକାର ଲୋକଙ୍କୁ ସ୍ୱ୍ୟଭାବିକ ଭାବରେ ନିଜର ନେତା ନେତା ମାନି ନିଅନ୍ତି । ଅନ୍ୟ ପକ୍ଷରେ ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ନିଜ ଉପରେ ଭରସା ନଥାଏ ମନେ ହୁଏ ସେମାନେ ଯେଉଁ ମାର୍ଗରେ ଗତି କରୁଛନ୍ତି ତାର ଅନ୍ତିମ ବିନ୍ଦୁ କେଉଁଠି , ସେମାନଂକ ଲକ୍ଷ୍ୟ କଣ ଏବଂ ଲକ୍ଷ୍ୟ ପ୍ରାପ୍ତିର ତାହା ପ୍ରକୃତ ପାନ୍ଥ କି ନୁହେଁ ସେ ସବୁକଥା ସେମାନଙ୍କୁ ସ୍ପଷ୍ଟ ଜଣା ନଥାଏ । ଯଦି ଆମେ ଲୋକଙ୍କ ଉପରେ ଏ ପ୍ରକାର ପ୍ରଭାବ ପକାଇ ବାକୁ ଚାହିଁବା ଯେ ଆମର ବ୍ୟକ୍ତିତ୍ଵ ପ୍ରବଳ ଆଟେ ତେବେ ଆମ ଭିତରେ ରଚନାତ୍ମକ ବିଚାର ସମୂହ ପ୍ରବଳ ହେବା ଉଚିତ । ଜୀବନକୁ ସଫଳ ତଥା ବିଜୟ କରି ଗଢି ତୋଳିବାର କଳାକୁ ଠିକ ଭାବରେ ଯିଏ ଶିକ୍ଷ୍ୟ କରିପାରିଛି ସେହି ବ୍ୟକ୍ତି ଯେ ପ୍ରତେକ କ୍ଷେତରେ କୁଶଳତା ସଲାଭ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ । ପ୍ରଭାବଶୂନ୍ୟ ଓ ଦୁର୍ବଳ ବ୍ୟକ୍ତିତ୍ଵର କାରଣ ହେଲା ବିଚାର ଶକ୍ତିର ଅକର୍ମଣ୍ୟତା , ଉଦ୍ୟମହୀନତା ,ସାହସହୀନତା ଆତ୍ମବିଶ୍ଵାସ ଶୁନ୍ୟତା ,ଇତ୍ୟାଦି । ସଂଯମି, ପବିତ୍ର ଓ ଶକ୍ତି ଶାଳି ସମ୍ପନ୍ନ ବ୍ୟକ୍ତିର ପ୍ରବଳ ଥାଏ । ତେଣୁ ସେ ଅନ୍ୟମାନଙ୍କ ଦ୍ଵାରା ପ୍ରସ୍ତାବିତ ଆନୁଚିତ ଓ ଅକଲ୍ୟାଣକାରିପ୍ରସ୍ତାବରେ ପ୍ରଭାବିତ ହୁଏ ନାହିଁ । ଦୈନନ୍ଦିନ ଜୀବନରେ ଦେଖାଯାଏ ଯେ ପ୍ରେତ୍ୟକ କ୍ଷେତ୍ରରେ ଲୋକେ କିଛି ଟିକାଟିପ୍ପଣୀ କରନ୍ତି , ପରାମର୍ଶ ଦିଅନ୍ତି ଯେଉଁ ମାନେ ମାନସିକ ସ୍ତରରେ ପରିପକ୍ଵ ନୁହନ୍ତି ସେମାନେ ଏବଳି କଥାରେ ଆସ୍ତିର ହୋଇପଡନ୍ତି । ଏଭଳି ବ୍ୟକ୍ତି ପୁରୁଷାର୍ଥହିନହୋଇପଡନ୍ତି ତେଣୁମନରେ ଦୃଢସଂକଲ୍ପ ନେବା ଉଚିତ ଯେପରି ଦୂଷିତ ବାତାବଣ ଭିତରେ ଥିଲେ ସୁଦ୍ଧା ଆମକୁ କୁମରାମର୍ଶର କୁପ୍ରଭାବ ନ ପଡୁ । ଏଥିପାଇଁ ବୁଦ୍ଧିର ଦ୍ଵାରକୁ ସଦା ଉନ୍ମୁକ୍ତ ରଖିବାକୁ ପଡିବ । କୌଣସି କାର୍ଯ୍ୟରେ ହାତ ଦେବା ପୂର୍ବରୁ ତାଙ୍କୁ ପ୍ରତ୍ୟକ ଦୃଷ୍ଟିକୋଣରୁବିଚାର କରିବାକୁ ପଡିବ କାହାରି କଲ୍ୟାଣ କାରି କଥା ପ୍ରତି କର୍ଣ୍ଣପାତ କରିବା ଉଚିତ ନୁହେଁ । କୌଣସି ପରିସ୍ତିତିରେ ମଧ୍ୟ ମନକୁ ସ୍ଥିରରଖି ପାଇଲେ ଉଚିତ ନିର୍ଣ୍ଣୟ ନେଇହବ । କୁସଙ୍ଗରୁ ଦୂରେଇ ରହିବାକୁ ପଡିବ କୁସଙ୍ଗର ପ୍ରଭାବରେ ଅନେକ ଯୋଗ୍ୟ ବ୍ୟକ୍ତି ମଧ୍ୟ ପଥ ବଣା ହୋଇ ଲକ୍ଷ୍ୟ ଭ୍ରଷ୍ଟ ହୋଇଛନ୍ତି ଇପସିତ ଲକ୍ଷକୁ ସତତ ଷ୍ମରଣ କରୁଥିଲେ ଏବଂ ତାକୁ ପ୍ରାପ୍ତ କରିବା ପାଇଁ ବାରମ୍ବାର ପ୍ରତିଜ୍ଞ କରୁଥିଲେ ଧୀରେ ଧୀରେ ସେହି ଉଦେଶ୍ୟ ପାଇଁ କାର୍ଯ୍ୟ କରିବା ସ୍ଵାଭାବିକ ହୋଇ ପଡେ । ସ୍ଵଭାବ ସୁଲଭ କାର୍ଯ୍ୟ ସହଜ ଲାଗୁ ଥିବାରୁ କ୍ରମେ କ୍ରମେ ଅଭ୍ୟାସ ରେ ପଡି ଯାଏ ସମାୟାନ୍ତରେ ଆମର କର୍ମ ଯୋଗ୍ୟତା ଓ କର୍ମ ସାମର୍ଥ୍ୟ ରେ ଏପରି ଶକ୍ତି ପ୍ରଭାବିତ ହୁଏ ଯାହାକି ସମସ୍ତ ବାଧା ବୀଘ୍ନକୁ ଏଡାଇ ଲକ୍ଷ୍ୟ ପର୍ଯ୍ୟନ୍ତ ପାହଞ୍ଚାଇଦିଏ ତଥାପି ମଧ୍ୟ ବିରୋଧିତତ୍ଵ ଗୁଡିକ ପ୍ରତି ସତର୍କ ରହିବା ବିଧେୟ ଈର୍ଷା , ଦ୍ଵେଷ ,ଘୃଣା , ନିର୍ଦ୍ଦୟତା ପ୍ରତିହିଂସା ପରାୟଣତା ଆଦି କାର୍ଯ୍ୟ ସିଦ୍ଧିର ବିଘାତକ ବିଚାର ତରଙ୍ଗ ଆମର କାର୍ଯ୍ୟ ଶକ୍ତିକୁ କ୍ଷୀଣ କରି ଦିଏ । ତେଣୁ କୌଣସି କାର୍ଯ୍ୟ ରେ ଅସଫଳ ହୋଇ ଥିବା ବ୍ୟକ୍ତି ଯଦି ତାଙ୍କ ମନରୁ ନିଷେଧାତ୍ମକ ବିଚାର ତରଙ୍ଗ ଗୁଡିକୁ ନିଷ୍କାସିତ କରିଦିଅନ୍ତି ତେବେ ସଫଳତା ତାଙ୍କର ପଦ ଲେହନ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

ଆମର ମନୋସ୍ଥିତି ଓ ମନୋବୃତିର ପ୍ରଭାବ ଅନୟମାଙ୍କର ଉପରେ ମଧ୍ୟ ପଡେ । ଯେଉଁ ମାନେ ସକାରାତ୍ମକ ବିଚାର ସମ୍ପନ୍ନ ସେମାନେ ଅନ୍ୟ ମାନଙ୍କ ମଧ୍ୟରେ ଆନୁରୂପ ପ୍ରଭାବ ପକାଇ ପାରନ୍ତି । ଆମ ଉପରେ କିଏ ଭରସା କରିବକି ନାହିଁ ବା ଆମକୁ କିଏ କେଉଁ ଦୃଷ୍ଟିରେ ଦେଖୁଛି ତାହା ଆମର ବିଚାର ପ୍ରକ୍ରିୟା ଉପରେ ନିର୍ଭୟକରେ । ଆମ ସମ୍ବନ୍ଧ ସଂପର୍କରେ ଆସୁଥିବା ଲୋକମାନେ ଯଦି ଆମକୁ ଦୁର୍ବଳ ବା କାପୁଷ ମନେକରନ୍ତି ତେବେ ସେଥିରେ ବ୍ୟଥିତ ହେବା ପରିବର୍ତେ ନିଜ ମଧ୍ୟରେ ଥିବା ସେହି ଦୋଷ ତୃଟିକୁ ସୁଧାରି ନେବା ଉଚିତ । କୁହାଯାଏ ଯେପରି ଦୃଷ୍ଟି ସେପରି ସୃଷ୍ଟି ଏ ଠାରେ ଦୃଷ୍ଟିର ଅର୍ଥ ନିଜର ବିଚାର ଧାରା ଆମର ଦୃଷ୍ଟିକୋଣ ର ଅନୁରୁପହିଁ ଆମ ଆଖ ପାଖ ରେ ବାତାବରଣ ନିର୍ମାଣ ହୁଏ । ମଣିଷ ମାନର ବିଚାର ପ୍ରବାହ ଆଧାରରେ ଗୋଟିଏ କଳ୍ପର ବିଭିନନ୍ନ କାଳଖଣ୍ଡକୁ ବିଭିନ୍ନ ଯୁଗରେ ବିଭକ୍ତ କରାଯାଇଛି । ତେଣୁ ଦେଖିବାକୁ ଗଲେ ପ୍ରକୃତରେ ସମୟ ବଦଳେ ନାହିଁ ମଣିଷର ପ୍ରକୃତି ବଦଳିଯାଏ । ମଣିଷ ସମାଜର ପରିବର୍ତନରେ ହିଁ ଯୁଗ ପରିବର୍ତନ ହେବ । ମଣିଷ ସମାଜ ସମ୍ପ୍ରତି ମନୋବିକାର ଦ୍ଵାରା ଗୁରୁତ୍ଵର ଭାବରେ ପୀଡିତ । ଏଥି ପାଇଁ ଧାର୍ମିକ ରାଜନୈତିକ ମନାସ୍ଥାତ୍ଵିକପ୍ରତେକ ସ୍ତରରେ ମାନବ ସମାଜରେ ଅସ୍ଥିରତା ପାରିଦୃଶ୍ୟମାନ । ଏଥିପାଇଁ ସର୍ବପ୍ରଥମେ ଆମ ସମସ୍ତଙ୍କୁ ଆମ ମନ ମଧ୍ୟରେ ବସାବାନ୍ଧିବା ମନୋବିକାର ସମୂହକୁ ନିଷ୍କାସିତ କରିଦେବା ଉଚିତ । ଅନ୍ୟଥା ଏକ ସୁଖ ଶାନ୍ତି ପବିତ୍ରତା ଓ ସମମୃଦ୍ଧିରେ ପରିପୂର୍ଣ୍ଣ ସମାଜରେ ସ୍ଥାପନା ସମ୍ଭବ ନୁହେଁ ।

ଆତ୍ମବିଶ୍ୱାସ, ସାହାସ, ନିର୍ଭୟତା ଆଦି ଗୁଣ ସଫଳତା ପାଇଁ ମାର୍ଗ ପ୍ରଶସ୍ତ କରେ । ଆମ ମଧ୍ୟରେ ଏହି ସବୁ ଗଣର ସମାବେଶ ହେଲେ ଅନ୍ୟମାନଙ୍କର ମଧ୍ୟ ଆମ ଉପରେ ବିଶ୍ୱାସ ସ୍ଥାପିତ ହେବ ଓ ସେମାନେ ଆମଠାରୁ ପ୍ରେରଣା ପାଇ ମନୋବିକାର ଉପରେ ବିଜୟ ପ୍ରାପ୍ତ କରିବାର ପୁରୁଷାର୍ଥ ମାର୍ଗରେ ସହଯୋଗୀ ବା ସହଯାତ୍ରୀ ହେବେ । ନିଜର ଆତ୍ମ ବିଶ୍ୱାସ ସୃଦୃଢ ନ ଥିଲେ ଆମେ ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱାସ ସ୍ଥାପନ କରିପାଇବା ନାହିଁ ଏଥି ପାଇଁ ଆମ ଭିତରେ ଥିବା ସମସ୍ତ ନକାରାତ୍ମକ ଭାବନାକୁ ଦୂରକରି ନିଜର ଚେଷ୍ଟା, ଭାଷଣ ,ଆଚାର ବ୍ୟବାହାର ମାଧ୍ୟମରେ ଆତ୍ମବିଶ୍ଵାସ ଓ ସଫଳତା ସମ୍ପନ୍ନ ବିଚାର ଧାରାର ପ୍ରକଟ କରିବା ଆବଶ୍ୟକ । ଯେଉଁ ବ୍ୟକ୍ତି ବିଜୟୀ ଓ ପରାକ୍ରମୀ ଭଳି ଜୀବନ ଜାପାନ କରେ ଜନସାଧାରଣ ତାଙ୍କ ଉପରେ ବିଶ୍ଵାସ କରନ୍ତି ଓ ତାଙ୍କୁ ବିନା ଦ୍ଵିଧାରେଅନୁସରଣ କରନ୍ତି । ଏପରି ବ୍ୟକ୍ତି ମାନେ ସମାଜରେ କ୍ରାନ୍ତ ଆଣନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଯେଉଁମାନେ ଭୟାଳୁ ଶଙ୍କାଗ୍ରସ୍ତ, ଜୀବନ ଦୌଡ ପ୍ରତିଯୋଗିତାରେ ପଛେଇ ଯାଆନ୍ତି ।

ପରିବାର ସହ ସମ୍ପର୍କ

ସଫଳ ବ୍ୟକ୍ତି ହିଁ ଦୁନିଆରେ ପୂଜିତ ଆଦୃତ ହୁଏ । ଲୋକେ ତାଙ୍କର ଜୟଜୟକାର କରନ୍ତି । ଉଲ୍ଲାସ ଓ ତେଜୋଦୀପ୍ତ ମୁଖମଣ୍ଡଳ ସମ୍ପନ୍ନ ବ୍ୟକ୍ତିଙ୍କ ପ୍ରତିହିଁ ଜନସାଧାରଣ ଆକର୍ଷିତ ହୁଅନ୍ତି । ଜାହର ଆଗମନ ମାତ୍ରକେହିଁ ବାତାବରଣରେ ଆନଦ ଉଲ୍ଲାସର ତରଙ୍ଗ ହିଲ୍ଲୋଳିତ ହୁଏ ସେହିପରି ବ୍ୟକ୍ତିକ ସ୍ଵାଗତ ପାଇଁ ଲୋକେ ପଲକ ବିଛାଇ ତାଙ୍କ ଆସିବା ବାଟକୁ ଅନାଇ ରହିଥାନ୍ତି ନିଜର ଶକ୍ତି ପ୍ରତି ବାରମ୍ବାର ଅନୁଧ୍ୟାନ କରିବା ଦ୍ଵାରା ବ୍ୟକ୍ତି ମଧ୍ୟରେ ଆତ୍ମ ବିଶ୍ଵାସର ଭାବନା ଜାଗ୍ରତ ହୁଏ । ନିଜର ଶକ୍ତିକୁ ପ୍ରତିବିମ୍ବିତ କରିବାର ରହସ୍ୟ ଯିଏ ଜାଣିଛି ସିଏହିଁ ନିଜ ବ୍ୟକ୍ତିତ୍ଵର ଚୁମ୍ବକୀୟ ଶକ୍ତି ଦ୍ଵାରା ଅନ୍ୟମାନଙ୍କୁ ଆକର୍ଷିତ କରିପାରେ ମନରେ ରଚନାତ୍ମକ ବିଚାର ଧାରାର ନିରନ୍ତର ପ୍ରବାହହିଁ ବ୍ୟକ୍ତି ମଧ୍ୟରେ ଚୁମ୍ବକୀୟ ଆକର୍ଷଣ ଶକ୍ତି ଉତ୍ପନ୍ନ କରେ । ବିଜୟ ବା ସଫଳତା ପ୍ରଥମେ ମାନସିକ ସ୍ତରରେ ହୁଏ ପରେ କାର୍ଯ୍ୟ କ୍ଷେତ୍ରରେ ଯିଏ କାର୍ଯ୍ୟାରମ୍ଭ ପୂର୍ବରୁହିଁ ନିଜର ସଫଳତା ପ୍ରତି ସନ୍ଦିହାନ ହୋଇ ପଡେ ତାକୁ କିଏ ବା ସାହାୟତା ଦେଇ ପାରିବ ? ଏପରି ବ୍ୟକ୍ତିଙ୍କ ପ୍ରତି ଲୋକଙ୍କ ଭରସା ପ୍ରଥମରୁ ହିଁ ତୁଟି ଯାଇଥାଏ । ସେମାନେ ଧନସମ୍ପତ୍ତି, ଯଶ ବା ଈପସିତ ଆକାଙ୍ଖ୍ୟ ପୂର୍ତ୍ତି ପାଇଁ ପ୍ରଯନ୍ନ ଶୀଳ ହେବା ପରିବର୍ତେ ଭାଗ୍ୟବାଦି ହୋଇପଡନ୍ତି । ଏ କଥା ମାନେ ରଖିବାକୁ ହେବ ପ୍ରଯନ୍ନ ବିନା କାର୍ଯ୍ୟ କୁଶଳତା ପ୍ରାପ୍ତି ସମ୍ଭବ ନୁହେଁ । ତେଣୁ କୁହାଯାଏ ଯତ୍ନ କାଲେ ରତ୍ନ ମିଳେ । ଖୋଜିଲେ ଭଗବାନ ମିଳିଯାନ୍ତି । ପ୍ରଯତ୍ନଶୀଳ ବ୍ୟକ୍ତିର ଜୀବନରେ ହିଁ ଉଲ୍ଲାସ ଓ ଆନନ୍ଦ ସଦା ପରିପୂର୍ଣ୍ଣ ଥାଏ ।

ସମ୍ବନ୍ଧ ସମ୍ପର୍କରେ ଆସୁଥିବା ବ୍ୟକ୍ତିମାନଙ୍କ ସହିତ ଆମର ବ୍ୟଏବହାର ଆତ୍ମୀୟତାରେ ପରିପୂର୍ଣ୍ଣ ଓ ମଧୁର ହେବା ଉଚିତ୍ । ପରିବାରରେ ନିଜର ମାଆ, ବାପା , ଭାଇ ,ଭଉଣୀ ଆଦିଙ୍କ ସହିତ ମଧ୍ୟ ଆମର ସମ୍ବନ୍ଧ ନିଶ୍ଚିତ ଭାବରେ ସୁସ୍ଥ , ମଧୁର ଓ ନ୍ୟାୟପୂର୍ଣ୍ଣ ହେବା ଉଚିତ । ଅନ୍ୟଥା ବାହାର ଲୋକଙ୍କ ସହିତ ଉତମ ସମ୍ବନ୍ଧ ସ୍ଥାପନ କରିବା ସମ୍ଭବ ହେବ ନାହିଁ । ବ୍ୟବହାରରେ ମଧୁର ସ୍ଵଭାବ ଆଣିବା ପାଇଁ ଆମର ଚିର ବୃତିର ପରିଶୋଧନ ମଧ୍ୟ ଆବଶ୍ୟକ । ଈର୍ଷା, ଦ୍ଵେଷ, ପରଶ୍ରୀକାତରତା ,ପ୍ରତିଶୋଧପରାୟଣତା ଆଦି ଦୁଷିତ ଭାବନାକୁ ମନରୁ ନିଷ୍କାସନ କରିବା ଦରକାର ଚିର ବୃତ୍ତିରୁ କଳୁଷିତ ବିଚାର ଗୁଡିକର ନିବୃତ୍ତି ଦ୍ଵାରା ଆମେ ଶାନ୍ତ, ଶିଷ୍ଠ ଓ ସଜ୍ଜନ ହୋଇ ପାରିବା । ଉଶଚାହା ଅଧ୍ୟବସାୟ ଏବଂ ସାହସ ହିଁ ଜୀବନକୁ କାର୍ଯ୍ୟକୁସଳ ଓ ପରିପୂର୍ଣ୍ଣ କରେ ଜୀବନରେ ଈପ୍ସିତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଏହି ସକାରାତ୍ମକ ଗୁଣ ଗୁଡିକର ବିକାଶ କରିବା ଆବଶ୍ୟକ । ଯେଉଁ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟରତ ଥାନ୍ତୁ ନା କାହିଁକି ସେ ତାଙ୍କର କର୍ମ ବା ବୃତ୍ତି ଉପରେ ସମ୍ପୁର୍ଣ୍ଣ ଆସ୍ଥାବାନ ହୋଇ ପ୍ରଯତ୍ନ କରିବା ଉଚିତ । ନିଜର ଯୋଗ୍ୟତା ବା କର୍ମ ପ୍ରତି ସନ୍ଦିହାନ ହେବା ଅନୁଚିତ । ନିଜ ଉପରେ ଜାର ଭରସା ନାହିଁ ସିଏ କେବେ ସଫଳ ହୋଇ ପାରିବ ନାହିଁ । ମଣିଷ ମନର ସକାରାତ୍ମକ ବିଚାରଧାରା ଉପରେ ସଫଳତା ବା ବିଫଳତା ନିର୍ଭୟ କରେ ।

କେତେକ ଲୋକ ଆଛନ୍ତି ଯେଉଁମାନଙ୍କ ମନ ଦୁଇ ଭାଗରେ ବିଭକ୍ତ । ଅର୍ଦ୍ଧେକ ଭାବରେ ରଚନାତ୍ମକ ,ନିର୍ମାଣାତ୍ମକ , ସକାରାତ୍ମକ ଓ ଅନ୍ୟ ଭାଗରେ ନିଷେଧାତ୍ମକ ବିଚାର ଭରପୁର ଥାଏ । ଏପରି ବ୍ୟକ୍ତି ପୂର୍ଣ୍ଣ ସଫଳ ହୁଅନ୍ତି ନାହିଁ ଏମାନଙ୍କ ମନ ସର୍ବଦା ଦୋଦୁଲ୍ୟମାନ ଅବସ୍ତାରେ ଥାଏ । କେତେବେଳେ ସେମାନଙ୍କ ମନରେ ଆଶା,ବିଶ୍ୱାସ ଜାଗ୍ରତ ହୋଇଯାଏ ତ କେତେବେଳେ ସେଗୁଡିକ ମଉଳି ଯାଏ । ତେଣୁ ସେମାନେ ନିଜର ମାନସିକ ଅବସ୍ଥା ଅନୁରୁପ କୌଣସି କାର୍ଯ୍ୟରେ ଲାଭ ବା କ୍ଷତିର ସମ୍ମୁଖୀନ ହୁଅନ୍ତି ।

ସମୟ ବଡ ବଳବାନ । ଯାହା ବିତି ଯାଇଛି ଆଉ ଏ ଜୀବନରେ ଫେରିବ ନାହିଁ । ବର୍ତ୍ତମାନ ସମୟ ଆମ ସମ୍ମୁଖରେ ବର୍ତ୍ତମାନ ସମୟର ଆହ୍ଵାନକୁ ଶୁଣି ଯିଏ ନିଜକୁ ପରିବର୍ତ୍ତନ କରି ପାରିଛି ଏକ ସୁଖଦ ଭବିଷ୍ୟତ ତାଙ୍କୁ ସ୍ଵାଗତ କରିବାପାଇଁ ଅପକ୍ଷାରତ ଥାଏ ନିଜ ମନକୁ ପ୍ରତିକ୍ଷଣ କାର୍ଯ୍ୟନିର୍ମାଣ ସ୍ଥିତିରେ ତଥା ମନୋବୃତ୍ତିକୁ ନିରନ୍ତର ରଚନାତ୍ମକ ବିଚାର ସମୁହ ସାହାଯ୍ୟରେ ପରିପୂର୍ଣ୍ଣ ରଖିବା ଦ୍ଵାରା ଆମର ଜୀବନ ସତ୍ୟ -ଶିବ-ସୁନ୍ଦର ବସ୍ତୁସ୍ଥିତି ଗୁଡିକରେ ପରିପୂର୍ଣ୍ଣ ହୋଇଯିବ ।

ଆଧାର :ସମାଜ  ଖବର  କାଗଜ

3.75
ନେବିଗତିଓଂ
Back to top