অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱ

ମାନସିକ ସ୍ୱାସ୍ଥ୍ୟ କଣ ?

ଦେଶର ବିକାଶ ପାଇଁ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସଂଜ୍ଞା ଅନୁସାରେ ସ୍ୱାସ୍ଥ୍ୟ ହେଉଛି ଶାରୀରିକ ମାନସିକ, ସାମାଜିକ ଓ ଆଧ୍ୟ।ତ୍ମକ ପ୍ରସନ୍ନତାର ସ୍ଥିତି ଓ କେବଳ ରୋଗର ଅଭାବ ନୁହେଁ । ଡବଲୁଏଚଓ ଯେଉଁ ସଂଜ୍ଞା ପ୍ରଦାନ କରିଛି, ସେ ଅନୁସାରେ ମାନସିକ ସ୍ଵାସ୍ଥ୍ୟ ହେଉଛି ମାନସିକ ପ୍ରସନ୍ନତା ଯେଉଁ ଥିରେ କୌଣସି ବ୍ୟକ୍ତି ନିଜର ସାମର୍ଥକୁ ଜାଣିପାରୁଥିବ, ଜୀବନର ସାଧାରଣ ଚାପର ମୁକାବିଲା କରି ପାରୁଥିବ, ଉତ୍ପାଦକ କାମ କରିପାରୁଥିବ, ତଥା ନିଜ ଗୋଷ୍ଠୀ ପାଇଁ ଯଗଦାନ ଦେଇପାରୁଥିବ । ସକାରାତ୍ମକ ଭାବରେ କହିବାକୁ ଗଲେ ବ୍ୟକ୍ତିଗତ ପ୍ରସନ୍ନତାର ଆଧାର ହେଉଛି ମାନସିକ ସ୍ଵାସ୍ଥ୍ୟ ଓ ଏହା ଗୋଷ୍ଠୀର କାମକୁ ମଧ୍ୟ ପ୍ରଭାବିତ କରେ । ମାନସିକ ସ୍ଵାସ୍ଥ୍ୟର ନିମ୍ନ ଲିଖିତ ବିଷୟଉପରେ ପ୍ରଭାବ ଥାଏ ।

  1. ଶୈକ୍ଷିକ ଫଳାଫଳ
  2. କାମରେ ଉତ୍ପାଦକତା
  3. ସକାରାତ୍ମକ ବ୍ୟକ୍ତିଗତ ସମ୍ପର୍କର ବିକାଶ
  4. ଅପରାଧ ହାର
  5. ଆଲକହଲ ଏବଂ ଡ୍ରଗ୍ସର ଅପବ୍ୟବହାର

ମାନସିକ ସ୍ଵାସ୍ଥ୍ୟ କାହିଁକି ଗୁରୁତ୍ୱପୂର୍ଣ୍ଣ

450 ମିଲିୟନରୁ ଅଧିକ ଲୋକ ମାନସିକ ଡିସଅର୍ଡରରୁ ପୀଡିତ ଅଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ 2020 ପର୍ଯ୍ୟନ୍ତ ବିଶ୍ଵରେ ଅବସାଦ ଦ୍ଵିତୀୟ ସର୍ବାଧିକ ରୋଗ ଭାର ଭାବେ ପରିଗଣିତ ହେବ । (ମୁରେ ଏବଂ ଲୋପେଜ 1996)। ମାନସିକ ସ୍ଵାସ୍ଥ୍ୟ ଉପରେ ବୈଶ୍ଵକ ଚାପ ବିକାଶଶୀଳ ଓ ବିକଶିତ ଦେଶ ମାନଙ୍କ ପାଇଁ ଚିକିତ୍ସା ସାମର୍ଥଠାରୁ ଅଧିକ ହେବ। ମାନସିକ ରୋଗ ସ୍ଵାସ୍ଥ୍ୟ ଉପରେ ବଢୁଥିବା ଭାର ସହ ଜଡିତ ସାମାଜିକ ଓ ଆର୍ଥିକ ମୁଲ୍ୟ ମାନସିକ ସ୍ଵାସ୍ଥ୍ୟକୁ ପ୍ରୋତ୍ସାହନ ଦେବା ତଥା ମାନସିକ ରୋଗୀର ରୋଗକୁ ରୋକିବା ଓ ଚିକିତ୍ସା ଉପରେ ଧ୍ୟ।ନ ଦିଏ। ମାନସିକ ସ୍ଵାସ୍ଥ୍ୟକୁ ବ୍ୟବହାର ସହିତ ଯୋଡାଯାଇଛି ଏବଂ ଏହାକୁ ଶାରୀରିକ ସ୍ଵାସ୍ଥ୍ୟ ଓ ଜୀବନର ମାନର ମୂଳ ବୋଲି ଧରାଯଏ। ।

  1. ଶାରୀରିକ ସ୍ଵାସ୍ଥ୍ୟ ଓ ମାନସିକ ସ୍ଵାସ୍ଥ୍ୟ ନିବିଡତାର ସହ ଜଡିତ ଏବଂ ଅବସାଦ ଫଳରେ ହୃଦୟ ଓ ଭାସ୍କୁଲାର ରୋଗ ହୁଏ, ତାହା ପ୍ରମାଣିତ ହୋଇ ସାରିଛି ।
  2. ମାନସିକ ଡିସଅର୍ଡର ମଣିଷର ସ୍ଵାସ୍ଥ୍ୟ ବ୍ୟବହାରକୁ ମଧ୍ୟ ପ୍ରଭାବିତ କରେ ଯେପରି ଠିକ ଭାବେ ଖାଇବା, ନିୟମିତ ବ୍ୟ।ୟ।ମ, ପର୍ଯ୍ୟ।ପ୍ତ ନିଦ,ନିରାପଦ ଯନକ୍ରିୟ।ରେ ସାମିଲ ହେବା, ଆଲକହଲ ଓ ତମ୍ବାକୁର ବ୍ୟବହାର, ମେଡିକାଲ ଥେରାପିକୁ କରିବା, ଯାହା ଫଳରେ ଶାରୀରିକ ରୋଗ ହେବାର ଆଶଙ୍କା ବଢିଯାଏ ।
  3. ମାନସିକ ସ୍ଵାସ୍ଥ୍ୟ ଫଳରେ ଅନେକ ସାମାଜିକ ସମସ୍ୟା ମଧ୍ୟ ଆସେ ଯେପରି ବେକାରୀ, ପରିବାର ଭାଙ୍ଗିବା, ଦାରିଦ୍ର, ଡ୍ରଗର ଅପବ୍ୟବହାର, ଓ ସମ୍ପର୍କିତ ଅପରାଧ ।
  4. ଖରାପ ମାନସିକ ସ୍ଵାସ୍ଥ୍ୟ ପ୍ରତିରୋଧକ କ୍ଷମତାକୁ କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।
  5. ଅବସାଦ ଥିବା ଶାରୀରିକ ରୋଗୀ ମାନଙ୍କର ଫଳାଫଳ ଆହୁରି ଖରାପ ।
  6. ଡାଇବେଟିସ, କ୍ୟାନ୍ସର, ହୃଦୟ ରୋଗ ଭଳି କ୍ରୋନିକ ରୋଗ ଅବସାଦକୁ ବଢାଇବାରେ ସହାୟକ ହୋଇପାରନ୍ତି।

ମାନସିକ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମର କ୍ରିୟ।ନ୍ଵୟନ ପାଇଁ ଆସୁଥିବା ସମସ୍ୟା

  1. ମାନସିକ ସ୍ଵାସ୍ଥ୍ୟ ଏବଂ ରୋଗର ପରିକଳ୍ପନାରେ ଅସ୍ପଷ୍ଟତା, ନିର୍ଦିଷ୍ଟ ଲକ୍ଷଣର ଅଭାବ ଫଳରେ ଚିହ୍ନଟରେ ସନ୍ଦେହ ତିଆରି ହୁଏ।
  2. ଲୋକ ମାନେ ଭାବନ୍ତି ଯେ ଯେଉଁ ମାନେ ମାନସିକ ଭାବେ ଦୁର୍ବଳ ଓ ଭାବନା କାରଣରୁ ମାନସିକ ରୋଗ ହୁଏ।
  3. ମାନସିକ ରୋଗକୁ ଠିକ କରାଯଇପାରିବ ନାହିଁ ଓ ଥେରାପେଟିକ ନିହିଲିଜମ ଆଡକୁ ଯାଏ ବୋଲି ଅନେକ ମନେ କରନ୍ତି।
  4. ପ୍ରତିଷେଧାତ୍ମକ ପଦକ୍ଷେପ ଦ୍ଵାରା ସଫଳତା ମିଳିବ ନାହିଁ ବୋଲି କିଛି ଲୋକ ମନେ କରନ୍ତି।
  5. ମାନସିକ ରୋଗର ଚିକିତ୍ସା ପାଇଁ ଦିଆଯେଉଁ ଥିବା ଡ୍ରଗ୍ସର ଖୁବ ପାର୍ଶ ପ୍ରତିକ୍ରିୟ। ରହିଥିବା ତଥା ଏହା ଦ୍ଵାରା ଡ୍ରଗ୍ସ ସେବନ ପାଇଁ ଅଭ୍ୟସ୍ତ ହେବାର ଆଶଙ୍କା ଥିବା କିଛି ଲୋକ ମନେ କରନ୍ତି। କିଛି ଲୋକ ମନେ କରନ୍ତି  ଡ୍ରଗ୍ସ ଫଳରେ କେବଳ ନିଦ ଆସେ।
  6. ଡବଲୁଏଚଓ ଦ୍ଵାରା ସଂଗ୍ରହ କରାଯଇଥିବା ତଥ୍ୟ ଅନୁସାରେ ମାନସିକ ସ୍ଵାସ୍ଥ୍ୟ କାରଣରୁ ଭାର ଓ ମାନସିକ ରୋଗର ପ୍ରତିଷେଧକ ଓ ଚିକିତ୍ସା ପାଇଁ ଆବଶ୍ୟକୀୟ ସମ୍ବଳ ମଧ୍ୟରେ ବିଶାଳ ଅନ୍ତର ରହିଛି।
  7. ବିଶ୍ଵର ଅନେକ ଭାଗରେ ମାନସିକ ରୋଗର ଚିକିତ୍ସା ବର୍ତ୍ତମାନ ଯଏ ଅବଶିଷ୍ଟ ମେଡିସିନ ଓ ସ୍ଵାସ୍ଥ୍ୟ ସେବା ଠାରୁ ଅଲଗା ରହିଛି ।
  8. ମାନସିକ ରୋଗୀ ଓ ତାଙ୍କ ପରିବାର ଲୋକ ମାନେ ବିଭିନ୍ନ ସାମାଜିକ ଅପମାନବୋଧ ତଥା ସେମାନଙ୍କର ଅଧିକାର ପ୍ରତି ସଚେଚନନ ହୋଇଥିବା କାରଣରୁ ଏକାଠି ଆସି ପାରନ୍ତି ନାହିଁ ଓ ପ୍ରେସର ଗ୍ରୁପ ଭାବେ କାମ କରି ପାରନ୍ତି ନାହିଁ।
  9. ଏପରିକି ଏନଜିଓ ମାନେ ମଧ୍ୟ ଏହାକୁ କଷ୍ଟକର କ୍ଷେତ୍ର ବୋଲି ମନେ କରନ୍ତି କାରଣ ଏଥିରେ ଲମ୍ବା ପ୍ରତିବଦ୍ଧତାର ଆବଶ୍ୟକତା ପଡିଥାଏ ତେଣୁ ସେମାନେ ମାନସିକ ରୋଗୀ ମାନଙ୍କ କ୍ଷେତ୍ରରେ କାମ କରିବାକୁ ଭୟ କରନ୍ତି।
  10. ମାନସିକ ରୋଗ ସହ ଅପମାନବୋଧ ମଧ୍ୟ ଜଡିତ ହୋଇଥାଏ ଓ ରୋଗୀ ମାନଙ୍କୁ ସମାଜର ସମସ୍ତ କ୍ଷେତ୍ର ଯେପରି ଶିକ୍ଷା, ରୋଜଗାର, ନିଯକ୍ତି, ବାହାଘର ଆଦିରେ ଭେଦଭାବ କରାଯାଇଥାଏ ଫଳରେ ସେମାନଙ୍କୁ ଚିକିତ୍ସକଙ୍କ ପରାମର୍ଶ ଦେବାରେ ବିଳମ୍ବ ହୁଏ।

ମାନସିକ ରୋଗ କାହିଁକି ହୁଏ ?

ଜୈବିକ କାରଣ

  1. ନିଉରୋ ଟ୍ରାନସମିଟର : ମାନସିକ ରୋଗକୁ ମସ୍ତିଷ୍କରେ ଏକ ସ୍ଵତନ୍ତ୍ର କେମିକାଲ ନିଉରୋ ଟ୍ରାନସମିଟରର ଅସାଧାରଣ ସନ୍ତୁଳନ ସହ ଯୋଡା ଯାଇଥାଏ। ନିଉରୋ ଟ୍ରାନସମିଟର ମସ୍ତିଷ୍କରେ ନର୍ଭ ସେଲଗୁଡିକୁ ସଂଚାର କରିବାରେ ସହାୟତା କରିଥାଏ। ଯଦି ଏହି କେମିକାଲର ସନ୍ତୁଳନ ବିଗଡେ, ବା ଠିକ ଭାବେ କାମ କରେ ନାହିଁ, ତେବେ ବାର୍ତା ଠିକ ଭାବେ ମସ୍ତିଷ୍କକୁ ଯଇ ପାରେ ନାହିଁ ଫଳରେ ମାନସିକ ରୋଗର symptomsଲକ୍ଷଣ ଦେଖାଯଏ।
  2. ଜେନେଟିକ୍ସ (ବଂଶାନୁକ୍ରମିକ) : ଅନେକ ମାନସିକ ରୋଗ ପରିବାରରୁ ଆସିଥାଏ । ଯଦି ଏକ ପରିବାରରେ କୌଣସି ବ୍ୟକ୍ତିର ମାନସିକ ରୋଗ ରହିଛି ତେବେ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଏହାର ସମ୍ଭାବନା ରହିଥାଏ। ଜିନ ଦ୍ଵାରା ପରିବାରରେ ଏହା ହେବାର ଆଶଙ୍କା ରହିଥାଏ। ବିଶେଷଜ୍ଞ ମାନଙ୍କର କହିବା ଅନୁସାରେ ମାନସିକ ରୋଗ ଅନେକ ଜିନରେ ଅସନ୍ତୁଳନ ଫଳରେ ହୁଏ,ଗୋଟିଏ ଜିନରେ ନୁହେଁ। ଏହି କାରଣରୁ କୌଣସି ବ୍ୟକ୍ତି ମାନସିକ ରୋଗର ଆଶଙ୍କା ପାଇଁ ସୁଭେଦ୍ୟ ହୋଇଥାଏ ତେବେ ତାକୁ ରୋଗ ହେବ ଏହା ଜରୁରୀ ହୋଇ ନ ଥାଏ। ମାନସିକ ରୋଗ ମଳ୍ଟିପଲ ଜିନ୍ ଇଣ୍ଟରାକ୍ସନ ଓ ଅନ୍ୟ କାରଣ ଯଗୁ ହୋଇଥାଏ। ଯେପରି ଚାପ, ଖରାପ ବ୍ୟବହାର – ଯାହା ଫଳରେstress କୌଣସି ବ୍ୟକ୍ତିର ବଂଶାନୁକ୍ରମିକ ରୋଗର ସମ୍ଭାବନାକୁ ପ୍ରଭାବିତ କରିଥାଏ।
  3. ସଂକ୍ରମଣ: ଅନେକ ସଂକ୍ରମଣକୁ ମସ୍ତିଷ୍କ ଡ୍ୟାମେଜ , ମାନସିକ ରୋଗ ବା ଏହାର ଲକ୍ଷଣ ଖରାପ ହେବା ସହ ସହ ଯୋଡା ଯାଇଛି  symptoms। ଉଦାହରଣ ସ୍ଵରୂପ ପେଡିଆଟ୍ରିକ ଅଟୋଇମ୍ୟୁନ ନିଉରୋସାଇକାଟ୍ରିକ ଡିସଅର୍ଡର (ପିଏଏନ଼ଡିଏ) ବୋଲି କୁହାଯାଏ ଯେଉଁ ଥିବା Streptococcus ସ୍ଥିତି ସହ ଜଡିତ ଷ୍ଟେପଟୋକରସ ବ୍ୟ।କ୍ଟେରିଆକୁ ପିଲା ମାନଙ୍କର ଓବସେସିଭ କମ୍ପଲସିଭ ଡିସଅର୍ଡର ଏବଂ ଅନ୍ୟ ମାନସିକ ରୋଗ ସହ ଯୋଡାଯାଇଛି ।
  4. ମସ୍ତିଷ୍କ ଡିଫେକ୍ଟ ବା ଆଘାତ: ମସ୍ତିଷ୍କର କିଛି ଅଂଚଳରେ ଡିଫେକ୍ଟ ବା ଆଘାତକୁ ମଧ୍ୟ କିଛି ମାନସିକ ରୋଗ ସହ ଯୋଡାଯାଇଛି ।

ନ୍ୟାସନାଲ ନାଲ ମାନସିକ ସ୍ଵାସ୍ଥ୍ୟ ନୀତି କେବଳ ମାନସିକ ଡିସଅର୍ଡର ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ନୁହେଁ କିନ୍ତୁ ଏହା ମାନସିକ ସ୍ଵାସ୍ଥ୍ୟକୁ ପ୍ରୋତ୍ସାହନ ଦେଉଥିବା ବିସ୍ତୃତ ପ୍ରସଙ୍ଗକୁ ଚିହ୍ନି ଗୁରୁତ୍ଵ ଦେବା ଆବଶ୍ୟକ। ଏହା ମଧ୍ୟରେ ମାନସିକ ସ୍ଵାସ୍ଥ୍ୟ ପ୍ରୋତ୍ସାହନକୁ ମୁଖ୍ୟ ଧାରାରେ ଆଣି ସରକାର ଓ ବାଣିଜ୍ୟର ବିଭିନ୍ନ କ୍ଷେତ୍ରରେ ଯେପରିକି ଶିକ୍ଷା,ଶ୍ରମ, ନ୍ୟାୟ, ପରିବହନ, ପରିବେଶ, ଆବାସ, କଲ୍ୟ।ଣ ଓ ସ୍ଵାସ୍ଥ୍ୟ କ୍ଷେତ୍ରର ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମରେ ସାମିଲ କରାଯବାର ଆବଶ୍ୟକତା ରହିଛି।

ମାନସିକ ସ୍ଵାସ୍ଥ୍ୟକୁ ନେଇ ଡବଲୁଏଚଓର ପ୍ରତିକ୍ରିୟା

ମାନସିକ ସ୍ଵାସ୍ଥ୍ୟକୁ ପ୍ରୋତ୍ସାହନ ଦେବା ଓ ଶକ୍ତିଶାଳୀ କରିବାର ସରକାରଙ୍କର ଲକ୍ଷ୍ୟକୁ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ସମର୍ଥ କରେ । ମାନସିକ ସ୍ଵାସ୍ଥ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଡବଲୁଏଚଓ ପ୍ରମାଣ ଗୁଡିକର ମୁଲ୍ୟ।ଙ୍କନ କରୁଛି ଏବଂ ଏହି ସୂଚନା ଗୁଡିକୁ ପ୍ରଚାର କରିବା ଓ ପ୍ରଭାବୀ ରଣନୀତିକୁ ନୀତି ଓ ଯୋଜନାରେ ସମନ୍ୱିତ କରିବା ପାଇଁ ସରକାର ମାନଙ୍କ ସହ କାମ କରୁଛି । ପ୍ରତ୍ୟେକ ବାଲ୍ୟକାଳ ହସ୍ତକ୍ଷେପ ( ଉଦାହରଣ ସ୍ଵରୂପ ଗର୍ଭବତୀ ମହିଳା ମାନଙ୍କ ପାଇଁ ଘରକୁ ଯବା, ପ୍ରାକ ସ୍କୁଲ ମନସ୍ତତ୍ଵ ସାମାଜିକ ଗତିବିଧି, ବଂଚିତ ଜନସଂଖ୍ୟ। ପାଇଁ ସଂଯକ୍ତ ପୋଷଣଯକ୍ତ ଏବଂ ମନସ୍ତତ୍ଵ ସାମାଜିକ ସହାୟତା ) ।

  1. ପିଲା ମାନଙ୍କୁ ସହାୟତା (ଉଦାହରଣ ସ୍ଵରୂପ କୌଶଳ ନିର୍ମାଣ କାର୍ଯ୍ୟକ୍ରମ, ଶିଶୁ ଓ ଯବ ବିକାଶ କାର୍ଯ୍ୟକ୍ରମ) ।
  2. ସାମାଜିକ ଆର୍ଥିକ ସଶକ୍ତିକରଣ ( ଉଦାହରଣ ଶିକ୍ଷା ଓ ମାଇକ୍ରୋ କ୍ରେଡିଟ ଯୋଜନା କୁ ଆକ୍ସେସରେ ସୁଧାର ) ।
  3. ବୟସ୍କ ଲୋକ ମାନଙ୍କୁ ସାମାଜିକ ସହାୟତା ( ଦେଖାଶୁଣା କରିବା, ବୟସ୍କ ଲୋକ ମାନଙ୍କ ପାଇଁ ଗୋଷ୍ଠୀ ଏବଂ ଦିବସ କେନ୍ଦ୍ର)
  4. ସଂଖ୍ୟ।ଲଘୁ, ଜନଜାତି, ବିସ୍ଥାପିତ ଏବଂ ବିବାଦ ବା ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କ ସୁଭେଦ୍ୟ ଗୋଷ୍ଠୀର ଲୋକ ମାନଙ୍କୁ ଲକ୍ଷ୍ୟ କରି କାର୍ଯ୍ୟକ୍ରମ (ଉଦାହରଣ ପ୍ରାକୃତିକ ବିପର୍ଯ୍ୟୟ ପରେ ମନସ୍ତାତ୍ଵିକ ସାମାଜିକ ହସ୍ତକ୍ଷେପ) ।
  5. ବିଦ୍ୟ।ଳୟରେ ମାନସିକ ସ୍ଵାସ୍ଥ୍ୟ ( ପ୍ରୋତ୍ସାହ ଏବଂ ଶିଶୁଙ୍କ ସ୍କୁଲ )ନ ଗତିବିଧି (ଉଦାହରଣ ପରିବେଶ ପରିବର୍ତ୍ତନକୁ ସମର୍ଥନ କରୁଥିବା କାର୍ଯ୍ୟକ୍ରମ)।
  6. କାମରେ ମାନସିକ ସ୍ଵାସ୍ଥ୍ୟ ହସ୍ତକ୍ଷେପ ( ଟାପ ପ୍ରତିଷେଧକ କାର୍ଯ୍ୟକ୍ରମ) ।
  7. ଗୃହ ନୀତି (ଉଦାହରଣ ଗୃହ ନିର୍ମାଣ ସୁଧାର) ।
  8. ହିସା ରୋକିବା କାର୍ଯ୍ୟକ୍ରମ ( ଗୋଷ୍ଠି ପୋଲିସିଂ ଇନିସିଏଟିଭ) ଏବଂ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ (ଉଦାହରଣ ସମନ୍ୱିତ ଗ୍ରାମୀଣ ବିକାଶ) ।

ସ୍ରୋତ :

  1. ଡ. ସୁଧାରାନୀ, ସହାଯକ ପ୍ରାଧ୍ୟାପକ ସାଇକାଟ୍ରି, ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ଷ୍ଟ୍ରେଙ୍ଗଥ
  2. ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ମେଣ୍ଟାଲୀ ହାଣ୍ଡିକ୍ୟାପ(NIMH)

Last Modified : 7/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate