ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ
ସେଆର କରନ୍ତୁ

ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାନସିକ ସ୍ବାସ୍ଥ୍ୟ ସେବା ଜିସା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

ପରିଚୟ


ଗ୍ଲୋବର ଦୁଇ ପାର୍ଶରେ ମାନସିକ ଲକ୍ଷଣ ଗୁଡିକ ସାଧାରଣ ଜନସଂଖ୍ୟlରେ ସମାନ . ଏହି ଲକ୍ଷଣ ଗୁଡିକ ହେଲା ଚିନ୍ତା, ଥକା ଲାଗିବା,ରାତିରେ ନିଦ ନହେବା ଆଦି ବୟସ୍କ ମାନଙ୍କର ଅଧାରୁ ଅଧିକ ଲୋକଙ୍କୁ କିଛି ସମୟରେ ପ୍ରଭାବିତ କରୁଥିବା ବେଳେ ପ୍ରତି ସାତ ଜଣରେ ଜଣେ ବ୍ୟକ୍ତି ଚିହ୍ନଟ ହୋଇପାରୁଥିବା ନିଉରୋଟିକ ଡିଜଅର୍ଡରର କିଛି ପ୍ରକାରକୁ ଅନୁଭବ କରନ୍ତି .

ରୋଗର ଭାର

ବିଶ୍ବ ବ୍ୟାଂକ ରିପୋର୍ଟ (1993)ରେ କୁହାଯ଼ାଇଛି ଯ଼େ ନିଉରୋ ସାଇକାଟ୍ରିକ ଡିସଅର୍ଡର ଯ଼ୋଗୁ ଡିସେବିଲିଟି ଆ଼ଡଜଷ୍ଟେଡ ଲାଇଫ ଇଯର (ଡିଏଏଲବାଇ) କ୍ଷତି, ଡାଇରିଆ, ମ୍ଯାଲେରିଆ, ଓମେନ ଇନଫେଷ୍ଟେସନ ଏବଂ ଟୁବେରକୁଲୋସିସ ଠାରୁ ମଧ୍ୟ ଅଧିକ. ଆକଳନ ଅନୁସାରେ 2020 ସୁଦ୍ଧା ମାନସିକ ଡିସଅର୍ଡର ପାଇଁ ଦୈନିକ କ୍ଷତି ବୈଶ୍ବିକ ଭାରର 15 ପ୍ରତିଶତ ହେବ ବୋଲି ଆଶା କରାଯ଼ାଉଛି.

ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ଅନେକ ଏପିଡେମିଓଲଜିକାଲ ଅଧ୍ଯଯନ ହୋଇଛି. ଏଥିରେ କୁହାଯ଼ାଇଛି ଯ଼େ ସମଗ୍ର ବିଶ୍ବରେ ସାଇକାଟ୍ରିକ ଡିସଅର୍ଡରର ଘଟଣା ପ୍ରାୟ ସମାନ. ଏହି ଅଧ୍ୟୟନରେ ମିଳିଥିବା ତଥ୍ୟ ଅନୁସାରେ ପ୍ରତି ଏକହଜାରରେ ଏଭଳି ଡିସଅର୍ଡର ସଂଖ୍ୟl 18ରୁ 207 ଓଧ୍ୟମା ପ୍ରତି 1000ରେ 65.4 ଏବଂ କୌଣସି ସମଯରେ 2ରୁ 3 ପ୍ରତିଶତ ପର୍ଯ୍ୟନ୍ତ ଜନସଂଖ୍ୟl ଗୁରୁତର, ମାନସିକ ଡିସଅର୍ଡର ବା ଏପିଲେପସିରୁ ପୀଡିତ. ଅଧିକାଂଶ ରୋଗୀ ଗାଁରେ ଆଧୁନିକ ମାନସିକ ସ୍ବାସ୍ଥ୍ୟ ସେବାରୁ ଦୂରରେ ରହନ୍ତି . ବୟସ୍କ ରୋଗୀ ମାନଙ୍କ ମଧ୍ଯରୁ ସାଧାରଣ ଓପିଡିକୁ ଆସୁଥିବା (10.4ରୁ 53 ପ୍ରତିଶତ) ପର୍ଯ୍ୟନ୍ତ ରୋଗୀ ମାନସିକ ବେମାରୀ ସମ୍ପର୍କରେ ଚିହ୍ନଟ ହୋଇଯ଼ାନ୍ତି. ତେବେ ଏହି ରୋଗୀ ମାନେ ସାଧାରଣ ଭାବେ ହଜି ଯ଼ାଆନ୍ତି କାରଣ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ବା ସାଧାରଣ ପ୍ରାକ୍ଟିସନର ତାଙ୍କୁ ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ଇତିହାସ ମାଗେ ନାହିଁ. ଏହି ରୋଗୀ ମାନଙ୍କର ଠିକ ଭାବେ ଚିହ୍ଟନ ନ ହେବା କାରଣରୁ ଅନାବଶ୍ୟକ ତଦନ୍ତ ଓ ଚିକିତ୍ସା କରାଯ଼ାଏ ଯ଼ାହା ପାଇଁ ସ୍ବାସ୍ଥ୍ୟ ଉପଲବ୍ଧକାରୀଙ୍କୁ ଖୁବ ଖର୍ଚ ଦେବାକୁ ପଡେ

କାର୍ଯ୍ୟକ୍ରମ


ଗୋଷ୍ଠୀ ମଧ୍ୟରେ ମାନସିକ ରୋଗର ଭୀଷଣ ଭାରକୁ ଦେଖି ଓ ଦେଶରେ ମାନସିକ ସ୍ବାସ୍ଥ୍ୟ ସେବା ପାଇଁ ଥିବା ଅପର୍ଯ୍ୟlପ୍ତ ଭିତ୍ତିଭୂମିକୁ ଦେଖି ଭାରତ ସରକାର 1982 ମସିହାରେ ନ୍ଯାସନାଲ ମେଣ୍ଟାଲ ହେଳ୍ଥ ପ୍ରୋଗ୍ରାମ ( ଏନଏମଏଚପି) ଆରମ୍ଭ କରିଥିଲେ .

ଏନଏଚଏମପିର ତିନୋଟି କମ୍ପୋନେଣ୍ଚ ରହିଛି :

  1. ମାନସିକ ରୋଗର ଚିକିତ୍ସା
  2. ପୁନର୍ବାସ
  3. ରୋକିବା ଓ ସକାରାତ୍ମକ ମାନସିକ ସ୍ବାସ୍ଖକୁ ପ୍ରୋତ୍ସାହନ ଦେବା
ଲକ୍ଷ୍ୟ
  1. ମାନସିକ ଏବଂ ସ୍ନାଯବିକ ଡିସଅର୍ଡର ଓ ଏହା ସହିତ ଜଡିତ ଅକ୍ଷମତାକୁ ରୋକିବା ଓ ଚିକିତ୍ସା କରିବା
  2. ସାଧାରଣ ସ୍ବାସ୍ଥ୍ୟ . ସେବା, ପାଇଁ ମାନସିକ ସ୍ବାସ୍ଥ୍ୟ ଟେକ୍ନୋଲୋଜିର ବ୍ଯବହାର କରିବା
  3. ଜୀବନର ମାନରେ ସୁଧାର କରିବାକୁ ମାନସିକ ସ୍ବାସ୍ଥ୍ୟ ସିଦ୍ଧାନ୍ତକୁ ମୋଟ ଜାତୀୟ ବିକାଶରେ ବ୍ୟବହାର କରିବା.
ଉଦ୍ଦେଶ୍ୟ
  1. ଦେଖାଯ଼ାଇ ପାରୁଥିବା ଭବିଷ୍ୟତରେ ସମସ୍ତଙ୍କ ପାଇଁ ବିଶେଷ ଭାବେ ଜନସଂଖ୍ୟl ବଂଚିତ ବର୍ଗ ପାଇଁ ସର୍ବନିମ୍ନ ମାନସିକ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇବା ଓ ପହଂଚାଇବା
  2. ସାଧାରଣ ସ୍ବାସ୍ଥ୍ୟ ସେବା ଓ ସାମାଜିକ ବିକାଶରେ ମାନସିକ ସ୍ବାସ୍ଥ୍ୟ ଜ୍ଞାନର ଆପ୍ଲିକେସନକୁ ପ୍ରୋତ୍ସାହିତ କରିବା
  3. ମାନସିକ ସ୍ବାସ୍ଥ୍ୟ ସେବା ବିକାଶରେ ସାମୁଦାଯିକ ଭାଗିଦାରୀକୁ ପ୍ରୋତ୍ସାହନ ଦେବା ଏବଂ ଗୋଷ୍ଠୀରେ ସ୍ବଂୟ ସହାୟତାର ପ୍ରୟlସକୁ ବଢାଇବା

ରଣନୀତି

  1. ଏନଏଚଏମପି ଜରିଆରେ ମାନସିକ ସ ସ୍ବାସ୍ଥ୍ୟ ଓ ପ୍ରାଥମିକ ସ୍ବାସ୍ଥ୍ୟ ସେବାକୁ ଏକାଠି କରିବା
  2. ମାନସିକ ଡିସଅର୍ଡରର ଚିକିତ୍ସା ପାଇଁ ଟର୍ସିଆରି କେଆର ଇନଷ୍ଟିଚ୍ଯୁସନର ବ୍ୟବସ୍ଥା
  3. ମାନସିକ ରୋଗୀ ମାନଙ୍କର ଅପମାନକୁ ରୋକିବା ଏବଂ କେନ୍ଦ୍ରୀଯ ମାନସିକ ସ୍ବାସ୍ଥ୍ୟ ପ୍ରାଧିକରଣ ଓ ରାଜ୍ଯ ମାନସିକ ସ୍ବାସ୍ଥ୍ୟ ପ୍ରାଧିକରଣ ପରି ନିଯାମକ ସଂସ୍ଥା ଦ୍ବାରା ସେମାନଙ୍କର ଅଧିକାରର ସଂରକ୍ଷଣ କରିବା

ମାନସିକ ସ୍ବାସ୍ଥ୍ୟ ସେବା

  1. ମାନସିକ ମୋର୍ବିଡିଟି ମାନସିକ ସ୍ବାସ୍ଥ୍ୟ ଚିକିତ୍ସାରେ ପ୍ରାଥମିକତା ଆବଶ୍ୟକ କରେ .
  2. ଗ୍ରାମ ଏବଂ ଉପ କେନ୍ଦ୍ର ସ୍ତରରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର
  3. ଜିଲ୍ଲା ଚିକିତ୍ସାଳୟ ସ୍ତରରେ
  4. ମାନସିକ ଚିକିତ୍ସାଳୟ ଏବଂ ସାଇକାଟ୍ରିକ ଯୁନିଟରେ ପଢା
  5. ଜିସା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

ଜିସା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

କମ୍ପୋନେଣ୍ଟ

  1. ରାଜ୍ୟର ଚିହ୍ନିତ ହୋଇଥିବା ନୋଡାଲ ଇନଷ୍ଟିଚ୍ଯୁଚରେ ମାନସିକ ସ୍ବାସ୍ଥ୍ୟ ଟିମର ସମସ୍ତ କର୍ମୀ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
  2. ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ସାମାଜିକ ଶିକ୍ଷା ସଚେତନତାରେ ବୃଦ୍ଧି ଓ ଅପମାନବୋଧ ହ୍ରାସ.
  3. ଶୀଘ୍ର ଚିହ୍ନଟ ଓ ଚିକିତ୍ସା ପାଇଁ ଓପିଡି ଏବଂ ଇନଡୋର ସେବା ଉପଲବ୍ଧ କରାଯ଼ାଏ
  4. ଗୋଷ୍ଠୀ ସ୍ତରରେ ମୁଲ୍ୟବାନ ତଥ୍ୟ ଓ ଅଭିଜ୍ଞତା ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଉପଲବ୍ଧ କରାଇବା ଯ଼ାହା ଫଳରେ ଭବିଷ୍ୟତ ଯ଼ୋଜନା,ସେବା ଓ ଅନୁସନ୍ଧାନ କ୍ଷେତ୍ରରେ ସୁଧାର ହୋଇ ପାରିବ.

କାର୍ଯ୍ୟକ୍ରମ ବିଭିନ୍ନ କମ୍ପୋନେଣ୍ଟକୁ ପ୍ରାଯୋଜନ କରିବା ପାଇଁ ବିଶ୍ବ ବ୍ୟାଂକ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ଯ଼ୋଗାଯ଼ୋଗ କରାଗଲା. ପ୍ରାରମ୍ଭିକ ପାଞ୍ଚ ବର୍ଷ ପାଇଁ କର୍ମଚାରୀ ମାନଙ୍କର ଦରମା, ଉପକରଣ, ବାହନ, ଔଷଧ, ଷ୍ଟେସନାରୀ, ପ୍ରଶିକ୍ଷଣ ଆଦି ପାଇଁ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଓ ନୋଡାଲ ଇନଷ୍ଟିଚ୍ଯୁଟକୁ ପ୍ରଦାନ କରାଗଲା. ପାଞ୍ଚବର୍ଷ ପରେ ସେମାନେ ନିଜେ ଏହାର ପରିଚାଳନା କରିବେ. ମାନସିକ ସ୍ବାସ୍ଥ୍ୟ ଆଇନ 1986ର ସଠିକ କ୍ରିୟlନ୍ବୟନ ହେଉଛି କି ନାହିଁ ତାକୁ ଦେଖିବା ପାଇଁ ଭାରତ ସରକାର ମାନସିକ ସ୍ବାସ୍ଥ୍ୟ ପ୍ରାଧିକରଣ ଗଠନ କରିଛନ୍ତି . ଉପରେ କୁହାଯ଼ାଇଥିବା ସମସ୍ତ କାର୍ଯ଼ ପାଇଁ ରାଜ୍ୟ ମାନସିକ ସ୍ବାସ୍ଥ୍ୟ ପ୍ରାଧିକରଣ ଗଠନ କରିବାକୁ ଉପଲବ୍ଧ କରାଏ.

ମାନସିକ ଡାକ୍ତରଖାନାର ସ୍ଥିତି ଓ ମାନସିକ ରୋଗ ପାଇଁ ସେ ତ୍ବରିତ ସେବା ପ୍ରଦାନ କରିବାକୁ ସୁନୁଶ୍ଚିତ କରିବା ପାଇଁ କରାଯ଼ାଇଥିବା ଯ଼ୁଗ୍ମ ଅଧ୍ୟୟନ ଗୁଡିକର ସୁପାରିଶ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ଜାତୀୟ ମାନବିକ ଅଧିକାର କମିଶନ ତଦାରଖ କରେ .

ସ୍ରୋତ : nihfw.nic.in
2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top