ସେଆର କରନ୍ତୁ

ସ୍କିଜୋଫ୍ରେନିଆ

ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ଏହି ରୋଗରେ ମାନସିକ ସାମର୍ଥ୍ୟ ବ୍ୟାହତ ହୋଇପଡ଼େ ।

ଉପକ୍ରମ

ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ଏହି ରୋଗରେ ମାନସିକ ସାମର୍ଥ୍ୟ ବ୍ୟାହତ ହୋଇପଡ଼େ । ଫଳରେ ରୋଗୀ ଚିନ୍ତାଭାବନା ଅନୁଭବ ଓ କାର୍ଯ୍ୟକଳାପରେପ୍ରକାଶ ପାଏ ଅସ୍ଵାଭାବିକତା ଏଭଳି ରୋଗୀମାନେ କେଉଁତା ବାସ୍ତବ ଓ କେଉଁଟା କାଳ୍ପନିକ, ଏହାର ବାଛବିଚାର କରିପାରନ୍ତି ।

ସ୍କିଜୋଫ୍ରେନିଆ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦରୁ ଉଦ୍ଧୃତ । ଶବ୍ଦଟି ଦୁଇଟି ହେଉଛି ‘ସ୍କିଜୋ’ ଏବଂ ଫ୍ରେନ୍’ । ‘ସ୍କିଜୋ ର ଅର୍ଥ ବିଭାଜନ ଏବଂ ଫ୍ରେନ୍ ର ଅର୍ଥ ମନା । ତେଣୁ ସ୍କିଜୋଫ୍ରେନିଆ ରୋଗରେ ମନ ହୋଇଯାଇଥାଏ ବିଭାଜିତ ଓ ଏହାର କାର୍ଯ୍ୟ ହୋଇପଡ଼େ ଅସନ୍ତୁଳିତ ।

ହୁଏ  କାହିଁକି

ଏହି ରୋଗଟି ହୁଏ କାହିଁକି, ତାହା ସନ୍ତୋଷଜନକ ଭାବରେ ଜଣାନାହିଁ । ତେବେ ଏହି ରୋଗ ହେବାରେ କିଛି ବଂଶଗତ ପ୍ରଭାବ ରହିଛି । ଯେଉଁ ପରିବାରରେ କେହି ନା କେହି ନିକଟ ସମ୍ପର୍କୀୟ ସ୍କିଜୋଫ୍ରେନିଆରେ ଆକ୍ରାନ୍ତ ହୋଇଥିବେ, ସେହି ପରିବାରର ଅନ୍ୟ କେହି ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ବେଶି । ଅସ୍ଵାଭାବିକ ମାନସିକ ଚିନ୍ତା, ପାରିବାରିକ ତଥା ମାନସିକ ଚାପ ରୋଗ ସୃଷ୍ଟିକୁ ପ୍ରତ୍ସାହନ ଦେଇପାରେ । ସାଧାରଣ ଭାବରେ ଦେଖିଲେ ଯେଉଁମାନେ ଶାନ୍ତି ଧୀର ଧର୍ମଭାବପନ, ସମାଜର ରୀତିନୀତି ମାନି ଚଳିବାରେ ଅଭ୍ୟସ୍ତ ସେମାନେ ସ୍କିଜୋଫ୍ରେନିଆ ପ୍ରତି ଅଧିକ ସମ୍ବେଦନଶୀଳ ।

ଆପଣମାନେ ଜାଣନ୍ତି ମସ୍ତିଷ୍କରେ କ୍ଷରିତ ହୋଇଥାଏ କେତେକ ରାସାୟନିକ ଉପାଦାନ । ଏହାକୁ ନ୍ୟୁରୋଟ୍ରାନ୍ସମିଟର ବା ସ୍ନାୟୁସଞ୍ଚାରକ ବୋଲି କହନ୍ତି । ଏଗୁଡିକ ସାହାଯ୍ୟରେ ମସ୍ତିଷ୍କର ସ୍ନାୟୁକୋଷଗୁଡିକ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିଥାନ୍ତି । କିନ୍ତୁ ସ୍କିଜୋଫ୍ରେନିଆ ରୋଗୀଙ୍କ କ୍ଷେତ୍ରରେ ମସ୍ତିଷ୍କର କ୍ଷରିତ ସ୍ନାୟୁସଞ୍ଚାରକ  ଉପାଦାନର ମାତ୍ରାରେ ତାଳମେଳ ରହି ନ ଥାଏ । ତେଣୁ ପରିବେଶର ବିଭିନ୍ନ ବିଭାଗ ପ୍ରତି ରୋଗୀଠାରେ ପ୍ରକାଶ ପାଇଥାଏ ଅସ୍ଵାଭାବିକ ତଥା ଅସନ୍ତୁଳିତ ପ୍ରତିକ୍ରିୟା ।

ରୋଗକୁ ଚିହ୍ନବେ କିପରି

ରୋଗର ଲକ୍ଷଣ ସାଧାରଣତଃ ଖୁବ୍ ଧୀରେ ଧୀରେ ପ୍ରକାଶ ପାଉଥିବାରୁ ରୋଗକୁ ଟା’ର ପ୍ରାଥମିକ ଅବସ୍ଥାରେ ଚିହ୍ନିବା ସହଜ ହୋଇ ନ ଥାଏ । ତେବେ କେଉଁକେଉଁ କ୍ଷେତ୍ରରେ ଲକ୍ଷଣ ବି ହଠାତ୍ ପ୍ରକାଶ ପାଇପାରେ । ସାଧାରଣ ଭାବରେ ଦେଖିଲେ ପ୍ରତି  ଶହେ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ତତଃ ଜଣେ ଏହି ରୋଗର ଶିକାର ହୁଅନ୍ତି । ପୁଣି କିଶୋର କିଶୋରୀ ଓ ଯୁବତୀ ଯୁବକମାନେ ବେଶି ସଂଖ୍ୟାରେ ଏହି ରୋଗ ଭାଗିଥାନ୍ତି ।

ସ୍କିଜୋଫ୍ରେନିଆ ରୋଗୀଟି ପାଇଁ ଦୁନିଆର ରୀତିନୀତି ସଂପୂର୍ଣ୍ଣ ଅଲଗା । ଟା’ର ଦୁନିଆ ଏକ ଅଲଗା ଦୁନିଆ ଓ ସେ ସେହି ଦୁନିଆର ବାଦ୍ ସାହ । ସେ ଜଣେ ରୋଗୀ ବୋଲି ଟା’ର ଧାରଣା ନ ଥାଏ । ସେ ନିଜେ ଠିକ୍ ଭାବେ ଚିନ୍ତା କରିପାରେନି, ଅନୁଭବ କରିପାରେନି କି ସାଧାରଣ ଲୋକଙ୍କ ପରି ଆଚରଣ ଦେଖାଇପାରେନି । ଯାହା ବୁଝିଥିବା ସେଇଆ- ସ୍ଥାନ, କାଳ ପାତ୍ର ଏସବୁ ବିଚାର କରିବା ପାଇଁ ସେ ଥାଏ ସମ୍ପୁର୍ଣ୍ଣ ଅସମର୍ଥ ଟା’ର ଉପଲବ୍ଧି ପରିବର୍ତ୍ତିତ ହୋଇଯାଏ । ସେ ୟୁକ୍ତିସଙ୍ଗତ ଭାବରେ ଚିନ୍ତା କରିପାରେନି କଥୋପକଥନରେ ପ୍ରାସଙ୍ଗିକତା ରହେନି । ଟା’ଠାରେ ଆବେଗ ଭାବପ୍ରବଣତା ଇଚ୍ଛାଶକ୍ତି , ଉତ୍ସାହ, ସାମାଜ୍ୟକତା, ଏକାଗ୍ରତା ଇତ୍ୟାଦି ହୋଇପଡ଼େ ଅସ୍ଵାଭାବିକ ।

ରୋଗ ପ୍ରକାଶ ପାଇଲେ ରୋଗୀ ଟା’ର ଦୈନନ୍ଦିନ କାର୍ଯ୍ୟ, ପାଠପଢା ଚାକିରି ପରିବାର ତଥା ବନ୍ଧୁବାନ୍ଧବଙ୍କ ପ୍ରତି କେମିତି ଏକ ଖାପଛଡା ବ୍ୟବହାର ଦେଖାଏ । କୌଣସି କାର୍ଯ୍ୟରେ ଦୀର୍ଘ ସମୟ ଧରି ମନୋନିବେଶ କରିପାରେନି । ତାଙ୍କୁ କିଛି ପାଚରିଲେ ସେ କେତେବେବେ ଖୁବ୍ ଉଠେ ଊ ଆଉ କେତେବେଳେ ବୋକାଙ୍କ ଭଳି ଚାହିଁରହେ । ଲକ୍ଷ୍ୟହୀନ ଭାବରେ ବୁଲାଚଳା କରିପାରେ । ସବୁବେଳେ କୌଣସି ଚିନ୍ତାରେ ବୁଡି ରହିଥିବା ଭଳି ଜଣାପଡେ । କଥାବାର୍ତ୍ତା ନ କରି ମୌନ ରୁହେ । ବେଳେବେଳେ ସେ ମନକୁ ମନ ଧରିନିଏ ଯେ, ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ଅନ୍ୟମାନେ ଲୁଚିଲୁଚି ଟା’ର କାର୍ଯ୍ୟକଳାପକୁ ଲକ୍ଷ କରୁଛନ୍ତି । ଟା’ର ବିରୋଧରେ ଚକ୍ରାନ୍ତ ଚଳେଇଛନ୍ତି । ପୁରୁଷ ରୋଗୀ ଟା’ର ସ୍ତ୍ରୀର ସତୀତ୍ଵ ପ୍ରତି ସନ୍ଦେହ ପୋଷଣ କରିପାରେ ତ ସ୍ଵାମୀର ଅନ୍ୟ ମହିଳାଙ୍କ ସହ ଗୁପ୍ତପ୍ରଣୟ ଅଛି ବୋଲି ସ୍ତ୍ରୀ ରୋଗୀ ଧରିନେଇପାରେ । କେହିକେହି ଧାରଣା କରିନିଅନ୍ତି ଯେ ତାଙ୍କୁ ଗୁଣିଗାରେଡି କରାଯାଇଛି । ଯେତେ ଯାହା କଲେ ବି ରୋଗୀର ଏହି ବଦ୍ଧମୂଳ ଧାରଣା ଆଦୌ ଦୂର ହୋଇପାରେ ନାହିଁ ।

କେତେକ ରୋଗୀଙ୍କଠାରେ ପ୍ରାକାଶ ପାଏ ଚିତ୍ତ ବିଭ୍ରମର ଲକ୍ଷଣ । କିଏ ବିଭିନ୍ନ ପ୍ରକାର ଦବ୍ଦ ଶୁଣି ପାରିଥିବାର ଧରିନେଇ ମନକୁ ମନ ଉତ୍ତର ଦେବାରେ ଲାଗେ । ଅବସ୍ତାବ ତଥା କାଳ୍ପନିକ ଦୃଶ୍ୟ ଦେଖୁଥିବାର ପ୍ରକାଶ କରେ । କେତେବେଳେ ହସେ ତ କେତେବେଳେ ଦୁଃଖଦପରିସ୍ଥିତିରେ ମଧ୍ୟ ହସିବାରେ ଲାଗେ । ନିରର୍ଥକ ଭାବରେ କାନ୍ଦି ପକାଏ । ଆଉ କେତେବେଳେ ହାତ ହଲେଇ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରବେ । କେତେକ ରୋଗୀ ରୋଗର ପ୍ରଭାବରେ ମାରପିଟ ତଥା ହଂସାତ୍ମକ ଆଚରଣ ପ୍ରଦର୍ଶନ କରିଥାନ୍ତି । ଏପରିକି ଆତ୍ମହତ୍ୟା କରିବା ପାଇଁ ପ୍ରଚେଷ୍ଟା କରିଥାନ୍ତି । କେହିକେହି ଆତ୍ମହତ୍ୟା ପରିପକାନ୍ତି ମଧ୍ୟ ଅନେକଙ୍କୁ ଭଲ ଏନଆଇଡ଼ି ହୁଏନି ଓ ରାତିରାତି ଅନିନ୍ଦ୍ରା ରହି ମଧ୍ୟ ଏମାନେ କ୍ଳାନ୍ତ ଅନୁଭବ ନ କରିବା ବି କିଛି ଅସ୍ଵାଭାବିକ ନୁହେଁ । ଏମାନଙ୍କର ବ୍ୟକ୍ତିତ୍ଵରେ ପରିବର୍ତ୍ତନ ଘଟିବାରୁ ଏମାନେ ସାମାଜିକ ହୋଇପାରନ୍ତିନି ଓ ସାମାଜିକ ସମାବେଶରୁ ନିଜକୁ ଦୂରେଇ ରଖନ୍ତି । ଏମାନଙ୍କ କଥାବାର୍ତ୍ତାରେ କୌଣସି ତାଳମେଳ ନ ଥାଏ ଓ ପ୍ରସଙ୍ଗକୁ ଚାହିଁ ଠିକ୍ ଶବ୍ଦ ସେମାନଙ୍କ ମୁଣ୍ଡକୁ ଢୁକେନି । କେହିକେହି ଅନ୍ୟମାନଙ୍କ କଥାକୁ ବାରମ୍ବାର ଉଚ୍ଚାରଣ କରୁଥିବାର ଦେଖାଯାଏ । ଅନେକେ ହୋଇପଡିନ୍ତି ବିଷାଦଗ୍ରସ୍ତ ଅସୁଖୀ ଅଶାନ୍ତ ଅସ୍ଥିର ଓ ଉତ୍କଣ୍ଠିତ । ରୋଗର ପରବର୍ତ୍ତୀ ଅବସ୍ଥାରେ ରୋଗୀମାନେ ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରକ୍ଷା ପ୍ରତି ଆଦୌ, ଧ୍ୟାନ ଦେଇ ନ ଥାନ୍ତି ।  ଗାଧୁଆପାଧୁଆ କରନ୍ତିନି, ଧୁଆଧୋଇ ହୁଅନ୍ତିନି । ଲୁଗାପଟା ସଫା ରଖନ୍ତିନି । ଚିରା ଛିଣ୍ଡାଲୁଗା ଅଖା ପାଲ- ଯାହା ପାଆନ୍ତି ପିନ୍ଧି ପକାନ୍ତି । ବେଳେବେଳେ ପୁରା ଲଙ୍ଗଳା ହୋଇ ବୁଲାବୁଲି କରନ୍ତି । ଏଣୁତେଣୁ ଗପୁଥାନ୍ତି । ତେବେ ସମସ୍ତଙ୍କଠାରେ ସମସ୍ତ ଲକ୍ଷଣ ପ୍ରକାଶ ପାଇ ନ ଥାଏ କି ସମାନ ପ୍ରକାରର ଲକ୍ଷଣ ପ୍ରକାଶ ପାଇ ନ ଥାଏ ।

ପ୍ରତିକାର ବ୍ୟବସ୍ଥା

ରୋଗୀର ଅସ୍ଵାଭାବିକ ଲକ୍ଷଣ ଦେଖି ଅମାନିଆ, ଜାଣିସିଆଣା, କର୍ମକୋଢି ବୋକା ଆଦି ନିଜର ମତାମତ ଦେବା ଅପେକ୍ଷା ତୁରନ୍ତ ଟା’କୁ ନେଇ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଆବଶ୍ୟକ । ଯେତେ ଚଞ୍ଚଲ ଟା’ର ଚିକିତ୍ସା ଆରମ୍ଭ କରାଯାଏ ସେତେ ମଙ୍ଗଲ ଓ ରୋଗ ଉପଶମର ସମ୍ଭାବନା ସେତେ ଅଧିକ । ଆବହମାନ କାଳରୁ ମାନସିକ ରୋଗୀଙ୍କ ପ୍ରତି ଯଥେଷ୍ଟ ଅନ୍ୟାୟ ହୋଇଆସୁଛି । ସେମାନଙ୍କୁ ‘ ପାଗଳ’ ବାଇଆ ଆଦି ନାହିଁ ଦେଇ ଉପକ୍ଷା କରାଯାଉଛି । ରୋଗାକ୍ରାନ୍ତ ଶିକ୍ଷକ ଶିକ୍ଷକତା କାର୍ଯ୍ୟ ଓ ଅନ୍ୟ ବୃତ୍ତିଧାରୀମାନେ ନିଜ ନିଜର ବୃତ୍ତିକୁ ବେଶ୍ ଦାୟିତ୍ଵବାନ କର୍ମଚାରୀ ଭାବେ ସମ୍ପାଦନ କରିପାରୁଛନ୍ତି । ହେଲେ ଏହି ସଫଳତାର ମୂଳମନ୍ତ୍ର ହେଉଛି ନିୟମିତ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ।

ପରିବାରର ଦାୟିତ୍ଵ

ରୋଗୀକୁ ନିୟମିତ ଔଷଧ ଖୁଆନ୍ତୁ ଔଷଧ ବନ୍ଦ କରିଦେଲେ ଗୋଗ  ଲେଉଟି ଆସେ । ଏହି ରୋଗର ସମ୍ପୁର୍ଣ୍ଣ ଆରୋଗ୍ୟ ସମ୍ଭବ ହେଉ ନ ଥିବାରୁ ଚିକିତ୍ସାରେ ଆଦୌ ଅବହେଳା କରିବେନି ।

  • ରୋଗୀକୁ ଉପେକ୍ଷ କରିବେନି । ତା’କୁ ଜଣେ ସୁସ୍ଥା ବ୍ୟକ୍ତି ବୋଲି ଭାବି ତା’ସହ ଅନୁରୂପ ଆଚରଣ ଦେଖାନ୍ତୁ । ତା’ ସହ କଥାବାର୍ତ୍ତା କରନ୍ତୁ ।
  • ତା’କୁ ପରିବାରର ବିଭିନ୍ନ କାର୍ଯ୍ୟରେ ଜଡିଡ କରନ୍ତୁ । ତା’କୁ ପ୍ରଶଂସା କରନ୍ତୁ । ବିଶ୍ଵାସକୁ ନିଅନ୍ତୁ ।
  • ତା’କୁ ଅବଜ୍ଞା କରନ୍ତୁ କି ହଇରାଣ ହରକଢ କରନ୍ତୁନି  ।
  • ତା’ର ଚେନ୍ ରେ ନ ବାନ୍ଧି ଡାକ୍ତରଓ ଔଷଧ ସହ ବାନ୍ଧିଦିଅନ୍ତୁ ।

ଆଧାର

ଧରିତ୍ରୀ

2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top