ହୋମ / ସ୍ଵାସ୍ଥ୍ୟ / ଯୋଗ / ଅଣ୍ଟା ବିନ୍ଧା ହେଉଥିଲେ ଯୋଗ କରନ୍ତୁ
ସେଆର କରନ୍ତୁ

ଅଣ୍ଟା ବିନ୍ଧା ହେଉଥିଲେ ଯୋଗ କରନ୍ତୁ

ଅଣ୍ଟା ବିନ୍ଧା ହେଉଥିଲେ ଯୋଗ କରିବାକୁ ଭୁଲନ୍ତୁ ନାହିଁ

ଉପକ୍ରମ

ଅଫିସରେ ପ୍ରତିଦିନ ଆଠ ଘଣ୍ଟା କମ୍ପ୍ୟୁଟର ଆଗରେ ବସି ରହିବା, ଅଧିକ ସମୟ ବାଇକ୍‌ ଚଲାଇବା ଏବଂ ମୋଟା ହେବାଦ୍ୱାରା ଅଣ୍ଟା ଓ କାନ୍ଧ ବିନ୍ଧିବା ଏବେ ଲୋକଙ୍କ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। କଷ୍ଟ କମ୍‌ ପାଇଁ ଅନେକ ପେନ୍‌କିଲର ମଧ୍ୟ ନେଉଛନ୍ତି। କିନ୍ତୁ କ’ଣ ପେନ୍‌କିଲର ହିଁ ଗୋଟିଏ ସମାଧାନ? ନାଁ, ପ୍ରତିଦିନ ଅଳ୍ପ ସମୟ କିଛି ଯୋଗର ଅଭ୍ୟାସ ଆପଣଙ୍କ ମେରୁଦଣ୍ଡକୁ ରଖିବ ସୁସ୍ଥ ଓ ଯନ୍ତ୍ରଣା ମୁକ୍ତ।

କାନ୍ଧାରାସନ

kandharasana-yogaଏହା ଉଭୟ କାନ୍ଧ ଓ ଅଣ୍ଟାର ଯନ୍ତ୍ରଣା କମ୍‌ କରେ

କିପରି କରିବେ: ଚଟାଣରେ ସିଧା ଶୋଇ ରହି ଦୁଇ ହାତକୁ ଶରୀରର ଦୁଇ ପାଖରେ ରଖନ୍ତୁ। ଦୁଇ ଗୋଡ଼କୁ ସିଧା ଚଟାଣରେ ରଖିବେ। ଦୁଇ ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗନ୍ତୁ ଯେପରି ଦୁଇ ପାଦର ତଳ ପାଖ ଚଟାଣରେ ଲାଗି ରହିବ। ପ୍ରଶ୍ୱାସ ଛାଡ଼ି ଅଣ୍ଟା ଓ ପେଟ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ ଏବଂ ଦୁଇ ହାତକୁ ପାଦର ଦୁଇ ଗୋଇଠିକୁ ଧରି ରଖନ୍ତୁ। କିଛି କ୍ଷଣ ଏହି ଆସନରେ ରହିବା ପରେ ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରନ୍ତୁ।

ଭୁଜାଙ୍ଗସନ

ଏହି ଆସନକୁ କୋବ୍ରା ପୋଜ୍‌ ମଧ୍ୟ କୁହାଯାଏ। ଏହା ମଧ୍ୟ ଉଭୟ ଅଣ୍ଟା ଓ କାନ୍ଧ ଯନ୍ତ୍ରଣା କମ୍ କରେ।

bhujangasana-2-yogaକିପରି କରିବେ: ତଳକୁ ମୁହଁ କରି ସିଧା ଶୋଇ ରୁହନ୍ତୁ। ଦୁଇ ହାତକୁ ଆଗକୁ ଓ ପାପୁଲିକୁ ଭୂଇଁକୁ ଲଗାଇ ରଖନ୍ତୁ। ହାତକୁ ଧୀରେ କାନ୍ଧ ପାଖକୁ ଆଣି ଛାତି ଓ ପେଟକୁ ଧୀରେ ଧୀରେ ଉପରକୁ ଉଠାଇ ପଛକୁ ଅଧା ଢ଼ଳି କିଛି ସମୟ ରୁହନ୍ତୁ। ମୁହଁକୁ ଆକାଶ ଆଡ଼କୁ ରଖିବେ ଅର୍ଥାତ୍ ଉପରକୁ ଅନାଇବେ।

ଆଧାର : ଓଡିଶା ରିପୋଟର

3.0
Subas Chandra Rout Dec 04, 2016 05:16 PM

ଅଣ୍ଟା ବିନ୍ଧୁଥିଲେ ଏହା କରନ୍ତୁ ନାହିଁ । ପ୍ରଥମେ ଔଷଧ ନେଇ ସୁସ୍ଥ ହୁଅନ୍ତୁ, ତା ପରେ ଏହା ଭବିଷ୍ୟତରେ ନ ହେବା ନିମନ୍ତେ/ ଅଳ୍ପ ଧରଣର ହେବା ନିମନ୍ତେ କରନ୍ତୁ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top