অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦିନଚର୍ଯ୍ୟା

ଦିନଚର୍ଯ୍ୟା

ଯୋଗ ଏବଂ ପ୍ରାକୃତିକ ଚିକିତ୍ସାର ମୂଳଲକ୍ଷ୍ୟ ବ୍ୟକ୍ତିକୁ ସୁସ୍ଥ ରଖିବା ସହିତ ମନ ଓ ଶରୀରକୁ ନୀରୋଗ ରଖିବା । ସ୍ୱାସ୍ଥ୍ୟ ଠିକ୍ ରହିବା ଓ ରୋଗାକ୍ରାନ୍ତ ହେବା ଶରୀରର ତ୍ରିଦୋଷ ସ୍ଥିତି ଉପରେ ନିର୍ଭର କରିଥାଏ । ଦିନର ଅଲଗା ଅଲଗା ସମୟରେ ତଥା ବର୍ଷର ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ଦୋଷର ସଞ୍ଚୟ, ପ୍ରକୋପ ଓ ସମନ ସ୍ଵାଭାବିକ ରୂପେ ପ୍ରକୃତିର ଗୁଣ ଦ୍ଵାରା ହୋଇଥାଏ । ଏହି ତ୍ରିଦୋଷର ସାମାନ୍ୟ ଅବସ୍ଥା ବଜାୟ ରଖିବା ପାଇଁ ଯୋଗ ଓ ପ୍ରାକୃତିକ ଚିକିତ୍ସାରେ ଦିନ ଓ ରାତିରେ ଆହାର ବିହାର ବିଷୟରେ ଉଲ୍ଲେଖ ହୋଇଛି । ଦିନଚର୍ଯ୍ୟା ଦ୍ଵାରା ନିଜ ଆଚରଣରେ ପରିବର୍ତ୍ତନ କରି ସ୍ଵାସ୍ଥ୍ୟରକ୍ଷା  କରିବା ସହିତ ରୋଗ ଆକ୍ରମଣରୁ ରକ୍ଷା   ପାଇପାରିବା ।

ଜାଗରଣ

ସୁସ୍ଥ ବ୍ୟକ୍ତି ବ୍ରାହ୍ମମୂହୁର୍ତ୍ତ ( ସୂର୍ଯ୍ୟାଦୟର ଦୁଇଘଣ୍ଟା ପୂର୍ବରୁ) ଉଛିବା ଆବଶ୍ୟକ । ଏହି ସମୟ ଅତ୍ୟନ୍ତ ଶୁଭ କାରକ ହୋଇଥାଏ । ଯେଉଁ ବ୍ୟକ୍ତି ବ୍ରାହ୍ମମୂହୁର୍ତ୍ତରେ ଶଯ୍ୟା ତ୍ୟାଗ କରନ୍ତି, ସେମାନେ ସବୁବେଳେ ମନ ଓ ଶରୀର ଦ୍ରୁଷ୍ଟିରୁ ନିରୋଗ ରହିଥାନ୍ତି । ବ୍ରାହ୍ମମୂହୁର୍ତ୍ତରେ ପରିବେଶର ଶାନ୍ତି, ସ୍ଵାଭ୍ୱିକତା, ସ୍ଵଚ୍ଛତା ଏବଂ ପ୍ରସନ୍ନତା ବିରାଜମାନ କରିବା ସହିତ ଇଶ୍ଵର ଆରାଧନା କରିବା ଦ୍ଵାରା ନଗର ପ୍ରସନ୍ନତା ଓ ମାନାସିକ ଶାନ୍ତି ପ୍ରାପ୍ତ ହୋଇଥାଏ । କାହିଁକିନା ଏହି ସମୟରେ ବୃଦ୍ଧି ଓ ମନରେ ସତେଜତା ଭରି ରହିଥାଏ । ଶରୀରରୁ ଥକ୍କା ପଣ ଦୂରେଇ ଯାଇଥାଏ । ଏହି ସମୟରେ ଯାହା ମନେ ପକାଯାଏ ତାହା ସ୍ମରଣ ରହିଥାଏ । ଏହି ସମୟରେ ଶଯ୍ୟ ତ୍ୟାଗ କରିବା ଦ୍ଵାରା ଶୌଚ, ସ୍ନାନ, ବ୍ୟାୟାମ, ଯୋଗାଭାସ୍ୟାସ, ଧ୍ୟାନ ଆଦି ନିତ୍ୟକର୍ମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିଥାଏ । ଏହି ସମୟରେ କଫ ପ୍ରଶମିତ ହୋଇଥାଏ । ରୋଗରୁ ଦୂରେଇବା ସହିତ ଆୟୁର ରକ୍ଷା ହୋଇଥାଏ । ସକାଳ ସମୟରେ ଯଦି ସମ୍ପର୍ଣ୍ଣ ଦିନ କାର୍ଯ୍ୟ ଯୋଜନା ବା ସମୟ ସାରଣୀ ବନାଇ ଦିଆଯାଏ, ତେବେ ସମ୍ପୂର୍ଣ୍ଣ କାର୍ଯ୍ୟ ଉଚିତ ସମୟରେ ସମ୍ପର୍ଣ୍ଣ ହୋଇଥାଏ ।

ଖାଲି ପେଟରେ ଜଳ ସେବନ କରିବା:

ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ଓ ସବୁ ଋତୁରେ ସକାଳେ ମୁଖ ଧୋଇବା ପୂର୍ବରୁ ସର୍ବନିମ୍ନ ଏକ ଗ୍ରାସ ଜଳ ଓ ଅଧୁକରୁ ଅଧୁକ ଦେଢ଼ ଲିଟର (୧୫୦୦ ମିଲି) ପର୍ଯ୍ୟନ୍ତ ଜଳ ସେବନ କରିବା ଆବଶ୍ୟକ । ରାତିରେ ଯେତେବେଳେ ଆମେ ଶୋଇଯାଉ ସେତେବେଳେ ଶରୀରର ସମସ୍ତ କ୍ରିୟା ଶିଥୁଳ ହୋଇଯାଇଥାଏ; କିନ୍ତୁ ଶରୀରର ଲାଳ ବନିବା ପ୍ରକ୍ରିୟା ଚାଲୁରହିଥାଏ  । ମୁଖ ଭିତରେ ଥୁବା ଏକଲକ୍ଷରୁ ଅଧିକ ସେମ୍ବଦ ଗ୍ରନ୍ଥି ଲାଳ ତିଆରି କରିଥାନ୍ତି । ବ୍ରାହ୍ମୀ ମୂହୁର୍ଭରେ ଯେଉଁ ଲାଳ ମୁଖରେ ଥାଏ, ତାହା ସବୁଠାରୁ ମୂଲ୍ୟବାନ ହୋଇଥାଏ । ପେଟର ଅମ୍ଳ ରାତିସାରା ତିଆରି ହୋଇ ବୃଦ୍ଧି ହୋଇଥାଏ । ପାଟିର ଲାଳ ଓ ପେଟର ଅମ୍ଳ ମିଶିଲେ ସମ ଅବସ୍ମାରେ ରହିଥାଏ । ଯାହାଦ୍ଵାରା ଶରୀର ୧୦୩ ପ୍ରକାର ରୋଗରୁ ରକ୍ଷା ହୋଇଥାଏ । ବୟସ୍କ ବ୍ୟକ୍ତି (୧୮ରୁ ୬୦ ବର୍ଷ) ଙ୍କ ପାଇଁ ସକାଳେ ୧ ରୁ ଦେଢ଼ ଲିଟର ପର୍ଯ୍ୟନ୍ତ ପାଣି ପିଇବେ । ୧୮ରୁ ତଳକୁ ଏବଂ ୬୦ ବର୍ଷରୁ ଉପରକୁ ଯେଉଁମାନଙ୍କ ବୟସ ସେମାନଙ୍କ ପାଇଁ ୭୫୦ ମିଲି ଗ୍ରାମରୁ ୧ ଲିଟର ପର୍ଯ୍ୟନ୍ତ ପାଣି ପିଇପାରିବେ । ପାଣି ପିଇବା ବେଳେ ରାତିରେ ତାମ୍ର ପାତ୍ରରେ ପାଣି ବ୍ୟାକେଜ୍ରିଆ ମୁକ୍ତ ହୋଇଥାଏ । ଶରୀରର ଅଜୀର୍ଣ୍ଣ ଓ କୋଷ୍ଠ କାଠିନ୍ୟ ରୋଗକୁ ମୂଳରୁ ଦୂର କରିଥାଏ । ପାଣି ପିଇଲା ବେଳେ କୂଳି କରି ବା ଘୁଟ୍ ଘୁଟ୍ କରି ପିଇବା ଦରକାର । ସକାଳେ ଉଷୁମ ପାଣି ପିଇବାର ଅଭ୍ଯାସ କଲେ ଶରୀରରେ ଥୁବା ବିଷାକ୍ତ ପଦାର୍ଥ ଦୂର ହୋଇଥାଏ । ଅତ୍ୟଧୁକ ମୋଟା ବ୍ୟକ୍ତି ଧୀରେ ଧୀରେ ସ୍ଵାଭାବିକ ଅବସ୍ଥାକୁ ଫେରିଆସନ୍ତି । ମୁଖ ଧୋଇବା ପୂର୍ବରୁ ସକାଳେ ଯେଉଁ ଲାଳ ପାଟିରେ ଥାଏ ସେହି ଲାଳକୁ କୌଣସି ପୁରାତନ ଘା’ରେ ଲଗାଇଲେ ୨ ରୁ ୩ ମାସରେ ଘା ଠିକ ହୋଇଯାଇଥାଏ । ସେହି ଲାଳକୁ ଆଖୁରେ କଳା ଲଗାଇଲା ଭଳି ସକାଳେ ଲଗାଇଲେ ଆଖୁ ରୋଗ ସମୂଳେ ନିରୋଗ ହୋଇଥାଏ । ଆଖୁର ଦୃଷ୍ଟି ରୋଗ ଦୂର ହୋଇଥାଏ । ତେଣୁ ସକାଳେ ବ୍ରାହ୍ମ ମୂହୁର୍ତରେ ମୁଖ ଧୋଇବା ପୂର୍ବରୁ ପାଟିର ଲାଳକୁ ପେଟ ଭିତରକୁ ଦେବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଲାଳ ୧୮ ପ୍ରକାରର ସକ୍ରିୟ ଗୁଣତତ୍ତ ରହିଥାଏ , ଯାହା ମାଟିରେ ରହିଥାଏ । ସମସ୍ତ ପ୍ରକାରର ଚର୍ମ ରୋଗ ସକାଳର ଲାଳ ଦ୍ଵାରା ଦୂର ହୋଇଥାଏ ।

ଆଧାର  ସ୍ୱାସ୍ଥ୍ୟ ବିଭାଗ

Last Modified : 4/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate