ହୋମ / ସ୍ଵାସ୍ଥ୍ୟ / ଯୋଗ / ପ୍ରୋଷ୍ଟେଟ ଗ୍ରନ୍ଥି ସମସ୍ୟା ଓ ଯୋଗାଭ୍ୟସ
ସେଆର କରନ୍ତୁ

ପ୍ରୋଷ୍ଟେଟ ଗ୍ରନ୍ଥି ସମସ୍ୟା ଓ ଯୋଗାଭ୍ୟସ

ପ୍ରୋଷ୍ଟେଟ ଗ୍ରନ୍ଥି କେବଳ ପୁରୁଷଙ୍କ କ୍ଷେତ୍ରରେ ହିଁ ଥାଏ ।

ପ୍ରୋଷ୍ଟେଟ ଗ୍ରନ୍ଥି

ପ୍ରୋଷ୍ଟେଟ ଗ୍ରନ୍ଥି କେବଳ ପୁରୁଷଙ୍କ କ୍ଷେତ୍ରରେ ହିଁ ଥାଏ । ଏହା ମୂତ୍ରାଶୟ ଓ ମୂତ୍ରମାର୍ଗର ସଂଯୋଗ ସ୍ଥଳରେ  ମୃତ୍ରମାର୍ଗ ଚାରିପଟେ ଗୁଡ଼ାଇ ହୋଇ ରହିଥୁବା ଏକ ଗୋଟା ଗୁଆ ଆକାରର ଗ୍ରନ୍ଥିଟିଏ । ଏଥିରୁ ନିର୍ଗତ ରସ ଓ ସେଥୁରେ ଥିବା  ଉପାଦାନ ଗୁଡ଼ିକ ଶୁକ୍ର ରସରେ ମିଶି, ଶୁକ୍ର ରସର ଗୁଣାତ୍ମକ ମାନ ବଢାଇବା ସହ ପ୍ରଜନନରେ ସହାୟକ ହୋଇଥାନ୍ତି । ତେବେ ନିୟମିତ ଯୋଗ ଦ୍ଵାରା ଏହାର ସମସ୍ୟା ରୋକିହୋଇଥାଏ ।

ସମସ୍ୟା

ପ୍ରୋଷ୍ଟେଟ ଗ୍ରନ୍ଥିର ଆକାର ବୃଦ୍ଧିଜନିତ ସମସ୍ୟା ବୃଦ୍ଧାବସ୍ଥାରେ ଏକ ସାଧାରଣ ମୂତ୍ରରୋଗ । ରୋଗୀ କୁନ୍ଥାଇ କୁନ୍ଥାଇ ସରୁ ଧାରରେ ପରସ୍ରା କରନ୍ତି । ଏପରିକି ସ୍ଥଳବିଶେଷରେ ପରିସ୍ରା ବନ୍ଦ ମଧ୍ୟ ହୋଇଯାଏ । ବାରମ୍ବାର ପରିଶ୍ରା ଲାଗେ । ଜଳାପୋଡ଼ା ମଧ୍ୟ ହୋଇପାରେ । ଔଷଧ ସେବନ ଦ୍ଵାରା ରୋଗୀ କିଛି ପରିମାଣରେ କଷ୍ଟମୁକ୍ତ ହୋଇଥିଲେ ମଧ୍ୟ ଶଲ୍ୟ ଚିକିତ୍ସା ଦ୍ଵାରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରନ୍ତି । ଔଷଧ ଗୁଡ଼ିକର ପାର୍ଶ୍ଵ ପ୍ରତିକ୍ରିୟା ରହିଛି ଏବଂ ଶଲ୍ୟ ଚିକିତ୍ସା ମଧ୍ୟ ସମ୍ପୁର୍ଣ୍ଣ ଜଟିଳତା ଶୂନ୍ୟ ନୁହେଁ ।

ପ୍ରୋଷ୍ଟେଟ ଗ୍ରନ୍ଥିର କର୍କଟ ରୋଗ ସ୍ଵାଧାରଣତଃ ୫୦ ବର୍ଷ ବୟସ ପରେ ହ ଦେଖାଦିଏ । ସାରା ପୃଥିବୀରେ କର୍କଟ ରୋଗାକ୍ରାନ୍ତ ପୁରୁଷଙ୍କ କ୍ଷେତ୍ରରେ ଦ୍ଵିତୀୟ ମୁଖ୍ୟ କର୍କଟ ରୋଗ ହେଉଛି ପ୍ରୋଷ୍ଟେଟ କର୍କଟ ରୋଗ ଏବଂ କର୍କଟ ରୋଗରେ ପ୍ରାଣ ହରାଇଥିବା  ପୁରୁଷଙ୍କ କ୍ଷେତ୍ରରେ ପ୍ରୋଷ୍ଟେଟ କର୍କଟ ରୋଗ ଜନିତ ମୃତ୍ୟୁ ସଂଖ୍ୟାର ସ୍ଥାନ ଷଷ୍ଠରେ । ଯୁକ୍ତରାଷ୍ଟ୍ର ଆମେରିକାରେ କର୍କଟ ରୋଗୀଙ୍କ ସଂଖ୍ୟା ଅନ୍ୟାନ୍ୟ ସମସ୍ତ କର୍କଟ ରୋଗ ଅପେକ୍ଷା ସର୍ବାଧିକ ।

ପ୍ରୋଷ୍ଟେଟ ଗ୍ରନ୍ଥିର ଜୀବାଣୁ ସଂକ୍ରମଣ ଶୈଶବ, ଯୁବାବସ୍ଥା ଏବଂ ବୃଦ୍ଧାବସ୍ଥା - ଯେ କୌଣସି ବୟସରେ ହୋଇପାରେ । ମାସ ମାସ ଏପରିକି ବର୍ଷ ବର୍ଷ ଧରି ମୂତ୍ରମାର୍ଗରେ ଅହରହ ଜଳାପୋଡ଼ା କଷ୍ଟ ରୋଗୀଙ୍କ ଜୀବନକୁ ଦୁର୍ବିସହ କରିଦିଏ ।

ଯୋଗାଭ୍ୟସାର ଭୂମିକା

ସାଧାରଣ ପ୍ରୋଷ୍ଟେଟ ଗ୍ରନ୍ଥି ସମସ୍ୟାର ସମାଧାନ କ୍ଷେତ୍ରରେ ନିୟମିତ ଯୋଗାଭ୍ୟସାର ଭୂମିକାକୁ ବୈଜ୍ଞାନିକ ଉପାୟରେ ପ୍ରମାଣିତ କରିବା ଏ ଲେଖାର ଉଦ୍ଦେଶ୍ୟ । ଜଣାଯାଇଛି ଯେ, ଯୋଗାଭାସ୍ୟାସ ଦ୍ଵାରା ପ୍ରୋଷ୍ଟେଟ ଗ୍ରନ୍ଥି ସମସ୍ୟା ଠାରୁ ଦୂରେଇ ରହିହେବ କିମ୍ବା ପ୍ରୋଷ୍ଟେଟ ସମସ୍ୟାକୁ ଅଧିକ ବର୍ଷ ଏଡ଼ାଇ ଦେଇହେବ । ରୋଗର ଲକ୍ଷଣ ଗୁଡ଼ିକର ପରିପ୍ରକାଶ ଜନିତ କଷ୍ଟକୁ ଅନେକାଂଶରେ ଲାଘବ କରିହେବ ।

ତେବେ ଚାଲନ୍ତୁ ଦେଖିବା, ପ୍ରୋଷ୍ଟେଟ ଗ୍ରନ୍ଥି ଉପରେ ଯୋଗର ପ୍ରଭାବ କ'ଣ ? ଚିକିତ୍ସା ବିଜ୍ଞାନ ମତରେ ତଳିପେଟ ବିଶେଷ କରି ପ୍ରୋଷ୍ଟେଟ ଗ୍ରନ୍ଥିରେ ରକ୍ତ ସଞ୍ଚାଳନ କମିଗଲେ ରକ୍ତ ଜମି ରହିଯାଏ । ଏହା ଫଳରେ ପ୍ରୋଷ୍ଟେଟ ଗ୍ରନ୍ତି ସମସ୍ୟା ଉତ୍କଟ ରୂପ ନେଇଯାଏ । ଏପରିକି ପରିସ୍ରା ବନ୍ଦ ହୋଇଯାଇପାରେ । ଉଦାହରଣ ସ୍ୱରୂପ ପ୍ରୋଷ୍ଟେଟ ଗ୍ରନ୍ଥିର ଜୀବାଣୁ ସଂକ୍ରମଣ କିମ୍ବା ଅନେକ ସମୟ ଧରି ପରିଶ୍ରାକୁ ଧରି ରଖିଲେ ବୃଦ୍ଧାବସ୍ଥାରେ ପରିସ୍ରା ବନ୍ଦ ହୋଇଯିବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ପ୍ରୋଷ୍ଟେଟ ଗ୍ରନ୍ଥିର ରକ୍ତ ସଞ୍ଚାଳନରେ ଶୀଥିଳତା । ଅପର ପକ୍ଷରେ ନିୟମିତ ଯୋଗାଭ୍ୟସ ତଳିପେଟ ବିଶେଷ କରି ପ୍ରୋଷ୍ଟେଟ ଗ୍ରନ୍ଥିର ରକ୍ତ ସଞ୍ଚାଳନକୁ ବିଶେଷ ମାତ୍ରାରେ ବଢେଇଥାଏ । ଫଳରେ ରୋଗୀଙ୍କର କଷ୍ଟ ଲାଘବ ହୋଇଥାଏ । ପ୍ରୋଷ୍ଟେଟ ଗ୍ରନ୍ତି ଜନିତ ସମସ୍ୟା ଗୁଡ଼ିକ ଅତିମାତ୍ରାରେ ବଢିଯାଏ, ଯେତେବେଳେ ମଣିଷର ମାନସିକ ଦୁଶ୍ଚିନ୍ତା ବଢିଯାଏ ଓ ମଣିଷ ମାନସିକ ସନ୍ତୁଳନ ହରାଇ ମାନସିକ ସ୍ତରରେ ଭାଙ୍ଗିପଡ଼େ । ବିଭିନ୍ନ ପ୍ରକାର ଯୋଗ ଓ ଆସନ ଦ୍ଵାରା ମଣିଷର ମାନସିକ ଭାରସାମ୍ୟ ଫେରିଆସେ ଓ ମନ ସ୍ଥିର ରହେ । ଫଳରେ ପ୍ରୋଷ୍ଟେଟ ରୋଗ ସମସ୍ୟା ଲାଘବ ହୋଇଯାଇଥାଏ ।

ପ୍ରୋଷ୍ଟେଟ ଗ୍ରନ୍ଥିକୁ ସୁସ୍ଥ ରଖିବାରେ ବିଶେଷ କରି ନାବାସନ ଧନୁରାସନ ବୀର ଭଦ୍ରାସନ, ହସ୍ତପଦାସନ ଓ ଅଷ୍ଟାଙ୍ଗ ନମସ୍କାର ଅତି ଗୁରୁତ୍ଵପୂର୍ଣ୍ଣ । ଗଭୀର ନିସ୍ଵାସ ଗ୍ରହଣ କରି ପ୍ରଶ୍ଵାସରେ ବାହାର କରିଦେବା ଯୋଗାଭ୍ୟସାର ଅତି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଚିକିତ୍ସା ବିଜ୍ଞାନ ମତରେ ଲମ୍ବା ନିଶ୍ଵାସରେ ଆମେ ଗ୍ରହଣ କରୁଥିବା ଅମ୍ଳଜାନ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ସଞ୍ଚାଳିତ ହୁଏ । ଏତଦବ୍ୟତୀତ ପ୍ରୋଷ୍ଟେଟ ଗ୍ରନ୍ଥି ସମେତ ଶରୀରର ପ୍ରତ୍ୟେକ ଅଙ୍ଗକୁ ସୁସ୍ଥ ରଖୁବା ପାଇଁ ଏହା ଅତି ଶକ୍ତିଶାଳୀ ପ୍ରାକୃତିକ ପଦ୍ଧତି ହିସାବରେ ପ୍ରମାଣିତ ହୋଇଛି | ଏଦୁଷ୍ଠିରୁ ଅନୁଲୋମ-ବିଲୋମ ଓ କପାଳଭାତି ଯୋଗାଭ୍ୟସ ପ୍ରୋଷ୍ଟେଟ ଗ୍ରନ୍ଥିର ରକ୍ତ ସଞ୍ଚାଳନକୁ ବଢାଇ  ଦିଏ ।

ବିଭିନ୍ନ ପ୍ରକାର ଯୋଗାଭ୍ୟସ ସାଙ୍ଗକୁ ପ୍ରୋଷ୍ଟେଟ ଗ୍ରନ୍ତି ସମସ୍ୟାରୁ ଦୂରେଇ ରହିବା ପାଇଁ ସନ୍ତୁଳିତ ଆହାରର ଆବଶ୍ୟକତା ରହିଛି । ସ୍ଵଚ୍ଛ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ । ଓମେଗା -୬ ଓ ଓମେଗା-୩ ଯୁକ୍ତ ଖାଦ୍ୟ (କାନୋଲା ତେଲ) ବ୍ୟବହାର କରନ୍ତୁ । ଭଜା ଖାଦ୍ୟ ଶରୀର ପକ୍ଷେ କ୍ଷତିକାରକ । ଖାଦ୍ୟରେ ସାଲାଡ଼, ତାଜା ଫଳ ଓ ପନିପରିବା ଅଧିକ ଖାଆନ୍ତୁ । ଦିନକୁ ଅତିକମରେ ୧୦ ଗ୍ଲାସ ପାଣି ପିଅନ୍ତୁ ଓ ଦୁଇକପ ଖାଆନ୍ତୁ । ମଦ୍ୟପାନ ଓ ସିଗାରେଟ ବ୍ୟବହାରରୁ ଦୂରେଇ ରୁହନ୍ତୁ । ସିଗାରେଟ ସେବନ ପ୍ରୋଷ୍ଟେଟ ଗ୍ରନ୍ଥି କର୍କଟ ରୋଗର ସମ୍ଭାବନାକୁ ବଢାଇଥାଏ । ଅତ୍ୟଧିକ ଚା, କଫି ଓ ଥଣ୍ଡା ମୃଦୃ ପାନୀୟ ଠାରୁ ଦୂରେଇ ରୁହନ୍ତୁ । ଅଧିକ  ମାତ୍ରାରେ ସୋୟାବିନ ଓ ସମୁଦ୍ର ମାଛ ପସନ୍ଦ କରନ୍ତୁ । ରୋଗରୁ ଦୂରେଇ ରହିବା ରୋଗ ଚିକିତ୍ସା ଠାରୁ ନିଶ୍ଚିତ ରୂପେ ଶେୟସ୍କର । ନିୟମିତ ଯୋଗାସନ ଓ ସନ୍ତୁଳିତ ଆହାର ଦ୍ଵାରା ଆମେ ପ୍ରୋଷ୍ଟେଟ ଗ୍ରନ୍ଥି ଜନିତ ବିଭିନ୍ନ ସମସ୍ୟା ଠାରୁ ଦୂରେଇ ରହିପାରିବା ।

ଆଧାର: ସ୍ଵାସ୍ଥ୍ୟ ପ୍ରକାଶନ 

2.88461538462
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top