ହୋମ / ସ୍ଵାସ୍ଥ୍ୟ / ଯୋଗ / ଯୋଗ ନୀରୋଗ
ସେଆର କରନ୍ତୁ

ଯୋଗ ନୀରୋଗ

ଯୋଗ' ଶବ୍ଦଟି କାନରେ ପଡ଼ିବା ମାତ୍ରେ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାରର ନିୟନ୍ତ୍ରିତ ଶାରୀରିକ ଭଙ୍ଗୀ ତଥା ଅଙ୍ଗଚାଳନା କରୁଥବାର ଚିତ୍ର ଆମ ମାନସପଟରେ ଭାସିଉଠେ ।

ଯୋଗ

ଯୋଗ' ଶବ୍ଦଟି କାନରେ ପଡ଼ିବା ମାତ୍ରେ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାରର ନିୟନ୍ତ୍ରିତ ଶାରୀରିକ ଭଙ୍ଗୀ ତଥା ଅଙ୍ଗଚାଳନା କରୁଥବାର ଚିତ୍ର ଆମ ମାନସପଟରେ ଭାସିଉଠେ । ଅଧିକାଂଶ ବ୍ୟକ୍ତିଙ୍କ ଧାରଣାରେ ଯୋଗ ହେଉଛି କେତୋଟି ଆସନ ଓ ପ୍ରାଣାୟାମର ନିୟମିତ ଅଭ୍ୟାସ । କିନ୍ତୁ ଯୋଗାଭ୍ୟାସ ଏତିକିରେ ସୀମିତ ନୁହେଁ । ବିଶେଷକରି ବୈଜ୍ଞାନିକ ଅନୁଧ୍ୟାନର ଫଳାଫଳ ଭିତ୍ତିରେ ବିଚାର କଲେ ଯୋଗର ଅନୁକୂଳ ପ୍ରଭାବ ସୁଦୂରପ୍ରସାରୀ । ଆସନ ଓ ପ୍ରାଣାୟାମ ହେଉଛି ଯୋଗର କେବଳ ଦୃଶ୍ୟମାନ ରୂପ । ମାତ୍ର ଏହାର ଅଦୃଶ୍ୟ ରୂପ ମଧ୍ୟ ରହିଛି । ତା’ର ଏହି ଅଦୃଶ୍ୟ ରୂପ ଆମକୁ ଅନୁଭବ କରେଇଦିଏ ଯେ ଆମେ କେହି କର୍ତ୍ତା ନୋହୁଁ, ଆମେ ହେଉଛୁ, ଆଧ୍ୟାତ୍ମିକ ଶକ୍ତିର ଗୋଟିଏ ଗୋଟିଏ ଯନ୍ତ୍ର ।

ଯୋଗ କ'ଣ?  କ'ଣ ଏହାର ସଂଜ୍ଞା

ଯୋଗର ଅର୍ଥ ମିଳନ, ସଂଯୋଗ । ଗଣିତରେ ଆମେ ଯୋଗ ଶବ୍ଦଟି ସହ ପରିଚିତ । ଗଣିତ ଓ ବିଜ୍ଞାନରେ ଯୋଗ କରିବାର ଅର୍ଥ ମିଶାଣ । ଗଣିତ ପଢିବା ବେଳେ ଆମେ ବି ଶିକ୍ଷକଙ୍କ ତୁଣ୍ଡରୁ ଶୁଣିଛେ ବିୟୋଗ ବା ବିଯୋଗ କରିବା କଥା ମଧ୍ୟ । ବିଯୋଗ କରିବା ହେଉଛି ଫେଡ଼ିବା ବା ବିୟୋଗ କରିବା । ଦେହ ବା ଶରୀର ପରିପ୍ରେକ୍ଷୀରେ ଆମେ ଯେଉଁ ଯୋଗସାଧନା କଥା କହିଥାଉ, ତାହା ଗଣିତରେ କୁହାଯାଉଥବା ଯୋଗର ଅର୍ଥଠାରୁ ଆଦୌ ଭିନ୍ନ ନୁହେଁ । ତେବେ ଦେହ ସମ୍ପର୍କରେ ଯୋଗ ଶବ୍ଦ ପ୍ରୟୋଗ କଲେ, ଦେହ ସମ୍ପର୍କରେ କ'ଣ ବିୟୋଗ ଶବ୍ଦ ମଧ୍ୟ ପ୍ରଯୁଜ୍ୟ ହୋଇପାରିବ ? ହଁ ହୋଇପାରିବ । ଗଣିତର ଯୋଗ ବିଯୋଗ ଭଳି ଶରୀର ପରିପ୍ରେକ୍ଷୀରେ ଯୋଗ-ବିଯୋଗ ବା ମିଳନ-ବିଚ୍ଛେଦର ବ୍ୟବହାର ସମଭାବରେ ପ୍ରଯୁଜ୍ୟ।

ଯୋଗର ଦର୍ଶନ ଅନୁଯାୟୀ ଜୀବାତ୍ମାର ପରମାତ୍ମାଙ୍କ ସହ ମିଳନ। ବା ସଂଯୁକ୍ତି ହେଉଛି ଯୋଗର ଲକ୍ଷ୍ୟ । ତେଣୁ ପରମାମାଙ୍କ ସହ ମିଳିତ ହୋଇ ନ ପାରିବାର ଅବସ୍ଥା ହେଉଛି ବିଯୋଗ ବା ବିଚ୍ଛେଦ ଅବସ୍ଥା । ଅଧ୍ୟାତ୍ମବାଦୀମାନଙ୍କ ମତରେ ପରମାତ୍ମା ବା ଈଶ୍ଵର ହେଉଛନ୍ତି ଆମର ଉତ୍ସା । କିନ୍ତୁ ଆମେ ତାଙ୍କ ସହ ସମ୍ପର୍କ (ଯୋଗ) । ରକ୍ଷା ନ କରି ତାଙ୍କଠାରୁ ବିଚ୍ଛିନ୍ନ (ବିଯୋଗ) ହୋଇ ରହିଛୁ । ଭଗବାନ ଆମର ମୌଳିକ ଉତ୍ସରୁ ବିଚ୍ଛିନ୍ନ ହୋଇ ରହିଥିବାରୁ ହିଁ ଆମେ ଭୋଗିଚାଲିଛୁ। ଯାବତୀୟ ସମସ୍ୟା । ଆମେ ଯଦି ଆମର ସମସ୍ତ ଚିନ୍ତା, ସମସ୍ତ କାର୍ଯ୍ୟ, ସମସ୍ତ ସମସ୍ୟା ସେହି ଦିବ୍ୟାପୁରୁଷଙ୍କଠାରେ ସମ୍ପର୍ଣ୍ଣ ସମର୍ପଣ କରିଦେଇପାରିବା, ତେବେ ଆମେ ସେହି ଉତ୍ସଙ୍କଠାରୁ ଅବିଚ୍ଛିନ୍ନ ରହିପାରିବା । ବାସ୍ତବିକ ଏହା ହି ହେଉଛି ଯୋଗର ମୌଳିକ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ସୁତରାଂ ଈଶ୍ଵରଙ୍କଠାରୁ ଅଲଗା ହୋଇ ରହିବା ହେଉଛି ବିଯୋଗ,

ତାଙ୍କ ସହ ମିଳନ-ସମ୍ପର୍କ ସ୍ଥାପନ କରିବା ହେଉଛି ଯୋଗ । ତେଣୁ ପ୍ରତ୍ୟେକ ବ୍ୟକ୍ତିର ଜୀବନ ହିଁ ଯୋଗ । ସେଥଯାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏହି ଲକ୍ଷ୍ୟ ପ୍ରାପ୍ତ କରିବା ନିମନ୍ତେ ପ୍ରୟାସୀ ହେବା ବାଞ୍ଛନୀୟ। ଯୋଗ ସହ ନିଜକୁ ଯୁକ୍ତକରି ନୀରୋଗ ତଥା ସୁସ୍ଥ ଜୀବନଯାପନ କରିବା ନିମିତ୍ତ, କିଏ ଅବା କାମନା ନ କରିବ ?

ଯୋଗଚର୍ଚ୍ଚା ବା ଯୋଗବ୍ୟାୟାମର ଅନ୍ୟତମ ପ୍ରଧ୍ୟାନ ପ୍ରତିଷ୍ଠାତା ହେଉଛନ୍ତି ମହର୍ଷି ପତଞ୍ଜଳି । ଏହା ଏକ ପ୍ରାଚୀନ ଭାରତୀୟ ଶରୀରଚର୍ଚ୍ଚା ଓ ଭାରତ ଏହାର ଜନ୍ମଭୂମି । ଦୈନନ୍ଦିନ ଜୀବନରେ ଯୋଗଚର୍ଚ୍ଚାର କୌଣସି ବିକଳ୍ପ ନାହିଁ । ଭାରତର ମୁନିଋଷି, ଯୋଗୀ ଓ ତପସ୍ଵୀମାନେ ପ୍ରତିଦିନ ଯୋଗସାଧନା ମାଧ୍ୟମରେ ନିଜର ଦେହ ଓ ମନକୁ ସମ୍ପର୍ଣ୍ଣ ସୁସ୍ଥ ରଖିପାରୁଥିଲେ । ଫଳରେ ସେମାନେ ଥିଲେ। ଦୀର୍ଘଜୀବୀ । ଏପରିକି ସେମାନେ ପ୍ରାପ୍ତ ହୋଇଥିଲେ ଅସାଧାରଣ ଐଶୀ ଶକ୍ତି ।

ସାମ୍ପ୍ରତିକ ଯୁଗରେ ମାନସିକ ଚାପ ବା ଷ୍ଟ୍ରେସ୍ ଏକ ଅପ୍ରତିହତ ଦୁର୍ଦ୍ଧର୍ଷ ଶତ୍ରୁ ରୂପେ ଉଭା ହୋଇଛି । ଶାରୀରିକ ଶ୍ରମ ପ୍ରତି ବୃଦ୍ଧି ପାଇଚାଲିଛି ଜନସାଧାରଣଙ୍କ ବିମୁଖତା । ଫଳରେ ପୃଥୁଳତା, ଉଚ୍ଚରକ୍ତଚାପ, ହୃଦରୋଗ, _ଷ୍ଟ୍ରୋକ, ଡାଇବେଟିସ୍, ଗଣ୍ଠିବାତ, ଆଜମା, କ୍ୟାନସର ଆଦି ଅଣସଂକ୍ରାମକ, ଦୀର୍ଘକାଳିକ ଜୀବନଶୈଳା ରୋଗଗୁଡ଼ିକର ହାର ଉତ୍ତରୋତ୍ତର ବୃଦ୍ଧି ପାଇଚାଲିଛି । ଏକଦା ଏଗୁଡ଼ିକ ଥିଲା ବୁଢ଼ାବୁଢାମାନଙ୍କର ବ୍ୟାଧ । ଏବେ କିନ୍ତୁ ଏହା ଶିକାର କରିବାରେ ଲାଗିଲାଣି ତରୁଣତଋଣୀ ଓ ଯୁବକଯୁବତୀଙ୍କୁ । ରାଷ୍ଟର ସମ୍ପଦ ବୋଲି କୁହାଯାଉଥବା ଉତ୍ପାଦନକ୍ଷମ ଗୋଷ୍ଠୀ ଯଦି ଆରୋଗ୍ୟ ହୋଇପାରୁ ନ ଥିବା ରୋଗଗୁଡ଼ିକର କବଳିତ ହୋଇପଡିବେ, ତେବେ ରାଷ୍ଟ୍ରରେ ଆର୍ଥିକ ଓ ବୌଦ୍ଧିକ ଦାରିଦ୍ର୍ୟ ପ୍ରସରିଯିବାରେ ଅସ୍ଵାଭାବିକତା କିଛି ନାହିଁ । ଏହି ଦୁରୂହ ସମସ୍ୟାର ସହଜ ସମାଧ୍ୟାନ ହେଉଛି ଯୋଗସାଧନା । କାରଣ ଯୋଗ ହିଁ ଅସ୍ଵାଭାବିକ ମାନସିକ ଚାପର ସୁଯୋଗ୍ୟ ପ୍ରତିଯୋଗା । ମାନସିକ ଚାପ ତଥା ତଜ୍ଜନିତ ଶାରୀରିକ, ମନସ୍ତାତ୍ତ୍ୱିକ ଓ ସାମାଜିକ ଅସୁସ୍ଥତାକୁ ଦୂର କରିବାରେ ଯୋଗସାଧନାର ବିକଳ୍ପ ନାହିଁ ।

କିଛି ଦଶକ ତଳେ ଶରୀର ଉପରେ ମନର ପ୍ରଭାବ ସମ୍ପର୍କରେ ବିଶେଷ କିଛି ଆଲୋଚନା ହେଉ ନ ଥିଲା । କାରଣ ଚିକିତ୍ସା ବିଜ୍ଞାନକୁ ଯେଉଁ ଅଭୂତପୂର୍ବ ସଫଳତା ମିଳିଲା, ସେଗୁଡ଼ିକର ପ୍ରୟୋଗରେ ସବୁପ୍ରକାର ରୋଗକୁ କରାୟତ୍ତ କରିଦେଇ ହେବ ବୋଲି ଦୃଢନିଶ୍ଚିତ ହୋଇଗଲେ ଚିକିତ୍ସକକୁଳ । ଫଳରେ ସେମାନଙ୍କର ମନକଥା ଆଉ ମନେପଡିଲାନି । ମନ ରହିଗଲା, ଉପେକ୍ଷିତ ହୋଇ |

ଶରୀର ଓ ମନ ଉଭୟେ ଭିନ୍ନ ବୋଲି ହୁଅନ୍ତି । ଉଭୟଙ୍କ ଭିତରେ ବିଶେଷ ଯୋଗାଯୋଗ ନ ଥିବା ଭଳି ପ୍ରତୀୟମାନ ହୋଇଥାଏ । କିନ୍ତୁ ପ୍ରତିରକ୍ଷା ତନ୍ତ୍ର, ଅବବୋଧ, ସ୍ନାୟବିକ ନମନୀୟତା ଇତ୍ୟାଦି କ୍ଷେତ୍ରରେ ବିଭିନ୍ନ ବୈଜ୍ଞାନିକ ଗବେଷଣାରୁ ପ୍ରମାଣ ମିଳିଲାଣି ଯେ ଉତ୍ତମ ସ୍ଵାସ୍ଥ୍ୟ ତଥା ସର୍ବାଙ୍ଗାଣ ସ୍ଵାସ୍ଥ୍ୟ ଉପଭୋଗ କରିବା ପାଇଁ ମନ ଓ ଶରୀରର ସଂଯୋଗ ଅପରିହାର୍ଯ୍ୟ ଏବଂ ଉଭୟଙ୍କ ଭିତରେ ଦୃଢ ସଂଯୋଗ ସ୍ଥାପନ କେବଳ ଯୋଗ ଓ ଧ୍ୟାନ ମାଧ୍ୟମରେ ସମ୍ଭବ ।

ଢାଣିରଖିବା ଉଚିତ ଯେ ଯୋଗ ହେଉଛି ଜୀବନର ଏକ ଧାରା । ନିଜକୁ ପୁନଃ ଆବିଷ୍କାର କରିବା ନିମନ୍ତେ ଯୋଗ ମଣିଷକୁ ସାହାଯ୍ୟ କରିଥାଏ । ତେଣୁ ଯୋଗ ଆବାଳବୃଦ୍ଧବନିତା ସମସ୍ତଙ୍କ ପାଇଁ ଉପଯୋଗୀ । ବିଶେଷକରି ପିଲାମାନଙ୍କୁ ଯୋଗ ପ୍ରତି ଆକର୍ଷିତ କରିବା ନିମନ୍ତେ ସେମାନଙ୍କ ଉପରେ ଯୋଗକୁ ଯାନ୍ତ୍ରିକ ଉପାୟରେ ଲଦିଦେବା ଆଦୌ ଉଚିତ ନୁହେଁ କି ନିରାପଦ ମଧ୍ୟ ନୁହେଁ । ବରଂ ସର୍ଜନଶୀଳ ଉପାୟରେ ଉପସ୍ଥାପନ କରିପାରିଲେ ଯୋଗ

ପିଲାମାନଙ୍କ ପାଇଁ ଉପଭୋଗ୍ୟ

ଯୋଗକୁ ଉପଭୋଗ କରିପାରିଲେ ଜୀବନସାରା ଯୋଗ କରିବା ପ୍ରତି ସେମାନେ ପ୍ରଲୁବ୍ଧ ହୋଇପାରିଲେ ଓ ଆଜୀବନ ଯୋଗ କରିଚାଲିବେ । ଏପରି କି ଭିନ୍ନକ୍ଷମ ବ୍ୟକ୍ତିମାନେ ମଧ୍ୟ କେତେକ ସୁନିର୍ବାଚିତ ଯୋଗ ପଦ୍ଧତି ଅବଲମ୍ବନ କରିବା ପାଇଁ ସମର୍ଥ । ଜାଣିରଖନ୍ତୁ ଯେ ଯୋଗ କୌଣସି ଧର୍ମୀୟ ଚର୍ଚ୍ଚା ନୁହେଁ । ଧର୍ମସହ ଏହାର କୌଣସି ସମ୍ପର୍କ ନାହିଁ । ଯୋଗ କେବଳ ଶରୀର ଓ ମନକୁ ସୁସ୍ଥ ରଖୁବାର ଏକ ଦୈନନ୍ଦିନ ପ୍ରକ୍ରିୟା ବା କର୍ମପଦ୍ଧତି ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ଏକ ବ୍ୟକ୍ତିଗତ ସାଧନା । ସୁତରାଂ ଯୋଗ ଦ୍ଵାରା ଯେଉଁସବୁ ଶାରୀରିକ ଓ ମନସ୍ତାତ୍ତ୍ଵିକ ପରିବର୍ତ୍ତନ ସଂଘଟିତ ହୋଇଥାଏ, ତାହା କେବଳ ଯୋଗସାଧନାରେ ବ୍ରତୀ ବ୍ୟକ୍ତିଙ୍କଠାରେ ହିଁ ନିହିତ ।

ଭାରତ ହେଉଛି ଯୋଗ ପଦ୍ଧତିର ଜନ୍ମଦାତ୍ରୀ ଓ ଏହା ଏକ ଉକୃଷ୍ଟ ବୈଜ୍ଞାନିକ ପଦ୍ଧତି । ମଣିଷଜାତିର ସର୍ବାଙ୍ଗୀଣ ଉନ୍ନତିରେ ଯୋଗର ଅନୁକୂଳ ଅବଦାନ ଦିଗନ୍ତ ବିସ୍ଥାରୀ । କାରଣ ଯୋଗ ମାଧ୍ୟମରେ  ଆମେ ଈଶ୍ଵରଙ୍କ ସହ ଯୁକ୍ତ ହୋଇଥାଉ ଏବଂ ପରସ୍ପର ସହ ଯୁକ୍ତ ହେବାରେ ଯୋଗ ସହାୟକ ହୋଇଥାଏ ।

ସଂଗୃହିତ: ଡ଼ା.ନିତ୍ୟାନନ୍ଦ ସ୍ଵାଇଁ, ଅଭିନବ ବିଡ଼ାନାସା, କଟକ

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top