ହୋମ / ସ୍ଵାସ୍ଥ୍ୟ / ଯୋଗ / ଯୋଗାସନ ଓ ସ୍ଵାସ୍ଥ୍ୟ - ଯୋଗ ଏକ ମାର୍ଗ ଅନେକ
ସେଆର କରନ୍ତୁ

ଯୋଗାସନ ଓ ସ୍ଵାସ୍ଥ୍ୟ - ଯୋଗ ଏକ ମାର୍ଗ ଅନେକ

ଯୋଗାସନ ଓ ସ୍ଵାସ୍ଥ୍ୟ - ଯୋଗ ଏକ ମାର୍ଗ ଅନେକ ର ସୂଚନା

ଯୋଗ ଶବ୍ଦ

ଯୋଗ ଶବ୍ଦ ଶୁଣିବା ମାତ୍ରେ ଅଧିକାଂଶ ଲୋକଙ୍କର ମନମସ୍ତିସ୍କରେ ଏକ ଶାରୀରିକ ଆସନ ପ୍ରାଣାୟମ ଆଦିର ଏକ ଛାଯା ଆସିଥାଏ । ଲୋକେ ଭାବନ୍ତି ଯୋଗ ଅର୍ଥାତ ଯୋଗାସନ । ଯୋଗାସନ ଯୋଗାଡ଼ ଏକ ବିଭାଗ କିନ୍ତୁ ଯୋଗାଡ଼ ପରିଭାଷାକୁ ଠିକ ଭାବରେ ବୟାନ କରେ ନାହିଁ। ଯୋଗାଡ଼ ଠିକ ଅର୍ଥ ହେଉଛି “ଯୋଡ” ବା କୌଣସି ଦୁଇଟି ଜିନିଷର ମିଳନ ବା ସନ୍ଧି ।ଶରୀରର ବିଭିନ୍ନ ଆସନ ମାଧ୍ୟମରେ ଯେବେ ଆମେ ପ୍ରକୃତି ସହିତ ଯୋଡା ହୁଅନ୍ତି ବା ଆମ ଭିତରେ ଅସ୍ତିତ୍ଵ ସହିତ ବାହାରର ଅସ୍ତିତ୍ଵ ସହିତ ଜୋଡନ୍ତି ତାହାକୁ ତଥାକଥିତ ଭାଷାରେ :ଯୋଗାସନ” କୁହାଯାଏ । କିନ୍ତୁ ଯେତେବେଳେ ଯୋଗ ପରମାତ୍ମା କୁ,ପରମ ଶାନ୍ତିକୁ ,ପରମ ଆନଣ୍ଡାକୁ ,ପରମ ଶକ୍ତିକୁ ,ପରମ ସତ୍ୟ ବା ସତ୍ତା କୁ ପାଇବା ପାଇଁ କରାଯାଏ ଏହାର ଅର୍ଥ ଗଭୀର ତଥା ଭିର୍ଣ୍ଣ ହୋଇଥାଏ ।

ପ୍ରତ୍ୟେକ ମଣିଷ ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି । ପ୍ରତ୍ୟେକଙ୍କର ସ୍ଵଭାବ ବା ପ୍ରକୃତି ମଧ୍ୟ ଅଲଗା ଅଲଗା । ତେଣୁ ସମସ୍ତଙ୍କର ବିଚାର,ମାର୍ଗ,ଉଦ୍ଦେଶ୍ୟ,ସିଦ୍ଧାନ୍ତ,ମାନ୍ୟତା ମଧ୍ୟ ଭିନ୍ନ । କେହି ଅନ୍ତର୍ମୁଖୀ ତ କେହି ବହିର୍ମୁଖୀ,କେହି ଆସ୍ତିକ ତ କେହି ନାସ୍ତିକ,କେହି ବ୍ୟବହାରିକ ତ କେହି ଔପଚାରିକ, କାହାର ବୈଜ୍ଞାନିକ ଦୃଷ୍ଟିକୋଣ କାଳ୍ପନିକ,କେହି ଆଧ୍ୟାତ୍ମିକ ତ କେହି ସାଂସାରିକ,ଏହିସବୁ ଭିନ୍ନତା କାରଣରୁ ଆଜି ପୃଥିବୀରେ ଅନେକ ଧର୍ମ,ବାଦ,ଭାଷା,ମାନ୍ୟତା,ସଂସ୍କୃତି,ପରମ୍ପରା ସୃଷ୍ଟି ହୋଇଛି । ଏତେସବୁ ଭିନ୍ନତା ହୋଇଥିବା ସତ୍ତ୍ୱେ ବି ସମସ୍ତଙ୍କର ଲକ୍ଷ୍ୟ ଏକ ସୁଖ,ଶାନ୍ତି ବା ଆନନ୍ଦ । ପାର୍ଥକ୍ୟ ଏତିକି ମାତ୍ର ଆସ୍ତିକ ଲୋକଙ୍କ ଭାବନା ଏବଂ ସମବେଦନାର ମାର୍ଗ ଦେଇ ସତ୍ୟରେ ପହଞ୍ଚନ୍ତି ।ଅର୍ଥାତ ଉଭୟ ପରମ ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହାଁନ୍ତି,ସେ ପରମ ଆତ୍ମା ହେଉ ବା ପରମ ଶାନ୍ତି,ପରମ ଶକ୍ତି ହେଉ ବା ପରମ ଅସ୍ତିତ୍ଵ,ପରମ ଚୈତନ୍ୟ ହେଉ ବା ପରମ ମୁକ୍ତି। ସେହି ପରମଙ୍କୁ ପାଇବାକୁ ସମସ୍ତେ ଚାହାଁନ୍ତି ।

ହୁଏତ ଏହି କାରଣରୁ ମଣିଷ ର ବିଭିନ୍ନ ପ୍ରକୃତିକୁ ଆଖି ଆଗରେ ରାଖୀ ସେଇ ପରମ ଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବିଭିନ୍ନ ମାର୍ଗ ତିଆରି କରା ହୋଇଛି,ଯାହାକୁ ଆମେ ବିଭିନ୍ନ ଯୋଗ ନାମରେ ଜାଣୁ । ସାଧନା ର ଏହି ବିଭିନ୍ନ ଯୋଗ ସବୁ ମଣିଷକୁ ସେଇ ପରମ ପର୍ଯ୍ୟନ୍ତ ପହଞ୍ଚେଇବାରେ ପୂର୍ଣ୍ଣ ସହଯୋଗ କରେ । ବାହ୍ୟ ଦୃଷ୍ଟିରୁ ଯୋଗାଡ଼ ମାର୍ଗ ପରସ୍ପର ଅଲଗା କିନ୍ତୁ ସେସ ସମସ୍ତଙ୍କର ଗୋଟିଏ । ସେ ମନ୍ତ୍ର ଯୋଗ ହେଉ ବା ହଠ ଯୋଗ,ରାଜା ଯୋଗ ହେଉ ବା ଜ୍ଞାନ ଯୋଗ,ଭକ୍ତି ଯୋଗ ହେଉ ବା କର୍ମ ଯୋଗ ବା ପୁଣି ଧ୍ୟାନ ଯୋଗ। ନାମ ଏବଂ ମାର୍ଗ ଭିନ୍ନ କିନ୍ତୁ ପରିମାଣ ସମସ୍ତଙ୍କର ଗୋଟିଏ । ପରସ୍ପର ମଧ୍ୟରେ କେତେ ଭିନ୍ନ ଏହା ମଧ୍ୟ ଜାଣିବା ଜରୁରୀ,ଯାହା ନିମ୍ନରେ ପ୍ରଦତ୍ତ-

ମନ୍ତ୍ର ଯୋଗ

ଜପ ଦ୍ଵାରା ଚେତନାକୁ ଅନ୍ତର୍ମୁଖୀ କରିବା ହେଉଛି ମନ୍ତ୍ର ଯୋଗ ।ମନ୍ତ୍ର ଉଚ୍ଚାରଣ ରେ ଅସୀମ ଶକ୍ତି ଥାଏ । କିଛି ସ୍ଵର ଧ୍ୱନି ର ଗତି ଠାରୁ ମଧ୍ୟ କ୍ଷିପ୍ର ଏହି ଧ୍ୱନି ମନୁଷ୍ୟର ଜ୍ଞାନ ଶକ୍ତି ଠାରୁ ମଧ୍ୟ ଊର୍ଦ୍ଦ୍ଵରେ । ମନ୍ତ୍ର ଜପ ମାଧ୍ୟମରେ ଜେନ ସାଧକ ନିଜର ସଂକଳ୍ପ ଏବଂ ଇଚ୍ଛାନୁସାରେ ନିଜର ଇଷ୍ଟ ଦେବତାଙ୍କୁ ପାଇବା ପାଇଁ ଚେଷ୍ଟା କରେ । ଏଥିରେ ମନ୍ତ୍ର ଊଚ୍ଚାରଣ,ଆସନ ,ମୁଦ୍ରା,ସମୟ,ଅବଧି,ଜପ ସଂଖ୍ୟା ଏବଂ ତାହାର ନିୟମିତତାର ସ୍ଵତନ୍ତ୍ର ଭୂମିକା ରହିଛି । ଯାହାକୁ ସ୍ଵର ଉଚ୍ଚାରଣ କରି ବା ମୌନବ୍ରତ ପାଳନ କରି ମଧ୍ୟ ଜପାଯାଇପାରେ । ମନ୍ତ୍ରକୁ ରୁଦ୍ରାକ୍ଷ ମାଳା ବା ତୁଲସୀ ମାଲା ସହିତ ବାଇସ୍ତବ ପ୍ରଯୁକ୍ତ କରାଯାଏ । ବିନା ମାଳାରେ ମଧ୍ୟ ମନ୍ତ୍ର ଜପ କରାଯାଏ । ବିନା ମାଳାରେ ମଧ୍ୟ ମନ୍ତ୍ର ଜପ କରାଯାଇ ପାରେ ।

ହଠ ଯୋଗ

ହଠର ପ୍ରକୃତ ଅର୍ଥ ହେଉଛି “ସଂକଳ୍ପ ଶକ୍ତି” ବା କୌଣସି ଜିନିଷକୁ ପାଇବା ପାଇଁ ଅଦମ୍ୟ ଇଚ୍ଛା,ସେ କେତେବେ ଅସାଧାରଣ ବା କଷ୍ଟ ସାଧ୍ୟ ହେଉ । ହଠ ଯୋଗରେ ସାଧକ ମନକୁ ଶାନ୍ତ କରିବା ପାଇଁ ଶରୀରର ବିଭିନ୍ନ କ୍ରିୟାକଳାପକୁ ତପ-ତ୍ୟାଗ,ସଂଯମ-ବ୍ରତ,ମଉନା-ଉପବାସ ଆଦି ଦ୍ଵାରା ନିୟନ୍ତ୍ରିତ କରେ ।

ଏହାର ଉଦ୍ଦେଶ୍ୟ ଶରୀରକୁ ସୁଦୃଢ ଏବଂ ସୁଯୋଗ୍ୟ କରିବା,ଯାହାଦ୍ୱାରା କଠିନରୁ କଠିନତମ ଅବସ୍ଥାକୁ ମଧ୍ୟ ସହ୍ୟ କରାଯାଇ ପାରିବ ଏବଂ ଶାରୀରିକ ବ୍ୟାଧିରୂ ମଧ୍ୟ ମୁକ୍ତି ହୋଇ ପାରିବ। ହଠ ଯୋଗ ସାଧକମାନେ ବିଶ୍ଵାସ କରନ୍ତି ଯେ ନିଜର ଶରୀରକୁ ବିଭିନ୍ନ ଯତନା କଷ୍ଟ ଏବଂ ବ୍ରତ ଆଦି ଦ୍ଵାରା ଯେତେ ମଜବୁତ କରିବ ସେ ସେତେ ଅଧିକ ଊର୍ଜାବାନ ଏବଂ ଶକ୍ତିଶାଳୀ ହେବ ।ଖାଲି ସେତିକି ନୁହେଁ ତାର ତପସ୍ୟାରେ ଖୁସି ହୋଇ ତାର ଭଗବାନ ତାକୁ ବର ପ୍ରଦାନ କରିବେ ।

ରାଜ ଯୋଗ

ଆତ୍ମା ହେଉଛି ପରମାତ୍ମାର ଅଂଶ ବିଶେଷ ।ଏହା କେବେ ମରେ ନାହିଁ କି ଜନ୍ମ ନିଏ ନାହିଁ,ଏକଥା ଭାବି ସାଧକ ନିଜକୁ ଚିହ୍ନିବାକୁ ଚେଷ୍ଟାକରେ,ମୁଁ କିଏ? ମୁଁ କେଉଁଠୁ ଆସିଛି ? ମୁଁ କେଉଁଠିକୁ ଜୀବି? ଶରୀରରେ ରହିଥିବା ଆତ୍ମା ସହିତ ପରମାତ୍ମାକୁ ଯୋଡିବାକୁ ଚେଷ୍ଟା କରେ ତାହାକୁ ରାଜ ଯୋଗ କୁହାଯାଏ । ଆନ୍ତରିକ ଏବଂ ବୈଜ୍ଞାନିକ ତଥା ବ୍ୟବହାରିକ ଦୃଷ୍ଟିକୋଣରୁ ବିଚାର କାଲେ ଦେଖାଯିବ ଏହା ହେଉଛି ସବୁଠାରୁ ଉତ୍ତମ ସାଧନ ।

ବାସ୍ତବ ସତ୍ୟ ହେଉଛି ଏହା ଯେ ପିଲାଟି ଦିନରୁ ଆମ ମନ କେବଳ ବାହ୍ୟ ଜଗତକୁ ଜାଣିଛି ବା ଦେଖି ଆସୁଛି । ତେଣୁ ଅନ୍ତର୍ଗତର ଗତିବିଧି ବା ବିଜ୍ଞାନ ପ୍ରତି ଆମେ ଅପରିଚିତ ରହିଥାନ୍ତି,ତେଣୁ ଆମେ ତାକୁ ଚିହ୍ନିବାର ଶକ୍ତି ହରେଈ ବସିଥାଉ । ରାଜ ଯୋଗରେ ସାଧକ ତାର ମନକୁ ଅନ୍ତର୍ମୁଖୀ କରେ । ତାର ବହିର୍ମୁଖୀ ଗତିକୁ ଅଟକାଇ ଏବଂ ତାର ସମସ୍ତ ଶକ୍ତିକୁ କେନ୍ଦ୍ରୀଭୂତ କରି ନିଜର ମନ ଉପରେ ତାର ପ୍ରୟୋଗ କରେ ଯାହା ଦ୍ଵାରା ନିଜର ସ୍ଵଭାବ ବୁଝି ଯୋଗ ଦ୍ଵାରା ପରମଙ୍କ ସହିତ ଯୋଡି ହୋଇ ପାରିବ ।

ଜ୍ଞାନ ଯୋଗ

ଆଧ୍ୟାତ୍ମିକ ମୁକ୍ତି ପାଇଁ ବା ଆମେ ଏହା ମଧ୍ୟ କହି ପାରିବା ଯେ ପରମ ସତ୍ତା ,ପରମ ସତ୍ୟ ବା ପରମ ତତ୍ତ୍ଵ କୁ ଜାଣିବା ଜାଣିବା ପାଇଁ ବିବେକପୂର୍ଣ୍ଣ ବୁଦ୍ଧିକୁ ବଳ ଦେବା ତଥା ତାର ତରକପୂର୍ଣ୍ଣ ନିର୍ଣ୍ଣୟରେ ପହଞ୍ଚିବାକୁ “ଜ୍ଞାନ ଯୋଗ” କୁହାଯାଏ । ଦେଖିବାକୁ ଗଲେ ଏହା ହେଉଛି ଯୋଗାଡ଼ ବୌଧିକ ଏବଂ ଦାର୍ଶନିକ ପକ୍ଷ ।“ଜ୍ଞାନ ଯୋଗ”ର ସାଧକ ମାନିବା ଉପରେ ନୁହେଁ ବରଂ ଜାଣିବା ଉପରେ ପ୍ରାଧାନ୍ୟ ଦିଅନ୍ତି । ସେମାନେ ନିଜର ଅନୁଭବ ଏବଂ ଜ୍ଞାନକୁ ସତ୍ୟ ମାନନ୍ତି । ସେମାନେ ନିଜର ଅନୁଭବ ଏବଂ ଜ୍ଞାନକୁ ସତ୍ୟ ମାନନ୍ତି। ଜ୍ଞାନୀର ଜ୍ଞାନ ହେଉଛି ଦୁଇ ପ୍ରକାରର-ପ୍ରଥମ ହେଉଛି ପ୍ରତ୍ୟେକବସ୍ତୁରୁ ବିଚାର ହଟେଇ ତାକୁ ଅସ୍ଵୀକାର କରିବା ଯଥା ମୁଁ ବୋଲି କିଛି ନାହିଁ ଏବଂ ଦ୍ବିତୀୟଟି ଉପରେ ଦୃଢ ରହେ କି ମୁଁ ମହଜୁଦ ,ତାହା ହେଉଛି କେବଳ ଏକ ସଚିଦାନନ୍ଦ ପରମାତ୍ମା । ଜ୍ଞାନ ଯୋଗ ସଂସାରକୁ ଛାଡିବା ବା ତ୍ୟାଗ କରିବା ମାର୍ଗ ନୁହେଁ । ବରଂ ସଂସାରରେ ରହି ସଂସାର ଠାରୁ ନିର୍ଲିପ୍ତ ରହିବାର ମାର୍ଗ । ଜ୍ଞାନ ଯୋଗ ହେଉଛି ସବୁ ପ୍ରକାକର ନାମ,ରୂପ,ନିୟମ ଏବଂ ଶସ୍ତ୍ର ରୁ ବାହାରେ ରହିବା ବା ତାହାଠାରୁ ମୁକ୍ତି ପାଇବା ।

ଭକ୍ତି ଯୋଗ

ଭକ୍ତି ଯୋଗ ହେଉଛି ନିଜଠାରୁ ଭିନ୍ନ ବା ପରମାତ୍ମା ଙ୍କ ଅସ୍ତିତ୍ଵ ଉପରେ ବିଶ୍ଵାସ ରଖୀ ତାଙ୍କୁ ପୂଜାର୍ଚନା କରିବା । ଏଥିରେ ବିଶ୍ଵାସ ଯେ ଏକମାତ୍ର ଭଗବାନ ହିଁ ହେଉଛନ୍ତି ସର୍ବଗୁଣ ସମପର୍ଣ୍ଣ,ଶ୍ରେଷ୍ଟ ଏବଂ ସର୍ବଶକ୍ତିମାନ । ସାରା ସଂସାର,ପ୍ରକୃତି ଏବଂ ବ୍ରହ୍ମାଣ୍ଡ ଆଦି ତାଙ୍କର ଦ୍ଵାରା ହିଁ ଆତଯାତ ହେଉଛି ତେଣୁ ନିଜକୁ ତାଙ୍କ ପାଖରେ ସମର୍ପଣ କରିଦେବା । ପ୍ରେମ,ଶ୍ରଦ୍ଧା,ସମର୍ପଣ ଏବଂ ଏକାଗ୍ରତା ଦ୍ଵାରା ତାଙ୍କରି ଉପାସନା ରେ ଲିପ୍ତ ରହିବା ହିଁ ହେଉଛି ଭକ୍ତି ଯୋଗ । ଧର୍ମ ବିଶ୍ଵାସୀ ଏବଂ ସଂବେଦନଶୀଳ ବ୍ୟକ୍ତିଙ୍କ ପାଇଁ ଏହା ହେଉଛି ସର୍ବାଧିକ ଅନୁକୂଳ । ଭକ୍ତି ଯୋଗ ରେ ସାଧକ ଶ୍ରବଣ,କୀର୍ତ୍ତନ,ସ୍ମରଣ,ପାଦ ସେବନ,ଅର୍ଜୁନ,ବନ୍ଦନା,ଦାସତ୍ଵ,ସଖୀତ୍ଵ ତଥା ଆତ୍ମା ନିବେଦନ ଆଦି ନଅପ୍ରକାର ଉପାୟ ଅବଲମ୍ବନ କରି ନିଜର ଇଷ୍ଟ ଙ୍କ କୃପା ପ୍ରାପ୍ତ କରିଥାନ୍ତି । ଦେଖିବାକୁ ଗଲେ ଭକ୍ତି ଯୋଗ ହେଉଛି ଏକ ଉଚ୍ଚତମ ପ୍ରେମର ବିଜ୍ଞାନ । ଏଥିରେ ସାଧକ ତାର ସମସ୍ତ ପ୍ରକାର କଷ୍ଟକୁ ବା ବିପଦକୁ ଭଗବାନ ଙ୍କ ନାମ ସ୍ମରଣ କରି ତାଙ୍କରି ଉପରେ ଛାଡିଦିଏ ଏବଂ ଅତୁଟ ବିଶ୍ଵାସ ରାଖିଥାଏ ଯେ ଯଦି ଭଗବାନ ସମସ୍ୟା ଦେଇଛନ୍ତି ତେଣୁ ସେଇ ହିଁ ସମସ୍ୟାରୁ ଉଦ୍ଧାର ନିର୍ଣ୍ଣୟ କରିବେ ।

କର୍ମ ଯୋଗ

ଜୀବନରେ  ନିଜର ସବୁ କାମ,ଦାୟିତ୍ଵ ଏବନ କର୍ତ୍ତବ୍ୟକୁ ସୂଚାରୁ ରୂପେ କରିବା ବା କର୍ମ ହିଁ ଜୀବନ,କର୍ମ ହିଁ ପୂଜା,କର୍ମ ହିଁ ପ୍ରସାଦ ବୋଲି ଭାବି ଜୀବନକୁ ଆଗକୁ ବଢେଇବା । କର୍ମ ହେଉଛି ସବୁ କିଛି । ଆମେ ଯେପରି କର୍ମ କରିବା ସେହିପରି ଫଳ ପାଇବା,ଏହା ହିଁ ହେଉଛି ସବୁ କିଛି । ଆମେ ଯେପରି କର୍ମ କରିବା ସେହିପରି ଫଳ ପାଇବା,ଏହା ହିଁ ହେଉଛି ,କର୍ମ ଯୋଗ” ।କର୍ମ ଯୋଗୀ ସବୁ କାର୍ଯ୍ୟ କୁ ନିଜର ଉଦ୍ଦେଶ୍ୟ ବୋଲି ଭାବି କରେ । ସେ  ଦୃଢ ନିଶ୍ଚିନ୍ତ ରହେ ଯେ ଜୀବନର ପ୍ରତ୍ୟେକ ରୂପରେ କର୍ମ ହେଉଛି ଚିର ସତ୍ୟ ,କର୍ମ ବିନା ଜୀବନ ମୂଲ୍ୟହୀନ ।କର୍ମ ବିନା ଏ ଶରୀର ର ଯାତ୍ରା ମଧ୍ୟ ଅସମ୍ଭବ ।ନିଜର କର୍ମଠତା ପାଇଁ ସାଧକ ଜଗତ ସହିତ ତାଳଦେଇ ନିଜର ସ୍ଵରୂପକୁ ଆବିଷ୍କାର କରେ ।

କର୍ମ ଯୋଗାଡ଼ ବିଶେଷତ୍ଵ ହେଉଛି ଭାଗ୍ୟ ବା କୌଣସି ଚମତ୍କାରିତା ଉପରେ ଭରସା ନ କରି କର୍ମ କରି ନିଜର ଭାଗ୍ୟ ନିର୍ଣ୍ଣୟ କରିବା  ଉଚିତ । କର୍ମ ଯୋଗରେ ସାଧକ ର କର୍ମ ହିଁ ହେଉଛି ସାଧକର ପୂଜା-ଅର୍ଚ୍ଛନା ସବୁକିଛି ।ତ ନଜରରେ କୌଣସି କାମ ଚୋଟୋ-ବଡ ଉଚ୍ଚ –ନିଚ ହୋଇ ନଥାଏ ।କର୍ମ ଫଳରେ ମଧ୍ୟ କୌଣସି ପ୍ରଭେଦ ନ ଥାଏ ।ସେ ନିଜର ଅସଫଳତାକୁ ମଧ୍ୟ ସ୍ଵୀକାର କରେ କାରଣ ସେ ଜାଣେ ସେଥିରୁ ମଧ୍ୟ ବହୁତ କିଛି ଶିଖିବାକୁ ମିଳିଥାଏ । କର୍ମ ଯୋଗକୁ ପ୍ରତ୍ସୋହନ ଦେବା ପାଇଁ ହିନ୍ଦୀରେ ଏକ ପ୍ରସିଦ୍ଧ ପଂକ୍ତି ଅଛି –

ଅସଫଳତା ଏକ ଚୁନୋତି ହେ

ଉସେ ସ୍ଵୀକାର କରୋ,

କମି କାହାଁ ରହଗାଈ ଢୁଂଡୋ

ଔର ସୁଧାର କରୋ,

କୋସିସ କରନେ ୱାଲୋନକା କାଭି ହାର ନହିଁ ହୋତା,

ଔର ନିକମ୍ମାଔଁକା କାଭି ଜୟା ଜଯକାର ନହିଁ ହୋତା ।

ତେଣୁ କର୍ମଯୋଗୀ ନିଜର କର୍ମ ଉପରେ କଠୋର ବିଶ୍ଵାସ ରାଖୀ କର୍ମ କରିଚାଲେ । କାରଣ ସେ ଦୃଢ ନିଶ୍ଚିନ୍ତ ଯେ ସେ ଯେତିକି କର୍ମ କରେ ତାକୁ ସେତିକି ହିଁ ଫଳ ମିଳେ ।

ଧ୍ୟାନ ଯୋଗ

ନିଜର ମନକୁ କୌଣସି କାର୍ଯ୍ୟରେ ବା ଉଦ୍ଦେଶ୍ୟରେ ଏତେ ଯେ ତାଲ୍ଲିନ କରିଦିଆ ଯାଏ ଯେ ଯେତେବେଳେ ମନ ବୋଲି କିଛି ରହେ ନାହିଁ ବା ଅନୁଭବ ହୁଏ ନାହିଁ ସେହି ଅବସ୍ଥାକୁ “ଧ୍ୟାନ ଯୋଗ” କୁହାଯାଏ ।ନିଜଠାରୁ ଅଧିକ ଶକ୍ତି ସମପର୍ଣ୍ଣ ବିଚାରରେ ବା ପ୍ରବଳ ଇଚ୍ଛାରେ ନିଜକୁ ପାସୋରିଦେବା ବା ବିଲୀନ କରିଦେବା ହେଉଛି ଧ୍ୟାନ ।ଗଭୀର ଏବଂ ଲଗାତର ଏକାଗ୍ରତା ଦ୍ଵାରା ବ୍ୟକ୍ତି ଏମିତି ଏକ ସ୍ଥିତିରେ ପହଞ୍ଚେ,ସେତେବେଳେ ସେ ସବୁକିଛି ଭୁଲିଯାଏ,ଏପରିକି ସେ ନିଜେ ନିଜକୁ ମଧ୍ୟ ଭୁଲିଯାଏ ଯେ ସେ ଏକ ଶରୀର । ଏହି ଏକାଗ୍ରତା କୌଣସି ସାଂସାରିକ ଲାଭସହିତ,ଶକ୍ତି ସମ୍ପନ୍ନତା ,ସିଦ୍ଧି ପ୍ରାପ୍ତି ,ବା ଅଲୌକିକ ଶକ୍ତିକୁ ପାଇବା ପାଇଁ ବି ହୋଇପାରେ । କିନ୍ତୁ ଆମେ ଯେତେବେଳେ ବିଶେଷ ଭାବରେ ଧ୍ୟାନ କରନ୍ତି ତାହା ପରମାତ୍ମାଙ୍କ ସହିତ ମିଳନ ପାଇଁ,ଯାହା ସାଧକକୁ ସରିରାଭ୍ୟାସ ଠାରୁ ଉର୍ଦ୍ଧ୍ଵ କୁ ନେଇଯାଏ ।

ଯେମିତି କେହି ନିଶ୍ଵାସ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ପାଏ ତ କେହି ଚକ୍ରକୁ ଜାଗ୍ରତ କରି ପାଏ । କେହି ସୃଷ୍ଟି ର ପ୍ରକାଶକୁ ଦେଖେ ତ କେହି ବ୍ରାହମନାଦ କୁ ଶୁଣି। କେହି ନାଚି ନାଚି ପାୟେ ତ  କେହି ସଂଗୀତାର ମୂର୍ଚ୍ଛନା ରେ ନିମଗ୍ନ ହୋଇ ପାୟେ ।କେହି ମାଉନା ବ୍ରତା ରାଖୀ ପାୟେ ତ କେହି ମନ୍ତ୍ର ଜପ କରି ପାୟେ । ତେଣୁ ସାଧକ ବିଭିନ୍ନ ବିଧି ମାଧ୍ୟମରେ ନିଜକୁ  କେନ୍ଦ୍ରୀଭୂତ କରି,ସେଥିରେ ନିଜକୁ ନିମଗ୍ନ କରି ଧ୍ୟାନକୁ ଉପଲବ୍ଧି କରେ ।

ସଗୃହିତ-ଆଚାର୍ଯ୍ୟ ଭଗବାନ ଦେବ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top