ହୋମ / ସ୍ଵାସ୍ଥ୍ୟ / ଯୋଗ / ଯୋଗାସନ ଓ ସ୍ଵାସ୍ଥ୍ୟ - ଯୋଗ କ’ଣ ଏବଂ କାହିଁକି ଜରୁରୀ?
ସେଆର କରନ୍ତୁ

ଯୋଗାସନ ଓ ସ୍ଵାସ୍ଥ୍ୟ - ଯୋଗ କ’ଣ ଏବଂ କାହିଁକି ଜରୁରୀ?

ଯୋଗ କ’ଣ ଏବଂ କାହିଁକି ଜରୁରୀ ର ସୂଚନା

ଯୋଗାର  ଆରମ୍ଭ

ଯୋଗ ପ୍ରାଚୀନ ଭାରତୀୟ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ । ଯଦି ଏହା ଏକ ବିଜ୍ଞାନ ହୁଏ ତେବେ ଏହା ବଳରେ ଭାରତକୁ କେବଳ ଏକ ସୁନାର ଚଢେଇ ବୋଲି କୁହାଯାଉଥିଲା । ଭଗବାନ ଶିବଶଙ୍କରଙ୍କ ପରେ ବୈଦିକ ରୁଷି ମୁନିଙ୍କ୍ଷ ଦ୍ଵାରା ହିଁ ଯୋଗାଡ଼ ଆରମ୍ଭ ବୋଲି ଆମେ ମାନିଥାଉ। ପରେ ପରେ କୃଷ୍ଣ ,ବୁଦ୍ଧ ,ମହାବୀର ଆଦି ମଧ୍ୟ ନିଜ ନିଜ ଚିନ୍ତାଧାରା ହିସାବରେ ଯୋଗାଡ଼ ପ୍ରସାର କରିଛନ୍ତି । ପରବର୍ତ୍ତୀ ସମୟରେ ପାତାଞ୍ଜଳି ମଧ୍ୟ ସୁବ୍ୟବସ୍ଥିତ କରି ଯୋଗସୂତ୍ର ର ରଚନା କରିଛନ୍ତି ,ଯାହା ମାନବ ସମାଜ ପାଇଁ ବରଦାନ ଠାରୁ ମଧ୍ୟ କିଛି କମ ନୁହେଁ ।

ଯୋଗ କ’ଣ ? ଯେତେବେଳେ ଏହି ପ୍ରଶ୍ନ ଆମ ମନକୁ ଆସେ,ଆମ ମସ୍ତିଷ୍କର ପ୍ରଚ୍ଛଦ ପଟରେ କୌଣସି ବୃଦ୍ଧ ବ୍ୟକ୍ତି ଅବା ସାଧୁ ବାବଙ୍କ ର ଚିତ୍ର ଉଭାସିତ ହୁଏ ଏବଂ ଆମେ ମାନିଥାଉ ଯୋଗ କେବଳ ଶରୀରକୁ ଅଙ୍ଗଭଙ୍ଗୀ ର ବିଭିନ୍ନ ମୁଦ୍ରାର ନାମ ନୁହେଁ ବରଂ ଏହା କେବଳ ବୟସ୍କ ବା ବୃଦ୍ଧଙ୍କର କରିବାର କାମ ।ଯୋଗାଡ଼ ସମ୍ପର୍କ କେବଳ କୌଣସି ନିର୍ଦ୍ଧିଷ୍ଟ ବର୍ଷ ବା ଧର୍ମ ଏବଂ ଶରୀରର ଆସନ ନୁହେଁ କିମ୍ବା ଏହା କୌଣସି ଧାର୍ମିକ କାମ ବା ଶ୍ରଦ୍ଧାର ବିଷୟ ନୁହେଁ ।ଏହା ସଂପୂର୍ଣ୍ଣ ରୂପେ ଏକ ବିଜ୍ଞାନ ଅଟେ,ଯାହା ଆମକୁ କେବଳ ବାହ୍ୟ ପ୍ରକୃତି ସହିତ ଯୋଡେ ନାହିଁ ବରଂ ଆମ ଭିତରେ ଲୁଚି ରହିଥିବା ଏକ ଅଜ୍ଞାତ ଶକ୍ତିକୁ ମଧ୍ୟ ଏକତ୍ରିତ ଓ ବିକଶିତ କରେ ।

ଯୋଗର ଅର୍ଥ କେବଳ ଆମେ କରୁଥିବା ଆସନ ନୁହେଁ । ଯୋଗାଡ଼ ଅର୍ଥ ଯୋଡ,ସନ୍ଧି ,ଏକାତ୍ମତା ।ଯୋଗ ଶବ୍ଦ ସଂସ୍କୃତ ଭାଷା “ଯୁଜ” ରୁ ଉଦ୍ଧୃତ,ଯାହାର ଅର୍ଥ ଯୋଡିବା । ଯୋଗ ଆମ ଶରୀର ମନ ଏବଂ ଆତ୍ମା ମଧ୍ୟରେ ସଂଯମତା ବା ସନ୍ତୁଳନ କରିଥାଏ,ସରଲା ଏବଂ ସାକାରାତ୍ମକ ବନେଇ ଥାଏ,କାରଣ ଆମ ଶରୀର ର ଭିତର ବାହାର ଖଞ୍ଜା ପାଇଁ ଆସନର ବିଶେଷ ଭୂମିକା ରହିଛି ।ସେଥିପାଇଁ ଆମକୁ ଲାଗେ ଯେ ଯୋଗାଡ଼ ଅର୍ଥ କେବଳ ଶାରୀରିକ ଆସନ ମଧ୍ୟରେ ସୀମିତ ।ଆସନ ହେଉଛି ଦୁଇ ପ୍ରକାର । ପ୍ରଥମ ଶ୍ରେଣୀର ଆସନକୁ “ଧ୍ୟାନାଶନ “ ଏବଂ ଦ୍ଵିତୀୟ ଶ୍ରେଣୀର ଆସନକୁ “ସ୍ଵାସ୍ଥ୍ୟସନ” କୁହାଯାଏ ।ଯେଉଁ ଆସନରେ ବସି ମନକୁ ସ୍ଥିର କରିବା ପାଇଁ ପ୍ରଯତ୍ନ କରାଯାଏ ତାକୁ”ଧ୍ୟାନାଶନ “ କୁହାଯାଏ ଏବଂ ଯେଉଁ ଆସନ ବ୍ୟାୟାମ ନିୟମିତ କରାଯାଏ ତାକୁ “ସ୍ଵସ୍ଥୟାସନ”କୁହାଯାଏ ।ପାତଞ୍ଜଳି ଯୋଗ ସୂତ୍ର ଅନୁସାରେ –

ଯୋଗଶ୍ଚିତ ବୃତ୍ତିନିରୋଧଃ

“ଯୋଗଶ୍ଚିତ ବୃତ୍ତିନିରୋଧଃ “

ଅର୍ଥାତ- ଚିତ୍ତବୃତ୍ତିକୁ ରୋକିବାକୁ ଯୋଗ କୁହାଯାଏ ।

ଯୋଗାଡ଼ ଶାଦ୍ଧିକ ଅର୍ଥ ହେଉଛି-ଯୋଡା ବା ଯୋଡିବା । ବାସ୍ତବରେ ଯୋଗ ହେଉଛି ଯୋଡିବାର ଏକ ପ୍ରଣାଳୀ।କିନ୍ତୁ କାହାକୁ ଯୋଡିବା ? କେମିତି ଯୋଡିବା ? ମନରେ  ଏହି ପ୍ରଶ୍ନ ଉଠିବା ସ୍ଵାଭାବିକ କଥା ।

ଯୋଗର ପରିମାଣ ହେଉଛି- ଆତ୍ମା ଏବଂ ପରମାତ୍ମା ର ସଂଯୋଗ ହେବା । ଅର୍ଥାତ ଆତ୍ମା ସହିତ ପରମାତ୍ମା ର ଯୋଗ ବା ଯୋଡିବା ଅର୍ଥାତ ଏକାତ୍ମା ହେବା । ଯୋଗ ଶ୍ରଦ୍ଧା ବା ଧର୍ମର ବିଷୟ ନୁହେଁ ,ଏହା ବିଜ୍ଞାନର ବିଷୟ । ଏହାକୁ ହିନ୍ଦୁ କରୁ ବା ମୁସଲମାନ ,ଧନୀ କରୁ ବା ଗରିବ ସମସ୍ତଙ୍କୁ ଲାଭ ମିଳେ । ଯୋଗ କରିବା ପାଇଁ ବା ଏହାର ଲାଭ ପାଇବା ପାଇଁ କୌଣସି ଶ୍ରଦ୍ଧା ବା କର୍ମକାଣ୍ଡ ର ଆବଶ୍ୟକତା ନ ଥାଏ,କେବଳ ଯୋଗ କରିବା ଜରୁରୀ । ଯେମିତି ଜ୍ଵର ପାଇଁ କ୍ରୋଶିନ ।କ୍ରୋଶିନ କଣ ସେତେବେଳେ ଆମ ଶରୀରରେ କାମ କରେ ।ଯେତେବେଳେ ଆମର ତା ଉପରେ ଅତୁଟ ବିଶ୍ଵାସ ଆସେ ?ନା,ଆପଣ ଏହାକୁ ଜ୍ଵର ସମୟରେ ଶ୍ରଦ୍ଧାର ସହିତ ଖାଆନ୍ତୁ ଅନିଚ୍ଛାରେ ଖାନ୍ତୁ ବା ଘୃଣାକରି ଖାଆନ୍ତୁ ଏହା ତଥାପି କାମ କରେ ,ଏହା ହିଁ ହେଉଛି ବିଜ୍ଞାନ । ଯୋଗ ମଧ୍ୟ ଏହିପରି ବିଜ୍ଞାନ ଶ୍ରେଣୀୟ,କାରଣ ଆପଣ ଏହାକୁ ଶ୍ରଦ୍ଧାର ସହିତ କରନ୍ତୁ ବା ଅନିଚ୍ଛାରେ କରନ୍ତୁ ଲାଭ ନିଶ୍ଚୟ ପାଇବେ । ଏହା ନିଶ୍ଚିତ ଯେ ଯଦି କୌଣସି କାମକୁ ସମର୍ପଣର ସହିତ କରାଯାଏ ଆମକୁ ଶୀଘ୍ର ବା ଅଧିକ ଫଳ ମିଳିଥାଏ । ସର୍ବୋପରି ଏହା କୁହାଯାଇ ପାରେ ଯେ ଯୋଗ ସମସ୍ତଙ୍କ ପାଇଁ ଏବଂ ସବୁଠୁ ଭଲ ଲାଭଦାୟକ ଅଟେ ।

ଯୋଗାଡ଼ ସବୁଠୁ ବଡ ଲାଭ ହେଉଛି ଯଦି ଏହାକୁ ଠିକ ଭାବରେ କରାଯାଏ ତେବେ ଏହା ଦ୍ଵାରା କୌଣସି କ୍ଷତି ହୁଏ ନାହିଁ। ଏହା ସଂପୂର୍ଣ୍ଣ ପ୍ରକୃତିକ ଅଟେ । ଏହାକୁ ବୈଜ୍ଞାନିକ ଏବଂ ଚିକିତ୍ସକମାନେ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ପରୀକ୍ଷା ନିରୀକ୍ଷା କରି ପ୍ରମାଣ କରିଛନ୍ତି ଯେ ଏହା ବିଧି ବା ପ୍ରକ୍ରିୟା ନୁହେଁ,ବରଂ ଏହା ଶରୀରରୁ ସମସ୍ତ ରୋଗ ଦୂର କରି,ମସ୍ତିଷ୍କକୁ ଚିନ୍ତାମୁକ୍ତ କରି ଆତ୍ମା ଏବଂ ଇଶ୍ଵର ଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରେ । ଯାହା ଦ୍ଵାରା ଆମ ଶରୀର ଭିତରେ ଥିବା ଲୁକ୍କାୟିତ ଶକ୍ତିର ପରିପ୍ରକାଶ ହୁଏ ଏବଂ ଆମେ ସଂପୂର୍ଣ୍ଣ ବିକଶିତ ହେଉ ।

ସାଧାରଣତଃ ଆମେ ଜାଣିଥଊ ଯେ ଶରୀର ଏବଂ ମନ ଦୁଇଟି ଅଲଗା ଅଲଗା ଜିନିଷ । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଅଲଗା ହୋଇ ମଧ୍ୟ ଏହା ପରସ୍ପପର ଅଙ୍ଗାଙ୍ଗି ଭାବେ ଜଡିତ। ଗୋଟିଏ ଅନ୍ୟ ଟିକୁ ପ୍ରଭାବିତ କରେ ।ଯଦି ଗଭୀର ଭାବରେ ଚିନ୍ତା କରାଯାଏ ଏହା ସ୍ପଷ୍ଟ ବାରି ହୋଇ ପଡିବ ଯେ ଆମେ ଶରୀର ଏବଂ ମନ ବ୍ୟତୀତ ଭିନ୍ନ କିଛି । କିଛି ତ ଅଛି ଯାହା ଆମ ଶରୀର ଏବଂ ମନକୁ ନିୟନ୍ତ୍ରଣ କରୁଛି । ଯାହାକୁ ଆମେ ଶକ୍ତି ,ଚେତନା ଅଥବା ଆତ୍ମା କହିଥାଉ । ଯୋଗ ଆମ ଶରୀରର ଏବଂ ମନ ସହିତ ଆତ୍ମାକୁ ମଧ୍ୟ ସୁସ୍ଥ ରଖିଥାଏ । ଦେଖାଯାଏ ଆମ ଶରୀର ଏବଂ ମନକୁ ସେତେବେଳେ ରୋଗ ଆକ୍ରାନ୍ତ କରେ,ଯେତେବେଳେ ଏହାର ସମ୍ବନ୍ଧ ଆତ୍ମା ସହିତ ଦୁର୍ବଳ ହୋଇପଡେ । ଯୋଗ ଦ୍ଵାରା ମଣିଷର ଶରୀର,ମନ ଏବଂ ଆତ୍ମା ପ୍ରତ୍ୟେକ ସ୍ତରରେ ସମୃଦ୍ଧ ହୋଇଥାଏ ।ଯୋଗ ଆମର ରୋଗ ପ୍ରତିରୋଧକ ଶକ୍ତି ବଢେଇବା ସହିତ ଆମର ସାକାରାତ୍ମକ ଚିନ୍ତାଧାରାକୁ ମଦ୍ୟ ବିକଶିତ କରିଥାଏ । ତେଣୁ କୁହାଯାଇ ପାରେ ଯୋଗ ଏକ ସଂପୂର୍ଣ୍ଣ ପଦ୍ଧତି ଅଟେ ।

ଯୋଗ ହେଉଛି ନିଜକୁ ନିଜ ମାଧ୍ୟମରେ ନିଜ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକ ଯାତ୍ରା

ଗୀତା ରେ ବର୍ଣ୍ଣିତ ଅଛି ଯେ,”ଯୋଗ ହେଉଛି ନିଜକୁ ନିଜ ମାଧ୍ୟମରେ ନିଜ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକ ଯାତ୍ରା ।“

ଯୋଗ ଶବ୍ଦ କୁ ଭାଷ୍ୟକାର ମାନେ ବିୟୋଗ ,ଉଦ୍ଯୋଗ ଏବଂ ସଂଯୋଗ ଅର୍ଥରେ ମଧ୍ୟ ନେଇଥାନ୍ତି । କେହି କେହି କହିଥାନ୍ତି ଯୋଗ ହେଉଛି ଆତ୍ମା ଏବଂ ପ୍ରକୃତିର ବିଯୋଗର ନାମ ।କେହି କେହି କହିଥାନ୍ତି ଯୋଗ ହେଉଛି ଏକ ବିଶେଷ ଉଦ୍ୟୋଗ ବା ଯତନର ନାମ,ଯାହା ସହାୟତାରେ ଆତ୍ମା ନିଜେ ନିଜକୁ ସଫଳତାର ଶିକ୍ଷାର ପର୍ଯ୍ୟନ୍ତ ନେଇ ଯାଏ ।କେହି କେହି କହିଥାନ୍ତି ଯୋଗ ଇଶ୍ଵର ଏବଂ ଜୀବ ମଧ୍ୟରେ ସଂଯୋଗର ନାମ । ବାସ୍ତବ ସତ୍ୟ ଏହା ଯେ ଯୋଗ ଦ୍ଵାରା ଏମାନେ ସବୁ ଏକତ୍ରିତ ହୋଇଥାନ୍ତି।ଶେଷ ଉଦ୍ଦେଶ୍ୟ ହେଉଛି ସଂଯୋଗ ,ଏଥିପାଇଁ ଉଦଯୋଗର ଆବଶ୍ୟକତା ରହିଛି ଏବଂ ଉଦ୍ୟୋଗ ର ସ୍ୱରୂପ ହେଉଛି ପ୍ରକୃତିରୁ ଅଲଗା ହେବା ।ଯୋଗାଡ଼ ପ୍ରୟୋଗଶାଳା ହେଉଛି ଆମ ଦେହ ।ଦେହରେ ମନ,ବୁଦ୍ଧି ,ଚିତ୍ତ,ଅହଂକାର ହେଉଛନ୍ତି ଚତୁଷ୍ଟୟ ଜନ୍ତ୍ର ସ୍ୱରୂପ। ଯଦି ଆମର ଆତମାରେ ବିଶ୍ଵାସ ଅଛି ତେବେ ଆମକୁ ଆତ୍ମାର ଅନୁଭବ ବା ସାକ୍ଷାତ ହେବା ଉଚିତ,ଅନ୍ୟଥା ଆତ୍ମାକୁ ବିଶ୍ଵାସ କରିବା ଅନୁଚିତ। ତା ସହିତ ଯୋଗରେ ପ୍ରତିଷ୍ଟ ହେବା ପାଇଁ ଆବଶ୍ୟକତା ଅଛି ଦେହ ସୁଦ୍ଧା ଏବଂ ସୁସ୍ଥ,ଭୋଜନ ସୁଦ୍ଧା ଏବଂ ସାତ୍ତ୍ଵିକ ।

ସଗୃହିତ-ଆଚାର୍ଯ୍ୟ ଭଗବାନ ଦେବ

2.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top