ହୋମ / ସ୍ଵାସ୍ଥ୍ୟ / ଯୋଗ / ଯୋଗାସନ ଓ ସ୍ଵାସ୍ଥ୍ୟ - ଯୋଗର ବୈଜ୍ଞାନିକ ଆଧାର
ସେଆର କରନ୍ତୁ

ଯୋଗାସନ ଓ ସ୍ଵାସ୍ଥ୍ୟ - ଯୋଗର ବୈଜ୍ଞାନିକ ଆଧାର

ଯୋଗର ବୈଜ୍ଞାନିକ ଆଧାର ର ସୂଚନା

ଯୋଗ ବିଦ୍ୟା

ସମୟ ଥିଲା ଯେତେବେଳେ ଲୋକଙ୍କ ମନ ଭିତରେ ଯୋଗ ବିଦ୍ୟା ବାବଦରେ ବହୁତ ଭ୍ରାନ୍ତ ଧାରଣା ଥିଲା । ଆଜି ମଧ୍ୟ ଏହା ଅଳ୍ପ ବହୁତ ଅଛି । ଏହାରା କାରଣ ହେଉଛି ଯୋଗ ବିଦ୍ୟାର ବିଜ୍ଞାନ ବାବଦରେ ସଠିକ ଜ୍ଞାନ ଆମ ପାଖରେ ନ ଥାଏ । ଏକ ସମୟ ଥିଲା,ଯେତେବେଳେ କିଛି ଲୋକ ନିଆଁ ଉପରେ ଚାଲିବା,କାଚ ଉପରେ ଚାଲିବା,ହାତରେ ଲୁହା ଶିକୁଳୀକୁ ଭାଙ୍ଗିଦେବା,ନିଜକୁ ମାଟି ତଳେ ଲୁଚେଇ ରଖିବା,ହାତରୁ ଭସ୍ମ ବାହାର କରିବା,ସୁନାର ଘଡି ବା ଚେନ ପ୍ରକଟ କରି ଏହା ଯୋଗର ଚମତ୍କାରିତା ବୋଲି କହି ଅନ୍ଧବିଶ୍ଵାସ ପ୍ରଘଟ କରିଦେଇଥିଲେ । ତେଣୁ ସାଧାରଣ ଲୋକ ବୁଝୁଥିଲେ ଯେ ଯୋଗ ବିଦ୍ୟା କେବଳ ସାଧୁସନ୍ଥ ମାନଙ୍କ ପାଇଁ । ତେଣୁ ଆଗ କାଳରେ ଲୋକଙ୍କ ମନ ଭିତରେ ଏହିପରି ଭ୍ରାନ୍ତ ଧାରଣା ଥିଲା ।

କିଛି ଦଶନ୍ଧି ପୂର୍ବରୁ ସ୍ଵାମୀ ବିବେକାନନ୍ଦ,ସ୍ଵାମୀ କୁବଲାନନ୍ଦା,ସ୍ଵାମୀ ଶିବାନନ୍ଦା,ମହର୍ଷି ଯୋଗୀ,ଆଚାର୍ଯ୍ୟ ଶ୍ରୀ ରଜନିଶ ,ଗୁରୁକୁଳ କାଙ୍ଗଡି ବିଶ୍ଵବିଦ୍ୟାଲାୟର ଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଡଃ ଇଶ୍ଵର ଭାରଦ୍ଵାଜ,ମୋରାଜୀ ଦେସାଇ ଯୋଗ ସଂସ୍ଥାନ ଦିଲ୍ଲୀ,ବାବା ରମାଦେବ ଆଦିଙ୍କ ଦ୍ଵାରା ଯୋଗ ବିଦ୍ୟାର ବୈଜ୍ଞାନିକ ସ୍ୱରୂପ ଲୋକଲୋଚନାକୁ ଆସିଲା ଏବଂ ଯୋଗ ବିଦ୍ୟା ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହୋଇ ପାରିଲା ।

ଯୋଗ ବିଦ୍ୟାର ବିଜ୍ଞାନ ସମ୍ମତ ଅଧ୍ୟୟନ ବା ସଚେତନତା ଜରୁରୀ; ନତୁବା ଏହା ବହୁଲୋକଙ୍କ ପାଇଁ କେବଳ ପ୍ରାଣାୟମ ମଧ୍ୟରେ ସୀମିତ ରହିଯାଉଛି । ସାଧାରଣତଃ ଆଜିର ଯୁଗରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ପାଇଁ ବ୍ୟାୟାମ ପଦ୍ଧତିରେ ବୁଝା ଯାଉଛି ।ସର୍ବେକ୍ଷଣରୁ ପ୍ରମାଣ ମଧ୍ୟ ହୋଇ ସାରିଛି ଯେ ଯୋଗ ଦ୍ଵାରା ରୋଗୋପଚାର ମଧ୍ୟ ସମ୍ଭବ ହେଉଛି । ଯୋଗ ଦ୍ଵାରା ସୁସ୍ଥ ଏବଂ ନିରୋଗ ରହିବା ଯୋଗ ର ମର୍ଯ୍ୟାଦାତିତ ଉପଯୋଗ ହୋଇ ପାରେ କିନ୍ତୁ ଯୋଗାଡ଼ ସଂପୂର୍ଣ୍ଣ ଉଦ୍ଦେଶ୍ୟ ସାଧନ ହୋଇ ପାରେ ନାହିଁ।ହଁ ,ଯୋଗକୁ ଜୀବନ ଶୈଳୀରେ ଏକ ଚିକିତ୍ସା ପଦ୍ଧତି ଭାବରେ ପରିଗଣନା କରାଯାଇପାରେ,କାରଣ ପ୍ରତ୍ଯେକ ଚିକିତ୍ସା ପଦ୍ଧତିର ନିଜର ସ୍ଵତନ୍ତ୍ର ମହତ୍ଵ ରହିଛି । କିନ୍ତୁ ଯୋଗ ର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପରମାତ୍ମା ପ୍ରାପ୍ତି ବା ଦୁଃଖରୁ ମୁକ୍ତି ।

ଯୋଗର ବୈଜ୍ଞାନିକ ପଦ୍ଧତି

ଜନସାଧାରଣ ଏବଂ ସାଧକଙ୍କ ମଧ୍ୟରେ ଯୋଗାଡ଼ ଭିନ୍ନ ଭିନ୍ନ ମାର୍ଗ ବା ବିଧି ପ୍ରଚଳିତ ରହିଛି । ଯଥା ଜ୍ଞାନ ଯୋଗ ,କର୍ମ ଯୋଗ ,ସନ୍ୟାସ ଯୋଗ ,ହଠ ଯୋଗ ,ମନ୍ତ୍ର ଯୋଗ ,ତନ୍ତ୍ରଯୋଗ ,କୁଣ୍ଡଳିନୀ ଯୋଗ ,ଭକ୍ତି ଯୋଗ ଇତ୍ୟାଦି । ଏହା ବିଚାର୍ଯ୍ୟ ଯେ ଯୋଗ ର ବୈଜ୍ଞାନିକ ପଦ୍ଧତି କେଉଁଟା। ଏହି ସମ୍ବନ୍ଧରେ ଯୋଗର ପ୍ରାଚୀନ ତଥା ପ୍ରାମାଣିକ ପୁସ୍ତକ “ଗୋରଖଶତକ” ବା “ଶିବ ସହ୍ନିନ୍ତା “ରେ ଯେଉଁ ପ୍ରକାର ବର୍ଣ୍ଣନା ମିଳେ ,ଯୋଗ ମଧ୍ୟରେ ମୁଖ୍ୟ ଯୋଗ ହେଉଛି “ରାଜା ଯୋଗ “,କାରଣ ଏଥିରେ ସବୁ ପ୍ରକାରର ଯୋଗର ତଥ୍ୟ ରହିଛି । “ରାଜ ଯୋଗ “ ହେଉଛି ମହର୍ଷି ପତଞ୍ଜଳିଙ୍କ  ଦ୍ଵାରା ରଚିତ “ଅଷ୍ଟାଙ୍ଗ ଯୋଗ”ର ଅନ୍ୟ ନାମ ।

ମହର୍ଷି ପତଞ୍ଜଳିଙ୍କୁ ଯୋଗ ଦର୍ଶନର ପ୍ରବର୍ତ୍ତକ ମଧ୍ୟ କୁହାଯାଏ । ଯୋଗ ଦର୍ଶନର ମୂଳ ଗ୍ରନ୍ଥ ହେଉଛି ମହର୍ଷି ପତାଞ୍ଜଳିଙ୍କ ଦ୍ଵାରା ରଚିତ ପାତାଞ୍ଜଳି ସୂତ୍ର ବା ଯୋଗ ସୂତ୍ର । ଅଷ୍ଟାଙ୍ଗ ଯୋଗ ଦୁଇଟି ଶବ୍ଦ ର ସନ୍ଧି ବିଚ୍ଛେଦ ହୋଇଛି । ଅଷ୍ଟ+ଅଙ୍ଗ ,ଅର୍ଥାତ ଏମିତିକା ମାର୍ଗ ଯେଉଁଥିରେ ଆଠଟି ଅଙ୍ଗ ବା ଚରଣ ଅଛି ।

ଯମ,ନିୟମ,ଆସନ,ପ୍ରାଣାୟମ,ପ୍ରତ୍ୟାହାର,ଧାରଣା,ଧ୍ୟାନ,ସମାଧି ହେଉଛି ଯୋଗ ର ଆଠଟି ଚରଣ ।ଦେଖାଯାଏ ତ ଏହି ସଂପୂର୍ଣ୍ଣ ବିଜ୍ଞାନ ହେଉଛି ଏକମାତ୍ର ଶବ୍ଦ: ଯୋଗ । ଏହି ଆଠଟି ଅଙ୍ଗର କ୍ରମବଦ୍ଧ ବା ସୂତ୍ରବଦ୍ଧ ପାଳନ ହେଉଛି ଯୋଗ ବିଜ୍ଞାନ । ଏହି ଆଠଟି ଅଙ୍ଗରା ପରସ୍ପର ସହିତ କ୍ରମବଦ୍ଧ ବା ସୂତ୍ରବଦ୍ଧ ପାଳନ ହେଉଛି ଯୋଗ ବିଜ୍ଞାନ । ଏହି ଆଠଟି ଅଙ୍ଗରା ପରସ୍ପର ସହିତ ଗହନ ସମ୍ପର୍କ ରହିଛି ।ଏହାର କ୍ରମକୁ ପରିବର୍ତ୍ତିତ କରାଯାଇ ପାରିବ ନାହିଁ ।ଯେମିତି ସାଧାରଣ ଲୋକ ତୃତୀୟ ବା ଚତୁର୍ଥ ଅଙ୍ଗକୁ ପାଳନ କରିଥାନ୍ତି ,କିନ୍ତୁ ପ୍ରଥମ ଏବଂ ଦ୍ଵିତୀୟକୁ ଭୁଲି ପାଳନ କରନ୍ତି ନାହିଁ ,ଟା ସହିତ ଅନ୍ୟ ଅଙ୍ଗକୁ ମଧ୍ୟ ପାଳନ କରନ୍ତି ନାହିଁ । ଯାହାକି ଆଠଟି ଅଙ୍ଗରା କ୍ରମବଦ୍ଧ ପାଳନ ହିଁ ଜୀବନର ପୂର୍ଣ୍ଣତା ପ୍ରାପ୍ତ ହୁଏ ।

ଯମ

ଏହା ହେଉଛି ଯୋଗ ର ପ୍ରଥମ ଅଙ୍ଗ । “ଯମ” ଆସକ୍ତି ଏବଂ କୁପ୍ରବୃତ୍ତିକୁ ନଷ୍ଟ କରିବା ପାଇଁ ଉପଯୁକ୍ତ ମାଧ୍ୟମ । ମନୁଷ୍ୟର ଅନ୍ୟ ପ୍ରଣିମାନଙ୍କ ପ୍ରତି ବ୍ୟବହାର କେମିତିକା ତାହା ତାର ଚିତ୍ତ ଶୁଦ୍ଧତା ଉପରେ ନିର୍ଭର କରେ । ଯୋଗରେ ଯମ ସଂଖ୍ୟା ହେଉଛି ପାଞ୍ଚ ଯଥା ଅହିଂସା ,ସତ୍ୟ,ଅସ୍ତେୟ ,ବ୍ରହ୍ମଚର୍ଯ ତଥା ଅପରିଗ୍ରହ । ମନୁଷ୍ୟର ମନ ସର୍ବଦା ଚଞ୍ଚଳ ,କ୍ଷଣ କ୍ଷଣରେ ବଦଳି ଯାଏ ।ଯମ ପାଳନର ଅର୍ଥ ହେଉଛି – ଆମ ଭିତରର ଶକ୍ତିକୁ ଜାଗ୍ରତ କରିବା ବା ମାର୍ଗଦର୍ଶନକରେଇବା ।ଆମର ଅନ୍ତରଶକ୍ତି ହେଉଛି ସୀମିତ । ଏହା ପୁଣି ବୃଦ୍ଧାବସ୍ଥାର ଆମନ୍ତ୍ରଣରେ କମି କମି ଆସେ । ଯୋଗ ବିଜ୍ଞାନର ପାଳନ ଦ୍ଵାରା ମନୁଷ୍ୟ ନିଜର ଅନ୍ତରଶକ୍ତି କୁ ଉଦଜୀବିତ କରି ଏକ ଭଲ ଦିଗରେ ଉପଯୋଗ କରିବାକୁ ଚାହେଁ ।

ନିୟମ

ଯୋଗର ଦ୍ଵିତୀୟ ଅଙ୍ଗ ବା ଚରଣ ହେଉଛି “ନିୟମ”। ସଦାଚାର ପାଳନ କରିବା ପାଇଁ ପାଞ୍ଚଟି ନିୟମ ଆବଶ୍ୟକତା ଅଛି । ଯଥା-ଶୌଚ,ସନ୍ତୋଷ,ଟପା, ସ୍ଵାଧ୍ୟାୟ ଏବଂ ଇଶ୍ଵର ପ୍ରଣିଧାନ। ଏହି ନିୟମ ଗୁଡିକର ସାମପରକା କେବଳ ନିଜର ବ୍ୟକ୍ତିତ୍ବ ବା ଅନ୍ତଢ଼୍ଶୁଦ୍ଧିକରଣ ସହିତ ହୁଏ । ଏହା ପାଳନକରିବା ଦ୍ଵାରା ବ୍ୟକ୍ତି ମଧ୍ୟରେ ଦିବ୍ୟତା ବା ଶୁଦ୍ଧି ଏବଂ ପବିତ୍ରତା ର ସୂତ୍ରପାତ ହୁଏ ।ନିୟମର ଅର୍ଥ ଏହା ଯେ,ଏମିତିକା ଜୀବନ ଜିଇଁବା ଯେଉଥିରେ ଅବ୍ୟବସ୍ଥିତ ନଥିବା ,ଯେଉଁତିରେ ସୁନିଶ୍ଚିତ ଓ ଅନୁଶାସନ ଥିବ ।

ଆସନ

ଯୋଗର ତୃତୀୟ ଚରଣ ହେଉଛି ଆସନ। ଆଜିର ସମାଜରେ ଯୋଗ ର ଏହି ଅଙ୍ଗ ସହିତ ସବୁ ଲୋକ ପରିଚିତ । ସାଧାରଣ ଲୋକ ଶରୀରର କୌଣସି ବିଶେଷ ସ୍ଥିତି ବା ଆକୃତି କୁ ଆସନ ବୁଝନ୍ତି। କିନ୍ତୁ ପତାଞ୍ଜଳି ଏମିତି କୌଣସି ଆସନର ବର୍ଣ୍ଣନା କରିନାହାନ୍ତି,ଯାହାର ପ୍ରଚାଳନ ଆଜି ସର୍ବବିଦିତ । ପତଞ୍ଜଳି ଆସନ ର ପରିଭଷା ଦେବାକୁ ଯାଇ କହିଛନ୍ତି,”ସ୍ଥିର ସୁଖମାସନମ”,ଅର୍ଥାତ ଯାହା ସ୍ଥିର ଏବଂ ସୁଖଦାୟୀ ତାହା ହେଉଛି ଆସନ । ଶରୀରକୁ ଏମିତି ଏକ ସ୍ଥିତିରେ ସ୍ଥିର ଏବଂ ସୁଖଦାୟୀ ରଖାଯାଇ ପାରିବ ଯାହାକୁ ଆସନ କୁହାଯିବ । ଆସନର ଏହି ଅନୁଭବ କେବଳ ସେଇ କରି ପାରିବ ଯିଏ ପ୍ରଥମ ଦୁଇଟି ଅଙ୍ଗ ଯମ ଏବଂ ନିୟମ ର ସଠିକ ପାଳନ କରିଥିବ । ଯିଏ ସଂଯମ ଏବଂ ନିୟମିତାର ଜୀବନ ଜିଇଁଥିବ । ଶସ୍ତ୍ର ମାନଙ୍କରେ ଆସନ ଅଭ୍ୟାସ ଏକ ବୈଜ୍ଞାନିକ ପଦ୍ଧତି ବୋଲି  ବର୍ଣ୍ଣନା କରା ଯାଇଛି । ପ୍ରୟୋଗ ଦ୍ଵାରା ଏହା ମଧ୍ୟ ସିଦ୍ଧ ହୋଇ ସାରିଛି ଯେ ଆସନ ଦ୍ଵାରା ଶରୀର ଉପରେ ସକାରାତ୍ମକ ପ୍ରଭାବ ଅବଶ୍ୟ ପଡେ ।

ବୈଜ୍ଞାନିକମାନେ ଶରୀରର ବିଭିନ୍ନ ସ୍ଥିତି ଉପରେ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ଠିଆ ହେବା,ବସିବା,ଉପରକୁ ମୁହଁ କରି ସିଧା ଶୋଇବା ,ତଳକୁ ମୁହଁ କରି ସିଧା ଶୋଇବା ଅବସ୍ଥା ଦ୍ଵାରା ବ୍ଯକ୍ତିର ଚିତ୍ତ ପରିବର୍ତ୍ତନ ହୁଏ । ଯାହାର ଚଞ୍ଚଳତା କୌଣସି ସ୍ଥିତିରେ କମ ଥିଲା ତ କୌଣସି ସ୍ଥିତିରେ ଅଧିକ ଥିଲା । ଠିଆ ହୋଇଥିବା ଅବସ୍ଥାରେ ଚଞ୍ଚଳତା ସର୍ବାଧିକ ଥିଲା । ବୈଜ୍ଞାନିକ ମାନେ ପରୀକ୍ଷା କରି ଜାଣିପାରିଛନ୍ତି ଯେ ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ମଧ୍ୟ ଆମ ଶରୀର ଉପରେ ପ୍ରଭାବ ପଡେ । ପିରାମିଡ ଉପରେ ମଧ୍ୟ ପରୀକ୍ଷା କରି ଦେଖିଛନ୍ତି ଯେ ଏହାର ଏକ ସ୍ଵତନ୍ତ୍ର ଆକୃତି ପାଇଁ ଏକ ସ୍ଵତନ୍ତ୍ର ଊର୍ଜାଯୁକ୍ତ, ଯେମିତି ଏକ ମନ୍ଦିରର ଆକୃତି ତଳକୁ ଚଉଡା ଏବଂ ଉପରକୁ ଗୋଜିଆ । ଏହା ପ୍ରକାର ଯୋଗ ରେ ମଧ୍ୟ ଯେଉଁ ପ୍ରକାର ଆସନ କରାଯାଏ ଯଥା- ସୁଖାସନ ,ପଦ୍ମାସାନା,ସିଦ୍ଧାସନ ଆଦି ମଧ୍ୟ ପିରାମିଡ ବା ମନ୍ଦିର ଭଳି ତଳକୁ ଚଉଡା ଏବଂ ଉପରକୁ ସାରୁ ବା ଅଣଚଉଡା । ବୈଜ୍ଞାନିକମାନେ ଏହା ସିଦ୍ଧ କରିଛନ୍ତି ଯେ ଏହି ପ୍ରକାର ସ୍ଥିତିରେ ମନ ଚଞ୍ଚଳତା ରୁ ଶାନ୍ତ ହୋଇଯାଏ ଏବଂ ଶରୀର ଉପରେ ମଧ୍ୟାକର୍ଷଣ ଶକ୍ତିର ପ୍ରଭାବ ଅଧିକ ପଡେ ନାହିଁ ।

ପ୍ରାଣାୟାମ

ଯୋଗ ର ବୈଜ୍ଞାନିକ ପ୍ରକ୍ରିୟା ର ଚତୁର୍ଥ ଅଙ୍ଗ ହେଉଛି”ପ୍ରାଣାୟମ” । ଆସନ ଦ୍ଵାରା ଯେତେବେଳେ ଆମ ଶରୀର ର ସୁଖୀ ବା ଶାନ୍ତ ଅବସ୍ଥା ଆସିଯାଏ ସେତେବେଳେ ନିଃଶ୍ଵାସକୁ ନିୟନ୍ତ୍ରଣ କରାଯାଇ ପାରେ । ମାନସିକ ଏବଂ ଆଧ୍ୟାତ୍ମିକ ଉନ୍ନତି ସହିତ ଶାରୀରିକ ଉନ୍ନତି ପାଇଁ ମଧ୍ୟ ପ୍ରାଣାୟାମ ଏକ ବିଶେଷ ମହତ୍ତ୍ଵ ରଖେ । ସାଧାରଣ ଅର୍ଥରେ ନିଃଶ୍ବାସର ନିୟନ୍ତ୍ରଣକୁ ପ୍ରାଣାୟମ କୁହାଯାଏ । ପ୍ରାଣାୟମ ଶବ୍ଦ ଦୁଇଟି ଶବ୍ଦର ମିଶ୍ରଣରେ ହୋଇଅଛି ,ଯଥା-ପ୍ରାଣ+ଆୟାମ । ପ୍ରାଣର ଅର୍ଥ ହେଲା ଆମର ଜୀବନ ଶକ୍ତି ଏବଂ ଆୟମର ଅର୍ଥ ହେଲା ପ୍ରାଣଗତି ବା ବିସ୍ତାର ବା ଅଚୁକ ନିୟନ୍ତ୍ରଣ ।

ପ୍ରାଣର ଚଳପ୍ରଚଳ ହେବା ଦ୍ଵାରା ଚିତ୍ତ ମଧ୍ୟ ଚଳପ୍ରଚଳ ହୁଏ,ପ୍ରାଣର ନିଶ୍ଚଳ ହେବା ଦ୍ଵାରା ମନ ମଧ୍ୟ ସ୍ଵତଃ ନିଶ୍ଚଳ ବା ସ୍ଥାଣୁ ହୋଇଯାଏ । ତେଣୁ ଯୋଗୀକୁ ନିଃଶ୍ଵାସ ଉପରେ ନିୟନ୍ତ୍ରଣ କରିବା ଉଚିତ।

ଏହିଭଳି କୁହାଯାଇ ପାରେ ଯେ ନିଃଶ୍ଵାସ ର ପ୍ରଭାବ ଚିତ୍ତର ସ୍ଥିତି ଉପରେ ପଡେ । ପ୍ରୟୋଗ ଏବଂ ଅନୁଭବ ଦ୍ଵାରା ଦେଖାଯାଇଛି ଯେ ଯେମିତି କ୍ରୋଧରେ,କାମବାସନାରେ, ଭୟରେ ଏବଂ ଉଦବିଗ୍ନତା ଆଦି ମନୋଭାବରେ ନିଃଶ୍ଵାସର ଗତି ଭିନ୍ନ ଭିନ୍ନ ହୋଇଥାଏ । ପ୍ରେମରେ,କରୁଣାରେ,ମୈତ୍ରୀରେ,ଭାବୁକତା ଆଦିରେ ଭାବାବେଗରେ ନିଃଶ୍ଵାସ ର ଗତି ଭିନ୍ନ ଭିନ୍ନ ହୋଇଥାଏ । ମନର ଭବଦଶ। ଏବଂ ନିଃଶ୍ଵାସର ପ୍ରକ୍ରିୟା ମଧ୍ୟରେ ଗହଣା ସମ୍ବନ୍ଧ ଅଛି । ମନର ଭବଦଶ। ବଦଳିବା ସହିତ ନିଃଶ୍ବାସର ଗତି ତତ୍କାଳ ପରିବର୍ତ୍ତିତ ତଥା ବା ପ୍ରଭାବିତ ହୁଏ । ଯଦି ମନର ଭିନ୍ନ ଦଶାରେ ନିଃଶ୍ବାସର ଗତି ପ୍ରଭାବିତ ହୋଇପାରେ,ତେବେ କଣ ସମ୍ଭବ ହୋଇ ପାରିବ ନାହିଁ ଯେ ଯଦି ନିଃଶ୍ଵାସ ଉପରେ ନିୟନ୍ତ୍ରଣ କରିନିଆଯାଏ ମନ ଏବଂ ତାର ପ୍ରବୃତ୍ତିକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ ।ଏହା ସମ୍ଭବ ହୋଇ ପାରିବ ଯଦି ନିଃଶ୍ଵାସ କୁ ନିୟନ୍ତ୍ରଣାଧୀନ କରାଯିବ । ଏଥିପାଇଁ ପ୍ରାଣାୟାମ ଯୋଗାଡ଼  ଏକ ମହତ୍ଵପୂର୍ଣ୍ଣ ଅଙ୍ଗ ।

ପ୍ରତ୍ୟାହାର

ପ୍ରତ୍ୟାହାର ଯୋଗ ର ପଞ୍ଚମ ଅଙ୍ଗ । ପ୍ରତ୍ୟାହାର ଦୁଇଟି ଶବ୍ଦ ର ମିଶ୍ରଣରେ ସୃଷ୍ଟି:ପ୍ରତ୍ୟ+ଆହାର ।“ପ୍ରତ୍ୟ”ର ଅର୍ଥ ଇନ୍ଦ୍ରିୟଙ୍କର ଅଛି ଏବଂ “ଆହାର” ର ଅର୍ଥ ଇନ୍ଦ୍ରିୟ ମାନଙ୍କ ଦ୍ଵାରା ଭୋଗ କରାଯାଉଥିବା ବିଷୟ । ଯୋଗ ସୂତ୍ରରେ ପ୍ରତ୍ୟାହାରର ପରିଭାଷା ଦେବାକୁ ଯାଇ କୁହାଯାଇଛି ଯେ ଇନ୍ଦ୍ରିୟଙ୍କର ବାହ୍ୟ ବୃତ୍ତିକୁ ଚତୁରପାରସ୍ଵରୁ ସଙ୍କୁଚିତ କରି ମନରେ ବିଲୀନ କରିବାର ଅଭ୍ଯାସର ନାମ ପ୍ରତ୍ୟାହାର । ଇନ୍ଦ୍ରିୟମାନଙ୍କୁ ବିଷୟ ବାସନା ଆଡକୁ ଯିବାକୁ ନଦେବାକୁ ପ୍ରତ୍ୟାହାର କୁହାଯାଏ । ଆମର ଇନ୍ଦ୍ରିୟମାନଙ୍କୁ ବାହ୍ୟ ଜଗତର ଆକର୍ଷଣ କରେ । ତେଣୁ ଏହି ସବୁ ଆକର୍ଷଣରୁ ଇନ୍ଦ୍ରୀୟମାନଙ୍କୁ ନିୟନ୍ତ୍ରଣ କରିବା ବା ରୋକିବାକୁ ପ୍ରତ୍ୟାହାର କୁହାଯାଏ । ପ୍ରତ୍ୟାହାରର ଅର୍ଥ ଆମର ଇନ୍ଦ୍ରିଯମାନେ ସଂସାରର ଭୋଗବିଳାସ ଆଡକୁ ଆକର୍ଷିତ ହେଉନାହିଁ ବା ବାହ୍ୟ ଜଗତକୁ ଆକର୍ଷିତ ନ ହୋଇ ନିଜ ଭିତରକୁ ପ୍ରତ୍ୟାବର୍ତ୍ତନ ହେଉଛି ।ପ୍ରତ୍ୟାହାରରେ ଆମର ଇନ୍ଦ୍ରିଯମାନେ ଆମର ନିୟନ୍ତ୍ରଣାଧୀନ ହୋଇଥାନ୍ତି ।

ଧାରଣା

ପ୍ରତ୍ୟାହାର ଦ୍ଵାରା ଯେବେ ଇନ୍ଦ୍ରିୟମାନ ଅନ୍ତର୍ମୁଖୀ ହୋଇଯାନ୍ତି ସେତେବେଳେ ଯୋଗ ର ଷଷ୍ଠ ଚରଣ “ଧାରଣା” ଆସେ । ଚିତ୍ତର କୌଣସି ସ୍ଥାନ ବିଶେଷ ଯଥା- ନାଭି,ନାସିକାଗ୍ର ,ଭୁକୁଟି,ବ୍ରହ୍ମାରନ୍ଦ୍ର ,ଚନ୍ଦ୍ର,ତାରା ,ବୃକ୍ଷ,ମହମବତୀର ଜ୍ଵଳନ ଆଦି ଉପରେ ସ୍ଥିର ରଖିବାକୁ ଧାରଣା କୁହାଯାଏ । କୌଣସି ନିର୍ଦ୍ଧିଷ୍ଟ ବିନ୍ଦୁ ଉପରେ ଏକାଗ୍ରତା ଆଣିବାକୁ ଧାରଣା କୁହାଯାଏ । ଧାରଣାର ଅବୟସ ପାଇଁ ହିଁ  ମନ୍ଦିରର ନିର୍ମାଣ ହୋଇଥାଏ । ଯଦି ଆମେ କୌଣସି ବିଷୟ ଉପରେ ଧ୍ୟାନ କରୁଛନ୍ତି ତ ତାହା ଧାରଣା । ଅନ୍ୟ ଅର୍ଥରେ କହିଲେ “ଧାରଣା କରିବାର କ୍ଷମତା ହେଉଛି ଧାରଣା” ।

ମନରେ ଏକାଗ୍ରତା ଆଣିବା ଅନେକ କଠିନ କାମ। ଆମ ମନ ଭିତରକୁ ଦିନରେ ୬୦ ହଜାରରୁ ଉର୍ଦ୍ଧ୍ଵ ଭାବନା ଆସେ । ଯଦି ଆମେ ମନରେ ଏକାଗ୍ରତା ଆଣିବାକୁ ଚାହାନ୍ତି ତେବେ ଏତେ ସହଜରେ ମନ ଆମ ଅକ୍ତିଆରକୁ ଆସେନାହିଁ। ଶେଠୀ ପାଇଁ ମନର ଏକାଗ୍ରତା ଆଣିବା ପାଇଁ ଧାରଣା ର ଅଭ୍ୟାସ କରିବା ଉଚିତ ।କୌଣସି ନିର୍ଦ୍ଧିଷ୍ଟ ବିଚାରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥିର ରଖିବା ବା ଧାରଣା କରି ରଖିବାକୁ “ଧାରଣା “ କୁହାଯାଏ ।

ଧ୍ୟାନ

ଯୋଗ ର ସପ୍ତମ ଚରଣ ହେଉଛି ଧ୍ୟାନ । ଧ୍ୟାନ ହେଉଛି ଅନାବଶ୍ୟକ କଳ୍ପନା ବା ବିଚାରକୁ ମନରୁ ବାହାର କରି ଶୁଦ୍ଧ ବା ନିର୍ମଲା ଏବଂ ମାଉନା ରହିବା । ଯୋଗ ସୂତ୍ରରେ ଧ୍ୟାନର ପରିଭାଷା ଦେବାକୁ ଯାଇ କୁହାଯାଇଛି,”ଧାରଣାରେ ଚିତ୍ତ ଯେଉଁ ନିର୍ଦ୍ଧିଷ୍ଟ ବିନ୍ଦୁରେ ପହଞ୍ଚେ ଏବଂ ଯଦି ନିଶ୍ଚଳ ଭାବରେ ସେଇଠି ରାହିଜାଏ ବା ମଝିରେ ଅନ୍ୟ କୌଣସି ବୃତ୍ତି ଭିତରକୁ ପ୍ରବେଶ କରେନାହିଁ ସେହି ଅବସ୍ଥାକୁ ଧ୍ୟାନ କୁହାଯାଏ ।“ଅର୍ଥାତ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଥିବା ଧାରଣା ଯେବେ ସତତ ପ୍ରବାହିତ ହୁଏ ତାକୁ ଧ୍ୟାନ କୁହାଯାଏ । ଧାରଣାରେ ଆମର ଯେଉଁ ବିନ୍ଦୁରେ ଏକାଗ୍ରତା ଆସିଥାଏ ଧ୍ୟାନରେ ତାହା ମଧ୍ୟ ଅପସରି ଯାଏ । ଅଧିକାଂଶ ଲୋକ ବୁଝନ୍ତି ଯେ ଧ୍ୟାନର ନିର୍ଦ୍ଧିଷ୍ଟ ବିଧି ଠାୟେ,କିନ୍ତୁ ନା ବିଧି ଧାରଣାରେ ହୋଇପାରେ ।ଧ୍ୟାନ ହେଉଛି ବିଚାର ବା କ୍ରିୟାମୁକ୍ତ ହୋଇଯିବା । ଧୀରେ ଧୀରେ ଯେତେବେଳେ ଧ୍ୟାନ ଗଭୀର ହୋଇଯାଏ ବ୍ୟକ୍ତି ହିମାଚଳ ପରି ନିଶ୍ଚଳ ହୋଇଯାଏ । ଧ୍ୟାନରେ ଇନ୍ଦ୍ରିୟମାନ ମନ ସହିତ ବିଲୀନ ହେବାକୁ ଲାଗନ୍ତି,ମନ ବୁଦ୍ଧି ସହିତ ବୁଦ୍ଧି ଆତ୍ମା ଭିତରେ ବିଲୀନ ହେବାକୁ ଲାଗେ ।

ଏପରି ବି ବୁଝାଯାଇପାରେ ଯେ ଯଦି ଶରୀରରେ କୌଣସି ରୋଗ ହୁଏ ତାହାର ପ୍ରଭାବ ଅନ୍ତସ୍ଥଳରେ ମଧ୍ୟ ପଡେ,ଅନ୍ତସ୍ଥଳରେ କୌଣସି ସମସ୍ଯା ହେଲେ ତାହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡେ । ଯେମିତି ଯଦି କୌଣସି ବଡ ପୋଖରୀ ମଧ୍ୟକୁ ଏକ ପଥର ପକାଯାଏ ତାହା ଦ୍ଵାରା ଯେଉଁ ତରଙ୍ଗ ସୃଷ୍ଟି ହୁଏ , ସବୁ ତରଙ୍ଗ ଖେଳେଇ ହୋଇ ଆସି କୂଳରେ ଢକା ଖାଏ,ବେଳେବେଳେ ତାହା ସେଇ କେନ୍ଦ୍ରସ୍ଥଳକୁ ମଧ୍ୟ ଫେରିଆସେ । ଠିକ ସେହିପରି ଯଦି ମଣିଷ ଶରୀରରେ କୌଣସି ରୋଗ ହୁଏ ତାହାର ପ୍ରଭାବ ଅନ୍ତଃସ୍ଥଳ,ମନ ଏବଂ ଆତ୍ମା ଉପରେ ପଡେ,ଯଦି ମନ ବା ଆତମାରେ କୌଣସି ପରିବର୍ତ୍ତନ ଆସେ ତାହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡେ । ଶରୀରରେ ଯେଉଁ ରୋଗ ହୁଏ ତାହା ତ ଔଷଧ ଦ୍ଵାରା ଭଲ ହୋଇଯାଏ କିନ୍ତୁ ଯାହା ଅନ୍ତଃକାରଣରେ ହୁଏ ତାହା ତ ଔଷଧ ଦ୍ଵାରା ଭଲ ହୋଇ ପାରିବ ନାହିଁ । ପ୍ରକୃତିକ ଚିକିତ୍ସାର ଦଶଟି ମୂଳତତ୍ତ୍ଵ ମଧ୍ୟରୁ ଗୋଟିଏ ସିଦ୍ଧାନ୍ତ ହେଉଛି କୌଣସି ଚିକିତ୍ସା ଆତ୍ମା,ମନ ଏବଂ ଶରୀର ଉଭୟଙ୍କ ପାଇଁ ହେବା ଉଚିତ । ସେତେବେଳେ ମନରେ ପ୍ରଶ୍ନ ଉଠେ ଯେ କାହା ଦ୍ଵାରା ଏପରି ଚିକିତ୍ସା କରାଯାଇ ପାରିବ ।ତେଣୁ ଏପରି ଚିକିତ୍ସାର ଏକମାତ୍ର ଔଷଧ ହେଉଛି ଧ୍ୟାନ । ତେଣୁ ଏଠାରେ କୁହାଯାଇ ପାରେ ଯେ ଯଦି ମଣିଷ ସଂପୂର୍ଣ୍ଣ ସୁସ୍ଥ ରହିବାକୁ ଚାହେଁ ତେବେ ଔଷଧ ସହିତ ଧ୍ୟାନ ମଧ୍ୟ ଅତ୍ୟନ୍ତ ଆବଶ୍ୟକ ଅଛି ।

ସମାଧି

ସମାଧି ହେଉଛି ଯୋଗାଡ଼ ଅଷ୍ଟମ ବା ସେସ ଅଙ୍ଗ । ଯେତେବେଳେ ଯୋଗୀର ନିଜର ଅସ୍ତିତ୍ଵ ବାବଦରେ ମଧ୍ୟ ଜ୍ଞାନ ରହେନାହିଁ ସେହି ଅବସ୍ଥାକୁ “ସମାଧି” କୁହାଯାଏ । ଅନ୍ୟ ଶବ୍ଦରେ କହିଲେ ଯେତେବେଳେ ଧ୍ୟାନର ଅନୁଭବ ଏତେ ଗଭୀର ହୋଇଯାଏ ଯେ ମଣିଷ ନିଜକୁ ସଂପୂର୍ଣ୍ଣ ଭୁଲିଯାଏ ସେହି ଅବସ୍ଥାକୁ ସମାଧି ଅବସ୍ଥା କୁହାଯାଏ । ସମାଧି ଏପରି ଏକ ସ୍ଥିତି ଯେତେବେଳେ ସମସ୍ତ ବ୍ୟାଧିର ସମାଧାନ ହୋଇଯାଏ । ସମାଧି ହେଉଛି ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ।

ମସ୍ତିଷ୍କର ଗୋଟିଏ ଭାଗ ଭାବନାଯୁକ୍ତ ହୋଇଥିଲାବେଳେ ଅନ୍ୟ ଭଗତି ବୁଢୀ ବା ବିଚାରଯୁକ୍ତ ହୋଇଥାଏ ।ଯେତେବେଳେ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରହେନାହିଁ ସେତେବେଳେ ଆମ ବିଚାରଧାରାରେ ଭାବନାରେ ସାମଞ୍ଜସ୍ୟ ରହେନାହିଁ । ଏହିପରି ମସ୍ତିସ୍କର କାର୍ଯ୍ୟରେ ସନ୍ତୁଳନ ନ ରହିବା ଦ୍ଵାରା ଆମେ ମାନସିକ କଷ୍ଟ ଅନୁଭବ କରୁ । ସମାଧି ଅବସ୍ଥାରେ ଏସବୁର ସମାଧାନ ହୋଇଯାଏ ଏବଂ ଦିବ୍ୟ ଶକ୍ତି ବା ଜ୍ଞାନ ପ୍ରାପ୍ତି ହୋଇଥାଏ ।

ବିଜ୍ଞାନଗତ ଦୃଷ୍ଟିକୋଣରୁ ନୂତନ ଉଦ୍ଭାବନ ବା ପ୍ରମାଣ-ଯୋଗ-ଶାସ୍ତ୍ରକୁ ଆଧ୍ୟାତ୍ମିକ ଶାସ୍ତ୍ର ହେବା ସହିତ ମନୋବିଜ୍ଞାନ ଶାସ୍ତ୍ର ମଧ୍ୟ କୁହାଯାଇ ପାରେ,କାରଣ ଯୋଗ ଶାସ୍ତ୍ର ର ଆରମ୍ଭ ଚିତ୍ତବୃତ୍ତିର ଶୁଦ୍ଧିକରଣ ଦ୍ଵାରା ହିଁ ହୋଇଥାଏ ।

ଭାରତୀୟ ଦାର୍ଶନିକ ଚିନ୍ତାଧାରାରେ ଆରମ୍ଭରୁ ହିଁ ଏହି ଦିଗରେ ଅନୁଧ୍ୟାନ ହୋଇ ଆସୁଛି । ପାଶ୍ଚାତ୍ୟ ମନୋବିଜ୍ଞାନୀମାନେ ମଧ୍ୟ ଏ ଦିଗରେ ପ୍ରଯତ୍ନ ହେଲେଣି । ପାଶ୍ଚାତ୍ୟ ମଣିବିଜ୍ଞାନୀମାନେ ଏବେ କେବଳ ଚେତନା ଏବଂ ଅବଚେତନା ମନ ଉପରେ ଅଧ୍ୟୟନ କରୁଛନ୍ତି । ଏହା ଦ୍ଵାରା ମନର ଗହଣା ପରାସ୍ତ”ସୁପର ଚେତନା ଏବଂ ଅବଚେତନ ମନ ଉପରେ ଅଧ୍ୟୟନ କରୁଛନ୍ତି । ଏହା ଦ୍ଵାରା ମନର ଗହଣା ପରାସ୍ତ “ସୁପର ଚେତନା ଏବଂ “ମନ ଉପରେ ଅଧ୍ୟୟନ କରିବା ଅପରିହାର୍ଜ୍ୟ । ଯୋଗ ଏମିତି ଏକ ବିଜ୍ଞାନ ଯାହା ଅହଂକାଡ଼ର ମୂଳ ସମସ୍ଯା ସମାଧାନ କରି ଏକ ଅନ୍ତର୍ବିକାସିତ ଶକ୍ତିରେ ବିଲୟ କରିପାରେ ।ଏହି ମହତ୍ବପୂର୍ଣ୍ଣ ଅନ୍ତର୍ବିକଶିତ ଶକ୍ତି ବା ଚେତନା କୁ “ସୁପର ଚେତନା” କୁହାଯାଏ । ସୁପର ଚେତନା କୁ ଈଶ୍ବରଙ୍କ ର ସମତୂଲ୍ୟ କରାଯାଇପାରେ । ଭାରତୀୟ ଦର୍ଶନରେ ଆୟନାତ୍ମା,ବ୍ରହ୍ମା ,ପ୍ରଜ୍ଞାନମ ବ୍ରହ୍ମା ,ଚିଦାନନ୍ଦଅହଂ,ତତ୍ଵମସି ଆଦିରେ ଯାହାକୁ ପରମାତ୍ମା ଭାବରେ ବର୍ଣ୍ଣନା କରାଯାଇଛି,ସେହି ଚେତନାକୁ ବିଜ୍ଞାନ ଭାଷାରେ “ସୁପର ଚେତନା” କୁହାଯାଇଛି ।

ପ୍ରାଚୀନ କାଳର ଏହି ଆଧ୍ୟାତ୍ମିକ ନିଷ୍କର୍ଷକୁ ଆଧୁନିକ ବିଜ୍ଞାନର ପ୍ରୟୋଗର କଷଟିରେ ପରୀକ୍ଷା କରି ସର୍ବଦା ସତ୍ୟ ପ୍ରମାଣିତ ହେଉଛି । ଆଧ୍ୟାତ୍ମିକ ସତ୍ୟ ର ବୈଜ୍ଞାନିକ ପ୍ରମାଣିକତା ଉପରେ ଆଧାର କରି କହିଲେ ଅତ୍ଯୁକ୍ତି ହେବ ନାହିଁ ଯେ ଯୋଗ ଏକ ସର୍ବାଙ୍ଗୀନ ବିଜ୍ଞାନ ଏବଂ ଏହା ବର୍ତ୍ତମାନ ର ବିଜ୍ଞାନ ଠାରୁ ଉଚ୍ଚ ଏହା ନିଃସନ୍ଦେହ ଏବଂ ଏହାର ସାର୍ଥକ ଅନୁଶୀଳନ ଭାରତକୁ ପୁଣିଥରେ ବିଷବଗୁରୁ କରିବାରେ ସହାୟକ ହେବ ।

ସଗୃହିତ-ଆଚାର୍ଯ୍ୟ ଭଗବାନ ଦେବ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top